ରଞ୍ଜିତ ପଣ୍ଡା ପାରାଦୀପ : ଜଗତସିଂହପୁରର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ରୋଗୀ ଦୀର୍ଘଦିନ ହେବ ଥଣ୍ଡା ଜ୍ବରରେ ପୀଡିତ ଥିଲେ । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ସାଉଦି ଆରବ ଗସ୍ତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ମିଳିଛି । ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହିତ ସମ୍ପର୍କ କରାଯିବା ପରେ ଏକ ସ୍ବତନ୍ତ୍ର ଗାଡି ଯୋଗେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟ ରୋଗୀଙ୍କ ପରିଚୟ ଗୋପନ ରଖିଛନ୍ତି । ଉଭୟ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର । କେନ୍ଦ୍ରାପଡାର ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଟାକୁଡା ଅଞ୍ଚଳର ଯୁବକ ଜଣକ ଫେବୃୟାରୀ 24 ତାରିଖରେ ସାଉଦି ଆରବରୁ ଫେରିଥିଲେ ।…
Author: Samikhsya Bureau
ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି। ଅବସର ପରେ ଭାରତରେ ଖେଳ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିବା ଅଖତର ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତୀୟ ନାଗରିକମାନେ ପାକିସ୍ତାନ ସହିତ କୌଣସି ଶତ୍ରୁତା କିମ୍ବା ଯୁଦ୍ଧ ଚାହୁଁ ନାହାଁନ୍ତି। “ଭାରତ ଏକ ଉତ୍ତମ ସ୍ଥାନ, ଲୋକମାନେ ମଧ୍ୟ ବହୁତ ଭଲ। କିନ୍ତୁ, ଭାରତର ଗଣମାଧ୍ୟମ ଏହାକୁ ଏପରି ଉପସ୍ଥାପନ କରନ୍ତି, ଅନୁଭବ ହୁଏ ଯେମିତି କି, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆସନ୍ତାକାଲି ଯୁଦ୍ଧ ହେବ। ପାକିସ୍ତାନୀ ଟିଭି ସୋ ସମୟରେ ଶୋଏବ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସମଗ୍ର ଭାରତରେ ଭ୍ରମଣ କରିଛି, ଦେଶକୁ ଅତି ନିକଟରୁ ଦେଖିଛି, ମୁଁ ଆଜି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଏଥରୁ ବାଦ୍ ପଡିନାହିଁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନ୍ଏସି ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସତର୍କ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତୁ ଜାଣିବା ବାଣପୁର ବ୍ଲକ ଓ ଏନ୍ସି ତରଫରୁ ଏନେଇ କ’ଣ କ’ଣ ସତର୍କତା କରାଯାଉଛି। କରୋନା ପାଇଁ କିପରି ସତର୍କ ରହିଛନ୍ତି ବାଣପୁର ବ୍ଲକ ଓ ଏନ୍ଏସି। ଆମ ସମୀକ୍ଷା ରିପୋର୍ଟର ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ଏନ୍ଏସି କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ ନିଆଲ୍, ବାଣପୁର ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର, ଚିଲିକା ବିଡିଓ…
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଦିଲ୍ଲୀରେ କରୋନା ଭାଇରସକୁ ଦୃଷ୍ଟିରେ କେଜ୍ରିୱାଲ ସରକାର ଲୋକଙ୍କୁ ସଚେତନ ହେବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲବ, ସ୍ପାକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ ରଖିବାକୁ କହିଥିଲେ। ଏପରିକି କରୋନା ଭାଇରସକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ବାହାଘର କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, “ଲୋକମାନେ ଯଥା ସମ୍ଭବ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। ସାମାଜିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖନ୍ତୁ। ସମସ୍ତେ ସଚେତନ ରୁହନ୍ତୁ ଓ ହାତକୁ ନିୟମିତ ସଫା ରଖନ୍ତୁ। 50ରୁ ଉର୍ଦ୍ଧ୍ବ ଲୋକ ଏକାଠି ହେଉଥିବା କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଆଜି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି। ଆସନ୍ତା 24ରେ ହେବାକୁ ଥିବା ଏହି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । 20ଟି ଜିଲ୍ଲାରେ 2ଟି ଜିଲ୍ଲା ପରିଷଦ ସଭ୍ୟ 6ଟି ସରପଞ୍ଚ, 8 ସମିତି ସଭ୍ୟ, 84 ଓ୍ବାର୍ଡ ସଭ୍ୟ ନିର୍ବାଚନ ହୋଇଥାନ୍ତା । ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଏହି ଉପନିର୍ବାଚନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। (ଏଜେନ୍ସି)
ଚୀନ୍ : ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ସାରା ଦେଶରେ ସଂକଟ ସୃଷ୍ଟି କରିଥିବାବେଳେ ଇତିମଧ୍ୟରେ ବିବାହ ବିଚ୍ଛେଦ ଯୋଡ଼ିଙ୍କ ସଂଖ୍ୟା ବଢିବାରେ ଜଣାପଡିଛି । ଚୀନ୍ର ମ୍ୟାରେଜ୍ ରେଜିଷ୍ଟର୍ ଅନୁସାରେ ଏହା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍ ଯୋଗୁଁ ଅଧିକାଂଶ କପଲ୍ ଅଧିକାଂଶ ସମୟ ଏକାଠି ଘରେ ବିତାଉଛନ୍ତି । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଚୀନ୍ର ବହୁ ଅଞ୍ଚଳରେ ଲକ୍ ଡାଉନ୍ର ଘୋଷଣା କରାଯାଇଛି । ଲକ୍ଷ ଲକ୍ଷ ଲୋକେ ନିଜକୁ ଘରେ ବନ୍ଦ କରି ରଖିଛନ୍ତି । କେବଳ ଜରୁରୀ ସମୟରେ ଘରୁ ବାହାରକୁ ଯିବାର ଅନୁମତି ମିଳିଛି। ଚୀନ୍ର ସିଚୁଆନ୍ ପ୍ରୋଭିନ୍ନର ଏକ ମ୍ୟାରେଜ୍ ରେଜିଷ୍ଟର ଅଫିସ୍ର ଅଧିକାରୀଙ୍କ ସୂଚନା ଅନୁସାରେ ଗତ 24 ଫେବୃଆରୀ ପରେ 3200ରୁ ଅଧିକ କପଲ୍ ବିଚ୍ଛେଦ ପାଇଁ ଦରଖାସ୍ତ କରିଛନ୍ତି । କରୋନା ପାଇଁ କପଲ୍ ଘରେ ବିତାଉଥିବାବେଳେ ସେମାନଙ୍କ ମଧ୍ୟରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସତର୍କତା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ୍ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ମିଡ୍ ସେମିଷ୍ଟାର ପରୀକ୍ଷାକୁ ବି ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଯେଉଁ ଛାତ୍ରଛାତ୍ରୀଙ୍କୁ ଯିବା ପାଇଁ ଚାଁହୁଛନ୍ତି ସେମାନେ ହଷ୍ଟେଲ ଛାଡି ଯାଇପାରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବଂ ଯେଉଁ ବିଭାଗ ଗୁଡିକର ମିଡ଼ ସେମିଷ୍ଟାର ରହିଛି, ସେସବୁ ଗୁଡିକର 31 ମାର୍ଚ୍ଚ ପରେ ନିଷ୍ପତ୍ତି ନିଆଯିବ । କରୋନା ଭାଇରସ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସଗୁଡିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟର ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ କରାଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ କଡା ପଦକ୍ଷେପ ନେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଯାଏଁ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଶିକ୍ଷକଙ୍କୁ ମଧ୍ୟ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲ ନ ଆସିଲେ ବି ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦ୍ବାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ । ଦଶମ ଏବଂ ଦ୍ବାଦଶ ପରୀକ୍ଷା ଖାତା ଦେଖା ଯଥାରୀତି ଚାଲିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ଆଜି ରାଜ୍ୟରେ ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟ ସରକାର ବେଶ୍ ସତର୍କ ପଦକ୍ଷେପ ନେଉଛନ୍ତି ।
ବୁହାନ୍ର ଏକ ପ୍ରାଣୀଉଦ୍ୟାନରେ ବିଶ୍ରାମରତ ପାଣ୍ଡା
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବସ୍ରେ ଓଭରଲୋଡିଂକୁ ମନା କରାଯାଇଛି। ବସ୍ରେ ଓଭରଲୋଡିଂ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ ବସ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବସ୍ର ଡ୍ରାଇଭରଙ୍କ ସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସିଟ୍ଠାରୁ ଅଧିକ ଲୋକ ବସ୍ରେ ନ ନେବାକୁ ମନା କରାଯାଇଛି। ଗାଇଡ୍ ଲାଇନ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇସାରିବା ପରେ ଏନେଇ ରାଜ୍ୟ ସରକାର ଅଧିକ ସତର୍କ ହୋଇଛନ୍ତି। ଟୁଇନ୍ ସିଟିରେ ସମସ୍ତ ସପିଂ ମଲ୍କୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
କାକଟପୁର : କରୋନାର ଭୟାବହତା ଆଜି ସାରା ବିଶ୍ବ ପାଇଁ ଏବେ ମୁଣ୍ଡବ୍ୟାଥାର କାରଣ ପାଲଟିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବେଶ୍ ସତର୍କ କରାଯାଉଛି । ସାଧାରଣରେ ସତର୍କତା ରହିବାକୁ ମଧ୍ୟ ଉପଦେଶ ଦିଆଯାଇଛି । ଏପରିକି ମନ୍ଦିର, ସର୍ବସାଧାରଣ ସ୍ଥଳ, ମଲ୍, ପାର୍କ ଆଦି ସବୁକୁ ବନ୍ଦ କରାଯାଇଛି । ଆଜି କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିରରେ ମଧ୍ୟ କରେନା କଟକଣା ଜାରି କରାଯାଇଛି । ମଙ୍ଗଳା ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କୁ ନ ଛାଡିବାକୁ ସେବାୟତଙ୍କୁ ବାରଣ କରାଯାଇଛି । ମନ୍ଦିର ପ୍ରଶାସନ କରେନା ସତର୍କ ନିଷ୍ପତ୍ତି ନେଇ ସେବାୟତଙ୍କୁ ଏହା ମାନିବାକୁ ନିର୍ଦ୍ଦେଶ ଦେଇଛି । ସେହିପରି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନକୁ ବନ୍ଦ ରଖାଯାଇଥିବାବେଳେ ଜିଲ୍ଲାରେ 144 ଜାରି କରାଯାଇଛି ।
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ଡ୍ରାମାରେ ଆଜି ଟୁଇଷ୍ଟ୍ ଦେଖିବାକୁ ମିଳିଛି । ଶକ୍ତି ପରୀକ୍ଷା ଦେବା ଆଗରୁ ବିଧାନସଭା ମୁଲତବୀ ହୋଇଛି । କମଲନାଥ ସରକାରଙ୍କ ଉପରେ ରହିଥିବା ସଂକଟ ଏବେ କିଛି ଦିନ ପାଇଁ ଟଳି ଯାଇଛି । ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାକୁ ଥିବାବେଳେ ବିଧାନସଭା କାର୍ଯ୍ୟକାଳକୁ 26 ମାର୍ଚ୍ଚ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବାଚସ୍ପତି ଆଜି ବିଧାନସଭାକୁ ମାର୍ଚ୍ଚ 26 ଯାଏଁ ମୁଲତବୀ ରଖିଛନ୍ତି । ରାଜ୍ୟପାଳ ଲାଲାଜୀ ଟଣ୍ଡନ୍ ଆଜି ନିଜ ଅଭିଭାବଷଣରେ ବିଧାୟକମାନଙ୍କୁ ନିୟମ ପାଳନ କରିବାକୁ ଉପଦେଶ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ କଂଗ୍ରେସର 22 ଜଣ ବିଧାୟକ ଇସ୍ତଫା ଦେବା ପରେ କମଲ ନାଥ ସରକାର ସଂକଟରେ ପଡିଯାଇଛି । କରୋନା ପାଇଁ ବିଧାନସଭାର କାର୍ଯ୍ୟକାଳକୁ ସ୍ଥଗିତ ରଖାଯାଇଥିବାର ସୂଚନା ମିଳିଛି। ତେବେ ଜାରି ରହିଥିବା ମଧ୍ୟପ୍ରଦେଶର ସଂକଟ ଆଉ କେତେ ଦିନ…
କେରଳ : ଭାରତରେ କରୋନା ଭାଇରସ୍ର ମାମଲା ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଡା ଦୃଷ୍ଟି ରଖିଥିବା ସତ୍ତ୍ବେ କିଛି ଲୋକଙ୍କ ଦାୟିତ୍ବହୀନତା ମଧ୍ୟ ଦେଖିବାକୁ ମିଳୁଛି। କେରଳ କୋଚିନ୍ ବିମାନବନ୍ଦରଠାରେ ଜମା ହୋଇଥିବା 79 ଲୋକଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଏକଜୁଟ୍ ହେବା ପାଇଁ ପ୍ରତିବନ୍ଧକ ରହିଥିବା ସତ୍ତ୍ବ ଏହି ଲୋକମାନେ ବିମାନ ବନ୍ଦରଠାରେ ଜଣେ ସେଲିବ୍ରିଟିଙ୍କୁ ସ୍ବାଗତ କରିବା ପାଇଁ ଏକାଠି ହୋଇଥିଲେ । ପୋଲିସଙ୍କ କହିବାନୁସାରେ 4ଜଣ ଜଣାଶୁଣା ଓ ଅନ୍ୟ 75 ଜଣ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ରବିବାର ରାତ୍ରିରେ ଏକ ରିଅଲିଟି ଶୋ’ର ପ୍ରତିଯୋଗୀଙ୍କୁ ସ୍ବାଗତ କରିବା ପାଇଁ ଏହି ଲୋକମାନେ ଏକଜୁଟ୍ ହୋଇଥିଲେ । କେରଳେ କୌଣସି ଜାଗାରେ ସାମୂହିକ ଉପସ୍ଥିତ ରହିବା ଉପରେ କଟକଣ ଜାରି କରାଯାଇଛି…
ସମୀକ୍ଷା ବ୍ୟୁରୋ ପୁରୀ : ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ସଂପର୍କରେ ସ୍ଥିତି ସମୀକ୍ଷା କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଭିତରେ ଥିବା ଗରୁଡ ସ୍ତମ୍ବ ଓ ବାହାରେ ଥିବା ଅରୁଣ ସ୍ତମ୍ବକୁ ଭକ୍ତମାନେ ଛୁଇଁ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍ 15 ଯାଏଁ ଭିତର କାଠ ଦର୍ଶନ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । ଧାଡିରେ ରହିଥିବା ଭକ୍ତ ଅନ୍ୟ ଜଣଙ୍କ ଠାରୁ ୧ ମିଟର ଦୂରତାରେ ରହିବା ପାଇଁ କୁହାଯାଇଛି। ସେହିପରି ଆନନ୍ଦ ବଜାରରେ ବସି ଏକତ୍ରିତ ଖାଇବାକୁ ମନାକରାଯାଇଛି। ବାହାରୁ ଆସୁଥିବା ଭକ୍ତମାନଙ୍କୁ ନିଜସ୍ୱ ଘୋଷଣା ପତ୍ର ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏଥି ନିମନ୍ତେ ଶ୍ରୀମନ୍ଦିର ପାଖରେ ଏକ ହେଲ୍ପ ଡେସ୍କ…
ପରିଧାନ 2020ରେ ସକିନା ରେଡ୍ଡି
ବମ୍ବେ ଟାଇମ୍ସ ଫ୍ୟାଶନ୍ସ ଓ୍ବିକ୍ 2020ରେ ରାମ୍ପ ଶୋ’ରେ ଅଭିନେତ୍ରୀ ତମନ୍ନା ଭାଟିଆ
ନୂଆଦିଲ୍ଲୀ : ଚୀନ୍ର ବୁହାନ ସହରରୁ କରୋନା ଭାଇରସ୍ ବ୍ୟାପି ସାରା ଦୁନିଆରେ କୋକୁଆ ଭୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୁନିଆରେ 157 ଦେଶରେ କରୋନା ଭାଇରସ ବ୍ୟାପି ସାରିଲାଣି। କରୋନାରେ ମୃତ୍ୟୁର ହାର ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କରୋନା କବଳରେ ମୋଟ 6,515ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 1,69,524ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍ ପରେ ୟୁରୋପଠାରେ ସବୁଠୁ ଅଧିକ କରୋନା ବ୍ୟାପିଛି। ସ୍ପେନ୍ରେ 105 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୟୁରୋପରେ ମୋଟ 1,907ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଛି । ଇଟାଲୀରେ ରବିବାର ଦିନ 368ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତକଙ୍କ ସଂଖ୍ୟା1809ରେ ପହଞ୍ଚିଛି। ସେହିପରି କରୋନା ଆକ୍ରମଣରେ 24 ହଜାର 747ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଚୀନ୍ ପରେ କରୋନା ଭାଇରସ୍ ଯୋଗୁଁ ଇଟାଲୀରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଇରାନ୍ରେ କରୋନା ଯୋଗୁଁ 24…
ସମୀକ୍ଷା ବ୍ୟୁରୋ କଟକ : ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନରୁ ବଗି ଅଲଗା ହୋଇଥିବା ଖବର ମିଳିଛି। ଚାରିବାଟିଆ ଷ୍ଟେସନ ନିକଟରେ ଇଞ୍ଜିନ୍ ସହ 2ଟି ବଗି ଅଲଗା ହୋଇଯାଇଛି । ଭୁବନେଶ୍ବରରୁ ମୁମ୍ବାଇ ଯାଇଥିବା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍ର ଇଞ୍ଜିନ୍ ବଗି ଅଲଗା ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଥିଲେ ରେଳବାଇ କର୍ତ୍ତୃପକ୍ଷ । ମରାମତି ପରେ ପୁଣି ଥରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଛି ଟ୍ରେନ୍ଟି ।
ବ୍ରହ୍ମପୁର : ଏମ୍କେସିଜିକୁ ଫେରିଲେ କରେନା ସନ୍ଦିଗ୍ଧ । ବ୍ରହ୍ମପୁର ଏମ୍କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଦିଗ୍ଧ ଗତକାଲି ମେଡ଼ିକାଲ୍ରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀଙ୍କ ବାରଣ ପରେ ବାଇକ୍ ଯୋଗେ ହସ୍ପିଟାଲ୍ ଆସିଛନ୍ତି କରେନା ସନ୍ଦିଗ୍ଧ । 108 ଆମ୍ବୁଲାନ୍ସକୁ ଡକାଯାଇଥିଲା, କିନ୍ତୁ ନ ଆସିବାରୁ ସନ୍ଦିଗ୍ଧ ଜଣକ ବାଇ୍ରେ ଆସି ଏମ୍କେସିଜି କରୋନ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ, ପୁରୀ କୃଷ୍ଣପ୍ରସାଦ ଅଂଚଳର ପ୍ରଭାତ କୁମାର ପଲାଇ (୨୪)ଙ୍କୁ ଥଣ୍ଡା, କାଶ ତଥା କରୋନା ଲକ୍ଷଣ ଦେଖାଯିବା ପରେ ବ୍ରହ୍ମପୁର ଏମ୍କେସିଜି ଅନ୍ତଃବିଭାଗର ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇ ତାଙ୍କ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା । ଗତକାଲି ସେ ମେଡ଼ିକାଲ୍ରୁ କାହାରିକୁ କିଛି ନ ଜଣାଇ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଏନେଇ ଏମ୍କେସିଜି ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
କେଦାର ମିଶ୍ର ସାରା ପୃଥିବୀ ଲାଗି ଏକ ଅଭୂତପୂର୍ବ ସଙ୍କଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଏକ ଆନ୍ତର୍ଜାତିକ ଷଡଯନ୍ତ୍ର ବା ଏହା ପଛରେ ଏକ ମିଛ ଉଦବିଗ୍ନତା କାମ କରୁଛି କି? ଏମିତି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। କିଛି ଲୋକଙ୍କ କହିବା କଥା ହେଲା, ଏହା ନିର୍ଦ୍ଦିଷ୍ଟ ଉତ୍ପାଦନକୁ ବିକିବା ଲାଗି ଏକ ସୁଚିନ୍ତିତ ଯୋଜନା। ଏହାଠୁ ବଳି ବଡ ନିର୍ବୋଧତା ଆଉ କିଛି ହୋଇ ନପାରେ। କରୋନା ଭୂତାଣୁର ବିଶ୍ୱବ୍ୟାପୀ ସଂକ୍ରମଣରେ ସବୁଠୁ ବେଶୀ ସଙ୍କଟ ଅର୍ଥନୀତିରେ ସୃଷ୍ଟି ହୋଇଛି। ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଆଗରେ କରୋନା ସବୁଠୁ ବଡ ରାକ୍ଷସ ହୋଇ ଠିଆ ହୋଇଛି। ପୂରା ବିଶ୍ଵର ଅର୍ଥନୈତିକ ଗତିବିଧି ଠପ ହୋଇପଡିଥିବା ବେଳେ, ଆଗାମୀ ଦିନରେ ଏହାର ପ୍ରଭାବରେ ପୂରା ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଯାଇପାରେ। ତେଣୁ ଏହାକୁ ପୁଞ୍ଜିବାଦୀ ଷଡଯନ୍ତ୍ର କହିବା, ନିର୍ବୋଧତା ହେବ। କିଛି ଦିନ ଆଗରୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠାରୁ ଟୁଇନ୍ ସିଟି ଭୁବନେଶ୍ବର – କଟକ ଅଞ୍ଚଳରେ ଥିବା ସମସ୍ତ ମଲ୍ ବନ୍ଦ ରଖିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କରୋନା ପାଇଁ ଏହିସବୁ ମଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଓଡିଶା ସହରାଂଚଳ ପୋଲିସ ଆଇନର ଧାରା 35 ଅନୁସାରେ ଆଗାମୀ ମାର୍ଚ୍ଚ 31 ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ ।କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ମୁକାବିଲା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ 31 ଯାଏଁ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ କୁହାଯାଇଥିଲା । ସେହିପରି ମାର୍ଚ୍ଚ 31 ତାରିଖ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛିି ।…

