ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି । ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଜନତା କର୍ଫ୍ୟୁକୁ ନେଇ ପ୍ରତ୍ୟେକ ଲୋକ ନିଜ ଆଡ଼ୁ ଯୋଗାଦାନ ଦେବାରେ ଲାଗିଛନ୍ତି। ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ନିଜ ଢଙ୍ଗରେ ଲୋକମାନଙ୍କୁ ଅନୁପ୍ରାଣିତ କରୁଛନ୍ତି। ଜନତା କର୍ଫ୍ୟୁକୁ ନେଇ ଲୋକ ଗୀତ ଗାୟକ ପ୍ରୀତମ ଭରତୱାନ ମଧ୍ୟ ଏକ ଅଭିନବ ଏବଂ ଅତି ସୁମଧୁର ବାର୍ତା ଦେଇଛନ୍ତି । ସଠିକ ସୂଚନା ପ୍ରସାରିତ କରିବା ସହିତ ଉପଯୁକ୍ତ ସତର୍କତା ଅବଲମ୍ବନ କରୁଥିବାର ଗଣମାଧ୍ୟମ ଜଗତକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆଶା ଓ ସକାରାତ୍ମକତାର ବାର୍ତା ପ୍ରଚାର କରିବା ପାଇଁ ମଧ୍ୟ ସେ ଗଣମାଧ୍ୟମକୁ ପ୍ରଂଶସା କରିଛନ୍ତି । ‘ଜନତା କର୍ଫ୍ୟୁ’ ବାର୍ତା ପ୍ରଚାର କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ…
Author: Samikhsya Bureau
କଲେ ଭୁବନେଶ୍ବର, ଆଜି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଭାରତ ବର୍ଷ ତାଳି ମାରି ଥାଳି ବାଡେଇ ସ୍ବାସ୍ଥ୍ୟସେବାକାରୀଙ୍କୁ କରିଛନ୍ତି ଉତ୍ସାହିତ। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅପରାହ୍ନ ପାଞ୍ଚଟା ପୂର୍ବରୁ ନବୀନ ତାଙ୍କ ବାସଭବନ ଛାତ ଉପରକୁ ଯାଇଥିଲେ। ଯେତେବଳେ ପାଞ୍ଚଟା ବାଜିଲା ମୁଖ୍ୟମନ୍ତ୍ରୀ ପ୍ରଥମେ ତାଳି ମାରି ସ୍ବାସ୍ଥ୍ୟସେବାକାରୀଙ୍କ ଉତ୍ସାହିତ କରିଥିଲେ। କିଛି ସମୟ ପରେ ନବୀନ ଅଟା ବେଳନା ପଟାକୁ ବାଡେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଦୃଶ୍ୟ ବାହାରକୁ ଦେଖାଯାଉ ନ ଥିଲେ ମଧ୍ୟ ସେଠାରେ କିଛି ଲୋକ ରୁଣ୍ଡ ହୋଇଥିଲେ। ସେମାନଙ୍କୁ ଦେଖି ନବୀନ ହାତ ହଲାଇ ସ୍ବାଗତ କରିଥିଲେ।
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜି ଦେଶ ସାରା ସ୍ବାସ୍ଥ୍ୟ କର୍ମିଙ୍କୁ ତାଳିମାରି, ଘଣ୍ଟାଘଣ୍ଟି ବଜାଇ ସ୍ବାଗତ କରାଯାଇଛି। ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟରେ ଲୋକମାନେ ତାଳି ମାରି ହୁଳହୁଳି ଦେଇ ସେମାନଙ୍କ କାମକୁ ଉତ୍ସାହିତ କରିଛନ୍ତି। ତେବେ ଭୁବନେଶ୍ବରର ଲୋକସେବା ଭବନରେ ପରିବେଶ ଥିଲା ସଂପୂର୍ଣ୍ଣ ନିଆରା। ମୋଦୀଙ୍କ ଆହ୍ବାନରେ ଆଜି ଠିକ ପାଞ୍ଚଟା ବେଳେ ଲୋକସେବା ଭବନରେ ଏକଠି ହୋଇଥିଲେ ଓଡିଶା ସରକାରଙ୍କ ପାୱାରଫୁଲ ଅଫିସରଗଣ। ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ, ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ। ଏଥିସହିତ ସ୍ବାସ୍ଥ୍ୟ ବିଭାଗର ସଚିବ ନିକୁଞ୍ଜ ଧଳ ଏବଂ ଶାଳୀନି ପଣ୍ଡିତ ମଧ୍ୟ ଥିଲେ। ଠିକ ପାଞ୍ଚଟା ବାଜିବା ବେଳେ ସମସ୍ତେ ତାଳି ମାରି ସ୍ବାସ୍ଥ୍ୟ ସେବାକାରୀଙ୍କ ଉତ୍ସାହିତ କରିଥିଲେ। ଏପରିକି ପାଣ୍ଡିୟାନଙ୍କ ସହିତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଆଜି ସକାଳୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନତା କର୍ଫ୍ୟୁ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପ୍ରତି ଅଭୂତପୂର୍ବ ଏବଂ ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ। କୋଭିଡ-୧୯ର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବସ ଚଳାଚଳ ଏବଂ ଅନାବଶ୍ୟକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯିବାର ଜରୁରି ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରାଯାଇଥିଲା। ବିସ୍ତୃତ ବିଚାରବିମର୍ଶ ପରେ, କୋଭିଡ-୧୯ ପଜିଟିଭ କିମ୍ବା ମୃତ୍ୟୁ ମାମଲା ରିପୋର୍ଟ ହୋଇଥିବା ୭୫ଟି ଜିଲ୍ଲାରେ କେବଳ ବାଧ୍ୟତାମୂଳକ ସେବାକୁ ବାଦ ଦେଲେ ବାକିସବୁ ବନ୍ଦ ରଖିବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି…
ସମୀକ୍ଷା ବ୍ୟୁରୋ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ୟନ୍ତ ସାରା ଦେଶରେ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି। କରୋନା ଭୂତାଣୁ ଯେମିତି ସାଧାରଣ ସ୍ତରକୁ ନ ବ୍ୟାପେ, ତାରି ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ପରିବହନ ବ୍ୟବସ୍ଥାକୁ ବ୍ୟାହତ କରାଯାଇଛି। ରେଳ ଷ୍ଟେସନ ତଥା ବସ ଗୁଡିକରେ ଦେଖାଯାଉଥିବା ପ୍ରବଳ ଗହଳି ହୁଏତ ଭବିଷ୍ୟତରେ କରୋନା ସଂକ୍ରମଣକୁ ବ୍ୟାପକ କରିବାର ସମ୍ଭାବନା ରହିଛି। ଗତ ୧୫ ଦିନ ଭିତରେ ୧୨ ଜଣ କରୋନା ଆକ୍ରାନ୍ତ ରୋଗୀ ବିଭିନ୍ନ ରେଳରେ ଯାତ୍ରା କରିଥିବାର ସୂଚନା ଏହା ପୂର୍ବରୁ ରହିଥିଲା। ରେଳ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଦିଲ୍ଲୀରେ ମେଟ୍ରୋ ବ୍ୟବସ୍ଥାକୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ୟନ୍ତ ବନ୍ଦ ରଖାଯାଇଛି। ରାଜସ୍ଥାନ ଓ ପଶିମ ବଙ୍ଗ ସରକାର ଆନ୍ତଃ ରାଜ୍ୟ ବସ ସେବାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି। ଦେଶରେ ଏବେ ଅଧାରୁ ଅଧିକ ସ୍ଥାନରେ ସଂପୂର୍ଣ୍ଣ ତାଲା ବନ୍ଦ ଅବସ୍ଥା…
ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଜନତା କର୍ଫ୍ୟୁ ଜାରି ରହିଥିବା ବେଳେ ନାଗରିକ ସଂଶୋଧନ ଆଇନକୁ ବିରୋଧ କୁ ବିରୋଧ କରି ଦିଲ୍ଲୀର ଶାହିନ ବାଗରେ ଚାଲିଥିବା ଧାରଣା ସ୍ଥଳୀ ବାହାରେ ପେଟ୍ରୋଲ ବୋମା ମାଡ ହୋଇଛି। ଦିଲ୍ଲୀ ସରକାରଙ୍କ କଟକଣା ପରେ ଏବେ ମାତ୍ର ପାଞ୍ଚ ଜଣ ଧାରଣା ପ୍ରଦର୍ଶନକାରୀ ଶାହିନ ବାଗରେ ରହିଛନ୍ତି। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ କୁମାର ଜ୍ଞାନେଶ କହିଛନ୍ତି ଯେ ଧାରଣା ସ୍ଥଳୀଠୁ ଦୂରରେ ଏହି ବୋମା ମାଡ ହୋଇଥିଲା ଓ ଏଥିରେ କେହି ପ୍ରଭାବିତ ହୋଇ ନାହାନ୍ତି।
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ନେଇ ସାରା ବିଶ୍ଵ ଆଜି ଆତଙ୍କରେ। ଇତି ମଧ୍ୟରେ ଦେଶରେ ଏବେ ମୃତ୍ୟୁ ସଂଖ୍ୟା 6 ରେ ପହଞ୍ଚିଲାଣି। ସେହିପରି ରାଜସ୍ଥାନର ଜୟପୁରଠାରେ ଜଣେ ଇଟାଲୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଛି । କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଚେତନତା କରିବା ସହିତ ସତର୍କତା ମଧ୍ୟ ଅବଲମ୍ବନ କରୁଛନ୍ତି । ଡବ୍ଲଏଚ୍ଓ ଏହାକୁ ବିଶ୍ବ ମହାମାରୀ ଘୋଷଣା କରିବା ସହିତ ଏହା ଏବେ 187ଟି ଦେଶକୁ ବ୍ୟାପିଛି ବୋଲି ସୂଚନା ରହିଛି । ଆଜି ଗୋଟିଏ ଦିନରେ ଭାରତରେ ପ୍ରଥମଥର ପାଇଁ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଭାରତରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଆଜି ପ୍ରଥମ ମୃତ୍ୟୁ ମୁମ୍ଵାଇରେ ଘଟିଥିଲା। ଏଠାରେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ସେହିପରି…
ଭୁବନେଶ୍ବର, ଆଜି ରେଳବିଭାଗ ତରଫରୁ ଏକ ବଡ ନିଷ୍ପତି ନିଆଯାଇଛି। ନିଷ୍ପତି ଅନୁସାରେ ଆସନ୍ତା 31 ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ତେବେ ରାସ୍ତାରେ ଥିବା ଟ୍ରେନଗୁଡିକ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚିବା ପରେ ତାହା ବନ୍ଦ ହେବ। କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ରେଳ ବିଭାଗ ଏପରି ନିଷ୍ପତି ନେଇଛି। ପୂର୍ବରୁ ବିଭାଗ କେବଳ ଜନତା କର୍ଫ୍ୟୁ ପାଇଁ ଗୋଟିଏ ଦିନ ବନ୍ଦ ରଖିଥିଲା। ହେଲେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏପରି ନିଷ୍ପତି ନିଆଯାଇଛି। ଏଥିରେ ସମସ୍ତ ପ୍ରକାରର ଟ୍ରେନ ଯଥା ମେଲ, ଏକ୍ସପ୍ରେସ, ପ୍ୟାସେଞ୍ଜର ଏବଂ ଲୋକାଲ ଟ୍ରେନ ମଧ୍ୟ ସାମିଲ ରହିଛି। ତେବେ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି କୋଲକାତା ପରି କେତେକ ସ୍ଥାନରେ ଲୋକାଲ ଟ୍ରେନ ଚଳାଚଳରେ କୋହଳ କରାଯାଇଛି। ଆଜି ରେଳମନ୍ତ୍ରୀ ପିୟୁଶ ଗୋଏଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ତେବେ ଯେଉଁ…
ନୂଆଦିଲ୍ଲୀ, ଗତକାଲି ରାଜସ୍ଥାନ ସରକାର ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିବା ପରେ ଆଜି ପଂଜାବ ସରକାର ମଧ୍ୟ ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି। କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ କରାଯିବ ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ କହିଛନ୍ତି। ରାଜସ୍ଥାନ ପରେ ପଂଜାବ ହେଉଛି ଦ୍ବିତୀୟ ରାଜ୍ୟ ଯେ କି ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି। ତେବେ ଏହି ଲକ ଡାଉନରେ କେବଳ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ସେଗୁଡିକ ମଧ୍ୟରେ ରହିଛି ଔଷଧ ଦୋକାନ, ଖିର, ଖାଦ୍ୟ ସାମଗ୍ରୀ ପ୍ରଭୃତି ଦୋକାନ। ଏହି ଲକ ଡାଉନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପଂଜାବ କେତେର ଜିଲ୍ଲାରେ ଏହି ଲକ ଡାଉନ ନିୟମ ଲାଗୁ କରିବା…
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ ଡାଉନ ଘୋଷଣାର ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଭୁବନେଶ୍ବରର ଜନଗହଳି ରାସ୍ତା ସବୁ ଶୂନଶାନ ହୋଇଯାଇଛି। ମାର୍କେଟ ବିଲିଡିଂ, ବାପୁଜୀନଗର ପରି ବ୍ୟବସାୟିକ କେନ୍ଦ୍ରଗୁଡିକ ମଧ୍ୟ ଜନଶୂନ୍ୟ ହୋଇପଡିଛି। ନିମ୍ନ ଫଟୋଗୁଡିକ ସୂଚାଇ ଦେଉଛି ରାଜଧାନୀର ପରିସ୍ଥିତି କିପରି ରହିଛି।
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକଡାଉନ ଡାକରାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜନଗହଳି ପୂର୍ଣ୍ଣ ଭୁବନେଶ୍ବରରେ ଆଜି ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ରାସ୍ତାଘଟ ପୁରା ଜନଶୂନ୍ୟ ହୋଇପଡିଛି। ଟ୍ରାଫିକ ଛକରେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ ଗାଡିମୋଟରର ଦେଖାନାହିଁ। ସେହିପରି କଟକ, ସମ୍ବଲପୁର, ଝାରସୁଗୁଡାରେ ମଧ୍ୟ ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିଛି। ହେଲେ ନିୟମ ଅନୁସାରେ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି। ଯେଉଁମାନଙ୍କର କିଛି ଜରୁରୀ ରହିଛି ସେମାନେ କେବଳ ବାହାରକୁ ବାହାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଜନତା କର୍ଫ୍ୟୁକୁ ମିଳିଛି ଜନତା ସମର୍ଥନ। ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ପ୍ରଭ଼ତି ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକଙ୍କ ଚଳାଚଳ ନାହିଁ।…
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ଦିନ ସାତ ଟାରୁ ରାତି ନଅ ଟା ପର୍ୟନ୍ତ ସ୍ଵେଚ୍ଛାରେ ପୂରା ଦେଶ ନିଜକୁ ଘର ଭିତରେ ବନ୍ଦୀ କରି ରଖିବ ବୋଲି ଆମେ ଆଶା କରୁଛୁ। ପ୍ରଧାନମନ୍ତ୍ରୀ ଏହାକୁ “ଜନତା କର୍ଫ୍ୟୁ” ବୋଲି କହିଛନ୍ତି। ଯଦିଓ କର୍ଫ୍ୟୁ ସହିତ ସାମରିକ ଶାସନ ଓ ପୋଲିସ ବଳର ସମ୍ପର୍କ ରହିଛି, ତେଣୁ ସେମିତି ଏକ ଶବ୍ଦକୁ ଗଣତାନ୍ତ୍ରିକ ଶାସନର ମୁଖିଆ ବ୍ୟବହାର ନ କଲେ ଭଲ। ତେବେ ସାରା ଦେଶରେ ଗୋଟିଏ ଦିନ ସ୍ଵେଚ୍ଛା ସଙ୍ଗରୋଧ ହୁଏତ କରୋନା ସଂକ୍ରମଣର ଯେଉଁ ଧାରା ଚାଲିଛି, ତାକୁ କିଛିଟା ଅଙ୍କୁଶ ଲଗାଇପାରେ। ତେବେ ଗୋଟିଏ ଦିନ ଏଥିଲାଗି ଯଥେଷ୍ଟ ନୁହେଁ। ଆମେ ଓଡିଶାରେ ଗତ ସପ୍ତାହେ ହେଲା ପ୍ରାୟ କଟକଣା ଭିତରେ ରହିଛୁ। ରହିବାକୁ ଆମ ପାଇଁ ଅପରିହାର୍ୟ। ଗତ ସପ୍ତାହ ସାରା ଓଡିଶା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଛି ଓ…
ନୂଆଦିଲ୍ଲୀ, ଏଣିକି ବାହାର ଦେଶରୁ ଆଉ ଚିକିତ୍ସା ଉପକରଣ ଆମଦାନୀ କରାଯିବ ନାହିଁ। ଦେଶ ଭିତରେ ଏହି ଉପକରଣ ନିର୍ମାଣ କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ନିମ୍ନଲିଖିତ ଯୋଜନାଗୁଡିକୁ ମଞ୍ଜୁରି ଦେଇଛନ୍ତି – ୧) ୪୦୦ କୋଟି ଟଙ୍କା ବ୍ୟୟରେ ୪ଟି ଚିକିତ୍ସା ଉପକରଣ ପାର୍କରେ ସାଧାରଣ ଭିତିଭୂମି ସୁବିଧା ବିକାଶ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା ୨) ୩୪୨୦ କୋଟି ଟଙ୍କାର ବ୍ୟୟବରାଦ ସହିତ ଚିକିତ୍ସା ଉପକରଣଗୁଡିକୁ ସ୍ୱଦେଶୀଭାବେ ନିର୍ମାଣକୁ ପ୍ରୋତ୍ସାହନ ଲାଗି ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଉପରୋକ୍ତ ଯୋଜନା ଲାଗି ୨୦୨୦-୨୧ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥ ବ୍ୟୟ କରାଯିବ। ଏହି ନିଷ୍ପତିରେ କଣ ରହିଛି 1-ଚିକିତ୍ସା ଉପକରଣ ଏକ ବିକାଶଶୀଳ କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ ଉପଚାର ବଜାରର ସମସ୍ତ କ୍ଷେତ୍ରରେ ଏହାର…
ନୂଆଦିଲ୍ଲୀ : ରୋମ୍ରେ ଅଟକ ରହିଥିବା 300 ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବୋଇଙ୍ଗ 777 ବିମାନ ପଠାଇଛି ଏୟାର ଇଣ୍ଡିଆ । ଇଟାଲୀର ରୋମ୍ ସହରରେ ପାଠ ପଢୁଥିବା ଏହି ଛାତ୍ର ମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ବିମାନ ଶନିବାର ଦିନ ଯାତ୍ରା ଆରମ୍ଭ କରିଛି । ରବିବାର ସକାଳ ସୁଦ୍ଧା ଏହି ଛାତ୍ରମାନେ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି । ମାର୍ଚ୍ଚ 28 ତାରିଖରୁ ଦିଲ୍ଲୀ-ରୋମ୍ ଏବଂ ଦିଲ୍ଲୀ-ମିଲାନ୍ ବିମାନସେବାକୁ ଖାରଜ କରିଛି ଏୟାର ଇଣ୍ଡିଆ । ଉଲ୍ଲେଖଯୋଗ୍ୟ ଯେ, ଇଟାଲୀରେ କୋରୋନା ଭୟଙ୍କର ରୂପ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 4032 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)
ନୂଆଦିଲ୍ଲୀ, ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି ସମସ୍ତଙ୍କୁ କହିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଘରେ କ୍ୱାରେଂଟାଇନ (ପୃଥକ ହୋଇ ରହିବା) ଲାଗି କୁହାଯାଇଛି ସେମାନେ ତାହା ପାଳନ କରନ୍ତୁ। ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭୁଲିବେ ନାହିଁ-ସତର୍କ ରହିବେ ଭୟଭୀତ ନୁହେଁ! କେବଳ ଘର ଭିତରେ ରହିବା ଜରୁରି ନୁହେଁ ଆପଣ ରହୁଥିବା ସହର ଓ ନଗର ମଧ୍ୟରେ ରହିବା ମଧ୍ୟ ଜରୁରି। ଅନାବଶ୍ୟକ ଯାତ୍ରା ଆପଣଙ୍କୁ କିମ୍ବା ଅନ୍ୟମାନଙ୍କୁ ସହାୟକ ହେବ ନାହିଁ। ଏପରି ସମୟରେ, ଆମ ପକ୍ଷରୁ ପ୍ରତ୍ୟେକ ଛୋଟିଆ ପଦକ୍ଷେପ ଏକ ବଡ଼ ପ୍ରଭାବ ପକାଇବ। ଏହି ସମୟରେ ଡାକ୍ତର ଓ ପ୍ରଶାସନର ପରାମର୍ଶକୁ ଆମେ ମାନିବା ଉଚିତ । ଘରେ ଅଲଗା ହୋଇ ରହିବା ଲାଗି ଯେଉଁମାନଙ୍କୁ କୁହାଯାଇଛି, ସେମାନେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍ ଆତଙ୍କରୁ ଦେଶକୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁର ଆହ୍ବାନ ଦେଇଛନ୍ତି । ଏହାର ପ୍ରଭାବରେ ଦେଶବ୍ୟାପୀ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ବିଭିନ୍ନ ଟ୍ରେନ୍ର ଚଳାଚଳ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ଆସନ୍ତାକାଲି ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି । ପୂର୍ବରୁ ଯାତାୟତ କରିଥିବା ଟ୍ରେନ୍ ଗୁଡିକର ଯାତ୍ରାକୁ ବନ୍ଦ କରାଯିବ ନାହିଁ ମାତ୍ର ଆସନ୍ତା କାଲିର କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ । ଆସନ୍ତାକାଲି ପୂର୍ବତଟ ରେଳବାଇ ପକ୍ଷରୁ ସମୁଦାୟ 141ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବା ବେଳେ ତନ୍ମଧ୍ୟରେ 48ଟି ଏକ୍ସପ୍ରେସ୍ ଟ୍ରେନ୍ ଏବଂ 93ଟି ସାଧାରଣ ପାସେଞ୍ଜର ଟ୍ରେନ୍ ରହିଛି ।
ଛତିଶଗଡ : ଛତିଶଗଡରେ ପୁଣି ଏକ ନକ୍ସଲ ଏନକାଉଣ୍ଟର ଘଟିଛି । ମାଓ ଉପଦ୍ରୁତ ସୁକ୍ମାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଏନ୍କାଉଣ୍ଟର ଘଟି 6 ଜଣ ସୁରକ୍ଷାବଳ ଅଧିକାରୀ ଆହତ ହୋଇଛନ୍ତି । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ କମ୍ବିଂ ଅପରେସନ୍ କରାଯାଉଥିବା ବେଳେ ଅତର୍କିତ ଭାବରେ ନକ୍ସଲଙ୍କ ପକ୍ଷରୁ ହମ୍ଲା କରାଯାଇଥିଲା । ଚିନ୍ତାଗୁଫା ଜଙ୍ଗଲ ଅଞ୍ଚଳରେ ନକ୍ସଲଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ କରାଯିବା କାରଣରୁ ଏହି 6 ସୁରକ୍ଷା ଅଧିକାରୀ ଆହତ ହୋଇଥିଲେ । ଏହି ଏନ୍କାଉଣ୍ଟର ପରେ ସୁରକ୍ଷା ବଳ ଅଧିକାରୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି ।
ମୁମ୍ବାଇ : ଦେଶରେ କୋରୋନା ଭାଇରସ୍ର ସଙ୍କଟ ଦିନକୁ ଦିନ ବଢି ଚାଲିଥିବା ବେଳେ କ୍ରୀଡାପ୍ରେମୀଙ୍କ ପାଇଁ ଦୁସମ୍ବାଦ ମିଳିଛି । ଟି 20 କ୍ରୀଡାର ମହାକୁମ୍ଭ ଆଇପିଏଲ୍ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 24 ତାରିଖରେ ଆଇପିଏଲ୍ର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ଆଇପିଏଲ୍ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆସନ୍ତା ମଙ୍ଗଳବାର ଦିନ କନ୍ଫରେନ୍ସିଂ କଲ୍ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଉଲ୍ଳେଖଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 250 ଅତିକ୍ରମ କରିଛି । (ଏଜେନ୍ସି)
ଭୋପାଳ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ବିଦ୍ରୋହୀ ବିଧାୟକ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଏହି 22 ବିଧାୟକ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ବିଜେିପର ରାଜ୍ୟସଭା ପ୍ରାର୍ଥୀ ସିନ୍ଧିଆଙ୍କ ନେତୃତ୍ବରେ 22 ବାଗୀ ବିଧାୟକ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । 22 ବିଧାୟକଙ୍କ ସମେତ ଏହି ବୈଠକରେ ମଧ୍ୟପ୍ରଦେଶର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଏବଂ କୈଳାଶ ବିଜୟବର୍ଗୀୟା ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : କୋରୋନା ଭାଇରସ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପ୍ୟାକେଜ୍ର ଘୋଷଣା କରାଯାଇଛି । ଶନିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି । ବିଭିନ୍ନ ଔଷଧ ତଥା ଔଷଧୀୟ ସାମଗ୍ରୀ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ 14 ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ଆବଶ୍ୟକ ଔଷଧ ଦେଶରେ ମହଜୁଦ ରହିଛି । ମାତ୍ର କୋରୋନା ଅଧିକ ଦିନ ଧରି ଲାଗି ରହିଲେ ଦେଶରେ ଔଷଧର ସଙ୍କଟ ଦେଖା ଦେଇପାରେ । ତେଣୁ ସରକାର 14 ହଜାର କୋଟି ଟଙ୍କା ବିନିମୟରେ ଆବଶ୍ୟକୀୟ ଔଷଧ କିଣିବାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦେଶର ବିଭିନ୍ନ ସ୍ଥାନରେ ଏହି ଔଷଧ ନିର୍ମାଣ ପାର୍କ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତିନୋଟି ରାଜ୍ୟରେ ବଲ୍କ ଡ୍ରଗ୍ ପାର୍କ ନିର୍ମାଣ ପାଇଁ ଏହି ଅର୍ଥକୁ କ୍ୟାବିନେଟ୍…
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କୋରୋନାର ପ୍ରଭାବ ବଢି ଚାଲିଥିବା ବେଳେ ଦିଲ୍ଳୀ ମେଟ୍ରୋ ପକ୍ଷରୁ ଏହାର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ଗତକାଲି ଜନତା କର୍ଫ୍ୟୁ କାରଣରୁ ଦିଲ୍ଲୀ ମେଟ୍ରୋ ଚଳାଚଳକୁ 10ଟାରୁ 8ଟା ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ସୋମବାର ଠାରୁ ଦୈନିକ 6 ଘଣ୍ଟା ମେଟ୍ରୋ ଚଳାଚଳ କରାଯିବା ପାଇଁ ଘୋଷଣା କରାଯାଇଛି । ସୋମବାର ଠାରୁ ସକାଳ 8ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 8ଟା ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରାଯିବ ବୋଲି ଡିଏମ୍ଆର୍ସି ପକ୍ଷରୁ ସଳଚନା ଦିଆଯାଇଛି । ପ୍ରତି 20 ମିନିଟ୍ ଅନ୍ତରରେ ଗୋଟିଏ ଲେଖାଏଁ ମେଟ୍ରୋ ଚଳାଚଳ କରିବ ବୋଲି ଡିଏମ୍ଆରସି ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

