ମୁମ୍ବାଇ : କୋରୋନା ଭାଇରସ୍ କାରଣରୁ ବଲିଉଡ୍ ଇଣ୍ଡଷ୍ଟ୍ରି ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଦୁଇଟି ଫିଲ୍ମ ପୁନର୍ବାର ରିଲିଜ୍ ହେବାକୁ ଯାଉଛି । ନିକଟରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ବାଗୀ-3 ଏବଂ ଅଙ୍ଗ୍ରେଜୀ ମିଡିୟମ୍ ପୁନର୍ବାର ରିଲିଜ୍ ହେବ । ମାର୍ଚ୍ଚ 6ରେ ବାଗୀ -3 ରିଲିଜ୍ ହୋଇଥିବା ବେଳେ ମାର୍ଚ୍ଚ 13ରେ ଅଙ୍ଗ୍ରେଜୀ ମିଡିୟମ୍ ରିଲିଜ୍ ହୋଇଥିଲା । ମାତ୍ର ଦେଶରେ କୋରୋନା ଭାଇରସ୍ର ପ୍ରଭାବ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ରାଜ୍ୟରେ ଥିଏଟର ବନ୍ଦ କରିବାର ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ସିଧାସଳଖ ପ୍ରଭାବ ଏହି ଫିଲ୍ମ ଉପରେ ପଡିଥିବା ବେଳେ ଫିଲ୍ମର ପ୍ରଯୋଜକ ଫିଲ୍ମ ଦୁଇଟିକୁ ପୁନର୍ବାର ରିଲିଜ୍ କରାଇବାର ନିଷ୍ପତ୍ତି ନେଇଛନ୍ତି । (ଏଜେନ୍ସି)
Author: Samikhsya Bureau
ନୂଆଦିଲ୍ଲୀ : ଜଣେ ଭାରତୀୟ ଯବାନ କୋରୋନାରେ ଆକ୍ରାନ୍ତ ରହିଥିବା ଜଣା ପଡିବା ପରେ ଭାରତୀୟ ସେନା ପକ୍ଷରୁ କୋରୋନା ବିପକ୍ଷରେ ଯୁଦ୍ଧ ଘୋଷଣା କରାଯାଇଛି । ସମସ୍ତ ବୈଠକ ଏବଂ ସମରାଭ୍ୟାସକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଛି । ବୁଧବାର ସେନା ମୁଖ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମିତ ଯବାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ 4 ହଜାର ଯବାନଙ୍କୁ କ୍ବାରାଣ୍ଟାଇନ୍ ପାଇଁ ଆଇସୋଲେସନ୍ରେ ରଖାଯିବ । ଉଲ୍ଲେଖଯୋଗ୍ୟ ଯେ ଭାରତରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । (ଏଜେନ୍ସି)
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜୟଶଙ୍ଖପୁର ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଖରାବେଳେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ କୁଜଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୁଜଙ୍ଗ ଥାନା ଜୟଶଙ୍ଖପୁର ଗ୍ରାମର ରଶ୍ମୀ(ଛଦ୍ମନାମ) ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ କୁନା ବେହେରା ଘରକୁ ପଶି ଆସିଥିଲେ । କବାଟ ବନ୍ଦ କରି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳାଙ୍କ ପାଟି ଶୁଣି ଅନ୍ୟମାନେ ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୁକ୍ତ ମହିଳାଙ୍କ ଦୁଇଟି କାନଫୁଲ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ବାଲୁଗାଁରେ କୀଟନାଶକ ଔଷଧ ପିଇ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି। ବାଲୁଗାଁର ବୋରିଆସାହି ଅନ୍ତର୍ଗତ ଯୁଗଳ ବିଶ୍ବାଳଙ୍କ ପୁଅ ପବିତ୍ର ବିଶ୍ବାଳ (୪୦) ମାନସିକ ଦୁଶ୍ଚିନ୍ତା କାରଣରୁ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ବାଣପୁର କୋର୍ଟରେ ପବିତ୍ରଙ୍କ କୌଣସି ଏକ ମାମଲାର ଶୁଣାଣି ରହିଥିବା ବେଳେ ସେ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହିଥିବା ପବିତ୍ର ଗତକାଲି ରାତିରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଆଜି ସକାଳୁ ଗାଇ ଚରାଇବାକୁ ଯାଇଥିବା କିଛି ଲୋକ ପବିତ୍ରଙ୍କ ଶବ ଗାଁ ବାହାରର ଏକ ବିଲରେ ଦେଖିଥିଲେ। ଶବ ନିକଟରେ କୀଟନାଶକ ଔଷଧ ଏବଂ ପାଣି ବୋତଲ ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ପରସ୍ଥିତିରୁ ବିଷ ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପରିବାରକୁ ଖବର ଦିଆଯାଇଥିଲା। ପବିତ୍ରଙ୍କ ପତ୍ନୀଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ପୋଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ…
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ ପକ୍ଷରୁ ଅମ୍ପାୟାର ପ୍ୟାନେଲ୍ ଘୋଷଣା କରାଯାଉଛି । ଆଇସିସି ପକ୍ଷରୁ ବୁଧବାର ଘୋଷିତ ନୂତନ ତାଲିକାରେ ଦୁଇ ଜଣ ଭାରତୀୟ ମହିଳା ଅମ୍ପାୟାର ପ୍ୟାନେଲ୍ରେ ସ୍ଥାନ ପାଇଛନ୍ତି । ଦୁଇ ଭାରତୀୟ ମହିଳା ଅମ୍ପାୟାର ଜନନୀ ନାରାୟଣନ୍ ଏବଂ ବୃନ୍ଦା ରାଠୀଙ୍କୁ ସାମିଲ କରାଯିବା ପରେ ଆଇସସିର ଅମ୍ପାୟର ସଂଖ୍ୟା 12କୁ ବୃଦ୍ଧି ପାଇଛି । ଆଇସିସି ପକ୍ଷରୁ 100% କ୍ରିକେଟ୍ କାର୍ଯ୍ୟକ୍ରମ ଜରିଆରେ ଏହି ଦୁଇ ମହିଳାଙ୍କୁ ସାମିଲ କରାଯାଇଛି । ଆଇସିସିର ବରିଷ୍ଠ ମ୍ୟାନେଜର ଆଡ୍ରିଆନ୍ ଗ୍ରିଫିଥ୍ ଦୁଇ ଭାରତୀୟଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)
ମୁମ୍ବାଇ : କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଭିସ୍ତାରା । ଆସନ୍ତା ମାର୍ଚ୍ଚ 20 ତାରିଖରୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଟାଟାର ସହଯୋଗୀ କମ୍ପାନୀ ଭିସ୍ତାରା । କୋରୋନା ପ୍ରଭାବରୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକ୍ ଲଗାଯାଇଛି । କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ ଭାବରେ 11 ଦିନ ପାଇଁ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ 31,2020 ପରେ ସ୍ଥିତିର ସୁଧାର ଆସିଲେ ପୁନର୍ବାର ସେବା ଆରମ୍ଭ କରାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ ବୁଧବାର କୁହାଯାଇଛି । (ଏଜେନ୍ସି)
ଭୁବନେଶ୍ୱର, କରୋନାକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ ଭିଡିଓ କଂପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଏଭଳି ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି ବୋଲି ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି । ଏବେ ସାରା ଦେଶ ଏବଂ ରାଜ୍ୟରେ କରୋନାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ୱଚ୍ଛ ରହିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ଏକ ସମ୍ବେଦନଶୀଳ ସମୟରେ ଗୀତ ମାଧ୍ୟମରେ କରୋନା ସଂର୍ପକରେ ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ହେଲେ ତାହା ନକରି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ ଓଡିଶାର ନାରୀମାନଙ୍କୁ ଅସମ୍ମାନିତ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ବୁଧବାର ବାଲୁଗାଁରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିନ ୧୧ଟା ସମୟରେ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆର ମିଳିତ ଆନୁକୂଲ୍ୟରେ ବାଲୁଗାଁ ଏନ୍ଏସିରେ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ୍ ପ୍ରଭାବରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଅଭିବୃଦ୍ଧି କାରଣରୁ ସମଗ୍ର ବିଶ୍ବ ସ୍ତବ୍ଧ। ଏହି ଭୂତାଣୁ ଜନିତ ମହାମାରୀର ମୁକାବିଲା କରିବା ପାଇଁ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆ, ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀଙ୍କ ପକ୍ଷରୁ ବାଲୁଗାଁ ସ୍ଥିତ ଗାନ୍ଧିଛକ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ରେଳ ଷ୍ଟେସନ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସାଧାରଣ ଜନତାଙ୍କୁ କରୋନା ଭୁତାଣୁ ଜନିତ ରୋଗ ନ ବ୍ୟାପିବା ସମ୍ବନ୍ଧରେ ବୁଝାଯିବା ସହିତ ବିନା ମୂଲ୍ୟରେ ହାତ ଧୁଆ ସାବୁନ ଓ ମାସ୍କ ପ୍ରଦାନ କରାଯାଇଥିଲା। ଶାଳିଆ ପ୍ରେସ୍ କ୍ଲବ୍ ସଦସ୍ୟ ସଭାପତି ଅଜିତ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର 4 ଜଣ ରାଜ୍ୟସଭା ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ବିଜୁ ଜନତା ଦଳର 4 ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ 4 ବିଜେଡି ପ୍ରାର୍ଥୀ ମମତା ମହାନ୍ତ, ମୁଜିବୁଲ୍ଲା ଖାଁ, ସୁଜିତ୍ କୁମାର ଏବଂ ସୁବାଷ ଚନ୍ଦ୍ର ସିଂଙ୍କୁ ନିର୍ବାଚିତ ବୋଲି ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍2, 2020ରେ 4 ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ବିଜେଡି ପକ୍ଷରୁ ଏହି ଚାରି ଜଣଙ୍କୁ ମନୋନୀତ କରାଯାଇଥିଲା ।
ଭୁବନେଶ୍ୱର : ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ହେଲେ ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି କିମ୍ବା ଯେଉଁମାନେ ରୋଗୀ ସେବାରେ ନିୟୋଜିତ ଅଛନ୍ତି ସେମାନେ ପିନ୍ଧିବେ। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ବର୍ତ୍ତମାନ ଭୟରେ ସମସ୍ତେ ମାସ୍କ ପିନ୍ଧି ଏହାର ଅଭାବ ସୃଷ୍ଟି କରୁଛନ୍ତି। ସେପରି କରିବା ଆବଶ୍ୟକ ନାହିଁ ବୋଲି ବାଗଚୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ବର୍ତ୍ତମାନ ଓଡିଶାରେ କରୋନାର ସ୍ଥିତି ସଂପର୍କରେ ମଧ୍ୟ ଅବଗତ କରାଇବା ସହିତ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ। ସେଗୁଡିକ ହେଲା * ଅଦ୍ୟାବଧି ଓଡ଼ିଶାରେ ୪୭ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୪୬ଟି କରୋନା ନେଗେଟିଭ୍ ଥିବାବେଳେ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛି । * ସଂକ୍ରମିତ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରାଯାଇ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍ ଆତଙ୍କ କାରଣରୁ ବିଭିନ୍ନ ଟ୍ରେନ୍ର ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ଲାଟଫର୍ମ ଟିକଟର ମୂଲ୍ୟ ଆକାଶ ଛୁଇଁଛି । ପୂର୍ବରୁ ପ୍ଲାଟଫର୍ମ ଟିକଟର ମୂଲ୍ୟ 10 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 50 ଟଙ୍କାରେ ପହଞ୍ଚିଛି । ଷ୍ଟେସନରେ ଅଯଥା ଭିଡରୁ ମୁକ୍ତି ପାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ବିଶାଖାମପଟ୍ଟନମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ରାୟଗଡା ଏବଂ ସମ୍ବଲପୁର ଷ୍ଟେସନ୍ ପାଇଁ ଏହି ଦରବୃଦ୍ଧି ଘୋଷଣା କରାଯାଇଛି । ବିଶାଖାପଟ୍ଟନମ୍ରେ ଏହି ନିୟମ ଲାଗୁ କରାଯାଇଛି ।
ନୂଆଦିଲ୍ଲୀ: କରୋନାଭାଇରସ୍ ବିସ୍ଫୋରଣ ହେତୁ କ୍ରିକେଟ୍ ଜଗତ ସ୍ଥିର ହୋଇପଡିଛି। ଯାହାଫଳରେ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟମାନେ ସେମାନଙ୍କ ଅବିରତ କାର୍ଯ୍ୟସୂଚୀରୁ ବିରତି ପାଇଛନ୍ତି। କରୋନାଭାଇରସ୍ ହେତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ବାତିଲ ହୋଇଯାଇଛି। ତେବେ ଖେଳାଳିମାନେ କ୍ରିକେଟ୍ ପଡ଼ିଆଠାରୁ ଦୂରରେ ରହିଥିବାରୁ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନର ବାର୍ତ୍ତାଦେଉଛନ୍ତି। ଅଧିନାୟକ ବିରାଟ କୋହଲି କହିଛନ୍ତି, “ଚାଲନ୍ତୁ ଦୃଢ ରହିବା ଏବଂ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି କରୋନା ଭାଇରସ ବିପର୍ଯ୍ୟୟର ମୁକାବିଲା କରିବା। ନିରାପଦରେ ରୁହନ୍ତୁ, ସଜାଗ ରୁହନ୍ତୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମନେରଖନ୍ତୁ, ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ଭଲ। ଦୟାକରି ସମସ୍ତେ ନିଜ ନିଜର ଯତ୍ନ ନିଅନ୍ତୁ।” ଦିନିକିଆ ଦଳର ଉପ-ଅଧିନାୟକ ରୋହିତ ଶର୍ମା ନିଜେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲୋକମାନଙ୍କୁ “ଟିକିଏ ସ୍ମାର୍ଟ, ଟିକିଏ ସକ୍ରିୟ” ହେବାକୁ କହିଛନ୍ତି ଏବଂ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ପକ୍ଷରୁ କରୋନା ଭାଇରସ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଓ ଜନସାଧାରଣଙ୍କ ସଚେତନତା ନିମନ୍ତେ ସହରର ୨୧ଟି ୱାର୍ଡରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ୨୧ଟି ଫ୍ଲେକ୍ସ ବ୍ୟାନର, ଏକ ହଜାର ପୋଷ୍ଟର ସମସ୍ତ ୱାର୍ଡରେ ଲଗାଯାଇଥିବା ବେଳେ ୪ ହଜାର ଲିଫଲେଟ୍ ବଂଟନ କରାଯାଇଛି। ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଏକ ସଚେତନତା ଷ୍ଟଲ ଖୋଲାଯାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସମସ୍ତ ସ୍ୱଚ୍ଛସାଥୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି। ସମସ୍ତ ସ୍ୱଚ୍ଛସାଥୀ, ସୁପରଭାଇଜର ଓ ୱାର୍ଡ ଅଧିକାରୀମାନେ ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ନମ୍ବର କେନାଲକୁ ପରିଷ୍କାର କରାଯାଇ ଜୀବାଣୁ ନାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସରଳାଦେବୀ କଲ୍ୟାଣ ମଣ୍ଡପ ଷ୍ଟେଟ ବ୍ୟାଙ୍କ ସମ୍ମୁଖ କଲ୍ୟାଣ ମଣ୍ଡପକୁ ଉତ୍ସର୍ଗୀକୃତ ଭାବେ ଅସ୍ଥାୟୀ ସଂଘରୋଧ ଆଶ୍ରୟସ୍ଥଳୀ ଭାବେ ପରିଣତ କରାଯାଇଛି। ସହରରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ପରାମର୍ଶ । ଆତଙ୍କିତ ନ ହୋଇ ଲଢିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ରାଜ୍ୟପାଳ । ସୁରକ୍ଷିତ ରହିବା ସହ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ଅନୁରୋଧ କଲେ ରାଜ୍ୟପାଳ । ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଜିତିଛି । କରୋନାକୁ ରୋକିବା କ୍ଷେତ୍ରରେ ବି ଓଡ଼ିଶା ଆଦର୍ଶ ଭୂମିକା ନେବ ବୋଲି କହିଛନ୍ତି ରାଜ୍ୟପାଳ । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବେଶ୍ ସତର୍କ ରହିବା ସହିତ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକମାନଙ୍କୁ ସତର୍କ ରହିବା ସହ ଗୁଜବଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ ଏବେ ପଞ୍ଜିକୃତ ହୋଇଛି। ବିଦେଶରୁ ଆସିଥିବାରୁ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକୃତ ହୋଇଛି। ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଭଉଣୀଙ୍କ ନାମ ପଞ୍ଜୀକରଣ ନେଇ ଟୁଇଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ। ବିଦେଶରୁ ଆସୁଥିବା ସମସ୍ତଙ୍କୁ ନାମ ପଞ୍ଜୀକରଣ ପାଇଁ ନବୀନ ଅପିଲ୍ କରିଛନ୍ତି। ଭାଇରସ ସଂକ୍ରମଣରୁ ରକ୍ଷା କରିବାରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ନବୀନ। ସେହିପରି ଏହି ପୋର୍ଟାଲ୍ରେ ଗଜପତି ମହାରାଜା, ଆଇଏସ୍ ଭିନିଲ୍ କ୍ରିଷ୍ଣା ମଧ୍ୟ ପଞ୍ଜିକରଣ କରି ନିଜକୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିଛନ୍ତି । ଗତ କାଲି ରାଜ୍ୟସରକାର କରୋନା ଭାଇରସ ପାଇଁ ସ୍ୱତନ୍ତ୍ର ୱେବସାଇଟ ଜାରି କରିବା ପରେ ଗତକାଲି 1239 ଜଣ ୱେବସାଇଟରେ ନିଜ ନାମକରଣ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ପିଲାମାନେ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଘରେ ଖାଦ୍ୟ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତିନିରୁ ଛଅ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଘରେ ଶୁଖିଲା ରାସନ ପହଞ୍ଚାଯିବ । ଖାଦ୍ୟ ଘରେ ପହଞ୍ଚାଇବା ନେଇ ଅଙ୍ଗନାବାଡି କର୍ମୀ ଏବଂ ସହାୟିକାଙ୍କୁ ରାଜ୍ୟ ସରକାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ମଲ୍ ଆଦିକୁ ୩୧ ତାରିଖ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନ ରହିବା ପାଇଁ କୁହାଯାଇଛି। ସ୍ୱଚ୍ଛତା ଅବଲମ୍ବନ କରିବା ସହିତ ସାନିଟାଇଜରରେ ହାତ ଧୋଇବାକୁ ସେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଦୃଷ୍ଟିରୁ ରାଜ୍ୟର ବ୍ୟାଙ୍କଗୁଡ଼ିକ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଅର୍ଥ ବିଭାଗ ତରଫରୁ ବ୍ୟାଙ୍କକୁ କରୋନା ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବ୍ୟାଙ୍କ ଶାଖା ଓ ଏଟିଏମ୍ରେ କରୋନା ସଚେତନତା ପୋଷ୍ଟର ଲଗାଯିବ ବୋଲି ନିର୍ଦ୍ଦେଶରହିଛି । ଏଟିଏମମାନଙ୍କରେ ସାନିଟାଇଜର ରଖିବା ଗାଇଡଲାଇନକୁ ରଖାଯାଇଛି। ଏଥିସହିତ ଏଟିଏମ୍ ଭିତରକୁ ଜଣକରୁ ଅଧିକ ଗ୍ରାହକ ପଶି ପାରିବେ ନାହିଁ ନିର୍ଦ୍ଦେଶ ରହିଛି । ଠିକ୍ ଭାବେ ଏଟିଏମ୍ଗୁଡଇକ ସାନିଟାଇଜ୍ ହେଉଛି କି ନାହିଁ ତା’କୁ ଓସ୍ଡମା କର୍ମଚାରୀମାନେ ଦେଖିବେ ବୋଲି ନିର୍ଦ୍ଦେଶ ରହିଛି । ଠିକ୍ ଭାବେ ସାନିଟାଇଜ୍ ନ ହେଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ବ୍ୟାଙ୍କରେ ମଧ୍ୟ ଯଥା ସମ୍ଭବ ଗ୍ରାହକ ପ୍ରବେଶ କରିବା ଉପରେ ଧ୍ୟାନ ଦିଆଯିବାକୁ କୁହାଯାଇଛି । ଘରେ ରହି କିପରି ବ୍ୟାଙ୍କ ସେବା ପାଇପାରିବେ ସେ ନେଇ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସତର୍କତା ଓ ସଚେତନତା ଅବଲମ୍ବନ କରାଯାଉଛି । ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବେଶ୍ ସତର୍କ ହୋଇପଡିଛନ୍ତି । ସ୍କୁଲ, କଲେଜ, ମଲ୍ ବନ୍ଦ କରାଯିବା ସହ ଏବେ କଳ କାରଖାନା ଓ ଆଇଟି ସଂସ୍ଥା ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । କଳ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ କରୋନା ସଂକ୍ରମଣ ରୋକିବା ପାଇଁ ଜାରି ହେଲା ଗାଇଡ୍ ଲାଇନ୍ । ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ ନିର୍ଦ୍ଦେଶକଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । କର୍ମଚାରୀଙ୍କ ପାଇଁ ସାବୁନ୍ ଓ ହ୍ୟାଣ୍ଡଓ୍ବାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । କୌଣସି କର୍ମଚାରୀ ଅସୁସ୍ଥ ଅନୁଭବ କରୁଥିଲେ ଘରେ ରହିବାକୁ ପରାମର୍ଶ ।…
ସମୀକ୍ଷା ବ୍ୟୁରୋ ପୁରୀ : ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ରହିଥିବା ମହାପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କାକୁ ଉଠାଇ ଅଣାଯିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇ କୌଣସି ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ରହିଛି । ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିଯାଇଥିବାରୁ ଖାତାଧାରୀମାନେ ବ୍ୟାଙ୍କରୁ ଟଙ୍କା ଉଠାଣ କରିବାରେ ନେଇ ରୋକ୍ ଲଗାଯାଇଥିଲା। ଏହାପରେ ୟେସ୍ ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥଙ୍କ 545 କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଗତବର୍ଷ ମାର୍ଚ୍ଚ 19 ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ତେଣୁ ଆସନ୍ତାକାଲି ମାଚ୍ୟୁରିଟି ପୂରୁଥିବାରୁ ଟଙ୍କା ଉଠିବ ବୋଲି ଜଣାଯାଇଛି। ଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ଦେଖାଯାଇଥିବାବେଳେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ…
ମୁମ୍ବାଇ: ମହାମାରୀ କରୋନା ଭାରତରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି। ଏପର୍ଯ୍ୟନ୍ତ ଦେଶରେ 147ଟି ମାମଲା ଦେଖିବାକୁ ମିଳିଛି। କରୋନା ଭାଇରସ ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡୁଛି । ଭାରତରେ ଆୟୁର୍ବେଦିକ ପରମ୍ପରା ଅନ୍ତର୍ଗତ ତୁଲସୀ ଓ ନିମ୍ବ ପତ୍ରର ବ୍ୟବହାର ସର୍ବଦା ରୋଗ ପାଇଁ କରାଯାଇଥାଏ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ଏବେ ମୁମ୍ବାଇଠାରେ ନିମ୍ବ ଓ ତୁଳସୀ ପତ୍ରର ବ୍ୟବହାର ବେଶ୍ ବଢିଯାଇଛି । ଏଥିପାଇଁ ନିମ୍ବ ଓ ତୁଳସୀ ପତ୍ରର ଦାମ ମଧ୍ୟ ଅହେତୁକ ଭାବରେ ବୃଦ୍ଧି ହୋଇଛି । ଲୋକେ ଏହି ପତ୍ରକୁ ଚ’ ତଥା କାଢା ପ୍ରସ୍ତୁତିରେ ବ୍ୟବହାର କରୁଛନ୍ତି। ମୁମ୍ବାଇର ଦାଦର ନିକଟସ୍ଥ ଏକ ଫୁଲ ବଜାରରେ ତୁଳସୀ ପତ୍ର 15ରୁ 20 ଟଙ୍କାରେ ମିଳୁଥିବାବେଳେ ଏବେ ଏହା 40ଟଙ୍କାରେ ପହଞ୍ଚିଛି। ଲୋକେ କରୋନାକୁ ଡରି ଏହି ପତ୍ରଗୁଡିକୁ କିଣୁଥିବାର ଦୋକାନୀ କହିଛନ୍ତି। ଅପରପକ୍ଷେ…
ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ, ପ୍ରାଣୀ ସଂପଦ ବିଭାଗରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ସହିତ ବ୍ଲକ ସ୍ତରରେ ୨୪ ଘଣିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ। ବୈଠକର ବିବରଣୀରୁ ଜିଲ୍ଲାରେ ୧୪୨୫୯ ନଳକୂପ ମଧ୍ୟରୁ ୧୪୨୫୨ ଟି କାର୍ଯ୍ୟକ୍ଷମ ରହିଛି ବୋଲି ଜଣାପଡିଛି। ଜିଲ୍ଲାରେ ବାଲିକୁଦା,ଏରସମା ଓ କୁଜଙ୍ଗ ବ୍ଲକର ୪୬ଟି ଗ୍ରାମରେ ପାନୀୟ ଜଳର ସ୍ୱଳ୍ପତାକୁ ଦୃଷ୍ଟିରେ ରଖି ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଜିଲ୍ଲାରେ…

