Author: Samikhsya Bureau

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାର ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏନେଇ ସମସ୍ତ ଅନ୍ତର୍ଜାତୀୟ ବିମାନଙ୍କୁ ଦେଶରେ ଅବତରଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉପରେ ଏହି କଟକଣା ଲଗାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ କାରୋନାରେ ୨୫ ବିଦେଶୀ ନାଗରିକଙ୍କ ସମେତ ୧୭୩ ଜଣ ଆକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଚାରି ଜଣ ଲୋକ କରୋନା ଭୂତାଣୁ ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। (ଏଜେନ୍ସି)

Read More

ନୂଆଦିଲ୍ଲୀ: କରୋନା ଜୀବାଣୁ ନେଲା ଆଉ ଏକ ଜୀବନ। ପଞ୍ଜାବର ୭୦ ବର୍ଷୀୟ ଜଣେ ବୃଦ୍ଧ ଏହି ଜୀବାଣୁ ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ଭାରତରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ଚାରିଜଣଙ୍କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ କାରୋନାରେ ୨୫ ବିଦେଶୀ ନାଗରିକଙ୍କ ସମେତ ୧୭୩ ଜଣ ଆକ୍ରାନ୍ତ ଅଛନ୍ତି। ବୁହାନ ସହରରୁ ବ୍ୟାପିଥିବା ଏହି ଜୀବାଣୁ ସାରା ବିଶ୍ବରେ ବଢିଚାଲିଥିବା ବେଳେ ଚୀନରେ କିନ୍ତୁ ସ୍ଥିତି ସାମାନ୍ୟ ହେବାକୁ ଯାଉଛି। ଏନେଇ ଭାରତ ସରକାର ଏବଂ ରାଜ୍ୟସରକାର କରୋନା ଜୀବାଣୁର ମୁକାବିଲା ପାଇଁ ବହୁ ପଦକ୍ଷେପମାନ ନେଉଛନ୍ତି। ଦେଶରେ ବହୁକଟକଣା ଲଗାଇବା ସହ ଲୋକମାନକୁ ସଚେତନ କରିବାପାଇଁ ବ୍ୟାପକ କାର୍ଯ୍ଯକ୍ରମ କରୁଛନ୍ତି। (ଏଜେନ୍ସି)

Read More

ମେନପୁରୀ (ୟୁପି): ଉତ୍ତରପ୍ରଦେଶର ଧାରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୋରି କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ଜଣେ ସମ୍ପର୍କୀୟଙ୍କ ଘରୁ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହେବା ପରେ ଜନୈକ ବ୍ୟକ୍ତିଜଣଙ୍କ ତାଙ୍କ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟଯେ, ବୁଧବାର ବିଳମ୍ବିତ ରାତିରେ ବାପା ସୁଖଦେବ ଶର୍ମା ତାଙ୍କ ଝିଅ – ନେହା, (୧୮) ଏବଂ ଅନାମିକା(୨୦) କୁ ହତ୍ୟା କରିଥିଲେ। ଏସପି ଓମ ପ୍ରକାଶ ସିଂ କହିଛନ୍ତି ଯେ ଅଭିଯୁକ୍ତଙ୍କ ପରିବାର ମଙ୍ଗଳବାର ଦିନ ଗାଁର କିଛି ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ। ଜଣେ ସମ୍ପର୍କୀୟଙ୍କ ମୋବାଇଲ୍ ଚୋରି ହୋଇଥିଲା ଏବଂ ଦୋଷ ନେହା ଏବଂ ଅନାମିକାଙ୍କ ଉପରେ ପଡିଥିଲା। ଯଦିଓ ଏହି ଅଭିଯୋଗ ପ୍ରମାଣିତ ହୋଇନଥିଲା, ଶର୍ମା ଏତେ ରାଗି…

Read More

କନ୍ଦର୍ପ ବେହେରା ରେଢାଖୋଲ:  ସାରା ବିଶ୍ୱରେ କରନା ଭାଇରସ୍ ହଜାର ହଜାର ଜୀବନ ମାରିସାରିଥିବା ବେଳେ ଆମ ଦେଶରେ ମଧ୍ୟ ବହୁ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । ସରକାର ମଧ୍ୟ ସଜାଗ ହେବାକୁ ବାରମ୍ବାର ସଚେତନ କରୁଛନ୍ତି ହେଲେ ଓଡିଶାରୁ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇଥିବା ଦାଦନ ଶ୍ରମିକ ତଥା ବିଭିନ୍ନ କଂପାନୀରେ କାମ କରୁଥିବା ଲୋକମାନେ କରୋନା ଭାଇରସ୍ ଭୟରେ ଘରକୁ ଫେରିଆସୁଥିବା ଜଣାପଡିଛି । ସେମାନଙ୍କ ପ୍ରତି ସରକାର ତୀକ୍ଷଣ ନଜର ରଖିବାର ଆବଶ୍ୟକତା ରହିଥିବା ବେଳେ ରେଢାଖୋଲ ଅଂଚଳକୁ ଗତକାଲି ରାତିଠାରୁ ବହୁ ଲୋକ କୋରନା ଭୟରେ ଘରକୁ ଫେରିଛନ୍ତି । ମୁମ୍ବାଇ, ଗୁଜୁରାତ ,ସୁରତ ଅଂଚଳରୁ ଫେରିଛନ୍ତି ସେମାନେ । ବାହାର ରାଜ୍ୟରୁ ଟ୍ରେନ୍ ମାଧ୍ୟମରେ ଫେରୁଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ ହେବା କଥା । କିନ୍ତୁ ଯେଉଁମାନେ ଆସୁଛନ୍ତି ସେମାନେ କୌଣସିପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି । ଗତକାଲି ରାତିରେ…

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଶିକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାର ଏବେ ଯେଉଁ ଗ୍ରାମରେ ଥିବା ବିଦ୍ୟାଳୟରେ ୨୦ ରୁ କମ୍ ଛାତ୍ରଛାତ୍ରୀ ଥିବେ ସେଇ ବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ କରିଦେଉଛନ୍ତି। ପାଖ ସ୍କୁଲ ଥିଲେ ସେଇ ବିଦ୍ୟାଳୟରେ ମିଶ୍ରଣ କରିଦେଉଛନ୍ତି। ଯା ଫଳରେ ଜଙ୍ଗଲ ଭିତରେ ଥିବା ଗାଁ ଗୁଡିକର ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧାର ସମ୍ମୁୁଖିନ ହେଉଛନ୍ତି। ସେମିତି ଏକ ବିଦ୍ୟାଳୟ ରହିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ଗରଗଡବାହାଳ ଗ୍ରାମପଂଚାୟତର କୁସୁମବାହାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ। ଗ୍ରାମର ଲୋକମାନେ ବହୁବର୍ଷ ତଳେ ବହୁ ଉଦ୍ୟମ କରି ଏହି ବିଦ୍ୟାଳୟଟି ସ୍ଥାପନ କରିଥିଲେ। ବର୍ତ୍ତମାନ ସରକାରଙ୍କ ନୂଆ ଶିକ୍ଷା ନୀତି ଯୋଗୁଁ ବିଦ୍ୟାଳୟଟି ସବୁଦିନପାଇଁ ବନ୍ଦ ହେବାକୁ ଯାଉଛି। ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟରେ ୨୦ ରୁ କମ୍ ପିଲା ପାଠ ପଢୁଛନ୍ତି।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌କୁ କଡାକଡି କରିଛନ୍ତି । ମଦ ଦୋକାନରେ ଧାଡିରେ ଆସି ମଦ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଦ ଦୋକାନ ଧାଡ଼ିରେ ଗ୍ରାହମଙ୍କ ମଧ୍ୟରେ ଅତି କମ୍‌ରେ ଏକ ମିଟର ଦୂରତା ପାଇଁ ନିର୍ଦ୍ଦେଶ ରହିଛି। ଗ୍ରାହକଙ୍କୁ ଦେବା ପୂର୍ବରୁ ମଦ ବୋତଲ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କ ଗହଳି ନ କରିବାକୁ ନିର୍ଦ୍ଦେଶ ରହିଛି । ଅପରପକ୍ଷରେ କରୋନା ପାଇଁ ସବୁ ଜିଲ୍ଲା ମୁଖ୍ୟ କାରାଗାରରେ ଇ-ମୁଲାକାତ ଆରମ୍ଭ ହୋଇଛି। ଭିଜିଟର୍‌ ରୁମ୍‌ରେ ସ୍କାଇପ୍‌ ଜରିଆରେ କଏଦୀଙ୍କ ସହ ସାକ୍ଷାତ କରାଯିବାର ବ୍ୟବସ୍ଥା କରାଯାଇଛି। ଦୁଇରୁ ତିନି ମିନିଟ୍‌ ପାଇଁ କଏଦୀଙ୍କ ସହ ସାକ୍ଷାତ ବ୍ୟବସ୍ଥା କରାଯାଇଛି। ଆଜି ଚୌଦ୍ବାର ଜେଲ୍‌ରେ 25ରୁ ଅଧିକ ଲୋକ ଇ ମୁଲାକାତ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସାରା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 166ରେ ପହଞ୍ଚିଥିବାବେଳେ ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ ସତର୍କତା ଅବଲମ୍ବନ କରୁଛନ୍ତି । ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ମଲ୍‌ ଆଦିକୁ ମାର୍ଚ୍ଚ 31 ଯାଏଁ ବନ୍ଦ ରଖାଯାଇଥିବାବେଳେ ଆଜି ରାଜ୍ୟ ସରକାର କରୋନା ସତର୍କତା ପାଇଁ ସେଲୁନ, ପାର୍ଲର, ସ୍ପା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଯାଏଁ ଏସବୁ ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ । ଗ୍ରାହକଙ୍କ ସହ ଏକ ମିଟର ଦୂରତା ସମ୍ଭବ ନଥିବାରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗହଳି ରୋକିବା ପାଇଁ ଭୁବନେଶ୍ଟରେ ଥିବା ସମସ୍ତ ହାଟଗୁଡିକୁ ମଧ୍ୟ ସକାଳ 6ଟାରୁ ସନ୍ଧ୍ୟା 6ଟା ଯାଏଁ ଖୋଲାଯାଉଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଗ୍ରୋସରୀ ଦୋକାନ, ଔଷଧ ଦୋକାନ…

Read More

ମୁମ୍ବାଇ : ସାରା ବିଶ୍ବରେ କରୋନା ତା’ର ପ୍ରକୋପ ଜାରି ରଖିଛି । ଭାରତରେ ଏହି ଭାଇରସ୍‌ ଯୋଗୁଁ 166ଜଣ ସଂକ୍ରମିତ ହୋଇଥିବାବେଳେ ତିନିଜଣଙ୍କର ମୃତ୍ୟୁ ଘଟିଛି । । ଭାରତର ସବୁଠାରୁ ବ୍ୟସ୍ତ ବହୁଳ ତଥା ମାୟାନଗରୀ ମୁମ୍ବାଇ ସହରରେ ସବୁଠାରୁ ଅଧକ 42 ଜଣ ଆକ୍ରାନ୍ତ ରହିଛନ୍ତି । ଏନେଇ ମହାରାଷ୍ଟ୍ରରେ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଏହି କ୍ରମରେ ମୁମ୍ବାଇର ଡବାବାଲାମାନେ ସର୍ଭିସକୁ ମାର୍ଚ୍ଚ 31 ଯାଏଁ ବନ୍ଦ କରାଯାଇଛି। ସେହିଭଳି ମୁମ୍ବାଇର ହାଜି ଅଲି ଦରଗାହକୁ ମଧ୍ୟ ବନ୍ଦ କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ମହାରାଷ୍ଟ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଓ୍ବାର୍କ ଆର୍ଟ ହୋମ କରିବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ସ୍କୁଲ, କଲେଜ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସରକାର ଏନେଇ ବେଶ୍‌ ସତର୍କ ରହିଛନ୍ତି । ଏହି କ୍ରମରେ କରୋନାକୁ ଦୃଷ୍ଟିରେ ରଖି ୟୁଜିସି ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ୟୁଜିସି ଅଧୀନରେ ଥିବା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ମାର୍ଚ୍ଚ 31 ଯାଏଁ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସେହିପରି ମାର୍ଚ୍ଚ 31 ପର୍ଯ୍ୟନ୍ତ କୌଣସି ପ୍ରକାରର ଖାତା ଦେଖା କାର୍ଯ୍ୟ ମଧ୍ୟ ଚାଲିପାରିବ ନାହିଁ। ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।  ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ପରୀକ୍ଷା ତାରିଖ ଓ ଖାତା ଦେଖା ଉପରେ ନିଷ୍ପତ୍ତି ନିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଚୀନ୍‌ରୁ ବୁହାନ ସହରରୁ ଏହା ବ୍ୟାପି ଆଜି ବିଶ୍ବର ୧୭୬ଟି ଦେଶରେ ପହଞ୍ଚିଛି। ଚୀନ୍‌ ପରେ ଏହା ଇଟାଲୀ, ଇରାନ୍‌ ଓ ସ୍ବେନ୍‌ର ବିଶେଷ ଭାବରେ ବ୍ୟାପି ଚାଲିଛି। ଏହି ରୋଗରେ ସାରା ବିଶ୍ବରେ ମୃତକଙ୍କ ସଂଖ୍ୟା ୮,୯୬୯ ରହିଛି। ସାରା ବିଶ୍ବରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୩୪୫ ରହିଥିବାବେଳେ ଏହି ରୋଗରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି ୮୫,୭୪୫। ତେବେ ଚୀନ୍‌ରେ ଏହି ଭୟଙ୍କର ରୋଗ ଟିକେ ନିୟନ୍ତ୍ରଣକୁ ଆସିଥିବାବେଳେ ଇଟାଲୀରେ ଏହା ବେଶ୍‌ ଆତଙ୍କ ସୃଷ୍ଟି କରିଛି । ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୪୭୫ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ କରୋନାଠାରୁ ନ ଡରି ସତର୍କ ରହୁନ୍ତୁ।  ସତର୍କତା ଓ ସଚେତନତା ହିଁ ଏହି ରୋଗ କବଳରୁ ଆମେ ଏହାଠାରୁ ଦୂରେଇ ରହିପାରିବା । ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌…

Read More

ସମୀକ୍ଷା ବ୍ୟୁରୋ ପୁରୀ : କାଲିଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । କରୋନା ସତର୍କତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ମାର୍ଚ୍ଚ 31 ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ।  କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇପାରିବେ । ନୀତି କାନ୍ତି ପାଇଁ ସେବାୟତମାନେ ମନ୍ଦିରକୁ ପ୍ରବେଶ କରିପାରିବେ । କାଳିଆ ଦର୍ଶନ ପାଇଁ କରୋନା ଗ୍ରହଣ ସାଜିଛି । କରୋନା ଭୁତାଣୁ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିରରେ ଭକ୍ତମାନେ ଆସନ୍ତା ମାର୍ଚ୍ଚ 31 ଯାଏଁ ଦର୍ଶନ କରିପାରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷ୍ଣନ କୁମାର ।

Read More

ନୂଆଦିଲ୍ଲୀ : ବିବାଦ ମଧ୍ୟରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ ଆଜି ରାଜ୍ୟସଭାରେ ସଦସ୍ୟ ରୂପେ ଶପଥ ନେଇଛନ୍ତି । ରଞ୍ଜନ ଗୋଗେଇ ଶପଥ ନେବା ସମୟରେ କଂଗ୍ରେସ ନେତୃତ୍ବରେ ବିରୋଧୀର କିଛି ସାଂସଦ ଆଜି ହଙ୍ଗାମା କରିଛନ୍ତି । ନାରା ଲଗାଇବା ସହିତ ଗୃହତ୍ୟାଗ କରିଥିଲେ ବିରୋଧୀ । କଂଗ୍ରେସ ଓ ବିଏସପିର ସାଂସଦମାନେ ପ୍ରଥମେ ଗୃହ ମଧ୍ୟରେ ଜଷ୍ଟିସ୍‌ ଗୋଗୋଇଙ୍କ ଶପଥ ପାଠକୁ ବିରୋଧ କରିଥିଲେ। ଏହାପରେ ସିପିଆଇ, ଡିଏମକେ ଓ ଏମଡିଏମକେ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ। ଏହି ହୋହାଲ୍ଲା ମଧ୍ୟରେ ଜଷ୍ଟିସ ଗୋଗୋଇ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ତେବେ ଏହାକୁ ବିରୋଧୀ କରି ବିରୋଧୀ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଏହାର ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…

Read More

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ ପିଟିସନ୍‌ ଖାରଜ । ପଓ୍ବନର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମ୍‌କୋର୍ଟ । ସୂଚନାଯୋଗ୍ୟଯେ, ସୁପ୍ରିମକୋର୍ଟରେ ପଓ୍ବନ ଆବେଦନ ଏକ ରିଭ୍ୟୁ ପିଟିସନ ଦାଖଲ କରି ଅପରାଧ ସମୟରେ ସେ ନାବାଳକ ଥିଲା ବୋଲି ଦର୍ଶାଇଥିଲା। କୋର୍ଟ ଏହାକୁ ଖାରଜ କରିଛନ୍ତି। ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦଣ୍ଡ ଦେବାର ରହିଛି। ତେବେ ସମସ୍ତ ଦୋଷୀଙ୍କ ପାଖରେ ରହିଥିବା ସବୁ ବିକଳ୍ପ ଶେଷ ହୋଇଥିବାବେଳେ ଆସନ୍ତାକାଲି ଦୋଷୀମାନଙ୍କର ଫାଶୀ ହେଉଛି ନା ସେମାନେ ପୁଣି ଥରେ ଆଇନର ଗଳାବାଟ ଦେଇ ବଞ୍ଚୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ଗତ ସାତ ବର୍ଷ ଧରି ଏହି ମାମଲାର ବିଚାର ଚାଲିଥିବାବେଳେ ଫାଶୀ ଦଣ୍ଡାଦେଶ ନେଇ ଦୁଇ ଦୁଇଟି ତାରିଖକୁ ଅପରାଧୀମାନେ ବେଶ୍‌ ଚତୁରତାର ସହିତ ଏଡାଇ ଆସିଛନ୍ତି।  (ଏଜେନ୍ସି)

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ପାଟପୁର ପଂଚାୟତର ଜନୈକା ଡ଼ିଲର ବାଲିପାରୀ ଗ୍ରାମର ୧୪୦ ଜଣ ହିତାଧିକାରୀଙ୍କୁ ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ଖାଦ୍ୟ ନିରାପତ୍ତା ଆଇନ ଜରିଆରେ ପ୍ରଦାନ କରାଯାଉଥିବା ଚାଉଳ, ଗହମ ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି। ବ୍ରଜବାଳା କାଣ୍ଡିଙ୍କ ନାମରେ ଡ଼ିଲରସିପ ରହିଥିବାବେଳେ ଅନ୍ୟଜଣେ ବ୍ୟକ୍ତି ଏହାକୁ ପରିଚାଳନା କରୁଛନ୍ତି। ମାତ୍ର ବିଭିନ୍ନ ସମୟରେ ସାମଗ୍ରୀ ପ୍ରଦାନରେ ଅନିୟମିତତା କାରଣରୁ ଅନେକ ହିତାଧିକାରୀଙ୍କର ଦୁଇମାସରୁ ଅଧିକ ଚାଉଳ ଏବଂ ଗହମ ବକେୟା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବକେୟା ପ୍ରଦାନ କରାଯିବା ସହିତ ସମ୍ପୃକ୍ତ ଡ଼ିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଘଟଣା ସମ୍ପର୍କରେ ଯୋଗାଣ ଅଧିକାରୀ ବିବେକାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ତଦ୍ଦନ୍ତ ହେବାପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର୍‌ ମାଧ୍ୟମରେ 397.23 କୋଟି ଟଙ୍କା ଫେରିଛି । 389 କୋଟି ମୂଳଜମା ସହ ସୁଧ ବାବଦକୁ ପ୍ରାୟ 8 କୋଟି 23 ଲକ୍ଷଟଙ୍କା ଫେରିଛି । ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଏହି ଟଙ୍କା ଫେରିଛି । ୟେସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି ଜୟଦେବ ଦାସ । ସେହିପରି ଅବଶିଷ୍ଟ 156 କୋଟି ଟଙ୍କା ମାର୍ଚ୍ଚ 30ରେ ମାଚ୍ୟୁରିଟି ପରେ ଫେରିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିଯାଇଥିବାରୁ ଏହି ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥଙ୍କ 545 କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଗତବର୍ଷ ମାର୍ଚ୍ଚ 19 ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍…

Read More

ନୂଆଦିଲ୍ଲୀ : ବୋଲ୍ଡ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୁନମ୍‌ ପାଣ୍ଡେ ପୁଣି ଥରେ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପୁନମ୍‌ ଏହି ପାର୍ଟିରେ ତାଙ୍କ ନୂତନ ବୟଫ୍ରେଣ୍ଡ ସହ ନଜର ଆସିଛନ୍ତି । ତେବେ ଏହି ଫଟୋରେ ସବୁଠୁ ମଜା କଥା ହେଉଛି ଏହି ଫଟୋରେ ପୁନମ୍‌ ତାଙ୍କ ବୟଫ୍ରେଣ୍ଡକୁ କିସ୍‌ କରୁଛନ୍ତି । କିନ୍ତୁ ଦୁହିଁଙ୍କ ମୁହଁରେ ରୁମାଲ୍‌ ବନ୍ଧା ହୋଇଛି । ଫଟୋଟି ସେୟାର ହେବାର କିଛି ମିନିଟ୍‌ ମଧ୍ୟରେ ଲକ୍ଷରୁ ଅଧିକ ଥର ଲାଇକ୍‌ ହୋଇସାରିଥିବାବେଳେ ଏହାକୁ ନେଇ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ ଆସିଛି । କେହି କେହି ଏହାକୁ ମାସ୍କବାଲା ଲଭ କହିଥିବାବେଳେ କେହି କେହି କରୋନା ପ୍ୟାର୍‌ ବୋଲି କହିଛନ୍ତି । ତେବେ ପୁନମ୍‌ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ କରୋନା କିସ୍‌ ବାଲା ଫଟୋ ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି ।  (ଏଜେନ୍ସି)

Read More

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାକୁ ନେଇ 166ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କରୋନା ଭାଇରସ୍‌ ଯେପରି ଆଗକୁ ଆଉ ନ ବ୍ୟାପେ ଏବଂ କିପରି ଏହାର ମୁକାବିଲା କରାଯିବ ସେ ନେଇ  ଲୋକଙ୍କୁ ସଚେତନ କରିବା ଲାଗି ସରକାର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଭାରତରେ 16ଟି ରାଜ୍ୟରେ କରୋନା ସଂକ୍ରମିତ ରହିଥିବାବେଳେ ମହାରାଷ୍ଟ୍ରରେ ଅଧିକ ରହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ୍‌ 5,7.9.11ରେ ଜେଇଇର ମେନ୍‌ ପରୀକ୍ଷା କରାଯିବା ପାଇଁ ସ୍ଥିର କରାଯାଇଥିଲା। ଏହି ପରୀକ୍ଷାରେ ଦେଶର ବିଭିନ୍ନ ସହରରେ ପରୀକ୍ଷା ସେଣ୍ଟର କରାଯାଇଥାଏ। ତେବେ ଦେଶରେ ବଢୁଥିବା କରୋନା ସଂକଟକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ତେବେ ପରୀକ୍ଷା କେବେ ସେନେଇ ମାର୍ଚ୍ଚ 31ରେ ଜଣାପଡିବ। କରୋନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

Read More

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀଠାରେ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି । ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ୍‌ରେ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ରୋଗୀ ଜଣକ ହସ୍ପିଟାଲ୍‌ର ସପ୍ତମ ମହଲାରୁ ଡେଇଁ ପ୍ରାଣତ୍ୟାଗ କରିଛନ୍ତି । 35 ବର୍ଷୀୟ ମୃତକ ଜଣକ ନିକଟରେ ଅଷ୍ଟ୍ରେଲିଆ ସିଡ୍‌ନୀରୁ ଫେରିଥିଲେ । ମୃତକ ଜଣକ ଗତ ଏକବର୍ଷ ଧରି ସିଡ୍‌ନୀରେ ରହୁଥିଲେ । ନୋଡାଲ୍‌ ଅଧିକାରୀଙ୍କ କହିବାନୁସାରେ ରୋଗୀ ଜଣଙ୍କୁ ରାତ୍ରି 9ଟା ସମୟରେ ଆଇଜିଆଇ ବିମାନ ବନ୍ଦରରୁ ସନ୍ଦିଗ୍ଧ ରୂପେ ଆଣି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡ ବଥା ହେଉଥିଲା ବୋଲି ସେ କହୁଥିଲେ । ଚୀନର ବୁହାନ ସହରରୁ ବ୍ୟାପିଥିବା କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ସର୍ବମୋଟ 166 ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶର…

Read More

ସମୀକ୍ଷା ବ୍ୟୁରୋ ଢେଙ୍କାନାଳ: ସଡକ ଦୁର୍ଘଟଣାରେ ଓଏସ୍‌ଏପିର ଜଣେ ମୃତ। ଓଏସ୍‌ଏପି ଫାଷ୍ଟ ବାଟାଲିଅନ୍‌ର ଜଣେ ଡେପୁଟି ସୁବେଦାର ମୃତ । ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପୁଲିସ୍‌ ଜିପ୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି।

Read More

କେଦାର ମିଶ୍ର ମହାମାରୀର ଇତିହାସ କହୁଛି, ରାଜନୈତିକ ଉଦାସୀନତା ଓ ସ୍ଵାର୍ଥପର ରାଜନୈତିକ ଉତ୍ସାହ କାରଣରୁ ମହାମାରୀ ଅଧିକ ଘାତକ ହୋଇଥାଏ। ଏହାର ଏକ ବଡ ଉଦାହରଣ ହେଉଛି, ୧୯୧୮ ମସିହାର ସ୍ପାନିଶ ଫ୍ଲୁ ବା ଇନଫ୍ଲୁଏଞ୍ଜା। ୧୯୧୮-୨୦ରେ ଏହି ମହାମାରୀ ପୃଥିବୀର ୫୦ କୋଟି ଲୋକଙ୍କୁ ସଂକ୍ରମିତ ହୋଇଥିଲା ଓ ସେଥିରେ ପ୍ରାୟ ପାଞ୍ଚ କୋଟି ଲୋକ ପ୍ରାଣ ହରାଇଥିଲେ। ସେତେବେଳେ ରାଜନୈତିକ ନିର୍ବୋଧତା ଓ ଜିଦ କାରଣରୁ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ। ଭାରତକୁ ଏହି ରୋଗ ପ୍ରଥମ ବିଶ୍ଵଯୁଦ୍ଧରେ ଭାଗ ନେଇଥିବା ସୈନିକମାନଙ୍କର ଏକ ଜାହାଜ ଦେଇ ଆସିଥିଲା ଓ ବର୍ଷେ ଭିତରେ ପ୍ରାୟ ଦୁଇ କୋଟି ଭାରତୀୟ ସେହି ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହି ମହାମାରୀର ପ୍ରଭାବରେ ଭାରତର ୬% ଜନସଂଖ୍ୟା କମିଯାଇଥିଲା। ସେତେବେଳେ ଏହି ଜାହାଜକୁ ରୋକିବାର ପ୍ରୟାସ ଯେ କରାଯାଇଥିଲା ତା ନୁହେଁ, ବ୍ରିଟିଶ ସରକାରଙ୍କ ନିର୍ବୋଧ ଜିଦ…

Read More