Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂତନ ଘୋଷଣା କରାଯାଇଛି । କୋଭିଡ୍‌-19 ଅଧିନିୟମ 2020ର ଧାରା 3 ଏବଂ 11 ଅନୁଯାୟୀ ଏହି କଟକଣା ଜାରି କରାଯାଇଛି । କୋଭିଡ୍‌-19 କାରଣରୁ ସମସ୍ତ ବାର୍‌, ରେଷ୍ଟୁରାଣ୍ଟ, କଫିସପ୍‌, କ୍ୟାଣ୍ଟିନ୍‌ ପରି ସ୍ଥାନକୁ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ପୂର୍ବରୁ 7 ଜଣ ଲୋକ ଏକତ୍ର ଛିଡାହେବା ଉପରେ କଟକଣା ଜାରି କରାଯାଇଛି । ବଜାର ଘାଟ, ସପିଂ କମ୍ପ୍ଲେକ୍ସ, ଗାଁ ହାଟ ପ୍ରଭୃତିକୁ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଥିବା ଦୋକାନ ଗୁଡିକ କାର୍ଯ୍ୟକରିବ ବୋଲି ଜଣାପଡିଛି । ବନ୍ଦ ହେବାକୁ ଥିବା ଦୋକାନର ତାଲିକା : 1. ଅଳଙ୍କାର ସୋରୁମ୍‌…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରବିବାର ଜନତା କର୍ଫ୍ୟୁ କାରଣରୁ ବିଭିନ୍ନ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯିବ । 22 ତାରିଖ ଭୋର ଚାରିଟାରୁ 22 ତାରିଖ ରାତି 10 ଟା ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ । ସକାଳ7ଟାରୁ ରାତି 9ଟା ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ନିଜ ଘରେ ବନ୍ଦ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଜାତୀୟ ରାଜଧାନୀ ନୂଆଦିଲ୍ଲୀ ପରି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଅଡ୍‌ ଇଭିନ୍‌ ନିୟମ । ଶନିବାର ଠାରୁ ଏହି ଅଡ୍‌ ଇଭିନ୍‌ ନିୟମ ଲାଗୁ କରାଯିବା ସହିତ କେବଳ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଯାତାୟତ କରିବ । ତେବେ ବ୍ୟକ୍ତିଗତ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି । କେବଳ ସର୍ବସାଧାରଣ ପରିବହନରେ ବ୍ୟବହୃତ ଗାଡିକୁ ଏହି ନିୟମରେ ସାମିଲ କରାଯିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସାକୁ ଏହି ଅଡ୍‌ ଇଭିନ୍‌ ନିୟମ ମଧ୍ୟରେ ସାମିଲ କରାଯାଇଛି । ଘରୋଇ ଗାଡି ବ୍ୟତିତ ସରକାରୀ ଗାଡି, ଡାକ୍ତର ଏବଂ ଡାକ୍ତରଖାନା ଗାଡିକୁ ଏହି ନିୟମ ପରିସରରୁ ବାହାରେ ରଖାଯାଇଛି । ଶନିବାର ଠାରୁ ଏହି ନିୟମ ଲାଗୁ କରାଯିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି ।

Read More

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତବାସୀ କରୋନାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଧୀରେ ଧୀରେ ଭାରତରେ କରୋନା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟିହୋଇଛି । ଏସବୁକୁ ଦୃଷ୍ଟିରେ ରଖି କରୋନା ଭାଇରସକୁ ମୁକାବିଲା ପାଇଁ ଦୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ନ୍ୟୁ ଏଜି କଲୋନୀ ୱାର୍ଡ଼ ନଂ-୨୮ରେ ଥିବା ଭେଣ୍ଡିଂଜୋନ ଏବଂ କଳିଙ୍ଗ ମାର୍କେଟରେ ଥିବା ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହ ହାତ ପରିଷ୍କାର ଥିଲେ ମଧ୍ୟ ବାରମ୍ବାର ସାବୁନ୍‌ରେ ହାତ ଧୋଇବା, କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ, ମାସ୍କ ଦ୍ୱାରା ଘୋଡ଼ାଇ…

Read More

ରାଞ୍ଚି : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଛନ୍ତି ବିଜେପି ବିଧାୟକ । ଝାଡଖଣ୍ଡ ବିଜେପି ବିଧାୟକ ସିପି ସିଂ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିବା ପରେ ବିଧାନସଭାରେ ହଙ୍ଗାମା ହୋଇଛି । ଦିନ 11ଟାରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକ ଇର୍ଫାନ୍‌ ଅନ୍‌ସାରୀ ସିଜେଆଇ ରଞ୍ଜନ ଗୋଗୋଇଙ୍କ ରାଜ୍ୟସଭା ମନୋନୟନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହା ରାଜ୍ୟର ପରିସୀମା ମଧ୍ୟରେ ଆସୁନଥିବା କାରଣରୁ ଅଲଗା ପ୍ରଶ୍ନ କରିବା ପାଇଁ ଉଲ୍ଲେଖ କରିଥିଲେ ବାଚସ୍ପତି ରବୀନ୍ଦ୍ର ନାଥ ମାହେତୋ । ଏହାପରେ ସିପି ସିଂ ରାହୁଲଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଥିଲେ । ସିଂଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ । (ଏଜେନ୍ସି)

Read More

କର୍ଣ୍ଣାଲ : କୋରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଭାଇରସ୍‌ର ମୁକାବିଲା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଘୋଷଣା କରାଯାଇଛି । ସମସ୍ତ ଜିଲ୍ଲାପାଳ ଏବଂ ପୋଲିସ୍‌ କମିଶନରଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏକ ସ୍ଥାନରେ ପାଞ୍ଚ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ଛିଡା ହେବା ଉପରେ କଟକଣା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହରିୟାଣାରେ ବର୍ତ୍ତମାନ ସୁଦ୍ଧା 17ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରେ 3 ଜଣ ସ୍ଥାନୀୟ ଏବଂ 14 ଜଣ ବିଦେଶୀ ନାଗରିକ ରହିଛନ୍ତି । ସେହିପରି ଜନତା କର୍ଫ୍ୟୁ ସମର୍ଥନରେ 22 ତାରିଖ ଦିନ ଗାଡଇ ଚଳାଚଳ ବନ୍ଦ କରିବା ପାଇଁ ହରିୟାଣା ରୋଡ ଓ୍ବେଜ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କୋରୋନା ସଙ୍କ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ କିଛି ପଦକ୍ଷେପକୁ ପ୍ରଶଂସା କରିବା ସହିତ କିଛି ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ । ଏହା ସହିତ ଅର୍ଥନୈତିକ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ବିଦେଶରେ ମହଜୁଦ ଭାରତୀୟଙ୍କୁ ଏୟାରଲିଫ୍ଟ ଜରିଆରେ ଦେଶକୁ ଆଣିବା ଏବଂ ଏସ୍‌ଡିଆର୍‌ଏଫ୍‌ ଉପଲବ୍ଧ କରାଇବା ପାଇଁ ନବୀନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେହିପରି ପରୀକ୍ଷା ଗାର ଏବଂ ପରୀକ୍ଷଣ କେନ୍ଦ୍ରର ସଂଖ୍ୟା ତ୍ବରିତ ଗତିରେ ବଢାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ । ଏହା ସହିତ ଘରୋଇ ଏବଂ ସରକାରୀ ଉଭୟ କେନ୍ଦ୍ରରେ ପରୀକ୍ଷଣ ମାଗଣା ଉପଲବ୍ଧ କରାଇବା ପାଇଁ ନବୀନ ପରାମର୍ଶ…

Read More

ଭୋପାଳ: ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ଇସ୍ତଫା ଦେବାପରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟିର ଅଙ୍କ କଷା ଆରମ୍ଭ ହୋଇଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁନେଇ ଚର୍ଚ୍ଚା ଜୋର ଧରିଛି। ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂହ ଚୌହାନ ପୁଣି ମୁଖ୍ୟମନ୍ତ୍ରୀ ହେବେ ନା ଆଉ କାହାକୁ ଏହି ଦାୟିତ୍ଵ ଦିଆଯିବ? ତେବେ ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରଖିଛନ୍ତି। ସେ କହିଛନ୍ତି ଯେ ବିଜେପି ହାଇକମାଣ୍ଡ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଭୋପାଳ ଯିବା ପୂର୍ବରୁ ତୋମାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ଆରମ୍ଭ ହୋଇନାହିଁ କିନ୍ତୁ ଏହି ବିଷୟରେ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଯେ, କମଲ ନାଥଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଲାଲଜୀ ଟଣ୍ଡନ  ଗ୍ରହଣ କରିଛନ୍ତି, କିନ୍ତୁ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନାକୁ ନେଇ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇ କହିଛନ୍ତି ଯେ,  ଭାରତରେ ଗତକାଲି 174ଟି ପଜିଟିଭି ଥିବବେଳେ ଆଜି ଏହା 206କୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 5କୁ ବୃଦ୍ଧି ଘଟିଛି । କରେନାରେ ଦ୍ବିତୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇଛନ୍ତି 19 ବର୍ଷର ଦ୍ବିତୀୟ ଆକ୍ରାନ୍ତ 18ରେ ବ୍ରିଟେନରୁ ଫେରିଥିଲେ । 19 ତାରିଖରୁ ତାଙ୍କ ହସ୍ପିଟାଲ୍‌ରେ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତଙ୍କ ପରିବାର ଲୋକ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ଦ୍ବିତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ 46 ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ 43ଜଣଙ୍କୁ ଚିହ୍ନଟ କରାଯାଇଛି । ବାକି ତିନିଜଣଙ୍କୁ ଖୋଜିବା ପାଇଁ ମୋଟ 8ଟି ଟିମ୍ ଲାଗିଛନ୍ତି । ପ୍ରଥମ ଆକ୍ରାନ୍ତ ଜଣକ ଭଲ ରହିଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି ଓଡ଼ିଶାରେ 66ଟି ସାମ୍ପଲ୍‌ରୁ 2ଟି ପଜିଟିଭ୍‌…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା 206 ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 5ଜଣଙ୍କର ମୃତ୍ୟୁ ଘଟିଛି । ଏଥିପାଇଁ ରାଜ୍ୟ ସରକାର କରେନା କଟକଣା ବଢାଇ ଦେଇଛନ୍ତି । ଆଜିଠାରୁ ବାହାରେ ସର୍ବସାଧାରଣ ସ୍ଥାନରେ 7 ରୁ ଅଧିକ ଏକାଠି ହୋଇପାରିବେ ନାହିଁ। କରୋନା ସତର୍କତା ସ୍ୱରୂପ ରାଜ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ସେହିପରି ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ। ସେହିପରି ବୈଠକରେ ନିୟମିତ 2 ମିଟର ଦୂରତା ରଖିବାକୁ କୁହାଯାଇଛି । ସେହିପରି କ୍ୟାବିନେଟ୍‌ ମନ୍ତ୍ରୀ ସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯିବ । ସେହିପରି ରେଷ୍ଟୁରାଣ୍ଟ, ବାର୍‌, କ୍ୟାଣ୍ଟିନ୍‌କୁ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି…

Read More

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରଦେଶର ସମସ୍ତ ମଲ୍‌କୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି । କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଦିଲ୍ଲୀର ସମସ୍ତ ମଲ୍‌ ବନ୍ଦ ରହିବ । ତେବେ ଗ୍ରୋସରୀ, ମେଡିସିନ୍‌, ପରିବା ପରି ଅତ୍ୟାବଶ୍ୟକ ଜିନିଷ ପାଇଁ ଦୋକାନ ଖୋଲାଯିବ । କରେନାରୁ ବର୍ତ୍ତିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଆଜି ମୁମ୍ବାଇ ସମେତ ମହାରାଷ୍ଟ୍ରର ପ୍ରମୁଖ ଚାରିଟି ସହରରକୁ ମଧ୍ୟ ଲକ୍‌ ଡାଉନ୍‌ କରାଯିବାର ନିଷ୍ପତ୍ତି ନିଆଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟାନ୍ୟ ସମସ୍ତ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଦେଶରେ 195 ଜଣ ସଂକ୍ରମିତ ହୋଇଥିବାବେଳେ 5ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଚାରି…

Read More

ଲକ୍ଷ୍ନୌ : ବଲିଉଡ୍‌ର ଲୋକପ୍ରିୟ ଗାୟିକା କନିକା କପୁର୍‌ ଏବେ କରୋନା ପଜିଟିଭି । ମାର୍ଚ୍ଚ 15 ତାରିଖରୁ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ। ସେ  ବିମାନ ବନ୍ଦରରୁ ବିନା ଯାଞ୍ଚରେ ବାହାରକୁ ଆସିଥିଲେ ବୋଲି ଅଭିଯୋଗ ରହିଛି।  ଅପରପକ୍ଷରେ କନିକା କପୁର୍‌ ରବିବାର ଦିନ ଲକ୍ଷ୍ନୌର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ପ୍ରାୟ 100 ଜଣ ସାମିଲ୍‌ ରହିଥିଲେ। ଏମାନଙ୍କ ମଧ୍ୟରେ ବହୁ ବଡ ଅଫିସର ତଥା ନେତାମାନେ ମଧ୍ୟ ସାମିଲ୍‌ ଥିଲେ। ଘଟଣାଟି ଜଣାପଡିବା ପରେ ପୂରା ଆପାର୍ଟମେଣ୍ଟରେ ଏବେ ହଲଚଲ୍‌ ମଚିଯାଇଛି। କନିକା ଲକ୍ଷ୍ନୌରେ ତାଜ୍‌ ହୋଟେଲ୍‌ରେ ମଧ୍ୟ ରହିଥିଲେ।  କନିକା କପୁରଙ୍କ ପରିବାର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ରହୁଛନ୍ତି। ଏବେ ତାଙ୍କ ପରିବାରକୁ କ୍ବାରେଣ୍ଟାଇନରେ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ କନିକାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କଲ୍‌ କରି ସେଲ୍ଫ ଆଇସୋଲେଟରେ ରହିବା ପାଇଁ ସୂଚନା ଦେଇଛନ୍ତି। ତେବେ କେବଳ କନିକାଙ୍କ କ୍ଷେତ୍ରରେ…

Read More

ମୁମ୍ବାଇ : କରୋନାକୁ ଦୃଷ୍ଟିରେ ମହାରାଷ୍ଟ୍ର ସରକାର ବଡ ଘୋଷଣା କରିଛନ୍ତି । ମହାରାଷ୍ଟ୍ରର 4 ବଡ ସହରରେ ସମସ୍ତ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ ସେବାକୁ ବନ୍ଦ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇ, ନାଗପୁର, ପୁଣେ, ପିମ୍ପରୀ ଚିଞ୍ଚଓ୍ବଡାରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଅତ୍ୟାବଶ୍ୟକ ଜିନିଷ ପାଇଁ ଦୋକାନ ଖୋଲା ରହିବ । ଜୀବନ ରକ୍ଷକ ସେବା, ବ୍ୟାଙ୍କ, ଗ୍ରୋସରୀ ଷ୍ଟୋର ଓ ମେଡ଼ିକାଲ ଷ୍ଟୋର ଖୋଲା ରହିବ । ସେହିପରି ରେଳ ସେବାକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ପୂର୍ବରୁ ବହୁ କମ୍ପାନୀମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭିଡ ନିୟନ୍ତ୍ରଣ କରିବାକୁ…

Read More

ଭୋପାଳ : ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ନାଟକରେ ନୂଆ ମୋଡ ଆସିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହା ସମ୍ପର୍କରେ ଘୋଷଣା କରିଥିଲେ । କର୍ଣ୍ଣାଟକ ହାଇଡ୍ରାମା ପରେ ମଧ୍ୟପ୍ରଦେଶରେ ମଧ୍ୟ ପୁନର୍ବାର ବିଜେପିର ଅପରେସନ ଲୋଟସ୍‌ ସଫଳ ହୋଇଛି ।  ନିଜର ଇସ୍ତଫା ଘୋଷଣା କରିବା ଅବସରରେ କଂଗ୍ରେସ ସରକାରକୁ ବିଜେପି ସର୍ବଦା ଅସ୍ଥିର କରୁଥିବାର ଅଭିଯୋଗ କରିଛନ୍ତି କମଲନାଥ । କମଲନାଥ କହିଛନ୍ତି ଯେ, ବିଜେପି 22 ବିଧାୟକଙ୍କୁ ବନ୍ଧକ ରଖିଛି ବୋଲି ସାରା ଦେଶ କହୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ରାଜନୀତି ଖେଳ ଖେଳାଯାଉଛି । ଜଣେ ମହାରାଜା ଓ ତାଙ୍କ 22 ସାଥୀ ମିଶି କରି ଷଡଯନ୍ତ୍ର କରିଛନ୍ତି । ଏହାର ସତ୍ୟତା ଆଉ କିଛି ସମୟ ପରେ ସାମ୍ନାକୁ ଆସିବ।…

Read More

ଭୋପାଳ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଫ୍ଲୋର ଟେଷ୍ଟ ପୂର୍ବରୁ ସରେଣ୍ଡର କଲେ କମଲନାଥ। କମଲନାଥ ଆଜି ମୁଖ୍ୟମନ୍ତ୍ରୀ ପଦରୁ  ଇସ୍ତଫା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶାନୁଯାୟୀ ଶୁକ୍ରବାର ଅର୍ଥାତ୍‌ ଆଜି ସନ୍ଧ୍ୟା 5ଟା ଭିତରେ ଶକ୍ତିପରୀକ୍ଷା କରାଯାଇଥାନ୍ତ। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ରାଜନୈତିକ ଘଟଣାକ୍ରମ ଭିତରେ ଆଜି ବଡ ଟୁଇଷ୍ଟ ଦେଖିବାକୁ ମିଳିଛି। ସାମ୍ବାଦିକ ସମ୍ମିଳନୀରେ କମଲନାଥ ଇସ୍ତଫା ଦେଉଥିବାର ଘୋଷଣା କରିଛନ୍ତି କମଲନାଥ।  ଆଜି ଦିନ ଗୋଟାଏରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି ।(ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଗଣନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିବେଦନ କରି ଚିଠି ଲେଖିଛନ୍ତି ନବୀନ। ଏପ୍ରିଲ୍‌ 1ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନା କାର୍ଯ୍ୟକ୍ରମ ରହିଛି । କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ କରିବା ପାଇଁ  ନିବେଦନ କରିଛନ୍ତି ନବୀନ। ଏବେ କୋରୋନା ମୁକାବିଲା ପାଇଁ କର୍ମଚାରୀ ମୁତୟନ ରହିଛନ୍ତି, ଏ ସମୟରେ ଜନଗଣନା ହେଲେ କୋରୋନା ମୁକାବିଲା ବାଧାପ୍ରାପ୍ତ ହେବ । ସେହିପରି କ୍ଷେତ୍ର ପରିଦର୍ଶନ ବେଳେ ମଧ୍ୟ ଫିଲ୍ଡ ଓ୍ବାର୍କରମାନଙ୍କ ପ୍ରତି ସଂକ୍ରମଣର ଆଶଙ୍କା ରହିଛି। ଏହି ଜନଗଣନାରେ ଗୃହ ତାଲିକା, ଗଣନା,ଜନସଂଖ୍ୟା ପଞ୍ଜିକା ଅପଡେଟ୍‌ ହୋଇଥାନ୍ତା। ତେବେ କରେନାକୁ ଦୃଷ୍ଟିରେ ରଖି ଜନଗଣନାକୁ ସ୍ଥଗିତ ରଖାଯାଉ ବୋଲି ଚିଠିରେ ନିବେଦନ କରିଛନ୍ତି ନବୀନ ପଟ୍ଟନାୟକ ।

Read More

ରାଜସ୍ଥାନ : କରୋନା ଭାଇରସ୍‌କୁ ନେଇ ରାଜସ୍ଥାନର ଜୟପୁରରୁ ଏକ ବଡ ଖବର ଆସିଛି । ରାଜସ୍ଥାନର ପ୍ରଥମ କରେନା ପଜିଟିଭି ଇଟାଲୀୟ ନାଗରିକ ଏଣ୍ଡ୍ରି କାର୍ଲିଙ୍କ ମୃତ୍ୟୁ ହୋଇଛି । ଭାରତରେ ଆଜି ପଞ୍ଚମ ମୁଣ୍ଡ ନେଇଛି କରୋନା । ରାଜସ୍ଥାନରେ ଇଟାଲୀ ନାଗରିକଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ଏହି ରୋଗୀ ଜଣକ ଆଜି ମୃତ୍ୟୁବରଣ କରିଛନ୍ତି। ଶୁକ୍ରବର ସକାଳେ ପୀଡ଼ିତଙ୍କ 200 ପାର୍‌ ହୋଇଛି । ଏଥିରୁ 20 ଜଣ ସୁସ୍ଥ ହୋଇଛନ୍ତି । ଶୁକ୍ରବାର ଦିନ ଲକ୍ଷ୍ନୌରୁ ଚାରିଟି ନୂଆ ମାମଲା ସାମ୍ନାକୁ ଆସିଛି । ଲକ୍ଷ୍ନୌର କେଜିଏମ୍‌ୟୁରେ ଏପର୍ଯ୍ୟନ୍ତ 9ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଏ ପର୍ଯ୍ୟନ୍ତ 20ଟି ରାଜ୍ୟରେ କରୋନା ବ୍ୟାପି ଥିବାବେଳେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରୁ 3ଟି, ଦିଲ୍ଲୀରୁ 12ଟି, ହରିୟାଣାରୁ 17ଟି, କର୍ଣ୍ଣାଟକରୁ 15ଟି, କରେଳରେ 28ଟି, ମହାରାଷ୍ଟ୍ରରେ…

Read More

କରୋନା ଭାଇରସରେ ଏବେ ବିଶ୍ବ ଥରହର। ସାରା ବିଶ୍ବରେ ଏହି ଭାଇରସରେ ମୃତକଙ୍କ ସଂଖ୍ୟା ଦଶହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ତଥା ମୃତ୍ୟୁବରଣ କରୁଛନ୍ତି। ଏହି ଭାଇରସ୍‌ ଯୋଗୁଁ ମୃତ୍ୟୁ ସଂଖ୍ୟା 10, 041ରେ ପହଞ୍ଚିଥିବାବେଳେ ଇଟାଲୀରେ ସବୁଠୁ ଅଧିକ 3405 ଜଣଙ୍କର ମୃତ୍ୟୁ ହୋଇଛି। ଏହି ରୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ 245,749 ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 88,441 ଜଣ । ସେହିପରି ଏହି ରୋଗ 180ଟି ଦେଶକୁ ବ୍ୟାପିଛି। ପାକିସ୍ତାନରେ ଏହି ରୋଗରେ 454 ଜଣ ଆକ୍ରାନ୍ତ ହୋଇଥିବାବେଳେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି ସେହିପରି ଆମେରିକାରେ 217 ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବାବେଳେ 14,340 ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନାକୁ ନେଇ ମନରେ ଉଠୁଥିବା ଡର ଓ ଭୟକୁ ଦୂର…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସାରା ଦେଶ ଏବେ ସତର୍କରେ । ଏବେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 195ରେ ପହଞ୍ଚିଛି । ସେହିପରି 4ଜଣ ଏହି ରୋଗରେ ପ୍ରାଣ ହରାଇଛନ୍ତି । କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଚେତନତା କରିବା ସହିତ ସତର୍କତା ମଧ୍ୟ ଅବଲମ୍ବନ କରୁଛନ୍ତି । ଏ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିମାନ ବନ୍ଦରରେ 14,31,734 ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଛି । ସେହିପରି ହସ୍ପିଟାଲ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ 19 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କରୋନା ଭାଇରସରେ ଏବ ଦେଶରେ ଚାରିଜଣଙ୍କ ଜୀବନ ଯାଇଛି । ଗୁରୁବାର ଦିନ ପଞ୍ଜାବରେ କରୋନା ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । 70 ବର୍ଷୀୟ ଏହି ବ୍ୟକ୍ତି ଜଣକ ଜର୍ମାନୀରୁ ଫେରିଥିଲେ । ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ କର୍ଣ୍ଣାଟକର 76 ବର୍ଷୀୟ ଥିବାବେଳେ ଦିଲ୍ଲୀର 68 ବର୍ଷୀୟା…

Read More

ଭୋପାଳ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ସଂକଟର କଳା ବାଦଲ ଏବେ ଘୋଡେଇ ହୋଇ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶାନୁଯାୟୀ ଆଜି ବିଧାନସଭା ଅଧ୍ୟକ୍ଷ ବିଶେଷ ଅଧିବେଶନ ଡକାଇଛନ୍ତି। ଆଜି ବିଧାନସଭାରେ ଶକ୍ତିପରୀକ୍ଷା ହେବା। ସୁପ୍ରିମ୍‌କୋର୍ଟ ଗୁରୁବାର ଦିନ ଏହି ପ୍ରକ୍ରିୟାକୁ ଶୁକ୍ରବାର ଅର୍ଥାତ୍‌ ଆଜି ସନ୍ଧ୍ୟା 5ଟା ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କମଲନାଥ ସରକାର। ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସରକାର ଆଜି ସନ୍ଧ୍ୟାରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେବାର ସୂଚନା ରହିଛି। ଦ୍ବିପ୍ରହରରେ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କମଲନାଥ ଏହା ସମ୍ପର୍କରେ ସୂଚନା ଦେଇପାରନ୍ତି। କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, 22 ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ, ତେବେ ଏପରି ସମୟରେ କ’ଣ ହେଉଛି ତାହା ଦେଖାଯିବ। ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, ପଇସା ଓ ଶକ୍ତି ଦ୍ବାରା ବହୁମତ…

Read More

ନୂଆଦିଲ୍ଲୀ : 2012 ମସିହାରେ ସେଇ ଡିସେମ୍ବର 16 ତାରିଖର କଥା ମନେ ପଡିଲେ ସମସ୍ତ ଦେହ ଶୀତେଇ ଉଠିବ । ଏକ ଶୀତୁଆ ରାତ୍ରିରେ ଅମାନୁଷିକ କାଣ୍ଡ ଘଟାଇଥିଲେ ନରରୂପୀ ପିଶାଚମାନେ । ଚଳନ୍ତା ବସ୍‌ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରି ଫିଙ୍ଗିଦେଇଥିଲେ ରାସ୍ତା କଡକୁ। ଦୀର୍ଘ ସାଢେ ସାତ ବର୍ଷ ଧରି ନିର୍ଭୟା ନ୍ୟାୟ ପାଇଁ ଗୁହାରି କରି ଚାଲିଥିବାବେଳେ ପରିଶେଷରେ ତାକୁ ଆଜି ନ୍ୟାୟ ମିଳିଛି । ଶୁକ୍ରବାର ସକାଳ 5.30 ମିନିଟ୍‌ରେ ତିହାର୍‌ ଜେଲ୍‌ରେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି ।  କିନ୍ତୁ ଫାଶୀ ଦିଆଯିବା ପୂର୍ବରୁ ଗତ ରାତିରେ ଦୋଷୀଙ୍କ ଓକିଲ ଫାଶୀ ଟାଳିବା ପାଇଁ ବାରମ୍ବାର ପ୍ରୟାସ କରିଥିଲେ । ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ଯାଏ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା କରି ଚାଲିଥିଲେ ବି ଶେଷରେ ସେ ନିରାଶ ହୋଇଛନ୍ତି । ଗୁରୁବାର ରାତ୍ରିଠାରୁ ଶୁକ୍ରବାର ସକାଳେ 5.30 ମିନିଟ୍‌ ପର୍ଯ୍ୟନ୍ତ କ’ଣ କ’ଣ…

Read More