Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ 1000 ଶଯ୍ୟାବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍‌ 19 ହସ୍ପତଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପଡୋଶୀ ରାଜ୍ୟ ମାନଙ୍କରେ ଅଟକି ରହିଥିବା ଓଡିଶା ବାସୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ : 1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍‌-୧୯ ରୋଗୀମାନଙ୍କ ଚିକିତ୍ସା ସକାଶେ ଅତ୍ୟାଧୁନିକ ସୁବିଧା ଥିବା ୧୦୦୦ ଶଯ୍ୟାବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି ଲୋକସେବା ଭବନରେ ରାଜ୍ୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : କରୋନାକୁ ପ୍ରତିହତ କରିବାପାଇଁ ଲକଡାଉନ୍ ଜାରି କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଅବମାନନା କରାଯାଉଛି। ଏହି ସମୟରେ ବାଇକ୍‌ରେ ଚକ୍କର କାଟୁଥିବା ବ୍ୟକ୍ତିଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବାରେ ମୋଟର ସାଇକେଲ ବ୍ୟାଘାତ ସୃଷ୍ଟି କରୁଥିବାରୁ ଏହାର ଚଳାଚଳକୁ ଶତପ୍ରତିଶତ ନିଷେଧ କରାଯାଇଛି। ଅଧିକ ମାତ୍ରାରେ ରୋଡ୍ ବ୍ୟାରିକେଡିଂ କରାଯିବ। ବିଡିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ଲକ୍ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ। ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ୧୫ ହଜାର ୩୭୭ ଜଣ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଟାଟା ସହିତ ବୁଝାମଣା ପୂର୍ବକ ଶୀତଳାପଲ୍ଲି ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲକୁ କରୋନା ଆଇସୋଲେଟେଡ୍ ଡାକ୍ତରଖାନା ରୂପେ…

Read More

ରମେଶ ମହାନ୍ତି ଜଗତସିଂହପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଥିବାରୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗାମୀ ୪ ମାସର ଏପ୍ରିଲ,ମେ,ଜୁନ୍ ଓ ଜୁଲାଇ ମାସ ପାଇଁ ଅଗ୍ରୀମ ଭତ୍ତା ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବି.ଡି.ଓ ଏବଂ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ସମସ୍ତ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରି ବଣ୍ଟନ କରିବାକୁ ନିର୍ଦ୍ଦଶ ଦେଇଛନ୍ତି। ଜିଲ୍ଲାରେ ମାର୍ଚ୍ଚ ୨୬ ତାରିଖ ଠାରୁ ଏହି ବଣ୍ଟନ ପ୍ରକ୍ରିୟା ଚାଲିବ। ଏଥିପାଇଁ ବି.ଡି.ଓ ମାନେ ଗାଁର ଆକ୍ସନପ୍ଲାନ୍ ପ୍ରସ୍ତୁତ କରି ପଂଚାୟତକୁ ଅବଗତ କରାଇବେ। ଏହି ଭତ୍ତା ବଣ୍ଟନ ପ୍ରକ୍ରିୟାରେ ବ୍ଲକ୍ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଜି.ଆର.ଏସ୍, ପଂଚାୟତ ପିଅନ, ୨ଜଣ ଅଙ୍ଗନବାଡି କର୍ମୀ ଏବଂ ଜଣେ ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଙ୍ଗନବାଡୀ କର୍ମୀ ହିତାଧିକାରୀଙ୍କ…

Read More

ବ୍ରହ୍ମପୁର, ସାରା ଓଡିଶାକୁ ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଅନେକ ଲୋକ ଏହି ନିୟମକୁ ଭାଙ୍ଗି ରାସ୍ତା ଉପରକୁ ଆସୁଛନ୍ତି। ଏପରିକି ପୋଲିସ ତରଫରୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କେତେକ ଲୋକ ମାନିବାକୁ ନାରାଜ। ଏହି ଘଟଣା ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ଲୋକେ ଜାଣନ୍ତି ନାହିଁ ଯେ, ଏହା ନା ପୋଲିସର ନା ସରକାରଙ୍କ ହିତ ପାଇଁ। ଏପରି କଟକଣା କେବଳ ଲୋକମାନଙ୍କ ହିତ ପାଇଁ ଉଦ୍ଦିଷ୍ଠ। ବାରମ୍ବାର ଲୋକଙ୍କୁ ତାଗିଦ କରିବା ସତ୍ବେ ଅନେକ ରାସ୍ତା ଉପରକୁ ଆସିବା ପରେ ପୋଲିସ ବ୍ୟତିବ୍ୟସ୍ତ ହୋଇପଡିଛି। ଫଳରେ କଟକଣା ନୁହେଁ ଶେଷରେ ହାତ ଯୋଡି ଲୋକଙ୍କୁ ଅନୁରୋଧ କରୁଛି ପୋଲିସ। ଏହିପରି ଘଟଣା ଗଂଜାମ ଜିଲ୍ଲାର ଛତ୍ରପୁର ପୋଲିସ ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ପୋଲିସ ଅଧିକାରୀ ଲକଡାଉନ ଭଙ୍ଗକାରଙ୍କୁ ହାତ ଯୋଡି ଆକୁଳ ନିବେଦନ କରୁଥିବାର ପରିଲକ୍ଷିତ ହୋଇଛି। ସେହି ଅଞ୍ଚଳରେ ପୋଲିସ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍‌ ଡାଉନ୍‌ର ଦ୍ବିତୀୟ ଦିନରେ ବାଣପୁର-ବାଲୁଗାଁରେ ଆଜି ଯାଞ୍ଚକୁ ଆହୁରି କଡାକଡି କରାଯାଇଛି। ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ବରେ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମାହାଲିକ ଓ ତାଙ୍କ ଟିମ୍‌ ବାଲୁଗାଁ ଅଞ୍ଚଳରେ ଲକ୍‌ ଡାଉନ୍‌କୁ ଆହୁରି କଡାକଡି କରିଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାଲୁଗାଁଠାରେ ସକାଳ ୬.୩୦ଟାରୁ ୯.୩୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଫଳ, ପନିପରିବା ଓ ଗ୍ରୋସରୀ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଲକ୍‌ ଡାଉନ୍‌ ନିୟମକୁ  ସ୍ଥାନୀୟବାସୀ ଅଣଦେଖା କରୁଥିବାର ନଜର ଆସିଥିବାବେଳେ ଆଜି ଏସ୍‌ଡିପିଓ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲୁଗାଁଠାରେ ୧ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ଉପସ୍ଥିତ ରହି ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନର ଲକ୍‌ ଡାଉନ୍‌…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁଁ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ କାରଣ ନେଇ ଫସିଥିବା ଓଡ଼ିଶା ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ସେମାନଙ୍କର ରହିବା, ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି। ସେଥିପାଇଁ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି କହିଛନ୍ତି ନବୀନ। ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଥିବା ଲୋକଙ୍କୁ ସହାୟତା କରାଯାଉଛି। ସେମାନଙ୍କ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ବହନ କରୁଛି। ସେହିପରି କେହି ଯଦି ଓଡ଼ିଶାରେ ଫଶି ରହିଛନ୍ତି, କେହି ଶୁଣୁନାହାନ୍ତି, ତେବେ ସିଧାସଳଖ ତାଙ୍କୁ ଜଣାଇବାକୁ ନବୀନ କହିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଦେଶରେ ଏନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ବେଶ୍‌ ସତର୍କ ରହିଛନ୍ତି । ଆଜି କରୋନା ମୁକାବିଲା ନେଇ ଦୁଇଟି ଘରୋଇ ହସ୍ପିଟାଲ୍‌ ସହ ରାଜିନାମା ସ୍ବାକ୍ଷର କରାଯାଇଛି। କରୋନା ମୁକାବିଲା 1000 ଶଯ୍ୟା ହସ୍ପିଟାଲ୍‌ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏନେଇ 2ଟି ଘରୋଇ ହସ୍ପିଟାଲ୍‌ ସହ ବୁଝାମଣା କରାଯାଇଛି। ସେହି ଦୁଇଟି ହସ୍ପିଟାଲ୍‌ ହେଉଛି  ରାଜ୍ୟର ଦୁଇ ବଡ ମେଡ଼ିକାଲ୍‌ କିମ୍ସ ଓ ସମ୍‌। କିମ୍ସରେ 450 ଓ ସମ୍‌ରେ 500 ଶଯ୍ୟା ହସ୍ପିଟାଲ୍‌ ନେଇ ଚୁକ୍ତି କରାଯାଇଛି। ସମ୍‌ରେ 500 ଶଯ୍ୟା ଓ 20 ଆଇସିୟୁ ବ୍ୟବସ୍ଥା ନେଇ ଚୁକ୍ତି କରାଯାଇଛି। ଉଭୟ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ପାଇଁ ଓଏମ୍‌ସି ଓ ଏମ୍‌ସିଏଲ୍‌ ପାଣ୍ଠି ଯୋଗାଇବେ। ଉଭୟ ହସ୍ପିଟାଲ୍‌ 15 ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ରହିଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ବବିଦ୍ୟାଳୟ। ନିକଟରେ ପ୍ରକାଶିତ କ୍ୟାରିଅର 360 ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ 2020 ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନ ଅଧିକାର କରିଛି ସୋଆ। ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ବବିଦ୍ୟାଳୟ ଭାବେ ସୋଆ ଏଥିରେ ସ୍ଥାନିତ ହୋଇଛି । ନାକ୍‌ ଦ୍ବାରା ସ୍ବୀକୃତିପ୍ରାପ୍ତ ସୋଆ 2019 ମସିହାରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ -2019ରେ 24ତମ ସ୍ଥାନ ପାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ  ରାଜ୍ୟ ସରକାରଙ୍କ ତରଫରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଆଜିଠାରୁ ଏହି କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଆଇପିଏସ୍ ଅମିତାଭ ଠାକୁର ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଗୃହ ବିଭାଗ ପକ୍ଷରୁ 0674 – 2392115 ଏବଂ 9438915986 ଦୁଇଟି ଫୋନ୍ ନମ୍ବର ଜାରି କରାଯାଇଛି । ମହାମାରୀ କରୋନାର ପ୍ରକୋପ ରୋକିବା ପାଇଁ ଲକ୍‌ ଡାଉନ୍‌ର  ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଉପୁଜିଥିବା ସମସ୍ୟ ସମ୍ପର୍କରେ ଲୋକ ଏହି କଣ୍ଟ୍ରୋଲ ରୁମ୍‌କୁ ଫୋନ କରି ଜଣାଇପାରିବେ । ଲକ୍‌ ଡାଉନ୍‌ ଓ ବାହାରେ ଥିବା ଓଡ଼ିଆଙ୍କ କଥା ବୁଝିବ କଣ୍ଟ୍ରୋଲ୍‌ ରୁମ୍‌ । ସେହିପରି…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଗାମୀ ଏପ୍ରିଲ, ମେ ଏବଂ ଜୁନ୍ ମାସ ନିମନ୍ତେ ଚାଉଳ ଓ ଗହମ ଯୋଗାଇ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଜାତୀୟ ଖାଦ୍ୟସୁରକ୍ଷା, ରାଜ୍ୟ ଖାଦ୍ୟସୁରକ୍ଷା, ଅନ୍ତୋର୍ଦୟ ଓ ଅନ୍ନପୂର୍ଣା ହିତାଧିକାରୀଙ୍କୁ ଚାଉଳ, ଗହମ ସେମାନଙ୍କ ଘରେ ପହଂଚାଇବା ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତ ବି.ଡି.ଓ ଏବଂ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଚାଉଳ ଓ ଗହମ ବଣ୍ଟନ ସମୟରେ ଯେପରି ସାମାଜିକ ଦୂରତା ବଜାୟ ରହେ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଇଛି। ସେମାନେ କ୍ଷେତ୍ରୀୟ କର୍ମଚାରୀଙ୍କ ଦ୍ୱାରା ଚାଉଳ, ଗହମ ଉଠାଣ ଓ ବଣ୍ଟନ ପ୍ରକ୍ରିଆକୁ ତ୍ୱରାନ୍ୱିତ କରିବା ସହିତ ସମସ୍ତ ରିଟେଲର୍ ତୁରନ୍ତ ହିତାଧିକାରୀଙ୍କୁ ବଣ୍ଟନ ଆରମ୍ଭ କରିବେ, ଗୋଟିଏ ଗ୍ରାମ କିମ୍ବା ୱାର୍ଡରେ ବଣ୍ଟନ ସମୟରେ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନର ତାଲା ବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଦେଶରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କର୍ଣ୍ଣାଟକରୁ ପୁଣି ଆଉ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 680ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ଏବେ 16ରେ ପହଞ୍ଚିଲାଣି। ଆଜି ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁର ଖବର ଆସିଥିବାବେଳେ ଏବେ କର୍ଣ୍ଣାଟକରୁ ଆଉ ଜଣକର ମୃତ୍ୟୁ ହୋଇଛି । ପୂର୍ବରୁ କର୍ଣ୍ଣାଟକରେ ଜଣକର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଏହି ଲକ୍‌ ଡାଉନ ବିଶେ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ, ଖଟିଖିଆ । ତେବେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ସାମ୍ବାଦିକ ସମ୍ମିଳନୀ ଜରିଆରେ ଏକ ଲକ୍ଷ 70 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।  ଲକ୍‌ ଡାଉନ୍‌ ସମୟରେ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଗରିବ, ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହି ରାଶି ସିଧାସଳଖ ଭାବେ ପ୍ରଭାବିତଙ୍କ ଖାତାକୁ ଦିଆଯିବ। ସେହିପରି ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀଙ୍କ ପାଇଁ 50 ଲକ୍ଷଟଙ୍କାର ସ୍ବାସ୍ଥ୍ୟ ବୀମାର ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଡାକ୍ତର, ନର୍ସଙ୍କଠାରୁ ଆଶାକର୍ମୀ ପର୍ଯ୍ୟନ୍ତ ସମେସ୍ତ ଲାଭବାନ ହୋଇପାରିବେ । ସେହିପରି 80 କୋଟି ଲୋକଙ୍କ…

Read More

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ 36ରେ ପହଞ୍ଚିଛି। ଏବେ ମହୋଲ୍ଲା କ୍ଲିନିକ୍‌ ଓ ଚାରି ଅନ୍ୟ ଲୋକଙ୍କଠାରେ କରୋନା ପଜିଟିଭି ମିଳିଛି। ଏହି ସମସ୍ତ ସାଉଦୀ ଆରବରୁ ଆସିଥିବା ଜଣେ କରୋନା ପଜିଟିଭିଙ୍କ ସମ୍ପର୍କରେ ଆସିଥିଲେ। ଡା୍କ୍ତର ଓ ସ୍ତ୍ରୀ ଓ ଝିଅ ମଧ୍ୟ କରୋନା ସଂକ୍ରମଣ ହୋଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଲୋକେ ବାହାରକୁ ନ ବାହାରିବା ପାଇଁ କର୍ଫ୍ୟୁ ମଧ୍ୟ ଲଗାଯାଇଛି। ଏହି ଆଇନକୁ ବେଶ୍‌ କଡାକଡି ଭାବେ ପାଳନ କରାଯାଉଛି। ଆଜି ଦିଲ୍ଲୀର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ସମେତ ସମସ୍ତ ବଡ଼ ବଡ଼ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କର ମଧ୍ୟ ଯାଞ୍ଚ କରାଯିବା ନେଇ ପ୍ରସ୍ତାବ ରଖାଯାଇଛି। ଯେଉଁମାନେ କରୋନା ସଂକ୍ରମିତଙ୍କ ଦେଖାରେଖା ବା ଚିକିତ୍ସା କରୁଛନ୍ତି ସେହି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା…

Read More

ହୁଓ୍ବଇ : ଦୁନିଆର ପ୍ରାୟ ଅର୍ଦ୍ଧେକ ଦେଶ ଏବେ ଲକ୍‌ ଡାଉନ୍‌ ଅବସ୍ଥାରେ। ବଜାର ବନ୍ଦ, ସରକାରୀ ଅଫିସ୍‌ରେ ତାଲା, ଯାତାୟତରେ ପ୍ରତିବନ୍ଧକ। ସବୁଠି ତାଲା ବନ୍ଦ। ଲୋକେ ଏବେ ଗୃହ ବନ୍ଦୀ। ଚୀନ୍‌ର ବୁହାନ ସହରରୁ ସାରା ଦୁନିଆକୁ ବ୍ୟାପିଥିବା ଏହି କରୋନା ଭାଇରସ ପାଇଁ ଏବେ ସମସ୍ତ ରାଷ୍ଟ୍ର ଏବେ ଲକ୍‌ ଡାଉନ୍‌କୁ ଆପଣେଇଛନ୍ତି। କିନ୍ତୁ ଏବେ ଚୀନ୍‌ରେ ଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ହୁଓ୍ବଇ ପ୍ରାନ୍ତରେ ଲୋକମାନେ ବାହାରକୁ ବାହାରୁଛନ୍ତି। ଚୀନ୍‌ରେ ଏବେ ଲୋକମାନେ କାମ କରିବାକୁ ଯାଉଛନ୍ତି। ପ୍ରାୟ ଦୁଇ ମାସ ପରେ ଲୋକେ ଘରୁ ପଦାକୁ ବାହାରିଛନ୍ତି। ବଜାର, ମଲ୍‌, ହସ୍ପିଟାଲ୍‌ ଆଦି ଜାଗାକୁ ଯାଉଛନ୍ତି। ହଓ୍ବାଇରେ ଯାତାୟତରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ଏଠାରେ ଟ୍ରେନ୍‌ ଓ ବସ୍‌ ସେବା ଆରମ୍ଭ ହୋଇଛି। ଅଫିସ୍‌, କାରଖାନା ଆଦି ଖୋଲିଲାଣି। ମାସ୍କ, ଜିପର୍‌ ବ୍ୟାଗ୍‌ ଆଦି କରୋନା ସହ ଲଢେଇ କରିବା ପାଇଁ ଜିନିଷ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରୁ ଜଗା ଟଙ୍କା ଫେରିବା ପରେ ଏହା କେଉଁଠି ରହିବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଜାତୀୟ କରଣ ବ୍ୟାଙ୍କଗୁଡିକୁ ଏନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା । ମହାପ୍ରଭୁଙ୍କ ଟଙ୍କା ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଟେଣ୍ଡର ପରେ ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି । ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ 287 କୋଟି ଟଙ୍କା । ମହାପ୍ରଭୁଙ୍କ କର୍ପସ୍‌ ଓ ଟେମ୍ପଲ୍‌ ଫଣ୍ଡ୍‌ 2ଟି ବ୍ୟାଙ୍କରେ ଜମା ହେବ । ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା । ବର୍ଷକ ପାଇଁ 6.26% ସୁଧରେ ଫିକ୍ସଡ୍‌ ଡିପୋଜିଟ୍‌ ହେବ । ସେହିପରି 102 କୋଟି…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ :  କୁଜଙ୍ଗ  ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଲକଡ଼ାଉନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଜି ଦିନତମାମ କୁଜଙ୍ଗରେ ଜନସାଧାରଣମାନେ ଏହି କଟକଣାକୁ ଅମାନ୍ୟ କରିଥିବାବେଳେ କୁଜଙ୍ଗ ପୁଲିସ ଏବଂ ପ୍ରଶାସନ ଏହାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ତତ୍ପର ହୋଇ ଉଠିଛି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ କଟକ-ପାରାଦୀପ ରାଜ୍ୟରାଜପଥକୁ ମୋଟାମୋଟି ଭାବେ ସିଲକରାଯାଇଛି। ଲକଡ଼ାଉନକୁ ଅମାନ୍ୟକରି ଗାଡ଼ିମୋଟର ଚଳାଚଳୁ କରୁଥିବାବେଳେ ପୁଲିସ ଅତ୍ୟନ୍ତ କଠୋର ହୋଇ ସେମାନଙ୍କ ହେଲମେଟ, ଗାଡ଼ିର କାଗଜପତ୍ର ତନଖି କରି ଫାଇନ ଅଦାୟ କରୁଥିବା ଜଣାପଡ଼ିଛି। ସେହିପରି ଭାବେ କୁଜଙ୍ଗ ତହସିଲଦାର ପ୍ରଭାଷ କୁମାର ବେହୁରା, ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ପୁଲିସ କର୍ମଚାରୀଙ୍କ ସହିତ କୁଜଙ୍ଗବଜାର ପରିକ୍ରମା କରି ବଜାରରେ ଲୋକମାନଙ୍କ ଚଳପ୍ରଚଳକୁ ନିଷିଦ୍ଧ କରିବା ସହିତ ସମସ୍ତ ଜରୁରୀ ସେବାପ୍ରଦାନକାରୀ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିଥିଲେ। ସେହିପରି ଭାବେ ସ୍ଥାନୀୟ ପରିବା ଏବଂ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି । ଘରୁ ବାହାରକୁ ନ ଆସିବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହି ଲକ୍‌ ଡାଉନ୍‌ ହଜାର ହଜାର ଲୋକଙ୍କୁ ରାସ୍ତା ଉପରକୁ ନେଇ ଆସିଛି । ପରିବାର ସହ ଘରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଥିବାବେଳେ, ଘର ନଥିବାରୁ ରାସ୍ତାକୁ ଆସିଛନ୍ତି ହଜାର ହଜାର ଦିନ ମଜୁରିଆ । ଲକ୍‌ ଡାଉନ୍‌ରେ ସବୁଠୁ କ୍ଷତିଗ୍ରସ୍ତ ହେଉଛନ୍ତି ଦିନ ମଜୁରିଆ । ପେଟ ଚାଖଣ୍ଡକ ପାଇଁ କିଏ କାହିଁ କେତେ ଦୂରରୁ ଆସି ସହରରେ ପଡି ରହି କାମ କରି ମୂଲ ଲାଗି ପେଟ ପୋଷୁଥିବାବେଳେ ଏହି ଲକ୍‌ ଡାଉନ୍‌ ସେମାନଙ୍କ ପାଇଁ ଅଭିଶାପ ପାଲଟିଯାଇଛି । ନିଜ ଭିଟାମାଟି ଛାଡି ସହରରେ ରହିଥିବା ଏହି ଦିନ ମଜୁରିଆମାନେ ଏବେ ଲକ୍‌ ଡାଉନ୍‌ ପାଇଁ ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି…

Read More

ନୂଆଦିଲ୍ଲୀ : ଦୁନିଆରେ କରୋନା ବେଶ୍‌ ଭୟଙ୍କର ଆତଙ୍କର ଖେଳାଇଛି । ଏହି ମହାମାରୀରେ ମୋଟ୍‌ 4,71,417 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 21,295ଜଣ । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 1,14,642ଜଣ । ସେହିପରି 198ଟି ଦେଶରେ ଏହି ରୋଗ ନିଜର କାୟା ବିସ୍ତାର କରି ସାରିଛି। ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ୍‌ ଇରାନ୍‌ ପରେ ଏବେ ସ୍ପେନ୍‌ରେ ମୃତ୍ୟୁର ତାଣ୍ଡବ ଖେଳାଉଛି । ଇଟାଲୀରେ 24 ଘଣ୍ଟା ମଧ୍ୟରେ 683ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ପେନରେ ସର୍ବମୋଟ 3,647ଜଣଙ୍କର ମୃତ୍ୟୁ ହୋଇଛି । ବୁହାନ ପରେ ଇଟାଲୀ ଓ ସ୍ପେନ ଏବେ କରୋନାର ନୂତନ କେନ୍ଦ୍ର ପାଲଟିଛି। ଇଟାଲୀରେ ସର୍ବମୋଟ ମୃତକଙ୍କ ସଂଖ୍ୟା ସାତ ହଜାର ପାର କରିସାରିଛି । ସେହିପରି ଆମେରିକାରେ ମଧ୍ୟ ମୃତକଙ୍କ ସଂଖ୍ୟା 1000 ପାର୍‌ କରି ସାରିଛି। ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ଦେଶରେ ଲକ୍‌ଡ଼ାଉନ୍ ଘୋଷଣା ହେବା ପରେ ଗଂଜାମ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ସହିତ ଜନସାଧାରଣଙ୍କର ଦୈନନ୍ଦିନ ଆବଶ୍ୟକତାକୁ ଉପଯୁକ୍ତ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ନିରାଶ୍ରୟ ଲୋକମାନଙ୍କ ପାଇଁ ପ୍ରତ୍ୟେକ ସହରାଞ୍ଚଳରେ ଆହାର ଗାଡ଼ି ବୁଲିବ। ୫ ଟଙ୍କାରେ ପ୍ୟାକିଂ କରାଯାଉଥିବା ମଧ୍ୟାହ୍ନ ଭୋଜନ ଗାଡ଼ି ସାହିବସ୍ତି ବୁଲିବା। ରୋଷେଇ ଏବଂ ବିତରଣ ସମୟରେ କର୍ମଚାରୀ ଉପଯୁକ୍ତ ପୋଷାକ ପରିଧାନ ସହ ହାତରେ ଗ୍ଲୋବସ୍ ଲଗାଇବେ। ଜିଲ୍ଲାକୁ ବାହାର ରାଜ୍ୟ କିମ୍ବା ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପଂଜିକରଣ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଯେଉଁ ଘରେ କ୍ୱାରେଣ୍ଟାଇନ୍ ବ୍ୟକ୍ତି ରହୁଥିବେ ସେହି ଘରେ ପୋଷ୍ଟର ଲଗାଯିବ। କୌଣସି ବ୍ୟକ୍ତି ପୋଷ୍ଟର ଚିରିଲେ ତା ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ହେବ। ପ୍ରତ୍ୟେକ ଗ୍ରାମର ସୀମା ସିଲ୍ କରାଯିବ ଏବଂ ଅନ୍ୟ ଗ୍ରାମର…

Read More

ଜମ୍ମୁକାଶ୍ମୀର : ଦେଶରେ କରୋନା ମହାମାରୀ ବ୍ୟାପି ଚାଲିଥିବାବେଳେ ପୁଣି ଆଉ ଜଣଙ୍କର ମୁଣ୍ଡ ନେଇଛି। ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି। ଶ୍ରୀନଗରର ସିଡି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ରୋଗୀଙ୍କ ସମ୍ପର୍କରେ 4 ଜଣଙ୍କ ଲୋକ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭି ଆସିଛି। ଦେଶରେ କରୋନାକୁ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ ଭାବରେ 66ଟି ମାମଲା ସାମ୍ନାକୁ ଆସିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା 629 ରେ ପହଞ୍ଚିଛି। ଗତକାଲି କରୋନା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ଇନ୍ଦୋରର ଜଣେ 60 ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁର ଜଣେ ବୟସ୍କଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗୁଜୁରାଟର ଜଣେ 85 ବର୍ଷୀୟା ମହିଳାଙ୍କର ମଧ୍ୟ କରୋନା ଯୋଗୁଁ…

Read More

ମୁମ୍ବାଇ : ବିଗତ ଦିନର ଲୋକପ୍ରିୟ ନାୟିକା ନିମ୍ମିଙ୍କ 88 ବର୍ଷ ବୟସରେ ପରଲୋକ ହୋଇଛି। ଗତ କିଛି ଦିନ ହେବ ରୋଗରେ ପଡିଥିବାବେଳେ ମୁମ୍ବାଇର ସରଳା ନର୍ସିଂ ହୋମ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ନିଜର ସୁନ୍ଦର ଚେହେରା ସହିତ ଅଭିନୟର ଯାଦୁରେ ପରିଚିତ ହାସଲ କରିଥିବା ନିମ୍ମିଙ୍କ ଅସଲ ନାମ ଥିଲା ନଓ୍ବାବ ବାନୋ। ନିମ୍ମିଙ୍କ ପିତା ଜଣେ କଣ୍ଟ୍ରାକ୍ଟର ଥିବାବେଳେ ତାଙ୍କ ମା’ ଜଣେ ଗାୟିକା ଥିଲା। ନିମ୍ମିଙ୍କୁ 11 ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମା’ ତାଙ୍କର ନିଧନ ହୋଇଥିଲା। ଏହାପରେ ମାତ୍ର 16 ବର୍ଷ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। 1950-60 ମସିହାରେ ସେ ଷ୍ଟାରଡମ୍‌ ପାଇଥିଲେ। ତେବେ ରାଜ୍‌ କପୁର୍‌ଙ୍କ ଖୋଜ୍‌ ରୂପେ ନିମ୍ମି ବେଶ୍‌ ପରିଚିତ। କାରଣ ରାଜ୍‌ କପୁର ତାଙ୍କୁ ‘ବରସାତ୍‌’ ଫିଲ୍ମରେ ବ୍ରେକ ଦେଇଥିଲେ। ଏପରିକି ରାଜ୍‌ କପୁର୍‌ ତାଙ୍କ ନାମ ନିମ୍ମି…

Read More