Author: Samikhsya Bureau

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଫନ୍ଦରୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଏପି ସିଂହ ବହୁ ପ୍ରଚେଷ୍ଟା କରିଥିଲେ। ଚାରି ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଏପି ସିଂହ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇ ଆଇନର ବିଭିନ୍ନ ଗଳା ବାଟକୁ ଉପଯୋଗ କରିଥିଲେ। କିନ୍ତୁ ତାଙ୍କର ସବୁ ଚାଲ୍‌ ଫେଲ୍‌ ମାରିଲା। ତିହାର ଜେଲ୍‌ର ଇତିହାସରେ ପ୍ରଥମ ଥର ପାଇଁ ଚାରି ଦୋଷୀଙ୍କୁ ଏକା ସାଙ୍ଗରେ ଦିଆଗଲା ଫାଶୀ। ଏହା ପୂର୍ବରୁ 1982ରେ ରଙ୍ଗା –ବିଲ୍ଲାଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯାଇଥିଲା। ନିର୍ଭୟାର ଚାରୀ ଦୋଷୀ ବିନୟ, ମୁକେଶ, ପଓ୍ବନ ଓ ଅକ୍ଷୟଙ୍କୁ ଫାଶୀ ଦେବା ପାଇଁ ତିହାଡର ଫାଶୀ ଘରର କୂଅକୁ ଚଉଡା କରାଯାଇଥିଲା। ଯେଉଁ ଜେଲ୍‌ରେ ଏହି ଚାରି ଦୋଷୀ ରହିଥିଲେ, ସେଠାରୁ 200 ପାଦ ଦୂରରେ ଫାଶୀ ଘର ପ୍ରସ୍ତୁତ କରାଯାଇଥିଲା। ଯେଉଁଠାରେ ଫାଶୀ ଦିଆଯାଇଛି। ସେଠାରେ 500 ଗଜ ଏରିଆରେ ଏକ କୂଅ…

Read More

ନୂଆଦିଲ୍ଲୀ : ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଫାଶୀରେ ଝୁଲିଲେ ଚାରି ଦୋଷୀ । ଦିଲ୍ଲୀର ତିହାର୍‌ ଜେଲ୍‌ରେ ସକାଳ 5.30ରେ ନରହନ୍ତାଙ୍କୁ ମିଳିଲା ଫାଶୀ ।  ନିର୍ଭୟା ଦୋଷୀମାନଙ୍କୁ ଫାଶୀ ହେବା ପରେ ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି । ଦୋଷୀଙ୍କୁ ଫାଶୀ ଦିଆଯିବା ପୂର୍ବରୁ କେମିତି ଥିଲା ଶେଷ ଘଣ୍ଟା ଫାଶୀ ଦେବା ପୂର୍ବରୁ ତିହାର୍‌ ଜେଲର କିଛି ଅଧିକାରୀ ଫାଶୀ ଘର ପାଖରେ ପହଞ୍ଚିଥିଲେ । ଯେଉଁମାନଙ୍କ ଉପସ୍ଥିତରେ ଏହି ଫାଶୀର ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା । ଫାଶୀ ଫନ୍ଦାକୁ ଯିବା ପୂର୍ବରୁ ଦୋଷୀମାନଙ୍କୁ ଗାଧୋଇବା ତଥା କପଡା ବଦଳାଇବା ପାଇଁ କୁହାଯାଇଥିଲା । କିନ୍ତୁ ଦୋଷୀ ବିନୟ କପଡା ବଦଳାଇବାକୁ ମନା କରିବା ସହିତ କାନ୍ଦି କାନ୍ଦି କ୍ଷମା ମାଗିଥିଲେ। ଫାଶୀ ଦିଆଯିବାର ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ସମୟ 4ଟା ସମୟରେ ଦୋଷୀଙ୍କୁ ଉଠାଯାଇଥିଲା।…

Read More

ନୂଆଦିଲ୍ଲୀ : ଦୀର୍ଘ ସାତ ବର୍ଷ ଓ ତିନି ମାସ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଡେରିରେ ହେଉ ପଛେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇଛି । ସକାଳ 5.30 ମିନିଟ୍‌ରେ ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଦୁଷ୍କର୍ମକାରୀ- ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ଗତକାଲି ଦିଲ୍ଲୀର ପଟିଆଲା ହାଇସକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିବା ପରେ ଏହି ଚାରି ନରାହନ୍ତା ରାକ୍ଷସଙ୍କୁ ଆଜି ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ତିନି ତିନି ଥର ଡେଥ୍‌ ୱାରେଣ୍ଟ ଜାରି କରାଯାଇଥିଲା । କିନ୍ତୁ ଆଇନର ଗଳା ବାଟ ଦେଇ ବର୍ତ୍ତି ଚାଲିଥିଲେ ଦୋଷୀ। କିନ୍ତୁ ତାଙ୍କର ସବୁ…

Read More

କେଦାର ମିଶ୍ର ପ୍ରତିଦିନ ପୃଥିବୀରେ କରୋନା ଭୂତାଣୁର ପ୍ରକୋପ ବଢି ଚାଲିଛି। ବିକଶିତ ଓ ବୈଜ୍ଞାନିକ ଦୃଷ୍ଟିରୁ ଉନ୍ନତ ଦେଶମାନେ ମଧ୍ୟ ଏହି ଭୂତାଣୁକୁ ରୋକିବାରେ ସଫଳ ହେଉନାହାନ୍ତି। ଆମେରିକା ଭଳି ପୃଥିବୀର ସବୁଠୁ ସମୃଦ୍ଧ ଓ ସମ୍ପନ୍ନ ରାଷ୍ଟ୍ର ମଧ୍ୟ କରୋନା ରୋକିବାରେ ସଫଳ ହୋଇ ପାରିନାହିଁ। ଅପରପକ୍ଷରେ ବିକାଶଶୀଳ ଓ ଦରିଦ୍ର ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। ଚୀନ ପରେ ଆମେରିକା ଓ ୟୁରୋପରେ ଏହି ରୋଗର ପ୍ରବଳ ପ୍ରଭାବ ବଢି ଚାଲିଛି। ନ୍ୟୁୟର୍କ ସହରରେ ଗତ ୧୮ ତାରିଖ ଦିନ ୨୪ ଘଣ୍ଟାରେ ୧୦୦୮ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା। ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲାଣ୍ଡ ଓ ଜର୍ମାନୀ ଏବେ ଭୟଙ୍କର ସମୟର ସାମ୍ନା କରୁଛନ୍ତି। ତୁଳନାତ୍ମକ ଭାବରେ ଦକ୍ଷିଣ-ପୂର୍ବ ଏସିଆ( ଭାରତ, ନେପାଲ, ଭୁଟାନ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ଵୀପ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ)ରେ ଏହାର…

Read More

ଭୁବନେଶ୍ବର, ଓଡିଆରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି। ଫଳରେ ଓଡିଶାରେ ଏହି ରୋଗୀଙ୍କ ସଂଖ୍ୟା ଦୁଇରେ ପହଁଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି 14 ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ଭୁବନେଶ୍ବରର ଆରଏମଆରସିକୁ ପଠାଯାଇଥିଲା। ସେଥିରୁ 13 ଜଣଙ୍କର ନେଗେଟିଭ ଆସିଥିବା ବେଳେ ଜଣଙ୍କର ପଜେଟିଭ ଆସିଛି। ସେ କରୋନା ଆକ୍ରାନ୍ତ ଦେଶରୁ ଓଡିଶା ଫେରିଥିଲେ ବୋଲି ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ପୂର୍ବରୁ ସେହିପରି ଜଣଙ୍କ ଦେହେର କରୋନା ଭୂତାଣୁ ଥିବାର ଜଣାପଡିଥିଲା। ତାଙ୍କୁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇ ସଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ୍ୟ ହେବାରେ ଲାଗିଛନ୍ତି। ବର୍ତ୍ତମାନ ସେ ଠିକରେ ଖିଆପିଆ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇରେ ପହଁଚିଲା।

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ଗୁରୁବାର ସନ୍ଧ୍ୟାରେ କୁଜଙ୍ଗରେ ତୁହାକୁ ତୁହା ବର୍ଷା ସହ ପ୍ରାୟ ୫୦ କିମି ବେଗରେ ପବନ ବହିଛି। ଏହି ସମୟରେ ବିଜୁଳି ସହ ବର୍ଷା ପବନରେ ବହୁ ଅଂଚଳରେ ଗଛ ମଧ୍ୟ ଉପୁଡି ପଡିଛି। କୁଜଙ୍ଗ ତହସିଲର କିଛି କର୍ମଚାରୀ କାମ ସାରି ବାଇକ୍ ଯୋଗେ ଫେରୁଥିବା ବେଳେ କଟକ-ପାରାଦ୍ୱୀପ ରାସ୍ତାରେ ଗଛ ପଡି ଆହତ ହୋଇଥିବା ସୂଚନା ମିଳିଛି। କୁଜଙ୍ଗ ତହସିଲର ବରିଷ୍ଠ କ୍ଲର୍କ ଲାଲା ଅମରେନ୍ଦ୍ର ରାୟ, କିରାଣୀ ବନବିହାରୀ ପ୍ରଧାନ, ଗୁରୁ ପ୍ରସାଦ ରାଉତ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗଛର ଡାଳ ପଡି ଲାଲା ଅମରେନ୍ଦ୍ର ରାୟଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ବନବିହାରୀ ପ୍ରଧାନ ଗୁରୁତର ହୋଇଥିବା ଜଣାପଡିଛି। ଏହି ଅବସରରେ ଅନ୍ୟ ଜଣେ କର୍ମଚାରୀ ଗୁରୁ ପ୍ରସାଦ ରାଉତଙ୍କ ଆଗରେ ମଧ୍ୟ ଗଛର ଡାଳ ପଡି ଯିବାରୁ ସେ ମଧ୍ୟ ଆହତ ହୋଇଛନ୍ତି। ବର୍ଷା ସତ୍ତ୍ୱେ…

Read More

* ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ନିବେଦନ * ୨୨ ମାର୍ଚ୍ଚ ଅପରାହ୍ଣ ୫ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ * ଭୟଭୀତ ହୋଇ ସାମଗ୍ରୀ ନକିଣିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ; ଜରୁରି ସାମଗ୍ରୀ ମହଜୁଦ ନେଇ ଦେଲେ ଆଶ୍ୱାସନା * ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-୧୯ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ ପାଇଁ ଘୋଷଣା *ଅପରାହ୍ଣ ୫ଟାରେ ସାଇରନ ବଜାଇ ସେବାକୀରଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ। ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ମୁକାବିଲା ଲାଗି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ୯ଟି ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ମହାମାରୀର ମୁକାବିଲା ଲାଗି ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି। ସେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଉଛି। ଏହା ସହିତ ଗୁରୁବାର ପୂର୍ବତଟ ରେଳବାଇ ପକ୍ଷରୁ 12ଟି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି। ସମସ୍ତ ଟ୍ରେନ୍‌ ଗୁଡିକୁ 20 ମାର୍ଚ୍ଚରୁ 1 ଏପ୍ରିଲ୍‌ ମଧ୍ୟରେ ବାତିଲ କରାଯାଇଛି। ବାତିଲ କରାଯାଇଥିବା ଟ୍ରେନ୍‌ର ତାଲିକା ନିମ୍ନରେ ପ୍ରକାଶ କରାଗଲା। 1. 12881/12882 ପୁରୀ-ହାଉଡା-ପୁରୀ ସାପ୍ତାହିକ ଗରିବ ରଥ ଟ୍ରେନ୍‌ର ଆସନ୍ତା 23,25 ଏବଂ 30 ତାରିଖରେ ପୁରୀରୁ ଏବଂ 24,26 ଓ 31 ମାର୍ଚ୍ଚରେ ହାଓଡାରୁ ଯାତ୍ରା ବାତିଲ କରାଯାଇଛି। 2. 12831/12832 ଭୁବନେଶ୍ବର-ଧାନବାଦ-ଭୁବନେଶ୍ବର ଗରିବରଥ ଏକ୍ସପ୍ରେସ୍‌କୁ ଧାନବାଦରୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ଭୁବନେଶ୍ବରରୁ 21 ମାର୍ଚ୍ଚରୁ 1 ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରାଯାଇଛି। 3. 12281/12282 ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ଦୂରନ୍ତୋ ଏକ୍ସପ୍ରେସ୍‌କୁ 25 ଏବଂ 26 ମାର୍ଚ୍ଚରେ ଯଥାକ୍ରମେ ନୂଆଦିଲ୍ଳୀ ଏବଂ…

Read More

ଓ୍ବାଶିଂଟନ୍‌ : କୋରୋନା ଭାଇରସ୍‌ର ମୁକାବିଲା ପାଇଁ ମ୍ୟାଲେରିଆ ଜ୍ବରର ଔଷଧ ବ୍ୟବହାର କରୁଛି ଆମେରିକା । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏହି ଘୋଷଣା କରିଛନ୍ତି । ମ୍ୟାଲେରିଆ ଜ୍ବରର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା କ୍ଲୋରୋକ୍ବିନ୍‌କୁ ଆମେରିକାରେ ବ୍ୟବହାର କରାଯାଉଛି । କୋଭିଡ୍‌-19 ପାଇଁ ଅଦ୍ୟାବଧି କୌଣସି ଟୀକାର ଆବିଷ୍କାର ହୋଇନଥିବା ବେଳେ ଆମେରିକୀୟ ଚିକିତ୍ସାବିଜ୍ଞାନୀ ମାନେ କ୍ଲୋରୋକ୍ବିନ୍‌ର ବ୍ୟବହାର କରୁଛନ୍ତି । ଦୁଇ ଦିନ ପୂର୍ବରୁ ଟେସ୍‌ଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ ସରକାରଙ୍କୁ ଏହି ପରାମର୍ଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, 1944 ମସିହାରୁ ମ୍ୟାଲେରିଆର ଚିକିତ୍ସା ପାଇଁ କ୍ଲୋରୋକ୍ବିନ୍‌ ବ୍ୟବହୃତ ହେଉଛି । କୋଭିଡ୍‌-19 ଚିକିତ୍ସା ପାଇଁ ଏଭଳି ଉପାୟ ଅବଲମ୍ବନ ବିଶ୍ବରେ ପ୍ରଥମ ନୁହେଁ । ପୂର୍ବରୁ ରାଜସ୍ଥାନର କିଛି ଚିକିତ୍ସକ ଏଡ୍‌ସ ଔଷଧର ବ୍ୟବହାର କରି ତିନି ଜଣ ସଂକ୍ରମିତଙ୍କୁ ସୁସ୍ଥ କରିଥିଲେ । (ଏଜେନ୍ସି)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଜ୍ୟୋତି ଫେଡ଼େରେସନ ପକ୍ଷରୁ କୋରୋନା ଭୂତାଣୁ ଜନିତ ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ମାସ୍କ ପ୍ରସ୍ତୁତି କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଏହି ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଜନସାଧାରଣ ମାନଙ୍କ ସେବାରେ ଆସିବ ବୋଲି ସେ ଏହି ଅବସରରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଜ୍ୟୋତି ଫେଡ଼େରେସନର ସଭାପତି ମନୋରମା ମହାପାତ୍ର, ସମ୍ପାଦିକା ତପସ୍ୱିନୀ ପଟ୍ଟନାୟକ, ସଭ୍ୟା ସରୋଜିନୀ ମିଶ୍ର, ମିସନ ଶକ୍ତିର ପ୍ରୋଗ୍ରାମର ଜ୍ୟୋତ୍ସ୍ନାରାଣୀ ମନ୍ତ୍ରୀ, ପ୍ରିୟଦର୍ଶିନୀ ମହାପାତ୍ର, ଆଇସିଡ଼ିଏସର ସୁପରଭାଇଜର କଳ୍ପନା ବାରିକ, ଛବିଲତା ଭୋଇ, ସ୍ମୃତିପ୍ରଜ୍ଞା ମହାପାତ୍ର, ଚିନ୍ତାମଣୀ କଣ୍ଠ, ଜୟନ୍ତୀ ବେହେରା, ମନୋରମା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପ୍ରିୟଦର୍ଶିନୀ ବିଶ୍ୱାଳ,…

Read More

ନୂଆଦିଲ୍ଲୀ : ଦୀର୍ଘ 7 ବର୍ଷ ପରେ ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ । ଫାଶୀ ଦଣ୍ଡାଦେଶ ପ୍ରଦାନ ପୂର୍ବରୁ ଜହ୍ଲାଦ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ବ୍ଲାକ୍‌ବକ୍ସର ଚାବି ହସ୍ତାନ୍ତର କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପଓ୍ବନ୍‌ ଜହ୍ଲାଦ ଚାବି ହସ୍ତାନ୍ତର କରିଛନ୍ତି । ତିହାର ଜେଲ୍‌ର ସେଲ୍‌ ନମ୍ବର 3ରେ ପୂର୍ବରୁ ଡମି ଏକ୍ସକ୍ୟୁସନ୍‌ କରାଯାଇଥିବା ବେଳେ ଆସନ୍ତା କାଲି ଭୋର୍‌ 5.30ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯିବ । ଜହ୍ଲାଦ ଚାବି ପ୍ରଦାନ କରିବା ସମୟରେ ଜେଲ ଓ୍ବାର୍ଡେନ୍‌ ଏବଂ ଜେଲ୍‌ ସୁପରିଟେଣ୍ଡେଣ୍ଟ ଉପସ୍ଥିତ ଥିଲେ । ଜେଲ୍‌ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲାକ୍‌ ବକ୍ସଟିକୁ ଖୋଲାଯିବା ପରେ ପୁନର୍ବାର ବନ୍ଦ କରି ଦିଆଯାଇଛି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ଆସନ୍ତା ଏପ୍ରିଲ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲିକୁ ବାତିଲ କରାଯାଇଛି । ରାଜ୍ୟ ସରକାର କୋରନା ଭୁତାଣୁ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କୋରନା ଭୂତାଣୁ କୋଭିଡ୍‌୧୯କୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ରାଜ୍ୟରେ ଜନସମାବେଶ, ମେଳା, ଷ୍ଟେସନ, ମାର୍କେଟ ପ୍ଲେସ୍‌, ସାମାଜିକ ମିଳାମିଶା ଉପରେ ସଂପୂର୍ଣ୍ଣ ଭାବରେ କଟକଣା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୫ରୁ ୧୬ ପର୍ଯ୍ୟନ୍ତ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ୍‌ରେ ଓଡିଶାର ୧୦ଟି ଉପକୂଳ ଜିଲ୍ଲା ପାଇଁ ଆୟୋଜନ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲିକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୁନଃ ଆଦେଶ ପର୍ଯ୍ୟନ୍ତ ବାତିଲ କରିଛନ୍ତି ।

Read More

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପ୍ରାଣଘାତୀ ଭାଇରସ୍‌ ସଚେତନତା ପାଇଁ ଦେଶବାସୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଆପଣ ମାନଙ୍କ ସମୟର କିଛି ସପ୍ତାହ ମୁଁ ଆବଶ୍ୟକ କରୁଛି ବୋଲି ମୋଦି ନିଜ ଭାଷଣ ଆରମ୍ଭ କରିଥିଲେ । 60 ରୁ 65 ବର୍ଷ ବୟସର ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ମୋଦି । ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅଫିସ୍‌ର କାମ ଘରୁ କରିବା ପାଇଁ ମୋଦି ଅନୁରୋଧ କରିଥିଲେ । ଏହା ସହିତ 22 ମାର୍ଚ୍ଚ ତଥା ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି ଦିନ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅପରାହ୍ନ 5ଟାରେ…

Read More

ନୂଆଦିଲ୍ଲୀ,କରୋନା ଭାଇରସ ପାଇଁ କେନ୍ଦ୍ର ସରକାର ପୁଣି ଥରେ ଅତିରିକ୍ତ ମାର୍ଗଦର୍ଶିକା ଜାରୀ କରିଛନ୍ତି। ସେଗୁଡିକ ହେଲା * ୨୨ ମାର୍ଚ୍ଚ, ୨୦୨୦ ପରଠାରୁ ଗୋଟିଏ ସପ୍ତାହ ପାଇଁ କୌଣସି ଅନୁସୂଚିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନକୁ ଭାରତରେ ଅବତରଣ କରିବା ଲାଗି ଅନୁମତି ମିଳିବ ନାହିଁ । *ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦ ଦେଲେ ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକମାନଙ୍କୁ (ଡାକ୍ତରୀ ସହାୟତା ଚାହୁଁଥିବା ଲୋକମାନଙ୍କୁ ଛାଡ଼ି) ଘରେ ରହିବା ଲାଗି ରାଜ୍ୟ ସରକାର ଗୁଡ଼ିକ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବେ। * ସେହିପରି ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଘରେ ରହିବା ଏବଂ ବାହାରକୁ ନବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଉଛି । * ଛାତ୍ରଛାତ୍ରୀ, ରୋଗୀ ଓ ଦିବ୍ୟାଙ୍ଗ ଜନଙ୍କୁ ବାଦ ଦେଲେ ସମସ୍ତ ପ୍ରକାର ଯାତ୍ରା ରିହାତି ରଦ୍ଦ କରିବା ଲାଗି ରେଳପଥ ଓ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଆଦେଶ ଦିଆଯାଇଛି…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କାଳବୈଶାଖୀ ପ୍ରଭାବରେ ବ୍ରଜପାତ କାରଣରୁ ଏକ ନଡିଆ ଗଛଟି ଜଳୁଥିବାର ଦେଖିବାକୁ ମିଳିଛି। ବାଲୁଗାଁ ଏନ୍‌ଏସି ଅନ୍ତର୍ଗତ ପାଟଣାସାହିରେ ଏହି ଘଟଣା ଘଟିଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ କାଳବୈଶାଖୀ କାରଣରୁ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଓ ଝଡ ତୋଫାନ ହୋଇଥିଲା। ଏହି ସମୟରେ ପାଟଣାସାହିର ସର୍ବସାଧାରଣ ସ୍ଥାନରେ ରହିଥିବା ଏକ ନଡିଆ ଗଛ ଉପରେ ବଜ୍ରପାତ ହୋଇଥିଲା। https://www.instagram.com/p/B96p1VGhQsm/?hl=en ବଜ୍ରପାତରେ ଗଛଟି ହୁତୁହୁତ ହୋଇ ଜଳୁଥିବା ବେଳେ ଏହାର ଭିଡିଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅପରାହ୍ନ ୫ଟା ବେଳେ ନଡିଆ ଗଛରେ ନିଆଁ ଲାଗିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ନଡିଆ ଗଛଟି ହୁତୁହୁତୁ ହୋଇ ଜଳିଥିଲା। ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ପ୍ରଦାନ କରାଯାଇଥିବା ଖବର ମିଳିଛି।

Read More

ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  ରାଜ୍ୟ ସରକାର ଗତକାଲି ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛି ।  ରାଜ୍ୟ ସରକାର ସବୁଦୃଷ୍ଟିରୁ ବିଚାର କରି ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସେହିଭଳି ମାର୍ଗଦର୍ଶିକା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍‌, ମନ୍ଦିର, ମସଜିଦ୍‌, ଗୀର୍ଜା ଓ ଗୁରୁଦ୍ୱାରଗୁଡ଼ିକ ୨୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି…

Read More

ନୂଆଦିଲ୍ଲୀ : ଦେଶରେ କୋରୋନାର ବର୍ଦ୍ଧିତ ପ୍ରଭାବକୁ ରୋକିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ 22 ତାରିଖରୁ ଏକ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତୀୟ ଉଡାଣ ବନ୍ଦ କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ତଙ୍କ ପାଇଁ ଏହି ଯାତ୍ର ବନ୍ଦ କରଯାଇନାହିଁ । ବୟସ୍କ ନାଗରିକ, ଛାତ୍ର ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ନିୟମକୁ ଆଶିଂକ କୋହଳ କରାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 166 ଛୁଇଁଥିବା ବେଳେ ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କମ ପାଇଁ ସଙ୍କଟ ଥମିବାର ନାମ ନେଉନାହିଁ । କୋରୋନା କାରଣରୁ ମଧ୍ୟପ୍ରଦେଶ ବିଧାନସଭାର ଅଧିବେଶନକୁ ବନ୍ଦ ରଖାଯାଇଥିବା ବେଳେ ଆସନ୍ତା କାଲି ଅପରାହ୍ନ 5ଟା ସୁଦ୍ଧା ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ବଜେଟ ଅଧିବେଶନକୁ 10 ଦିନ ପାଇଁ ବନ୍ଦ କରାଯିବା ପରେ ବିଜେପି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଗୁରୁବାର ସର୍ବୋଚ୍ଚ କୋର୍ଟ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଆସ୍ଥା ଭୋଟର ଭିଡିଓ ରେକର୍ଡିଂ କରାଯିବ ଏବଂ ସିଧା ପ୍ରସାରଣ ମଧ୍ୟ କରାଯିବ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖମଯୋଗ୍ୟ ଯେ, 22 ଜଣ ବିଧାୟକ ଏବଂ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଲନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲେ । 230 ଆସନ ବିଶିଷ୍ଟ ମଧ୍ୟପ୍ରଦେଶର 6…

Read More

ନୂଆଦିଲ୍ଲୀ, ନୋଭେଲ କରେନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ପକ୍ଷରୁ ବିଭିନ୍ନ ସମୟରେ ମଞ୍ଜୁରିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହାବ୍ୟତୀତ କୋଭିଡ-୧୯ର ମୁକାବିଲା ଲାଗି ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ସଚିବ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି: * ସମସ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଂଚାଇ ୩୧ ମାର୍ଚ୍ଚ, ୨୦୨୦ ପରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। * ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ୩୧ ମାର୍ଚ୍ଚ ପରେ କରିବାକୁ ପରାମର୍ଶ ଦିଆଯାଇଛି। * ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ବୈଦ୍ୟୁତିକ ମାଧ୍ୟମ ଜରିଆରେ ଯୋଗାଯୋଗ…

Read More