Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁନିଆର ପ୍ରଥମ ଗ୍ରାମ, କରୋନାକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଗ୍ରାମଟି ଏବେ ଆଇସୋଲେସନ୍‌ରେ
ଆଜିର ଖବର

ଦୁନିଆର ପ୍ରଥମ ଗ୍ରାମ, କରୋନାକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଗ୍ରାମଟି ଏବେ ଆଇସୋଲେସନ୍‌ରେ

March 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: କୁହାଯାଏ, ଭଗବାନ ତାଙ୍କୁ ସାହାଯ୍ୟ କରିଥା’ନ୍ତି, ଯିଏ ନିଜର ସାହାଯ୍ୟ କରିଥାଏ। ସାରା ଦେଶରେ ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶକୁ ସମ୍ବୋଧନ କରି 21 ଦିନ ପାଇଁ ଲକ୍‌ ଡାଉନ୍‌ କରିଛନ୍ତି। ଆଗାମୀ 21 ଦିନ ପର୍ଯ୍ୟନ୍ତ ନିଜକୁ ଘରେ ବନ୍ଦ ରଖିବାକୁ ଉପଦେଶ ଦେଇଛନ୍ତି। ତେବେ ଦେଶର ଏପରି ଏକ ଗ୍ରାମ ସାମ୍ନାକୁ ଆସିଛି। ଯେଉଁଠି ସମ୍ପୂର୍ଣ୍ଣ ଗ୍ରାମଟି ଆଇସୋଲେସନ୍‌ରେ ରହିଛି। ଏଠାକୁ ନା କେହି ଆସିପାରିବେ, ନା କେହି ଯାଇପାରିବେ। ଏହି ଦ୍ବୀପଟି ସମ୍ପୂର୍ଣ୍ଣ ରୂପେ ଆଇସୋଲେସନ୍‌ରେ ରହିଛି। ଦୁନିଆର ପ୍ରଥମ ଗ୍ରାମ ଭାବରେ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଆଇସୋଲେସନରେ ରହିଛି।

ମୁମ୍ବାଇ ନିକଟସ୍ଥ ବସଇ ଅଞ୍ଚଳରେ ଏକ ଦ୍ବୀପରେ ଏହି ପଞ୍ଜୁ ଗ୍ରାମ ଅବସ୍ଥିତ। ଏହି ଦ୍ବୀପଟିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ଏହି ଗ୍ରାମଟି ବୋରିବଲୀ ଲୋକାଲ୍‌ ଷ୍ଟେସନ୍‌ ପାଖରୁ ପ୍ରାୟ 15 କିଲୋମଟିର ଦୂରରେ ଅବସ୍ଥିତ।

ପଞ୍ଜୁ ଗ୍ରାମର ସରପଞ୍ଚ ଆଶିଷ୍‌ ଭୋଇର୍‌ କହିଛନ୍ତି ଯେ, ଜନତା କର୍ଫ୍ୟୁ ପରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଇସୋଲେସନ୍‌ରେ ରହିବା ପାଇଁ ସ୍ଥିର କରିଥିଲେ। ଏବେ ଏହା ଆଗକୁ ବଢିବ। ଏହି ଗ୍ରାମରେ ପ୍ରାୟ 1500 ଗ୍ରାମବାସୀ ରହୁଛନ୍ତି।

ପଂଜୁ ଦ୍ବୀପକୁ ନାୟଗାଓ୍ବ ସେ ସଂଯୋଗ କରୁଥିବା 30 ଫେରି ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। କେବଳର ଅତି ଜରୁରୀ ସମୟରେ ଘରୁ ଲୋକେ ବାହାରିବେ। 600 ଏକରର ଏହି ଦ୍ବୀପ ମଧ୍ୟରେ ଲୋକେ ରହିବେ।

ଏହି ଗ୍ରାମର କିଛି ମହିଳା ଓ ପୁରୁଷ ମୁମ୍ବାଇର ଥାଣେରେ କାମ କରନ୍ତି। କିନ୍ତୁ ଏମାନେ ସମସ୍ତେ ଏବେ ନିଜ ଗ୍ରାମରେ ରହିଛନ୍ତି। ସେହିପରି ପର୍ଯ୍ୟଟକ ଓ ବାହାରୁ ଆସି ପଂଜୁ ଦ୍ବୀପରେ କାମ କରୁଥିବା ଲୋକଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ସେହିପରି ମାଛ ଧରିବା ପାଇଁ ଯେଉଁ 100ଟି ଡଙ୍ଗାକୁ ସେମାନେ ବ୍ୟବହାର କରୁଥିଲେ, ସେହି ସମସ୍ତ ଡଙ୍ଗାକୁ ସେମାନେ ନଦୀର କୂଳରେ ବାନ୍ଧି ଦେଇଛନ୍ତି। ଯେପରି କେହି ବି କୌଣସି ଲୋକ କରୋନା ଭାଇରସ୍‌ ସମ୍ପର୍କରେ ଆସିବ ନାହିଁ।

ଅପ୍ରେଲ୍‌ ମାସରେ ହେବାକୁ ଥିବା ଗ୍ରାମୀଣ ଖେଳ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ସ୍ଥଗିତ କରାଯାଇଛି। ପଂଜୁ ଦ୍ବୀପ ନୋ- ଭେହିକିଲ୍‌ ଜୋନ୍‌ ଅନ୍ତର୍ଗତ। ତେଣୁ ଏଠାରେ ଏକ ସ୍କୁଲ, ଏକ ଛୋଟ ସ୍ବାସ୍ଥ୍ୟ କେନ୍ଦ୍ର, ମନ୍ଦିର ରହିଛି। ଗ୍ରାମବାସୀମାନେ ଚାଉଳ, ପନିପରିବା, ପିଜୁଳି, ଚୀକୁ, କଦଳୀ, ଆମ୍ବ ଆଦିର ଫସଲ କରି ଜୀବିକା ନିର୍ବାହ କରିଥା’ନ୍ତି। ଏହି ଗ୍ରାମରେ ଅଧିକାଂଶ ଦିନ ମଜୁରିଆ ରହିଛନ୍ତି। କିନ୍ତୁ କରୋନା ସହ ମୁକାବିଲା କରିବା ପାଇଁ ଗ୍ରାମବାସୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ଦେଶର ପ୍ରଥମ ଗ୍ରାମ ଭାବେ ଏହି ଗ୍ରାମଟିକୁ ସମ୍ପୂର୍ଣ୍ଣ ଭାବେ ନିଜକୁ ଆଇସୋଲେସନରେ ରଖି କରୋନାକୁ ଜିତିବାର ପ୍ରୟାସ ଆରମ୍ଭ କରିଛି।

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଜାରି କରାଯାଇଥିବା 21 ଦିନ ଲକ୍‌ ଡାଉନ୍‌କୁ ସଫଳ କରି ଘରେ ରହିବା। କରୋନା ସଂକ୍ରମଣରୁ ନିଜେ ବର୍ତ୍ତିବା ସହିତ ଅନ୍ୟକୁ ବଞ୍ଚାଇବା। କରୋନା ପରି ମହାମାରୀକୁ ରୋକିବାରେ ଆମେ ସରକାରଙ୍କ ସାଥ୍‌ ଦେବା ଆଜିର ସମୟରେ ବହୁତ ବଡ ଆବଶ୍ୟକତା।

Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026
Latest News

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.