Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା କଟକଣା: ବାହାନା କରି ଘରୁ ଗାଡି କାଢିଲେ, ଗାଡି ହେବ ସିଜ୍‌
ଆଜିର ଖବର

କରୋନା କଟକଣା: ବାହାନା କରି ଘରୁ ଗାଡି କାଢିଲେ, ଗାଡି ହେବ ସିଜ୍‌

March 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ସତର୍କତା ପାଇଁ ରାଜ୍ୟ ସରକାର ଆଜି ସମ୍ପୂର୍ଣ୍ଣ ଜିଲ୍ଲାକୁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଆଜି ମଧ୍ୟ ରାତ୍ରିରୁ ସମ୍ପୂର୍ଣ୍ଣ 30 ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯିବ । ପୂର୍ବରୁ 5ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ଗତକାଲି ଆଉ 9ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯାଇଥିଲା । ତେବେ ଲକ୍‌ ଡାଉନ୍‌ ସମୟରେ କେହି କେହି ଏହାକୁ ମାନୁନଥିବାର ଦେଖାଯାଉଛି। ଏନେଇ ରାଜ୍ୟ ସରକାର ଆହୁରି କଠୋର ହୋଇଛନ୍ତି। କରୋନା କଟକଣା ନେଇ ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ ଦେଇଛନ୍ତି।

କରୋନା କଟକଣା ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। କୌଣସି ବାହନା କରି ଘରୁ ଗାଡି କାଢିଲେ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା। ସ୍ବତନ୍ତ୍ର ଆଇନ ବଳରେ ଆବଶ୍ୟକ ହେଲେ ଗାଡି ସିଜ୍‌ ହେବ ବୋଲି ସୂଚନା ରହିଛି। ସଚେତନ ଦ୍ବାରା ହିଁ କରୋନା ରୋକିହେବ ବୋଲି କହିଛନ୍ତି ମନ୍ତ୍ରୀ। ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଯାଇଥିବାବେଳେ 11ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।

Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ

June 11, 2026

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା

June 11, 2026
Latest News

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ

June 11, 2026

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା

June 11, 2026

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.