Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ପାଇଁ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଆଜିର ଖବର

କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ପାଇଁ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

March 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି ।
ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଜନତା କର୍ଫ୍ୟୁକୁ ନେଇ ପ୍ରତ୍ୟେକ ଲୋକ ନିଜ ଆଡ଼ୁ ଯୋଗାଦାନ ଦେବାରେ ଲାଗିଛନ୍ତି। ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ନିଜ ଢଙ୍ଗରେ ଲୋକମାନଙ୍କୁ ଅନୁପ୍ରାଣିତ କରୁଛନ୍ତି।

ଜନତା କର୍ଫ୍ୟୁକୁ ନେଇ ଲୋକ ଗୀତ ଗାୟକ ପ୍ରୀତମ ଭରତୱାନ ମଧ୍ୟ ଏକ ଅଭିନବ ଏବଂ ଅତି ସୁମଧୁର ବାର୍ତା ଦେଇଛନ୍ତି । ସଠିକ ସୂଚନା ପ୍ରସାରିତ କରିବା ସହିତ ଉପଯୁକ୍ତ ସତର୍କତା ଅବଲମ୍ବନ କରୁଥିବାର ଗଣମାଧ୍ୟମ ଜଗତକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆଶା ଓ ସକାରାତ୍ମକତାର ବାର୍ତା ପ୍ରଚାର କରିବା ପାଇଁ ମଧ୍ୟ ସେ ଗଣମାଧ୍ୟମକୁ ପ୍ରଂଶସା କରିଛନ୍ତି । ‘ଜନତା କର୍ଫ୍ୟୁ’ ବାର୍ତା ପ୍ରଚାର କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏକାଧିକ ଟ୍ୱିଟ ଜରିଆରେ ସେ କହିଛନ୍ତି, “କରୋନା ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ଘରେ ରହିବା ନିମନ୍ତେ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି। ଜନସାଧାରଣଙ୍କର ଏଥିପ୍ରତି ଜୋରଦାର ସମର୍ଥନ ରହିଛି।

ଆଜି ‘ଜନତା କର୍ଫ୍ୟୁ’ରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହା କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ଅଧିକ ସଶକ୍ତ କରିବ । ଏହି ସମୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପରିବାର ସହିତ ଅଧିକ ସମୟ ବିତାଇବା, ଟିଭି ଦେଖିବା ଏବଂ ଭଲ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଆହ୍ୱାନ ଜଣାଇଛନ୍ତି ।

କୋଭିଡ-୧୯ ବିରୋଧରେ ଏହି ଲଢ଼େଇରେ ଆମେ ପ୍ରତ୍ୟେକ ଜଣେ ଜଣେ ଗୁରୁତ୍ୱପୂର୍ଣ୍ଣ ଯୋଦ୍ଧା । ସତର୍କ ଓ ସୁରକ୍ଷିତ ରହିବା ଅନ୍ୟ ଲକ୍ଷାଧିକ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିପାରିବ । ସେ ମଧ୍ୟ କହିଛନ୍ତି ଯେ ସଡ଼କଗୁଡ଼ିକ ଖାଲି ରହିଛି କିନ୍ତୁ କୋଭିଡ-୧୯ ବିରୋଧରେ ଲଢ଼େଇ ସମ୍ପୂର୍ଣ୍ଣ ରହିଛି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026
Latest News

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.