ଓଡିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ, ପରୀକ୍ଷା ପରେ ଆସିଲା ପଜେଟିଭ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେଲା ସୂଚନା

Published: Mar 19, 2020, 11:43 pm IST

ଭୁବନେଶ୍ବର, ଓଡିଆରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି। ଫଳରେ ଓଡିଶାରେ ଏହି ରୋଗୀଙ୍କ ସଂଖ୍ୟା ଦୁଇରେ ପହଁଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି 14 ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ଭୁବନେଶ୍ବରର ଆରଏମଆରସିକୁ ପଠାଯାଇଥିଲା। ସେଥିରୁ 13 ଜଣଙ୍କର ନେଗେଟିଭ ଆସିଥିବା ବେଳେ ଜଣଙ୍କର ପଜେଟିଭ ଆସିଛି। ସେ କରୋନା ଆକ୍ରାନ୍ତ ଦେଶରୁ ଓଡିଶା ଫେରିଥିଲେ ବୋଲି ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

ପୂର୍ବରୁ ସେହିପରି ଜଣଙ୍କ ଦେହେର କରୋନା ଭୂତାଣୁ ଥିବାର ଜଣାପଡିଥିଲା। ତାଙ୍କୁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇ ସଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ୍ୟ ହେବାରେ ଲାଗିଛନ୍ତି। ବର୍ତ୍ତମାନ ସେ ଠିକରେ ଖିଆପିଆ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇରେ ପହଁଚିଲା।

Related posts