Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ବରର ସୂର୍ଯ୍ୟନଗରରେ ପୁଣି ଏକ କରୋନା ଆକ୍ରାନ୍ତ, ଓଡିଶାରେ ଆକ୍ରାନ୍ତ ସଂଖ୍ୟା 5କୁ ବୃଦ୍ଧି

ଭୁବନେଶ୍ବର, ଓଡିଶାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ବିଳମ୍ବିତ ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ରୋଗୀ ଜଣଙ୍କ ଘର ହେଉଛି ଭୁବନେଶ୍ବରର ସୂର୍ଯ୍ୟନଗର ଏବଂ ବୟସ 60 ବର୍ଷ। ସେ ବିଭିନ୍ନ ରୋଗରେ ପିଡିତ ହୋଇ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏମସ୍ ରୁ ତାଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ପଜେଟିଭ ବୋଲି ଜଣାପଡିଛି। ଫଳରେ ଓଡିଶାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା 5କୁ ବୃଦ୍ଧି ପାଇଛି।

ତେବେ ଦ୍ବିତୀୟ କୋରନା ଆକ୍ରାନ୍ତ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କର ନମୂନା ନେଗେଟିଭ ଆସିଛି। ଫଳରେ ତାଙ୍କୁ ଆଜି ହସପିଟାଲରୁ ଘରକୁ ପଠାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ନଅ ଶହ ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ମାତ୍ର 5ଟି ନମୂନା ପଜେଟିଭ ବାହାରିଛି। ଗତକାଲି 6 ଶହ 10ଟି ନମୂନା ପରୀକ୍ଷା ପାଇଁ ଦିଆଯାଇଥିଲା। ସେଥିରେ ଆରଏମଆରସିରେ 226ଟି, ଏମସରେ 53 ଟି ଏବଂ ଏସସିବିରେ 11 ଟି ନମୂନା ପରୀକ୍ଷା କରାଯାଇ ଥିଲା। ଆଜି ସେହି ରିପୋର୍ଟ ଆସିବା ପରେ କେବଳ ଏମସର ଗୋଟିଏ ଛାଡିଦେଲେ ଅନ୍ୟଗୁଡିକ ନେଗେଟିଭ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରୁ ମିଳିଲା ଆଉ ଜଣେ କରୋନା ରୋଗୀ, ଓଡିଶାରେ ଆକ୍ରାନ୍ତ ସଂଖ୍ୟା ଚାରିକୁ ବୃଦ୍ଧି

ଭୁବନେଶ୍ବର, ଓଡିଶାରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛି। ଏହି ଆକ୍ରାନ୍ତ ହେଉଛନ୍ତି ଭଦ୍ରକର ବାସିନ୍ଦା ଏବଂ ତାଙ୍କ ବୟସ ହେଉଛି 29 ବର୍ଷ। ସେ କିଛି ଦିନ ତଳେ ଦୁବାଇରୁ ଓଡିଶା ଆସିଥିଲେ। ଏହାପରେ ତାଙ୍କୁ କାଶ ଓ ଜ୍ବର ହୋଇଥିଲା। ହେଲେ ତାହା ଭଲ ନ ହେବାରୁ ତାଙ୍କର ସାମ୍ପୁଲ ପରୀକ୍ଷା ପାଇଁ ଦିଆଯାଇଥିଲା। ପରୀକ୍ଷା ପରେ ପଜେଟିଭ ଆସିଲା। ବର୍ତ୍ତମାନ ଏହି ରୋଗୀ କେଉଁମାନଙ୍କ ସଂପ୍ସର୍ଶରେ ଆସିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 4 ରେ ପହଁଚିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ, ପରୀକ୍ଷା ପରେ ଆସିଲା ପଜେଟିଭ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେଲା ସୂଚନା

ଭୁବନେଶ୍ବର, ଓଡିଆରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି। ଫଳରେ ଓଡିଶାରେ ଏହି ରୋଗୀଙ୍କ ସଂଖ୍ୟା ଦୁଇରେ ପହଁଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି 14 ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ଭୁବନେଶ୍ବରର ଆରଏମଆରସିକୁ ପଠାଯାଇଥିଲା। ସେଥିରୁ 13 ଜଣଙ୍କର ନେଗେଟିଭ ଆସିଥିବା ବେଳେ ଜଣଙ୍କର ପଜେଟିଭ ଆସିଛି। ସେ କରୋନା ଆକ୍ରାନ୍ତ ଦେଶରୁ ଓଡିଶା ଫେରିଥିଲେ ବୋଲି ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

ପୂର୍ବରୁ ସେହିପରି ଜଣଙ୍କ ଦେହେର କରୋନା ଭୂତାଣୁ ଥିବାର ଜଣାପଡିଥିଲା। ତାଙ୍କୁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇ ସଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ୍ୟ ହେବାରେ ଲାଗିଛନ୍ତି। ବର୍ତ୍ତମାନ ସେ ଠିକରେ ଖିଆପିଆ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇରେ ପହଁଚିଲା।