କୋଭିଡ୍‌ 19 : 12ଟି ଟ୍ରେନ୍‌ ଚଳାଚଳ ବାତିଲ କଲା ପୂର୍ବତଟ ରେଳବାଇ

Published: Mar 19, 2020, 10:34 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଉଛି। ଏହା ସହିତ ଗୁରୁବାର ପୂର୍ବତଟ ରେଳବାଇ ପକ୍ଷରୁ 12ଟି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି। ସମସ୍ତ ଟ୍ରେନ୍‌ ଗୁଡିକୁ 20 ମାର୍ଚ୍ଚରୁ 1 ଏପ୍ରିଲ୍‌ ମଧ୍ୟରେ ବାତିଲ କରାଯାଇଛି। ବାତିଲ କରାଯାଇଥିବା ଟ୍ରେନ୍‌ର ତାଲିକା ନିମ୍ନରେ ପ୍ରକାଶ କରାଗଲା।

1. 12881/12882 ପୁରୀ-ହାଉଡା-ପୁରୀ ସାପ୍ତାହିକ ଗରିବ ରଥ ଟ୍ରେନ୍‌ର ଆସନ୍ତା 23,25 ଏବଂ 30 ତାରିଖରେ ପୁରୀରୁ ଏବଂ 24,26 ଓ 31 ମାର୍ଚ୍ଚରେ ହାଓଡାରୁ ଯାତ୍ରା ବାତିଲ କରାଯାଇଛି।

2. 12831/12832 ଭୁବନେଶ୍ବର-ଧାନବାଦ-ଭୁବନେଶ୍ବର ଗରିବରଥ ଏକ୍ସପ୍ରେସ୍‌କୁ ଧାନବାଦରୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ଭୁବନେଶ୍ବରରୁ 21 ମାର୍ଚ୍ଚରୁ 1 ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରାଯାଇଛି।

3. 12281/12282 ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ଦୂରନ୍ତୋ ଏକ୍ସପ୍ରେସ୍‌କୁ 25 ଏବଂ 26 ମାର୍ଚ୍ଚରେ ଯଥାକ୍ରମେ ନୂଆଦିଲ୍ଳୀ ଏବଂ ଭୁବନେଶ୍ବରରୁ ବାତିଲ କରାଯାଇଛି।

4. 12278/12277 ପୁରୀ -ହଓଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌କୁ ଉଭୟ ପାର୍ଶ୍ବରୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

5. 22708/22707 ତିରୁପତି-ବିଶାଖାପଟ୍ଟନମ୍‌-ତିରୁପତି ଏକ୍ସପ୍ରେସ୍‌କୁ 20ରୁ 30 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଛି।

6. 08501/08502 ବିଶାଖାପଟ୍ଟନମ୍‌-ସିକନ୍ଦରାବାଦ-ବିଶାଖାପଟ୍ଟନମ୍‌ ସ୍ବତନ୍ତ୍ର ଟ୍ରେନ୍‌କୁ 17 ତାରିଖରୁ 1 ଏପ୍ରିଲ୍‌ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବନ୍ଦ ରଖାଯାଇଛି।

7. 08573/08574 ବିଶାଖାପଟ୍ଟନମ୍‌-ତିରୁପତି-ବିଶାଖାପଟ୍ଟନମ୍‌ ସ୍ବତନ୍ତ୍ର ଟ୍ରେନ୍‌କୁ 23 ତାରିଖରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବନ୍ଦ ରଖାଯାଇଛି।

8. 08301/08302 ସମ୍ବଲପୁର-ବନାଶବାଡି-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌କୁ ବନାଶବାଡିରୁ 18 ଏବଂ 25 ମାର୍ଚ୍ଚରେ ବାତିଲ କରାଯାଇଥିବା ବେଳେ ସମ୍ବଲପୁର ପାର୍ଶ୍ବରୁ 19ରୁ 26 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

9. 08407/08408 ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌କୁ ସିକନ୍ଦରାବାଦ ପାର୍ଶ୍ବରୁ 19 ଏବଂ 26 ତାରିଖରେ ଓ ଭୁବନେଶ୍ବର ପାର୍ଶ୍ବରୁ 20 ଏବଂ 27 ତାରିଖରେ ବାତିଲ କରାଯାଇଛି।

10. 08403/08404 ପୁରୀ-ସାନ୍ତ୍ରାଗାଚ୍ଛି-ପୁରୀ ସ୍ବତନ୍ତ୍ର ଟ୍ରେନ୍‌କୁ ସାନ୍ତ୍ରାଗାଛିରୁ 20 ଏବଂ 27 ତାରିଖରେ ଓ ପୁରୀରୁ 21 ଏବଂ 28 ତାରିଖରେ ବାତିଲ କରାଯାଇଛି।

11. 19317/19318 ଇନ୍ଦୋର-ପୁରୀ-ଇନ୍ଦୋର ସ୍ବତନ୍ତ୍ର ଟ୍ରେନ୍‌ ପୁରୀରୁ 24 ଏବଂ 31 ମାର୍ଚ୍ଚରେ ଏବଂ ଇନ୍ଦୋରରୁ 25 ମାର୍ଚ୍ଚ ଏବଂ 1 ଏପ୍ରିଲ୍‌ରେ ବାତିଲ କରାଯାଇଛି।

12. 82841/82842 ସାନ୍ତ୍ରାଗାଚ୍ଛ-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍‌ ଚେନ୍ନାଇରୁ 20 ଏବଂ 27 ମାର୍ଚ୍ଚରେ ଓ ସାନ୍ତ୍ରାଗାଚ୍ଛିରୁ 21 ଏବଂ 28 ମାର୍ଚ୍ଚରେ ବାତିଲ କରାଯାଇଛି।

Related posts