Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌ 19 : 12ଟି ଟ୍ରେନ୍‌ ଚଳାଚଳ ବାତିଲ କଲା ପୂର୍ବତଟ ରେଳବାଇ
ଆଜିର ଖବର

କୋଭିଡ୍‌ 19 : 12ଟି ଟ୍ରେନ୍‌ ଚଳାଚଳ ବାତିଲ କଲା ପୂର୍ବତଟ ରେଳବାଇ

March 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଉଛି। ଏହା ସହିତ ଗୁରୁବାର ପୂର୍ବତଟ ରେଳବାଇ ପକ୍ଷରୁ 12ଟି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି। ସମସ୍ତ ଟ୍ରେନ୍‌ ଗୁଡିକୁ 20 ମାର୍ଚ୍ଚରୁ 1 ଏପ୍ରିଲ୍‌ ମଧ୍ୟରେ ବାତିଲ କରାଯାଇଛି। ବାତିଲ କରାଯାଇଥିବା ଟ୍ରେନ୍‌ର ତାଲିକା ନିମ୍ନରେ ପ୍ରକାଶ କରାଗଲା।

1. 12881/12882 ପୁରୀ-ହାଉଡା-ପୁରୀ ସାପ୍ତାହିକ ଗରିବ ରଥ ଟ୍ରେନ୍‌ର ଆସନ୍ତା 23,25 ଏବଂ 30 ତାରିଖରେ ପୁରୀରୁ ଏବଂ 24,26 ଓ 31 ମାର୍ଚ୍ଚରେ ହାଓଡାରୁ ଯାତ୍ରା ବାତିଲ କରାଯାଇଛି।

2. 12831/12832 ଭୁବନେଶ୍ବର-ଧାନବାଦ-ଭୁବନେଶ୍ବର ଗରିବରଥ ଏକ୍ସପ୍ରେସ୍‌କୁ ଧାନବାଦରୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ଭୁବନେଶ୍ବରରୁ 21 ମାର୍ଚ୍ଚରୁ 1 ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରାଯାଇଛି।

3. 12281/12282 ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ଦୂରନ୍ତୋ ଏକ୍ସପ୍ରେସ୍‌କୁ 25 ଏବଂ 26 ମାର୍ଚ୍ଚରେ ଯଥାକ୍ରମେ ନୂଆଦିଲ୍ଳୀ ଏବଂ ଭୁବନେଶ୍ବରରୁ ବାତିଲ କରାଯାଇଛି।

4. 12278/12277 ପୁରୀ -ହଓଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌କୁ ଉଭୟ ପାର୍ଶ୍ବରୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

5. 22708/22707 ତିରୁପତି-ବିଶାଖାପଟ୍ଟନମ୍‌-ତିରୁପତି ଏକ୍ସପ୍ରେସ୍‌କୁ 20ରୁ 30 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଛି।

6. 08501/08502 ବିଶାଖାପଟ୍ଟନମ୍‌-ସିକନ୍ଦରାବାଦ-ବିଶାଖାପଟ୍ଟନମ୍‌ ସ୍ବତନ୍ତ୍ର ଟ୍ରେନ୍‌କୁ 17 ତାରିଖରୁ 1 ଏପ୍ରିଲ୍‌ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବନ୍ଦ ରଖାଯାଇଛି।

7. 08573/08574 ବିଶାଖାପଟ୍ଟନମ୍‌-ତିରୁପତି-ବିଶାଖାପଟ୍ଟନମ୍‌ ସ୍ବତନ୍ତ୍ର ଟ୍ରେନ୍‌କୁ 23 ତାରିଖରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବନ୍ଦ ରଖାଯାଇଛି।

8. 08301/08302 ସମ୍ବଲପୁର-ବନାଶବାଡି-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌କୁ ବନାଶବାଡିରୁ 18 ଏବଂ 25 ମାର୍ଚ୍ଚରେ ବାତିଲ କରାଯାଇଥିବା ବେଳେ ସମ୍ବଲପୁର ପାର୍ଶ୍ବରୁ 19ରୁ 26 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

9. 08407/08408 ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌କୁ ସିକନ୍ଦରାବାଦ ପାର୍ଶ୍ବରୁ 19 ଏବଂ 26 ତାରିଖରେ ଓ ଭୁବନେଶ୍ବର ପାର୍ଶ୍ବରୁ 20 ଏବଂ 27 ତାରିଖରେ ବାତିଲ କରାଯାଇଛି।

10. 08403/08404 ପୁରୀ-ସାନ୍ତ୍ରାଗାଚ୍ଛି-ପୁରୀ ସ୍ବତନ୍ତ୍ର ଟ୍ରେନ୍‌କୁ ସାନ୍ତ୍ରାଗାଛିରୁ 20 ଏବଂ 27 ତାରିଖରେ ଓ ପୁରୀରୁ 21 ଏବଂ 28 ତାରିଖରେ ବାତିଲ କରାଯାଇଛି।

11. 19317/19318 ଇନ୍ଦୋର-ପୁରୀ-ଇନ୍ଦୋର ସ୍ବତନ୍ତ୍ର ଟ୍ରେନ୍‌ ପୁରୀରୁ 24 ଏବଂ 31 ମାର୍ଚ୍ଚରେ ଏବଂ ଇନ୍ଦୋରରୁ 25 ମାର୍ଚ୍ଚ ଏବଂ 1 ଏପ୍ରିଲ୍‌ରେ ବାତିଲ କରାଯାଇଛି।

12. 82841/82842 ସାନ୍ତ୍ରାଗାଚ୍ଛ-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍‌ ଚେନ୍ନାଇରୁ 20 ଏବଂ 27 ମାର୍ଚ୍ଚରେ ଓ ସାନ୍ତ୍ରାଗାଚ୍ଛିରୁ 21 ଏବଂ 28 ମାର୍ଚ୍ଚରେ ବାତିଲ କରାଯାଇଛି।

covid19 eastcoastrailway
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.