ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଭାଇରସକୁ ମହାମାରୀ ଘୋଷଣା କରିଛନ୍ତି। ଏହା ସହିତ ଦିଲ୍ଲୀରେ ସମସ୍ତ ସିନେମା ହଲ୍କୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କରୋନା ଭାଇରସର ଭୟାବହତାକୁ ଦେଖି ଏପରି ଆଦେଶ ଜାରି କରିଛନ୍ତି। ଏତଦ୍ବ୍ୟତୀତ ଦିଲ୍ଲୀରେ ଯେଉଁ ସବୁ ସ୍କୁଲ ଓ କଲେଜର ପରୀକ୍ଷା ସରିଯାଇଛି, ସେହି ସମସ୍ତ ସ୍କୁଲ ଓ କଲେଜକୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ 73ଟି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଦିନ ଉତ୍ତରପ୍ରଦେଶ, ଲଦାଖ, ମହାରାଷ୍ଟ୍ରରୁ କରୋନା ସମ୍ପର୍କିତ ନୂଆ ମାମଲା ସାମ୍ନାକୁ ଆସିଛି। କରୋନା ଭାଇରସ୍ ଯୋଗୁଁ ଏବେ ଲୋକପ୍ରିୟ ଆଇପିଏଲ୍ ମଧ୍ୟ ସଂକଟରେ ପଡିଯାଇଛି।
Author: Samikhsya Bureau
ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ନବାଗତା ନୁପୂର ସାନୋନଙ୍କ ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ‘ଫିଲ୍ହାଲ୍’କୁ ବେଶ୍ ଚର୍ଚ୍ଚାରେ ରହିଥିଲା । ଅକ୍ଷୟ ଓ ନୁପୂରଙ୍କ ଏହି ଭିଡିଓଙ୍କ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ନିକଟରେ ଅଭିନେତ୍ରୀ ନୁପୂର ଏହି ଗୀତର ଅନପ୍ଲକଡ୍ ଭର୍ସନ ରିଲିଜ୍ କରିଛନ୍ତି। https://www.youtube.com/watch?list=RDTF8KIcV8lvs&v=TF8KIcV8lvs&feature=emb_rel_end ନୁପୂର ଜଣେ ଅଭିନେତ୍ରୀ ହେବା ସହିତ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ଗାୟିକା। ନୁପୂର ତାଙ୍କ ପ୍ରଶଂସକଙ୍କୁ ଉପହାର ଦେବା ସ୍ବରୂପ ପ୍ରଥମଥର ପାଇଁ ଏହି ଗୀତର ଅନପ୍ଲଗଡ୍ ଭର୍ସନ ଆଣିଛନ୍ତି। ଏଥିରେ ସେ ବହୁତ ସରଳ ଭାବରେ ନିଜର ପ୍ରତିଭାକୁ ଦର୍ଶାଇଛନ୍ତି। ନିର୍ମାତା ଏହି ମ୍ୟୁଜିକ ଭିଡିଓର ସ୍ବିକେଲ୍ କରିବା ପାଇଁ ଘୋଷଣା ମଧ୍ୟ କରିଛନ୍ତି। ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର୍, ଆଲିଆ ଭଟ୍ଟ, ପରିଣୀତି ଚୋପ୍ରା ପ୍ରମୁଖ ନିଜର ଗାୟକୀ ପ୍ରଦର୍ଶନ କରିଛନ୍ତି ।
ପୁଣେ : ଭାରତର କିଛି ସହରରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ 11ଟି କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାକୁ ଦେଖି ମହାରାଷ୍ଟ୍ର ସରକାର ସତର୍କ ହୋଇଛନ୍ତି। ଏହା ସହିତ ନେତାମାନେ ମଧ୍ୟ ଏହି ଭାଇରସ ପ୍ରତି ସତର୍କ ରହି ସଚେତନତା କରୁଛନ୍ତି । କରୋନା ମାମଲା ବୃଦ୍ଧି ଦେଖି ବଜାରରେ ମାସ୍କ ଓ ସାନିଟାଇଜର୍ ଦାମ ଆକାଶ ଛୁଆଁ ହୋଇଯାଇଛି । ସେହିପରି ବଜାରରେ ମଧ୍ୟ ଏହାକୁ ନେଇ କଳାବଜାରୀ ହେଉଥିବାର ଖବର ମିଳୁଛି । ସାଧାରଣରେ କରୋନାକୁ ନେଇ ବେଶ୍ ସଚେତନ ରହୁଥିବାବେଳେ ମାସ୍କ ଓ ସାନିଟାଇଜର୍ର ବର୍ଦ୍ଧିତ ଦର ଯୋଗୁଁ ଏହାକୁ କ୍ରୟ କରିବାରେ ଜନତା ବେଶ୍ ଅସୁବିଧା ଭୋଗ କରୁଛନ୍ତି । ଜନତାଙ୍କ ଏହି ସମସ୍ୟାକୁ ଦେଖି ନେତାମାନେ ମଧ୍ୟ ନିଜ ନିଜ ନିର୍ବାଚନୀ କ୍ଷେତ୍ରରେ ଜନତାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ନେଉଛନ୍ତି ।…
ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ।ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ ଏବଂ ସସ୍ମିତ ପାତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି 114 ୟୁଏଲ୍ବି ସମ୍ବନ୍ଧରେ ଓଡିଶାକୁ ବିଚାରାଧୀନ 700 କୋଟି ଟଙ୍କା ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। 14ତମ ଅର୍ଥ ଆୟୋଗର ସୁପାରିଶରୁ ଉତ୍ପନ୍ନ ମୌଳିକ ଏବଂ କାର୍ଯ୍ୟଦକ୍ଷତା ଅନୁଦାନ ଏବଂ ଗତ ଚାରି ବର୍ଷ ଧରି ଏହି ମାମଲା ବିଚାରାଧୀନ ଅଛି । ଏତଦ୍ବ୍ୟତୀତ ୟେସ ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଜମା ରାଶିର ନିରାପତ୍ତା ନିଶ୍ଚିତ କରିବାକୁ ସେ ବିଜେଡି ସାଂସଦଙ୍କ ଅନୁରୋଧ କ୍ରମେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରାଜ୍ୟପାଳଙ୍କ ସହ କଥା ହୋଇସାରିଛନ୍ତି ବୋଲି ସୀତାରମଣ କହିଛନ୍ତି ।
ମୁମ୍ବାଇ : ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ଶିବସେନାର ସାମିଲ୍ ହୋଇଥିବା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ପ୍ରିୟଙ୍କା ଦଳରେ ପ୍ରବକ୍ତା ରୂପେ କାର୍ଯ୍ୟ କରୁଥିଲେ । ଏତଦ୍ବ୍ୟତୀତ ଆଦିତ୍ୟ ଠାକ୍ରେଙ୍କ ନିର୍ବାଚନୀ କ୍ଷେତ୍ରରେ ପ୍ରଚାର କାର୍ଯ୍ୟ ସମ୍ଭାଳିଥିଲେ । ମହାରାଷ୍ଟ୍ର ରାଜ୍ୟସଭାର ସାତୋଟି ଆସନ ଖାଲିଥିବାବେଳେ ଏଥିରେ ବିଜେପି ଏହାର ତିନି ସାଂସଦଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିପାରେ, କିନ୍ତୁ ଶିବସେନା, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ କଂଗ୍ରେସ ଚାରିଟି ଆସନ ପାଇବାର ସମ୍ଭାବନା ରହିଛି। ଦଶ ବର୍ଷ ପୂର୍ବେ କଂଗ୍ରେସ ସାମିଲ୍ ହୋଇଥିଲେ ପ୍ରିୟଙ୍କା । କଂଗ୍ରେସର ମୁଖପାତ୍ର ରୂପେ କାର୍ଯ୍ୟ କରୁଥିବା ପ୍ରିୟଙ୍କା ଦଳର ନୀତିକୁ ସମାଲୋଚନା କରି ଦଳର ହାତ ଛାଡି 2019ରେ ଶିବସେନା ସହ ମିଶିଥିଲେ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ୟେସ ବ୍ୟାଙ୍କରେ ଫଶି ରହିଥିବା ଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜନୀତି ବେଶ୍ ସରଗରମ । ଆଜି ଗୃହରେ ଏହି ଟଙ୍କା ନେଇ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରଖି ନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ରଖିଛି ବୋଲି କହିଛନ୍ତି ଖୋଦ ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଅର୍ଥ ୟେସ୍ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେ ଆହୁରି କହିଛନ୍ତି ଯେ, ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ ଚୟନ କରାଯାଇଥିଲା। କୋଟେସନ ମାଧ୍ୟମରେ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ୱାନ ହୋଇଥିଲା। 12ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୟେସ୍ ବ୍ୟାଙ୍କର…
ବକ୍ସର : ପୁଣି ଜଣେ ପବ୍ଜୀ ଖେଳ ପାଇଁ ହସ୍ପିଟାଲ୍ରେ ଭର୍ତ୍ତି ହେବାର ଖବର ସାମ୍ନାକୁ ଆସିଛି। ଯୁବକ ଜଣଙ୍କୁ ହାତ ଗୋଡ ବାନ୍ଧି ହସ୍ପିଟାଲ ନେବାକୁ ପଡିଛି । ଯୁବକ ଜଣକ ପବ୍ଜି ଖେଳରେ ସେ ଏତେ ଅଭ୍ୟସ୍ତ ହୋଇଥିଲେ ଯେ, ସେ ମାନସିକ ସ୍ତରରେ ରୋଗୀ ପାଲଟିଯାଇଥିଲେ। ବିହାରର ବକ୍ସର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ପବ୍ଜୀ ଖେଳ ଆଜିର ଯୁବପିଢିଙ୍କୁ ଏକ ନିଶା ପରି ବାନ୍ଧି ରଖୁଛି। ଯୁବ ପିଢିମାନେ ଏହି ଖେଳରେ ଏତେ ମସଗୁଲ୍ ହୋଇଯାଉଛନ୍ତି ଯେ ସେମାନେ ଏହାର କୁପରିଣାମ ବୁଝିପାରୁନାହାନ୍ତି। ମିଳିଥିବା ସୂଚନା ଅନୁସାରେ ବକ୍ସରର ମାଠିଆ ମୋଡର ଏହି ଯୁବକ ଜଣକ ପବ୍ଜୀ ଖେଳରେ ପାଗଳ ପ୍ରାୟ ହୋଇଯାଇଛନ୍ତି। ତାଙ୍କୁ କିଛି କାମ କହିଲେ ସେ କରିବାକୁ ମନା କରିବା ସହିତ ମାରପିଟ୍ ମଧ୍ୟ କରୁଥିଲେ। ଯୁବକର ଏପରି ହରକତରେ ଘର ଲୋକେ ବ୍ୟସ୍ତ ହୋଇ ତା’ର ହାତ…
ସମୀକ୍ଷା ବ୍ୟୁରୋ ଗତ ସପ୍ତାହେ ହେଲା ଭାରତୀୟ ଅର୍ଥନୀତି ଓ ବଜାରରେ ଏକ ପ୍ରକାର ରକ୍ତପାତ ସୃଷ୍ଟି ହୋଇଛି। ବଜାରର ଭାଷାରେ “ରକ୍ତପାତ” ଶବ୍ଦର ଏକ ଭିନ୍ନ ଅର୍ଥ ରହିଛି। ଗୋଟେ ଗୋଟେ ଦିନରେ ବଜାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ବୁଡି ଯାଉଛି। କରୋନା ଭୂତାଣୁକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କଲାପରେ ଓ ଏହାର ପରିଣତିରେ ୟୁରୋପ ଏବଂ ଆମେରିକା ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ, ପୂରା ବିଶ୍ଵ ବଜାରରେ ଅନ୍ଧାର ଘୋଟି ଆସିଛି। ଅର୍ଥନୀତିର ବିଶ୍ଵିକରଣ ଆଜି ସାରା ପୃଥିବୀ ଲାଗି ଏକ ଦୁଃସ୍ଵପ୍ନ ଭଳି ଲାଗୁଛି। କାରୋନା ର ପ୍ରଭାବ ସହିତ ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥା ଆହୁରି ଭୟଙ୍କର ଅବସ୍ଥାରେ ପହଞ୍ଚିଛି। ଗତ ଦୁଇ ବର୍ଷ ହେଲା ଭାରତର ସବୁ ଅର୍ଥନୈତିକ ସୂଚକାଙ୍କ ନିମ୍ନଗାମୀ ରହିଥିବା ବେଳେ କେବଳ ବଜାର ଓ ସେଂସେକ୍ସରେ ଆମର ଅର୍ଥନୀତି ପାଇଁ କିଛିଟା ସବୁଜ ସଙ୍କେତ ରହିଥିଲା। ଗତ…
ସମୀକ୍ଷା ବ୍ୟୁରୋ ଆଠଗଡ : ବାହାହେବାକୁ ଯାଉଥିବା ବରକୁ ଅପହରଣ ପ୍ରସଙ୍ଗରେ ଏବେ ଟୁଇଷ୍ଟ ଆସିଛି। ମିଳିଥିବା ସୂଚନା ଅନୁସାରେ ମଝି ରାସ୍ତାରୁ ବରକୁ କେହି ଦୁର୍ବୃର୍ତ୍ତ ନୁହେଁ ବରଂ ପୋଲିସ୍ ଉଠାଇ ନେଇଛି। ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ। ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବରକୁ ଉଠାଇନେଇଛି ବାଙ୍କୀ ପୋଲିସ୍। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ଥିଲା। ପୋଲିସ୍ ତାକୁ ଖୋଜୁଥିଲା। ଆଜି ଲୁଚି ଲୁଚି ବାହା ହେବାକୁ ଯାଉଥିବାବେଳେ ପୋଲିସ୍ ଧରିଥିବାର ସୂଚନା ମିଳିଛି। ଢେଙ୍କାନାଳରୁ ଆଠଗଠ ବାହାହେବାକୁ ଗଲାବେଳେ ବରକୁ ଉଠାଇ ନେଇଥିଲେ। ମିଳିଥିବା ସୂଚନା ଅନୁସାରେ ସାପୁଆ ପୋଲ ଉପରୁ ବରକୁ ଉଠାଇ ନିଆଯାଇଥିଲା। ସୂଚନାଯୋଗ୍ୟ, ବରକୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।
ସମୀକ୍ଷା ବ୍ୟୁରୋ ଆଠଗଡ : ବାହାହେବାକୁ ଯାଉଥିବା ବରକୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ । ମଝି ରାସ୍ତାରେ ଗାଡ଼ି ଅଟକାଇ ବରକୁ ଉଠାଇ ନେଲେ ଦୁର୍ବୃତ୍ତ। ସାପୁଆ ପୋଲ ଉପରୁ ଜବରଦସ୍ତ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ସାତ/ଆଠ ଜଣ ଦୁର୍ବୃତ୍ତ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ନେଇ ଆଠଗଡ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳରୁ ଆଠଗଡ ଆସୁଥିଲେ। ସାଙ୍ଗରେ ମଧ୍ୟ ବରଯାତ୍ରୀ ରହିଥିଲେ । ତେବେ ବରକୁ କିଏ କ’ଣ ପାଇଁ ଉଠାଇ ନେଇଛନ୍ତି, ଏସମ୍ପର୍କରେ କିଛି ଜଣାପଡିନାହିଁ।
ଲାହୋର : ଜଣେ ସ୍ବାମୀଙ୍କର ଦୁଇଟି ସ୍ତ୍ରୀ ରହିଥିବାର ଶୁଣାଯାଇଥାଏ । କିନ୍ତୁ ସ୍ତ୍ରୀଙ୍କର ଦୁଇଟି ସ୍ବାମୀ ରହିଥିବାର ଖବର ସାମ୍ନାକୁ ଆସିଛି । ସ୍ବାମୀଙ୍କ ପାଇଁ ଦୁଇଜଣ ସ୍ତ୍ରୀ ନିଜ ମଧ୍ୟରେ ବୁଝାମଣା କରିଥାନ୍ତି । କିନ୍ତୁ ଜଣେ ସ୍ତ୍ରୀ ପାଇଁ ଦୁଇ ଜଣ ସ୍ବାମୀ ବୁଝାମଣା କହିଛନ୍ତି । ଏହି ଘଟଣାର ପାକିସ୍ତାନର ଲହୋର ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ସ୍ତ୍ରୀ ଗର୍ଭବତୀ ଥିବାବେଳେ ପ୍ରଥମ ସ୍ବାମୀ ଜଣକ ତାଙ୍କର ଉତ୍ତମ ଦେଖାରଖା କରିପାରିବେ ବୋଲି ଦ୍ବିତୀୟ ସ୍ବାମୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି । ଦୁଇଜଣ ସ୍ବାମୀ ଜଣକ ଏହା ସମ୍ପର୍କରେ ପୋଲିସ ଥାନାରେ ଲିଖିତ ବୟାନ ଦେଇଛନ୍ତି । ମହିଳାଙ୍କ ଦ୍ବିତୀୟ ସ୍ବାମୀ ବୁଝାମୁଣା ଚୁକ୍ତିରେ ଲେଖିଛନ୍ତି ଯେ – ତାଙ୍କ ସ୍ତ୍ରୀଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଚାରିଜଣ ସନ୍ତାନ ଅଛନ୍ତି…
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏବେ ଏକ ବଡ ଫିଲ୍ମରେ ନଜର ଆସିବେ । ‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର2’ରରେ ବଲିଉଡ୍ ଡେବ୍ୟୁ କରିଥିବା ତାରା ସୁତାରିଆ ଏବେ ମୋହିତ ସୂରୀଙ୍କ ‘ଏକ ଭିଲେନ୍ 2’ରେ ନଜର ଆସିବେ । ଏହି ଫିଲ୍ମରେ ଆଦିତ୍ୟ ରାୟ କପୁର୍, ଦିଶା ପଟ୍ଟାନୀ ଓ ଜନ୍ ଆବ୍ରାହମ୍ ମଧ୍ୟ ନଜର ଆସିବେ। ଏକତା କପୁର୍ ଓ ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ମୋହିତ ସୂରୀ । 2014ରେ ରିଲିଜ୍ ହୋଇଥିବା ରୋମାଣ୍ଟିକ୍ ଫିଲ୍ମ ଏକ ଭିଲେନ୍ରେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ଓ ସିଦ୍ଧାର୍ଥ ମାଲହୋତ୍ରା ଓ ରୀତେଶ ଦେଶମୁଖ ନଜର ଆସିଥିଲେ । ତେବେ ଏହି ଫିଲ୍ମର ସ୍ବିକେଲ୍ ଜାନୁଆରୀ 8ରେ ରିଲିଜ୍ ହେବ ବୋଲି ସୂଚନା ରହିଛି । ଏହି ସିରିଜ୍ରେ ଜଣେ ଗାୟକର ଜୀବନୀ ଉପରେ ଆଧାରିତ ହୋଇଛି ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା : ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳରେ ବ୍ରାଉନସୁଗାର କାରବାରର ଏକ ବଡ଼ ଡିଲ୍ ଚାଲିଥିବାବେଳେ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ସୂଚନା ପାଇଥିଲା। ଗୁପ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ଚଢ଼ଉ କରିଥିବା ଜଣାପଡ଼ିଛି । ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗାର ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 61 ହୋଇଯାଇଛି। କାନାଡାରୁ ଲକ୍ଷ୍ନୌ ନିଜ ସମ୍ପର୍କୀୟଙ୍କ ସହ ଆସିଥିବା ମହିଳାଙ୍କ ଠାରେ କରୋନା ପଜିଟିଭି ମିଳିଛି । ମହିଳାଙ୍କୁ କେଜିଏମୟୁ ଆଇସୋଲେସନର ବୋର୍ଡରେ ରଖାଯାଇଛି । ଏହା ମଧ୍ୟରେ କରୋନା ଭୟ ଯୋଗୁଁ ଆଇଆଇଏମର ଦୀକ୍ଷାନ୍ତ ସମାରୋହକୁ ରଦ୍ଦ କରାଯାଇଛି। ସେହିପରି ପାଟନାର ପିଏମ୍ସିଏଚର ଓ ଏନ୍ଏମସିଏଚ୍ରେ କରୋନା ସନ୍ଦିଗ୍ଧଙ୍କ ସୂଚନା ମିଳିଛି । ସେହିପରି କରୋନା ଭାଇରସ୍ ଯୋଗୁଁ ହାଇକୋର୍ଟଙ୍କ ରେଜିଷ୍ଟାର ସମସ୍ତ ଜିଲ୍ଲା ନ୍ୟାୟଧୀଶଙ୍କୁ ଏକ ନୋଟିସ୍ ପଠାଇଛନ୍ତି । ଏଥିରେ କେବଳ ଅତି ଜରୁରୀ ମାମଲାର ବିଚାର କରିବା ପାଇଁ କୁହାଯାଇଛି । ସେହିପରି କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି କ୍ରମରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍ 15 ପର୍ଯ୍ୟନ୍ତ ସମସ୍ତ…
ନୂଆଦିଲ୍ଲୀ : କରୋନା ଭାଇରସର ଆତଙ୍କରେ ଏବେ ପୂରା ଦୁନିଆ ଭୀତତ୍ରସ୍ତ । ଏହା ଭୟାବହତାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଏହାକୁ ମହାମାରୀ ଘୋଷିତ କରାଯାଇଛି । କରୋନା ଭାଇରସର ସଂକ୍ରମଣ ଯୋଗୁଁ ଏ ପର୍ଯ୍ୟନ୍ତ ଦୁନିଆରେ 4633 ଲୋକଙ୍କର ମୃତ୍ୟୁ ହୋଇଥିବାର ଖବର ରହିଛି । ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ଏବେ 1 ଲକ୍ଷରୁ ଉର୍ଦ୍ଧ୍ବ ରହିଛି । ତେବେ ଏହା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ଖାଦ୍ୟକୁ ନେଇ । ଚିକେନ୍ ଖାଇବା ଯୋଗୁଁ କରେନା ଭାଇସର୍ ଅଧିକ ଭାବରେ ସଂକ୍ରମିତ ହେଉଥିବାର ଏକ ଗୁଜବ ଚାରିଆଡେ ଶୁଣିବାକୁ ମିଳୁଛି । ଏପରିକି ଚିକେନ୍ ବିକ୍ରିରେ ହ୍ରାସ ପାଇବା ସହିତ ଏହାର ମୂଲ୍ୟ ମଧ୍ୟ ଆଶାତୀତ ଭାବରେ କମିବାରେ ଲାଗିଛି । ଏବେ ବଜାରରେ କିଲୋ ପିଛା 70 /80 ଟଙ୍କାରେ ବିକ୍ରି ହେଉଛି । ସେହିପରି ମଟନ୍ ଓ ବିଫ୍ରେ ମଧ୍ୟ ସମାନ ଅବସ୍ଥା…
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ଅସନା କରିବା ଅଭିଯୋଗରେ ଏକ ମଦଭାଟିକୁ ଲକ୍ଷେ ଟଙ୍କା ଫାଇନ୍। କର୍ପୋରେସନ ରୋଡସ୍ଥିତ ଏକ ଦେଶୀ ମଦଭାଟିକୁ ଫାଇନ୍ କରିଛନ୍ତି ବ୍ରହ୍ମପୁର ଜିଲ୍ଲାପାଳ। ମଦ ଦୋକାନ ଆଗରେ ପଲିଥିନ୍ ପଡିଥିବା ଅଭିଯୋଗରେ ଫାଇନ୍। ସକାଳୁ ସହର ବୁଲି ସ୍ବଚ୍ଛତା ଅନୁଧ୍ୟାନ କରୁଥିବା ବେଳେ ଫାଇନ୍ କଲେ। ଅନ୍ୟ 4ଟି ଜଳଖିଆ ଦୋକାନକୁ ମଧ୍ୟ ଦଶହଜାର ଲେଖାଏଁ ଫାଇନ୍ କଲେ।
ସମୀକ୍ଷା ବ୍ୟୁରୋ ଅନୁଗୋଳ : ଆଜି ବି ଅଲୋଡା ହେଉଛି ଶିଶୁ କନ୍ୟା । ମଶାଣିରୁ ମିଳିଲା ନବଜାତ ଶିଶୁ କନ୍ୟା । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ମଶାଣିରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଆଜି ସକାଳେ ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯାଇଥିବା ବେଳେ ସେଠାରେ ସେ ଶିଶୁଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣିରେ ପଡ଼ିଥିବା ଏକ ବ୍ୟାଗ୍ରୁ ନବଜାତକୁ ଉଦ୍ଧାର କରିଥିଲେ। ମହିଳା ଜଣଙ୍କ ଛୁଆଟିକୁ ତାଙ୍କ ଘରକୁ ନେଇ ଯାଇଥିଲେ। ଗ୍ରାମବାସୀ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ନାଲକୋ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ତେବେ ଶିଶୁଟିକୁ କିଏ କାହିଁକି ମଶାଣିରେ ଛାଡି ଦେଇ ଚାଲିଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ପୋଲିସ୍ ତଦନ୍ତ କରୁଛି ।
ନୂଆଦିଲ୍ଲୀ : ଫରେଷ୍ଟ ଗମ୍ପ୍, କାଷ୍ଟଅବେ, କ୍ୟାପଟେନ୍ ଫିଲିପ୍ ଓ ଦ ପୋଷ୍ଟ ପରି ଫିଲ୍ମରେ କାମ କରିଥିବା ବରିଷ୍ଠ ହଲିଉଡ୍ ଅଭିନେତା ଟମ୍ ହାଙ୍କସ୍ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଯାଞ୍ଚରେ ଟମ୍ ଏବଂ ତାଙ୍କ ପତ୍ନୀଙ୍କଠାରେ ଏହାର ପିଜିଟିଭ ଲକ୍ଷଣ ଦେଖାଯାଇଛି । 63 ବର୍ଷୀୟ ଟମ୍ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଶୁଟିଂ କରୁଥିବା ସମୟରେ ସେ ଏହି ଭାଇରସର ସଂକ୍ରମିତ ହୋଇଛନ୍ତି । ଏହାପରେ ତାଙ୍କୁ ଅତ୍ୟଧିକ ଥଣ୍ଡା ଲାଗିବା ସହିତ ଶରୀରରେ କୁଣ୍ଡାଇ ହେବା ସହିତ ବିଭିନ୍ନ ପ୍ରକାରର ଦାଗ ଦେଖାଯାଇଥିଲା । ଟମ୍ ବୁଧବାର ଦିନ ଇନ୍ଷ୍ଟାଗ୍ରାମରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ଏକା ସାଙ୍ଗରେ ଏଲିବ୍ସ ପ୍ରେସଲୀ ଫିଲ୍ମର ଶୁଟିଂ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କୁ ଥଣ୍ଡା, ଜ୍ବର ଓ ଥକ୍କା ଲାଗିବା ସହିତ ଶରୀରରେ ବିଭିନ୍ନ ପ୍ରକାରର ଦାଗ…
କେଦାର ମିଶ୍ର ଭାରତର ସବୁ ବଜାର ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏକମାତ୍ର ବଜାରରେ ପ୍ରଚୁର ଗହଳି, ଆଊ ସେ ବଜାରର ନାଁ ହେଉଛି ଘୋଡା ବଜାର। ଭାରତୀୟ ମହାନ ଗଣତନ୍ତ୍ରର ନିର୍ବାଚନୀ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ଆମର ମାନ୍ୟବର ଲୋକ ପ୍ରତିନିଧି ବା ବିଧାୟକମାନେ ଘୋଡା ଭଳି ବିକ୍ରି ହେବାକୁ ବଜାର ମଝିରେ ଠିଆ ହୋଇଛନ୍ତି। ମଧ୍ୟ ପ୍ରଦେଶରେ ସରକାର ଭାଙ୍ଗିବ କି ରହିବ, ତାର ଭବିଷ୍ୟତ ଏହି ଘୋଡାବଜାର ଉପରେ ନିର୍ଭର କରୁଛି। ଯିଏ ଯେତେ ଅଧିକ ଘୋଡାଙ୍କୁ କିଣିପାରିବ, ସରକାର ତାର। ସେଥିରେ କଣ ନା, ଆମେ ଏ ପୃଥିବୀର ସବୁଠୁ ବଡ ଓ ମହାନ ଗଣତନ୍ତ୍ର!! ଆମ ପାଖରେ ତୃଣମୂଳ, ମାର୍କ୍ସବାଦି କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସର ୧୦୭ ଜଣ ବିଧାୟକ ଅଛନ୍ତି, ସେମାନେ ଯଥାଶୀଘ୍ର ବିଜେପିରେ ମିଶିଯିବେ- କିଛିମାସ ତଳେ ଏମିତି ଏକ ଦମ୍ଭୋକ୍ତି କରିଥିଲେ, ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ…
କନ୍ଦର୍ପ ବେହେରା ରେଢାଖୋଲ : ବିଭିନ୍ନ ସମସ୍ୟାକୁ ନେଇ ରେଢାଖୋଲ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଆଜି ରେଢାଖୋଲ ଭୀମଭୋଇ ଛକରେ ରାସ୍ତାରୋକ କରାଯାଇଛି । କେନ୍ଦୁପତ୍ର ସଂଘର କର୍ମଚାରୀ ତଥା ତୋଳାଳିମାନେ ଧାରଣାରେ ବସିଥିଲେ । କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ମାନିନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ସିଜିନାଲ କର୍ମଚାରୀ ଓ ରାତ୍ର ଜଗୁଆଳୀମାନଙ୍କର ଦରମା ସର୍ବନିମ୍ନ ବର୍ଦ୍ଧିତ ମଜୁରୀ ହାରରେ ବୃଦ୍ଧି କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ଲାଗୁ କରିବା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ କରିବା,କେନ୍ଦୁପତ୍ର ତୋଳାଳିମାନଙ୍କ ଠାରୁ ୨୦୦୦ କେନ୍ଦୁପତ୍ର କେରି ବଦଳରେ ୧୦୦୦ କେନ୍ଦୁପତ୍ର କେରି ନେବା , କେନ୍ଦୁପତ୍ରରୁ ଜି.ଏସ୍.ଟି ପ୍ରତ୍ୟାହାର କରିବା , କେନ୍ଦୁପତ୍ର ଫଡି , ସେକ୍ସନ୍ ଉଠା ନ ଯିବା ଓ ସିଜିନାଲ କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ଆଦି ଦାବୀରେ ରାସ୍ତାରୋକ କରାଯାଇଥିଲା । ରେଢାଖୋଲ…
ଜୁମ୍ ହୋଲି ଫେଷ୍ଟ 2020 ଅବସରରେ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍

