Author: Samikhsya Bureau

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହିଂସାକାଣ୍ଡରେ ସମୁଦାୟ 52 ଜଣ ନିହତ ହୋଇଥିବା ବେଳେ 526 ଜଣ ଆହତ ହୋଇଛନ୍ତି । 371ଟି ଦୋକାନକୁ ଜଳାଇ ଦିଆଯାଇଥିବା ବେଳେ 142ଟି ଘର ଜଳାଇ ଦିଆଯାଇଥିଲା । ଲୋକସଭାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଦିଲ୍ଲୀ ହିଂସାକାଣ୍ଡରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରତିପକ୍ଷ ଦଳର ନେତାଙ୍କୁ ହିଂସାକାଣ୍ଡ ପାଇଁ ଶାହା ଦାୟୀ କରିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ଏବଂ ଆଇୟୁଏମ୍‌ଏଲ୍‌ର ସଂସଦ ମାନେ ଗୃହ ପରିତ୍ୟାଗ କରିଥିଲେ । ଦିଲ୍ଲୀ ପୋଲିସ୍‌ର କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିଥିବା ବେଳେ ଶାହା ଦିଲ୍ଲୀ ପୋଲିସର ପ୍ରଶଂସା କରିଥିଲେ । ଦିଲ୍ଲୀ ପୋଲିସ୍‌ର ତତ୍ପରତା କାରଣରୁ ଦଙ୍ଗା ବ୍ୟାପି ନଥିଲା ବୋଲି ଶାହା କହିଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଛୋଟ ଷ୍ଟେସନ ମାନଙ୍କରେ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ । ଛୋଟ ଷ୍ଟେସନ ମାନଙ୍କରେ ସହାୟକ ଷ୍ଟେସନ ମାଷ୍ଟର ଉଭୟ ଟିକେଟ ବୁକିଂ କାର୍ଯ୍ୟ ତୁଲାଇବା ସହିତ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ଧ୍ୟାନ ଦେଇଥାନ୍ତି । ସହାୟକ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟକୁ ସୂଚାରୁ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ସ୍ଥାନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ସ୍ଥିର କରିଛି I  ଏହି ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ସେମାନଙ୍କଦ୍ୱାରା ବିକ୍ରି କରାଯାଇଥିବା ଟିକେଟ ଉପରେ କମିଶନ…

Read More

ହାଇଦ୍ରାବାଦ : ତେଲୁଗୁ ସୁନ୍ଦରୀ ଇଲିଆନା ଡି କ୍ରୁଜ୍‌ ଦୀର୍ଘ 1 ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ପଓ୍ବନ୍‌ କଲ୍ୟାଣଙ୍କ ଓ୍ବକିଲ୍‌ ସାବ୍‌ରେ ଇଲିଆନା ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଫିଲ୍ମରେ ଇଲିଆନାଙ୍କ ଭୂମିକା ସ୍ପଷ୍ଟ ହୋଇନାହିଁ । ଫିଲ୍ମଟି ବଲିଉଡ୍‌ ଫିଲ୍ମ ପିଙ୍କର ଅଫିସିଆଲ୍‌ ରିମେକ୍‌ । ଫିଲ୍ମର ତାମିଲ୍‌ ରିମେକ୍‌ରେ ଅଜିତ୍‌ଙ୍କ ସହିତ ବିଦ୍ୟା ବାଲାନ ରହିଥିବା ବେଳେ ତାପସୀ ପାନ୍ନୁଙ୍କ ଚରିତ୍ରରେ ଶ୍ରଦ୍ଧା ଶ୍ରୀନାଥ ନଜର ଆସିଥିଲେ । ତେବେ ଇଲିଆନା କେଉଁ ଚରିତ୍ରରେ ନଜର ଆସୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଓ୍ବକିଲ୍‌ ସାବ୍‌ର ସୁଟିଂ ସରିଥିବା ବେଳେ ନଭେମ୍ବରରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ପୋଷ୍ଟର ଯୁଦ୍ଧକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ସିଏଏ ବିରୋଧୀ ହିଂସାକାରୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ଯୋଗୀ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ 12 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସିଏଏ ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏବଂ ଠିକଣାର ପୋଷ୍ଟର ମରାଯାଇଥିଲା । ସୋମବାର ଦିନ ଏହା ବିରୋଧରେ ହାଇକୋର୍ଟଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବୁଧବାର ଯୋଗୀ ସରକାରଙ୍କ ପକ୍ଷରୁ ଏହା ବିରୋଧରେ ଆବେଦନ କରାଯାଇଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟସଭା ନିମନ୍ତେ 11 ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ବିଜେପିରେ ସାମିଲ ହୋଇଥିବା କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ମଧ୍ୟପ୍ରଦେଶର ଅନ୍ୟତମ ବିଜେପି ପ୍ରାର୍ଥୀ ଭାବରେ ହର୍ଷ ସିଂହ ଚୌହ୍ବାନଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା କରାଯାଇଛି । ବିହାରରୁ ବିବେକ ଠାକୁର, ଝାରଖଣ୍ଡରୁ ଦୀପକ ପ୍ରକାଶ, ଗୁଜରାତରୁ ରମିଲା ବେନ ବୋରା, ଅଜୟ ଭରଦ୍ବାଜ, ରାଜସ୍ଥାନର ରାଜେନ୍ଦ୍ର ଗେହଲଟ୍‌, ମହାରାଷ୍ଟ୍ରରୁ ଉଦୟନ୍‌ ରାଜ ଭୋଁସଲେ ଏବଂ ଆସାମରୁ ଭୁବନେଶ୍ବର କଲିତାଙ୍କ ନାମ ରାଜ୍ୟସଭା ପାଇଁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ସହଯୋଗୀ ଦଳଙ୍କ ପାଇଁ ବିଜେପି ଦୁଇଟି ରାଜ୍ୟସଭା ଆସନ ଛାଡିଦେଇଛି । ମହାରାଷ୍ଟ୍ରରୁ ରାମଦାସ ଅଠାଓ୍ବଲେ ଏବଂ ଆସାମରୁ ବିପିଏଫ୍‌ର ବୃକ୍ଷଜିତ୍‌ ଡାମ୍‌ରୀଙ୍କୁ ରାଜ୍ୟସଭା ପାଇଁ ବିଜେପି ପକ୍ଷରୁ ଚୟନ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ ଏଫ୍‌ଆଇଆର ଦାଖଲ କରାଯାଇଛି । ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ ଗୁପ୍ତା ପକ୍ଷରୁ ପୋଲିସ୍‌ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଦୁଇ ପୋଲିସ୍‌ ଅଧିକାରୀ ପଓ୍ବନ୍‌ ଗୁପ୍ତାଙ୍କୁ ମାଡ ମାରିଥିବା ନେଇ ମାମଲା ଦାୟର କରାଯାଇଛି । ନୂଆଦିଲ୍ଲୀର କରକର୍‌ଡୁମା କୋର୍ଟରେ ପଓ୍ବନ୍‌ ଗୁପ୍ତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ କୋର୍ଟଙ୍କ ପକ୍ଷରୁ ମାଣ୍ଡୋଲି ପୋଲିସ୍‌ ଥାନାକୁ ନୋଟିସ୍‌ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30ରେ ଫାଶୀ ପ୍ରଦାନ କରାଯିବ । (ଏଜେନ୍ସି)

Read More

ନୂଆଦିଲ୍ଲୀ : କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ଶିବରାଜ ସିଂ ଚୌହାନ ରାଜ୍ୟସଭା ପ୍ରାର୍ଥୀ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନରେ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ଅପରାହ୍ନରେ ଶିବରାଜ ରାଜ୍ୟସଭା ସଦସ୍ୟ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଥିଲେ । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟରରେ ଶିବରାଜ ସିନ୍ଧିଆଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : କୋରୋନା ଭାଇରସ୍‌ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ଭାରତୀୟ ପେସ୍‌ ବୋଲର ଭୁବନେଶ୍ବର କୁମାର ଏହି ନୂତନ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଏହି ଶୃଙ୍ଖଳାରେ ଭାରତୀୟ ପେସ୍‌ ବୋଲର ମାନେ ବଲ୍‌ ଉପରେ ଛେପ ଲଗାଇବେ ନାହିଁ ବୋଲି ଭୁବନେଶ୍ବର କୁମାର ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବଲ୍‌କୁ ପୁରୁଣା ଏବଂ ରିଭର୍ସ ସ୍ବିଙ୍ଗ କରାଇବା ପାଇଁ ପେସ୍‌ ବୋଲର ମାନେ ଛେପର ବ୍ୟବହାର କରିଥାନ୍ତି । ଭୁବନେଶ୍ବର ଏହି ମତ ଦେଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ବୁଧବାରର ଟିମ୍‌ ମିଟିଂ ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । (ଏଜେନ୍ସି)

Read More

ବେଙ୍ଗାଲୁରୁ : ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକ କଂଗ୍ରେସର ଦାୟିତ୍ବ ପ୍ରଦାନ କରାଯାଇଛି । ବୁଧବାର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ଶିବକୁମାରଙ୍କୁ ଚୟନ କରାଯାଇଛି । ଶିବକୁମାରଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଥିବା ବେଳେ ତିନି ଜଣ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଛି । ଇଶ୍ବର ଖାନ୍ଦ୍ରେ, ସତୀଶ ଝର୍କୀହୋଲି ଏବଂ ସଲିମ୍‌ ଅହମଦ୍‌ଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଘୋଷଣା କରାଯାଇଛି । ଏହା ସହିତ ଅଜୟ ସିଂ ଏବଂ ଏମ୍‌ ନାରାୟଣସ୍ବାମୀଙ୍କୁ ମୁଖ୍ୟ ହ୍ବିପ୍‌ ଅଫିସର ଭାବରେ ନିଯୁକ୍ତ କରାଯାଇଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ରଙ୍ଗର ପର୍ବ ହୋଲିକୁ ବେଶ୍‌ ନିଆରା ଢଙ୍ଗରେ ପାଳନ କରିଛି ଅରୁଣିମା କ୍ଲବ। ସାରା ବିଶ୍ବରେ କରୋନା ଭୟଙ୍କର ଆତଙ୍କ ଖେଳାଇଥିବାବେଳେ ଭାରତରେ ଏହି ରୋଗୀଙ୍କ ସଂକ୍ରମିତଙ୍କ ସଂଖ୍ୟା ୬୨ରେ ପହଞ୍ଚିଲାଣି। କରୋନାର କରାଳ ରୂପରେ ସମେସ୍ତ ପ୍ରାୟ ଭୀତତ୍ରସ୍ତ। ଏପରି ସମୟରେ ବାଣପୁର ସାନହନ୍ତୁଆଡର ଅରୁଣିମା କ୍ଲବର ସଦସ୍ୟମାନେ ହୋଲିରେ ରଙ୍ଗର ଖେଳ ନ ଖେଳି ମାନବତାର ରଙ୍ଗ ପ୍ରଦର୍ଶନ କରିଛନ୍ତି। କରୋନା  ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ନିରାକରଣ ପାଇଁ ଲୋକଙ୍କ ସତର୍କ କରାଇବା ସହିତ ସଚେତନତା ସୃଷ୍ଟି କରିଛନ୍ତି ଅରୁଣିମା ବ୍ଲକ୍‌ର ସଦସ୍ୟବୃନ୍ଦ। ଏହି କ୍ଲବ ତରଫରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇ ଘର ଘର ବୁଲି ଲୋକଙ୍କୁ ଏହାକୁ ବଣ୍ଟନ କରିବା ସହିତ ଏହା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିରେ କରୋନା ସତର୍କତା ନେଇ ଅନେକଗୁଡିଏ ପଦକ୍ଷେପ ବିଷୟରେ ଉଲ୍ଲେଖ ରହିଛି। ଯେପରିକି – ମୁହଁ  ଓ ହାତକୁ ବାରମ୍ବାର ସ୍ପର୍ଶ…

Read More

କେଦାର ମିଶ୍ର ଗତକାଲି ଲାଗୁଥିଲା, ମଧ୍ୟପ୍ରଦେଶର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବେ ବୋଲି ସ୍ପଷ୍ଟ ହେବା ପରେ ମଧ୍ୟପ୍ରଦେଶର କମଳନାଥ ସରକାର ଭାଙ୍ଗିପଡିବ। ହେଲେ ଆଜି ଖେଳର ନିୟମ ଅଲଗା ଲାଗୁଛି। ଆରମ୍ଭରୁ କମଳନାଥ ସରକାର ଭାଙ୍ଗିବା ଯେତେ ସହଜ ଜଣାପଡୁଥିଲା, ତାହା ଏବେ ଲୁହା ଚଣା ଚୋବାଇବା ଭଳି ଅବସ୍ଥାକୁ ଆସିଯାଇଛି। ଜ୍ୟୋତିରାଦିତ୍ୟଙ୍କ ସହିତ ୨୧ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ଇସ୍ତଫା ଦେବା ମାମଲାରେ ବାଚସ୍ପତିଙ୍କ ପାଖରେ ହାଜର ହେବା ଜରୁରୀ ବୋଲି ଆମେ କର୍ଣ୍ଣାଟକ ସଙ୍କଟ ସମୟରେ ଜାଣିଛୁ। ତେଣୁ ଫାକ୍ସ ମାଧ୍ୟମରେ ବିଧାୟକମାନେ ଦେଇଥିବା ଇସ୍ତଫାପତ୍ରର ବୈଧାନିକ ମୂଲ୍ୟ ବିଶେଷ ନାହିଁ। ଆଜି ଜ୍ୟୋତିରାଦିତ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିବା ବେଳେ ତାଙ୍କ ସହିତ ଅନ୍ୟ କୌଣସି ବିଧାୟକ ଯୋଗ ଦେଇନାହାନ୍ତି। ଯେଉଁ ୨୧ ଜଣ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗ ଉଠୁଛି, ସେମାନେ…

Read More

ମୁମ୍ବାଇ : 70 ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ କଂଗ୍ରେସରୁ ବାଦ ଦିଆଯିବା ଉଚିତ୍‌ ବୋଲି ସଞ୍ଜୟ ନିରୂପମ ମତ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ଭାବରେ ପୁନଃ ଅବସ୍ଥାପିତ କରାଯିବା ଉଚିତ୍‌ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନିରୂପମ ମତ ଦେଇଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ନେତୃତ୍ବରେ ଦଳ ଆଗକୁ ଯାଉନାହିଁ ତେଣୁ ବରିଷ୍ଠଙ୍କୁ ବାଦ ଦେଇ ରାହୁଲ ଏବଂ ଅନ୍ୟାନ୍ୟ ଯୁବ ନେତୃତ୍ବଙ୍କ ହାତରେ ଦଳର କମାଣ ଦେବାର ସମୟ ଆସିଯାଇଛି ବୋଲି ନିରୂପମ ମତ ଦେଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ନିଲମ୍ବିତ ଆପ୍‌ ବିଧାୟକ ତାହିର ହୁସେନ୍‌ ଏବଂ ପିଏଫ୍‌ଆଇ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗରେ ପୂର୍ବତନ ଆପ୍‌ କାଉନ୍‌ସିଲର ତାହିର ହୁସେନ୍‌ ଜେଲ୍‌ରେ ରହିଥିବା ବେଳେ ପିଏଫ୍‌ଆଇ ବିରୋଧରେ ସିଏଏ ହିଂସାକାଣ୍ଡକୁ ନେଇ ଏକ ମାମଲା ଦାୟର କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସହିତ ଅର୍ଥ ହେରଫେର (ପିଏମ୍‌ଏଲ୍‌ଏ) ଧାରା ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୁଧବାର ଇଡି ପକ୍ଷରୁ ଉଭୟ ହୁସେନ୍‌ ଏବଂ ପିଏଫ୍‌ଆଇ ବିରୋଧରେ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡରେ 52 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ନଡ୍ଡା ବିଜେପି ମୁଖ୍ୟାଳୟରେ ଫୁଲତୋଡା ଦେଇ ସିନ୍ଧିଆଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନୀଲ ଜୈନ, ବିନୟ ସହସ୍ରବୁଦ୍ଧେ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : କଂଗ୍ରେସର ବଡ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହେଉଛନ୍ତି। ସିନ୍ଧିଆ ବିଜେପିରେ ସାମିଲ୍‌ ହେବା ନେଇ କଂଗ୍ରେସରେ ହଲଚଲ୍‌ ହେବା ସହିତ ବିଜେପି ଶିବିରରେ ମଧ୍ୟ ଟିକେ ମତଭେଦ ସୃଷ୍ଟି ହୋଇଥିବାର ଖବର ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ ମଧ୍ୟପ୍ରଦେଶର ବିଜେପିର ବଡ ନେତା ପ୍ରଭାତ ଝା ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଛନ୍ତି। ଏହା ବିଷୟରେ ସେ ବିଜେପି ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଛନ୍ତି। ପ୍ରଭାତ ଝା ଭାରତୀୟ ଜନତା ପାର୍ଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିଲେ । କିନ୍ତୁ ଗତ କିଛି ଦିନ ଧରି ସେ ଦଳରେ ଅଣଦେଖା ରହିଛନ୍ତି। ଏହି କାରଣରୁ ଗତ କିଛି ଦିନ ଧରି ଏହି ସମ୍ପର୍କିତ ଖବର ଶୁଣିବାକୁ ମିଳିଥିଲା। ଗତ ଲୋକସଭା ନିର୍ବାଚନରେ ପ୍ରଭାତ ଝା ଦଳଠୁ ଅଲଗା ରାସ୍ତାରେ ପ୍ରଚାର ପ୍ରସାର କରୁଥିଲେ । ନିର୍ବାଚନ ପରେ ପ୍ରଭାତ ଝା ଟୁଇଟ୍‌…

Read More

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜନୀତିରେ ନାଟକ ଥମିବାର ନାଁ ନେଉନାହିଁ । ଇସ୍ତଫା ଦେଇଥିବା 22 ବିଧାୟକଙ୍କ ମଧ୍ୟରୁ 13 ଜଣ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜ୍ୟତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ଗତକାଲି 22 ଜଣ କଂଗ୍ରେସ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ଗୋଟିଏ ପଟେ ସିନ୍ଧିଆ ବିଜେପିରେ ଯୋଗ ଦେବାକୁ ଯାଉଥିବା ବେଳେ ଅନ୍ୟ ପଟରେ ଦିଗ୍‌ବିଜୟଙ୍କ ଏପରି ବୟାନକୁ ନେଇ ଅନିଶ୍ଚିତତା ଜାରି ରହିଛି । 22 ଜଣ ବିଧାୟକ ଇସ୍ତଫା ଦେଲେ କଂଗ୍ରେସ ସଂଖ୍ୟାଲଘୁରେ ପରିଣତ ହେବ । ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଲାଗି ରହିଥିବା ଟ୍ବିଷ୍ଟ ଉପରୁ ପରଦା ଉଠିବ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନାକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି। ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଉପଦେଶାବଳୀ ଜାରି କରାଯାଇଛି । କରୋନା ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାୟୋମେଟ୍ରିକ୍ ଉପସ୍ଥାନ ବଦଳରେ ରେଜିଷ୍ଟର୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କୌଣସି ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ଫୋପାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କର୍ମଚାରୀମାନେ ନିୟମିତ ହାତକୁ ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ବାସ୍‌ରେ ସଫା କରିବାକୁ କୁହାଯାଇଛି। କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ…

Read More

ଇସଲାମାବାଦ : ପାକିସ୍ତାନରେ ଏକ ଲଢୁଆ ଏଫ୍‌ 16 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଜଣେ ପାଇଲଟ୍‌ ପ୍ରାଣ ହରାଇଛନ୍ତି । ବୁଧବାର ପାକିସ୍ତାନର 23 ତମ ମାର୍ଚ୍ଚ ପରେଡ୍‌ ଅବସରରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ନୋମାନ ଆକ୍ରମ ଏହି ଯୁଦ୍ଧ ବିମାନର ପାଇଲଟ୍‌ ରହିଥିଲେ । ଇସଲାମାବାଦରେ ଘଟିଥିବା ଦୁର୍ଘଟଣାରେ ପାଇଲଟ୍‌ ଜଣକ ଶହୀଦ ହୋଇଛନ୍ତି । ଓ୍ବିଙ୍ଗ କମାଣ୍ଡର ଆକ୍ରମ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ଏକ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ବିଜେଡି ସଂସଦୀୟ ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଆଜି ବିଜେଡି ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ୟେସ୍‌  ବ୍ୟାଙ୍କରେ ଜଗନ୍ନାଥଙ୍କର 545 କୋଟି ଟଙ୍କା ଫସି ରହିଥିବା ନେଇ ଆଲୋଚନା କରିଛନ୍ତି। ଦେବାଳିଆ ସ୍ଥିତିରେ ୟେସ ବ୍ୟାଙ୍କ ଆସିବା ପରେ ମହାପ୍ରୁଭ ଜଗନ୍ନାଥଙ୍କ ଜମା ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ଏହାକୁ ନେଇ ତନାଘନା କରୁଥିବାବେଳେ ବିରୋଧୀ ସରକାରଙ୍କ ଉପରେ ବର୍ଷୁଛନ୍ତି। ଏହି ଅବସରରେ ରହିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅଚ୍ୟୁତ ସାମନ୍ତ ଓ ଅମର ପଟ୍ଟନାୟକ ଉପସ୍ଥିତ ରହିଥିଲେ।

Read More