ଅପକମିଙ୍ଗ ଓ୍ବେବ୍ ସିରିଜ୍ ମେଣ୍ଟାଲହୁଡ୍ର ସ୍କ୍ରିନିଂରେ ଅଭିନେତ୍ରୀ କରିସ୍ମା କପୁର ଏବଂ କରୀନା କପୁର
Author: Samikhsya Bureau
ଅପକମିଙ୍ଗ ଓ୍ବେବ୍ ସିରିଜ୍ ମେଣ୍ଟାଲହୁଡ୍ର ସ୍କ୍ରିନିଂରେ ଅଭିନେତ୍ରୀ ଅମୃତା ଅରୋରା
ମୁମ୍ବାଇର ଜୁହୁରେ ଅଭିନେତ୍ରୀ କ୍ରିତି ସାନନ୍
ଭୋପାଳ : ମଧ୍ୟପ୍ରଦେଶ କଂଗ୍ରେସରେ ଚାଲିଥିବା ଇସ୍ତଫା ରାଜନୀତି ଥମିମବାର ନାମ ନେଉନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ମଧ୍ୟପ୍ରଦେଶର କଂଗ୍ରେସ ମୁଖପାତ୍ର ମଞ୍ଜୁର ବେଗ୍ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବେଗ୍ ନିଜ ଇସ୍ତଫାପତ୍ରରେ ସିନ୍ଧିଆଙ୍କୁ ସମର୍ଥନ କରିଛନ୍ତି । ଦଳ ମଧ୍ୟରେ ସିନ୍ଧିଆଙ୍କୁ ଅସମ୍ମାନ କରାଯାଉଥିବାରୁ ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ବେଗ୍ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ସିନ୍ଧିଆଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର ସିନ୍ଧିଆଙ୍କୁ ନିୟମିତ ଭାବରେ ଅଣଦେଖା କରାଯାଉଥିଲା ବୋଲି ମଧ୍ୟପ୍ରଦେଶ କଂଗ୍ରେସ ପ୍ରଦେଶ କମିଟିକୁ ପଠାଇଥିବା ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ମଞ୍ଜୁର୍ ବେଗ୍ ।
କାନପୁର : ସମଗ୍ର ଦେଶରେ ହୋଲିର ମାହୋଲ ଚାଲିଥିବା ବେଳେ ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗକୁ ପିଟି ପିଟି ହତ୍ୟା କରିଛି ଜଣେ ଯୁବକ । ଘଟଣାଟି କାନପୁରର ଉଦୈତ୍ପୁର ଅଞ୍ଚଳରେ ଘଟିଛି । ଦୁଇ ନିହତ ହେଉଛନ୍ତି ମନୋଜ ଚୌରାସିଆ (36) ଏବଂ ଅଜିତ୍ ଯାଦବ(38) । ମନୋଜ ଉଦୈତ୍ପୁରର ବାସିନ୍ଦା ହୋଇଥିବା ବେଳେ ଅଜିତ୍ ଘାଘପୁରର ବାସିନ୍ଦା । ଅନ୍ୟତମ ସାଥୀ ଭଗବତୀ ଗୁଡିଆଙ୍କ ସହିତ ଉଭୟଙ୍କ ବଚସା ହେବାରୁ ଭଗବତୀ ଏବଂ ଅନ୍ୟ କିଛି ଯୁବକଙ୍କ ଆକ୍ରମଣରେ ଦୁଇ ଯୁବକ ପ୍ରାଣ ହରାଇଥିଲେ । ପୋଲିସ୍ ଭଗବତୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅପରାଧୀ ମାନେ ଫେରାର ହୋଇ ଯାଇଛନ୍ତି । ଦୁଇ ମୃତକଙ୍କୁ ଲାଲା ଲାଜପତ ରାୟ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ପ୍ରାଣ ହରାଇଥିଲେ । (ଏଜେନ୍ସି)
ଜୟପୁର : କଂଗ୍ରେସ ନେତା ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସିନ୍ଧଆ ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଗେହଲଟ୍ ମତ ଦେଇଛନ୍ତି । ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ତାଙ୍କର ରାଜନୈତିକ ହୀନମନ୍ୟତାକୁ ଦର୍ଶାଉଛି ବୋଲି ଗେହଲଟ ମତ ଦେଇଛନ୍ତି । ଦେଶ ଅର୍ଥନୈତିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ବେଳେ ନିଜର ରାଜନୈତିକ ଫାଇଦା ପାଇଁ ସିନ୍ଧିଆ ଜନମତକୁ ପ୍ରତ୍ୟାଖ୍ୟାନ କରିବା ଆଦୌ ସମିଚୀନ ନୁହେଁ ବୋଲି ଗେହଲଟ ପ୍ରକାଶ କରିଛନ୍ତି । ସାଧାରଣ ଜନତାଙ୍କ ଭରସା ଏବଂ ବିଶ୍ବାସ ସହିତ ସିନ୍ଧିଆ ଧୋକାବାଜି କରିଛନ୍ତି ବୋଲି ଗେହଲଟ ମତ ଦେଇଛନ୍ତି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ମହୋତ୍ସବ ପାଳନ କରାଯାଉଛି । ତିର୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ବଜାରର ଇନ୍ଦରପା ଗ୍ରାମବାସୀଙ୍କ ସହଯୋଗରେ ଏକ ନିଆରା ଢଙ୍ଗରେ ମହାଡମ୍ବରରେ ପାଳନ ହୋଇଯାଇଛି ଦୋଳ ମେଲଣ ଉତ୍ସବ “ଫଗୁଣ ଫେରିଛି ଆମ ଗାଁକୁ”। ଏହି ଅବସରରେ ସୋମବାର ସନ୍ଧ୍ୟାରେ ଇନ୍ଦ୍ରପା ଗ୍ରାମବାସୀଙ୍କ ଆନୂକୁଲ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଏହି ଦୋଳ ମେଲଣ ଉତ୍ସବକୁ ଆୟୋଜନ କରି ସରସ ସୁନ୍ଦର କରିଥିବା ଇନ୍ଦ୍ରପା ଗ୍ରାମବାସୀଙ୍କୁ ଭୂୟସି ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରଘୁନାଥପୁର ବ୍ଲକର ଜିଲ୍ଲାପରିଷଦ ସଭ୍ୟା ଡେଜାଲିନ୍ ମହାପାତ୍ର, ଅଧ୍ୟାପକ ତଥା ସଫଳ ଲେଖକ ରମେଶ ଚନ୍ଦ୍ର ସାହୁ, ଅଧ୍ୟାପକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଅଶୋକ କୁମାର ରାଉତ, ଶିକ୍ଷକ ମନୋରଞ୍ଜନ ସ୍ୱାଇଁ ପ୍ରମୁଖ…
ବେଙ୍ଗାଲୁରୁ/ଭୋପାଳ : 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ମଙ୍ଗଳବରୀ 6 ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ କମଲନାଥ 6 ମନ୍ତ୍ରୀଙ୍କୁ ବହିଷ୍କାରର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି । 6 ଜଣ କ୍ୟାବିନେଟ୍ ମନ୍ତ୍ରୀ ହେଉଛନ୍ତି ଇମ୍ରାଥୀ ଦେବୀ, ତୁଳସୀ ସିଲାବଟ, ଗୋବିନ୍ଦ ସିଂ ରାଜପୁତ, ମହେନ୍ଦ୍ର ସିଂ ସିସୋଦିଆ, ପ୍ରଦ୍ୟୁମ୍ନ ସିଂ ତୋମାର ଏବଂ ପ୍ରଭୁରାମ ଚୌଧୁରୀ । ଉଲ୍ଲେଖଯୋଗ୍ୟ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ 19 ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟ ବକ୍ସର ଏମ୍ସି ମେରୀକମ୍ ତୃତୀୟ ଭାରତୀୟ ଭାବରେ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି । ସୋମବାର ରାତିରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହେବା ସହିତ 6 ଥର ବିଶ୍ବ ଚାମ୍ପିୟନ୍ ମେରୀ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । 2012 ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ମେରୀ 51 କିଗ୍ରା ବର୍ଗରେ ଫିଲିପାଇନ୍ସର ଆଇରିସ୍ ମାଗ୍ନୋଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି । 37 ବର୍ଷୀୟ ମେରୀ 5-0ରେ ଆଇରିସ୍ଙ୍କୁ ପରାସ୍ତ କରିଛନ୍ତି । ମେରୀ ସେମିରେ ପୂର୍ବତନ ୟୁଥ୍ ଅଲମ୍ପିକ୍ସ ବିଜୟିନୀ ଚୀନ୍ର ୟୁଆନ୍ ଚାଙ୍ଗଙ୍କୁ ଭେଟିବେ । (ଏଜେନ୍ସି)
ବେଙ୍ଗାଲୁରୁ : ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍ରୁ ବ୍ୟାପିଥିବା ଏହି ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମଙ୍ଗଳବାର ବେଙ୍ଗାଲୁରୁରେ 4 ଜଣ ନୂତନ ସଙ୍କ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ଚାରି ଜଣ ସଂକ୍ରମିତଙ୍କୁ ମିଶାଇ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଛି । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ 4 କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ମଙ୍ଗଳବାର ଏହି 4 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ବେଙ୍ଗାଲୁରୁ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି । ଜଣେ ଇଞ୍ଜିନିୟର ଏବଂ ତାଙ୍କ ପତ୍ନୀ ଓ ଝିଅ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତଙ୍କୁ ହୋମ୍ବେଗୌଡା ନଗରର ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
କେଦାର ମିଶ୍ର ଯେଉଁ ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ବୟାନ ଦେଲେ ସେଦିନ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିବା ଉଚିତ ହୋଇଥାନ୍ତା! ତେବେ କଂଗ୍ରେସ ଦଳ ପାଇଁ କଣ ଉଚିତ ବା ଅନୁଚିତ, ସେ କଥା ଭାବିବାକୁ ସେ ଦଳରେ ଆଉ କେହି ନାହାନ୍ତି। କଂଗ୍ରେସ ଏବେ ବୁଡି ଯାଉଥିବା ଏକ ଜାହାଜ ଓ ଜାହାଜ ବୁଡିଗଲା ବେଳେ ମୂଷାମାନେ ପ୍ରଥମେ ପଳାୟନ କରନ୍ତି। ସେମିତି ମଧ୍ୟପ୍ରଦେଶ କଂଗ୍ରେସରେ ଆଜି ପଳାୟନ ପର୍ବ ଆରମ୍ଭ ହୋଇଛି। ଗତ କିଛିଦିନ ହେଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆଚରଣ ଓ କଥାବାର୍ତ୍ତାରେ ମୋଦୀ ଓ ବିଜେପି ପ୍ରେମ ସ୍ପଷ୍ଟ ବାରି ହୋଇପଡୁଥିଲା। ସେକଥା ଯଦି କଂଗ୍ରେସ ବୁଝି ପାରୁନଥିଲା, ତାହା କଂଗ୍ରେସର ଦୋଷ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ନିଜ ସରକାରର ଭବିଷ୍ୟତ ଯେ ସଙ୍କଟରେ ପଡିବାକୁ ଯାଉଛି, ସେ କଥା କଣ ଜାଣିନଥିଲେ! ଅବଶ୍ୟ ଜାଣିଥିଲେ। ହେଲେ…
ନୂଆଦିଲ୍ଲୀ, ଶେଷରେ ମଧ୍ୟ ପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଆଜି ସକାଳେ ସିନ୍ଧିଆ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଅମିତ ଶାହା ଏବଂ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଦୀର୍ଘ ସମୟ ଧରି ମୋଦୀ, ଶାହା ଏବଂ ସିନ୍ଧିଆ ଆଲୋଚନା କରିଥିଲେ। ବୈଠକରୁ ବାହାରିବା ପରେ ସିନ୍ଧିଆ କହିଛନ୍ତି ଯେ , ସେ କଂଗ୍ରେସରୁ ଇସ୍ତଫା ଦେଇ ଦେଇଛନ୍ତି। ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବୋଲି ସିନ୍ଧିଆ କହିଛନ୍ତି। ସୋନିଆଙ୍କୁ ସେ ଯେଉଁ ଇସ୍ତଫା ପତ୍ର ଦେଇଛନ୍ତି ସେଥିରେ ସେ ଲେଖିଛନ୍ତି ଯେ, ଗତ 18 ବର୍ଷ ଧରି ସେ କଂଗ୍ରେସ ଦଳର ଜଣେ ପ୍ରାଥମିକ ସଦସ୍ୟ ଭାବେ କାମ କରୁଥିଲେ। ହେଲେ ବର୍ତ୍ତମାନ ସମୟ ଆସିଛି ଏହି…
କଟକ, ଆଜି ହୋଲିରେ ଏକ ଅଘଟଣ ଘଟିଯାଇଛି। ହୋଲି ଖେଳି କାଠଯୋଡି ନଦୀରେ ଗାଧୋଇଲା ବେଳେ ଦୁଇଜଣ ଯୁବକ ନଦୀରେ ଭାସିଯାଇଛନ୍ତି। ଏମାନେ ବୈୟାଳିଶ ମୌଜା ନିକଟ ପଠାରେ ଗାଧୋଉଥିଲେ। ଖବର ପାଇବା ପରେ ଅଗ୍ନଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳେ ପହଁଚି ଦୁଇ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ପୂର୍ବରୁ ପୋଲିସ ଏବଂ ଅଗ୍ନଶମ ବିଭାଗ ତରଫରୁ ହୋଲିରେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଚାର କରାଯାଇଥିଲା। ଏପରିକି ମଦ ପିଇ ରାସ୍ତାରେ ବୁଲିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଥିଲା। ହେଲେ ତାହାକୁ ଖାତିର ନ କରିବାରୁ ଏପରି ଅଘଟଣ ଘଟିବାରେ ଲାଗିଛି।
କଟକ, ସକାଳୁ ସକାଳୁ ଉଠିଲେ ଲୋକେ ହୋଲି ଖେଳିବେ ବୋଲି ପ୍ରସ୍ତୁତ ହେଉଛନ୍ତି। ଏପରି ପରିସ୍ଥିତିରେ 5ଟି ସଚିବ ଭି.କେ ପାଣ୍ଡିୟାନ ବଡି ଭୋରରୁ କଟକ ଗସ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାତି 4ଟାରେ ପାଣ୍ଡିୟାନ ପ୍ରଥମେ ବାଦମବାଡି ବସଷ୍ଟାଣ୍ଡରେ ପହଁଚି ଥିଲେ। ବସଷ୍ଟାଣ୍ଡ ଅବସ୍ଥା ଦେଖିବା ପରେ ନିଷ୍ପତି କଲେ ସେଠାରୁ ବସଷ୍ଟାଣ୍ଡ ହଟି ଖାନନଗରକୁ ଯିବ। ଖାନନଗରରେ ଥିବା ବିଶ୍ବନାଥ ପାଠାଗର ନିକଟରେ ଏହି ବସଷ୍ଟାଣ୍ଡ କରାଯିବ। ବିଶ୍ବନାଥ ପାଠାଗାର ନିକଟରେ ପ୍ରାୟ 30 ଏକର ଜମି ରହିଛି। ସେଠାରେ ଏହି ବସଷ୍ଟାଣ୍ଡକୁ ଘୁଞ୍ଚାଇ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ କରାଯିବ ବୋଲି ସେହି ସ୍ଥାନରେ ନିଷ୍ପତି କଲେ। ସେଠାରେ ଥିବା ବିଶ୍ବନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ସେହିପରି ପୁରୀ ଅନୁଗୁଳ ବସଷ୍ଟାଣ୍ଡକୁ ନବୀକରଣ କରାଯିବା ସହ କଟକ ଗୋପାଳପୁରରେ ବସ୍ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିୟାନ…
ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଇଛନ୍ତି। ତାଙ୍କ ସହିତ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ସିନ୍ଧିଆ ବିଜେପିରେ ଯୋଗଦେଇ ଖୁବ୍ ଶିଘ୍ର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଗତ କିଛିଦିନ ଧରି ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ ଲାଗିରହିଛି। ମୁଖ୍ୟତଃ ସିନ୍ଧିଆ କେତେକ କଂଗ୍ରେସ ବିଧାୟକଙ୍କୁ ତାଙ୍କ ପାଖରେ ରଖିଛନ୍ତି ବୋଲି ଜଣାପଡିଛି। ବର୍ତ୍ତମାନ ମୋଦୀଙ୍କୁ ଭେଟିବା ପରେ ସିନ୍ଧିଆ ତାଙ୍କର ରାଜନୈତିକ ଖେଳ ଆରମ୍ଭ କରିବେ। ତାଙ୍କ ପାଖରେ କୁଆଡେ 20 ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ର ଅଛି ବୋଲି କୁହାଯାଉଛି। ସେ ବିଜେପିରେ ମିଶିବା ପରେ ଏହି 20 ଜଣଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରାଯାଇ ସରକାର ଭାଙ୍ଗିବାକୁ ଦାବୀ କରାଯିବ।
ଭୁବନେଶ୍ବର, ଚଳିତ ବର୍ଷ ହୋଲିର ରଂଗ ସଂପୂର୍ଣ୍ଣ ଫିକା ପଡିଯାଇଛି। କାରଣ ହେଲା କରୋନା ଭାଇରସ ଭୟରେ ଲୋକମାନେ ବେଶ୍ ସାବଧାନତାର ସହ ଖେଳିଛନ୍ତି ହୋଲି। ମୁଖ୍ୟତଃ ଚାଇନାରୁ ରଂଗ ଆସୁଛି ବୋଲି ସମସ୍ତେ ଅବଗତ ଅଛନ୍ତି। ସେହି ରଂଗ କାଳେ ଦେହରେ ଲାଗିଯିବ ସେ ନେଇ ସମସ୍ତେ ଭୟଭିତ। ଫଳରେ ବିଭିନ୍ନ ସ୍ଥାନରେ ଲୋକେ ପ୍ରାକୃତିକ ରଂଗରେ ହୋଲି ଖେଳୁଥିବାର ଦେଖାଯାଇଛି। ତେବେ ଗତ ବର୍ଷ ଯେପରି ଚାରିଆଡେ ଆନନ୍ଦ ଉଲ୍ଲାସରେ ହୋଲି ଖେଳାଯାଇଥିଲା ଏଥର ତାହା ହୋଇନାହିଁ। ରାସ୍ତାଘାଟ ଚାରିଆଡେ ଖାଁ ଖାଁ ଲାଗୁଛି। ଭୁବନେଶ୍ବରର ବିଭିିନ୍ନ କମ୍ୟୁନିଟ୍ ସେଣ୍ଟରରେ ଯେପରି ଖେଳାଯାଉଥିଲା ସେଥିରେ ମଧ୍ୟ ଭଟ୍ଟା ପଡିଛି। କେତେକ ସ୍ଥାନରେ ଲୋକେ ହଳଦି ଲଗାଇ ହୋଲି ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଛି।
ଭୋପାଳ : ସାରା ଦେଶ ରେ ହୋଲି ର ପରବ ଚାଲିଥିବା ବେଳେ ମଧ୍ୟପ୍ରଦେଶ ସରକାରରେ କିନ୍ତୁ କଳବାଦଲ ଘୋଟି ହୋଇ ଆସିଛି। ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ୨୮ ଜଣ ମନ୍ତ୍ରୀ ରୁ ୨୨ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଅପରପକ୍ଷରେ ସିନ୍ଧିଆଙ୍କ 17ଜଣ ସମର୍ଥକ ମନ୍ତ୍ରୀ ବାଙ୍ଗାଲୁରୁରେ ରହିଛନ୍ତି। କମଳନାଥ ଓ ସିନ୍ଧିଆଙ୍କ ମତଭେଦ ରହିଥିବା କାରଣରୁ ସିନ୍ଧିଆ ନାରାଜ ରହିଛନ୍ତି। ଏପଟେ ବିଜେପି ଅପରେଶନ ଲୋଟସ ମିଶନ ରେ ଲାଗିପଡିଛି। ତେଣୁ ଏବେ ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ । ଏହା ପୂର୍ବରୁ ବିଜେପି ବିରୋଧରେ କଂଗ୍ରେସ ନେତାମାନେ ଘୋଡ଼ାବେପାର ଅଭିଯୋଗ ଆଣିଥିଲେ । କଂଗ୍ରେସ ନେତାମାନେ କହିଥିଲେ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିରୋଧରେ ଷଡ଼ଯନ୍ତ୍ର ହେଉଛି। ସେହିପରି ଆଜି ବିଧାୟକ ଦଳ ବୈଠକ ଡାକିଛି ବିରୋଧୀ ବିଜେପି। ଆଜି ଉଭୟ କଂଗ୍ରେସ କଂଗ୍ରେସ ଓ ବିଜେପି ବିଧାୟାକ ବୈଠକ ହେବ। ଅପର…
କେଦାର ମିଶ୍ର ଜଗନ୍ନାଥେ ବଡପଣ୍ଡାଙ୍କୁ ସ୍ଵପ୍ନାଦେଶ ଦେଇଛନ୍ତି, ଆଜି ପାହାନ୍ତିଆରୁ ଉଠି ଯେ ସାତୋଟି ତୁଳସୀ ପତ୍ର ଖାଇବ, ସେ କରୋନା ଭୂତାଣୁଠାରୁ ସୁରକ୍ଷିତ ରହିବ- ଏମିତି ଗୋଟେ ବାର୍ତ୍ତା ସାରା ଓଡ଼ିଶାକୁ ଖାଇଯାଇଛି। ଲୋକେ ତୁଳସୀ ଗଛସବୁକୁ ଲଣ୍ଡା କରି ସାରିଲେଣି। ତେବେ କିଏ ସେ ବଡପଣ୍ଡା? କାହାକୁ କାହିଁକି ସ୍ଵପ୍ନାଦେଶ ହେଲା? ତୁଳସୀ ପତ୍ରରେ ଯଦି କରୋନାର ଚିକିତ୍ସା ଅଛି, ବୈଜ୍ଞାନିକମାନେ କଣ ମୂର୍ଖ? ହେଲେ ଏ ପ୍ରଶ୍ନ ସବୁ ଶୁଣିବ କିଏ? ଶୁଣିଲେ ବି ଏ ସବୁ ପ୍ରଶ୍ନର ଉତ୍ତର ନାଇଁ। କେବଳ ଗୁଜବ ଦେଖି ଭାସିଯିବାର ଗୋଟେ ମୂର୍ଖାମୀ ଆମ ଭାରତୀୟମାନଙ୍କ ରକ୍ତରେ ରହିଛି। ସେଥିଲାଗି ଆମେ ଗଣେଶଙ୍କୁ କ୍ଷୀର ପିଆଇବାକୁ ଲମ୍ବା ଧାଡି ବାନ୍ଧି ଠିଆ ହୋଇପଡୁ। ସେଥିଲାଗି ଏକା ଧର୍ମଗୁରୁ ନାଁରେ ଏ ଦେଶର ସବୁଠୁ ବଡ ଅପରାଧୀମାନେ ଆମର ଦେବତା ପାଲଟି ଯାଆନ୍ତି। ଆଶାରାମ, ରାମ ରହିମ, ରାମପାଲ, ସୁର ବାବା…
ଭୁବନେଶ୍ୱର, ଆଜି ୟୁକ୍ତାମୁଖୀ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଓଡିଶା ଆସୋସିଏସନ୍ ଡିଫ୍ ରେ ହୋଲି ଉତ୍ସବ ପାଳନ କରାଯାଇଛି । ଏଥିସହ ପିଲାମାନଙ୍କ ଉପସ୍ଥିତିରେ ଭାନୀଶ୍ରୀ ପଣ୍ଡା କଂ ଜନ୍ମଦିନ ପାଳନ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯୋଗଦାନ କରି ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବର ଅଭିନନ୍ଦନ ଦେବା ସହ କରୋନା ଭାଇରସ୍ ସଂପର୍କରେ ସଚେତନ କରାଇଥିଲେ । ହୋଲିର ରଙ୍ଗକୁ ପରିତ୍ୟାଗ କରି ଫୁଲରେ ଖେଳିବାକୁ ଉପଦେଶ ଦେଇଥିଲେ । ମଂଚାସୀନ ତିଥିମାନେ ପିଲାମାନଙ୍କୁ ଅଭିନନ୍ଦନ ଦେବା ସହ,ସେମାନଙ୍କ ସହ ହୋଲି ଉତ୍ସବ ପାଳନ କରିଥିଲେ । ଏହି ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ମିଲି ପଣ୍ଡା, ଦିଲିପ ପଣ୍ଡା, ପପୁ ପମପମ, ସୁବ୍ରତ ମହାପାତ୍ର, ଦୀପକ ସାହୁ, ପ୍ରସନ୍ନ ନାୟକ, ରାଜେନ୍ଦ୍ର ସାହୁ, ମିଟୁ ମହାରଣା, ମୋନା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ନିଖୋଜ ଯୁବକଙ୍କର ଶବ ମିଳିବା ପରେ ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ। ବାଣପୁରର ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁତ୍ର ଦର୍ଶନ ନାୟକଙ୍କ ନିଖୋଜ ହେବାର ଦୁଇ ଦିନ ପରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ୍କୁ ବିରୋଧ କରି ସ୍ଥାନୀୟ ଲୋକେ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ଦାବି କରି ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁଅ ଘରୁ ନିଖୋଜ ରହିଥିବାର ଗତ ୮ ତାରିଖ ଦିନ ବାଣପୁର ଥାନାରେ ଅଭିଯୋଗ କରାଯାଇଥିଲା। କୋଡିଏ ବର୍ଷ ବୟସ୍କ ଦର୍ଶନ ନାୟକ ଗତ ସାତ ତାରିଖ ଦିନ ପନିପରିବା ଆଣିବା ନିମେନ୍ତ ନିକଟସ୍ଥ ମାର୍କେଟକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ। ପୁଅକୁ ଆଖପାଖରେ ଖୋଜିବା ସହିତ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜାଖୋଜି କରାଯାଇଥିଲା। ପୁଅ ନ ମିଳିବାରୁ…
ରଞ୍ଜିତ୍ ପଣ୍ଡା ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ମ୍ୟୁନିସିପାଲିଟି ତଥା ବ୍ଲକ୍ର ବିଜେଡି ସଭାପତି ଚୟନ କରାଯାଇଥିବାବେଳେ କେବଳ କୁଜଙ୍ଗର ସଭାପତି ଚୟନ କରାଯାଇନାହିଁ । ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏବଂ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟ ଶ୍ରୀଯୁକ୍ତ ପ୍ରତାପ କିଶୋର ଦେବଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ଥିବା ୭ଟି ବ୍ଲକ୍ ଓ ୨ଟି ମ୍ୟୁନିସିପାଲଟିର ପାଇଁ ନିର୍ବାଚିତ ହୋଇଥିବା ବିଜୁଜନତା ଦଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ନିମ୍ନରେ ସମସ୍ତ ବ୍ଲକ ସଭାପତିଙ୍କ ନାମ: ୧-ଜଗତିସିଂହପୁର ବ୍ଲକ : ମନୋଜ କୁମାର ଭୋଇ ୨-ବାଲିକୁଦା ବ୍ଲକ : ରତ୍ନାକର ନାୟକ ୩-ନାଉଗାଁ ବ୍ଲକ : ସୁଜିତ୍ କୁମାର ମଲ୍ଲିକ ୪-ରଘୁନାଥପୁର ବ୍ଲକ : ଦେବାଶିଷ ତ୍ରିପାଠୀ ୫-ବିରିଡି ବ୍ଲକ : ରବୀନ୍ଦ୍ର ରାଉଳ ୬-ତିର୍ତ୍ତୋଲ ବ୍ଲକ : ଗଙ୍ଗାଧର ବିଶ୍ବାଳ ୭-ଏରସମା ବ୍ଲକ : ପୀତବାସ…

