Author: Samikhsya Bureau

କେଦାର ମିଶ୍ର ଗୋଟେ କଥା ଅନେକଙ୍କର ମନେ ନଥିବ। ଆମର ଜାତୀୟ ସ୍ମୃତି ଶକ୍ତି ସବୁବେଳେ ଦୁର୍ବଳ।  ୨୧, ଅକ୍ଟୋବର,୨୦୧୯ରେ ଓଡିଶା ସରକାରଙ୍କର ଅର୍ଥ ସଚିବ ଏକେକେ ମୀନା ବିଭିନ୍ନ ସରକାରୀ ବିଭାଗକୁ ଚିଠି ଲେଖି ସତର୍କ କରାଇ ଦେଇଥିଲେ ଯେ, ସରକାରୀ ଅର୍ଥକୁ ବ୍ୟାଙ୍କରେ ନ ରଖି ସିଧା ସଳଖ ଟ୍ରେଜେରୀରେ ରଖାଯାଉ। କାରଣ ବ୍ୟାଙ୍କଗୁଡିକର ସ୍ଥିତି ଏବେ ସନ୍ଦେହ ଘେରରେ ରହିଛି। ବିଭିନ୍ନ ଖବର କାଗଜରେ ବ୍ୟାଙ୍କର ଅବସ୍ଥା ବିଷୟରେ ଅତ୍ୟନ୍ତ ଉଦବେଗଜନକ ରିପୋର୍ଟ ଆସୁଥିବାରୁ ଏ ବିଷୟରେ ସରକାରୀ ବିଭାଗଗୁଡିକ ସତର୍କ ରୁହନ୍ତୁ ବୋଲି ଶ୍ରୀ ମୀନା ଲେଖିଥିଲେ। ଏହି ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ରାଜ୍ୟ ବିଜେପି ଶ୍ରୀ ମୀନାଙ୍କୁ ପ୍ରଚୁର ସମାଲୋଚନା କରିଥିଲା। ବିଶେଷକରି ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓଡିଶା ସରକାର ଅଯଥାରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି କରୁଛନ୍ତି ଓ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି…

Read More

ଭୁବନେଶ୍ୱର, ଏକାମ୍ର ବିକାଶ ମଞ୍ଚ ପକ୍ଷରୁ ସିଦ୍ଧି ମଣ୍ଡପଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ରାଜନୀତି, ସମାଜସେବା, ଶିକ୍ଷା ଓ ଆତ୍ମନିର୍ଭରଶୀଳ ହୋଇଥିବା ୪ଜଣ ପ୍ରତିଷ୍ଠିତ ମହିଳାଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟ ବିଜେପିର ପୂର୍ବତନ ମହିଳା ମୋର୍ଚା ସଭାପତି ଶ୍ରୀମନ୍ତିନୀ ଜେନା, ସାମ୍ବାଦିକ ମଧୁଳିତା ପରିଡ଼ା, ସାମାଜସେବୀ ସୁଷମା ପଟ୍ଟନାୟକ, ମହର୍ଷି ମହିଳା କଲେଜର ଅଧ୍ୟାପିକା ପ୍ରତିମା ମିଶ୍ର, ଆତ୍ମନିର୍ଭରଶୀଳ ପାଇଁ ସିପ୍ରା ସେନାପତିଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲାର ପ୍ରତ୍ୟାଶା ଓ ଭୁବନେଶ୍ୱରର କମଳା ସ୍ୱୟଂ ସହାୟକ ଗୋଷ୍ଟିଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏଥିରେ ଅତିଥି ଭାବେ ନାରିନେତ୍ରୀ ଶ୍ରୀମନ୍ତିନି ଜେନା, ସମାଜସେବୀ ରେଣୁବାଳା ବୈରିଶାଲ, ୟୁରୋ ସ୍ମାର୍ଟର ଅଧ୍ୟକ୍ଷା ସସ୍ମିତା ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା କୁସୁମ ପ୍ରଧାନ, ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।…

Read More

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଛି ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୧୯’ । ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏହି ପୁରସ୍କାରର ତୃତୀୟ ସଂସ୍କରଣରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଥାଶିଳ୍ପୀ ଓ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କବି ଓ ଆଲୋଚିକା ଅପର୍ଣ୍ଣା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥଇବା ବେଳେ ଲେଖିକା, ଶିକ୍ଷାବିତ୍ ତଥା ବନ୍ୟପ୍ରାଣୀ ଫଟୋଗ୍ରାଫର ପଞ୍ଚମୀ ମାନୁ ଉକିଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କଥାଶିଳ୍ପୀ ଓ ସାମ୍ବାଦିକ ତଥା ଓଡିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ 545 କୋଟି ଟଙ୍କା ଜମା ରହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ନିରଞ୍ଜନ ଚିଠି ଲେଖିଛନ୍ତି। ଜମା ଟଙ୍କା ଉଠାଣ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିରଞ୍ଜନ ଏହି ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ୟେସ୍‌ ବ୍ୟାଙ୍କରେ ପୁରୀର ଅର୍ବାନ୍‌ କୋ ଅପରେଟିଭ୍‌ ବ୍ୟାଙ୍କର ଟଙ୍କା ମଧ୍ୟ ରହିଛି। ୟେସ୍‌ ବ୍ୟାଙ୍କର ଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଜେଡିକୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ବଲାଙ୍ଗିର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶିଶୁ କନ୍ୟା ଅଲୋଡା ହୋଇଛି । ତୁଳସୀନଗରପଡା ଆୟୁର୍ବେଦିତ କଲେଜ ପଛପଟୁ ସଦ୍ୟଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ତୁଳସୀ ନଗରରେ ଏକ ଡ୍ରେନ୍‌ରେ ଶିଶୁ କନ୍ୟାଟିକୁ କେହି ଫିଙ୍ଗିଦେଇଥିବାର ଦେଖିବାକୁ ମିଳିଥିଲା । ଶିଶୁକନ୍ୟାକୁ ଉଦ୍ଧାର କରି ନିକଟସ୍ଥ ଆୟୁର୍ବେଦିକ କଲେଜ ହସ୍ପିଟାଲକୁ ନେଇଥିଲେ ସେହି ଅଞ୍ଚଳବାସୀ । ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।  ଆଜି ସାରା ଦେଶରେ ମହିଳା ଦିବସ ପାଳନ କରାଯାଉଥିବାବେଳେ ପୁଣି ଶିଶୁ କନ୍ୟା ଡ୍ରେନ୍‌ରେ ଫିଙ୍ଗିବାକୁ ନେଇ ସହରରେ ଆଲୋଡନ ସୃଷ୍ଟି ହୋଇଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରର ମୁଖ୍ୟ ରାସ୍ତାକୁ ନେଇ ସ୍ଥାନୀୟ ବାସୀ  ହଇରାଣ ହରକତ ହେଉଛନ୍ତି। ସାମାନ୍ୟ ବର୍ଷାରେ ବାଣପୁରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ରହିଛି। ଆଜି ଅଦିନିଆ ବର୍ଷାରେ ବାଣପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଚିଆଙ୍କ ସାହି ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମି ରହି କୃତ୍ରିମ ନାଳର ଭ୍ରମ ସୃଷ୍ଟି କରିଛି। ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ଯୋଗୁଁ ସାମାନ୍ୟ ବର୍ଷାରେ ବାଣପୁର ଉବୁଟୁବୁ ହେଉଛି। ଐତିହାସିକ ପଲଟନ ପଡ଼ିଆରେ ଆଗାମୀ ଦିନରେ ଲୋକମହୋତ୍ସବ ହେବାକୁ ଥିବାବେଳେ ବାଣପୁର ସହରର ମୁଖ୍ୟ ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ପ୍ରଶାସନ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ଆଗକୁ ପଞ୍ଚୁଦୋଳ ଥିବାବେଳେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଦୋଳ ଉତ୍ସବ କିପରି ଭାବରେ ସୁରୁଖୁରରେ ସମ୍ପନ୍ନ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି…

Read More

ସମୀକ୍ଷା ବ୍ୟୁରୋ ବାଣପୁର : ବିଶ୍ବ ମହିଳା ଦିବସ ଅବସରରେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାଣପୁର ଶାଖାର ମିଳିତ ଆନୁକୂଲ୍ୟରେ ଭେଟେଶ୍ବର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରିରୁ 60 ୟୁନିଟି ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରକୁ ଭେଟେଶ୍ବର ସରପଞ୍ଚ ଜିତେନ୍ଦ୍ର ଭୋଳ, 13 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂ, ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରାମ ଅଗ୍ରଓ୍ବାଲ, ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ଶ୍ରୀ ବିକାଶ ସେଠୀ ଓ ଭେଟେଶ୍ବର ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଶେଖର ସାହୁ ପ୍ରମୁଖ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ପୁରୁଷଙ୍କ ସହ ତାଳ ଦେଇ ବହୁ ମହିଳାମାନେ ମଧ୍ୟ ରକ୍ତଦାନ କରିଥିଲେ। ଏହି ଶିବିରରେ 55 ବର୍ଷୀୟା ଜଣେ ଧର୍ମପରାୟଣା…

Read More

ମୁମ୍ବାଇ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମାଜନ୍‌ ପ୍ରାଇମ୍‌ ଭିଡିଓ ’ଫୋର୍‌ ମୋର ଶଟସ୍‌ ପ୍ଲିଜ୍‌’ର ଦ୍ବିତୀୟ ସଂସ୍କରଣ ରିଲିଜ୍‌ କରିବା ନେଇ ସୂଚନା ଜାରି କରିଛି । ଆମାଜନ୍‌ ଅରିଜନାଲ୍‌ ସିରିଜ୍‌ର ପ୍ରଥମ ସଂସ୍କରଣଟି ବେଶ୍‌ ସଫଳ ରହିଥିଲା । ଏହାର ଦ୍ବିତୀୟ ସଂସ୍କରଣ ଏପ୍ରିଲ୍‌ 17 ତାରିଖରେ ଲଞ୍ଚ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସିରିଜ୍‌ରେ ପ୍ରତୀକ୍‌ ବବ୍ବର୍‌, ଲିଜା ରେ, ମିଲିନ୍ଦ ସୋମନ, ନୀଲ ଭୁପଲମ୍‌, ସିମୋନ୍‌ ସିଂହ, ସାୟାନୀ ଗୁପ୍ତା, କିର୍ତ୍ତୀ କୁଲହାରୀ, ବାଣୀ ଜେ ଓ ମାନବୀ ଗାଗରୁ ପ୍ରମୁଖ କଳାକାର ରହିଛନ୍ତି। ଦେବିକା ଭଗତ ଏହି ସିରିଜ୍‌ର କାହାଣୀ ଲେଖିଥିବାବେଳେ ନୁପୁର ଆସ୍ଥାନ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି । ଆମାଜନ୍‌ ପ୍ରାଇମ୍‌ ଭିଡିଓ ଏହି ଶୋ’ର ଦ୍ବିତୀୟ ସଂସ୍କରଣ ପ୍ରଥମ ଲୁକ୍‌କୁ ମଧ୍ୟ ଜାରି କରିଛି । ଏଥିରେ ମୁଖ୍ୟ ଭୂମିକାରେ ରହିଥିବା କଳାକାରମାନେ ନଜର ଆସିଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପୁଣି ମ୍ୟାଜିକ୍‌ ପେନ୍‌ ଲୁଟର ଶିକାର ହେଲେ ଜଣେ ବ୍ୟବସାୟୀ । ଲୋନ୍‌ କରାଇଦେବା ନାଁରେ କ୍ୟାନସେଲ୍‌ ଚେକ୍‌ରେ ଦସ୍ତଖତ କରି ଫସିଛନ୍ତି ପାହାଳ ଫାଣ୍ଡି ଅଞ୍ଚଳର ଜଣେ ଟାୟାର ବ୍ୟବସାୟୀ । ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ବ୍ୟବସାୟୀଙ୍କୁ ଲୁଟ୍‌ କରାଯାଇଛି। ବ୍ୟବସାୟୀଙ୍କ ଆକାଉଣ୍ଟରୁ 76ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ । ମ୍ୟାଜିକ୍‌ ପେନରେ ଲେଖା ହୋଇଥିବା ଚେକ୍‌ରୁ କ୍ୟାନସେଲ୍‌ ଗାଏବ ହୋଇଗଲା, ଚେକ୍‌ ପାଲଟିଲା ପେ’ ବୁଲ୍‌ ଚେକ୍‌ । ମ୍ୟାଜିକ୍‌ ପେନ୍‌କୁ ଢାଲ କରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ବ୍ୟବସାୟୀଙ୍କୁ ।

Read More

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପ୍ରଚେଷ୍ଟାରେ ସଫଳତା ପାଇଥିବା ମହିଳାଙ୍କୁ ସମ୍ମାନିତ କରିଛନ୍ତି । ଆଜି ରାଷ୍ଟ୍ରପତି ମନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାଙ୍କୁ  ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମଶରୁମ୍‌ ମହିଳା ନାମରେ ବିଖ୍ୟାତ ବୀଣା ଦେବୀଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏତଦ୍‌ବ୍ୟତୀତ ଇଣ୍ଡିଆନ ଏୟାରଫୋର୍ସର ଫାଇଟର ପାଇଲଟ୍‌ ମୋହନା ଜିତରଓ୍ବାଲା, ଅବନୀ ଚତୁର୍ବେଦୀ ଓ ଭାବନା କଣ୍ଠଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ।  ସେହିପରି 104 ବର୍ଷୀୟା ଆଥଲେଟ ମାନ କୌର, 105 ବର୍ଷୀୟା ଭାଗିରଥୀ ଅମ୍ମା, 95 ବର୍ଷୀୟା କାରଥଲୀ ଆମ୍ମା, ମହିଳା କୃଷକଙ୍କ ପାଇଁ ପ୍ରେରଣା ପାଲଟିଥିବା ଆନ୍ଧ୍ରପ୍ରଦେଶର ପାଳଦା ଭୁଦେବୀଙ୍କ ସହ ଆରିଫା ଜାନ୍‌, ଚାମୀ ମୁର୍ମୁ, ନିଲଜା ବାଙ୍ଗୁ, ରଶ୍ମି ଅର୍ଥଓ୍ବାଲେ, କଳାବତୀ ଦେବୀ, କୌଶିକ୍‌ ଚକ୍ରବର୍ତ୍ତୀ, ମହିମା ସିଂହ ଜିତରଓ୍ବାଲା ପ୍ରମୁଖ…

Read More

ମୁମ୍ବାଇ : କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଅବସ୍ଥା। ଏହି ପ୍ରାଣଘାତୀ ଭାଇରସ କବଳରୁ ସତର୍କ ରହିବା ପାଇଁ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ 39 ସଂକ୍ରମିତଙ୍କ ଖବର ରହିଛି। ଏନେଇ ଏବେ ସମେସ୍ତ ଏହି ଭାଇରସ ପାଇଁ ସତର୍କ ରହୁଛନ୍ତି।  କରେନାନା ଭାଇସର୍‌ ପାଇଁ ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌ ଅପକମିଙ୍ଗ ଫିଲ୍ମ ‘ରାଧେ’ର ଶୁଟିଂ ମଧ୍ୟ ରଦ୍ଦ କରିଛନ୍ତି। ସଲମାନ ଖାନଙ୍କ ପରେ ଅକ୍ଷୟ କୁମାରଙ୍କ ପୃଥ୍ବୀରାଜ ଓ କରନ୍‌ ଜୋହରଙ୍କ ଫିଲ୍ମ ‘ତକ୍ଷ୍‌ତ’ ଶୁଟିଂ ମଧ୍ୟ ରଦ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ‘ରାଧେ’ର ଫିଲ୍ମର କିଛି ଶୁଟିଂ ଥାଇଲାଣ୍ଡରେ ହେବାକୁ  ଥିବାବେଳେ କରୋନା ଭାଇରସ ବ୍ୟାପୁଥିବାର ସଲମାନ ଖାନ୍‌ ଶୁଟିଂ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’ର ଶୁଟିଂ ରାଜସ୍ଥାନରେ ହେଉଥିବାବେଳେ ଏବେ ଏହାକୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି।…

Read More

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରବିବାର ଘୋଷିତ ଦଳକୁ ଶିଖର ଧଓ୍ବନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ବର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ରୋହିତ ଶର୍ମା ବାଦ ପଡିଥିବା ବେଳେ ପୃଥ୍ବୀ ଶ ଧଓ୍ବନ୍‌ଙ୍କ ଓପନିଂ ପାର୍ଟନର ରହିଛନ୍ତି । ଘୋଷିତ 15 ଜଣିଆ ଦଳରୁ କେଦାର ଯାଦବ ବାଦ ପଡିଥିବା ବେଳେ ଶୁଭମାନ ଗିଲ୍‌ ସ୍ଥାନ ପାଇଛନ୍ତି । ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ଶିଖର ଧଓ୍ବନ୍‌, ପୃଥ୍ବୀ ଶ, କେ ଏଲ୍‌ ରାହୁଲ୍‌, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ୍‌ ଆୟାର, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, ନବଦୀପ ସାଇନି, କୁଲଦୀପ ଯାଦବ, ଶୁଭମାନ ଗିଲ୍‌ ।

Read More

କୋଲକାତା: ରାଜ୍ୟସଭା ନିର୍ବାଚନ ପାଇଁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅର୍ପିତା ଘୋଷ, ମୌସମ ନୁର୍‌, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମକୁ ଘୋଷଣା କରିଛନ୍ତି ମମତା । ମମତା ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି ଯେ, ଦଳ ସବୁବେଳେ ମହିଳା ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରିଆସିଛି । ଘୋଷଣା କରାଯାଇଥିବା 4 ଟିଏମ୍‌ସି ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଛନ୍ତି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର 5ଟି ରାଜ୍ୟସଭା ଆସନ ଖାଲି ପଡିଛି । 4ଟିରେ ଟିଏମ୍‌ସି ପ୍ରାର୍ଥୀ ଦେଇଥିବାବେଳେ 5ମ ଆସନରେ ସିପିଆଇଏମ୍‌, କଂଗ୍ରେସ ତଥା ଟିଏମ୍‌ସି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ,17ଟି ରାଜ୍ୟର 55ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା 26ରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ 13 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। (ଏଜେନ୍ସି)

Read More

ମେଲବୋର୍ଣ୍ଣ : ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ ପୁନର୍ବାର ବିଶ୍ବବିଜେତା ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ଏକତରଫା ଭାବରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ୍‌ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 184 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 99 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ପରାଜୟ ବରଣ କରିଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 30 ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ଚମତ୍କାର ବୋଲିଂ ଏବଂ ଫିଲ୍‌ଡିଂ କରିଥିଲା, ଫଳସ୍ବରୂପ ଭାରତର 7 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍‌ ସ୍ଚୁଟ୍‌ 18 ରନ୍‌ ବିନିମୟରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜେସ୍‌ ଜନ୍‌ସନ୍‌ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅନ୍ୟ ତିନି ବୋଲର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଡ଼ୁରା ସ୍ଥିତ ନ୍ୟାସନାଲ୍ ହାଇସ୍କୁଲଠାରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଭାଇରସ୍ ବିଶ୍ୱବ୍ୟାପୀ ସଂକ୍ରମିତ ହୋଇ ଆତଙ୍କ ସୃଷ୍ଟି କରୁଥିବା ଯୋଗୁଁ ଏହାର ସତର୍କତା ଜରୁରୀ ବୋଲି ଗୀତାଞ୍ଜଳି ପଣ୍ଡା ପିଲାମାନଙ୍କୁ ବୁଝାଇ କହିଥିଲେ। ଅମିତା ରାଣୀ ସାହୁ ଏହି ଭାଇରସ୍‌ର ଲକ୍ଷଣ ଓ ସଚେତନତା ବିଷୟରେ ବୁଝାଇଥିଲେ। ଏହି ରୋଗ ମାରାତ୍ମକ ହେଲେ ମଧ୍ୟ ଆମେ ନିଜକୁ ନିଜେ ରକ୍ଷା କରପାରିଲେ ଏହାକୁ ଦୂର କରିପାରିବା ବୋଲି ଶିକ୍ଷକ ବି. ଏରେୟା ରେଡ଼ି ପିଲାଙ୍କୁ ବୁଝାଇଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତଛାତ୍ରୀଙ୍କୁ କିପରି ହାତଧୋଇବା, ମାସ୍‌କ ପିନ୍ଧିବା, ଗ୍ଲୋବସ ପିନ୍ଧିବା ଏହି ସବୁ ତାଲିମ ଦିଆଯାଇଥିଲା। ଅନୁରାଧା ରଥ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଣତି ପାଣିଗ୍ରାହୀ, ମୁନି ବିଷୋୟୀ, ନିର୍ମଳା ଦାଶ, ଦିପ୍ତୀମୟୀ ପଟ୍ଟନାୟକ, ଶାନ୍ତିଲତା ସାହୁ, ମିନତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମହିଳା ଦିବସ ଅବସରରେ ମହିଳାଙ୍କ ଲାଗି ଏକ ବିଶେଷ ଘୋଷଣା କରିଛନ୍ତି ଏନ୍‌ଡିଆରଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ। ଡିଜି ସୂଚନା ଦେଇ କହିଛନ୍ତି ଯେ, ଏଣିକି ଏନଡିଆରଏଫ୍‌ରେ ମହିଳା ଯବାନ ମାନେ ସାମିଲ୍‌ ହେବେ। ମୁଣ୍ଡଳିସ୍ଥିତ ତୃତୀୟ ବାଟାଲିୟନର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ଏନଡିଆରଏଫ୍‌ ଡିଜି ଏହା ଘୋଷଣା କରିଛନ୍ତି। ଖୁବ୍‌ ଶୀଘ୍ର ଏନ୍‌ଡିଆରଏଫ୍‌ରେ ମହିଳା ଯବାନ ନିୟୋଜିତ ହେବେ। ପ୍ରତି ଏନ୍‌ଡିଆରଏଫ୍‌ ବାଟାଲିୟନରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍‌ ରହିବେ।  ପ୍ରତି ୟୁନିଟ୍‌ରେ ପ୍ରାୟ 132 ମହିଳା ଯବାନ ଓ ଅଧିକାରୀ ରହିବେ ବୋଲି ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସର ଆତଙ୍କ ବଢି ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ରବିବାର ଅରୁଣାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଅରୁଣାଚଳ ପ୍ରଦେଶରେ ପ୍ରବେଶ ପୂର୍ବରୁ ପିଏପି ହାସଲ କରିବାକୁ ପଡିଥାଏ । ରାଜ୍ୟର ମୁଖ୍ୟ ସଚିବ ନରେଶ କୁମାର ପିଏପି ଜାରି ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିଆ । ପଡୋଶୀ ରାଜ୍ୟ ସିକ୍କିମ୍‌ ମଧ୍ୟ ଶନିବାର ସମାନ ଘୋଷଣା କରିଥିଲା । ଉଭୟ ରାଜ୍ୟ ସହିତ ଚୀନ୍‌ର ସୀମା ସଂଲଗ୍ନ ରହିଛି । ଭାରତର ପଡୋଶୀ ଦେଶ ଭୁଟାନ୍‌ ମଧ୍ୟ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଦୁଇ ସପ୍ତାହ ପାଇଁ ରୋକ୍‌ ଲଗାଇଛି ।

Read More

ମେଲବୋର୍ଣ୍ଣ : ମହିଳା ଟି 20 ବିଶ୍ବକପ ଫାଇନାଲ୍‌ରେ ଭାରତ ସମ୍ମୁଖରେ 184ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଅଷ୍ଟ୍ରେଲିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପ୍‌ନର ଆଲିସା ହିଲି ଏବଂ ବେଥ୍‌ ମୁନି ଅର୍ଦ୍ଧଶତକ ହାସଲ କରିବାରୁ ଦଳ 4 ଓ୍ବିକେଟ ହରାଇ 183 ରନ୍‌ ସଂଗ୍ରହ କରିଥିଲା । ଭାରତୀୟ ଫିଲ୍‌ଡରଙ୍କ ଦୁର୍ବଳ କ୍ଷେତ୍ରରକ୍ଷଣ କାରଣରୁ ହିଲି ଦୁଇଟି ଜୀବନଦାନ ପାଇବା ସହିତ 39ଟି ବଲ୍‌ରୁ 7ଟି ଚୌକା ଏବଂ 5ଟି ଛକ୍କା ସହାୟତାରେ 75 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟତମ ଓପ୍‌ନର ବେଥ୍‌ ମୁନି 54 ଟି ବଲ୍‌ର ସମ୍ମୁଖୀନ ହୋଇ 10ଟି ଚୌକା ସହିତ 78 ରନ୍‌ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରେ ଦୀପ୍ତି ଶର୍ମା 38 ରନ୍‌ ବିନିମୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ…

Read More

ସମୀକ୍ଷା ବ୍ୟୁରୋ ନାରୀ ହିଁ ସୃଷ୍ଟି। ନାରୀ କାଳେ କାଳେ କରି ଆସିଛି ନିଜ ଶ୍ରେଷ୍ଠତ୍ଵ ର ପ୍ରତିପାଦନ। ପୌରଣିକ ଯୁଗ ର ମାତା ସୀତା ହୁଅନ୍ତୁ କି ଏବେ ର ବିଜ୍ଞାନ ଯୁଗ ର ନାରୀ ପ୍ରତି ଟି କ୍ଷେତ୍ର ରେ ନିଜ ଉତ୍କର୍ଷତା ପ୍ରତିପାଦିତ କରିପାରିଛନ୍ତି। ଘର ର ଚାରି କାନ୍ଥ ରୁ ବାହାରି ସମାଜ ର ପ୍ରତି ଟି କ୍ଷେତ୍ର ରେ ନିଜକୁ ସାବ୍ୟସ୍ତ କରି ପରିଛନ୍ତି। ସେ ନିଜ ସନ୍ତାନ ପାଇଁ ସର୍ବଂସହା ମାଆ ହୋଇ ପାରେ ତ କର୍ମ କ୍ଷେତ୍ର ରେ ସାଜିପାରେ ତ୍ରାଣ କର୍ତ୍ତୀ। ସେ ସାଜି ପାରେ ମହାକାଶ ଅଭିଯାନ ର ମୁଖ୍ୟ ,ଜଣେ ରାଷ୍ଟ୍ର ମୁଖ୍ୟ ସମଗ୍ର ଦେଶ ର ଅର୍ଥନୀତି କୁ ନିର୍ଦ୍ଧାରଣ କରୁଥିବା ଅର୍ଥ ମନ୍ତ୍ରୀ,ସେ ହୋଇ ପାରେ ପ୍ରଧାନ ମନ୍ତ୍ରୀ ,ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟ ସେନା ର କମାଣ୍ଡର, ସୁରର ମୁକୁଟ ବିହୀନ ମହାରାଣୀ ତ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ଚଳାଇଥିବାବେଳେ ଭାରତ ଏବଂ ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ତେବେ ସଚେତନତା ଜରିଆରେ ଏହି ଭୂତାଣୁ ଠାରୁ ରକ୍ଷା ପାଇହେବ ବୋଲି ଆଜି ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରାଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନବାଡ଼ୀ, ଆଶା କର୍ମୀମାନେ କୁଜଙ୍ଗ ବଜାର ପରିକ୍ରମା କରିବା ସହିତ କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ରୋଗର ପ୍ରତିକାର ଏବଂ ପ୍ରତିଷେଧକ ସମ୍ପର୍କରେ ଶୋଭାଯାତ୍ରାରେ ସଚେତନତା ସୃଷ୍ଟି କରାଯାଇଥିଲା । ମହିଳାମାନେ ବିଭିନ୍ନ ପ୍ଲାକାର୍ଡ଼ ଏବଂ ପ୍ରଚାରପତ୍ର ଜରିଆରେ ବଜାରର ଲୋକମାନଙ୍କୁ ସଚେତନ କରିଥିଲେ । ପରେ କୁଜଙ୍ଗ ବଜାରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିଷ୍କାର ଓ ପରିଛନ୍ନ କରି ସ୍ୱାସ୍ଥ୍ୟ ଅନୁକୂଳ କରାଯାଇଥିଲା । କାର୍ଯ୍ୟକ୍ରମରେ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : ଭାରତୀୟ ତୈଳନିଗମ ପକ୍ଷରୁ ନିର୍ମାଣ କରାଯାଉଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟକୁ ବିରୋଧ କରି କ୍ଷତିଗ୍ରସ୍ତ ଚାଷୀମାନେ ବାଲିତୁଠ ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହା ସହିତ ପାଇପ ଲାଇନ ଯିବାକୁ ଥିବା ଜମିରେ ଆଜିଠାରୁ ପ୍ରତୀକାତ୍ମକଭାବେ ଧାରଣା ଦେଇଥିବା ଜଣାପଡ଼ିଛି । ପାରାଦ୍ୱୀପ- ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ଚାଲିଥିବାବେଳେ କ୍ଷତିଗ୍ରସ୍ତ ଜମି ମାଲିକମାନେ ଉପଯୁକ୍ତ କ୍ଷତି ପୂରଣ ଦାବୀକରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ବାଲିତୁଠ, ବଡ଼ବୁଦା, ବିଜିପୁର, ଆଲିଗଡ଼ ଏବଂ ଗଡ଼କୁଜଙ୍ଗ ଗ୍ରାମର ଚାଷଜମି ଉପରେ ଏଡି ପାଇପ ଲାଇନ ବିଛାଯାଉଛି । ଯାହାଦ୍ୱାରା କି ୧୦୬ ଚାଷୀ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଏହି କ୍ଷତିଗ୍ରସ୍ତ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ଦାବୀକରି ଦୀର୍ଘ ୮ ମାସ ହେବ ଆନ୍ଦୋଳନ କରି ଆସୁଛନ୍ତି । ଏଥିପାଇଁ ଚାଷୀ ଓ ପ୍ରଶାସନ ଆଲୋଚନା ଏକାଧିକ ବାର ବିଫଳ ହୋଇଛି ।…

Read More