Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର : ରାଜ୍ୟସଭାକୁ ମନୋନୀତ ହୋଇଥିବା ସୁଜିତ୍ କୁମାରଙ୍କୁ ଜଗତସିଂହପୁର ବିଜେଡ଼ି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦିବାସୀ ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଏସ.ଡି.ସି.କପରେ ପ୍ରମୁଖ ଭୂମିକା ଗ୍ରହଣ କରି ସାରା ଦେଶରେ ଓଡିଶା କୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ସୁଜିତ । ଏହା ସହ ସୁଜିତ କୁମାର ଜଣେ ଉଚ୍ଚଶିକ୍ଷିତ ଏବଂ ଏକ ଟାଣୁଆ ସଙ୍ଗଠକ ହିସାବରେ ନିକଟରେ ନିଜ କର୍ମକୁ ପ୍ରତିପାଦନ କରିଛନ୍ତି । ଏଭଳି ବ୍ୟକ୍ତିତ୍ବଙ୍କୁ ରାଜ୍ୟସଭା ସଦସ୍ୟପାଇଁ ମନୋନୀତ କରି ନାମ ଘୋଷଣା କରିଥିବାରୁ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଙ୍କ ସମେତ ବିଜୁ ଯୁବ ଜନତା ଦଳ ସମ୍ପାଦକ ରଶ୍ମି ରଞ୍ଜନ ଚୌଧୁରୀ, ସ୍ମୃତି ରଞ୍ଜନ ନାୟକ, କଟକ ଜୋନ୍ ଛାତ୍ର ବିଜେଡ଼ି ଉପସଭାପତି ପ୍ରଭୃତି ମହାପାତ୍ର,ଜିଲ୍ଲା ଛାତ୍ରନେତା ବିଜୟ ଶଙ୍କର ଦାସ, ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ବସନ୍ତ ମହାପାତ୍ର…

Read More

ଚଣ୍ଡୀଗଡ : ବଲିଉଡର ହି ମ୍ୟାନ୍‌ ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟକୁ ସିଲ୍‌ କରି ଦିଆଯାଇଛି । ହରିୟାଣାର କର୍ଣ୍ଣାଲରେ ରହିଥିବା ଧର୍ମେନ୍ଦ୍ରଙ୍କ ଏହି ହୋଟେଲ୍‌କୁ ଶନିବାର ସିଲ୍‌ କରି ଦିଆଯାଇଛି । ହୋଟେଲ କୋଠା ନିର୍ମାଣରେ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି ଏହାକୁ ସିଲ୍‌ କରିଦିଆଯାଇଛି । ହରିୟାଣାରୁ 150 କିମି ଦୂର ଜାତୀୟ ରାଜପଥ 44 ନିକଟରେ ଏହି ରେଷ୍ଟୁରାଣ୍ଟଟି ଅବସ୍ଥିତ । ଦିଲ୍ଲୀର ବ୍ୟବସାୟୀ ପ୍ରମୋଦ କୁମାର ଧର୍ମେନ୍ଦ୍ରଙ୍କ ହି ମ୍ୟାନ୍‌ ରେଷ୍ଟୁରାଣ୍ଟର ଫ୍ରାଞ୍ଚାଇଜି ନେଇଥିଲେ । ଚଳିତ ଭାଲେଣ୍ଟାଇନ୍ସ ଡେରେ ଧର୍ମେନ୍ଦ୍ର ହି ମ୍ୟାନ୍‌ ହୋଟେଲ୍‌ ଚେନ୍‌ ସମ୍ପର୍କରେ ଘୋଷଣା କରିଥିଲେ । ହୋଟେଲ୍‌କୁ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ମାଲିକଙ୍କ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଛି ବୋଲି କର୍ଣ୍ଣାଲ ଡେପୁଟି କମିଶନର ନିଶାନ୍ତ ଯାଦବ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅଧିନାୟିକା ମେଗ୍‌ ଲାନିଂ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଉଭୟ ଦଳ ନିଜର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଭାରତୀୟ ଦଳ ନିଜର ପ୍ରଥମ ଫାଇନାଲ୍‌ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ନିଜର ଷଷ୍ଠ ଫାଇନାଲ୍‌ ଖେଳିବ । (ଏଜେନ୍ସି)

Read More

ଥିରୁଅନନ୍ତପୁରମ୍‌ : କେରଳରେ 5 ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନୂତନ 5 ଜଣଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା 5 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । କେରଳର ପଥନମଥିଟ୍ଟାରେ ଏହି 5 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇଟାଲୀ ଯାଇଥିବା ବେଳେ ଅନ୍ୟମାନେ ତାଙ୍କର ସମ୍ପର୍କୀୟ ବୋଲି ଜଣା ପଡିଛି । ପ୍ରଥମେ ସମ୍ପର୍କୀୟ ମାନେ ଜ୍ବରରେ ପୀଡିତ ହେବା ପରେ ଯୁବକଙ୍କ ଠାରେ କୋରୋନା ଭାଇରସ୍‌ର ଲକ୍ଷଣ ଦେଖାଦେଇଥିଲା । ସମସ୍ତ 5 ଜଣ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ବର୍ତ୍ତମାନ ସୁଦ୍ଧା କେରଳରେ 637 ଜଣଙ୍କୁ ହସ୍ପିଟାଲରେ ରଖାଯାଇଛି । (ଏଜେନ୍ସି)

Read More

ନୋଇଡା : ଟିକ୍‌ଟକ୍‌ରେ ଲୋକପ୍ରିୟତା ପାଇଁ ଲୋକ ମାନେ କିଛିବି କରୁଛନ୍ତି । ନୋଇଡାରେ ଟିକ୍‌ଟକ୍‌ କରୁଥିବା ସମୟରେ ଜଣେ ଯୁବକ ଗୁଳି ଫୁଟାଇଛନ୍ତି । 32 ବର୍ଷୀୟ ଏହି ଯୁବକଙ୍କ ନାମ ହେଉଛି ପୁନୀତ ସିସୋଦିଆ । ପୁନିତ ନିଜ ସୋସାଇଟିରେ ଗୁଳି ଫୁଟାଇଥିବା ବେଳେ ଗୁଳିଟି ଜଣେ ପୋଲିସ୍‌ ଅଫିସରଙ୍କ ଘରକୁ ପ୍ରବେଶ କରିଥିଲା । ନୋଇଡାର ସେକ୍ଟର 134ରେ ରହିଥିବା ଜେପି କସ୍‌ମସ୍‌ରେ ଏଡି ଗୁଳିକାଣ୍ଡ ଘଟିଥିଲା । ସୋସାଇଟିର 15 ମହଲାରେ ରହୁଥିବା ପୁନିତ ଭିଡିଓ ବନାଇବା ସମୟରେ ଗୁଳି ଚଳାଇଥିଲେ । ଗୁଳିଟି 17 ତମ ମହଲାରେ ରହିଥିବା ଏସିପି ମୟଙ୍କ ବଂଶଲଙ୍କ ଘର ମଧ୍ୟକୁ ଗୁଳି ଯାଇଥିଲା । ମାମଲାକୁ ନେଇ ଅଭିଯୋଗ କରାଯିବା ପରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ତଦନ୍ତ କରାଯାଇଛି । (ଏଜେନ୍ସି)

Read More

ବେଜିଂ : ଚୀନ୍‌ରେ ଏକ ହୋଟେଲ୍‌ ଭୁଶୁଡି ପଡିବା କାରଣରୁ 70 ଜଣ ଲୋକ ଫସି ରହିଥିବା ବେଳେ ତା ମଧ୍ୟରୁ 49 ଜଣଙ୍କୁ ଉଦ୍ଧାର କରାଯାଇଛି । ପୂର୍ବ ଚୀନ୍‌ର ଫୁଜିଆନ୍‌ ପ୍ରଦେଶରେ ରହିଥିବା ଏହି ହୋଟେଲ୍‌ରେ 80ଟି ରୁମ୍‌ ରହିଥିବା ବେଳେ ଭୁଷୁଡିବା ସମୟରେ 70 ଜଣ ରହିଥିଲେ । ଫୁଜିଆନ୍‌ର ଅଗ୍ନିଶମ ବିଭାଗ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆହୁରି 21 ଜଣ ବ୍ୟକ୍ତି ହୋଟେଲ ତଳେ ଫସିରହିଥିବା ଜଣାପଡିଛି । 2018ରେ ଏହି ହୋଟେଲଟି ପ୍ରତିଷ୍ଠା ହୋଇଥିବା ବେଳ ହୋଟେଲ ଭୁଷୁଡିବାର କାରଣ ଜଣାପଡିନାହିଁ । ଉଲ୍ଲେଖଯୋଗ୍ୟ ଯେ, ଶନିବାର ସନ୍ଧ୍ୟା 7.15 ମିନିଟ୍‌ରେ ଏହି ହୋଟେଲ୍‌ଟି ଭୁଶୁଡି ପଡିଥିଲା । (ଏଜେନ୍ସି)

Read More

ପୁରୀ, ମହିଳା ଦିବସ ଉପଲକ୍ଷେ ମହିଳାମାନେ କିପରି ସକ୍ଷମ ସେ ନେଇ ବିଭିନ୍ନ ସ୍ତରରେ ପ୍ରତିଯୋଗୀତା ସହିତ ପ୍ରସାର ଆରମ୍ଭ ହୋଇଛି। କ୍ରୀଡା, ଦୁଃସାହାସିକ କ୍ରୀଡା, ଉଚ୍ଚ ଗବେଷଣା, ବୈଜ୍ଞାନିକ, ସାହିତ୍ୟିକ, ସାମ୍ବାଦିକ ଏବଂ କଳା କ୍ଷେତ୍ରରେ ମହିଳାଙ୍କ ଦକ୍ଷତା ପ୍ରତିପାଦନ କରାଯାଇଛି। ସେହିପରି ପୁରୀରେ 11 ଜଣ ଛାତ୍ରୀ ସେମାନଙ୍କ କଳା ନୈପୁଣତା ଆଜିର ଦିନରେ ବେଶ୍ ଗୁରୁତ୍ବ ବହନ କରୁଛି। ପୁରୀରେ ଥିବା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସଂସ୍ଥାର 11 ଜଣ ଛାତ୍ରୀ ଆଜି ବିଶ୍ବବାସୀଙ୍କୁ ଆକୃଷ୍ଠ କରିପାରିଛନ୍ତି। ଏହି ଛାତ୍ରୀମାନେ ପୁରୀର ସ୍ବର୍ଣ୍ଣିମ ବେଳାଭୂମିରେ ନିର୍ମାଣ କରିଛନ୍ତି ଆକର୍ଷଣୀୟ ବାଲୁକା କଳା। ଦୁଇଦିନ ଧରି ଏହି ଛାତ୍ରୀମାନେ ସୁଦର୍ଶନଙ୍କ ପରାମର୍ଶରେ ପରିଶ୍ରମ କରି ନିର୍ମାଣ କରିଛନ୍ତି ଏହି କଳାକୃତି। ଏଥିରେ ସେମାନେ ମହିଳାମାନେ କିପରି ଶକ୍ତିଶାଳୀ ତାହାକୁ କଳାମାଧ୍ୟମରେ ପ୍ରତିପାଦନ କରାଇଛନ୍ତି। ଏହି କଳାକୁ ସୁଦର୍ଶନ ନିଜର ସୋସିଆଲ ମିଡିଆ ମାଧ୍ୟମରେ…

Read More

ମେଲବୋର୍ଣ୍ଣ : ଅନ୍ତର୍ଜାତୀୟ ମହିଳା ଦିବସରେ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ଯାଉଛି । ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିବା ହରମନ୍‌ପ୍ରୀତ୍‌ କୌର୍‌ଙ୍କ ଭାରତୀୟ ଦଳ 4 ଥର ଚାମ୍ପିୟନ୍‌ ଅଷ୍ଟ୍ରେଲିଆର ମୁକାବିଲା କରିବ । ଗ୍ରୁପ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ ଫେବ୍‌ରିଟ୍‌ । ମାତ୍ର ଘରୋଇ ପରିବେଶ ଏବଂ ଦର୍ଶକଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆକୁ ହେୟ ମନେ କରିବା ଅନୁଚିତ୍‌ । ଉଭୟ ଦଳ ପରସ୍ପରକୁ 19 ଥର ଭେଟିଥିବା ବେଳେ ଭାରତ 6ଟି ଏବଂ ଅଷ୍ଟ୍ରେଲିଆ 13ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ବ୍ୟାଟିଂରେ ଶେଫାଳି ବର୍ମା ଏବଂ ବୋଲିଂରେ ପୁନମ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅଧିନାୟିକା ହରମନପ୍ରୀତ୍‌ କୌର୍‌ ଏବଂ ସ୍ମୃତି ମାନ୍ଧନାଙ୍କ ବ୍ୟାଟ୍‌ ଶାନ୍ତ ରହିଛି । ଉଭୟ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି…

Read More

ମୁମ୍ବାଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଇଡି । ଦୀର୍ଘ ସମୟର ମାରାଥନ ଜେରା ପରେ ଇଡି କପୁରଙ୍କୁ ଗିରଫ କରିଛି । ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ସହିତ ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ଇଡି ରାଣାଙ୍କୁ ଗିରଫ କରିଛି । ଇଡି ପକ୍ଷରୁ ରାଣାଙ୍କ ନାମରେ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ୟେସ୍‌ ବ୍ୟାଙ୍କର ଏକ ସେଲ୍‌ କମ୍ପାନୀ ନିକଟରୁ 600 କୋଟିର ଅର୍ଥ ନେଇଥିବା ଅଭିଯୋଗରେ ଏହି ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ଆଜି ଦିନ 11ଟା ସମୟରେ ରାଣାଙ୍କୁ କୋର୍ଟରେ ହାଜର କରାଯିବ । (ଏଜେନ୍ସି)

Read More

କେଦାର ମିଶ୍ର ଓଡିଶାର ରାଜନୀତି କେବଳ ନୁହେଁ, ପୂରା ଭାରତର ରାଜନୀତି ସବୁବେଳେ ପୁରୁଷ  ପ୍ରଧାନ ହୋଇ ରହି ଆସିଛି। ସ୍ଵାଧୀନତା ପରେ ଆମେ ଯେଉଁ ସମ୍ବିଧାନ ଗ୍ରହଣ କଲୁ, ତାର ମୌଳିକ ଲକ୍ଷ୍ୟ ଥିଲା ସାମାଜିକ ଓ ଲିଙ୍ଗଗତ ସମତା। ସାମାଜିକ ନ୍ୟାୟ ଓ ସମତା ଲାଗି ସମାଜର ବଞ୍ଚିତ ବର୍ଗଙ୍କୁ ଉଭୟ ରାଜନୈତିକ ଓ ଅର୍ଥନୈତିକ ସଂରକ୍ଷଣ ମିଳିଲା। ହେଲେ ହଜାର ହଜାର ବର୍ଷ ଧରି ବୈଷମ୍ୟର ଶିକାର ହୋଇଥିବା ଭାରତୀୟ ମହିଳାଙ୍କର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମତା ପ୍ରସଙ୍ଗରେ ଆଜି ମଧ୍ୟ ନିର୍ଣ୍ଣାୟକ ନିଷ୍ପତ୍ତି ନେବାରେ ଭାରତୀୟ ରାଷ୍ଟ୍ର ଏବଂ ସମାଜ ବିଫଳ ହୋଇଛନ୍ତି। ପୂରା ଭାରତର ଚିତ୍ର ଅପେକ୍ଷା ଓଡିଶାର ରାଜନୀତିରେ ମହିଳାଙ୍କର ଅଂଶିଦାରିତା ଓ ସହଭାଗୀତାକୁ ନେଇ ଆଲୋଚନା କଲାବେଳେ, ଆମକୁ ଏମିତି କିଛି ତଥ୍ୟ ମିଳିବ, ଯାହା ଅନେକାଂଶରେ ଆମର ସାମ୍ବିଧାନିକ ସମତାର ବିଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇବାକୁ ବାଧ୍ୟ…

Read More

ଭୁବନେଶ୍ବର, ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ମଧ୍ୟରେ ଚଳାଚଳ କରିବ। ସଶକ୍ତ ମହିଳା ମାନଦଣ୍ଡ ଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନା ଠାରୁ ସୁନ୍ଦର ଅଟନ୍ତି ଓ ପୁରୁଷ ମାନଙ୍କ ଦ୍ୱାରା କାର‌୍ୟ୍ୟ କରାଯାଉଥିବା ସମସ୍ତ କ୍ଷେତ୍ରରେ ମଧ୍ୟ ସମ ଭାଗିଦାରୀ ଅଟନ୍ତି ଓ “ସମାନତା ପାଇଁ ପ୍ରତ୍ୟକ” ବିଷୟବସ୍ତୁ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ମାର୍ଚ୍ଚ ମାସ ପହିଲା ଠାରୁ ୧୦ ତାରିଖ ପର‌୍ୟ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅଭିଯାନ ପାଳନ କରାଯାଉଅଛି ଓ ମହିଳା ସଶକ୍ତିକରଣକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଗତକାଲି ଖୋର୍ଦ୍ଧା ରୋଡ଼ ଠାରୁ ପଲାସା…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ହାସଲ କରିଛି ଓଡିଶା । ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ 1038 ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନବନିଯୁକ୍ତ ଡାକ୍ତରଙ୍କ ଇଣ୍ଡକ୍ସନ୍‌ ଟ୍ରେନିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆଜିର ଦିନଟି ଓଡିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ବୋଲି ନବୀନ ପ୍ରକାଶ କରିଥିଲେ । ଲୋକଙ୍କ ସେବାକୁ ନିଜର ଧର୍ମ ଭାବରେ ବିବେଚନା କରି କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଡାକ୍ତରଙ୍କୁ ନବୀନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଯୋଗ ଦେଇଥିଲେ । 5ଟି ସଚିବ ଭି କେ ପାଣ୍ଡିଆନ୍‌ 5ଟି କାର୍ଯ୍ୟକ୍ରମ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ରେଢାଖୋଲ ବନାଞ୍ଚଳ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ହେମାମୁରା ଗ୍ରାମର ପ୍ରଭାତୀ ପ୍ରଧାନ(55) ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଶୌଚ ହେବାକୁ ଯାଇଥିବା ସମୟରେ ମହିଳାଙ୍କୁ ଦନ୍ତା ଦଳିଦେଇଥିଲା। ଘଟଣାସ୍ଥଳରେ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରେଢାଖୋଲ ବନାଞ୍ଚଳରେ ବିଗତ କିଛି ଦିନ ହେବ ହାତୀଙ୍କ ଆତଙ୍କ ବଢିବାରେ ଲାଗିଛି। ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ମାହୋଲ୍‌ ଦେଖାଦେଇଛି।

Read More

ଭୁବନେଶ୍ବର, ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଥିବା ହସ୍ତଶିଳ୍ପ ପ୍ରଦର୍ଶନୀରେ ଧିରେଧିରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ପାଗ ଖରାପ ସତ୍ବେ ପ୍ରତ୍ୟେକ ଦିନ ବହୁ ଲୋକ ଏହି ପ୍ରଦର୍ଶନୀକୁ ଆସୁଥିବାର ପରିଲକ୍ଷିତ ହୋଇଛି। ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ବିଭାଗ ଦ୍ବାରା ଆୟୋଜିତ ଏହି ପ୍ରଦର୍ଶନୀ ଗତ ମାର୍ଚ୍ଚ 2 ତାରିଖରୁ ଆରମ୍ଭ ହୋଇଛି। ମୁଖ୍ୟତଃ ରାଜ୍ୟର ହସ୍ତଶିଳ୍ପ କାରୀଗରଙ୍କୁ ଏକ ବଜାର ସୃଷ୍ଟି କରିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀରେ ଚଳିତ ବର୍ଷ 110ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଏଥିରେ ରାଜ୍ୟର ପ୍ରାୟ 22 ଟି ଜିଲ୍ଲାର କାରୀଗରମାନେ ସେମାନଙ୍କ ହସ୍ତକଳା ପ୍ରଦର୍ଶିତ କରିଛନ୍ତି। ମୁଖ୍ୟତଃ ଏହି ପ୍ରଦର୍ଶନୀରେ ବିଭିିନ୍ନ ସାମଗ୍ରୀ କିପରି ନିର୍ମାଣ ହୁଏ ତାହର କୌଶଳ କାରୀଗରମାନେ ଦର୍ଶକଙ୍କୁ ଦେଖାଉଛନ୍ତି। ଫଳରେ ସେହି ଷ୍ଟଲରେ ଭିଡ ଅଧିକ ପରିଲକ୍ଷିତ ହୋଇଛି। ଏଥିରେ ଧାନ ତିଆରି…

Read More

ନୂଆଦିଲ୍ଲୀ : ଭାରତରେ କୋରୋନା ଭାଇରସ୍‌ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଶନିବାର ଲଦାଖରେ ଦୁଇ ଜଣ ଏବଂ ତାମିଲନାଡୁରେ ଜଣେ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତିନି ନୂତନ ଆକ୍ରାନ୍ତଙ୍କ ସହିତ ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 34ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଲଦାଖରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଇରାନ୍‌ ଯାଇଥିବା ବେଳେ ତାମିଲନାଡୁର ସଙ୍କ୍ରମିତ ଜଣକ ଓମାନ ଗସ୍ତ କରିଛନ୍ତି । ସମୁଦାୟ 34 ଜଣ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 16 ଜଣ ଇଟାଲୀ ନାଗରିକ ଏବଂ 18 ଜଣ ଭାରତୀୟ ନାଗରିକ ରହିଛନ୍ତି । ସେହିପରି ଭାରତର ବିଭିନ୍ନ ସ୍ଥାନ ଗସ୍ତ କରିଥିବା ଦୁଇ ଆମେରିକୀୟ କୋରୋନା ଆକ୍ରାନ୍ତ ଥିବା ନେଇ ଭୁଟାନ୍‌ ସରକାର ସ୍ପଷ୍ଟ କରିବା ପରେ 150 ଜଣଙ୍କ ଉପରେ ନଜର ରଖାଯାଇଛି ।…

Read More

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ନାଗରିକ ମହିଳାଙ୍କୁ ସମ୍ମାନ କରିବା ଉଚିତ୍‌ ଏବଂ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍‌ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି । ଆସନ୍ତା କାଲି ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ରାଷ୍ଟ୍ରପତି ଏହି ମତ ଦେଇଛନ୍ତି । ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏକ ସୁରକ୍ଷିତ ସମାଜ, ଦେଶ ଏବଂ ବିଶ୍ବ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ମହିଳା ମାନଙ୍କ ପ୍ରତି ନିଜର ସମ୍ମାନ ଜାହିର କରିବା ପାଇଁ ଏହି ଦିନରେ ପ୍ରତ୍ୟେକ ଭାରତୀୟ ଶପଥ ନେବା ଉଚିତ୍‌ ବୋଲି ରାଷ୍ଟ୍ରପତି ନିଜ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Read More