ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ର ମାମଲା ସାମ୍ନାକୁ ଆସିବା ପରେ ସତର୍କତା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଚଳିତ ହୋଲି ମିଳନ ସମାରୋହରେ ସାମିଲ୍ ହେବେ ନାହିଁ। କରେନା ଭାଇରସ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି । ‘ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ବହୁ ଲୋକ ଏକତ୍ରିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମୋଦି। ଭିଡ ଜରିଆରେ ଏହି ଭାଇରସ୍ ବ୍ୟାପିବାର ପ୍ରବଳ ଆଶଙ୍କା ଥାଏ। କରୋନା ଭାଇରସ୍ରେ ଆତଙ୍କରେ ଚୀନ୍ ସମେତ 18ଟି ଦେଶରେ ସ୍ବାସ୍ଥ୍ୟ ସଂକଟ ବଢି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ପ୍ରତ୍ୟେକ ବର୍ଷ ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥା’ନ୍ତି। ଏହି ଅବସରରେ ସାଧାରଣ…
Author: Samikhsya Bureau
ପ୍ରୟାଗରାଜ : ପ୍ରୟାଗରାଜଠାରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଛନ୍ତି । ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ବେଶ୍ ଚର୍ଚ୍ଚାରେ ରହିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଯୁବକଙ୍କୁ ବିବାହ ନ କଲେ ବିଷ ଖାଇ ଦେବେ ବୋଲି ଧମକ ଦେଉଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକ ଜଣକ ଯୁବତୀଙ୍କୁ ଚାପୁଡା ମାରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥାକୁ ନେଇ ପୋଲିସ୍ରେ ଅଭିଯୋଗ କଲେ । ପୋଲିସ୍ ଯୁବକ ଜଣକୁ ଚାପୁଡା ମାରିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା । ଯୁବକ ଜଣକ ନିଜ ଅଞ୍ଚଳରେ ଆଉ ଜଣେ ଯୁବତୀଙ୍କୁ ପୂର୍ବରୁ ପ୍ରେମ କରୁଥିଲେ…
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଳିଆପଟଠାରେ ଗତକାଲି ଦ୍ୱିତୀୟ ବାର୍ଷିକ ମୁକ୍ତ ମଂଚ ନାଟକ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆୟୋଜକ ହାପିକ୍ଳବର ସଭାପତି ବାବସ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ବକ୍ତବ୍ୟ ପ୍ରଦାନ କରି କଳିଆପାଟ ଅଂଚଳ ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ହେଉଥିବା ଲବଣାସତ୍ୟାଗ୍ରହ ଆନ୍ଦୋଳନରେ ଅଂଚଳର ନେତୃତ୍ୱ ଗ୍ରହଣ କରିଥିବା ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ରାଜସ୍ୱ ବିଭାଗର ଅଧିକାରୀ ତ୍ରିଭୁବନ ଜୟସିଂହ ବକ୍ତବ୍ୟ ପ୍ରଦାନ କରି ସାହିତ୍ୟ, ସଂସ୍କୃତି, ଭାଇଚାର, ଏକତା ତଥା ପାରସ୍ପରିକ ସହଯୋଗର ପ୍ରାଣକେନ୍ଦ୍ର ଗାଁ ହୋଇଥିବାରୁ ସମସ୍ତେ ପୁଣି ଗାଁକୁ ଫେରିଯିବାକୁ ଆହ୍ୱାନ ଜଣାଇଥିଲେ। ସମ୍ପାଦକ ସବୀର କୁମାର ସାମଲ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ନନ୍ଦିନୀ ପଣ୍ଡା, ସମିତିସଭ୍ୟା ପୁଷ୍ପଲତା ବେହେରା, ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ, କଳ୍ପନା…
ଉତ୍ତରପ୍ରଦେଶ : ଦୁଷ୍କର୍ମ ପରି ଘଟଣା ଆମ ଦେଶରୁ ଥମିବାର ନାଁ ନେଉନାହିଁ । ଆଇନ କଡାକଡି ହେଲେ ମଧ୍ୟ ଅପରାଧୀମାନେ ଏଭଳି ପାପ କାର୍ଯ୍ୟରୁ ନିବୃତ୍ତ ରହୁନାହାନ୍ତି । ଆଜିର ସମୟରେ ନିଜ ପରିଚିତ ଲୋକଙ୍କ ପାଖରେ ମଧ୍ୟ ଝିଅଟିଏ ସୁରକ୍ଷିତ ରହୁଥିବାର ମନେ ହେଉନାହିଁ। ଉତ୍ତରପ୍ରଦେଶରେ ନିଜ ସମ୍ପର୍କୀୟମାନଙ୍କ ଦ୍ବାରା ଦୁଇ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ଖବର ମିଳିଛି । ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ନାବାଳିକାଙ୍କ ବୟସ ଯଥାକ୍ରମେ 9 ଓ 10 ବର୍ଷ । 22 ବର୍ଷୀୟ ଅଭିଯୁକ୍ତ ମଣ୍ଟୁ ଓ ତାଙ୍କ ସାଙ୍ଗ ଅମିତ୍ ଦୁହେଁ ନାବାଳିକାଙ୍କ ଏଭଳି ହୀନ କାମ କରୁଥିବାର ପୀଡ଼ିତାଙ୍କ ପରିବାର କହିଛନ୍ତି । ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ପୁଲୀସ୍ ଅଧୀକ୍ଷକ ଦୁଇ ପୀଡ଼ିତାଙ୍କ ମେଡ଼ିକାଲ୍ ଚେକ୍…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥନୀୟ କୋଚିଳାମଠଠାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକ ସଂଯୋଜକ ବିଷ୍ଣୁଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ବକ୍ତବ୍ୟ ପ୍ରଦାନକରି ସଙ୍ଗଠନର ନେତୃତ୍ୱ ନେବାକୁ ହେଲେ ବିଭିନ୍ନ ଗୁଣାବଳୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଜଗତସିଂହପୁରଠାରେ ଏବଂ ଅପ୍ରେଲ ମାସ ୨୬ ତାରିଖରେ ଭୂବନେଶ୍ୱରରେ ବୁଲବୁଲ, ଫନୀ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କାଳିଆ ଯୋଜନାରେ ଚାଷୀ ମାନଙ୍କୁ ତୁରନ୍ତ ସାମିଲ କରିବା ସହିତ ପ୍ରୋତ୍ସାହନ ଦେବା ଦାବୀରେ ଚାଷୀମାନଙ୍କର ଧରଣା ଏବଂ ସତ୍ୟାଗ୍ରହ ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି ସଭାରେ ଘୋଷଣା କରାଯାଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ, ଜଗତସିଂହପୁର ଜିଲ୍ଲା ସଞ୍ଜୋଜକ ଦୂର୍ଗାପ୍ରସାଦ ସ୍ୱାଇଁ , ଚାଷୀ ସଙ୍ଗଠକ ବାବୁରାମ…
ଝାଡଖଣ୍ଡ: ଜଣେ ମହିଳା ପ୍ରାୟ ଚାଳିଶ ବର୍ଷ ଧରି ପେନ୍ସେନ୍ ପାଇଁ ଆବେଦନ କରି ଆସୁଥିଲେ, କିନ୍ତୁ ପାଇପାରୁନଥିଲେ । ବହୁ ଦହଗଞ୍ଜ ହେବା ପରେ ସେ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ପଚାଶ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ମହିଳାଙ୍କୁ ଦଶ ପ୍ରତିଶତ ସୁଧ ସହିତ ପେନସେନ୍ ପ୍ରଦାନ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଡକ୍ଟର ଏସ.ଏନ୍ ପାଥକଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପେନ୍ସେନ ଦେବା ରାଜ୍ୟସରକାରଙ୍କ କାମ । ସରକାରୀ କର୍ମଚାରୀଙ୍କ ଯୋଗୁଁ ଏତେ ଦିନ ପର୍ଯ୍ୟନ୍ତ ପେନସନ୍ ବିଚାରାଧୀନ ଥିଲା। ଦଶ ପ୍ରତିଶତ ସୁଧ ସହିତ ଆବେଦନକାରୀଙ୍କୁ ପେନ୍ସନ୍ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯାଚିକା କର୍ତ୍ତା ଜସୁମତି ପିଙ୍ଗୁଆଙ୍କ ସ୍ବାମୀ ସିଂହଭୂମ୍ ଜିଲ୍ଲାର ଟକ୍କର ବାପ୍ପା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ରାଜ୍ୟର ବାରଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ ୭ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଘଡ଼ଘଡ଼ି ମାରିବ। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି।” ରାଜ୍ୟରେ ବର୍ଷା ପରେ ତାପମାତ୍ରା ବଢ଼ିବ। ସ୍ବାଭାବିକଠାରୁ ଚଳିତ ବର୍ଷ ଅଧିକ ଗରମ ଅନୂଭୂତ ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ।
ସମୀକ୍ଷା ବ୍ୟୁରୋ ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଏକ କାର୍ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। କାର୍ ଯୋଗେ ଚାରି ଜଣ ଭଦ୍ରକରୁ ବାସୁଦେବପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି।
କେଦାର ମିଶ୍ର ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ ତାଙ୍କୁ ବ୍ୟାକୁଳ ହୋଇ “ଏମିତି କରନ୍ତୁ ନାହିଁ ସାର” ବୋଲି ଅନୁରୋଧ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କେବଳ ଏକ ହାଲୁକା ଟୁଇଟ ବୋଲି ଆମେ ଗ୍ରହଣ କରି ଭୁଲିଯିବା ଉଚିତ ହେବ କି? ଏହି ଟୁଇଟର ଅଳ୍ପ କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ କହିଲେ ଯେ, ରବିବାର ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ସେଦିନ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସବୁ ଉଲ୍ଲେଖନୀୟ ମହିଳାମାନଙ୍କ ପାଇଁ ନିବେଦିତ ରହିବ। ଏହି ଦୁଇଟି ଯାକ ଟୁଇଟରେ କେବଳ ଲୋକଙ୍କୁ ଭୁଲାଇବାର ଓ ଆତ୍ମ ପ୍ରଚାରର ଉଦ୍ଦେଶ୍ୟ ବାରି ହୋଇପଡୁଥିଲା।…
ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ଅପ୍କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । କିଶୋର ତିରୁମାଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଇ ପଲ୍ଲବୀ ଏବଂ ସର୍ବାନନ୍ଦ ଏକତ୍ର ନଜର ଆସିବେ । ଉଭୟ ପୂର୍ବରୁ ଏକତ୍ର ‘ପଡି ପଡି ଲେଚି ମନସୁ’ରେ ନଜର ଆସିଥିଲେ । ଏହି ଅପ୍କମିଙ୍ଗ ଫିଲ୍ମର ଟାଇଟଲ୍ ଘୋଷଣା ହୋଇନଥିବା ବେଳେ ଫିଲ୍ମଟି ରୋମାଣ୍ଟିକ୍ କମେଡି ରହିବ । ଦ୍ବିତୀୟ ଥର ପାଇଁ ଏହି ଯୋଡିକୁ ନେଇ ଫ୍ୟାନ୍ ମାନେ ଉତ୍ସାହିତ ଅଛନ୍ତି । ସାଇ ପଲ୍ଲବୀ ଶେଷଥର ପାଇଁ ଧନୁଷଙ୍କ ସହିତ ମାରୀ-2ରେ ନଜର ଆସିଥିବା ବେଳେ ସର୍ବାନନ୍ଦ ଶେଷଥର ପାଇଁ ସାମନ୍ଥାଙ୍କ ସହିତ ଜାନୁରେ ନଜର ଆସିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ମଙ୍ଗଳବାର କ୍ୟାବିନେଟ୍ କମିଟି ପକ୍ଷରୁ ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ବର୍ତ୍ତମାନର ସଚିବ ରହିଥିବା ରାଜୀବ କୁମାରଙ୍କ ସ୍ଥାନରେ ଅଜୟ ଭୂଷଣ ପାଣ୍ଡେ ଦାୟିତ୍ବ ଗ୍ରହଣ କରିବେ । ମହାରାଷ୍ଟ୍ର କ୍ୟାଡରର 1984 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପାଣ୍ଡେ ପୂର୍ବରୁ ଆଧାର (ୟୁଆଇଡିଏଆଇ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟିଏନ୍) ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ । 2018ରେ ପାଣ୍ଡେ ରାଜସ୍ବ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । (ଏଜେନ୍ସି)
କୋଲକାତା : ରଣଜୀ ଟ୍ରଫି ସେମିଫାଇନାଲ୍ରେ କର୍ଣ୍ଣାଟକକୁ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ବେଙ୍ଗଲ । କର୍ଣ୍ଣାଟକକୁ 174 ରନ୍ରେ ପରାସ୍ତ କରି ବେଙ୍ଗଲ ଫାଇନାଲ୍ରେ ପ୍ରବେଶ କରିବା ସହିତ ନିଜର ତୃତୀୟ ଟାଇଟଲ୍ ଲକ୍ଷ୍ୟରେ ରହିଛି । ବେଙ୍ଗଲ ପକ୍ଷରୁ ଅନୁସ୍ତୂପ ମଜୁମଦାର ଶତକ ହାସଲ କରିଥିବା ବେଳେ ଇଶାନ ପୋରେଲ 7 ଏବଂ ମୁକେଶ କୁମାର 8 ଓ୍ବିକେଟ ନେଇ ଦଳକୁ ଫାଇନାଲ୍ରେ ପହଞ୍ଚାଇଥିଲେ । ପ୍ରଥମ ଇନିଂସରେ ବେଙ୍ଗଲ ଅନୁସ୍ତୂପ ମଜୁମଦାରଙ୍କ ଅପରାଜିତ 149 ରନ୍ ସହାୟତାରେ 312 ରନ୍ ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ ମାତ୍ର 122 ରନ୍ରେ ଅଲ୍ଆଉଟ ହୋଇଥିଲା । ଇଶାନ ପୋରେଲ 5 ଓ୍ବିକେଟ୍ ଅକ୍ତିଆର କରିଥିଲେ । ଦ୍ବିତୀୟ ଇନିଂସରେ ବେଙ୍ଗଲ 161 ରନ୍ରେ ଅଲ୍ଆଉଟ ହୋଇଥିଲା । ପୁନର୍ବାର ମଜୁମଦାର 41 ରନ୍ ସଂଗ୍ରହ କରିଥିଲେ । କର୍ଣ୍ଣାଟକ ସମ୍ମୁଖରେ 352 ରନ୍ର ବିଜୟ…
ମୁମ୍ବାଇ, ଅବସର ସମୟରେ ଅଭିନେତ୍ରୀ ଆଲିୟା ଫ୍ରନିଟିରୱାଲା ମୁମ୍ବାଇ ବାନ୍ଦ୍ରାର ଏକ କଫି କାଫରେ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ବିଶ୍ବକପ୍ର ସେମି ଫାଇନାଲ୍ ଲାଇନ୍ ଅପ୍ ଚୂଡାନ୍ତ ହୋଇଛି । ପୂର୍ବରୁ ସେମି ଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳ ଇଂଲଣ୍ଡର ମୁକାବିଲା କରିବାକୁ ଯାଉଛି । ସେହିପରି ଦ୍ବିତୀୟ ସେମି ଫାଇନାଲ୍ରେ ଘରୋଇ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମୁକାବିଲାରେ 50 ଓଭର ବିଶ୍ବକପ୍ ପ୍ରତିଶୋଧ ନେବାର ସୁଯୋଗ ଭାରତ ନିକଟରେ ରହିଛି । ସକାଳ 9.30 ମିନିଟ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଅପରାହ୍ନ 1.30 ମିନିଟ୍ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ରିଜର୍ଭ ଡେର ଖେଳ ରଖାଯାଇନଥିବାରୁ ଯଦି ମ୍ୟାଚ୍ ବର୍ଷାରେ ଧୋଇ ଯାଏ ତେବେ ଅଧିକ ମ୍ୟାଚ୍ ଜିତିଥିବା ଦଳ ଫାଇନାଲ୍ ଖେଳିବ । ଫାଇନାଲ୍ ମ୍ୟାଚ୍ ରବିବାର ଦିନ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଡ୍ରାମାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ବିଟ୍ଟର ଆକାଉଣ୍ଟକୁ ନେଇ ଡ୍ରାମା କରୁଛନ୍ତି ବୋଲି ରାହୁଲ ପ୍ରକାଶ କରିଛନ୍ତି । କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ଏପରି ଡ୍ରାମା କରି ସମୟ ଅପଚୟ କରୁଛନ୍ତି । ଏପରି କହିବା ସହିତ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି ରାହୁଲ । ଏହି ଭିଡିଓରେ କୋରୋନା ମୁକାବିଲା ପାଇଁ ସିଙ୍ଗାପୁର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । (ଏଜେନ୍ସି)
ମୁମ୍ବାଇ : ଭୋଡାଫୋନ୍ ଆଇଡିଆ ପକ୍ଷରୁ ଟେଲିକମ୍ ମନ୍ତ୍ରାଳୟକୁ 3 ହଜାର କୋଟିର ବକେୟା ରାଶି ପ୍ରଦାନ କରାଯାଇଛି । ମଙ୍ଗଳବାର ଭୋଡାଫୋନ୍ ଏୟାରଟେଲ୍ ପକ୍ଷରୁ 3042 କୋଟି ଟଙ୍କା ପ୍ରଦାନ କରାଯାଇଛି । ମଙ୍ଗଳବାର ଏୟାରଟେଲ ପକ୍ଷରୁ ମଧ୍ୟ 2 ହଜାର କୋଟି ପ୍ରଦାନ କରାଯାଇଛି । 2014ରେ ହୋଇଥିବା ଟେଲିକମ୍ ନିଲାମୀର ବକେୟା ରାଶି ଟେଲିକମ୍ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଭୋଡାଫୋନ୍ ଆଇଡିଆ ପକ୍ଷରୁ 53 ହଜାର କୋଟି ଟଙ୍କାର ବକେୟା ରାଶି ରହିଥିବା ବେଳେ ଏୟାରଟେଲର 35 ହଜାର କୋଟି ବକେୟା ରହିଛି । ଏୟାରଟେଲ୍ ପକ୍ଷରୁ 18 ହଜାର କୋଟି ବକେୟା ରାଶି ପ୍ରଦାନ କରାଯାଇଛି । (ଏଜେନ୍ସି)
ଚେନ୍ନାଇ : ଆଇପିଏଲ୍ ପୂର୍ବରୁ ଏକାଠି ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନା । ଧୋନୀ-ରାଇନା ଏକାଠି ହେବା ସହିତ ପରସ୍ପରକୁ ଆଲିଙ୍ଗନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତ୍ରୟୋଦଶ ଆଇପିଏଲ୍ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗସ୍ର ଶିବିରରେ ଏକତ୍ର ନଜର ଆସିଥିଲେ । ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ ଏହି ଭିଡିଓଟିକୁ ସେୟାର କରାଯାଇଥିଲା । ଭିଡିଓଟିକୁ ସେୟାର କରାଯିବା ପରେ ସୋସିଆଲ୍ ମିଡିଆରେ ଫ୍ୟାନ୍ଙ୍କ ପକ୍ଷରୁ ବଢିଆ ପ୍ରତିକ୍ରିୟା ମିଳିଥିଲା । ଜଣେ ଫ୍ୟାନ୍ ଲେଖିଥିଲେ ଥାଲା ମିଟ୍ସ ଚିନ୍ନାଥାଲା, ଯାହାର ଅର୍ଥ ହେଉଛି ରାଜାଙ୍କୁ ଭେଟିଲେ ଯୁବରାଜ । ଧୋନୀଙ୍କୁ ଚେନ୍ନାଇ ଫ୍ୟାନ୍ ମାନେ ଥାଲା ବୋଲି ସମ୍ବୋଧନ କରିଥାନ୍ତି । (ଏଜେନ୍ସି) https://twitter.com/i/status/1234684530864246784
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସେବା ଯୋଗାଇ ଦେବା ପାଇଁ ନବୀନ ସରକାର ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ମୋ’ ସରକାର ଯୋଜନା ଚାଲୁକରିଥିବାବେଳେ ଚଳିତ ପାଳିରେ ଫାଇଭ୍ ଟିକୁ ବିଶେଷ ଗୁରୁତ୍ବ ଦେଇଛନ୍ତି। ଖୋଦ୍ ଫାଇଭ ଟି ସଚିବ ଅଚାନକ ସମସ୍ତ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଛନ୍ତି। ତେବେ ସରକାର ସ୍ବାସ୍ଥ୍ୟକୁ ନେଇ ଆକ୍ସନ ମୁଡ୍ରେ ଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହେଉ ଅଥବା ସରକାରୀ ଡାକ୍ତରଖାନା ଏହାକୁ ନେଇ କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ତାହା ଏବେ ପ୍ରଶ୍ନର ବିଷୟ ପାଲଟୁଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରର ଗମ୍ଭାରୀମୁଣ୍ଡା ପଞ୍ଚାୟତରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନ ଦ୍ବିପ୍ରହରରେ ତାଲା ଦେଖିବାକୁ ମିଳିଛି। ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି। https://www.youtube.com/watch?v=3RtJ3QqZR30 ମିଳିଥିବା ସୂଚନା ଅନୁସାରେ, ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଗମ୍ଭାରୀମୁଣ୍ଡା ଅଞ୍ଚଳର ଡାକ୍ତରଖାନା,…
ହାଇଦ୍ରାବାଦ : ଋଣଭାର ଚାପରେ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ହାଇଦ୍ରାବାଦର ଜନୈକ ଯୁବକ । ଦୁଇ ଜଣ ପିଲା ଏବଂ ପତ୍ନୀଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଏହି ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଶନିବାର ଦିନ ଏହି ଘଟଣା ଘଟିଥିବା ଜଣାପଡିଛି । ନିହତ ଇଞ୍ଜିନିୟର ଜଣକ ହେଉଛନ୍ତି କେ ପ୍ରଦୀପ୍ କୁମାର, ପତ୍ନୀ ଶ୍ବେତା ଏବଂ ଦୁଇ ସନ୍ତାନ ଜୟ କ୍ରିଷ୍ଣା ଏବକଂ କଲ୍ୟାଣ କ୍ରିଷ୍ଣାଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ପ୍ରଦୀପ 22 ଲକ୍ଷ ଟଙ୍କାର ଋଣ କରିଥିଲେ । ଋଣ ଶୁଝିନପାରିବାରୁ ଏପକରି ପଦକ୍ଷେପ ନେଇଥିବା ନେଇ ପ୍ରଦୀପ ନିଜ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି । (ଏଜେନ୍ସି)
ଇଥୋଓପିଆ :ଦୁନିଆରେ କରୋନା ଭାଇରସ୍ ଏକ ଆତଙ୍କ ସୃଷ୍ଟି କରିଥିବାବେଳେ ଆଫ୍ରିକାର ଇଥୋଓପିଆ ଅଞ୍ଚଳରେ ଏକ ଅଜଣା ରୋଗର ଆତଙ୍କ ସୃଷ୍ଟି କରିଛି । ଏହି ରୋଗରେ ପୀଡ଼ିତଙ୍କ ନାକ ଓ ମୁହଁରୁ ରକ୍ତ ବାହାରିବା ସହିତ ଆଖି ହଳଦିଆ ପଡିଯାଉଛି । ଏବଂ ଏହା ପରେ ରୋଗୀର ମୃତ୍ୟୁ ଘଟୁଛି । ମିଳିଥିବା ସୂଚନା ଅନସାରେ ଇଥୋଓପିଆର ସୋମାଲୀରେ ଏହି ରହସ୍ୟମୟ ରୋଗରେ ଏପର୍ଯ୍ୟନ୍ତ 15ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍ର ତେଲ ଡ୍ରିଲିଙ୍ଗ୍ରୁ ବାହାରୁଥିବା ବିଷାକ୍ତ ଆବର୍ଜନା ଯୋଗୁଁ ଏହି ବେମାରୀ ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ବେମାରୀ ସର୍ବପ୍ରଥମେ ସୋମାଲିର ଏକ ଗ୍ୟାସ୍ ପରିଯୋଜନା ନିକଟରେ ଅବସ୍ଥିତ ଗ୍ରାମରେ ଦେଖାଯାଇଥିଲା । ଏହି ରୋଗରେ ପ୍ରାଥମିକ ଅବସ୍ଥାରେ ଆଖି ହଳଦିଆ ପଡିବା ସହିତ ଶରୀରରେ ବହୁତ କଷ୍ଟ ହୋଇଥାଏ। ଏହା ପରେ ଅଚାନକ ଭାବରେ ଆଖି ଓ ମୁହଁରୁ ରକ୍ତ ବାହାରିଥାଏ । ପରେ…

