କର୍ଣ୍ଣାଟକ କଂଗ୍ରେସ ଦାୟିତ୍ବରେ ଡିକେ ଶିବକୁମାର

Published: Mar 11, 2020, 4:24 pm IST

ବେଙ୍ଗାଲୁରୁ : ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକ କଂଗ୍ରେସର ଦାୟିତ୍ବ ପ୍ରଦାନ କରାଯାଇଛି । ବୁଧବାର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ଶିବକୁମାରଙ୍କୁ ଚୟନ କରାଯାଇଛି । ଶିବକୁମାରଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଥିବା ବେଳେ ତିନି ଜଣ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଛି । ଇଶ୍ବର ଖାନ୍ଦ୍ରେ, ସତୀଶ ଝର୍କୀହୋଲି ଏବଂ ସଲିମ୍‌ ଅହମଦ୍‌ଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଘୋଷଣା କରାଯାଇଛି । ଏହା ସହିତ ଅଜୟ ସିଂ ଏବଂ ଏମ୍‌ ନାରାୟଣସ୍ବାମୀଙ୍କୁ ମୁଖ୍ୟ ହ୍ବିପ୍‌ ଅଫିସର ଭାବରେ ନିଯୁକ୍ତ କରାଯାଇଛି ।

Related posts