ପାଟନାରେ ଏକ ପ୍ରମୋଶନାଲ କାର୍ଯ୍ୟକ୍ରମରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ
Author: Samikhsya Bureau
ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସିଏଜି ବିପକ୍ଷରେ 39 ବଲ୍ରୁ 105 ରନ୍ ସଂଗ୍ରହ କରିଥିବା ପାଣ୍ଡ୍ୟା ଶୁକ୍ରବାର ପୁଣି ଏକ ଶତକ ହାସଲ କରିଛନ୍ତି । ଶୁକ୍ରବାର ବିପିସିଏଲ୍ ବିପକ୍ଷରେ ପାଣ୍ଡ୍ୟା 55ଟି ବଲ୍ର ସମ୍ମୁଖୀନ ହୋଇ 158 ରନ୍ ସଂଗ୍ରହ କରିଛନ୍ତି । ପାଣ୍ଡ୍ୟାଙ୍କ ଏହି ଇନିଂସରେ 20ଟି ବିଶାଳ ଛକ୍କା ଏବଂ 6ଟଇ ଚୌକା ସାମିଲ ଥିଲା । ଅଣ୍ଟାରେ ଆଘାତ କାରଣରୁ ଆହତ ହୋଇ ଦୀର୍ଘମ 5 ମାସ ହେବ କ୍ରିକେଟ ପଡିଆରୁ ଦୂରରେ ରହିଥିଲେ ହାର୍ଦ୍ଦିକ । (ଏଜେନ୍ସି)
ମୁମ୍ବାଇର ଜୁହୁରେ ଅଭିନେତ୍ରୀ ସନ୍ନି ଲିଓନି
ବାନ୍ଦ୍ରାରେ ମେଣ୍ଟାଲହୁଡ୍ର ପ୍ରମୋଶନ ଅବସରରେ ଅଭିନେତ୍ରୀ କରିଶ୍ମା କପୁର
Mumbai: Actress Alia Bhatt at the screening of the upcoming web film “Guilty” in Mumbai on March 4, 2020. (Photo: IANS)
ଓ୍ବେବ୍ ଫିଲ୍ମ ଗିଲ୍ଟୀର ସ୍କ୍ରିନିଂରେ ଅଭିନେତ୍ରୀ ଆଥିୟା ସେଟ୍ଟୀ
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ସଂକ୍ରମିତଙ୍କ ସଂଖ୍ୟା ଏବେ 31କୁ ବୃଦ୍ଧି ପାଇଛି। କରୋନାକୁ ନେଇ ଦେଶ ଏବେ ଆଲର୍ଟ ରହିଛି । କରୋନା ଭାଇରସ୍ର ଯାଞ୍ଚ ପାଇଁ ସରକାର 31ଟି ଲାବ୍ରୋଟେରୀ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ 13ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଥିବାବେଳେ ଏବେ ଆଉ 18ଟି ପରୀକ୍ଷାଗାରରେ ଏହା ଯାଞ୍ଚ କରାଯାଇପାରିବ । ସରକାରଙ୍କ ଦ୍ବାରା ଜାରି ହୋଇଥିବା ପରୀକ୍ଷାଗାର ସୂଚୀ ଅନୁସାରେ – ଦିଲ୍ଲୀର ଏମ୍ସ, ଲକ୍ଷ୍ନୌର କେଜିଏମ୍ୟୁ, ଜୟପୁରର ଏସଏମଏସ୍, କୋଲକାତାର ଏନ୍ଆଇସିଇଡି, ଗୌହ୍ବାଟୀର ଜିଏମ୍ଟି, ନାଗପୁରର ଆଇଜିଜିଏମ୍ସି, ମୁମ୍ବାଇର କସ୍ତୁରବା ମେଡ଼ିକାଲ୍ କଲେଜ, ଅହମଦାବାଦର ବିଜେ ମୋଡିକ୍ କଲେଜ, ସିକନ୍ଦରାବାଦର ଗାନ୍ଧି ମେଡ଼ିକାଲ କଲେଜ, ବେଙ୍ଗାଲୁରୁର ବିଏମ୍ସିଆରଆଇ ଓ ଏନ୍ଆଇବି ଫିଲ୍ଡ ୟୁନି, ଚେନ୍ନାଇର କେଆଇପିଏମ୍ଆର ଓ ଅଲଫୁଜ୍ଜହା ଓ ଏନ୍ଆଇବି ଫିଲ୍ଡ ୟୁନିରେ କରୋନା ଭାଇରସର ଯାଞ୍ଚ କରାଯାଇପାରିବ। ଏତଦ୍ବ୍ୟତୀତ ଆଜିଠାରୁ ଶ୍ରୀନଗରର ଏସ୍କେଆଇଏମଏସ୍, ଜମ୍ମୁର ଜିଏମ୍ସି, ଚଣ୍ଡୀଗଡର ପିଜିଆଇଏମଇଆର,…
ଓ୍ବେବ୍ ଫିଲ୍ମ ଗିଲ୍ଟୀର ସ୍କ୍ରିନିଂରେ ଅଭିନେତ୍ରୀ ଗୌହର୍ ଖାନ୍
ଓ୍ବେବ୍ ଫିଲ୍ମ ଗିଲ୍ଟୀର ପ୍ରମୋଶନରେ ଅଭିନେତ୍ରୀ ଆକାଙ୍କ୍ଷା ରଞ୍ଜନ
ଓ୍ବେବ୍ ଫିଲ୍ମ ଗିଲ୍ଟୀର ସ୍କ୍ରିନିଂରେ ବାଣୀ କପୁର
ରୁଚି ନାରାୟଣଙ୍କ ନିର୍ଦ୍ଦେଶିତ ଓ୍ବେବ୍ ଫିଲ୍ମ ଗିଲ୍ଟିର ପ୍ରମୋଶନରେ କିଆରା ଆଡଭାନୀ
ବେଜିଂ : ଲାଇସେନ୍ସ ମିଳିବାର 10 ମିନିଟ୍ ମଧ୍ୟରେ ନଦୀ ମଧ୍ୟକୁ କାର୍ ଖସାଇଛନ୍ତି ଯୁବକ । ଚୀନ୍ର ଜଣେ ଯୁବକଙ୍କୁ ଲାଇସେନ୍ସ ମିଳିବା ପରେ କାର୍ ଚଲାଉଥିବା ସମୟରେ ମୋବାଇଲରେ କଥା ହୋଇ ଯୁବକ ଜଣକ କାର୍ଟିକୁ ବ୍ରିଜ୍ରୁ ତଳକୁ ଖସାଇ ଦେଇଥିଲେ । ଝାଙ୍ଗ ନାମକ ଏହି ବ୍ୟକ୍ତି ଜଣକ ଲାଇସେନ୍ସ ପାଇଥିବାରୁ ମିଳିଥିବା ଶୁଭେଚ୍ଛା ମେସେଜ୍ର ଉତ୍ତର ଦେଉଥିବା ସମୟରେ କାର୍ଟି ତଳକୁ ଖସି ପଡିଥିଲା । ଚୀନ୍ର ଜୁନ୍ୟି ପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାର କିଛି ଫଟୋ ଚୀନ୍ ଟ୍ରଫିକ୍ ପୋଲିସ୍ ପକ୍ଷରୁ ସେୟାର କରାଯାଇଛି । କାର୍ର ଡୋର୍ ଖୋଲି ଝାଙ୍ଗ ବାହାରିଥିବା ବେଳେ କ୍ରେନ୍ ଜରିଆରେ କାର୍ଟିକୁ ବାହାର କରାଯାଇଥିଲା । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ଥାନା ଶିମିଳିପାଳ ହାଇସ୍କୁଲ ଖେଳପଡିଆରେ ରେଢାଖୋଲ ପୋଲିସ୍ର ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ରେଢାଖୋଲ ଏସ୍ଡିପିଓ ହାଡ଼ିବନ୍ଧୁ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ରେଢାଖୋଲ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ, ସମ୍ବଲପୁରର ଆରଆଇ ମଧୁସୂଦନ ମହାପାତ୍ର, ସୁବେଦାର ହିମାଂଶୁ ଭୋଇ, ଡଇଁଚା ସରପଞ୍ଚ ପ୍ରବୀଣ କୁମାର ପ୍ରଧାନ, ଶିମିଳିପାଳ ସରପଞ୍ଚ ସଂଜିତ୍ ତିରିଆ, ଘୋଷରାମାଳ ସରପଞ୍ଚ ଅମ୍ରିତ ପାନ୍ନା, ଶିମିଳିପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ପୋଲିସ୍ ଓ ଜନସାଧାରଣ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ପୋଲିସ୍ ସହ ଯୋଗାଯୋଗ ରଖିବାକୁ ଅତିଥିମାନେ ମତ୍ୟବକ୍ତ ରଖିଥିଲେ । ଡଇଁଚା ଓ ଶିମିଳିପାଳ କ୍ରିକେଟ୍ ଟିମ୍ ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖାତ, ଡଟପେନ୍ ତଥା ପଠନ ସାମଗ୍ରୀ ବଣ୍ଟନ କରିଥିବାବେଳେ ଗରିବ ବୃଦ୍ଧ/ବୃଦ୍ଧମାନଙ୍କୁ…
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ମୁକେଶ । ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ନୂତନ କ୍ୟୁରେଟିଭ୍ ଯାଚିକା ଏବଂ ରାଜକ୍ଷମା ଆବେଦନ କରିବାର ଆବେଦନ କରିଛି । ମୁକେଶ ସିଂର ଓକିଲ ଏମ୍ ଏଲ୍ ଶର୍ମାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । କୋର୍ଟଙ୍କ ପକ୍ଷରୁ ନିଯୁକ୍ତ ମଧ୍ୟସ୍ଥି ବୃନ୍ଦା ଗ୍ରୋଭର ପୂର୍ବରୁ ମୁକେଶର କ୍ୟୁରେଟିଭ୍ ଯାଚିକା ଲେଖିଥିଲେ ଯାହାକି ଖାରଜ ହୋଇଯାଇଥିଲା । ଏହି ଆଧାରରେ ମୁକେଶକୁ ନୂତନ ଭାବରେ କ୍ୟୁରେଟିଭ୍ ଏବଂ ରାଜକ୍ଷମା ଯାଚିକା ଦାଖଲ କରିବାର ସୁଯୋଗ ମିଳିବା ଉଚିତ୍ ବୋଲି ଶର୍ମା ଯୁକ୍ତି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପକ୍ଷରୁ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ମାର୍ଚ୍ଚ 20 ତାରିଖରେ ଫାଶୀ ଦେବା ପାଇଁ ଘୋଷଣା କରାଯାଇଥିଲା । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା ସମ୍ପର୍କରେ ଅଭିଭାଷଣ ଦେଇଥିଲେ । ସେହିପରି ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲାପରିଷଦର ଉପସଭାପତି ଲିଙ୍ଗରାଜ ସ୍ବାଇଁ , ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା। ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ସ୍ମରଣ କରିବା ସହିତ ପଞ୍ଚାୟତରାଜ ଦିବସର ଅନୁଚିନ୍ତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ପରିଚାଳନା କରିଥିବାବେଳେ ଓରମସାର ଡେପୁଟି ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଲ ସ୍ବାଗତ ଭଷଣ ଓ ଅତିଥି ପରିଚୟ ପ୍ରଦାନ…
ଆଜମଗଡ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନୈକ ମୁସଲିମ ଶ୍ରଦ୍ଧାଳୁ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଆଜମଗଡର ସୟଦ୍ ମହମ୍ମଦ ଇସଲାମ ଅଷ୍ଟଧାତୁରେ ନିର୍ମିତ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଏହି ମୁଦ୍ରାରେ ରାମ, ସୀତା ଏବଂ ହନୁମାନଙ୍କ ଚିତ୍ର ରହିଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଆଜମଗଡର ସୀତାରାମ ଅଞ୍ଚଳରେ ବାସ କରୁଥିବା ସୟଦ୍ ନିଜ ପୁରୁଣା ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ନଭେମ୍ବର 30, 2019ରେ ନିଜ ଗ୍ରାମର ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ଖୁବ୍ ଶୀଘ୍ର ଅଯୋଧ୍ୟା ଯାତ୍ରା କରି ରାମ ତୀର୍ଥ କ୍ଷେତ୍ରର ଚେୟାରମ୍ୟାନ୍ ନୃତ୍ୟ ଗୋପାଳ ଦାସଙ୍କୁ ଏହି ମୁଦ୍ରା ପ୍ରଦାନ କରିବେ ବୋଲି ଜଣାଇଛନ୍ତି । ଏହି ଉପହାର ଦେଶର ଅନ୍ୟ ମୁସଲିମଙ୍କୁ ରାମନ୍ଦିର ପାଇଁ ଦାନ କରିବାକୁ ଉତ୍ସାହିତ କରିବ…
ନୂଆଦିଲ୍ଲୀ : ଭାରତୀୟ ବୈଦେଶିକ ମୁଖପାତ୍ର ରବୀଶ୍ କୁମାରଙ୍କ ସ୍ଥାନ ନେବେ ଅନୁରାଗ ଶ୍ରୀବାସ୍ତବ। 1999 ବ୍ୟାଚ୍ର ଆଇଏଫଏସ୍ ଅଧିକାରୀ ଥିବା ଅନୁରାଗ ଶ୍ରୀବାସ୍ତବ ବର୍ତ୍ତମାନ ଇଥୋଓପିଆ ଓ ଆଫ୍ରିକା ସଂଘର ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି । ରାଜଦୂତ ହେବା ପୂର୍ବରୁ ଅନୁରାଗ ବିଦେଶ ମନ୍ତ୍ରାଳୟର ଅର୍ଥ ବିଭାଗ ଦାୟିତ୍ବରେ ରହିଥିଲେ । ଏହାବ୍ୟତୀତ ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ରାଜନୀତି ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି ଅନୁରାଗ। ସେହିପରି ରବୀଶ୍ କୁମାରଙ୍କୁ ୟୁରୋପର ରାଷ୍ଟ୍ରଦୂତ ପଦ ମିଳିବା ନେଇ ମଧ୍ୟ ସୂଚନା ରହିଛି। ଦୁଇ ବର୍ଷ ହେବ ରବୀଶ କୁମାର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଭାବେ କାର୍ଯ୍ୟରତ ରହିଛନ୍ତି।
ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କରେ ସଙ୍କଟ ଦେଖାଦେବା ପରେ ୟେସ୍ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ପରେ ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖିଛନ୍ତି । ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହିଛି ଏବଂ ଜମାକାରୀ ଆଦୌ ଭୟଭୀତ ହେବା ଅନୁଚିତ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ଜମାକାରୀଙ୍କ ଅର୍ଥ ଏବଂ ସୁଧ ସୁରକ୍ଷିତ ଅବସ୍ଥାରେ ରହିଛି । ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଆର୍ଥିକ ବ୍ୟବସ୍ଥାରେ ସୁଧାର ପାଇଁ ତତ୍ପର ଅଛନ୍ତି ବୋଲି ସୀତାରମଣ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆରବିଆଇ ପକ୍ଷରୁ ୟେସ୍ ବ୍ୟାଙ୍କ ଉପରେ ଏକମାସର ବାସନ୍ଦାଦେଶ ଲଗାଯିବା ପରେ ଏବଂ ୟେସ୍ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ଉଠାଣ ରାଶିକୁ 50 ହଜାରକୁ ହ୍ରାସ କରାଯିବା ପରେ ଗ୍ରାହକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋର ଓ ଭୋପାଳରେ ହେବାକୁ ଥିବା ଅନ୍ତର୍ରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଅକାଦେମୀ ପୁରସ୍କାର (ଆଇଫା ଆଓ୍ବାର୍ଡସ୍)କୁ ସ୍ଥଗିତ ରଖାଯାଇଛି। ଆଇଫା ଆଓ୍ବାର୍ଡ ଉତ୍ସବ ଚଳିତ ମାସ 19-20 ଓ 21 ହେବାକୁ ରହିଥିଲା। ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ପ୍ରତିଷ୍ଠିତ ସମାରୋହ ଭାବେ ଆଇଫା ଆଓ୍ବାର୍ଡ ଅନନ୍ୟ। ଏହା ଦ୍ବିତୀୟ ଥର ପାଇଁ ଭାରତରେ ଆୟୋଜିତ କରାଯାଉଥିଲା। ଚଳିତ ପୁରସ୍କାର ଉତ୍ସବକୁ ସଲମାନ୍ ଖାନ୍ ଓ ରୀତେଶ ଦେଶମୁଖ ହୋଷ୍ଟ କରିବାକୁ ଥିବାବେଳେ ଏହି ଉତ୍ସବରେ ଶାହରୁଖ ଖାନ୍, ହ୍ରିଥିକ୍ ରୋଶନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍, କରୀନା କପୁର୍, କ୍ୟାଟ୍ରିନା କୈଫ୍, କାର୍ତ୍ତିକ ଆର୍ଯ୍ୟାନ୍ଙ୍କ ପରି ବହୁ ବଲିଉଡ୍ ସେଲିବ୍ରିଟିମାନେ ପରଫର୍ମାନ୍ସ କରିଥାନ୍ତେ। ଆଇଫା ଉତ୍ସବର ପ୍ରଥମ ଦିନ କାର୍ଯ୍ୟକ୍ରମ ଭୋପାଳର ଆଇଫା ଷ୍ଟାର୍ମଙ୍କ ନାମରେ ହେବ ବୋଲି ରହିଥିଲା। ସେହିପରି ଦ୍ବିତୀୟ ଓ ତୃତୀୟ ଦିନ କାର୍ଯ୍ୟକ୍ରମ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ମହିଳା ଓ ଯୁବତୀମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ଯଥେଷ୍ଟ କର୍ମନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଓ ‘ଶାହୀ ଏକ୍ସପୋର୍ଟ’ ମିଳିତ ସହଯୋଗରେ କାର୍ଯ୍ୟାରମ୍ଭ କରିଛନ୍ତି । ଏରସମା ବ୍ଲକର ନୂଆଗାଁଠାରେ ଜେଏସ୍ଡବ୍ଲୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ ପାଇଁ ଆପାତତଃ ସ୍ଥିରୀକୃତ ହୋଇଛି । କମ୍ପାନୀ ପକ୍ଷରୁ ଉକ୍ତ ପ୍ରକଳ୍ପରେ 71ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହି କ୍ରମରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଗରିବ ମହିଳା ଓ ଯୁବତୀମାନେ କିଭଳି ନିଜର ଓ ପରିବାର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିପାରିବେ ସେଥିପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ଥିବା 18ରୁ 38 ବର୍ଷର ମହିଳା ମାନଙ୍କୁ ଶାହୀ ଏକ୍ସପୋର୍ଟ କମ୍ପାନୀ ସହାୟତାରେ ପ୍ରଥମ ପର୍ଯ୍ୟାୟରେ 50 ଜଣ ମହିଳାଙ୍କୁ କୁଶଳୀ କାରିଗର ହେବା ପାଇଁ ଟ୍ରେନିଂ ଆରମ୍ଭ…
ଚେନ୍ନାଇ : ସୁପରଷ୍ଟାର ତାମିଲ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଜେଶ ଦୋଷା ତିଆରି କରୁଛନ୍ତି । ତେବେ ବିକ୍ରି ପାଇଁ ନୁହେଁ, ଏକ ଫିଲ୍ମ ସେଟ୍ରେ ଐଶ୍ବର୍ଯ୍ୟାଙ୍କ ଏଗ୍ ଦୋଷା ତିଆରିର ଭିଡିଓ ଭାଇରାଲ୍ ହୋଇଛି । କାକା ମୁଟ୍ଟାଇ, ଚିକ୍କା ଚେଭନ୍ତା ବନମ୍, ବାଡା ଚେନ୍ନାଇ ପରି ଫିଲ୍ମ ଜରିଆରେ ବେଶ୍ ଲୋକପ୍ରିୟତା ଲାଭ କରିଥିବା ଐଶ୍ବର୍ଯ୍ୟା ଦୋଷା ତିଆରି କରିବା ସହିତ ଫିଲ୍ମର କ୍ରୁ ସଦସ୍ୟଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟିକୁ ଐଶ୍ବର୍ଯ୍ୟା ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେୟାର କରିବା ପରେ ଫ୍ୟାନ୍ ମାନେ ଭିଡିଓଟିକୁ ବହୁତ ପସନ୍ଦ କରିଛନ୍ତି । https://www.instagram.com/tv/B9UFT8RJPgR/?utm_source=ig_embed ଏହି ଭିଡିଓଟି କେଉଁ ଫିଲ୍ମ ସେଟ୍ରେ ତାହା ଜଣା ପଡିନଥିଲେ ମଧ୍ୟ ତାମିଲରେ କଥା ହେଉଥିବାରୁ ଏହା ଧ୍ରୁବ ନଟ ଚରିତ୍ରମ ସେଟ୍ର ବୋଲି ଅନୁମାନ କରାଯାଉଛି । ଗୌତମ ବାସୁଦେବ ମେନନ୍ଙ୍କ ଧ୍ରୁବ ନଟ ଚରିତ୍ରମରେ ଐଶ୍ବର୍ଯ୍ୟା ଏବଂ ବିକ୍ରମ…

