Author: Samikhsya Bureau

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପାନ୍ନୁ ନିଜର ଅପ୍‌କମିଙ୍ଗ ଫିଲ୍ମ ରଶ୍ମୀ ରକେଟ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ କରିଛନ୍ତି । ଚଳିତ ମାସର 26 ତାରିଖରୁ ଏହି ଫିଲ୍ମର ସୁଟିଂ ଆରମ୍ଭ କରାଯିବ । ଏହି ଫିଲ୍ମରେ ତାପ୍‌ସୀ ଜଣେ ସ୍ପ୍ରିଣ୍ଟର ଭୂମିକାରେ ନଜର ଆସିବେ । ପୂର୍ବରୁ ଦୁଇଟି ସ୍ପୋର୍ଟସ୍‌ ଡ୍ରାମା ସୁର୍‌ମା ଏବଂ ସାଣ୍ଡ କି ଆଙ୍ଖରେ ନଜର ଆସିଥିବା ବେଳେ ଅପ୍‌କମିଙ୍ଗ ଫିଲ୍ମ ସାବାସ୍‌ ମିଥୁରେ ମିଥାଲି ରାଜ୍‌ଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟିରେ ଗୁଜରାଟର ଜନୈକା ଧାବିକାଙ୍କ ଜୀବନ ଏବଂ ସଂଘର୍ଷ ଦେଖିବାକୁ ମିଳିବ । ନନ୍ଦା ପେରିୟାସାମୀ ଫିଲ୍ମର କାହାଣୀ ଲେଖିଥିବା ବେଳେ ଆକର୍ଷ ଖୁରାନା ଏହାର ନିର୍ଦ୍ଦେଶନା ଦେଉଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର,ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କଣ ପାଇଁ ଖେଳିବେ ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ କରୋନା ଭାଇରସ ଯେପରି ଭାବେ ସାରା ଦେଶରେ ଏକ ଆତଙ୍କ ସୃଷ୍ଟି କରିଛି ସେଥିପାଇଁ ନବୀନ ହୋଲି ଖେଳିବେ ନାହିଁ ବୋଲି ଜଣାପଡିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। କରୋନା ଭାଇରସ ପାଇଁ ସେ ଏହି ହୋଲି ପାଳିବେ ନାହିଁ ବୋଲି କହିଛନ୍ତି। ସେହିପରି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ରାଜଭବନ ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ହୋଲି ହେଉଛି ମିଳନର ପର୍ବ। ହେଲେ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବା ଏହି ମିଳନ ଅନ୍ୟ ଏକ କାରଣ। ସେଥିପାଇଁ ରାଜ୍ୟପାଳ ହୋଲି ପାଳନ କରିବେ…

Read More

ନୂଆଦିଲ୍ଲୀ : ଦେଶରେ ମୁସଲମାନ୍‌ ହେବା ଆଜିର ସମୟରେ ବଡ ଅପରାଧ ବୋଲି ଆପ୍‌ ବିଧାୟକ ଅମାନତଉଲ୍ଲା ଖାନ୍‌ ମତ ଦେଇଛନ୍ତି । ଶନିବାର ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅମାନତଉଲ୍ଲା ଖାନ୍‌ ଏହି ବିବାଦୀୟ ମତ ଦେଇଛନ୍ତି । ନିଲମ୍ବିତ ଆପ୍‌ କର୍ପୋରେଟର୍‌ ତାହିର ହୁସେନ୍‌ଙ୍କ ଉଦାହରଣ ଦେଇ ଅମାନତଉଲ୍ଲା ଏଡି ବୟାନ ଦେଇଛନ୍ତି । ଜଣେ ମୁସଲମାନ୍‌ ହୋଇଥିବାରୁ ତାହିର ହୁସେନଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି । ଦେଶରେ ମୁସଲମାନ ହେବା ସବୁଠାରୁ ବଡ ଅପରାଧ ଏବଂ ଭବିଷ୍ୟତରେ ସରକାର ଏହା ମଧ୍ୟ ପ୍ରମାଣ କରିଦେବେକି ଦିଲ୍ଲୀ ହିଂସାକାଣ୍ଡ ତାହିର ହୁସେନ୍‌ କରାଇଛନ୍ତି । ତାହିର ହୁସେନ୍‌ଙ୍କୁ 7 ଦିନିଆ ପୋଲିସ୍‌ ରିମାଣ୍ଡରେ ପଠାଯିବା ପରେ ଅମାନତଉଲ୍ଲା ଏହି ମତ ଦେଇଛନ୍ତି । ଅମାନତଉଲ୍ଲାଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ବିଧାୟକ ବିଜେନ୍ଦ୍ର ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରିଛନ୍ତି । ଆପ୍‌ ଦଳର ମୁସଲିମ୍‌…

Read More

ନୂଆଦିଲ୍ଳୀ : ଦେବାଳିଆ ସ୍ଥିତି ମଧ୍ୟରେ ଗତି କରୁଥିବା ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଆରବିଆଇ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୟେସ୍‌ ବ୍ୟାଙ୍କରେ ନିବେଶ କରିବା ପାଇଁ ଆଗ୍ରହୀ ଥିବା ନେଇ ଆରବିଆଇ ପକ୍ଷରୁ କୁହାଯାଇଥିଲା । 2014 ପରଠାରୁ ୟେସ୍‌ ବ୍ୟାଙ୍କର ଋଣ ପରିମାଣ ବାର୍ଷିକ 35 ପ୍ରତିଶତ ହାରରେ ବଢି ଚାଲିଥିବା ବେଳେ ସରକାର ନୀରବ ଦ୍ରଷ୍ଟା ସାଜିଥିଲେ । ବର୍ତ୍ତମାନ ୟେସ୍‌ ବ୍ୟାଙ୍କ ଦେବାଳିଆ ହୋଇଥିବା ବେଳେ ସରକାର ଜବରଦସ୍ତି ଏସ୍‌ବିଆଇକୁ ନିବେଶ କରାଇବା ପାଇଁ ବାଧ୍ୟ କରୁଛନ୍ତି । ଏହା ଏସ୍‌ବିଆଇର ନିଷ୍ପତ୍ତି ନୁହେଁ ଯେପରି ଆଇଡିବିଆଇରେ ନିବେଶ କରିବା ପାଇଁ ଏଲ୍‌ଆଇସି ଇଚ୍ଛୁକ ନଥିଲା । ସରକାରଙ୍କ ବାଧ୍ୟବଧକତାରେ ଏହା ହେଉଥିବାରୁ ଏହାର ସଫଳତା ଉପରେ ପ୍ରଶ୍ନ ଉଠାଇଛନ୍ତି ଚିଦାମ୍ବରମ୍‌ । ଉଲ୍ଲେଖଯୋଗ୍ୟ ଯେ, ଏସ୍‌ବିଆଇ 2450 କୋଟି…

Read More

କରାଚୀ : ଭୟଙ୍କର ବର୍ଷାରେ ପ୍ରପୀଡିତ ହୋଇଛି ପାକିସ୍ତାନ । ପାକିସ୍ତାନରେ ପ୍ରବଳ ବର୍ଷା କାରଣରୁ 24 ଘଣ୍ଟା ମଧ୍ୟରେ 17 ଜଣଙ୍କ ପ୍ରାଣହାନି ଘଟିଛି । ଶନିବାର ପାକିସ୍ତାନୀ ସରକାରୀ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ପାକିସ୍ତାନର ଖାଇବର୍‌ ପଖ୍‌ତୁନ୍‌ଖା ପ୍ରଦେଶରେ ସର୍ବାଧିକ 12 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ସହିତ ପ୍ରବଳ ବର୍ଷାରେ 10ଟି ଘର ଏବଂ ଏକାଧିକ ସ୍କୁଲ ଭୁଷୁଡି ପଡିଛି । ସେହିପରି ପଞ୍ଜାବ ଏବଂ ବେଲୁଚିସ୍ତାନ ପ୍ରଦେଶରେ 5 ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି । ବିଗତ ଦୁଇ ଦିନ ଧରି ପାକିସ୍ତାନରେ ପ୍ରବଳ ବର୍ଷା ହୋଇଥିବାରୁ ପରସ୍ଥିତି ଅଧିକ ଖରାପ ହୋଇପାରେ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ଜଓ୍ବାଦ ଖଲିଲ୍‌ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଏସିଆନ୍‌ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର୍‌ ବିକାଶ କ୍ରିଷ୍ଣନ୍‌ । କ୍ରମାଗତ ତୃତୀୟ ଥର ପାଇଁ ଅଲମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ଥିବା କ୍ରିଷ୍ଣନ୍‌ 69 କିଗ୍ରା ବର୍ଗରେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବିକାଶ ପ୍ରି କ୍ବାର୍ଟରରେ କ୍ରିଜଗିସ୍ତାନର ନୁର ସୁଲତାନ ମାମାଟାଲିଙ୍କୁ ପରାସ୍ତ କରିଥିଲେ । ବିକାଶ ପ୍ରଥମ ରାଉଣ୍ଡକୁ ଅନାୟାସରେ ଜିତି ନେଇଥିବା ବେଳେ ନୁର୍‌ ଦ୍ବିତୀୟ ରାଉଣ୍ଡରେ ବିଜୟୀ ହୋଇଥିଲେ । ତୃତୀୟ ତଥା ନିର୍ଣ୍ଣାୟକ ରାଉଣ୍ଡରେ ନୁର୍‌ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଏସିଆନ୍‌ ସ୍ବର୍ଣ୍ଣ ବିଜେତା ବିକାଶ ନିଜ ଅଭିଜ୍ଞତାର ଫାଇଦା ଉଠାଇ ବିଜୟୀ ହୋଇଥିଲେ । (ଏଜେନ୍ସି)

Read More

ଇଣ୍ଡୋନେସିଆ :  ବୟସ ସମ୍ପର୍କର ମାପକାଠି ନୁହେଁ, ଏହା କେବଳ ଏକ ନମ୍ବର । ସମୟ ବଦଳିବା ସହ ବିବାହର ବୟସ ଓ ସମ୍ପର୍କ ମଧ୍ୟ ବଦଳିବାରେ ଲାଗିଛି । କେତେବେଳେ କନ୍ୟା ବରଠାରୁ ବଡ ହେଲାଣି ତ କେତେବେଳେ ସାନ । ବୟସରେ ଢେର ବ୍ୟବଧାନ ରହିଥିବା ଏକ ଆରେଞ୍ଜ ମ୍ୟାରେଜ୍‌କୁ ନେଇ ଚର୍ଚ୍ଚା ହୋଇଛି। ଇଣ୍ଡୋନେସିଆଠାରେ 103 ବର୍ଷୀୟ ବୃଦ୍ଧ ନିଜଠାରୁ 66 ବର୍ଷ ସାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। 103 ବର୍ଷୀୟ ପୁଆଙ୍ଗ କଟ୍ଟେ 37 ବର୍ଷୀୟା ଇଣ୍ଡୋ ଅଲଙ୍ଗଙ୍କ ସହ ବିବାହ କରିଛନ୍ତି। ଫେସ୍‌ବୁକ୍‌ ଓ ଟୁଇଟର୍‌ରେ ଏହି  ବିବାହ ଫଟୋକୁ ଭାଇରାଲ୍‌ ହେବା ପରେ ଏହି ଆରେଞ୍ଜ୍‌ ମ୍ୟାରେଜ୍‌ ବିରୋଧରେ ସ୍ବର ଉଠାଇଛନ୍ତି ଲୋକେ । ମିଳିଥିବା ସୂଚନା ଅନୁସାରେ ପୁଆଙ୍ଗ୍‌ ଜଣେ ଡଚ୍‌ କର୍ଣ୍ଣଲ୍‌ । ତେବେ ବିବାହ ପରେ ଦୁହିଁଙ୍କ ବୟସର ତାରତମ୍ୟକୁ ନେଇ ଏବେ ବେଶ୍‌ ଚର୍ଚ୍ଚା…

Read More

ମୁମ୍ବାଇ : ମହିଳା ଏବଂ ଶିଶୁଙ୍କ ପାଇଁ ଦେଶ ସୁରକ୍ଷିତ ନୁହେଁ । ଦ୍ବିତୀୟ ଭଗବାନ ଭାବରେ ପରିଚିତ ଡାକ୍ତର ମଧ୍ୟ ଏହି ଧାରାରୁ ବାଦ ପଡିନାହାନ୍ତି । ଏପରି ଏକ ଘଟଣା ଘଟିଛି ମୁମ୍ବାଇରେ । ଜଣେ 14 ବର୍ଷୀୟା ନାବାଳିକାକୁ ଡାକ୍ତର ଅସଦାଚରଣ ଉଦ୍ୟମ କରିଛନ୍ତି । ନିଜ ମାଙ୍କ ସହିତ ଡାକ୍ତରଙ୍କ ନିକଟକୁ ଆସିଥିବା ବେଳେ ଏହି କାଣ୍ଡ ଘଟିଛି । ମାଙ୍କ ଫୋନ୍‌ ଆସିବାରୁ କଥା ହେବା ପାଇଁ ବାହାରକୁ ଯାଇଥିବା ସମୟରେ ଡାକ୍ତର ଏହି କାଣ୍ଡ ଘଟାଇଥିଲେ । ଡାକ୍ତରଙ୍କ ନାମ ଖାଲିଦ୍‌ ବେଗ୍‌ (40) । ସ୍ବାସ୍ଥ୍ୟ ପରୀକ୍ଷା ବାହାନାରେ ଶିଶୁଟିକୁ ଅସଦାଚରଣ କରିବାକୁ ଚେଷ୍ଟା କରାଯାଇଥିଲା । ନାବାଳିକାଙ୍କ ମା ପୋଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୋକ୍ସୋ ଆଇନ୍‌ ଆଧାରରେ ପୋଲିସ୍‌ ଡାକ୍ତରଙ୍କୁ ଗିରଫ କରିଥିଲା । (ଏଜେନ୍ସି)

Read More

କେଦାର ମିଶ୍ର ନବୀନ ପଟ୍ଟନାୟକଙ୍କ ରାଜନୀତିକୁ ନେଇ କେବେ ବି କୌଣସି ଆକଳନ କରିବା ସହଜ କଥା ନୁହେଁ। ରାଜନୀତିରେ କେତେବେଳେ ସେ କି ପଦକ୍ଷେପ ନେବେ ତାହାର ଭବିଷ୍ୟବାଣୀ ସମ୍ଭବ ନୁହେଁ। ଚଳିତ ମାସରେ ଯେତେବେଳେ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା, ସେତେବେଳେ ଏହାକୁ ନେଇ ଆକଳନ, ଭବିଷ୍ୟବାଣୀ ଓ ଗାଲୁଗପର ଏକ ଉତ୍ସବ ମଧ୍ୟ ଆରମ୍ଭ ହୋଇଥିଲା। ଗଣମାଧ୍ୟମରେ ରୋଜ କିଛି ନେତାଙ୍କୁ ରାଜ୍ୟସଭାର ଚେହେରା ବୋଲି କାହାଣୀ ଲେଖା ଯାଉଥିଲା। ସେତେବେଳେ ଆମେ କିନ୍ତୁ ସ୍ପଷ୍ଟ କହିଥିଲୁ ଯେ- “ରାଜ୍ୟସଭା କୁ କିଏ ଯିବେ ତାକୁ ନେଇ ଗଣମାଧ୍ୟମ ନିଜର କଳ୍ପନା ଓ ଗାଲୁଗପ ପ୍ରଚାର କରି ଚାଲିଛି। ଆଜି ପର୍ୟନ୍ତ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗଣମାଧ୍ୟମ ଯେଉଁମାନଙ୍କ ନାମକୁ ଆଶାୟୀ ତାଲିକାରେ ରଖିଥାଏ, ସେଥିରୁ କେହିବି ପ୍ରାୟ ରାଜ୍ୟସଭା ଯିବାର ସୁଯୋଗ ପାଇନଥାନ୍ତି। ଡଜନେ ଖଣ୍ଡେ ନାଁକୁ ପ୍ରତି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଲୋକଙ୍କ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସଂଶୋଧିତ ମୋଟର ଯାନ ଆଇନକୁ ସମାୟିକ କୋହଳ କରିବା ନିମେନ୍ତ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଭାରତ ସରକାରଙ୍କ ଦ୍ବାରା ପ୍ରଣୀତ ନୂତନ ମୋଟର ଯାନ ସଂଶୋଧିତ ଆଇନ 2019 ସମଗ୍ର ଦେଶରେ 2019 ସେପ୍ଟେମ୍ବର 1 ତାରିଖଠାରୁ ଲାଗୁ କରାଯାଇଅଛି । 6 ମାସର ସାମୟିକ କୋହଳ ପରେ ରାଜ୍ୟ ଓଡ଼ିଶାରେ ଚଳିତ ମାର୍ଚ୍ଚ ମାସରୁ କଡାକଡି କରାଯାଇଛି । ଏହାକୁ ନେଇ ଓଡ଼ିଶା ଯୁବ କଂଗ୍ରେସ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଛି । ଏହି ଚିଠିରେ ବିଭିନ୍ନ ସମସ୍ୟା ସହ ଏହି ସମାଧନାର ପ୍ରତି ସମୟୋଚିତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି । ବିଭିନ୍ନ ସ୍ଥାନରେ ଆରକ୍ଷୀ ଏବଂ ଟ୍ରାଫିକ୍‌ ଅଧିକାରୀମାନେ କାଗଜପତ୍ର ଯାଞ୍ଚ ବେଳେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ସାଧାରଣ ଲୋକମାନଙ୍କୁ ଦୁଃବ୍ୟବହାର କରାଯାଉଥିବାର ଅଭିଯୋଗ କରାଯାଇଛି ଏହି ପତ୍ର…

Read More

ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପାଇଁ ମହାରାଷ୍ଟ୍ର ସରକାର 1 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଅଯୋଧ୍ୟା ଗସ୍ତରେ ରହିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ଏହି ଘୋଷଣା କରିଛନ୍ତି । ଅଯୋଧ୍ୟା ଗସ୍ତରେ ରହିଥିବା ଉଦ୍ଧବ ଠାକ୍‌ରେ ରାମଲାଲାଙ୍କୁ ଦର୍ଶନ ପରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଭ୍ରମଣରେ ଯାଇ ଏହି ବଡ ଘୋଷଣା କରିଛନ୍ତି । ତେବେ ଉଦ୍ଧବଙ୍କ ଏହି ନିଷ୍ପତ୍ତିକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ଏନ୍‌ସିପିର ପ୍ରତିକ୍ରିୟା ଜଣାପଡିନାହିଁ । (ଏଜେନ୍ସି)

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ୍‌ଙ୍କ ଭିଡିଓକୁ ନେଇ ଏବେ ଜୋରସୋର୍‌ରେ ଚର୍ଚ୍ଚା ଲାଗିଛି।  ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ଭିକି କ୍ୟାଟ୍ରିନାଙ୍କୁ ରଙ୍ଗ ଲଗାଉଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଭିଡିଓରେ ଭିକି ଓ କ୍ୟାଟ୍ରିନାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଛନ୍ତି। ତେବେ ଭିକି ଓ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ବିଟାଉନ୍‌ରେ ଅନେକ ଚର୍ଚ୍ଚା ଚାଲିଛି। ପୂର୍ବରୁ କିଛି ପାର୍ଟି ଓ ଇଭେଣ୍ଟରେ ଦୁହିଁଙ୍କୁ ସ୍ପଟ କରାଯାଇଥିବାବେଳେ ପ୍ରଥମ ଥର ପାଇଁ ଏମିତି ମଜାମସ୍ତି କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଦୁହେଁ କେବଳ ଭଲ ବନ୍ଧୁ ବୋଲି କହିଛନ୍ତି ଭିକି। https://www.instagram.com/p/B9Z8WOtoJ6W/ କ୍ୟାଟ୍ରିନା କୈଫ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବହୁତ ଶୀଘ୍ର ପରଦା ଉପରକୁ ଆସିବାକୁ ଥିବାବେଳେ ନିକଟରେ ଭିକିଙ୍କ ହରର୍‌ ଫିଲ୍ମ ‘ଭୂତ’ ରିଲିଜ୍‌ ହୋଇଯାଇଛି। ଈଶା ଅମ୍ବାନୀଙ୍କ ଘରେ ହୋଇଥିବା ହୋଲି…

Read More

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଏଏସ୍‌ଆଇ ଅଧୀନରେ ରହିଥିବା କୌଣସି ପର୍ଯ୍ୟଟନ ସ୍ଥଳକୁ ରବିବାର ମହିଳା ମାନେ ମାଗଣାରେ ଯାଇପାରିବେ । ଏଏସ୍‌ଆଇ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି । ସମସ୍ତ ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ଟିକଟ ପଡିବ ନାହିଁ ବୋଲି ଏଏସ୍‌ଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଦେବୀଙ୍କ ସହିତ ତୁଳନା କରାଯାଏ ତେଣୁ ମହିଳାଙ୍କ ସମ୍ମାନରେ ଗୋଟିଏ ଦିନ ମାଗଣା ପର୍ଯ୍ୟଟନ ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ପ୍ରଦାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତାଜମହଲ ଏବଂ ଲାଲକିଲ୍ଳା ପରି ପର୍ଯ୍ୟଟନ ସ୍ଥଳରେ ଏହି ସୁବିଧା ଲାଗୁ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଘଟିଥିବା ବେଳେ 2017 ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହି ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟରେ 9 ପ୍ରତିଶତ ହ୍ରାସ ପାଇଛି । ଆମେରିକୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ 45.50 ଡଲାର ରହିଥିବା ବେଳେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ 41.11 ଡଲାର ରହିଛି । ଜାନୁୟାରୀ 2020ରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ 71 ଡଲାରରେ ପହଞ୍ଚିଥିବା ବେଳେ ମାତ୍ର ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟ 30 ଡଲାର ହ୍ରାସ ପାଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭାର 4ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ୍‌ କୁମାରଙ୍କ ନାମକୁ ଘୋଷଣା କରିଛନ୍ତି ନବୀନ। ନିର୍ମାଣ ଶ୍ରମିକ ଅଧ୍ୟକ୍ଷ ସୁବାସ ସିଂଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯିବା ପରେ ଏବେ ତାଙ୍କ ସ୍ଥାନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସୂଚନାଯାେଗ୍ୟ, 17ଟି ରାଜ୍ୟର 55ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା 26ରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ 13 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି।

Read More

ପୁଣେ : ମା’ ହେଉଛି ଦୁନିଆର ସବୁଠୁ ବଡ଼ ଯୋଦ୍ଧା । ସନ୍ତାନ ପାଇଁ ସେ ସବୁକିଛି ତ୍ୟାଗ କରିପାରେ । ସେଥିପାଇଁ ସେ ଅନନ୍ୟ । ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କିନ୍ତୁ ଆମେ ଏବେ ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ ଶ୍ରେଷ୍ଠ ମା’ ସମ୍ମାନରେ ସମ୍ମାନିତ ହୋଇଛି । ତେବେ ଆପଣମାନେ ଜଣେ ପୁରୁଷ କେମିତି ଜଣେ ଭଲ ମା’ ହୋଇପାରିଲେ, ସେ ନେଇ ଦ୍ବନ୍ଦ୍ବରେ ଥିବେ । ତେବେ ଏହା ପଛରେ ରହିଛି କାରଣ । ଆସନ୍ତୁ ଜାଣିବା ସେହି କାରଣ ସମ୍ପର୍କରେ – ପୁଣେରେ ରହୁଥିବା ଆଦିତ୍ୟ ତିଓ୍ବାରୀଙ୍କୁ ଶ୍ରେଷ୍ଠ ମା’ର ପୁରସ୍କାର ମିଳିବ । ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ବେଙ୍ଗାଲୁରର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । 2016 ମସିହାରେ ଆଦିତ୍ୟ ଡାଉନ୍‌ ସିଣ୍ଡ୍ରୋମ୍‌ରେ ପୀଡ଼ିତ ଏକ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ…

Read More

ରାମପୁର/ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବିଜେପି ନେତ୍ରୀ ଏବଂ ଭେଟେରାନ୍‌ ଅଭିନେତ୍ରୀ ଜୟା ପ୍ରଦାଙ୍କ ବିରୋଧରେ ଏକ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି । ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଜୟା ପ୍ରଦାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଉତ୍ତର ପ୍ରଦେଶର ଏକ କୋର୍ଟ ଜୟାଙ୍କ ନାମରେ ଏହି ପରଓ୍ବାନା ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ, 57 ବର୍ଷୀୟ ଜୟା ପ୍ରଦା ରାମପୁର ଲୋକସଭା ଆସନରୁ ଆଜମ୍‌ ଖାନ୍‌ଙ୍କ ନିକଟରୁ ଏକ ଲକ୍ଷ ଅଧିକ ଭୋଟ୍‌ରେ ପରାଜିତ ହୋଇଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଘରେ କେହି ଅଜଣା ଲୋକଙ୍କୁ ଘରର କାର୍ଯ୍ୟ ପାଇଁ ରଖିବା ପୂର୍ବରୁ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଗୁରୁଗ୍ରାମଠାରେ ଦିନ ଦ୍ବିପ୍ରହରରେ ଜଣେ ଚାକର ଦ୍ବାରା ଲୁଟର ଶିକାର ହୋଇଛନ୍ତି ଘର ମାଲିକ। ଗୁରୁଗ୍ରାମ ସେକ୍ଟର 45ରେ ଜଣେ ଚାକର ତା’ ବନ୍ଧୁମାନଙ୍କ ସହିତ ମିଶି ଘରର ବୃଦ୍ଧା ମାଲିକାଣୀ ଓ ତାଙ୍କ ନାତିକୁ ବନ୍ଦୀ ବନାଇ ଘରେ ରହିଥିବା କ୍ୟାସ୍‌, ସୁନା, ହୀରା ରୂପାର ଅଳଙ୍କାରମାନ ଚୋରି କରି ଫେରାର ହୋଇଯାଇଛି । ସୂଚନାଯୋଗ୍ୟ, ଘରର ମାଲିକ ଦିଲ୍ଲୀରେ ସୁନା-ରୂପାର କାମ କରନ୍ତି। ଘରେ ତାଙ୍କର ସୁନା, ରୂପା ଓ ହୀରାର ଗହଣାମାନ ରହିଥାଏ। ଘରେ କାମ କରୁଥିବା ଜଣେ ଚାକର ନିଜ ସାଙ୍ଗମାନଙ୍କ ସହିତ ପ୍ରଥମେ ଘରର ବୃଦ୍ଧା ମାଲିକାଣୀ ଓ ତାଙ୍କ ନାତିଙ୍କ  ହାତ ଗୋଡକୁ ରଶିରେ ବାନ୍ଧି ବନ୍ଦୀ ବନାଇବା ସହିତ ଘରର ସବୁ ଟଙ୍କା ଓ ଅଳଙ୍କାର ଚୋରି କରିଛି। ପ୍ରାୟ 1…

Read More