କରୋନା ଯୋଗୁଁ ଚିକେନ୍‌ ବ୍ୟବସାୟରେ ମାନ୍ଦାବସ୍ଥା

Published: Mar 12, 2020, 10:51 am IST

ନୂଆଦିଲ୍ଲୀ : କରୋନା ଭାଇରସର ଆତଙ୍କରେ ଏବେ ପୂରା ଦୁନିଆ ଭୀତତ୍ରସ୍ତ । ଏହା ଭୟାବହତାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ଏହାକୁ ମହାମାରୀ ଘୋଷିତ କରାଯାଇଛି । କରୋନା ଭାଇରସର ସଂକ୍ରମଣ ଯୋଗୁଁ ଏ ପର୍ଯ୍ୟନ୍ତ ଦୁନିଆରେ 4633 ଲୋକଙ୍କର ମୃତ୍ୟୁ ହୋଇଥିବାର ଖବର ରହିଛି । ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ଏବେ 1 ଲକ୍ଷରୁ ଉର୍ଦ୍ଧ୍ବ ରହିଛି ।  ତେବେ ଏହା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ଖାଦ୍ୟକୁ ନେଇ । ଚିକେନ୍‌ ଖାଇବା ଯୋଗୁଁ କରେନା ଭାଇସର୍‌ ଅଧିକ ଭାବରେ ସଂକ୍ରମିତ ହେଉଥିବାର ଏକ ଗୁଜବ ଚାରିଆଡେ ଶୁଣିବାକୁ ମିଳୁଛି । ଏପରିକି ଚିକେନ୍‌ ବିକ୍ରିରେ ହ୍ରାସ ପାଇବା ସହିତ ଏହାର ମୂଲ୍ୟ ମଧ୍ୟ ଆଶାତୀତ ଭାବରେ କମିବାରେ ଲାଗିଛି । ଏବେ ବଜାରରେ କିଲୋ ପିଛା 70 /80 ଟଙ୍କାରେ ବିକ୍ରି ହେଉଛି । ସେହିପରି ମଟନ୍‌ ଓ ବିଫ୍‌ରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । ଲୋକମାନେ ଚିକେନ ମଟନ ବ୍ୟତୀତ ପଣସ କଠାକୁ ଅଧିକ କିଣୁଥିବାର ଦେଖାଯାଉଛି।

ପଶୁପାଳନ ବିଭାଗ ସିଧା ସଳଖ କହିଛନ୍ତି ଯେ, ଚିକେନ ଖାଇବା ଦ୍ବାରା ଏହି ରୋଗ ସଂକ୍ରମିତ ହେଉନାହିଁ । କୋବିଦ-19 ଓ ଚିକେନ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ନାହିଁ । ଏହା ଏକପ୍ରକାର ଗୁଜବ । କିନ୍ତୁ ଏହି ଗୁଜବ ଏବେ ଚିକେନ୍‌ ବ୍ୟବସାୟ ଉପରେ ବେଶ୍‌ ଭାରି ହୋଇଛି । ଲୋକମାନେ ଚିକେନ୍‌ ତଥା ଆମିଷ ଖାଦ୍ୟଠାରୁ ନିଜକୁ ଦୂରେଇ ରଖୁଛନ୍ତି ।(ଏଜେନ୍ସି)

Related posts