ଏକ ଭିଲେନ୍‌ 2ରେ ଆଦିତ୍ୟଙ୍କ ସହିତ ନଜର ଆସିବେ ତାରା ସୁତାରିଆ

Published: Mar 12, 2020, 12:07 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆ ଏବେ ଏକ ବଡ ଫିଲ୍ମରେ ନଜର ଆସିବେ । ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର2’ରରେ ବଲିଉଡ୍‌ ଡେବ୍ୟୁ କରିଥିବା ତାରା ସୁତାରିଆ ଏବେ ମୋହିତ ସୂରୀଙ୍କ ‘ଏକ ଭିଲେନ୍‌ 2’ରେ ନଜର ଆସିବେ । ଏହି ଫିଲ୍ମରେ  ଆଦିତ୍ୟ ରାୟ କପୁର୍‌, ଦିଶା ପଟ୍ଟାନୀ ଓ ଜନ୍‌ ଆବ୍ରାହମ୍‌ ମଧ୍ୟ ନଜର ଆସିବେ। ଏକତା କପୁର୍‌ ଓ ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ମୋହିତ ସୂରୀ ।

2014ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌ ଫିଲ୍ମ ଏକ ଭିଲେନ୍‌ରେ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଓ ସିଦ୍ଧାର୍ଥ ମାଲହୋତ୍ରା ଓ ରୀତେଶ ଦେଶମୁଖ ନଜର ଆସିଥିଲେ । ତେବେ ଏହି ଫିଲ୍ମର ସ୍ବିକେଲ୍‌ ଜାନୁଆରୀ 8ରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ସିରିଜ୍‌ରେ ଜଣେ ଗାୟକର ଜୀବନୀ ଉପରେ ଆଧାରିତ ହୋଇଛି ବୋଲି ଜଣାପଡିଛି ।

Related posts