ପଓ୍ବନ୍‌ କଲ୍ୟାଣଙ୍କ ଫିଲ୍ମରେ ସ୍କ୍ରିନ୍‌କୁ ଫେରିବେ ଇଲିଆନା

Published: Mar 11, 2020, 7:04 pm IST

ହାଇଦ୍ରାବାଦ : ତେଲୁଗୁ ସୁନ୍ଦରୀ ଇଲିଆନା ଡି କ୍ରୁଜ୍‌ ଦୀର୍ଘ 1 ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ପଓ୍ବନ୍‌ କଲ୍ୟାଣଙ୍କ ଓ୍ବକିଲ୍‌ ସାବ୍‌ରେ ଇଲିଆନା ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଫିଲ୍ମରେ ଇଲିଆନାଙ୍କ ଭୂମିକା ସ୍ପଷ୍ଟ ହୋଇନାହିଁ । ଫିଲ୍ମଟି ବଲିଉଡ୍‌ ଫିଲ୍ମ ପିଙ୍କର ଅଫିସିଆଲ୍‌ ରିମେକ୍‌ । ଫିଲ୍ମର ତାମିଲ୍‌ ରିମେକ୍‌ରେ ଅଜିତ୍‌ଙ୍କ ସହିତ ବିଦ୍ୟା ବାଲାନ ରହିଥିବା ବେଳେ ତାପସୀ ପାନ୍ନୁଙ୍କ ଚରିତ୍ରରେ ଶ୍ରଦ୍ଧା ଶ୍ରୀନାଥ ନଜର ଆସିଥିଲେ । ତେବେ ଇଲିଆନା କେଉଁ ଚରିତ୍ରରେ ନଜର ଆସୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଓ୍ବକିଲ୍‌ ସାବ୍‌ର ସୁଟିଂ ସରିଥିବା ବେଳେ ନଭେମ୍ବରରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସି)

Related posts