ଲୋକପ୍ରିୟ ହଲିଉଡ୍‌ ଅଭିନେତା ଟମ୍‌ ଏବେ କରୋନା କବଳରେ

Published: Mar 12, 2020, 9:40 am IST

ନୂଆଦିଲ୍ଲୀ : ଫରେଷ୍ଟ ଗମ୍ପ୍‌, କାଷ୍ଟଅବେ, କ୍ୟାପଟେନ୍‌ ଫିଲିପ୍‌ ଓ ଦ ପୋଷ୍ଟ ପରି ଫିଲ୍ମରେ କାମ କରିଥିବା ବରିଷ୍ଠ ହଲିଉଡ୍‌ ଅଭିନେତା ଟମ୍‌ ହାଙ୍କସ୍‌ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଯାଞ୍ଚରେ ଟମ୍‌ ଏବଂ ତାଙ୍କ ପତ୍ନୀଙ୍କଠାରେ ଏହାର ପିଜିଟିଭ ଲକ୍ଷଣ ଦେଖାଯାଇଛି । 63 ବର୍ଷୀୟ ଟମ୍‌ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଶୁଟିଂ କରୁଥିବା ସମୟରେ ସେ ଏହି ଭାଇରସର ସଂକ୍ରମିତ ହୋଇଛନ୍ତି । ଏହାପରେ ତାଙ୍କୁ ଅତ୍ୟଧିକ ଥଣ୍ଡା ଲାଗିବା ସହିତ ଶରୀରରେ କୁଣ୍ଡାଇ ହେବା ସହିତ ବିଭିନ୍ନ ପ୍ରକାରର ଦାଗ ଦେଖାଯାଇଥିଲା ।

ଟମ୍‌ ବୁଧବାର ଦିନ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ଏକା ସାଙ୍ଗରେ ଏଲିବ୍ସ ପ୍ରେସଲୀ ଫିଲ୍ମର ଶୁଟିଂ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କୁ ଥଣ୍ଡା, ଜ୍ବର ଓ ଥକ୍କା ଲାଗିବା ସହିତ ଶରୀରରେ ବିଭିନ୍ନ ପ୍ରକାରର ଦାଗ ଦେଖିବାକୁ ମିଳିଥିଲା ।

ବଲିଉଡ୍‌ ଅଭିନେତା ଆମୀର ଖାନ୍‌ ଟମ୍‌ଙ୍କ ଏକ ସୁପରହିଟ୍‌ ଫିଲ୍ମ ଫରେଷ୍ଟ ଗମ୍ପ୍‌ର ହିନ୍ଦୀ ରିମେକ୍‌ ପ୍ରସ୍ତୁତ କରୁଛନ୍ତି ।

 

Related posts