ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ଫାଶୀ ଟାଳିବାକୁ ନୂଆ ଚାଲ୍ ଆରମ୍ଭ କରିଛନ୍ତି । ଫାଶୀ ରଦ୍ଦ କରିବାକୁ ଆବେଦନ କରାଯାଇଛି । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା। ଆସନ୍ତା 20ତାରିଖ ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ପାଇଁ ଡେଥ୍ ୱାରେଂଟ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତେବେ ଏହା ପୂର୍ବରୁ ଫାଶୀ ଟାଳିବାକୁ ଦୋଷୀମାନେ ନୂଆ ଚାଲ ଖେଳିଛନ୍ତି । ମୃତ୍ୟୁ ଦଣ୍ଡ ରଦ୍ଦ କରିବା ସହ ଏହାକୁ ଆଜୀବନ ଜେଲ୍ ଦଣ୍ଡରେ ପରିବର୍ତ୍ତନ କରିବା ପାଇଁ ଅପିଲ କରିଛି ଦୋଷୀ ବିନୟ ଶର୍ମା । ବିନୟଙ୍କ ଆବେଦନ ପରେ ପୁଣି ଥରେ ଫାଶୀକୁ ନେଇ ଅନିଶ୍ଚିତା ଦେଖାଦେଇଛି । ସାତ ବର୍ଷ ଧରି ଦୋଷୀମାନେ ଏମିତି ଆଇନର ଗଳାବାଟ ଦେଇ ବର୍ତ୍ତି ଚାଲିଥିବାବେଳେ ପୀଡିତାଙ୍କ ପରିବାର…
Author: Samikhsya Bureau
ରଞ୍ଜିତ୍ ପଣ୍ଡା ପାରାଦୀପ : ସ୍ବାମୀର ଦ୍ବିତୀୟ ବିବାହକୁ ବିରୋଧ କରି ପ୍ରଥମ ପତ୍ନୀ ଶାଶୁଘରେ ଆଗରେ ଧାରଣା ଦେଇଛନ୍ତି। ପାରିବାରିକ କଳିରୁ ବାପଘରେ ରହୁଥିବା ବୋହୂକୁ ନ ଜଣାଇ ସ୍ବାମୀ ପୁଣିଥରେ ବିବାହ ହୋଇଥିବାର ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ। ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ମାମଲା ଚାଲିଥିବାବେଳେ ସ୍ବାମୀ ଜଣକ ଦ୍ବିତୀୟ ବିବାହ କରିଛନ୍ତି। ନ୍ୟାୟ ଦାବିରେ ପ୍ରଥମ ପତ୍ନୀ ସ୍ବାମୀ ଘର ଆଗରେ ଧାରଣା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବଗଦିଆ ପଞ୍ଚାୟତର ମାନିନୀ ବିଶ୍ବାଳ ନାମ୍ନୀ ଜଣେ ମହିଳା 2016 ଜୁଲାଇ ମାସରେ ବାଲିଡିହା ନିବାସୀ ଚନ୍ଦନ ରାଉତଙ୍କୁ ବିବାହ କରିଥିଲେ । ବିବାହର 8 ମାସ ପରେ ଯୌତୁକ ଜନିତ ନିର୍ଯାତନା ମିଳିଥିବାର ସେ ଅଭିଯୋଗ କରିଥିଲେ । ଯୌତୁକ ବାବଦକୁ 50 ହଜାର ଟଙ୍କା ପାଇଁ ତାଙ୍କ ଶଶୁର ଘର ତରଫରୁ ଚାପ ପ୍ରୟୋଗ କରାଯାଉଥିଲା। ବାପଘର ସମ୍ବଳ ଠିକ୍ ନଥିବାରୁ ସେ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଝଟ୍କା ଲାଗିଛି। ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋବିନ୍ଦ ମାଥୁର ଏବଂ ଜଷ୍ଟିସ୍ ରମେଶ ସିହ୍ନା ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଲକ୍ଷ୍ନୌ ଡିଭିଜନ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହି ଅଭିଯୁକ୍ତମାନଙ୍କ ଫଟୋ ଥିବା ହୋର୍ଡିଂ ହଟାଯିବା ନେଇ ସେ ନିଶ୍ଚିତ କରନ୍ତୁ। ଏହା ପୂର୍ବରୁ କୋର୍ଟ ଏହି ମାମଲାର ଶୁଣାଣି କରି ରବିବାର କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହି ପୋଷ୍ଟର ନେଇ ବହୁ ବିବାଦ ଦେଖାଦେଇଥିଲା। ଏଥିରେ ଫଟୋ ବ୍ୟତୀତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ସ୍ଥାନ ପାଇଥିଲା। (ଏଜେନ୍ସି)
ନୂଆଦିଲ୍ଲୀ : ମହିଳାଙ୍କ ମାସିକ ଋତୁସ୍ରାବ ପାଇଁ ଛୁଟିର ଦାବି କରି ଫଶିଛନ୍ତି ଥରୁର୍ । କଂଗ୍ରେସ ନେତା ଶଶି ଥରୁର ଟୁଇଟ୍ କରି ମହିଳାଙ୍କ ପିରିୟଡସ୍ ବା ମାସିକ ଋତୁସ୍ରାବ ସମୟରେ ଛୁଟିର ଦାବି କରିଛନ୍ତି। ଶଶୀ ଏହି ଟୁଇଟ୍ରେ ଏକ ଅନଲାଇନ୍ ପିଟିସନ୍ ଲିଙ୍କ୍ ମଧ୍ୟ ଦେଇଛନ୍ତି। ଏହି ପିଟିସନରେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ଅବକାଶ ପାଇଁ ନିୟମ ଏବଂ ଆଇନ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି। କିନ୍ତୁ ଥରୁର୍ଙ୍କ ଏହି ଦାବିକୁ ସମର୍ଥନ କରିବାକୁ ମନା କରି ଦେଇଛନ୍ତି ତାଙ୍କ ଦଳର ନେତା । ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଏକ ଅନଲାଇନ୍ ଆବେଦନ ଆରମ୍ଭ କରିଥିଲା। ଏହି ଆବେଦନରେ ମହିଳାମାନେ ଋତୁସ୍ରାବ ଅବକାଶ ପାଇଁ ନିୟମ ଏବଂ ଆଇନ ପ୍ରଣୟନ କରାଯାଉ। ଏହି ଦାବି ଉପରେ ଲୋକଙ୍କୁ ଅନଲାଇନ୍ ସାଇନ୍ କରି ସମର୍ଥନ ବୃଦ୍ଧି କରାଯାଉଥିଲା । ଥରୁର ଏହି ପିଟିସନର ଲିଙ୍କ୍ ଟୁଇଟ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା କାଲି ରଙ୍ଗର ପର୍ବ ହୋଲି । ତେବେ ହୋଲିରେ ସାବାଡ ହେବେ ମଦୁଆ । ହୋଲି ଅବସରରେ ରାଜଧାନୀ ଭୁବନେଶ୍ବରକୁ ଜଗିବେ 16 ପ୍ଲାଟୁନ୍ ପୋଲିସ୍ । ଏନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଯଦିଓ କରୋନା ଭାଇରସ୍ ଓ ଅଦିନିଆ ବର୍ଷା ସମ୍ଭାବନା ହୋଲି ରଙ୍ଗକୁ ଫିକା କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ରାଜ୍ୟରେ ନିରାପଦ ଭାବରେ ହୋଲି ପାଳନକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲି ଖେଳିବା ବେଳେ ସତର୍କତା ଅବଲମ୍ବନ ପାଇଁ ଭୁବନେଶ୍ୱର ଡିସିପି ଅନୁପ ସାହୁ ପରାମର୍ଶ ଜାରି କରିଛନ୍ତି। ୧୭ଟି ଭ୍ୟାନ୍ ପାଟ୍ରୋଲିଂ କରିବେ । ୨୮ଟି ସ୍ଥାନରେ ଜୋରଦାର ଚେକିଂ ହେବ । ଦ୍ରୁତ ଗାଡ଼ି ଚାଳନା ଓ ମଦ୍ୟପ ଚାଳକଙ୍କ ଉପରେ ପୋଲିସ ନଜର ରଖିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ…
ଚେନ୍ନାଇ : କରୋନା ଭାଇରସ୍ର ପ୍ରଭାବ ଯୋଗୁଁ ସାରା ଦୁନିଆରେ ଆତଙ୍କ ସୃଷ୍ଟି ହୋଇଛି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 43ରେ ପହଞ୍ଚିଲାଣି । ଏବେ ଏହି କରୋନା ଭାଇରସକୁ ନେଇ ଡିଏମ୍ଡିକେ ନେତା ପ୍ରେମଲତା ବିଜୟକାନ୍ତ ଅଦ୍ଭୁତ ବୟାନ ଦେଇଛନ୍ତି । ପ୍ରେମଲତା ଡିଏମ୍କେ ପ୍ରମୁଖ ଏମ୍କେ ଷ୍ଟାଲିନ୍ଙ୍କ ତୁଳନା କରୋନା ଭାଇରସ୍ ସହ କରିଛନ୍ତି। ଡିଏମ୍ଡିକେ ପ୍ରୁଖ ବିଜୟକାନ୍ତଙ୍କ ସ୍ତ୍ରୀ ପ୍ରେମଲତା ମଦୁରୈର ଏକ ସଭାରେ କରୋନା ଭାଇରସଠାରୁ ଷ୍ଟାଲିନ୍ ଅଧିକ କ୍ଷତିକାରଣ ବୋଲି କହିଛନ୍ତି । ତାମିଲନାଡୁରେ ଡିଏମ୍କେ ମୁଖ୍ୟ ବିରୋଧ ଦଳ ରହିଥିବାବେଳେ ସେଠାରେ ଡିଏମ୍ଡିକେର ମେଣ୍ଟରେ ଏଆଇଏଡିଏମ୍କେ କ୍ଷମତାରେ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି କରୋନା ଭାଇରସର ନୂତନ ଚାରୋଟି ମାମଲାର ପୃଷ୍ଟି କରିଛନ୍ତି । ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 43ରେ ପହଞ୍ଚିଥିବାବେଳେ ଏହି ସଂକ୍ରମିତଙ୍କ ମଧ୍ୟରେ ତିନି ବର୍ଷର ଶିଶୁ ରହିଛି । ଦିଲ୍ଲୀ, ଉତ୍ତରପ୍ରଦେଶ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସ୍କୁଲ ପିଲାଙ୍କୁ ହୋଲି ଖେଳିବାକୁ ବାରଣ କରିଛି ଗଣଶିକ୍ଷା ବିଭାଗ । ସାମୂହିକ ଭାବେ ହୋଲି ନ ଖେଳିବାକୁ ପରାମର୍ଶ ଦିଆଯାଇଛି । କରୋନାକୁ ନେଇ ସ୍କୁଲ ପିଲାଙ୍କୁ ଗଣଶିକ୍ଷା ବିଭାଗ ସତର୍କ ପରାମର୍ଶ ଦେଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇ ଏହା ସମ୍ପର୍କରେ କହିଛନ୍ତି । କରୋନା ଭାଇରସ୍ ଯୋଗୁଁ ଲୋକମାନେ ଏକାଠି ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଥିପାଇଁ ଏକାଠି ବା ସମବେତ ଭାବେ ରଙ୍ଗ ନ ଖେଳିବାକୁ ସ୍କୁଲ ପିଲାଙ୍କୁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। ପିଲାମାନେ ଏକାଠି ହୋଇ ରଙ୍ଗ ଖେଳ ନ ଖେଳନ୍ତୁ ବୋଲି କହିବା ସହିତ କରୋନା ସମ୍ପର୍କରେ ଖୁବଶୀଘ୍ର ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ମୁମ୍ବାଇ : କରୋନା ଭାଇରସ୍ ଓ ଅଶୋଧିତ ତୈଳ କାରଣରୁ ସୋମବାର ଦିନ ଭାରତୀୟ ସେୟାର ବଜାର ନିମ୍ନଗାମୀ ହୋଇଛି । ସେନସେକ୍ସ ପ୍ରାୟ 2357 ପଏଣ୍ଟ ଖସିଯାଇଛି । ସେହିପରି ନିଫ୍ଟୀରେ ପ୍ରାୟ 600 ପଏଣ୍ଟ ତଳକୁ ଖସିଛି । କିନ୍ତୁ ୟେସ୍ ବ୍ୟାଙ୍କର ସେୟାରେ 34 ପ୍ରତିଶତ ଅଭିବୃଦ୍ଧି ଘଟିଛି । ସୋମବାର ସକାଳ 9ଟା ସମୟରେ ସେନ୍ସେକ୍ସ 1169.74 ଅଙ୍କରୁ ଖସି 36,406.88ରେ ପହଞ୍ଚିଥିବାବେଳେ ଅପରାହ୍ନ 1ଟାରେ ସେନସେକ୍ସ 2200 ଅଙ୍କ ତଳକୁ ଖସି 35,547.27ରେ ରହିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହଠାତ୍ ୩୦% ହ୍ରାସ ପାଇବାରୁ ସେୟାର ବଜାରରେ ଏହାର ପ୍ରଭାବ ପଡିଛି । ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ସେୟାର ବଜାରରେ ମଧ୍ୟ ଅହେତୁକ ହ୍ରାସ ହୋଇଥିଲା । କରୋନା ଭାଇରସ୍ ଓ ୟେସ୍ ବ୍ୟାଙ୍କ ସଂକଟର ପ୍ରଭାବ ସେୟାର ବଜାର ଉପରେ ପଡିଛି । କୋରୋନା ଭାଇରସ୍ ପ୍ରଭାବରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର୍: ମହିଳାଙ୍କୁ ସମ୍ମାନ ଶ୍ରଦ୍ଧା ଦେଇ ଭାରତ ପାଳନ କରିଛି ବିଶ୍ୱ ମହିଳା ଦିବସ । ପୃଥିବୀରେ ଭାରତ ଏକ ଏଭଳି ରାଷ୍ଟ୍ର ଯେଉଁ ଦେଶରେ ଅତୀତରୁ ମୁନି ମନିଷୀମାନେ ନାରୀଜାତିକୁ ଶୀର୍ଷ ସ୍ଥାନରେ ରଖି ଆସି କହିଥିଲେ ଯେ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ । ଅର୍ଥାତ୍ ନାରୀ ପୂଜା ଯେଉଁ ରହିଥାଏ ଦେବତା୍କ ସ୍ଥାନ ମଧ୍ୟ ସେଇଠି । ସମୟ ସହ ମଣିଷର ବିଚାର, ଜୀବନ, ଜୀବିକ ଓ ଶୈଳୀ ପରିବର୍ତ୍ତନ ହେବା ପରେ ଏକବିଂଶ ଶତାବ୍ଦୀରେ ନାରୀ ଆଜି କାହିଁ ଆକାଶକୁ ଛୁଇଁଛି । ନିଜର ବକ୍ତବ୍ୟ, ସାଧନା, ପରାକାଷ୍ଠା, ଉଚ୍ଚ ବିଚାର, କଳାର ଅସୁମାରୀ ସ୍ୱପ୍ନକୁ ସାର୍ଥକ କରିବାରେ ସମର୍ଥ । ବିଜ୍ଞାନ, ସୂଚନା, ପ୍ରଯୁକ୍ତି, ସ୍ୱାସ୍ଥ୍ୟ, ମହାକାଶ ଗବେଷଣା, କ୍ରୀଡ଼ା, ରାଜନୀତି, ଗଣମାଧ୍ୟମ ଓ ସମାଜସେବାରେ ନାରୀମାନେ ବିଜୟିନୀ, ଲେଖିକା, କବି ଓ ଶିଳ୍ପୀ କଳାକାର ଭାବରେ…
ସମୀକ୍ଷା ବ୍ୟୁରୋ ରାଜଗାଙ୍ଗପୁର : ଟ୍ରେନ୍ ପାଇ ଜଣେ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି । ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କଲେ ଚକ୍ରଧରପୁର ଡିଆର୍ଏମ୍ । ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ କାଲି ଅଟକି ନଥିଲା । ଟ୍ରେନ୍ ନ ଅଟକିବାରୁ ଶତାଧିକ ଯାତ୍ରୀ ଅସୁବିଧା ଭୋଗିଥିଲେ । ଷ୍ଟେସନ୍ ମାଷ୍ଟରଙ୍କ ଦାୟିତ୍ବ ଅବହେଳା ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମୁମ୍ବାଇ : କରୋନା ଭାଇରସ୍ର ପ୍ରଭାବ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ପଡିବାକୁ ନେଇ ସନ୍ଦେହ ଦେଖାଦେଇଛି । ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ୍ପେ ଏହା ସମ୍ପର୍କରେ ସଂକେତ ଦେଇ କହିଛନ୍ତି ଯେ, ଆଇପିଏଲ୍ର କାର୍ଯ୍ୟକ୍ରମ ସୂଚୀରେ ପରିବର୍ତ୍ତନ ହୋଇପାରେ । କରୋନା ଭାଇରସ୍କୁ ଆଖି ଆଗରେ ରଖି ଭିଡ ବା ସମ୍ମିଳିତ ହେବାକୁ ନିର୍ଦ୍ଦେଶାବଳୀ ରହିଛି । ଏଥିପାଇଁ ସରକାର ଆଇପିଏଲ୍ ପରି ଏକ ବଡ ଇଭେଣ୍ଟର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବା ନେଇ ବିଚାର କରୁଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, କରୋନାକୁ ଦେଖି ବହୁ ବଡ ବଡ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଉଛି। ଲୋକଙ୍କ ଜୀବନ ଅମୂଲ୍ୟ ଅଟେ । ଭିଡ ଜାଗାଗୁଡିକରେ ଏହି ଭାଇରସ ବ୍ୟାପିବାର ସମ୍ଭାବନା ପ୍ରବଳ ଥିବାରୁ ଭିଡ ଉପରେ ରୋକ୍ ଲଗାଯାଉଛି । ଆଇପିଏଲ୍2020 ଚଳିତ ମାସ 29 ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଉଦ୍ଘାଟନୀ ମ୍ୟାଚ୍ ମୁମ୍ବାଇ…
ମୁମ୍ବାଇ : ଆୟୁଷ୍ମାନ ଖୁରାନା ଓ ସାନ୍ୟା ମାଲହୋତ୍ରାଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ବଧାଇ ହୋ’ର ସ୍ବିକେଲ୍ ନିର୍ମାଣ ହେବାକୁ ଯାଉଛି । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ନୁହେଁ ବରଂ ରାଜକୁମାର ରାଓ ନଜର ଆସିବେ । ସେହିପରି ରାଜକୁମାରଙ୍କ ବିପକ୍ଷରେ ଅଭିନେତ୍ରୀ ଭୂମି ପେଣ୍ଡେନ୍କରଙ୍କ ଦେଖିବାକୁ ମିଳିବ । ଏହି ଫିଲ୍ମର ଶୀର୍ଷକ ‘ବଧାଇ ଦୋ’ ରଖାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ କରିବେ ବୋଲି ସୂଚନା ମିଳିଛି । 2018ରେ ରିଲିଜ୍ ହୋଇଥିବା ‘ବଧାଇ ହୋ’ ଫିଲ୍ମରେ ଆୟୁଷ୍ମାନ-ସାନ୍ୟାଙ୍କ ବ୍ୟତୀତ ନୀନା ଗୁପ୍ତା, ଜଗରାଜ ରାଓ, ସୁରେଖା ସିକ୍ରି, ଶିବା ଚଢା ପ୍ରମୁଖ କଳାକାର ନଜର ଆସିଥିଲେ । ତେବେ ସ୍ବିକେଲ୍ ଫିଲ୍ମରେ ଆୟୁଷ୍ମାନ୍ ଜଣେ ପୋଲିସ୍ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଥିବାବେଳେ ଭୂମି ଜଣେ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ…
କେରଳ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳୁ ଏନେଇ ନୂତନ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ମାତ୍ର ତିନି ବର୍ଷର ଶିଶୁ ଦେହରେ ଏହି ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଛି । ଏହି ଶିଶୁଟି କେରଳର ହୋଇଥିବାବେଳେ ନିକଟରେ ଶିଶୁର ପରିବାର ନିକଟରେ ଇଟାଲୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 41ରେ ପହଞ୍ଚିଛି । ଶିଶୁଟିକୁ ଏର୍ଣ୍ଣାକୁଲମ୍ ମେଡିକାଲ୍ କଲେଜର ଆଇସୋଲେସନ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ କେରଳରେ ୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।
ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ୍ ତାଙ୍କର ପୁରୁଣା ବାନ୍ଧବୀ ରବୀନା ଖୁରାନାଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ବିବାହ କରିଛନ୍ତି । 60 ବର୍ଷ ବୟସରେ ମୁକୁଲ୍ ତାଙ୍କ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି । ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ମୁକୁଲ ରବୀନାଙ୍କୁ ବିବାହ କରିଥିବାବେଳେ ଏହି ଉତ୍ସବରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ବିବାହ ଉତ୍ସବରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ଅମ୍ବିକା ସୋନି, ଗୁଲାମ ନବୀ ଆଜାଦ୍, ଓ ମନୀଷ ତିଓ୍ବାରୀ ମଧ୍ୟ ଉପସ୍ଥିତ ଥିଲେ। ମୁକୁଲ ୱାସନିକ ମହାରାଷ୍ଟ୍ର ରାଜନେତା ବାଲକ୍ରିଷ୍ଣଙ୍କ ପୁତ୍ର ଏବଂ କଂଗ୍ରେସର ଅନ୍ୟତମ ପ୍ରମୁଖ ଚେହେରା। ଅଶୋକ ଗେହଲେଟ୍ ଟୁଇଟ୍ କରି ଦୁହିଁଙ୍କୁ ନୂତନ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିଓ୍ବାରୀ ଟୁଇଟ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଲୋଚାପଡ଼ା ରୋଡ଼୍ସ୍ଥିତ ଶ୍ରୀ କମ୍ପେ୍ଲକ୍ସଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପ ତ୍ରିପାଠୀଙ୍କ ସଭାନେତୃତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା। ସମାଜରେ ମହିଳାଙ୍କ ସ୍ଥାନ, ସମ୍ମାନ ଓ ଗୌରବ କିପରି ଅକ୍ଷୁର୍ଣ୍ଣ ଓ ଅମ୍ଳାନ ରହିବ ତା’ ସହିତ ଦିନକୁ ଦିନ ନାରୀ ଓ ଶିଶୁଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ନିର୍ଯ୍ୟାତନା ଅତ୍ୟାଚାର ବିଷୟରେ ଜିଲ୍ଲା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ। ଏହା ସହ ମଦବିକ୍ରୀକୁ ସଂପୂର୍ଣ୍ଣ ବିରୋଧ କରିବାକୁ କହିଥିଲେ। ଉଜ୍ୱଳା ଯୋଜନାର ଦୁର୍ଗୁଣ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଗ୍ୟାସଦର ବୃଦ୍ଧି ଯୋଗୁଁ ଘରର ବଜେଟ୍ ଅସନ୍ତୁଳିତ ହେଉଥିବା ଯୋଗୁଁ ଏହାର ପ୍ରଭାବ ମହିଳାଙ୍କ ଉପରେ ପଡ଼ୁଛି ବୋଲି କହିଥିଲେ। ଏହି ସଭାରେ ବହୁ କଂଗ୍ରେସ ପୁରୁଷ କର୍ମୀ ଏବଂ ମହିଳା କର୍ମୀ ଯୋଗ ଦେଇଥିଲେ। ସଭାରେ ଶମ୍ଭୁ ପାଣିଗ୍ରାହୀ, ଗଣପତି ବାରିକ, ପଦୁ ସାହୁ, ପିସିସି…
କନ୍ଦର୍ପ ବେହେରା ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ବଳମ୍ ପଂଚାୟତର ମହୁକୁଦ ଗ୍ରାମଠାରେ ଗ୍ରାମ ମଙ୍ଗଳ ମହିଳା କମିଟି ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହିଳା କମିଟିର ସଦସ୍ୟ ବୃନ୍ଦ ଗ୍ରାମ ପଂଚାୟତ ପରିକ୍ରମା କରି ସଚେତନତା ମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଗ୍ରାମର ମହିଳା ମାନେ ଗ୍ରାମ ପାର୍ଶ୍ବ ସଫେଇ କରିଥିଲେ। ମହିଳା କମିଟିର ସଭାନେତ୍ରୀ ଶୁନ୍ୟବାସୀ ନାୟକଙ୍କ ସଭାପତିତ୍ୱରେ ଏହ ସଭା ଅନୁଷ୍ଠିତ ହୋଇଥିଲା। ସଂପାଦିକା ପ୍ରତିମା ବିଶ୍ୱାଳ, ସୀମା ମହାନ୍ତି , ନର୍ମଦା ଧଳ, ଇନ୍ଦିରା ସାହୁ, ଶ୍ରାବଣୀ ପ୍ରଧାନ ପ୍ରମୁଖ ନାରୀ ସ୍ୱାଧୀନତା, ନାରୀ ସଶକ୍ତିକରଣ ଓ ନାରୀ ମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ଥାନୀୟ ଷ୍ଟେସନ ରୋଡ଼୍ ସ୍ଥିତ ସ୍ପେଶାଲ୍ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଆଜି ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏହି ନିର୍ବାଚନ ପ୍ରକ୍ରିୟାରେ ଓଡ଼ିଶା ହ୍ୟାଣ୍ଡବଲ୍ ଏସୋସିଏସନ୍ ତରଫରୁ ପର୍ଯ୍ୟବେକ୍ଷକ ଭାବରେ ଓଡ଼ିଶା ହ୍ୟାଣ୍ଡବଲ୍ ସଂଗଟନର ଭାଏସ୍ ପ୍ରେସିଡ଼େଣ୍ଟ ରମେଶ ଚନ୍ଦ୍ର ପୃଷ୍ଟି ଓ ଗଂଜାମ ଜିଲ୍ଲାର ଖେଳ ଅଧିକାରୀ (ଡ଼ିଏସ୍ଓ) ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ । ନିର୍ବାଚିତ ସଭ୍ୟମାନେ ହେଲେ ସଭାପତି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ ଶୁକ୍ଳା, ମୁଖ୍ୟ ପେଟ୍ରୋନ୍ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଉପସଭାପତି ଭାବେ ପ୍ରକାଶ ପଣ୍ଡା, ସରତ ପଣ୍ଡା, ଡ. ସରୋଜ କୁମାର ସାମନ୍ତ, ଉପଦେଷ୍ଟା ଭାବେ ସଂଜିତ କୁମାର ପାଣିଗ୍ରାହୀ, ସାଧାରଣ ସଂପାଦକ ଭାବେ ସୁରେଶ ଚନ୍ଦ୍ର ପାଢ଼ି, କାର୍ଯ୍ୟକାରୀ ସଂପାଦକ ରୂପେ ଶକ୍ତିଧର ରାଜଗୁରୁ, ଯୁଗ୍ମ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ଆଜି ରାହାମା ସ୍ଥିତ ଜଗତସିଂହପୁର ନବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ନକରିବାକୁ ଜଗତସିଂହପୁର ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଅଷ୍ଟମ ଶ୍ରେଣୀର ଅଭିଭାବକ ମାନେ ବିଦ୍ୟାଳୟର ଅଧ୍ୟକ୍ଷ ଅତୁଲ କୁମାର ରାୟଙ୍କୁ ଏକ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତିଯେ ବର୍ତ୍ତମାନ ସାରା ଦେଶରେ କରୋନା ଭୂତାଣୁର ଆତଙ୍କ ଦେଖାଦେଇଥବା ଯୋଗୁ ପିଲାମାନେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଇଛା ପ୍ରକାଶ କରୁନାହଁନ୍ତି । ପ୍ରକାଶଯେ ଅଷ୍ଟମ ଶ୍ରେଣୀ ପରେ ନବମର ଛାତ୍ରଛାତ୍ରୀ ମାନେ ଅନ୍ୟ ରାଜ୍ୟର ବିଦ୍ୟାଳୟରେ ଅଧ୍ୟୟନ କରିବାର ଏକ ପରମ୍ପରା ରହିଥିବା ବେଳେ ଏହି ବର୍ଷ ସାରା ବିଶ୍ୱରେ କରୋନା କବଳିତ ହୋଇଥିବା ଯୋଗୁ ଜଗତସିଂହପୁର ନବୋଦୟର ଛାତ୍ର ଛାତ୍ରୀ ମାନଙ୍କୁ ଏଥିରୁ କ୍ଷାନ୍ତ ରଖିବାକୁ ଅନୁରୋଧ ଜଣାଇଛନ୍ତି ।
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ପୁଣି ବିଦ୍ୟୁତ୍ ନେଲା ଜୀବନ । ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି । ସକାଳେ ବିଲକୁ 5 ଜଣ ଯାଉଥିବାବେଳେ ଅଘଟଣ ଘଟିଥିବାର ସୂଚନା ରହିଛି । କୁକୁଡାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗାଁ ପାଖ ଜମିରେ ଏହି ଅଘଟଣ ଘଟିଛି । ଜନ୍ତୁଙ୍କ ଦ୍ବାରା ପରିବା ଚାଷ ନଷ୍ଟ ଭୟରେ ବିଦ୍ୟୁତ୍ ତାର ବିଛା ଯାଇଥିଲା । ଗୁରୁତରଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।
ସମୀକ୍ଷା ବ୍ୟୁରୋ ସୋର୍ : ଆଜି ଭୋର୍ ସମୟରେ ଏନଏଚ୍ 16ଠାରେ ଏକ ସଡକ ଦୁର୍ଘଟଣା ଘଟିଛି । ଏନଏଚ 16 କଲେଜ ଛକ ନିକଟରେ ଅଟୋକୁ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅଜାର ମୃତ୍ୟୁ ହୋଇଥିବାବେଳେ ନାତି, ଆଈ ଓ ଡ୍ରାଇଭର ଗୁରୁତ ହୋଇଛନ୍ତି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ତିନି ଗୁରୁତରଙ୍କୁ ସୋର ମେଡ଼ିକାଲରେ ଚିକିତ୍ସା ଭର୍ତ୍ତି କରାଯାଇଛି ।ମଙ୍ଗଳପୁର ମେଲଣ ଦେଖିବାକୁ ଭଦ୍ରକ ବେତଡା ଯିବାବେଳେ ଏହି ଦୁର୍ଘଟଣା ଘଟିଛି ।
ସମୀକ୍ଷା ବ୍ୟୁରୋ ପୁରୀ : ଦୋଳ ଓ ହୋଲି ପର୍ବ ପୂର୍ବରୁ ସାକ୍ଷୀଗୋପାଳଠାରେ ଗୁଳିମାଡରେ ଜଣକର ମୃତ୍ୟୁ ହୋଇଥିବାର ଖବର ମିଳିଛି । ସାକ୍ଷୀଗୋପାଳ କାଞ୍ଜିଆ ଛକରେ ଗୁଳିମାଡ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କାଞ୍ଜିଆରେ ଶଶୁର ଘରେ ରହୁଥିଲେ ବୋଲି ସୂଚନା ରହିଛି । ରାତିରେ ଢାବାରେ ଖାଇବାକୁ ନେଇ ବଚସା ପରେ ଫାୟାରିଂ ହୋଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ସତ୍ୟବାଦୀ ଥାନା ପୋଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଗୁଳିକାଣ୍ଡର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ 316 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

