ବ୍ରହ୍ମାସ୍ତ୍ରରେ କେମିଓ ଆପିଅରାନ୍ସରେ ନଜର ଆସିବେ ଶାହାରୁଖ୍‌

Published: Mar 14, 2020, 7:25 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଅପ୍‌କମିଙ୍ଗ ଆକ୍ସନ୍‌ ଫାଣ୍ଟାସୀ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶାହରୁଖ୍‌ ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ବ୍ରହ୍ମାସ୍ତ୍ର ଆସନ୍ତା ଡିସେମ୍ବରରେ ରିଲିଜ୍‌ ହେବାକୁ ଯାଉଛି । ଜିରୋ ଫ୍ଲପ୍‌ ହେବା ପରେ ଶାହରୁଖ୍‌ କୌଣସି ଫିଲ୍ମ ସମ୍ପର୍କରେ ଘୋଷଣା କରିନଥିବା ବେଳେ ବ୍ରହ୍ମାସ୍ତ୍ର ନିର୍ଦ୍ଦେଶକ ଆୟନ୍‌ ମୁଖାର୍ଜୀ ଶୁକ୍ରବାର ଟ୍ବିଟ୍ଟରରେ ଶାହାରୁଖଙ୍କ କେମିଓ ଆପିଅରାନ୍ସ ସମ୍ପର୍କରେ ଘୋଷଣା କରିଛନ୍ତି । ଆୟନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କ ସହିତ ତେଲୁଗୁ ଷ୍ଟାର ନାଗାର୍ଜୁନ ଏବଂ ଟିଭି ଷ୍ଟାର ମୌନୀ ରୟ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସି)

Related posts