କନ୍ଦର୍ପ ବେହେରା ରେଢାଖୋଲ: ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ଯୁବକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ରେଢାଖୋଲ ଥାନା ଲୁହାପଙ୍କ ଗ୍ରାମପଞ୍ଚାୟତର କୁସୁମେଖାଳ ଗ୍ରାମର ପଚିଶ ବର୍ଷୀୟ କଳ୍ପତରୁ ବେହେରା (କାଳିଆ) କୌଣସି ଏକ କାମରେ କିଶୋର ନଗର ଯାଇଥିଲେ। ସେଠାରୁ କାମ ସାରି ସନ୍ଧ୍ୟା 7ଟାରେ ଘରକୁ ଫେରୁଥିବାବେଳେ ଲୁହାପଙ୍କ ନିକଟସ୍ଥ ଜାତୀୟ ରାଜପଥ 55ର କୁଟାସିଂଙ୍ଗା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି। ଘଟଣାସ୍ଥଳରେ କଳ୍ପତରୁଙ୍କ ମୃତ୍ୟୁ ହୋଇଯାଇଛି। ଗାଡି ଧକ୍କାରେ ଅନ୍ତଃବୁଜୁଳା ବାହାରି ପଡିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ଘଟିଛି। କୁଟାସିଙ୍ଗାର ମାହେଶ୍ବର ହୋଟେଲ ପାଖରେ ଏହି ଘଟଣାଟି ଘଟିଛି। ତେବେ କେଉଁଭଳି ସ୍ଥିତିରେ ଗାଡି ଧକ୍କା କରିଛି ସେ ସମ୍ପର୍କରେ ଜଣାପଡିନାହିଁ। ସେହିପରି ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଧକ୍କା ଦେଇଥିବା ଗାଡିକୁ ପୋଲିସ୍ ଧରିବାରେ ସକ୍ଷମ ହୋଇପାରିନାହିଁ।
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ଠାକୁରଙ୍କ ପିଣ୍ଡି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ନବନିର୍ବାଚିତ ପଞ୍ଚୁଦୋଳ କମିଟି ସଭାପତି ତଥା ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଅନ୍ୟ ସଭ୍ୟ ସଭ୍ୟା ଓ ଭକ୍ତମାନେ ମା ଭଗବତୀଙ୍କ ଆଜ୍ଞାମାଳ ନେଇ ଢୋଲ, ବାଜା, ବାଣ, ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରରେ ମା ଭଗବତୀ ମନ୍ଦିରରୁ ବାହାରି ପଲଟନ ପଡିଆ ନିକଟସ୍ଥ ଶ୍ରୀ ଚରଣ ଚକାଦେବଙ୍କ ମନ୍ଦିରରେ ପହଂଚି ସେଠାରୁ ଆଜ୍ଞା ମାଳ ନେଇ ଛାୟା ମଣ୍ଡପରେ ପହଞ୍ଚିଥିଲେ। ଏହା ପରେ ପଞ୍ଚୁଦୋଳରେ ସାମିଲ ହେଉଥିବା ୮୨ ଠାକୁରଙ୍କ ଆଜ୍ଞାମାଳ ପହଞ୍ଚିଥିଲା ଛାୟାମଣ୍ଡପରେ। ରୀତିନୀତି ଅନୁଯାୟୀ ପୁରୋହିତ ମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇ ହୋମ ବେଦୀ ଓ ଠାକୁର ବେଦୀ ପ୍ରତିଷ୍ଠା କରାଯାଇଥିଲା ଓ ୮୨ ପିଣ୍ଡି ପୂଜା କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ରହିଥିଲେ ପଞ୍ଚୁଦୋଳ କମିଟି ସଭାପତିଙ୍କ ସହ ଯୁଗ୍ମ…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ 22 ଜଣ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଏବେ ଘୋର ସଂକଟରେ । ତେବେ କଂଗ୍ରେସ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ନେଇ ଦାବି ରଖିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର ତଥା ଛିନ୍ଦଓ୍ବାଡ ସାଂସଦ ନକୁଲନାଥ କହିଛନ୍ତି ଯେ, ତାଙ୍କୁ ପୂରା ଭରସା ରହିଛି ମଧ୍ୟପ୍ରଦେଶ ସରକାର ସୁରକ୍ଷିତ ରହିଛି ଓ ରହିବ । ବିଧାୟକଙ୍କୁ ଧୋକ୍କା ଦେଇ ବେଙ୍ଗାଲୁରୁ ନିଆଯାଇଛି । ବିଧାୟକଙ୍କ ଇସ୍ତଫା ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ । ନକୁଲନାଥ କହିଛନ୍ତି ଯେ, ବିଧାନସଭାର ବାଚସ୍ପତି କହିଛନ୍ତି ଯେ, ଯେଉଁ ବିଧାୟକମାନେ ଇସ୍ତଫା ଦେବାକୁ ଚାହୁଁଛନ୍ତି ସେମାନେ ବ୍ୟକ୍ତିଗତ ଭାବେ ବିଧାନସଭାରେ ଇସ୍ତଫା ଦେବେ । କାଲି ବିଜେପି ନେତା ଆମ ବିଧାୟକଙ୍କ ଇସ୍ତଫା ପତ୍ର ନେଇ ବାଚସ୍ପତିଙ୍କ ପାଖରେ ପହଞ୍ଚିଥିଲେ । ଏହାତ ଏପରି ଲାଗୁଛି ଯେ, ପିଏମ୍ ନରେନ୍ଦ୍ର ମୋଦି ଓ…
ସମୀକ୍ଷା ବ୍ୟୁରୋ ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ଭୋଗରାଇ ସ୍ଥିତ ରଣସିଂହ ଗ୍ରାମରେ ବିଷାକ୍ତ ଚା’ ପିଇ 15 ଜଣ ଗୁରୁତର ହୋଇଛନ୍ତି। ରଣସିଂହପୁର ଗାଁରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଏକ ବିବାହ କାର୍ଯ୍ୟକ୍ରମ ହେଉଥିଲା। ଗ୍ରାମବାସୀମାନେ ଭୋଜି ପ୍ରସ୍ତୁତିରେ ଯାଇଥିବାବେଳେ ସେମାନଙ୍କୁ ଚା’ ପ୍ରସ୍ତୁତ କରି ଦିଆଯାଇଥିଲା। ସେହି ଚା’ ପିଇବା ପରେ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ 7 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଚା’ ତିଆରି ବେଳେ ସେଥିରେ କୀଟନାଶକ ପଡିଥିବା ସନ୍ଦେହ କରାଯାଉଛି।
ଛତିଶଗଡ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ସଂକଟ ଘନେଇଥିବାବେଳେ ସରକାରକୁ କିଛି ବିପଦ ନାହିଁ ଓ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କଂଗ୍ରେସ ନେତା। ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ, ଏବେ ଫ୍ଲୋର୍ ଟେଷ୍ଟ ହେବା ବାକି ଅଛି। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆକୁ ନେଇ ବଘେଲ କହିଛନ୍ତି ଯେ, କିଛି ଲୋକ ଅଛନ୍ତି ଯେଉଁମାନେ ଲାଞ୍ଜ ଦବେଇ ଗର୍ଜନ କରି ଫେରିଯାଆନ୍ତି। ତେବେ କିଛି ତ ବାଧ୍ୟବାଧ୍ୟକତା ରହିଥିବ, ନହେଲେ ଏମିତି କିଏ ବି ଧୋକ୍କାବାଜ ହୁଅନ୍ତି ନାହିଁ। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ଭୂପେଶ ବଘେଲ। ଏବେ କମଲନାଥଙ୍କ ଚାଲ୍ ବାକି ଅଛି। ବୁଧବାର ଦିନ ଭୂପେଶ ବଘେଲ ଛତିଶଗଡରୁ ଦିଲ୍ଲୀ ଯାଉଛନ୍ତି। ଏଠାରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ସାକ୍ଷାତ କରିବେ। ରାଜ୍ୟସଭା ଟିକେଟ ପାଇଁ ମଧ୍ୟ ମନ୍ଥନ କରିବେ ବୋଲି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟସଭା ପାଇଁ ବିଜେଡିର ଚାରି ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ନାମାଙ୍କନ ଦାଖଲ କରୁଛନ୍ତି। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ନାମାଙ୍କନ କରୁଛନ୍ତି। 17ଟି ରାଜ୍ୟର 55ଟି ଆସନ ପାଇଁ ହେବ ନିର୍ବାଚନ। ଖାଲି ହେଉଥିବା 55ଟି ଆସନ ମଧ୍ୟରୁ ଓଡ଼ିଶାର 4ଟି ରାଜ୍ୟସଭା ଆସନ ରହିଛି। ମାର୍ଚ୍ଚ 13 ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ 26ରେ ନିର୍ବାଚନ ଓ ଫଳ ପ୍ରକାଶ ପାଇବ। 16 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମାର୍ଚ୍ଚ 18। ଏହାପରେ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ସକାଳ ୯ଟାରୁ ଅପରାହ୍ନଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ ହେବା। ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ। 17ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ଗୃହ ମୁଲତବୀ ହୋଇଛି । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିଶୋକ ପ୍ରସ୍ତାବ ଆଗତ ପରେ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ । ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ହୋହଲ୍ଲା ହୋଇଥିଲା । ଏହାପରେ ବାଚରସ୍ପତି 12ଟା 30 ଯାଏଁ ଗୃହ ଗୃହକୁ ମୁଲତବୀ କରିଛନ୍ତି ।
ବ୍ରିଟେନ୍ :ଚୀନ୍ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଭୟଙ୍କର ଭାବରେ ଦୁନିଆର ଅନ୍ୟ ସମସ୍ତ ଦେଶକୁ କବଳିତ କରି ଚାଲିଛି। ଅନ୍ୟ ଦେଶଗୁଡିକରେ ମଧ୍ୟ କରୋନା ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଦୁନିଆର 100ରୁ ଉର୍ଦ୍ଧ୍ବ ଦେଶ ଏହି କରୋନା କବଳରେ କବଳିତ ହୋଇସାରିଲାଣି। ସାରା ବିଶ୍ବରେ ଏହି ଭୟଙ୍କର ରୋଗରେ 4000ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବ୍ରିଟେନ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନଦୀନ୍ ଡାରିସ୍ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବ୍ରିଟେନ୍ ସାଂସଦ ନଦୀନ୍ ଡରିସ୍ ଏହି ରୋଗରେ ସଂକ୍ରମିତ ହେବା ପରେ ନିଜକୁ ଅଲଗା ରଖିଛନ୍ତି। ବ୍ରିଟେନ୍ରେ ଏ ପର୍ଯ୍ୟନ୍ତ ଏହି ରୋଗରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 373ଜଣ ସଂକ୍ରମିତ ହୋଇଛନ୍ତି। (ଏଜେନ୍ସି)
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ 4ହଜାର 295 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 1ଲକ୍ଷ 19 ହଜାର 179 ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ରିପୋର୍ଟ ଅନୁସାରେ ଭାରତରେ 50ରୁ ଅଧିକ ଲୋକ କରୋନା ଶିକାର ହୋଇଛନ୍ତି। କରୋନା ପାଇଁ ଭାରତ ଭିସା କଟକଣା ଜାରି କରିଛି । ପୁଣି ତିନି ଦେଶର ନାଗରିକଙ୍କ ପାଇଁ ଭିସା ବାତିଲ୍ କରାଯାଇଛି । ଫ୍ରେଞ୍ଚ, ଜର୍ମାନ, ସ୍ପାନିଶ୍ ନାଗରିକଙ୍କ ଭିସା ବାତିଲ୍ କରିଛନ୍ତି ସରକାର । ମିଜୋରାମ ଓ ମଣିପୁରକୁ ଲାଗିଥିବା ମିଆଁମାର ଓ ବାଂଲାଦେଶ ସୀମା ସିଲ୍ କରାଯାଇଛି । କରୋନାର ସ୍ଥିତିକୁ ଦେଖି ବିଦେଶକୁ ଅନାବଶ୍ୟକ ଯାତ୍ରାରୁ ନିବୃତ୍ତ ରହିବାକୁ କୁହାଯାଇଛି । ଏଥି ସହ ଦକ୍ଷିଣ କୋରିଆ ଓ ଇଟାଲୀର ନାଗରିକଙ୍କ ପାଇଁ ଭାରତ ପ୍ରବେଶ ଲାଗି କୋଭିଡ-୧୯ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରି ଦିଆଯାଇଛି ।…
କେରଳ : ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ବେଶ୍ ସତର୍କତା ଅବଲମ୍ବନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେରଳରେକରୋନା ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କଡା ନିର୍ଦ୍ଦେଶ ଦେଇଛନ୍ତି । କେରଳରେ ବିବାହ ଉତ୍ସବ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ମାର୍ଚ୍ଚ 31 ପର୍ଯ୍ୟନ୍ତ କେରଳରେ ସମସ୍ତ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମାନୁଷ୍ଠାନରେ ଉତ୍ସବ ପାଳନ ବେଳେ ଏକତ୍ରିତ ନ ହେବାକୁ ପରାମର୍ଶ ଦିଆଯାଇଛି । ସେହିପରି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍ ବନ୍ଦ ରହିବ ବୋଲି କହିଛନ୍ତି କେରଳ ସରକାର । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରଥମରୁ ସପ୍ତମ ଯାଏଁ ସବୁ ପରୀକ୍ଷା ବାତିଲ୍ କରାଯାଇଛି । କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଇଛି । କରୋନା ଆକ୍ରାନ୍ତ ନିଜର ଟ୍ରାଭେଲ୍ ନେଇ ତଥ୍ୟ ଲୁଚାଇଲେ ମାମଲା…
କେଦାର ମିଶ୍ର ବିଜେପିର ପ୍ରଚଣ୍ଡ କ୍ଷମତା ଓ ଧନବଳ ଆଗରେ କଂଗ୍ରେସ କୁଟାଖିଅ ପରି ଭାସି ଯାଉଛି। କୌଣସି ଆଦର୍ଶ ଓ କ୍ୟାଡର ଭିତ୍ତିକ ଭିତ୍ତିଭୂମି ନଥିବାରୁ କଂଗ୍ରେସ ନେତା ତଥା କର୍ମୀମାନେ ଯେତେବେଳେ ଯେଉଁଠି ସୁଯୋଗ ମିଳିଲା ସେ ଦଳରେ ଯୋଗ ଦେବାକୁ ପଛାଉନାହାନ୍ତି। ଏ କଥା ବିଜେପିରେ ସମ୍ଭବ ହେଉନି, କାରଣ ବିଜେପି ପଛରେ ସଂଘ ପରିବାରର ବିଚାର ରହିଛି। ସେ ବିଚାର ଯେତେ ବିଭାଜନକାରୀ ଓ ବିଷାକ୍ତ ହେଲେ ମଧ୍ୟ, କ୍ୟାଡର ନିର୍ମାଣରେ ସେ ସେଇ ବିଚାର ହିଁ ପ୍ରମୁଖ ଭୂମିକା ନେଉଛି। ଗୋଟେ ପଟେ ସଂଘର ଉଗ୍ର ହିନ୍ଦୁତ୍ଵ ଓ ଅପର ପକ୍ଷରେ କ୍ଷମତା ତଥା ଟଙ୍କା ବଳ, ଏହାର ମିଶ୍ରଣ ବିଜେପିକୁ ଅଜେୟ ଅବସ୍ଥାକୁ ନେଇ ଆସିଛି। ମୋଦୀ ସରକାର ବିରୋଧରେ ଯେତେ ଉଗ୍ର ଜନମତ ରହିଥିଲେ ମଧ୍ୟ ନିଜର କ୍ଷମତା ଓ ଅର୍ଥ ବଳରେ ଏହା ଗୋଟିଏ ପରେ ଗୋଟିଏ ନିର୍ବାଚିତ ବିରୋଧୀ…
ଗଂଜାମ, ଓଡିଶାର ପ୍ରସିଦ୍ଧ ଶକ୍ତି ପିଠ ମା ତାରାରାରେଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲାରେ ଅବସ୍ଥିତ ଏହି ପିଠରେ ଚୈତ୍ରମାସର ପ୍ରତି ମଙ୍ଗଳବାରରେ ଏହି ପର୍ବ ପାଳିତ ହୁଏ। ହଜାରହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମଙ୍ଗଳବାର ଦିନ ବେଶ ଭିଡ କରିଥାନ୍ତି। ବିଶ୍ବାସ ରହିଛି ଛୁଆ ଜନ୍ମ ହେବା ପରେ ଏହି ଚୈତ୍ର ମାସ ମଙ୍ଗଳବାର ଦିନ ମାଙ୍କୁ ଦର୍ଶନ କରାଇଲେ ତାହାର ମଙ୍ଗଳ ହୁଏ। ସେଥିପାଇଁ ଭକ୍ତମାନେ ଛୁଆମାନଙ୍କୁ ଏହି ଦିନ ଆଣି ଦର୍ଶନ କରାଇଥାନ୍ତି। ତେବେ ଚଳିତ ବର୍ଷ ତାରାତାରେଣୀ ପିଠର ବିଶେଶତ୍ବ ହେଉଛି ଯେ, ଏଥର ମନ୍ଦିରକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ମନ୍ଦିର ସାରା ଫୁଲରେ ମଣ୍ଡିତ କରାଯାଇଛି। ପୂର୍ବରୁ ଯେପରି ପୁରୀ ଶ୍ରୀମନ୍ଦିର ଏବଂ ଜାଗର ଦିନ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସଜାଯାଇଥିଲା ଠିକ୍ ସେହିପରି କରାଯାଇଛି। ଏଥିସହିତ ରଂଗୀନ ଆଲୋକମାଳାରେ ଏଥରର ମନ୍ଦିର ବେଶ୍ ଝଲସି ଉଠିଛି। ଭକ୍ତମାନେ…
ଗଂଜାମ, ଗଂଜାମରେ ଅବସ୍ଥିତ ମା ତାରାତାରେଣୀ ମନ୍ଦିର ଓଡିଶାର ଏକ ପ୍ରସିଦ୍ଧ ଶକ୍ତିପିଠ ଭାବେ ପରିଚିତ। ଚୈତ୍ର ମାସରେ ଏହି ପିଠରେ ପାଳିତ ହୁଏ ଚଇତି ପର୍ବ। ସେହି ପର୍ବ ଉପଲକ୍ଷେ ମାଙ୍କ ମନ୍ଦିରକୁ ଫୁଲ ଏବଂ ରଂଗୀନ ଆଲୋକମାଳା ସଜାଯାଇଛି।
ଭୁବନେଶ୍ୱର,ଚାରିଆଡେ ଚାଇନ ରଂଗର ଭୟ ଯୋଗୁଁ ବିଭିନ୍ନ ସ୍ଥାନରେ ଏଥର ପ୍ରାକୃତିକ ରଂଗରେ ପାଳନ ହୋଇଛି ହୋଲି ଉତ୍ସବ। ଏହି ପରିପ୍ରେକ୍ଷୀରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ହଳଦୀ, ଚନ୍ଦନ, ଓ ମୁଲତାନୀ ମାଟିରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ହୋଲି ପର୍ବ ମଧୁରମୟୀ ଶିକ୍ଷାନିକେତନର ପିଲାମାନଙ୍କ ସହ ଖେଳାଯାଇଥିଲା । ସମର୍ପିତର ପ୍ରତିଷ୍ଠାତା ସମ୍ପାଦକ ସଦାଶିବ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପିତର ଉପଦେଷ୍ଟା, ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣର ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ରୋଜାଲିନ ପାଟ୍ଟଶାଣୀ, ହ୍ୟୁମାନ ରାଇଟସ୍ ପ୍ରୋଟେକ୍ସନର ଅଧ୍ୟକ୍ଷା ଇନ୍ଦିରା ଦାଶ, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଓ ଉଠା ଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ…
ଚେନ୍ନାଇ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମଲା ପଲ୍ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିଛନ୍ତି । ନିଜ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଅମଲା ପୁଣି ଥରେ ଲିଭ୍ ଇନ୍ ରିଲେସନ୍ସିପ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଭବନିନ୍ଦର ସିଂ ନାମକ ଏହି ବ୍ୟକ୍ତି ଜଣଙ୍କୁ ଅମଲା 2017ରୁ ଡେଟ୍ କରୁଥିବା ବେଳେ ଦୁହେଁ ବର୍ତ୍ତମାନ ଲିଭ୍ ଇନ୍ରେ ରହିଛନ୍ତି । ଭାବନିନ୍ଦରଙ୍କ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋକୁ ଦେଖି ସୋସିଆଲ ମିଡିଆରେ ଆଲୋଚନା ପରେ ଭବନିନ୍ଦର ଏହି ଫଟୋଟିକୁ ହଟାଇ ଦେଇଛନ୍ତି । ଫଟୋରେ ଅମଲାଙ୍କ ମୁହଁ ଦେଖାଯାଉନଥିବାରୁ ଅମଲା ଏହି ଖବରକୁ ଗୁଜବ ବୋଲି କହିଛନ୍ତି । (ଏଜେନ୍ସି)
ଇସଲାମାବାଦ : ଭାରତରେ କାୟା ବିସ୍ତାର କରିବା ପରେ ପଡୋଶୀ ପାକିସ୍ତାନରେ ନିଜର ଆତଙ୍କ ମଚାଇଛି କୋରୋନା ଭାଇରସ୍ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଛୁଇଁଥିବା ବେଳେ ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 16ରେ ପହଞ୍ଚିଛି । ସୋମବାର ଦିନ କରାଚୀରେ 7 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମଙ୍ଗଳବାର 9 ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । 16 ଜଣଙ୍କ ମଧ୍ୟରୁ 13 ଜଣ କରାଚୀରୁ ରହିଥିବା ବେଳେ ଗିଲ୍ଗିଟ୍-ବାଲ୍ଟିସ୍ତାନର ଦୁଇ ଜଣ ଏବଂ ଇସଲାମାବାଦରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ରୋଗୀଙ୍କ ମଧ୍ୟରୁ 9 ଜଣ ବିଦେଶ ଗସ୍ତ କରିଥିଲେ । 6 ଜଣ ଦୋହାରୁ ଫେରିଥିବା ବେଳେ ତିନି ଜଣ ଲଣ୍ଡନରୁ ଦୁବାଇ ଦେଇ ପାକ୍ ଫେରିଥିଲେ ।(ଏଜେନ୍ସି)
ନୂଆଦିଲ୍ଲୀ : ରାଜନୈତିକ ଚାନ୍ଦା ଆଦାୟକୁ ନେଇ ଏକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ମଙ୍ଗଳବାର ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ଅଜଣା ସୂତ୍ରରୁ 11234 କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଛନ୍ତି । ବିଗତ 15 ବର୍ଷ ମଧ୍ୟରେ ଏହି ଅର୍ଥ ଚାନ୍ଦା ଆକାରରେ ଗ୍ରହଣ କରାଯାଇଥିବା ନେଇ ଏଡିଆର ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ରାଜନୈତିକ ଦଳର ଆୟକର ରିଟର୍ଣ୍ଣ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଆଧାରରେ ଏହି ସୂଚନା ପ୍ରକାଶ କରାଯାଇଥିବା ନେଇ ଏଡିଆର ପକ୍ଷରୁ ପ୍ରକାଶ କରାଯାଇଛି । ସାତଟି ଜାତୀୟ ରାଜନୈତିକ ଦଳ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍ସିପି, ବିଏସ୍ପି, ସିପିଏମ୍ ଏବଂ ସିପିଆଇକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଛି । ବର୍ତ୍ତମାନ କୌଣସି ଅଜଣା ବ୍ୟକ୍ତି 20 ହଜାରରୁ କମ୍ ଅର୍ଥ ପ୍ରଦାନ କରିପାରିବେ । 20 ହଜାରରୁ କମ୍ ଅର୍ଥ…
Melbourne: Australia’s Alyssa Healy and Beth Mooney ahead of the Women’s T20 World Cup Final match between India and Australia at Melbourne Cricket Ground (MCG) in Melbourne, Australia on March 8, 2020. (Photo: Twitter/@T20WorldCup)
Mumbai: Actress Nimrat Kaur at DCode Luxury Expo 2020 in Mumbai’s Worli on March 8, 2020. (Photo: IANS)
ମୁମ୍ବାଇର ଅନ୍ଧେରୀର ଏକ ରେଷ୍ଟୁରାଣ୍ଟରେ ଅଭିନେତ୍ରୀ ମୌନୀ ରୟ
ମୁମ୍ବାଇର ଜୁହୁରେ ଅଭିନେତ୍ରୀ ନୁସ୍ରତ୍ ଭରୁଚା

