କୋରୋନା ଭୟ: ନିରାଡମ୍ବର ଭାବେ ପାଳିତ ହେବ ମା ତାରାତାରେଣୀଙ୍କ ଚଇତ ପର୍ବ, ଭକ୍ତଙ୍କୁ ନ ଆସିବାକୁ ଅନୁରୋଧ

Published: Mar 15, 2020, 11:12 pm IST

ଗଂଜାମ, ଜିଲ୍ଲାର ପ୍ରସିଦ୍ଧ ମା ତାରାତାରେଣୀ ପିଠରେ ଆସନ୍ତା ମଙ୍ଗଳବାରରେ ହେବାକୁ ଥିବା ଚଇତି ପର୍ବ ଜାକଜମକରେ କରାଯିବ ନାହିଁ। କେବଳ ମାଙ୍କ ସ୍ବତନ୍ତ୍ର ପୂଜାବିଧି କରାଯାଇ ଚଇତ ପର୍ବର କାମ ଶେଷ କରାଯିବ। କୋରୋନା ଭୟରେ ସରକାର ବର୍ତ୍ତମାନ ଏକାଠି ହେବାକୁ ମନା କରିଥିବାରୁ ମନ୍ଦିର ପ୍ରଶାସନ ଏପରି ପଦକ୍ଷେପ ନେଇଛି।ସେଥିପାଇଁ ଭକ୍ତମାନେ ନ ଆସିବା ପାଇଁ ମନ୍ଦିର କର୍ତ୍ତୁପକ୍ଷ ନିବେଦନ କରିଛନ୍ତି।

ଚୈତ୍ରମାସର ପ୍ରତି ମଙ୍ଗଳବାର ଦିନ ମାଙ୍କ ପିଠରେ ଚଇତି ପର୍ବ ବେଶ ଧୂମଧାମରେ ପାଳିତ ହୋଇଥାଏ। ଏଥର ମଧ୍ୟ ପ୍ରଥମ ମଙ୍ଗଳବାରରେ ଏହି ପର୍ବ ବେଶ୍ ଜାକଜମକରେ ପାଳନ କରାଯାଇଥିଲା। ହଜାରହଜାର ଭକ୍ତ ଏହି ଦିନ ଏକାଠି ହୋଇ ମାଙ୍କ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟତଃ ମାନସିକ ପୁରଣ ହେଲେ ମାଙ୍କ ନିକଟକୁ ଆସି ବ୍ରତଧାରୀମାନେ ପୂଜା କରିଥାନ୍ତି। ହେଲେ କୋରୋନା ପାଇଁ ଆସନ୍ତା ମଙ୍ଗଳବାରରେ ଏହି ପର୍ବକୁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯିବ। ସେଥିପାଇଁ ଭକ୍ତମାନେ ମନ୍ଦିରକୁ ନ ଆସିବା ପାଇଁ ମନ୍ଦିର ତରଫରୁ ନିବେଦନ କରାଯାଇଛି।

 

Related posts