Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର

କୋରୋନା ଭୟ: ନିରାଡମ୍ବର ଭାବେ ପାଳିତ ହେବ ମା ତାରାତାରେଣୀଙ୍କ ଚଇତ ପର୍ବ, ଭକ୍ତଙ୍କୁ ନ ଆସିବାକୁ ଅନୁରୋଧ

ଗଂଜାମ, ଜିଲ୍ଲାର ପ୍ରସିଦ୍ଧ ମା ତାରାତାରେଣୀ ପିଠରେ ଆସନ୍ତା ମଙ୍ଗଳବାରରେ ହେବାକୁ ଥିବା ଚଇତି ପର୍ବ ଜାକଜମକରେ କରାଯିବ ନାହିଁ। କେବଳ ମାଙ୍କ ସ୍ବତନ୍ତ୍ର ପୂଜାବିଧି କରାଯାଇ ଚଇତ ପର୍ବର କାମ ଶେଷ କରାଯିବ। କୋରୋନା ଭୟରେ ସରକାର ବର୍ତ୍ତମାନ ଏକାଠି ହେବାକୁ ମନା କରିଥିବାରୁ ମନ୍ଦିର ପ୍ରଶାସନ ଏପରି ପଦକ୍ଷେପ ନେଇଛି।ସେଥିପାଇଁ ଭକ୍ତମାନେ ନ ଆସିବା ପାଇଁ ମନ୍ଦିର କର୍ତ୍ତୁପକ୍ଷ ନିବେଦନ କରିଛନ୍ତି।

ଚୈତ୍ରମାସର ପ୍ରତି ମଙ୍ଗଳବାର ଦିନ ମାଙ୍କ ପିଠରେ ଚଇତି ପର୍ବ ବେଶ ଧୂମଧାମରେ ପାଳିତ ହୋଇଥାଏ। ଏଥର ମଧ୍ୟ ପ୍ରଥମ ମଙ୍ଗଳବାରରେ ଏହି ପର୍ବ ବେଶ୍ ଜାକଜମକରେ ପାଳନ କରାଯାଇଥିଲା। ହଜାରହଜାର ଭକ୍ତ ଏହି ଦିନ ଏକାଠି ହୋଇ ମାଙ୍କ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟତଃ ମାନସିକ ପୁରଣ ହେଲେ ମାଙ୍କ ନିକଟକୁ ଆସି ବ୍ରତଧାରୀମାନେ ପୂଜା କରିଥାନ୍ତି। ହେଲେ କୋରୋନା ପାଇଁ ଆସନ୍ତା ମଙ୍ଗଳବାରରେ ଏହି ପର୍ବକୁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯିବ। ସେଥିପାଇଁ ଭକ୍ତମାନେ ମନ୍ଦିରକୁ ନ ଆସିବା ପାଇଁ ମନ୍ଦିର ତରଫରୁ ନିବେଦନ କରାଯାଇଛି।

 

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା ତାରାତାରେଣୀ ପିଠରେ ଆରମ୍ଭ ହେଲା ଚଇତି ପର୍ବ, ଫୁଲ ଓ ରଂଗୀନ ଆଲୋକରେ ଝଲସୁଛି ମା’ଙ୍କ ମନ୍ଦିର

ଗଂଜାମ, ଓଡିଶାର ପ୍ରସିଦ୍ଧ ଶକ୍ତି ପିଠ ମା ତାରାରାରେଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲାରେ ଅବସ୍ଥିତ ଏହି ପିଠରେ ଚୈତ୍ରମାସର ପ୍ରତି ମଙ୍ଗଳବାରରେ ଏହି ପର୍ବ ପାଳିତ ହୁଏ। ହଜାରହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମଙ୍ଗଳବାର ଦିନ ବେଶ ଭିଡ କରିଥାନ୍ତି। ବିଶ୍ବାସ ରହିଛି ଛୁଆ ଜନ୍ମ ହେବା ପରେ ଏହି ଚୈତ୍ର ମାସ ମଙ୍ଗଳବାର ଦିନ ମାଙ୍କୁ ଦର୍ଶନ କରାଇଲେ ତାହାର ମଙ୍ଗଳ ହୁଏ। ସେଥିପାଇଁ ଭକ୍ତମାନେ ଛୁଆମାନଙ୍କୁ ଏହି ଦିନ ଆଣି ଦର୍ଶନ କରାଇଥାନ୍ତି।

ତେବେ ଚଳିତ ବର୍ଷ ତାରାତାରେଣୀ ପିଠର ବିଶେଶତ୍ବ ହେଉଛି ଯେ, ଏଥର ମନ୍ଦିରକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ମନ୍ଦିର ସାରା ଫୁଲରେ ମଣ୍ଡିତ କରାଯାଇଛି। ପୂର୍ବରୁ ଯେପରି ପୁରୀ ଶ୍ରୀମନ୍ଦିର ଏବଂ ଜାଗର ଦିନ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସଜାଯାଇଥିଲା ଠିକ୍ ସେହିପରି କରାଯାଇଛି। ଏଥିସହିତ ରଂଗୀନ ଆଲୋକମାଳାରେ ଏଥରର ମନ୍ଦିର ବେଶ୍ ଝଲସି ଉଠିଛି। ଭକ୍ତମାନେ ମାଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ଶୋଭାରାଶି ଦେଖି ବିମୋହିତ ହୋଇପଡୁଛନ୍ତି।

ଗତମାସରେ 5ଟି ସଚିବ ଭି କେ ପାଣ୍ଡିୟାନ ଏହି ମନ୍ଦିର ଗସ୍ତ କରିଥିଲେ। ସେ ଏହି ପ୍ରସିଦ୍ଧ ମନ୍ଦିରର ଉନ୍ନତି କରିବା ପାଇଁ ସେଠାରେ ମନ୍ଦିର କର୍ତ୍ତୁପକ୍ଷଙ୍କୁ ପ୍ରତିଶୃତି ଦେଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ମନ୍ଦିରର ଉନ୍ନତି ପାଇଁ ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି।

Categories
ଫଟୋ ଖବର

ଚଇତି ପର୍ବ ଉପଲକ୍ଷେ ସଜେଇ ହୋଇଛି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ମା ତାରାତାରେଣୀ ମନ୍ଦିର

ଗଂଜାମ, ଗଂଜାମରେ ଅବସ୍ଥିତ ମା ତାରାତାରେଣୀ ମନ୍ଦିର ଓଡିଶାର ଏକ ପ୍ରସିଦ୍ଧ ଶକ୍ତିପିଠ ଭାବେ ପରିଚିତ। ଚୈତ୍ର ମାସରେ ଏହି ପିଠରେ ପାଳିତ ହୁଏ ଚଇତି ପର୍ବ। ସେହି ପର୍ବ ଉପଲକ୍ଷେ ମାଙ୍କ ମନ୍ଦିରକୁ ଫୁଲ ଏବଂ ରଂଗୀନ ଆଲୋକମାଳା ସଜାଯାଇଛି।