Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ପାଇଁ କିପରି ସତର୍କ ରହିଛି ଚିଲିକା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ, କ’ଣ ରହିଛି ପ୍ରଶାସନିକ ପଦକ୍ଷେପ
ଆଜିର ଖବର

କରୋନା ପାଇଁ କିପରି ସତର୍କ ରହିଛି ଚିଲିକା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ, କ’ଣ ରହିଛି ପ୍ରଶାସନିକ ପଦକ୍ଷେପ

March 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ 

ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଏଥରୁ ବାଦ୍‌ ପଡିନାହିଁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନ୍‌ଏସି ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସତର୍କ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତୁ ଜାଣିବା ବାଣପୁର ବ୍ଲକ ଓ ଏନ୍‌ସି ତରଫରୁ ଏନେଇ କ’ଣ କ’ଣ ସତର୍କତା କରାଯାଉଛି। କରୋନା ପାଇଁ କିପରି ସତର୍କ ରହିଛନ୍ତି ବାଣପୁର ବ୍ଲକ ଓ ଏନ୍‌ଏସି। ଆମ ସମୀକ୍ଷା ରିପୋର୍ଟର ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ଏନ୍‌ଏସି କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ ନିଆଲ୍‌, ବାଣପୁର ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର, ଚିଲିକା ବିଡିଓ ସୁଷମା ବାରିକ୍‌, ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଓ ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକଙ୍କ ସହ ଭେଟି କରୋନା ପାଇଁ ବ୍ଲକ ଓ ଏନ୍‌ଏସି ତରଫରୁ କରାଯାଉଥିବା ସତର୍କତା ସମ୍ପର୍କରେ ଆଲୋଚନା କରିଥିଲେ।

କରୋନା ସତର୍କ ପାଇଁ ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ କହିଛନ୍ତି ଯେ, ବ୍ଲକ ତରଫରୁ କରୋନା ସଚେତନତା ପାଇଁ କ୍ୟାମ୍ପେନ୍‌ ରଥ ସବୁ ପଞ୍ଚାୟତରେ ଗଡାଯାଇଛି। କରୋନା ସତର୍କ ନେଇ ବ୍ୟାନର୍‌ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ହାତକୁ ଭଲ ଭାବରେ ଧୋଇବା ତଥା ଥଣ୍ଡା ସଂକ୍ରମଣରୁ ଦୂରେଇ ରଖିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ବାଣପୁର ବ୍ଲକ ତରଫରୁ ଏକ ହେଲପ୍ ଲାଇନ ନମ୍ବରର ଜାରି କରାଯାଇଛି। ଜାରି ହୋଇଥିବା ହେଲପ୍ ଲାଇନ ନମ୍ବର ଟି ହେଉଛି ୦୬୭୫୬-୨୫୩୩୭୯ ଏବଂ ୧୦୪। ସେହିପରି ପ୍ରତି ପଞ୍ଚାୟତରେ ଦୁଇ ଦୁଇଟି ଆଇସୋଲେସନ୍‌ ସେଣ୍ଟର କରାଯାଇଛି ବୋଲି କହିଛନ୍ତି ବାଣପୁର ବ୍ଲକ ବିଡିଓ।

ସେହିପରି ବାଣପୁର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍‌ କହିଛନ୍ତି ଯେ, ମାଇକ୍‌ ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି। ଏନ୍‌ଏସିରେ ଦୁଇଟି ଆଇସୋଲେସନ୍‌ ସେଣ୍ଟର ଖୋଲାଯାଇଛି। ଗୋଦାବରୀଶ ବିଦ୍ୟାପୀଠ, ଏନଏସି କଲ୍ୟାଣ ମଣ୍ଡପକୁ ଆଇସୋଲେସନ୍‌ ସେଣ୍ଟର କରାଯାଇଛି। ଏତଦ୍‌ବ୍ୟତୀତ ଓ୍ବାର୍ଡ ମେମ୍ବର ଓ ସ୍ବଚ୍ଛ ସାଥୀମାନଙ୍କ ଦ୍ଵାରା ଘର ଘର ବୁଲି ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିବରଣୀ ସଂଗ୍ରହ କରାଯାଉଛି। ସେହିପରି ବାଣପୁର ପଞ୍ଚୁଦୋଳ ପାଇଁ ଆସିଥିବା ଉଠା ଦୋକାନୀଙ୍କୁ ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାର କହିଛନ୍ତି ବାଣପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ।

ବାଣପୁରକୁ ରାଜ୍ୟ ବାହାରରୁ ୧୦୦ରୁ ଅଧିକ ବ୍ୟକ୍ତି ଆସିଥିବାବେଳେ ବାଣପୁର ଏନ୍‌ଏସି ତରଫରୁ ବ୍ୟାପକ ସଚେତନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର। ଯଦିଓ ଅଞ୍ଚଳରେ କେହି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି, ତେବେ ସନ୍ଦିଗ୍ଧଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିଛି ବାଣପୁର ମେଡିକାଲ। କରୋନା ସନ୍ଦିଗ୍ଧ ବାଣପୁର ମେଡ଼ିକାଲ ଆସିଥିବାବେଳେ ତାଙ୍କ ଅବସ୍ଥା ସୁସ୍ଥ ରହିଛି ବୋଲି କହିଥିଲେ ବାଣପୁର ମେଡ଼ିକାଲ ଅଧିକାରୀ ଧୂର୍ଜଟି ମହାପାତ୍ର। ସେହିପରି ଅଞ୍ଚଳକୁ ଆସିଥିବା ରାଜ୍ୟ ବାହାରର ବ୍ୟକ୍ତି ତଥା ବିଦେଶରୁ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଚିଲିକା ବ୍ଲକର ବିଡିଓ ସୁଷମା ବାରିକ  କହିଛନ୍ତି ଯେ, ଚିଲିକା ବ୍ଲକ୍‌ ଅଧୀନରେ ରହିଥିବା ୧୭ଟି ପଞ୍ଚାୟତରେ ମାଇକ୍‌ ଦ୍ବାରା କରୋନା ସଚେତନତା କରାଯାଉଛି। ପ୍ରତି ପଞ୍ଚାୟତରେ ଆଇସୋଲେସନ୍‌ ସେଣ୍ଟରକୁ ଚିହ୍ନଟ କରାଯାଇଛି। ପଞ୍ଚାୟତ ସମିତି ବୈଠକ ଡାକି ସଦସ୍ୟମାନଙ୍କୁ ଏନେଇ ସତର୍କ କରାଯିବ ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। ଚିଲିକା ବ୍ଲକ୍‌ କରୋନାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଚିଲିକା ବିଡିଓ ସୁଷମା ବାରିକ। ନିଃଶୁଳ୍କ ହେଲପ୍ ଲାଇନ ନମ୍ବର ୧୦୪ରେ ରେଜିଷ୍ଟ୍ରେସନ କରିବା ପାଇଁ  ବିଡିଓ’ଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି।

ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ କହିଛନ୍ତି ଯେ, କରୋନା ପାଇଁ ବାଲୁଗାଁ ମେଡ଼ିକାଲ ତରଫରୁ ଅଲଗା ୱାର୍ଡର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଏନେଇ ବୈଠକ କରାଯାଉଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଓ୍ବାର୍ଡ ମେମ୍ବରଙ୍କଠୁ ସୂଚନା ପ୍ରାପ୍ତ କରାଯାଉଛି। ନିକଟରେ ଦୁଇଜଣ ବିଦେଶରୁ ଫେରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟକୁ ପରୀକ୍ଷା କରାଯାଇଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି ବୋଲି କହିଛନ୍ତି ବାଲୁଗାଁ ମେଡ଼ିକାଲ ଅଧିକାରୀ।

ସେହିପରି ବାଲୁଗାଁ ପୋଲିସ୍‌ ତରଫରୁ କରୋନା ପାଇଁ  ମଧ୍ୟ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଛି ବୋଲି କହିଛନ୍ତି ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକ।

ଚିଲିକା ନିର୍ବାଚନ ମଣ୍ଡଳୀ ସମସ୍ତ ପ୍ରଶାସନିକ ଅଧିକାରୀ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ସ୍ଥାନୀୟ ଲୋକଙ୍କୁ ସତର୍କ ଓ ସଚେତନ କରିବାରେ ଲାଗିପଡିଛନ୍ତି।

 

କରୋନା ଚିଲିକା ନିର୍ବାଚନ ମଣ୍ଡଳୀ ପ୍ରଶାସନିକ ପଦକ୍ଷେପ ସଚେତନତା ସତର୍କତା
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026
Latest News

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.