ସୁରତ : ଗୁଜୁରାଟର ସୁରତଠାରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ସୁରତର ଏକ ରଘୁବୀର ଟେକ୍ସଟାଇଲ୍ ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ 57ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରୁଥିବାର ଜଣାପଡିଛି । ତେବେ ଏହି ଘଟଣାରେ କୌଣସି ଜୀବନ ହାନି ହୋଇନଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିଛି। 10 ମହଲା ବିଶିଷ୍ଟ କପଡ଼ା ବଜାରରେ ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣାପଡିନଥିବାବେଳେ ଏହି ଘଟଣାର ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଧନ-ଜୀବନ ନଷ୍ଟ ହୋଇଥିଲା । (ଏଜେନ୍ସି)
Author: Samikhsya Bureau
ନୂଆଦିଲ୍ଲୀ : ଆସନ୍ତା ଜୁନ ୧ରୁ ‘ଏକ ଦେଶ ଏକ ରାସନକାର୍ଡ’ ନିୟମ ଲାଗୁ ହେବ। କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାଶୱାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନା ଅନୁସାରେ ରାସନକାର୍ଡକୁ ଦେଶରେ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ। ସେ କହିଛନ୍ତି ଯେ, ଜୁନ ୧ରୁ ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବ। ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ‘ଏକ ଦେଶ ଏକ ରାଶନକାର୍ଡ’ ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ୪ଟି ରାଜ୍ୟରେ ଲାଗୁ କରିଥିଲେ। ଏହି ନିୟମ ଆଧାରରେ ଯୋଜନାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରେ ଲାଗୁ କରାଯାଇଥିଲା।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବାର ଅନ୍ତିମ ଦିବସ । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ବଡ ବଡ ନେତାମାନେ ନାମାଙ୍କନ ଭରିବେ । ଗତକାଲି ରୋଡ୍ ଶୋ’ ରେ ଫସିଯିବା ଯୋଗୁଁ ଅରବିନ୍ଦ କେଜରୀଓ୍ବାଲ ନାମାଙ୍କନ ଭରିପାରିନଥିଲେ । ସେହିପରି ଆଜି ମୋଡେଲ୍ ଟାଉନ୍ ଆସନରୁ ବିଜେପି ପ୍ରାର୍ଥୀ କପିଲ୍ ମିଶ୍ରା ଆଜି ନାମାଙ୍କନ ଭରିବେ । ଇତିମଧ୍ୟରେ ଅରିବନ୍ଦ କେଜରୀଓ୍ବାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଅନ୍ତିମ ସମୟରେ ବିଜେପି ସୁନୀଲ୍ ଯାଦବଙ୍କୁ ଛିଡା କରାଇଥିବାବେଳେ କଂଗ୍ରେସ ରମେଶ ସଓ୍ବରବାଲଙ୍କ ଠିଆ କରାଯାଇଛି । ବିଜେପି ନାମାଙ୍କନ ଭରିବାର ଅନ୍ତିମ ଦିବସରେ 10ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି । ବିଜେପି ହରିନଗର ବିଧାନସଭା ଆସନରୁ ତେଜିନ୍ଦର ବଗ୍ଗାଙ୍କୁ ଟିକେଟ ଦେଇଛି । ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସହଯୋଗୀ ଦଳ ଅକାଳୀ…
ସମୀକ୍ଷା ବ୍ୟୁରୋ ବୌଦ୍ଧ : ଜାତୀୟ ରାଜପଥ 57ର ଗୁଦୁଗୁଦା ନିକଟରେ ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହେଲପର ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ପରିବା ବୋଝେଇ ଟ୍ରକ୍ ସହ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ମୃତକ ଦ୍ବୟଙ୍କ ମଧ୍ୟରେ ଜଣେ ବୌଦ୍ଧର ହୋଇଥିବାବେଳେ ଅନ୍ୟଜଣକ ଖୋର୍ଦ୍ଧାର ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ବୌଦ୍ଧ : ଦୁଇ ଦଫା ଦାବି ନେଇ ଆଜି 12 ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଖୋର୍ଦ୍ଧା – ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପୂଜା ସଂଗ୍ରାମ ସମିତି ଏହି ବନ୍ଦ ଡାକରା ଦେଇଛି । କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଉଚିତ ଦର, କ୍ୟାମ୍ପ୍ କୋର୍ଟ ଖୋଲିବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ସମିତି ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାବେଳେ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି ।
କେଦାର ମିଶ୍ର ଆଗରୁ ଆମେ ଶୁଣୁଥିଲୁ ଦ୍ଵିତୀୟ କୋଣାର୍କ ଗଢାହେବ। ଯିଏ ଏ କଥା କହୁଥିଲେ, ସେ ଏବେ ରାଜନୀତିରେ ବଢିଆ ସଫଳତା ପାଇ ରାଜ୍ୟସଭାରେ ବସିଛନ୍ତି। ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଆଗରୁ ଯେଉଁ ସଭାକୁ ଗଲେ ଏ ଦ୍ଵିତୀୟ କୋଣାର୍କ କଥାଟିକୁ ବଡ ଗୁରୁତ୍ଵ ଦେଇ କହୁଥିଲେ। ଇତି ମଧ୍ୟରେ ରଘୁ ବାବୁ ରାଜ୍ୟସଭାରେ ଢେର ସମୟ ବିତାଇ ସାରିଲେଣି। ରାଜ୍ୟସଭାରେ ସେ କଣ କରୁଛନ୍ତି ବା କହୁଛନ୍ତି, ତାର କିଛି ଖୋଜ ଖବର ମିଳୁନାହିଁ। ତେବେ ସେ ଯେ କୋଣାର୍କ ଆଉଥରେ ଗଢିବେ, ସେ କଥା ଆମେ ବିଶ୍ଵାସ କରୁନୁ। ହେଲେ ଏକ କଳାକୃତିର କଳ୍ପନା ଯେ ରାଜନୈତିକ ସଫଳତାର ସିଡି ହୋଇପାରେ, ସେଇଟା ଆମେ ଜାଣ ରଖିବା ଉଚିତ। କୋଣାର୍କ ଏକ ଏବଂ ଅଦ୍ଵିତୀୟ। କୋଣାର୍କର ବିକଳ୍ପ ନାଇଁ କି ଦ୍ଵିତୀୟ କୋଣାର୍କ ନିର୍ମାଣର ଆବଶ୍ୟକତା ମଧ୍ୟ ନାହିଁ। ୧୨୫୫ ଖ୍ରୀଷ୍ଟାବ୍ଦରେ ଏହାର…
ସମୀକ୍ଷା ବ୍ୟୁରୋ ସମ୍ବଲପୁର: ଆଜି ଭୋରରୁ ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଏକ ଅଘଟଣ ଘଟିଛି। ରାସ୍ତା କଡ଼ରେ ଥିବା କିଛି ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ 7ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଖବର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ଟି ଅଟକ ରହିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ସର୍ବପୁରାତନ କଲେଜ ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏକ ମିନି ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀଙ୍କ ବ୍ୟତିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗ୍ଦ୍ଦେବ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା…
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲର ଜନୈକ ସାମ୍ବାଦିକଙ୍କ ଚୋରି ବାଇକ୍ ଉଦ୍ଧାର କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନଙ୍କ ଚୋରି ବାଇକ ବୌଦ୍ଧରୁ ଉଦ୍ଧାର କରାଯିବା ସହିତ ଚୋରକୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 2 ତାରିଖରେ ରେଢାଖୋଲ ଡାକ୍ତରଖାନା ପରିସରରୁ ସାମ୍ବାଦିକଙ୍କ ବାଇକ ଚୋରି ହୋଇଯାଇଥିଲା । ଏ ନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ କେସ୍ ନମ୍ବର 257/219 ଅନୁସାରେ ମାମଲା ରୁଜୁ କରାଯିବା ସହିତ ଦୀର୍ଘ ଅଢେଇ ମାସ ପରେ ବାଇକ୍ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲା କିଆକଟା ଥାନା ଶଙ୍ଖାମାଳ ଗ୍ରାମର ଭୁବନ ବେହେରାଙ୍କୁ ପୋଲିସ୍ ଗିରଫ କରିଛି । ରେଢାଖୋଲ ପୋଲିସ୍ ଖବର ପାଇ ସଦଳବଳ ଅଭିଯୁକ୍ତକୁ ତାର ଗାଁରୁ ଗିରଫ କରିଥିଲା । ଏହି ଚଢଉରେ ଏସ୍ଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢାଖୋଲ ଥାନାଧିକାରୀ ପ୍ରଶାନ୍ତ…
ସୁରତକୁ ବିମାନ ଚଳାଚଳ କରିଥିବାରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସୁରତ ପ୍ରବାସୀ ଓଡିଆ ସମାଜ ତରଫରୁ ଦିଆଯାଇଛି ସମ୍ବର୍ଦ୍ଧନା। ଅପରାଜିତାଙ୍କ ଉଦ୍ୟମରେ ଭୁବନେଶ୍ବରରୁ ସୁରତକୁ ବିମାନ ସେବା ଆରମ୍ଭ ହୋଇପାରିଛି।
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲର ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜନ ଅଭିଯୋଗ ଶୁଣାଣିରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କ ସହିତ ଏସ୍.ପି କନ୍ଓ୍ବର୍ ବିଶାଲ୍ ସିଂହ, ରେଢାଖୋଲ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ରେଢାଖୋଲ ବି.ଡିଓ ପରୀକ୍ଷିତ ସାହୁ ତହସିଲ୍ଦାର ରୁବି ବେହେରା, ସିଡିଏମ୍ଓ ଡା.ଶଶି ଭୁଷଣ ପଟେଲ୍ ଏବଂ ଜିଲ୍ଲାସ୍ତରୀୟ ତଥା ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜନ ଅଭିଯୋଗ ଶୁଣାଣୀରେ 25ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ 7ଟି ଦଳଗତ ଅଭିଯୋଗ ଓ 18ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବିଶେଷ କରି ଜଙ୍ଗଲ ଜମି ରେଢାଖୋଲରେ ଆଦର୍ଶ ବିଦ୍ୟାଳୟ, ଇନ୍ଦିରା ଆବାସ, ସ୍ୱାସ୍ଥ୍ୟସେବା, ରେଢାଖୋଲ ଏସବିଆଇର ଏଟିଏମ୍ ଅଚଳ ସଂପର୍କିତ ଅଭିଯୋଗ ଥିଲା । 14ଟି ପଞ୍ଚାୟତ ନିମନ୍ତେ ଏହି…
ଭୁବନେଶ୍ବରର ଜନତା ମଇଦାନରେ ଆରମ୍ଭ ହୋଇଛି କୃଷି ନିତି 2020 ଏବଂ ଓଡିଶା କୃଷି ପ୍ରଦର୍ଶନୀ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କୃଷକଙ୍କ ସମୃଦ୍ଧି ଉପରେ ଆଲୋକପାତ କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି । ଗାଙ୍ଗୁଲି ନବରଙ୍ଗପୁର,ଜୟପୁର ଏବଂ ମାଲକାନଗିରିରେ ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗାଙ୍ଗୁଲି ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ । ଗାଙ୍ଗୁଲି ରାଇଘର ମିନି ଷ୍ଟାଡିୟମରରେ ଅପରାହ୍ନ 1 ଟାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ । 22 ତାରିଖରେ ଗାଙ୍ଗୁଲି ମାଲକାନଗିରି ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇବେ ଏବଂ ଅପରାହ୍ନ ଗୋଟାଏରେ ଜୟପୁରରେ ପହଞ୍ଚି ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।
Hyderabad: Stills from Telugu film “Cheema Prema Madhyalo Bhama” in Hyderabad. (Photo: IANS)
From “Aashiqi 2” to upcoming film “Street Dancer 3D”, singer Tulsi Kumar has lent her voice to actress Shraddha Kapoor a lot of times. According to Shraddha, “Tulsi’s voice suits her very well”.
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୟୋର୍ସ ହୋପ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ରୀନାରାଣୀ ନାୟକଙ୍କ ପକ୍ଷରୁ ଏହି ସଫେଇ ଅଭିଯାନ କରାଯାଇଛି। ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମରେ ବାଲୁଗାଁ ହସ୍ପିଟାଲର ଡାକ୍ତର ଯୋଗେନ୍ଦ୍ର ବେହେରା ଉପସ୍ଥିତ ରହି ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ୟୋର୍ସ ହୋପ୍ ଫାଉଣ୍ଡେସନ୍ର ଖୋର୍ଦ୍ଧା ଜିଲ୍ଲା ସଞ୍ଜୋଯକ ସୀମାଞ୍ଚଳ ସ୍ବାଇଁଙ୍କ ସମେତ ମୁକେଶ ଜେନା, ବିଜୟ ମହାରଣା, ସଂଗ୍ରାମ ରଣା, ପ୍ରିୟବ୍ରତ ସାମନ୍ତରାୟ, ସନ୍ତୋଷ ସ୍ବାଇଁ, ଅଂଶୁମାନ ସ୍ବାଇଁ, ସୌଭାଗ୍ୟ ସ୍ବାଇଁ, ମୁନା ବେହେରା ଏବଂ ଏବିଭିପି ଖୋର୍ଦ୍ଧା ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଏହି ସଫେଇ ଅଭିଯାନକୁ ସଫଳ କରିଥିଲେ। ଏତଦ୍ ବ୍ୟତିତ ୟୋର୍ସ ହୋପ୍ ପକ୍ଷରୁ ବାଣପୁରରେ ଅବସ୍ଥାପିତ ବୃଦ୍ଧାଶ୍ରମରେ ମଧ୍ୟ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ପରିଶେଷରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ସଙ୍ଗଠନ ପକ୍ଷରୁ ଫଳ ବଣ୍ଟନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆୟକର ଆଦାୟରେ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଟିକସ୍ ପୈଠ ବ୍ୟବସ୍ଥାକୁ ଅନ୍ଲାଇନ୍ରେ ରଖାଯାଇଛି । ଭୁବନେଶ୍ବର ଅଧିବାସୀ http://bhubaneswar.me ଜରିଆରେ ଟିକସ ପୈଠ କରୁଥିବା ବେଳେ ପୌରାଞ୍ଚଳ ଅଧିବାସୀ http://ulbodisha.gov.inରେ ଟିକସ ଭରିବେ । ପ୍ରତିଯୋଗିତା ମୂଳକ ଉପାୟରେ କର ସଂଗ୍ରହ ପାଇଁ ମ୍ୟୁନିସିପାଲ ପ୍ରିମିଅର ଲିଗ୍ ପ୍ରଣୟନ କରାଯାଇଛି । 9ଟି ସହର ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ଜଣାପଡିଛି । କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ ଏବଂ ଇ ଓ୍ବାଲେଟ୍ ଜରିଆରେ ଜନ ସାଧାରଣ ଟିକସ ଦାଖଲ କରିପାରିବେ ବୋଲି ଜଣାପଡିଛି ।
ମୁମ୍ବାଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ଟ୍ରେଲର ରିଲିଜ୍ ହୋଇଛି । ପ୍ରଥମ ଥର ପାଇଁ ବଲିଉଡରେ ବଡ ପରଦାରେ ସମଲିଙ୍ଗୀ ସମ୍ପର୍କକୁ ଦେଖିଆ ଯାଇଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ଜିତେନ୍ଦ୍ର କୁମାରଙ୍କୁ ପ୍ରେମୀ ଯୁଗଳ ଭାବରେ ଦେଖିବାକୁ ମିଳିଛି । ଆୟୁଷ୍ମାନ ଏବଂ ଜିତେନ୍ଦ୍ର କୁମାରଙ୍କ ବ୍ୟତିତ ଗଜରାଜ ରାଓ ଏବଂ ନୀନା ଗୁପ୍ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି । ନିଜର ପଡୋଶୀ ଯୁବକଙ୍କ ସହିତ ସମଲୈଙ୍ଗିକ ସମ୍ପର୍କ ଏବଂ ଏହାକୁ ନେଇ ରହିଥିବା ସାମାଜିକ ସମସ୍ୟାକୁ ଫିଲ୍ମରେ କମେଡି ମାଧ୍ୟମରେ ଦେଖାଇଛନ୍ତି ଡେବ୍ୟୁଟାଣ୍ଟ ଡିରେକ୍ଟର ହିତେଶ କୈବଲ୍ୟ । ଆନନ୍ଦ ଏଲ୍ ରାଇ ଏବଂ ଟି ସିରିଜ୍ର ଭୂଷଣ କୁମାର ମିଳିତ ଭାବରେ ଫିଲ୍ମର ପ୍ରଯୋଜନା କରିଛନ୍ତି । ଫିଲ୍ମଟି 21 ଫେବୃୟାରୀ 2020 ରିଲିଜ୍ ହେବାକୁ ଯାଉଛି । ଫିଲ୍ମରେ ଆୟୁଷ୍ମାନ ଏବଂ ଜିତେନ୍ଦ୍ରଙ୍କ ମଧ୍ୟରେ ଏକ…
ମାଙ୍ଗାଲୁରୁ : ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ବିମାନ ବନ୍ଦରର ଟିକଟ କାଉଣ୍ଟର ନିକଟରେ ପଡି ରହିଥିବା ଏକ ବ୍ୟାଗରୁ ଏହି ବିସ୍ଫୋରକ ଜବତ କରାଯାଇଛି । ସିଆଇଏସ୍ଏଫ୍ ପକ୍ଷରୁ ବିମାନ ବନ୍ଦରକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି । ସିଆଇଏସ୍ଏଫ୍ ଡିଜିପି ଅନୀଲ ପାଣ୍ଡେଙ୍କ ନେତୃତ୍ବରେ ସର୍ଚ୍ଚ ଅପରେସନ୍ କରାଯିବା ସହିତ ସିସିଟିଭି ଯାଞ୍ଚ କରାଯାଉଛି । ଏହି ଘଟଣା ପରେ ମାଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଛି । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପରିବେଷଣ କରିଥିଲେ ନାଜିଆ ଆଲାମ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗାଙ୍ଗ ବେଣୁଧରଙ୍କ ରଚନାରେ ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି ଶ୍ୟାମ ବନ୍ଧୁ ଲାଗି ସଖିରେ ଝୁରି ଝୁରି ମରିବି, ପରେ ପରେ ଭାବାଙ୍ଗ ଗଦାଧର ସିଂ ସାମନ୍ତଙ୍କ ରଚନାରୁ ଚାହାଁ ଚାହାଁରେ ବନ୍ଧୁ ଚାହାଁ, ତା ପରେ ଛାନ୍ଦ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଚେତି ଚାତୁରୀ ଚାହିଁଲା ନିଶି ନାଶେ, ଜୟଦେବଙ୍କ ରଚନାରୁ ଗୀତ ଗୋବିନ୍ଦ ସଖୀ ହେ କେଶି ମଥନ ମୁଦାରଂ ଏବଂ ଶେଷରେ ନାଟ୍ୟାଙ୍ଗ ରଘୁନାଥଙ୍କ…
Bengaluru: Indian fans cheer for their team during the third and final ODI match between India and Australia, at M. Chinnaswamy Stadium in Bengaluru on Jan 19, 2020. (Photo: IANS)

