ସମୀକ୍ଷା ବ୍ୟୁରୋ କଟକ : ପୁଅ ପାଇଁ ବଟି ମାଗି ଗିରଫ ହୋଇଛନ୍ତି ମା’-ବାପା । କଟକଠାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । କଟକର ଜଣେ ବ୍ୟବସାୟୀଙ୍କଠାରୁ 50ଲକ୍ଷ ଦାଦା ବଟି ମାଗିବା ନେଇ ଗିରଫ ହୋଇଛନ୍ତି । ଚୌଦ୍ବାର ଜେଲ୍ରେ ଥିବା ଡି-ବ୍ରଦର୍ସ ସହଯୋଗୀ ଲିଟୁଆ ଫୋନ୍ରେ ଦାଦା ବଟି ମାଗିଥିଲା । ପୁଅ ଜେଲ୍ ଭିତରେ ଦାଦାଗିରି ଆଉ ବାହାରେ ବାପା -ମାଆଙ୍କ ଦାଦାଗିରି ଦେଖିବାକୁ ମିଳିଛି । ନକଲି ତେଲ ପାଇଁ ସମ୍ପୃକ୍ତ ବ୍ୟବସାୟୀ ଗିରଫ ହେବା ପରେ ଏହି ଗୁମର ଫିଟିଥିଲା । ବଟି ଟଙ୍କା ଆଣିବା ପାଇଁ ଯାଇଥିବା ଦୁଇ ଯୁବକଙ୍କୁ ପୋଲିସ ଉଠାଇନେବା ପରେ ଲିଟୁଆର ବାପା, ମା’ ବଟି ପାଇଁ ପଠାଇଥିବାର କହିଥିଲେ ସମ୍ପୃକ୍ତ ଦୁଇ ଯୁବକ । ସୂଚନା ମିଳିବା ପରେ ପୋଲିସ୍ ଲୁଟିଆର ବାପା, ମା’ଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି ।
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସବଡିଭିଜନ ଚାରମାଳଥାନା ଚାଟୁଣ ପ୍ରାଥମିକ ବିଦ୍ୟାଳୟରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା କଣ୍ଢଳ ଗ୍ରାମର ରାଜୁ ଜାନି। ୩୫ ବର୍ଷୀୟ ରାଜୁ ଗାଁ ଗାଁ ବୁଲି ଚଟୁ ପାତିଆ ଆଦି ଲୁହା, ଟିଣ ସାମଗ୍ରୀ ବିକ୍ରି କରୁଥିବାର ସୂଚନା ରହିଛି। ପୋଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ। ତେବେ ବିଦ୍ୟାଳୟ ଭିତରେ ତାଙ୍କର ମୃତଦେହକୁ କିପରି ଆସିଲା, ସେନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି।
ମୁମ୍ବାଇ : କ୍ରିକେଟ ଦୁନିଆରେ ଟେଷ୍ଟ ମ୍ୟାଚ୍ରେ 5 ଲକ୍ଷ ରନ୍ କରି ଦୁନିଆର ପ୍ରଥମ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି ଇଂଲଣ୍ଡ ଦଳ । ଜୋହାନସ୍ବର୍ଗ ଓ୍ବାଣ୍ଡର୍ସ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ରେ ଇଂଲଣ୍ଡ ଏହି କୀର୍ତ୍ତିମାନ ସ୍ଥାପନ କରିଛି । ଇଂଲଣ୍ଡ ନିଜର 1022ତମ ଟେଷ୍ଟ୍ ମ୍ୟାଚ୍ରେ ଏହି ସଫଳତା ଲାଭ କରିଛି । ତେବେ ଟେଷ୍ଟ୍ କ୍ରିକେଟ୍ରେ ଅଷ୍ଟ୍ରେଲିଆ 830ଟି ଟେଷ୍ଟ ମ୍ୟାଚ୍ ଖେଳି 432,706 ରନ୍ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଭାରତ 540ଟି ଟେଷ୍ଟ୍ ମ୍ୟାଚ୍ ଖେଳି 273.518 ରନ୍ କରି ତୃତୀୟ ସ୍ଥାନରେ ରହିଛି । ସେହିପରି ଓ୍ବେଷ୍ଟଇଣ୍ଡିଜ୍ 545ଟେଷ୍ଟ ମ୍ୟାଚ୍ରେ 270,441ରନ୍ କରି ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଭାରତ ବିଦେଶୀ ମାଟିରେ ଏପର୍ଯ୍ୟନ୍ତ 268ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବାବେଳେ ସେଥିରୁ 51ଟିରେ ବିଜୟ ପାଇଥିବାବେଳେ 113ଟି ପରାଜୟ ଓ 104ଟି ଡ୍ର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା କାଲି 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ମୋଟ 29ଜଣ ପୋଲିସ୍ କର୍ମଚାରୀଙ୍କୁ ମେଡାଲ୍ ପ୍ରଦାନ କରାଯିବ । ସାହସିକତା ପାଇଁ 16ଜଣ ପୋଲିସ୍ କର୍ମଚାରୀଙ୍କୁ ମେଡାଲ୍ ମିଳିବ । ବିଶିଷ୍ଟ ସେବା ପାଇଁ ଦୁଇଜଣ ଓ ଉଲ୍ଲେଖନୀୟ ସେବା ପାଇଁ ଓ 11ଜଣଙ୍କୁ ମେଡାଲ ପ୍ରଦାନ କରାଯିବ । ବିଶିଷ୍ଟ ସେବା ପାଇଁ ଏଡିଚି ଆରପି କୋଚେ ଏବଂ ଭିଜିଲାନ୍ସ ଏଏସ୍ଆଇ ମନୋରଞ୍ଜନ ସାମଲ୍ଙ୍କୁ ପଦକ ମିଳିବାକୁ ଥିବାବେଳେ ସେହିପରି ଏସଏସ୍ପି ବିଶ୍ୱନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ର, ଏଏସ୍ପି ସୁଶାନ୍ତ ବିଶ୍ୱାଳ, ଇନ୍ସପେକ୍ଟର ଆଶିଷ ମିଶ୍ର ପ୍ରମୁଖ ଉଲ୍ଲେଖନୀୟ ସେବା ପଦକ ପାଇବେ। ଅନ୍ୟପକ୍ଷରେ ଏସ୍ ଗଗନ ନାୟକଙ୍କ ସହ ୧୬ ଜଣ ପୁଲିସ୍ ସାହସିକତା ପଦକ ଗ୍ରହଣ କରିବେ। (ଏଜେନ୍ସି)
ମୁମ୍ବାଇ: ଅଭିନେତା ରଣବୀର୍ ସିଂ ସବୁବେଳେ ନିଜ ଆଉଟ୍ଫିଟ୍କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ୍ ଅଭିନେତା ରଣବୀର ସିଂଙ୍କୁ ଏକ ନୂଆ ଢଙ୍ଗରେ ବିମାନବନ୍ଦରରେ ନୋଟିସ୍ କରାଯାଇଛି । ରଣବୀର ସିଂହ ବ୍ଲାକ୍ ଏଣ୍ଡ୍ ହ୍ବାଇଟ୍ର ଫୋଲ୍କା ଡଟ୍ ସାର୍ଟ ସହିତ ମ୍ୟାଚିଂ କ୍ୟାପ୍ ଓ ଫକୀର ପିଙ୍କ୍ ଏଣ୍ଡ୍ ଗୋଲେଡ୍ନ ହାଇବେଷ୍ଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ରଣବୀରଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ରଣବୀର୍ଙ୍କ ଏହି ଫଙ୍କି ଲୁକ୍କୁ ସୋସିଆଲ୍ ମିଡିଆରେ ବହୁତ୍ ମଜାକ୍ କରାଯାଇଛି । ଲୋକମାନେ ତାଙ୍କ ଆଉଟଫିଟ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ଦୀପିକାଙ୍କ ଡ୍ରେସ୍ ପିନ୍ଧିଛନ୍ତି ବୋଲି କହିବା ସହିତ ଆଉ କେହି କେହି ଦୀପିକାଙ୍କ ସବୁ ଡ୍ରେସ୍କୁ କ’ଣ ଆପଣ ପ୍ରଥମେ ଟ୍ରାଏଲ୍ କରୁଛନ୍ତି ବୋଲି କହିଛନ୍ତି । ଦୀପିକାଙ୍କୁ ଫୋଲ୍କା ଡଟ୍ ପ୍ରିଣ୍ଟ୍ ବହୁତ ପସନ୍ଦ…
ସମୀକ୍ଷା ବ୍ୟୁରୋ ପୁରୀ : ପୁରୀ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ଗ୍ରାଉଣ୍ଡର ସ୍ଥାନ ବଦଳିଛି । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶରଧା ବାଲିରେ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍ରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ଆଇନମନ୍ତ୍ରୀ ପ୍ରତାପ ଜେନା । ସେହିପରି ଚଳିତଥର ମୁଖ୍ୟମନ୍ତ୍ରୀ କଟକଠାରେ ପତାକା ଉତ୍ତୋଳନ କରିବେ ନାହିଁ। ଭୁବନେଶ୍ବରରେ ରାଜ୍ୟପାଳଙ୍କ ଦ୍ବାରା ହେବାକୁ ଥିବା ପତାକା ଉତ୍ତୋଳନ ଉତ୍ସବରେ ସମ୍ମାନିତ ଅତିଥୀ ଭାବେ ଯୋଗଦେବେ। ଚଳିତ ଥର କଟକଠାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ ।
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରିଦୋଷୀଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ଫାଶୀ ବଞ୍ଚିବା ପାଇଁ ଦୋଷୀମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ଆବେଦନ କରିଥିବାବେଳେ ଏହା ଖାରଜ ହେବା ପରେ ମୁକେଶ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମୁକେଶ ତାଙ୍କ ଯାଚିକାରେ କହିଛନ୍ତି ଯେ, ତାଙ୍କ ଦୟାଯାଚିକା ଉପରେ ତ୍ବରିତ୍ବ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରପତି ତାଙ୍କ ଦୟାଯାଚିକାକୁ ଠିକ୍ ରୂପେ ବିଚାର କରିନାହାନ୍ତି । ଫାଶୀର ସମୟ ନିକଟ ହେଉଥିବାବେଳେ ଦୋଷୀମାନେ ଜଣକ ପରେ ଜଣେ ବିଭିନ୍ନ ଆବେଦନକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଉଥିବାରୁ ଫାଶୀ ଦେବାର ତାରିଖ ପୁଣି ଘୁଞ୍ଚି ଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ନିକଟରେ ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ହେବା ନେଇ ପ୍ରଶ୍ନ…
ମୁମ୍ବାଇ : ଏହି ସୁପରଷ୍ଟାରଜଣକ ଫିଲ୍ମ ଦୁନିଆରେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ନିଜ ଜୀବନଶୈଳୀକୁ ନେଇ। ସେହିପରି ତାଙ୍କର ବଦାନ୍ୟତା କାହାଣୀ ମଧ୍ୟ କମ୍ ନୁହେଁ, ବଲିଉଡ୍ର ହାଇଏଷ୍ଟ ପେଡ୍ ଅଭିନେତା ଜଣକ କିନ୍ତୁ ଉଧାରରେ ରହିଛନ୍ତି। ଆଜ୍ଞା ହଁ, ସଲମାନ୍ ଖାନ୍ ଜଣେ ସାଇକେଲ୍ ମେକାନିକ୍ଙ୍କ ପାଖରୁ 1.25 ପଇସା ଉଧାରରେ ରହିଛନ୍ତି। ଏକଥା ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ନିଜେ କହିଛନ୍ତି। ଉମଙ୍ଗ୍ ଇଭେଣ୍ଟରେ ଯୋଗ ଦେଇ ଅଭିନେତା ଜଣକ ନିଜ ପିଲାବେଳର କାହାଣୀ ସେୟାର କରି ଏକଥା କହିଛନ୍ତି। ବଲିଉଡ୍ ସୁପରଷ୍ଟାର୍ ନିକଟରେ ପିଲାବେଳର ଏକ ସୁନ୍ଦର ମଜାଦାର କଥାକୁ ମନେ ପକାଇ କହିଛନ୍ତି ଯେ, ସେ ଜଣେ ସାଇକେଲ୍ ମେକାନିକ୍କୁ 1.25 ପଇସା ଦେବାକୁ ଭୁଲିଯାଇଥିଲେ। ସୁପରଷ୍ଟାର୍ ଜଣକ ଉମଙ୍ଗ୍ର ଏକ ଇଭେଣ୍ଟରେ ଯୋଗଦେଇ ହାସ୍ୟକଳାକାର କପିଲ୍ ଶର୍ମାଙ୍କୁ ଏହି ସମ୍ପର୍କରେ କହିଥିଲେ। ତେବେ ମେକାନିକ୍ଙ୍କର 1.25 ପଇସା ଉଧାର ରହିଛି ବୋଲି…
ଲାହୋର : ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ ପୂର୍ବରୁ ପିସିବି ପକ୍ଷରୁ ଏକ ବଡ ବୟାନ ପ୍ରଦାନ କରାଯାଇଛି । ଯଦି ଭାରତ ପାକିସ୍ତାନରେ ଆୟୋଜିତ ଏସିଆ କପ୍ରେ ଅଂଶ ଗ୍ରହଣ ନକରେ ତେବେ 2021ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍କୁ ପ୍ରତ୍ୟାଖ୍ୟାନର ଧମକ ଦେଇଛି ପାକିସ୍ତାନ । ବାଂଲାଦେଶ ପକ୍ଷରୁ ପାକିସ୍ତାନ ଗସ୍ତ କରାଯିବା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାର କ୍ଷମତା ହାସଲ କରିଛି । ମାତ୍ର ସୁରକ୍ଷାଗତ କାରଣ ଦର୍ଶାଇ ବିସିସିଆଇ ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ । ଯଦି ବିସିସିଆଇ ଭାରତୀୟ ଟିମ୍କୁ ନପଠାଏ ତେବେ ପିସିବି ମଧ୍ୟ ଟି 20 ବିଶ୍ବକପ୍ ବର୍ଜନ କରିବ ବୋଲି ପିସିବି ମୁଖ୍ୟ ଓ୍ବାସିମ୍ ଖାନ୍ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ମୁମ୍ବାଇ : ବଲିଉଡ୍ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନଙ୍କ ସହିତ ଫଟୋ ସେୟାର କରିଛନ୍ତି ଦକ୍ଷିଣୀ ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର । ନିଜର ଅପ୍କମିଙ୍ଗ ମାଲାୟଲମ୍ ଫିଲ୍ମ ‘ପ୍ରତି ପୁଭାଙ୍କୋଝି’ର ପ୍ରମୋଶନ ପାଇଁ ମୁମ୍ବାଇରେ ରହିଥିବା ମଞ୍ଜୁ ବିଗ୍ ବି ଏବଂ ଜୟା ବଚ୍ଚନଙ୍କୁ ଭେଟିଥିଲେ । ମେଗାଷ୍ଟାର ଅମିତାଭଙ୍କୁ ଭେଟିବା ପରେ ଏକ ଫଟୋ ଟ୍ବିଟ୍ କରିଛନ୍ତି ମଞ୍ଜୁ । ଏହି ଫଟୋରେ ଉଭୟ ଅମିତାଭ୍, ଜୟା ଏବଂ ମଞ୍ଜୁ ଭାରତୀୟ ପରିପାଟୀରେ ନଜର ଆସିଛନ୍ତି । ‘ପ୍ରତି ପୁଭାଙ୍କୋଝି’ ଏକ ମହିଳା କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ମଞ୍ଜୁ ମୁଖ୍ୟ ଚରିତ୍ର ମାଧୁରୀ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ରୋଶନ ଆଣ୍ଡ୍ର୍ୟୁଜ୍ ଏହି ଫିଲ୍ମ ଜରିଆରେ ନିଜର ଅଭିନୟ ପଦାର୍ପଣ କରିବାକୁ ଯାଉଛନ୍ତି । 14 ବର୍ଷ ପରେ ରୋଶନଙ୍କ ଚଳଚିତ୍ରରେ ନଜର ଆସିବାକୁ ଯାଉଛନ୍ତି ମଞ୍ଜୁ ଓ୍ବାରିୟର । (ଏଜେନ୍ସୀ)
ନୂଆଦିଲ୍ଲୀ : ବିବାଦୀୟ ଟ୍ବିଟ୍ କାରଣରୁ ବିଜେପିର ମଡେଲ ଟାଉନ୍ ବିଧାୟକ ପ୍ରାର୍ଥୀ କପିଲ ମିଶ୍ରାଙ୍କ ଉପରେ 48 ଘଣ୍ଟାର ରୋକ୍ ଲଗାଯାଇଛି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କପିଲ୍ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ କୁହାଯାଇଛି । ଶନିବାର ଅପରାହ୍ନ 5ଟା ପରଠାରୁ ଏହି ରୋକ୍ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ରୋକ୍ ଆଦେଶ ଉପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହିତ ଦୁଇ ନିର୍ବାଚନ ଅଧିକାରୀଙ୍କ ଦସ୍ତଖତ ରହିଛି । ପୂର୍ବରୁ ଟ୍ବିଟ୍ଟର ପକ୍ଷରୁ ମିଶ୍ରାଙ୍କ ଟ୍ବିଟ୍କୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ଧାରା 125 ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ବୋଲି ଅଭିହିତ କରି ବିବାଦ ଘେରକୁ ଆସିଥିଲେ ମିଶ୍ରା ।
ମୁମ୍ବାଇ : ଭାରତୀୟ କ୍ରିକେଟର ଟେଷ୍ଟ ସ୍ପେସିଆଲିଷ୍ଟ ଚେତେଶ୍ବର ପୂଜାର 32 ବର୍ଷରେ ପାଦ ଦେଇଛନ୍ତି । ଶନିବାର ପୂଜାରା 32 ବର୍ଷରେ ପାଦ ଦେଇଥିବା ବେଳେ ଅନେକ ଭାରତୀୟ ଖେଳାଳି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରୁ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ପୂଜାର ଉକ୍ତ ସିରିଜ୍ରେ 521 ରନ୍ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ନିୟମିତ ଭାବରେ ଭାରତୀୟ ଟେଷ୍ଟ ଦଳର ସଦସ୍ୟ ରହିଥିବା ପୂଜାରାଙ୍କୁ ଦ୍ରାବିଡଙ୍କ ଶ୍ରେଷ୍ଠ ବିକଳ୍ପ ଭାବରେ ବିବେଚନା କରାଯାଏ । ବିସିସିଆଇ ସମେତ ଅନେକ ଭାରତୀୟ ଖେଳାଳି ପୂଜାରାଙ୍କୁ ଜନ୍ମଦିନ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଟେଷ୍ଟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଚେତେଶ୍ବର ପୂଜାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ୍ କରାଯାଇଛି । ସେହିପରି ମରାଠୀରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଥିଲେ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର । ପୂଜାରାଙ୍କୁ ଆଉଟ କରିବା ପାଇଁ ଭଗବାନଙ୍କ…
ବେଙ୍ଗାଲୁରୁ : କେଉଁଠି ବି ଆସିପାରେ ମୃତ୍ୟୁ । ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ । ଜଣେ ଛାତ୍ରୀ ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ହୃଦ୍ଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକର କୋଲାର ଗୋଲ୍ଡ ଫିଲ୍ଡ (କେଜିଏଫ୍)ରେ ଏହି ଘଟଣା ଘଟିଛି । ଶନିବାର ପୋଲିସ୍ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ନବମ ଶ୍ରେଣୀର ଛାତ୍ରୀ ପୂଜିତା ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ପ୍ରାଣ ହରାଇଥିଲେ । କୋଲାରର ଗୋଲ୍ଲାହାଲି ବିଦ୍ୟାଳୟର ଛାତ୍ରୀ ପୂଜିତା ଗୁରୁବାର ନୃତ୍ୟ ଅଭ୍ୟାସ କରୁଥିବା ସମୟରେ ଅଚେତ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ବଙ୍ଗାରପେଟର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂଜିତାଙ୍କ ମୃତ୍ୟୁ ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍କୁଲର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍କା ଲାଗିଛି। ହରିନଗର ଆସନରୁ ଚାରି ଥର ବିଧାୟକ ରହିଥିବା ବିଜେପିର ହରିଶରଣ ସିଂ ବଲ୍ଲୀ ଆଜି ଆମ୍ ଆଦ୍ମୀ ଦଳରେ ସାମିଲ୍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ଉପସ୍ଥିତିରେ ହରିଶରଣ ଆପ୍ରେ ଯୋଗଦେଇଛନ୍ତି। କେଜରୀଓ୍ବାଲ୍ ଟୁଇଟ୍ କରି ହରିଶରଣ ସିଂହଙ୍କ ସ୍ବାଗତ କରିଛନ୍ତି। ହରିଶରଣ ଆପ୍ରେ ଯୋଗଦେବା ପରେ ବିଜେପିର ପ୍ରାର୍ଥୀ ତେଜେନ୍ଦ୍ରପାଲ୍ ବଗାଙ୍କ ମୁସ୍କିଲ୍ ବଢିଯିବ। ଏହି ଆସନରୁ ଆପ ତରଫରୁ ରାଜକୁମାରୀ ଢିଲୋଁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ କଂଗ୍ରେସ ତରଫରୁ ସୁରେନ୍ଦର୍ ସେଠୀ ରହିଛନ୍ତି। ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କଟକ ଏସ୍ସିବି ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ୍କୁ ମଂଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଦୋକାନ ପାଇଁ ପ୍ୟାକେଜ୍ର ଘୋଷଣା କରିଛନ୍ତି । ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଜମି ମାଲିକଙ୍କଠାରୁ ଜମି ଅଧିଗ୍ରହଣ ହେବା ସହିତ ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ରାଶି ମିଳିବ ବୋଲି ସୂଚନା ଦିଆଯାଇଛି । ଏହି କ୍ରମରେ ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ 1 ଲକ୍ଷ ସହାୟତା ରାଶି ଦିଆଯିବ । ସେହିପରି ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ 50ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି । ପ୍ରତି ପରିବାର ପାଇଁ 15 x15 ପ୍ଲଟରେ ଅସ୍ଥାୟୀ ଗୃହ ନିର୍ମାଣ ପାଇଁ ଲାଇସେନ୍ସ । ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ 8 ଦିନ ପର୍ଯ୍ୟନ୍ତ ଖାଦ୍ୟ ଦିଆଯିବ ଓ ଲୋକଙ୍କ ସ୍ଥାନାନ୍ତର…
ପାଟନା : କଲେଜରେ ବୁର୍ଖା ପିନ୍ଧିବା ନେଇ କଟକଣା ଜାରିକୁ ଛାତ୍ରୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଛାତ୍ରୀଙ୍କ ଆନ୍ଦୋଳନ ପରେ ବୁର୍ଖା ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଶୁକ୍ରବାର ଦିନ ପାଟନାର ଜେଡି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଅଜବ ନିୟମ ପ୍ରଣୟନ କରାଯାଇଥିଲା । ଏହି ନିୟମ ଅନୁଯାୟୀ ଶନିବାର ବ୍ୟତିତ ଅନ୍ୟ କୌଣସି ଦିନ ଛାତ୍ରୀ ମାନେ ବୁର୍ଖା ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିପାରିବେ ନାହିଁ । ଏହି ନିୟମକୁ ଛାତ୍ରୀଙ୍କ ପକ୍ଷରୁ ବିରୋଧ କରାଯିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମ ହଟାଯାଇଛି । ଜବରଦସ୍ତି ଭାବରେ ଛାତ୍ରୀଙ୍କ ଉପରେ ଏହାକୁ ଲଦି ଦିଆଯାଉଥିବାର ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଥିଲା ବୋଲି କଲେଜ କର୍ତ୍ତୃପକ୍ଷ ମତ ଦେଇଛନ୍ତି ।
ଜୟପୁର : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ତୃତୀୟ ରାଜ୍ୟ ଭାବରେ ଏହା ବିରୋଧରେ ବିଲ୍ ପାଶ୍ କରାଇଛି ରାଜସ୍ଥାନ । କେରଳ ଏବଂ ପଞ୍ଜାବ ପରେ ତୃତୀୟ ରାଜ୍ୟ ଭାବରେ ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ସିଏଏ ବିରୋଧୀ ବିଲ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ବିଜେପି କର୍ମୀଙ୍କ ପକ୍ଷରୁ ରାଜ୍ୟରେ ଏହାର ବିରୋଧାଭାସ ପ୍ରଦର୍ଶନ କରାଯାଇଛି । ଶନିବାର ବିଧାନସଭାରେ ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସିଏଏ ଭାରତୀୟ ସମ୍ବିଧାନ ବିରୋଧୀ ତେଣୁ ରାଜସ୍ଥାନ ସରକାର ଏହା ବିରୋଧରେ ବିଲ୍ ପାଶ୍ କରାଇଛନ୍ତି ବୋଲି ରାଜସ୍ଥାନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ ଭୋଟ ହାସଲ ଅସମ୍ଭବ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠା-ଅଣ ମରାଠା ରାଜନୀତି କରି ବିଜେପି ଭୋଟ ହାସଲ ସମ୍ଭବ ମାତ୍ର ଦିଲ୍ଲୀରେ ଜାଟ-ଅଣଜାଟ ରାଜନୀତିରେ ଭୋଟ ହାସଲ ଅସମ୍ଭବ । ଦିଲ୍ଲୀରେ ଜନସାଧାରଣ ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଆପ୍ ସରକାର ବିକାଶ ଆଧାରରେ ନିର୍ବାଚନ ଲଢୁଥିବା କାରଣରୁ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଜନକପୁରୀରେ ରୋଡ ଶୋ ସମୟରେ କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସୀ)
ଧୃତିରଞ୍ଜନ ବାରିକ କେନ୍ଦ୍ରାପଡା : ଜାତୀୟ ମତଦାତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । 10ମ ମତଦାତା ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଶତାଧିକ ଛାତ୍ରଛାତ୍ରୀ ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ପ୍ରସାରଣ ବିଭାଗର ଉପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଓ ଭିନ୍ନକ୍ଷମ ଅଧିକାରୀ ପ୍ରଭାସ ଦାସ , ଜିଲ୍ଲା ନିର୍ବାଚନ ଅଫିସର ସମ୍ବିତ ଶତପଥି ପ୍ରମୁଖ ଯୋଗ ଦେଇଥିଲେ ।
Mumbai: Actors Shraddha Kapoor and Rakul Preet Singh at the screening of the film “Street Dancer 3D” in Mumbai on Jan 24, 2020. (Photo: IANS)
Mumbai: Actress Sunny Leone seen with her sons Asher Singh Weber and Noah Singh Weber at Juhu in Mumbai on Jan 23, 2020. (Photo: IANS)

