Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ଆଜି ରାଜ୍ୟ ସରକାର ଆଇପିଏସ୍‌ଙ୍କୁ ପଦୋନ୍ନତି ଦେଇଛନ୍ତି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ବ ମିଳିଥିବବେଳେ ଆଇପିଏସ୍‌ ଏସ୍‌.କେ. ଉପାଧ୍ୟାୟଙ୍କୁ ଜେଲ୍‌ ବିଭାଗ ଡିଜି ଭାବେ ପଦୋନ୍ନତି ମିଳିଛି। ସୌମେନ୍ଦ୍ରଙ୍କୁ ଅତିରିକ୍ତ ଡିଜି ଲ’ ଆଣ୍ଡ ଅର୍ଡରର ଦାୟିତ୍ବ ମଧ୍ୟ ମିଳିଛି। ଆରପି କୋଚେ ଏଡିଜିପି ଓ ଏସଏପି ହୋଇଛନ୍ତି। ଓ୍ବାଇ କୋୟଲ୍‌ଙ୍କୁ ଆଇଜିପି, ପ୍ରୋଭିଜିନିଂ, ରାଜ୍ୟ ପୋଲିସ୍‌ ମୁଖ୍ୟାଳୟର ଦାୟିତ୍ବ ମିଳିଛି। ସେହିପରି ଅନୁପସାହୁଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଥିବାବେଳେ ସେ ଅତିରିକ୍ତ ପୋଲିସ୍‌ କମିଶନର ଭାବେ ଦାୟିତ୍ବ ସମ୍ଭାଳିବେ। ଭୁବନେଶ୍ବର ଡିସିପି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଅନୁପ ସାହୁ। ସେହିପରି ଦୁଇ ଆଇଏଏସଙ୍କୁ ମଧ୍ୟ ପଦୋନ୍ନତି ଦେଇଛନ୍ତି। ଦୁଇ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ପ୍ରଦୀପ ଜେନା, ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହପରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ପରାଗ…

Read More

ସମୀକ୍ଷା ବ୍ୟୁରୋ ଜଗତସିଂହପୁର, ୩୧/୧୨: ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତକରିଛନ୍ତି। ଏହି ଗସ୍ତ ଅବସରରେ ସଚିବ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି। ଏହି କ୍ରମରେ କୁଜଙ୍ଗ ବ୍ଲକର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପୁରା ଗ୍ରାମର କଦଳୀ ଚାଷ ପରିଦର୍ଶନ କରିବା ସହିତ ଉଦ୍ୟାନ କୃଷି ବିଭାଗ ଦ୍ବାରା ଚାଷୀମାନେ କିପରି ଅଧିକ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଚାଷୀଙ୍କୁ ଜଣାଇଛନ୍ତି। ସେହିପରି ଜଗନ୍ନାଥପୁର ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଠପଢା, ଖାଇବା ପିଇିବା ସମ୍ପର୍କରେ ବୁଝିଥିଲେ। ମହିଳାଙ୍କୁ ଭେଟି ମମତା ଯୋଜନାର ସମ୍ପର୍କରେ ବୁଝିଥିଲେ। ସେହିପରି ଫତେପୁର ଜୀବନଜ୍ୟୋତି ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ସାଜସଜ୍ଜା ଦ୍ରବ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀକୁ ଦେଖି ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଓ ମାର୍କେଟିଂ…

Read More

New Delhi: Indian Army’s outgoing chief Gen. Bipin Rawat inspects the Guard of Honour near Gate No. 2, South Block Lawns in New Delhi on Dec 31, 2019. After three successful years as Indian Army chief, he will hand over the charge to the General M.M. Naravane to lead the Indian Army. General Rawat has been appointed India’s first Chief of the Defence Staff (CDS), the principal military adviser to the Defence Minister and head of the new Department of Military Affairs. (Photo: IANS)

Read More

ABOARD XUELONG 2, Dec. 29, 2019 (Xinhua) — Photo taken on Dec. 11, 2019 shows an iceberg in the Cosmonaut Sea. During China’s 36th Antarctic expedition, China’s first domestically made polar icebreaker Xuelong 2 has to overcome various difficulties including colliding with icebergs. (Xinhua/Liu Shiping/IANS)

Read More

ସମୀକ୍ଷା ବ୍ୟୁରୋ ବଲାଙ୍ଗୀର, ୩୧/୧୨: ବଲାଙ୍ଗୀର ରାଜେନ୍ଦ୍ର  ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ  ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ଅତିଥି ଭାବେ ଜିଲାପାଳ ଅରିନ୍ଦମ ଡାକୁଆ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, କ୍ରୀଡା ବିସ୍ମୟ ପ୍ରଣୀତ ମିଶ୍ର, କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗ…

Read More

ସମୀକ୍ଷା ବ୍ୟୁରୋ ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏହି ବର୍ଷ ଅନେକ ଘଟଣା ଦେଶରେ ଚହଳ ପକାଇଥିଲା । ରାଜନୀତିଠାରୁ ଆରମ୍ଭ କରି ଉନ୍ନାଓ ଓ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ, ଏନକାଉଣ୍ଟର ଓ ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସ ପରି ଘଟଣା ବେଶ୍‌ ଚର୍ଚ୍ଚାରେ ରହିଥିଲା। ସେହିପରି କୋର୍ଟଙ୍କର ମଧ୍ୟ କିଛି ଐତିହାସିକ ରାୟ ବର୍ଷ ସାରା ଦେଶର ମାହୋଲ୍‌କୁ ଚଳଚଞ୍ଚଳ କରି ରଖିଥିଲା । ୨୦୨୦କୁ ସ୍ବାଗତ କରିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଚଳିତ ବର୍ଷର କିଛି ପ୍ରମୁଖ ଘଟଣାବଳୀ ଉପରେ…. ଫୁଲଓ୍ବାମା ଆକ୍ରମଣ ବର୍ଷର ଦ୍ବିତୀୟ ମାସ ଅର୍ଥାତ୍‌ ଫେବୃଆରୀ ମାସରେ ହୋଇଥିଲା ଫୁଲ୍‌ଓ୍ବାମା ଆକ୍ରମଣ। ଫେବ୍ରୁଆରି ୧୪ ରେ ପ୍ରାୟ ଦିନ ୩ ଟା ୧୫ ମିନିଟ ରେ ଜମ୍ମୁ କାଶ୍ମୀର ହାଇୱେ ସି ଆର ପି ଏଫ ଯବାନ ମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରକୁ ଜୈଶ- ଏ ମହମ୍ମଦ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,31/12 : ଭୁବନେଶ୍ବର ଟ୍ରାଫିକ୍‌ କମିଶନରେଟ ପକ୍ଷରୁ ବିଜେଡି କର୍ମୀଙ୍କୁ 25 ହଜାର ଟଙ୍କା ଜରିମାନା କରାଯାଇଛି । ବିଜୁ ଜନତା ଦଳର 23 ତମ ପ୍ରତିଷ୍ଠା ଦିବସରେ ବିନା ହେଲମେଟ୍‌ରେ 25 ଜଣ ଲୋକ ଶୋଭାଯାତ୍ରା କରୁଥିଲେ । ଏହା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ ଘୋଷଣା କରାଯାଇଥିଲା । ମଙ୍ଗଳବାର ଦିନ ଟ୍ରାଫିକ୍‌ ବିଭାଗ ପକ୍ଷରୁ ଏହି ଜରିମାନା ଘୋଷଣା କରାଯାଇଛି । ଜଣେ ବ୍ୟକ୍ତି ପିଛା ହଜାରେ ଟଙ୍କା ହିସାବରେ ଏହି ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ଶିବଶକ୍ତି ମହାସଂଘ ନାମକ ଏକ ମହିଳା ସଙ୍ଗଠନର ମହିଳାମାନେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀଙ୍କ ଉପରେ ମାନସିକ ଶାରିରୀକ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି। ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ନିର୍ଦ୍ଦେଶକ୍ରମେ ଉକ୍ତ ମହିଳା ସଙ୍ଗଠନର ଦୁଇ ମହିଳାଙ୍କୁ ଗତ ତିନି ମାସ ହେବ ସ୍ବଚ୍ଛ ସାଥୀ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀ  ମହିଳାଙ୍କ ଦରମା ନ ଦେଇ ମିଛ ବାହନା ଦେଖାଇ ଚାକିରିରୁ କାଢି ଦେବାର ଧମକ ଦେଇଥିବାର ଅଭିଯୋଗ ହୋଇଛି। ତେବେ ଏ ବାବଦରେ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କୁ ପଚାରିବାରୁ ସେ ତାଙ୍କ ଉପରିସ୍ଥ ଅଫିସର ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉତ୍ତର ଦେଇଛନ୍ତି। ଏହାକୁ ନେଇ ସମ୍ପୃ୍କ୍ତ ଦୁଇ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇ ତାଙ୍କୁ ତାଙ୍କର ଉଚିତ୍‌ ପ୍ରାପ୍ୟ ଓ ଅଧିକାର…

Read More

ନୂଆଦିଲ୍ଲୀ,31/12 : ଗେରୁଆ ପୋଷାକକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ତାଙ୍କୁ ସମାଲୋଚନା କରିଛନ୍ତି । ଗେରୁଆ ରଙ୍ଗକୁ ସମାଲୋଚନା କରୁଥିବା ପ୍ରିୟଙ୍କା ନିଜ ସାଙ୍ଗିଆରୁ ଗାନ୍ଧୀ ହଟାଇ ଫିରୋଜ ଲେଖିବା ଉଚିତ୍‌ ବୋଲି ସାଧ୍ବୀ ମତ ଦେଇଛନ୍ତି । ସାଧ୍ବୀ କହିଛନ୍ତି ଯେ ପ୍ରିୟଙ୍କା ନକଲି ଗାନ୍ଧୀ ଏବଂ ତାଙ୍କୁ ନିଜ ନାଁ ସହ ନିଜର ଜେଜେ ବାପା ଫିରୋଜ ଗାନ୍ଧୀଙ୍କ ନାଁ ଯୋଡିବା ଦରକାର । ପ୍ରିୟଙ୍କା ଗେରୁଆ ରଙ୍ଗର ମହତ୍ତ୍ବ ନବୁଝି ଏପରି ମନ୍ତବ୍ୟ ଦେଇଥିବାରୁ ସେ ଗାନ୍ଧୀ ସାଙ୍ଗିଆର ହକ୍‌ଦାର ନୁହନ୍ତି ବୋଲି ସାଧ୍ବୀ କହିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆବର୍ଷ ପାଳିବେ ନାହିଁ। ତାଙ୍କ ବଡ଼ ଭିଣୋଇ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରକାଶକ ଓ ସମ୍ପାଦକ ସୋନି ମେହେଟ୍ଟାଙ୍କର ଗତକାଲି ରାତିରେ ନ୍ୟୁୟର୍କରେ ମୃତ୍ୟୁ ହୋଇଥିବାରୁ ସେ ଆସନ୍ତାକାଲି ନବବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ଆସନ୍ତା କାଲି ନୂଆବର୍ଷ ଶୁଭେଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ନିଜର ଭିଣୋଇଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି।

Read More

ପାଟନା,31/12 : ବିହାରରେ ଦୁଇ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି । ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍‌ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରଥମେ କିଶୋରଙ୍କୁ ଆକ୍ରମଣ କରିଥିବା ବେଳେ କିଶୋର ଏହାର ଯବାବ ଦେଇଛନ୍ତି । ଲାଭ ପାଇଁ ରାଜନୀତିର ବ୍ୟବସାୟ କରୁଥିବା ନେତା କେବ ଦେଶର ହିତ ପାଇଁ ଚିନ୍ତା କରିପାରିବେ ନାହିଁ ବୋଲି ମୋଦି ମତ ଦେଇଥିଲେ । ମୋଦି କାହାର ନାମ ନେଇନଥିଲେ ମଧ୍ୟ ପରୋକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆଡକୁ ପରୋକ୍ଷରେ ଇଙ୍ଗିତ କରିଥିଲେ । ଏହାପରେ କିଶୋର ଏହାର ଜବାବ ଦେବା ସହିତ ସୁଶୀଲ ମୋଦିଙ୍କୁ ସମାଲୋଚନା କରିଥିଲେ । କିଶୋର କହିଥିଲେ ବିହାରର ଜନତା ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ମେଣ୍ଟ ସରକାର ଭାଙ୍ଗିନଥିଲେ ବିଜେପି ସରକାର ଗଠନର ସୁଯୋଗ…

Read More

ନୂଆଦିଲ୍ଲୀ,31/12 : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଦିନ 127 କୋଟିର ସମ୍ପତ୍ତି ଜବତ କରାଯାଇଛି । ପିକ୍ସିଅନ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁମ୍ବାଇ, କୋଲକାତା ଏବଂ ନୋଇଡା ସ୍ଥିତ ସମ୍ପତ୍ତିକୁ ଜବତ କରାଯାଇଛି । ଏକ 26ଶହ କୋଟିର ବ୍ୟାଙ୍କ ଠକେଇ କାରଣରୁ ଇଡି କମ୍ପାନୀର ସମ୍ପତ୍ତି ଜବତ କରିଛି । ସମୁଦାୟ 127.44 କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇରେ କମ୍ପାନୀର ଦୁଇଟି ବ୍ୟବସାୟିକ ପ୍ଲଟ୍‌କୁ ଜବତ କରାଯିବା ସହିତ ମୁମ୍ବାଇ, ଚେନ୍ନାଇ, ନୋଇଡା ଏବଂ କୋଲକାତାରେ ଥିବା 9ଟି କାର୍ଯ୍ୟାଳୟକୁ ଜବତ କରାଯାଇଛି । (ଏଜେନ୍ସୀ)

Read More

ପୁରୀ, 31/12:  ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବା ସହିତ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯିବା ନେଇ ସୂଚନା ରହିଛି । ଶ୍ରୀମନ୍ଦିର ସମ୍ମୁଖକୁ ସଜାଯିବସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି।

Read More

ନୂଆଦିଲ୍ଲୀ,31/12 : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସ୍ଥଳସେନାର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିପିନ୍‌ ରାଓ୍ବତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଙ୍ଗଳବାର ଦିନ ନରାଓ୍ବଣେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର 28ତମ ସ୍ଥଳସେନା ମୁଖ୍ୟ ହୋଇଛନ୍ତି ନରାଓ୍ବଣେ । ସେନାର ଉପ ମୁଖ୍ୟ ରହିଥିବା ନରାଓ୍ବଣେ ଉତ୍ତର ପୂର୍ବାଞ୍ଚଳ ଏବଂ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିଲେ । ନରାଓ୍ବଣେ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଇଷ୍ଟର୍ଣ୍ଣ କମାଣ୍ଡ ଅଧୀନରେ 4 ହଜାର କିମିର ସୀମା ରହିଥିଲା ଯାହାକି ଚୀନ୍‌ ସହିତ ସଞ୍ଜୁକ୍ତ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,31/12 : ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ ସଙ୍ଗଠିତ ହୋଇଛି । ସୋମବାର ରାତି 10.29 ମିନିଟ୍‌ରୁ 12.40 ମଧ୍ୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.7ରୁ 5.5 ରହିଥିବା ଜଣାପଡିଛି । ସେହିପରି ଆଣ୍ଡାମାନ ନିକୋବରରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି । 10.29 ମିନିଟ୍‌ରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା 4.7 ତୀବ୍ରତା ରହିଥିଲା । ପରବର୍ତ୍ତୀ ଭୂକମ୍ପ ଗୁଡିକ 10.37, 10.58,11.20 ଏବଂ 12.20ରେ ଅନୁଷ୍ଠିତ ହୋଇଥିଲା । ଜମ୍ମୁ କାଶ୍ମୀରର ହୁଞ୍ଜା, ଘଜର, ଗିଲ୍‌ଗିଟ୍‌ ଏବଂ ସ୍କାର୍ଡୁରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ବେଳେ କୌଣସି ଜୀବନହାନି ଘଟିନାହିଁ । (ଏଜେନ୍ସୀ)

Read More