Kolkata: A lioness with her two cubs at Alipore Zoological Gardens in Kolkata, on Dec 22, 2019. (Photo: Kuntal Chakrabarty/IANS)
Author: Samikhsya Bureau
Kolkata: Asian wild dogs at Alipore Zoological Gardens in Kolkata, on Dec 22, 2019. (Photo: Kuntal Chakrabarty/IANS)
YANGON, Dec. 22, 2019 (Xinhua) — A scarlet macaw is seen at the Zoological Gardens in Yangon, Myanmar, Dec. 22, 2019. (Xinhua/U Aung/IANS)
YANGON, Dec. 22, 2019 (Xinhua) — An Eld’s deer is seen at the Zoological Gardens in Yangon, Myanmar, Dec. 22, 2019. (Xinhua/U Aung/IANS)
ନୂଆଦିଲ୍ଲୀ, 23/12 : ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ବୋଲି ପ୍ରୋ ଖଲିସ୍ତାନୀ ନେତା ଗୋପାଳ ସିଂ ଚାଓ୍ବଲା କହିଛନ୍ତି । ପ୍ରୋ ଖଲିସ୍ତାନୀ ନେତା ନାଗରିକତା ସଂଶୋଧନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସିଏଏ ଦ୍ବାରା ମୁସ୍ଲିମ୍ ସମ୍ପ୍ରଦାୟକୁ ମୋଦି ସରକାର ଟାର୍ଗେଟ କରିଛନ୍ତି । ଯଦି ଭାରତୀୟ ମାନେ ଏହା ବିରୋଧରେ ସ୍ବର ଉତ୍ତୋଳନ ନ କରନ୍ତି ତେବେ ଧୀରେ ଧୀରେ ମୋଦି ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍ କରିବେ । ଭାରତରେ ବର୍ତ୍ତମାନ ରହିଥିବା ସମସ୍ୟା ଆରଏସ୍ଏସ୍ କାରଣରୁ ଆସିଛି । ଆରଏସ୍ଏସ୍ ମୁଖ୍ୟ ଏମ ଏସ୍ ଗୋଓ୍ବାଲକରଙ୍କ ଲିଖିତ ପୁସ୍ତକ ‘ବଞ୍ଚ ଅଫ୍ ଥଟ୍ସ’ ଆଧାରରେ ମୋଦି ଭାରତ ଗଠନ କରିବାକୁ ଯାଉଛନ୍ତି । ଏହି ପୁସ୍ତକ ଅନୁଯାୟୀ ଭାରତ କେବଳ ହିନ୍ଦୁଙ୍କର, ତେଣୁ ମୋଦି ମୁସ୍ଲିମ୍ ମାନଙ୍କ ଅଧିକାର କ୍ଷୁର୍ଣ୍ଣ କରିବାର ଘୃଣ୍ୟ ପ୍ରୟାସ…
ମୁମ୍ବାଇ,23/12 : ଦୃଶ୍ୟମ ଅଭିନେତ୍ରୀ ଶ୍ରୀୟା ଶରଣ ଅପ୍କମିଙ୍ଗ ବଲିଉଡ୍ ଫିଲ୍ମ ସବ କୁଶଲ ମଙ୍ଗଲ ନଜର ଆସିବାକୁ ଯାଉଛନ୍ତି । 2017ରେ ବିବାହ ପରଠାରୁ ସିଲ୍ଭର ସ୍କ୍ରିନ୍ରୁ ଦୂରେଇ ରହିଥିବା ଶ୍ରୀୟା ଏକ ଆଇଟମ୍ ଗୀତ ଜରିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଅକ୍ଷୟ ଖାନ୍ନା ଏବଂ ପ୍ରିୟଙ୍କ ଶର୍ମାଙ୍କ ସହିତ ଶ୍ରୀୟା ଏହି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ପ୍ରଯୋଜକ ପ୍ରାଚୀ ମନମୋହନଙ୍କ ଫିଲ୍ମ ଗଲି ଗଲି ଚୋର ହୈରେ ଶ୍ରୀୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ପ୍ରାଚୀଙ୍କ ଅନୁରୋଧ କାରଣରୁ ଦୁଇ ବର୍ଷ ପରେ ସିଲ୍ଭର ସ୍କ୍ରିନ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୌତମ ଜୈନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଆଇଟମ୍ ସଙ୍ଗ ‘ନୟା ନୟା ଲଭ୍’ରେ ଶ୍ରୀୟା ନଜର ଆସିବାକୁ ଯାଉଛନ୍ତି । ସେହିପରି 8 ବର୍ଷ ପରେ ଅକ୍ଷୟ ଖାନ୍ନାଙ୍କ ସହିତ କାମ କରିବାର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ…
ନୂଆଦିଲ୍ଲୀ, 23/12 : ନାଇଜେରିଆ ଉପକୂଳରେ ଅପହୃତ 18 ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ହଂକଂରୁ ଯାଉଥିବା ଏକ ଜାହାଜରେ ରହିଥିବା ଭାରତୀୟଙ୍କୁ ନାଇଜେରିଆର ଜଳଦସ୍ୟୁ ମାନେ ଡିସେମ୍ବର 3 ତାରିଖରେ ଅପହରଣ କରି ନେଇଥିଲେ । ବୋନ୍ନି ଦ୍ବିପପୁଞ୍ଜ ପର୍ଯ୍ୟନ୍ତ ଏହି ଜାହାଜଟି ଯାଉଥିଲା । ଜାହାଜ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ମୁକ୍ତି ଖବର ସ୍ପଷ୍ଟ କରାଯାଇଛି । ସମୁଦାୟ 19 ଜଣଙ୍କୁ ଅପହରଣ କରାଯାଇଥିବା ବେଳେ 18 ଜଣ ଭାରତୀୟ ଏବଂ ଜଣେ ହଂକଂ ନାଗରିକ ରହିଥିଲା । ନାଇଜେରିଆ ସରକାରଙ୍କ ପକ୍ଷରୁ ଅପହରଣକାରୀଙ୍କ ସହିତ ଆଲୋଚନା ଜାରି ରଖିଥିବା ବେଳେ ସୋମବାର ଜଳଦସ୍ୟୁ ମାନେ ମୁକ୍ତ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ନୂଆପଡ଼ା, 23/12 : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳରେ ଜଣେ 4 ବର୍ଷର ନାବାଳିକାକୁ ଦୁଷ୍କର୍ମର ଅଭିଯୋଗ ହୋଇଛି । 2 ମାସ ତଳେ ସେହି ଗାଁର ଜଣେ ନାବାଳକ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଝିଅର ଭିଡିଓ ଭାଇରାଲ କରିଦେବେ ବୋଲି ପୀଡ଼ିତାର ବାପାଙ୍କୁ ନାବାଳକ ଜଣକ ଧମକ ଦେଇଥିଲା । ଏନେଇ ରବିବାର ପୀଡ଼ିତାଙ୍କ ପରିବାରବର୍ଗ ଜୋଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଇଛି ।
ରାଞ୍ଚି,23/12 : ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟଗଣତି ସୋମବାର ସକାଳ 8ଟାରୁ ଆରମ୍ଭ ହୋଇଛି । ରାଜ୍ୟର 81ଟି ବିଧାନସଭା ଆସନ ପାଇଁ 5ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଭୋଟ ଗ୍ରହଣ ପରେ ପ୍ରକାଶିତ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ ଜେଏମଏମ୍-କଂଗ୍ରେସ ଆରଜେଡି ମେଣ୍ଟ କ୍ଷମତାକୁ ଫେରିବ ଓ ବିଜେପି କ୍ଷମତା ହରାଇବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଜେଏମଏମ୍ ମେଣ୍ଟ 41ଟି ଆସନ ଏବଂ ବିଜେପି 29ଟି ଆସନ ପାଇବା ନେଇ ଏକ୍ଜିଟ୍ ପୋଲ୍ରେ ପ୍ରକାଶ ପାଇଥିଲା । (ଏଜେନ୍ସୀ)
ନୂଆଦିଲ୍ଲୀ,23/12 : ନୂଆଦିଲ୍ଲୀର ଏକ କପଡା ଗୋଦାମରେ ଅଗ୍ନିକାଣ୍ଡ ଘଟି 9 ଜଣଙ୍କର ପ୍ରାଣହାନି ଘଟିଛି । ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଥିବା ବେଳେ 9 ଜଣଙ୍କର ପ୍ରାଣହାନି ଘଟିଛି । କିରାରି ଅଞ୍ଚଳରେ ଏହି ତିନି ମହଲା ବିଶିଷ୍ଟ କପଡା ଗୋଦାମର ତଳ ମହଲାରେ ନିଆଁ ଲାଗିଥିଲା । କୋଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା କାରଣରୁ ନିଆଁ ବ୍ୟାପି ଯାଇଥିଲା ଏବଂ ଅଗ୍ନିକାଣ୍ଡରେ 9 ଜଣ ପ୍ରାଣ ହରାଇଥିଲେ । ଏହି ଅଗ୍ନିକାଣ୍ଡରୁ 10 ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । (ଏଜେନ୍ସୀ)
କେଦାର ମିଶ୍ର ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁନାହିଁ କି? ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟ୍ରୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ…
ବାରବାଟୀ ବିରାଟ ବାହିନୀର ବିରାଟ ବିଜୟ, ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ । ବିରାଟ ମ୍ୟାନ ଅଫ ଦି ମ୍ୟାଚ , ରୋହିତ ଶର୍ମା ମ୍ୟାନ ଅଫ ଦି ସିରିଜ ।
ସମୀକ୍ଷା ବ୍ୟୁରୋ ବାଣପୁର, ୨୨/୧୨: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଛି। ଅନେକ ସ୍ଥାନରେ ବିଲ୍ ବିରୋଧରେ ହିଂସାକାଣ୍ଡ ଘଟିଥିବା ବେଳେ କିଛି ସ୍ଥାନରେ ବିଲ୍ ସପକ୍ଷରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରୀପ୍ରେକ୍ଷୀରେ ଆଜି ବାଣପୁରରେ ସିଏଏ ସମର୍ଥନରେ ଏକ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି। ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏବିଭିପିର ଶତାଧିକ ସଦସ୍ୟ ସ୍ଥାନୀୟ ଦକ୍ଷେଶ୍ୱର ମନ୍ଦିର ସମ୍ମୁଖରୁ ଢୋଲ, ବାଜା, ଫଗୁ, ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ଼ ସହ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପଲଟନ ପଡ଼ିଆଠାରେ ଶୋଭାଯାତ୍ରା ଶେଷ ହୋଇଥିଲା।…
ସମୀକ୍ଷା ବ୍ୟୁରୋ କୁଜଙ୍ଗ,22/12 : ଶନିବାର କୁଜଙ୍ଗର ବାଲିତୁଠ ପ୍ରାଇମେରୀ ସ୍କୁଲରେ ଛାତ୍ରୀଙ୍କୁ ମାଡମରା ଘଟଣାରେ ଶିକ୍ଷୟତ୍ରୀଙ୍କ ଜାମିନ ନାମଞ୍ଜୁର ହୋଇଛି। ଆଜି ପୀଡିତାଙ୍କ ପିତାଙ୍କ ଅଭିଯୋଗ ପରେ ପୋଲିସ୍ ପକ୍ଷରୁ ତଦନ୍ତ କରାଯିବା ସହିତ ଶିକ୍ଷୟତ୍ରୀଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଶିକ୍ଷୟତ୍ରୀଙ୍କୁ କୁଜଙ୍ଗ ଅତିରିକ୍ତ ଦୌରାଜଜ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଶିକ୍ଷୟତ୍ରୀଙ୍କୁ ସମାଗୋଳ ଜେଲ୍କୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଚତୁର୍ଥ ଶ୍ରେଣୀ ଛାତ୍ରୀ ବର୍ଷା ସ୍ବାଇଁଙ୍କୁ ଶିକ୍ଷୟତ୍ରୀ ଲିନା ନନ୍ଦ ମାଡ ମାରି ଲହୁଲୁହାଣ କରିଥିଲେ। ଏ ନେଇ ଆଜି କୁଜଙ୍ଗ ଥାନାରେ ଛାତ୍ରୀଙ୍କ ବାପା ଏକ ମାମଲା ରୁଜୁ କରିଥିଲେ। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ କେସ୍ ନଂ ୨୯୧/୧୯ ଦାୟର କରି ମାମଲାର ତଦନ୍ତ କରିଥିଲେ। ଆଇପିସିର ୭୫ ଜେଜେ ଆକ୍ଟ ଅନୁଯାୟୀ ଦଫା ୩୪୧, ୩୨୩ ଏବଂ ୩୦୭ ଲାଗୁ କରି ଶିକ୍ଷୟିତ୍ରୀଙ୍କୁ ଗିରଫ…
ସମୀକ୍ଷା ବ୍ୟୁରୋ କଟକ,22/12 : ଭାରତ ଏବଂ ଓ୍ବିଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତ ଦୃଢ ସ୍ଥିତିରେ ରହିଛି । 316 ରନ୍ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ପକ୍ଷରୁ ଦୁଇ ଓପ୍ନର ଦୃଢତାର ସହ ଇନିଂସ ଆରମ୍ଭ କରିଛନ୍ତି । ଦୁଇ ଓପ୍ନର କେ ଏଲ୍ ରାହୁଲ୍ ଏବଂ ରୋହିତ ଶର୍ମା ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିବା ସହିତ ଶତକୀୟ ଭାଗିଦାରୀ କରିଛନ୍ତି । ଗତ ମ୍ୟାଚ୍ରେ ଶତକ ହାସଲକାରୀ ଦୁଇ ଓପ୍ନର ବାରବାଟୀରେ ଅର୍ଦ୍ଧଶତକ ହାସଲ କରିବା ସହିତ ଭଲ ମୂଳଦୂଆ ପକାଇଛନ୍ତି । 18 ଓଭର ଶେଷ ସୁଦ୍ଧା ଭାରତ 103 ରନ୍ ସଂଗ୍ରହ କରିଛି । ରାହୁଲ 53ଟି ବଲ୍ର ସମ୍ମୁଖୀନ ହୋଇ 7 ଚୌକା ସହାୟତାରେ 50 ରନ୍ କରିଥିବା ବେଳେ ରୋହିତ 52 ଟି ବଲ୍ର ସମ୍ମୁଖୀନ ହୋଇ 6ଟି ଚୌକା ଏବଂ ଗୋଟିଏ ଛକ୍କା…
ସମୀକ୍ଷା ବ୍ୟୁରୋ ଯାଯପୁର,22/12 : ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ 2 ଜଣକର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ଠାରେ 215 ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ କଟକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ଡ୍ରାଇଭର ସମେତ ରୋଗୀର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସରେ ଥିବା ଅନ୍ୟ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।
ସମୀକ୍ଷା ବ୍ୟୁରୋ କଟକ,22/12 : ବାରବାଟୀରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍ରେ ଭାରତ ସମ୍ମୁଖରେ 316 ରନ୍ର ବିଜୟ ଲକ୍ଷ୍ୟ ରହିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ୍ ପୋଲାର୍ଡ ଏବଂ ପୁରନ୍ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 315 ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ କିରନ ପୋଲାର୍ଡ ଅପରାଜିତ 74 ରନ୍ କରିଥିବା ବେଳେ ନିକୋଲାସ୍ ପୁରନ୍ 89 ରନ୍ ସଂଗ୍ରହ କରିଥିଲେ । ଉଭୟ ଷଷ୍ଠ ଓ୍ବିକେଟ୍ରେ 145 ରନ୍ ଯୋଡିଥିଲେ । ପୁରନ୍ 64 ବଲ୍ର ସମ୍ମୁଖୀନ ହୋଇ 10ଟି ଚୌକା ଏବଂ 3ଟି ଛକ୍କା ମାରିଥିବା ବେଳେ ପୋଲାର୍ଡ 51 ଟି ବଲ୍ର ସମ୍ମୁଖୀନ ହୋଇ 3ଟି ଚୌକା ଏବଂ 7ଟି ଛକ୍କା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ୍(42), ଏଭିନ୍ ଲୁଇସ୍(21), ରଷ୍ଟନ୍ ଚେଜ୍(38) ଏବଂ ସିମରନ୍ ହିଟ୍ମେୟର(37) ରନ୍ର ଯୋଗଦାନ କରିଥିଲେ…
ସମୀକ୍ଷା ବ୍ୟୁରୋ କୁଜଙ୍ଗ,୨୨/୧୨: ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ମାଡ ମରା ଘଟଣା ସାମ୍ନାକୁ ଆସୁଅଛି। ଶନିବାର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଇମେରୀ ସ୍କୁଲରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି। ଶିକ୍ଷୟିତ୍ରୀ ଲିନା ନନ୍ଦଙ୍କ ବର୍ବରତାର ଶିକାର ହୋଇଥିଲା ୯ ବର୍ଷୀୟ କୋମଳମତି ଶିଶୁ ବର୍ଷା ସ୍ବାଇଁ। ଶନିବାର କୌଣସି କାରଣରୁ ଉତ୍କ୍ଷିପ୍ତ ହୋଇ ଲିନା ବର୍ଷାଙ୍କୁ ଅମାନୁଷିକ ଭାବରେ ମାଡ ମାରିଥିଲେ। ଗୁରୁତର ଆହତ ବର୍ଷାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୧୦ ଟା ସମୟରେ ବର୍ଷାଙ୍କ ପିତା ଜନ୍ ସ୍ବାଇଁ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ କେସ୍ ନଂ ୨୯୧/୧୯ ଦାୟର କରି ମାମଲାର ତଦନ୍ତ କରିଥିଲେ। ଆଇପିସିର ୭୫ ଜେଜେ ଆକ୍ଟ ଅନୁଯାୟୀ ଦଫା ୩୪୧, ୩୨୩…
https://www.youtube.com/watch?v=CUTvLs3E5Uc
ନୂଆଦିଲ୍ଲୀ, 22/12 : ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି । ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରି ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଯାଉଛି । ଏହାପରେ ମୋଦି ଦିଲ୍ଲୀର 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଲୋକଙ୍କ ଜୀବନରେ ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଛି । ନିଜର ବାସସ୍ଥଳୀ ହରାଇବାର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଦୂର…
https://www.youtube.com/watch?v=FDt-fPF9CTo

