Author: Samikhsya Bureau
ସମୀକ୍ଷା ବ୍ୟୁରୋ ବିଶ୍ବପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିରର ପରିଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପର୍ଯ୍ୟଟକଙ୍କ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ଖୋଲା ରହିବ। ସେହିପରି ସନ୍ଧ୍ୟା ୭ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ୩୦ ଯାଏ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଚାଲିବ ବୋଲି ସୂଚନା ରହିଛି। ଏହି ନୂତନ ନିୟମ ଆଜିଠାରୁ ଫେବୃଆରୀ ୨୮ ତାରିଖ ଯାଏ ଲାଗୁ ହୋଇଛି। ପୂର୍ବରୁ ସନ୍ଧ୍ୟା ୭ଟାରୁ ଲାଇଟ୍ ଆଣ୍ଡ ସାଉଣ୍ଡର ଡବଲ୍ ଶୋ’ ହେଉଥିଲା।
କେଦାର ମିଶ୍ର ଓଡିଶା ସରକାରଙ୍କ “ଫାଇଭ ଟି” ଓ “ମୋ ସରକାର” ବ୍ୟବସ୍ଥାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ବିଶେଷ କରି ଏହାକୁ ନେଇ କେତେଜଣ ପୂର୍ବତନ ବରିଷ୍ଠ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ବେଶ ମନୋରଞ୍ଜନଧର୍ମୀ ମାନେ ହେଉଛି। ସେମାନଙ୍କୁ ଲାଗୁଛି, ଏ ବ୍ୟବସ୍ଥା ସବୁବେଳେ ପ୍ରଶାସନର ଅଂଶ ହୋଇ ରହିଥିଲା, ଏହାକୁ ନେଇ ଏତେ ନାଟକବାଜିର ଆବଶ୍ୟକତା କଣ। ଠିକ କଥା, ଏକ ସାଧାରଣ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଏତେ ପ୍ରଚାର ଅପପ୍ରଚାର କାହିଁକି? ଏହା ଯଦି ଏକ ସାଧାରଣ ପ୍ରଶାସନିକ ପ୍ରକ୍ରିୟା, ତାକୁ ତା ବାଟରେ ଚାଲିବାକୁ ଦିଆଯାଉ। ଯଦି ସେଥିରେ କିଛି ଭୁଲ ତ୍ରୁଟି ଅଛି ତାର ଆଲୋଚନା ହେଉ। ତାହା ନ କରି, ପୁରା ବ୍ୟବସ୍ଥାକୁ ନେଇ ନାକ ଟେକିବାର ମାନେ କଣ? ତେବେ ଏ ସମ୍ପର୍କରେ ସବୁଠୁ ରୋଚକ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ଲୋକସଭା ସଦସ୍ୟ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ।…
ସମୀକ୍ଷା ବ୍ୟୁରୋ କେନ୍ଦ୍ରାପଡ଼ା ତାଳଚୁଆରେ ବିରଳ ପ୍ରଜାତିର ମୟୂର ମାଛ ମିଳିଛି। ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ। ଏହାର ଓଜନ ୨୦ କେଜି ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ମୂଲଚାଲ ହୋଇଛି। ଦୀଘାରେ ଏହି ମାଛ ବିକ୍ରି କରାଯିବା ନିମନ୍ତେ କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିଣାମ ଆସିବାର ଆଠ ଦିନ ହୋଇଗଲାଣି। କିନ୍ତୁ ଏଠାରେ ସରକାର ଗଠନ କରିବାକୁ ନେଇ ସଂଶୟ ଏବେବି ରହିଛି। ଏଠାରେ ଶିବସେନା – ବିଜେପି ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ମେଣ୍ଟରେ ମତପାର୍ଥକ୍ୟ ଦେଖାଦେଇଛି। ଶିବସେନା ନିଜ ସର୍ତ୍ତ ମୁତାବକ ୫୦ -୫୦ ଫର୍ମୁଲାକୁ ନେଇ ଅଡି ବସିଛନ୍ତି। ବିଜେପି ବିଧାୟକ ଦଳର ନେତା ଭାବେ ଦେବେନ୍ଦ୍ର ଫଡ୍ନବୀସ୍ ହୋଇଥିବାବେଳେ ଶିବସେନା ବିଧାୟକ ଭାବେ ଏକନାଥ ସିନ୍ଧେ ନିର୍ବାଚିତ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଶିବସେନା ସଞ୍ଜୟ ରାଉତ ଗତକାଲି ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ସହିତ ସାକ୍ଷାତ କରିଛନ୍ତି। ଅବଶ୍ୟ ଏହି ସାକ୍ଷାତକୁ ଦିପାବଳୀ ଅବସରରେ ସୌଜନ୍ୟମୂଳକ କହିଥିବାବେଳେ ଏଥିରେ କିଛି ରାଜନୀତିର ଗନ୍ଧ ଜଣାପଡୁଛି। ବିଜେପି ସହିତ କ୍ଷମତା ଅଧିକାରକୁ ନେଇ ଅସନ୍ତୁଷ୍ଟ ରହିଥିବା ଶିବସେନା ଏନ୍ସିପି ତଥା ଅନ୍ୟାନ୍ୟ ସ୍ବାଧୀନ ଦଳମାନଙ୍କ ସହିତ ମେଣ୍ଟ କରି ନିଜର ଶକ୍ତି ବୃଦ୍ଧି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଏଫ୍ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍ଏର ମହିଳା ଦଳ ଭାଗ ନେଉଛନ୍ତି। ଏହି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ କଟକଣା ଜାରି ହୋଇଛି ଓ ଗାଡ଼ିଗୁଡ଼ିକ ଯାତାୟାତ କରୁଥିବା ରାସ୍ତାରେ କିଛି ପରିବର୍ତ୍ତନ କରାଯାଇଛି। ଜୟଦେବ ବିହାରଠାରୁ ଶାସ୍ତ୍ରୀନଗର ରାସ୍ତାରେ କଟକଣା ଜାରି କରାଯାଇଥିବାବେଳେ ଏହି ରାସ୍ତାରେ ଅନଧିକୃତ ଯାନବାହନ ଯାତାୟାତ କରିପାରିବେନି। ସେହିପରି ୧୨୦ ବାଟାଲିଅନ୍ ପଟରୁ ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯିବେ। ଷ୍ଟାଡିଅମ୍ ପଟୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଯିବେ। ବାଣୀବିହାର ପଟରୁ ଆସୁଥିବା ଗାଡ଼ିଗୁଡ଼ିକ ଆଚାର୍ଯ୍ୟ ବିହାର ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ…
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଜର୍ମାନୀର ଚାନ୍ସେଲର ଏଞ୍ଜେଲା ମର୍କେଲ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀ ଓ ମର୍କେଲଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ୱୀପାକ୍ଷିକ ଆଲୋଚନା ହୋଇପାରେ। ଏତଦ ବ୍ୟତୀତ ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରାୟ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ମର୍କେଲ ୨ ଦିନିଆ ଭାରତ ଗସ୍ତରେ ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି। ଏୟାରପୋର୍ଟରେ ମର୍କେଲଙ୍କୁ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସ୍ୱାଗତ କରିଥିଲେ। ମର୍କେଲ ନିଜର ଗସ୍ତକାଳରେ ବ୍ୟବସାୟ ଦୁନିଆର ପ୍ରତିନିଧିଙ୍କୁ ଭେଟିବା ବ୍ୟତୀତ ଭାରତୀୟ ନେତୃତ୍ୱକୁ ସାକ୍ଷାତ କରିବେ। ତାଙ୍କୁ ଶୁକ୍ରବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯିବା ପରେ ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ।
ଯୁଦ୍ଧାଭ୍ୟାସ ସମୟରେ ଅଭାବନୀୟ ଘଟଣା ଘଟିଛି। ଫଳରେ ଜଣେ ଯବାନଙ୍କର ମୁତ୍ୟୁ ଘଟିଛି। ରାଜସ୍ଥାନର ପୋଖରାନ ନିକଟରେ ଯବାନମାନେ ଗୁରୁବାର ଯୁଦ୍ଧ ଅଭ୍ୟାସ କରୁଥିଲେ। ଏହି ସମୟରେ ଏକ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା। ପୋଖରାନର ମହାଜନ ଫାଇରିଂ ରେଞ୍ଜରେ ଏହି ଅଭ୍ୟାସ ଚାଲିଥିବା ବେଳେ ଟି-୯୦ ଟ୍ୟାଙ୍କର ବିସ୍ଫୋରଣ ଘଟିଥିଲା।
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଶୁକ୍ରବାର ଏକ ସଦିଗ୍ଧ ବ୍ୟାଗ ମିଳିଛି। ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି। ସଦିଗ୍ଧ ବ୍ୟାଗ ସଂପର୍କୀତ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଏହି ବ୍ୟାଗକୁ ନିଜ ନିୟନ୍ତ୍ରଣରେ ନେଇଛି। ବିମାନବନ୍ଦରରେ ସଦିଗ୍ଧ ବ୍ୟାଗ ମିଳିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି। ଏହା ପରେ ଟର୍ମିନାଲ-୩ ରାସ୍ତାକୁ ବନ୍ଦ କରାଯାଇଥିଲା। ବ୍ୟାଗ ଭିତରେ କ’ଣ ଅଛି, ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।
ସମୀକ୍ଷା ବ୍ୟୁରୋ ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡି ରହିବା ପରେ ଗତ ନିର୍ବାଚନର ଅଳ୍ପ କେତେମାସ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ର ନେତୃତ୍ବ ପରିବର୍ତ୍ତନ ଘଟିଲା। ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା ö ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଂକୁ ଆଉ ଥରେ ସଭାପତି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ ö ହେଲେ ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ପାଟକୁରା ଓ ବିଜେପୁର ଉପ ନିର୍ବାଚନର ଲଜ୍ଜାଜନକ ପରାଜୟ ପରେ କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି! ୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହି ଆସିଥିଲାö…
DHAKA, Oct. 31 (Xinhua) — Victims are carried to hospital after a gas cylinder exploded in Dhaka, Bangladesh, Oct. 30, 2019. At least five people including four children were killed and 10 more people were injured when a gas cylinder exploded in Dhaka on Wednesday evening, an official said. The gas cylinder exploded when a roadside vendor was inflating balloons. Xinhua/UNI PHOTO-11F
ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍ରେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା ବେଶ୍ ମହଙ୍ଗା ପଡିଛି ନାଚୁଣୀ କୃଷି ଅଧିକାରୀ ପ୍ରଶାନ୍ତ ମହାପାତ୍ରଙ୍କୁ। କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଆକ୍ରମଣ କରିବା ତଥା ଗାଳିଗୁଲଜ କରିବା ଅଭିଯୋଗରେ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି । ତାଙ୍କ ଉପରେ ନ୍ୟସ୍ତ ଥିବା ସମସ୍ତ ପ୍ରଶାସନିକ ଦାୟିତ୍ୱରୁ ତାଙ୍କୁ ଅବ୍ୟାହତି ଦିଆଯିବା ସହିତ ତାଙ୍କୁ ତାଙ୍କ ସମସ୍ତ ପ୍ରଶାସନିକ ଦାୟିତ୍ବକୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। ନାଚୁଣୀ ସହକାରୀ କୃଷି ଅଧିକାରୀ ଭାବରେ ତାଙ୍କର ବ୍ୟବହାର ସହକର୍ମୀଙ୍କ ପାଇଁ ବିପଦପୂର୍ଣ୍ଣ ରହିବା ସହିତ ଚାଷୀମାନଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଏହି ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି। ସୂଚନାଅନୁସାରେ ଗତ ୨୮ତାରିଖରେ ଡିଏଓ ବିଜୟ କୁମାର ମହାନ୍ତିଙ୍କୁ ନାଚୁଣୀର ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଗାଳିଗୁଲଜ…
Boys with bicycles negotiating flooded road after heavy rains, in Nagercoil, Kanyakumari District of Tamil Nadu on Thursday. UNI PHOTO TK 1 U
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଖ୍ୟାଳୟ ପାଖ ବଦଳିକୁଡୁମ ଗାଁରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମହିଳା ତାର ଗୋଟିଏ ଝିଅ ଓ ୨ପୁଅ ଅର୍ଥାତ ତିନୋଟି ଛୁଆକୁ ନେଇ ବଦଳିକୁଡୁମ ଗାଁରେ ରହୁଥିଲେ । ଗତକାଲି ତିନି ଛୁଆର ମା କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗତ୨ବର୍ଷ ପୂର୍ବରୁ ବାପାର ମୃତ୍ୟୁ ଘଟିଥିବା ବେଳେ ମାର ମୃତ୍ୟୁ ପରେ ଏହି ଛୁଆଗୁଡ଼ିକ ଅନାଥ ହୋଇଯାଇଛନ୍ତି । ୧୦ ବର୍ଷର ଝିଅ, ୫ବର୍ଷ ଓ ୩ ବର୍ଷ ବୟସର ପୁଅ ନିଃସହାୟ। ଗତକାଲି ମାଆଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି, ୨ ବର୍ଷ ତଳେ ବାପାଙ୍କୁ ବି ହରାଇଥିଲେ ୩ ପିଲା। ଗତକାଲି ମହିଳାଙ୍କ ମୃତ୍ୟୁ ପରେ ପଡ଼ୋଶୀ କିଛି ଏହି ତିନି ଛୁଆଙ୍କୁ କିଛି ଖାଇବାକୁ ଦେଇଥିଲେ । କିନ୍ତୁ ଆଜି କିଛି ଖାଇବାକୁ ଦେଲେ…
ସମୀକ୍ଷା ବ୍ୟୁରୋ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅମର ପଟ୍ଟନାୟକଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯାଚିକା ଓ ସଦସ୍ୟ କମିଟି ଏବଂ ନ୍ୟାୟିକ କମିଟିର ମୁଖ୍ୟ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ସହିତ ଅମର ପଟ୍ଟନାୟକଙ୍କୁ ଅଧସ୍ତନ ସଂସଦୀୟ କମିଟିର ମୁଖ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି।
Congress President Sonia Gandhi paying floar tributes to former prime minister Indira Gandhi on her death anniversary at the Indira Gandhi Memorial, in New Delhi on Thursday. UNI PHOTO-77U
President Ram Nath Kovind, Union Home Minister Amit Shah, Minister of Housing and Urban Affairs Hardeep Singh Puri and Delhi Lt. Governor Anil Baijal paying floral tributes at the statue of Sardar Vallabhbhai Patel on the occasion of his birth anniversary being observed as the Rashtriya Ekta Diwas (National Unity Day) at Sardar Patel Chowk, Sansad Marg, in New Delhi on Thursday. UNI PHOTO-87U
ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ବିରୋଧରେ ଚାଲିଥିବା ଗୁପ୍ତଚର ମାମଲାରେ ଆଇସିଜେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଭିଏନା ରାଜିନାମାର ଅନୁଚ୍ଛେଦ 36 ଅନୁଯାୟୀ କୌଣସି ବନ୍ଦୀଙ୍କୁ କାଉନ୍ସେଲାର ଆକ୍ସେସ୍ ପ୍ରଦାନ କରାଯିବା ଉଚିତ୍ ଥିଲା । ମାତ୍ର ପାକିସ୍ତାନ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରିବା ସହିତ କୁଳଭୂଷଣଙ୍କୁ ଏହି ସେବା ଯୋଗାଇନଥିଲା । 2016 ମସିହାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବେଲୁଚିସ୍ତାନରୁ କୁଳଭୂଷଣଙ୍କୁ ଗିରଫ କରାଯାଇ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଭାରତ ଆଇସିଜେର ଦ୍ବାରସ୍ଥ ହେବା ପରେ ମାମଲାର ରାୟ ଭାରତ ସପକ୍ଷରେ ଯାଇଥିଲା । 15-1 ବ୍ୟବଧାନରେ ଆଇସିଜେଙ୍କ ରାୟ ଭାରତ ସପକ୍ଷରେ ଆସିଥିଲେ ମଧ୍ୟ କୁଳଭୂଷଣଙ୍କୁ ମୁକ୍ତ କରିନଥିଲା ପାକିସ୍ତାନ ।
୬ ଥର ବିଶ୍ବ ଚାମ୍ପିୟନ୍ ଏମ୍ ସି ମେରୀକମ୍ଙ୍କୁ ୨୦୨୦ ଟୋକିଓ ଅଲମ୍ପିକ୍ସ ନିମନ୍ତେ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରାଯାଇଛି। ୫ ଜଣ ଲେଖାଏଁ ପୁରୁଷ ଏବଂ ମହିଳା କ୍ରୀଡାବିତ୍ଙ୍କୁ ମନୋନୀତ କରାଯାଇଥିବା ବେଳେ ଏସିଆ ମହାଦେଶର ଆମ୍ବାସାଡର ଭାବରେ ମେରୀକମ୍ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଇଓସି ପକ୍ଷରୁ ଗୁରୁବାର ଏହି ଦଶ ଜଣିଆ ଆମ୍ବାସାଡର ଦଳ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଆଇଓସିକୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେରୀ କମ୍ ନିକଟରେ ସମାପିତ ବିଶ୍ବ ବକ୍ସିଂ ଚାମ୍ପିୟନ୍ସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିବା ସହିତ ନିଜର ଅଷ୍ଟମ ପଦକ ହାସଲ କରିଥିଲେ।
ରାଉରକେଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଘଞ୍ଚ ଜଙ୍ଗଲରେ ଦୁଇ ଜଣ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ ହୋଇଛି । ଜଣେ ଯୁବତୀଙ୍କ ସହିତ ଗଣ ଦୁଷ୍କର୍ମ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ କୁଆଁରମୁଣ୍ଡା ଥାନାରେ ଏତଲା ଦିଆଯାଇଛି । ଅନ୍ୟପକ୍ଷରେ ଆଉ ଜଣେ ଯୁବତୀଙ୍କ ସହିତ ଅଭିଯୁକ୍ତମାନେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସୌଭାଗ୍ୟବଶତଃ ସେ ଦୁର୍ବୃତ୍ତଙ୍କ କବଳରୁ ଖସି ପଳାଇ ଆସିଥିବା ସୂଚନା ମିଳିଛି । ପୋଲିସ ମାମଲାର ଖୋଳତାଡ଼ କରି ୩ ଜଣଙ୍କୁ ଗିରଫ କରିଛି ।