ସମୀକ୍ଷା ବ୍ୟୁରୋ ଆସନ୍ତା ୨୬ ତାରିଖ ଅର୍ଥାତ୍ ଗୁରୁବାର ପୌଷ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେଉଛି। ସମଗ୍ର ଓଡ଼ିଶାରେ ଏହା ଦୃଶ୍ୟ ଓ ପାଳନୀୟ ହେବ। ଏହି ସୂର୍ଯ୍ୟ ପରାଗ ଚଳିତ ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ। ସୂର୍ଯ୍ୟ ପରାଗର ସମୟ : ୨୬ ତାରିଖ ଅର୍ଥାତ୍ ଗୁରୁବାର ଦିନ ଦିବା ଘ. ୦୮.୧୯.୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବାକୁ ରହିଥିବାବେଳେ ଏହା ଦିବା ଘ. ୦୯.୪୬.୦୮ ସେକେଣ୍ଡ ମଧ୍ୟ ଯାଏ ଏହା ରହିବ ଓ ଏହା ଦିବା ଘ. ୧୧.୨୯.୧୮ ସମୟରେ ଏହା ମୋକ୍ଷ ପ୍ରାପ୍ତ ହେବ। ସର୍ବମୋଟ ଗ୍ରହଣ ସମୟ ୦୩.୦୯.୫୫ ରହିଛି। ପାକତ୍ୟାଗ ଓ ଅନ୍ନଭୋଜନ ଗ୍ରହଣ ଲାଗିବାର ପୂର୍ବ ରାତ୍ରି ଅର୍ଥାତ୍ (ବୁଧବାର) ରାତ୍ର ୦୮.୨୦ ପରେ ଗୁରୁବାର ଦିବା ଘ. ୧୧.୩୦ମି ପର୍ଯ୍ୟନ୍ତ ଅନ୍ନଭୋଜନ ପାକଦ୍ରବ୍ୟ ଓ ଦେବ ନୀତି ନିଷେଧ। (ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ପଟ୍ଟାମୁଣ୍ଡାଇ, 24/12: ଚଳିତ ବର୍ଷ ଡିସେମ୍ଵର ୨୬ରୁ ଜାନୁଆରୀ ୪ ଯାଏଁ ଭିତରକନିକା ବନ୍ଦ ରହିଵ। ଏହି ସମୟରେ ବଉଳା କୁମ୍ଭୀର ସଂଖ୍ୟା ଗଣନା କରାଯିବ। କୁମ୍ଭୀର ବିଷାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ନିଷେଧ କରିଛି।
ନୂଆଦିଲ୍ଲୀ, 24/12 : ଝାରଖଣ୍ଡରେ ବିଜେପିର ପରିଚୟ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ମତ ରଖିଛନ୍ତି । ବିଜେପି ସର୍ବଦା କଂଗ୍ରେସ ମୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ବିଜେପି ମୁକ୍ତ ଭାରତର ନାରା ଦିଆଯାଇଛି । ଯଦି କେନ୍ଦ୍ର ସରକାର ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ନ କରନ୍ତି ତେବେ ବିଜେପି ମୁକ୍ତ ଭାରତ ସମ୍ଭବ ବୋଲି ସ୍ବାମୀ ପ୍ରକାଶ କରିଛନ୍ତି । ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କୁ କିଛି କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ ନଚେତ୍ କଂଗ୍ରେସର ନାରା ସଫଳ ହେବାରେ ସମୟ ଲାଗିବ ନାହିଁ ବୋଲି ସ୍ବାମୀ କହିଛନ୍ତି । ମଙ୍ଗଳବାର ଦଳର ବରିଷ୍ଠ ନେତା ମାନଙ୍କୁ ଚେତାବନୀ ଦେଇ ସ୍ବାମୀ କହିଛନ୍ତି ଦେଶର ଅର୍ଥନୀତିକୁ ସୁଧାରିବାକୁ ପଡିବ । ଏହା ସହିତ ନରେନ୍ଦ୍ର ମୋଦୀଙ୍କ ଉପଦେଷ୍ଟାଙ୍କୁ ସ୍ବାମୀ…
https://www.youtube.com/watch?v=BEo7NQqwohI
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 24/12: ଆସନ୍ତା 27 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ସେଦିନ ସେ ବଲାଙ୍ଗୀରରେ ଆୟୋଜିତ ଦୁଇଟି କାଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ସକାଳ 9ଟା 20 ମିନିଟରେ ଉପରାଷ୍ଟ୍ରପତି ବଲାଙ୍ଗିରର ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ଏହାପରେ ସେ ରାଜେନ୍ଦ୍ର ସ୍ବଂୟଚାଳିତ କଲେଜର ପ୍ଲାଣ୍ଟିନିୟମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେବେ। ଦିନ 10ଟା 35 ମିନଟରେ ଉପରାଷ୍ଟ୍ରପତି ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏକ ସଭାରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେବେ। ତାଙ୍କ ଗସ୍ତକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୪/୧୨ : ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ସ୍କୁଲ, କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଡିସେମ୍ବର ସକାଳ ୮ ଘଣ୍ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟଙ୍କୁ ଗ୍ରହଣ ସ୍ପର୍ଶ କରିବ। ଡିସେମ୍ବର ୨୫ ରାତି ୮ଟା ୨୦ ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତିକୁ ନିଷେଧ କରାଯାଇଛି। ସେହିପରି ୨୬ ତାରିଖରେ ସୂର୍ଯ୍ୟପରାଗ ହେତୁ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯିବ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର ,24/12 : ଆସନ୍ତା ଫେବୃୟାରୀ 19ରୁ ମେଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଫେବୃୟାରୀ 19ରୁ ଆରମ୍ଭ ହୋଇ ପରୀକ୍ଷା ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ପ୍ରଥମ ଦିନରେ ଓଡିଆ ଭାଷା ପରୀକ୍ଷା ରହିବ । 22 ତାରିଖରେ ଇଂରାଜୀ, 24 ତାରିଖରେ ହିନ୍ଦୀ/ ସଂସ୍କୃତ, 26 ତାରିଖରେ ଗଣିତ, 28ରେ ସାଧାରଣ ବିଜ୍ଞାନ ଏବଂ ମାର୍ଚ୍ଚ2 ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ 10ଟାରୁ 12.30 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । କେବଳ ଗଣୀତ ପରୀକ୍ଷାରେ 15 ମିନିଟ୍ ଅତିରିକ୍ତ 15 ମିନିଟ୍ ସମୟ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏହା ସହିତ ଏକ୍ସ ରେଗୁଲାର ଏବଂ ମଧ୍ୟମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ମଧ୍ୟ ସମାନ୍ତରାଳ ଭାବରେ ହେବ ବୋଲି ଘୋଷଣା…
ସମୀକ୍ଷା ବ୍ୟୁରୋ ପୁରୀ,24/12 : ପୁରୀ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ୍ । ମାମଲାକୁ ନେଇ ତତ୍ପରତା ଦେଖାଇ ପୋଲିସ୍ ଘଟଣାର 20 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସହିତ 5 ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହା ସହିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରାଯିବା ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର 2 ତାରିଖରେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିଲମ୍ବିତ କନେଷ୍ଟବଳ ରାଜେନ୍ଦ୍ର ସେଠୀ ଏବଂ ଅନ୍ୟ 5 ଜଣ ଗଣ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ମଧ୍ୟରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
https://www.youtube.com/watch?v=Z-Q-QCpcIDQ
ସମୀକ୍ଷା ବ୍ୟୁରୋ ପାରାଦୀପ,୨୪/୧୨: ପାରାଦୀପରେ ରହିଥିବା ଜିନ୍ଦଲ ଷ୍ଟିଲର କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ନିଯୁକ୍ତି ଆଶାୟୀ ମାନେ ଏହି ଭଙ୍ଗାରୁଜା କରିଥିବା ଜଣାପଡିଛି। ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର ଏହି ଭଙ୍ଗାରୁଜାରେ ସାମିଲ ହୋଇଥିବା ଜଣାପଡିଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଉନଥିବାରୁ ଏହି ଆନ୍ଦୋଳନ କରାଯାଇଥିବା ଜଣାପଡିଛି। ଛାତ୍ରଛାତ୍ରୀମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କୈଫିୟତ ମାଗିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଭଙ୍ଗାରୁଜା କରିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଅଟକ ରଖିବା ପରେ ଛାତ୍ରଛାତ୍ରୀମାନେ ପାରାଦୀପ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ମୁକେଶ ଆମ୍ବାନୀ କଂପାନୀ ରିଲାଏନସ ଜିଓ ତରଫରୁ ଗ୍ରାହକମାନଙ୍କ ନିମନ୍ତେ ନୂଆ ବର୍ଷ ପାଇଁ କରାଯାଇଛି ଏକ ବଡ ଘୋଷଣା। ୨୦୨୦ ବର୍ଷକୁ ଦୃଷ୍ଟିରେ ରଖି କଂପାନୀ କରିଛି ଏହି ଘୋଷଣା,ଯାହା ଆଜିଠାରୁ ଆରମ୍ଭ ହୋଇଛି। ଘୋଷଣା ଅନୁସାରେ ଜିଓ ଗ୍ରାହକମାନେ ୨୦୨୦ ଟଙ୍କାର ରିଚାର୍ଜ କଲେ ତାଙ୍କୁ ଗୋଟିଏ ବର୍ଷ ପାଇଁ ସବୁ ସେବା ମାଗଣା ମିଳିପାରିବ। ଅର୍ଥାତ ଏହି ରିଚାର୍ଜରେ ଗ୍ରାହକମାନେ ମାଗଣା କଲ, ଏସଏମଏସ ଏବଂ ଡାଟା ପ୍ୟାକ ହାସଲ କରିପାରିବେ। ଯେଉଁମାନେ ବର୍ତ୍ତମାନ ଜିଓ ଗ୍ରାହକ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ କରାଯିବ। ତେବେ ଯେଉଁମାନେ ନୂଆ ଗ୍ରାହକ ହେବେ ସେମାନଙ୍କ ପାଇଁ ଆହୁରି ଲାଭ ଦାୟକ ଅଫର ଘୋଷଣା କରାଯାଇଛି। ତାହା ହେଲା ନୂଆ ଗ୍ରାହକ ୨୦୨୦ ଟଙ୍କା ଦେଲେ ସେମାନଙ୍କୁ ମିଳିବ ମାଗଣା ଜିଓ ଫୋନ ସହିତ ଏକ ବର୍ଷ ପାଇଁ ଅସୀମିତ ମାଗଣା କଲ। ଏଥିସହିତ…
ମୁମ୍ବାଇ, 24/12 : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ଠାକ୍ରେଙ୍କୁ ସମାଲୋଚନା କରିବାରୁ ଓ୍ବାଡାଲା ବାସିନ୍ଦା ହିରାମୟୀ ତିଓ୍ବାରୀଙ୍କୁ ଶିବସେନା କର୍ମୀ ମାଡ ମାରିବା ସହିତ ଲଣ୍ଡା କରି ଦେଇଛନ୍ତି । ଜାମିଆ ମାଲିଆ ହିଂସାକୁ ଉଦ୍ଧବ ଜାଲିଓ୍ବାନାଓ୍ବାଲାବାଗ କାଣ୍ଡ ସହିତ ତୁଳନା କରୁଥିବା ଏକ ଭିଡିଓକୁ ଟ୍ବିଟ୍ଟରରେ ପୋଷ୍ଟ କରିଥିଲେ ହିରାମୟୀ ତିଓ୍ବାରୀ । ଡିସେମ୍ବର 19ରେ ହିରାମୟୀ ତିଓ୍ବାରୀ ଏହି ଭିଡିଓ ପୋଷ୍ଟ କରିବା ପରେ ଶିବସେନା କର୍ମୀଙ୍କ ପକ୍ଷରୁ ଏହାର ଦୃଢ ବିରୋଧ କରାଯାଇଥିଲା । ସୋମବାର 30ରୁ ଅଧିକ ଶିବସେନା କର୍ମୀ ହିରାମୟୀଙ୍କୁ ନେଇ ମାଡ ମାରିବା ସହିତ ଲଣ୍ଡା କରି ଦେଇଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ ପୁନର୍ବାର ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ ହିରାମୟୀ…
https://www.youtube.com/watch?v=ZurhBduZhOM
ନୂଆଦିଲ୍ଲୀ,24/12 : ଦୁଇ ଦିନ ତଳେ କିରାରୀ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି 9 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ମଙ୍ଗଳବାର ଦିନ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ଭୋର 4.52 ମିନିଟ୍ରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦିଲ୍ଳୀ ଅଗ୍ନିଶମ ବିଭାଗର 22ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରେ କେହି ମୃତାହତ ହୋଇନଥିବା ବେଳେ କେବଳ ତିନି ଜଣ ଅଗ୍ନିଶମ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ନେଇ ଅଗ୍ନିଶମ ଡିଜି ଅତୁଲ ଗର୍ଗ ସୂଚନା ଦେଇଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ,24/12: କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଏବଂ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସୋମବାର ଟେଷ୍ଟ ଏକାଦଶ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ଦିନ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ସେହିପରି ଟେଷ୍ଟ ଏକାଦଶରେ ସଚିନ୍ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ଏକାଦଶରେ ସାମିଲ କରାଯାଇନଥିବାରୁ ସୋସିଆଲ ମିଡିଆରେ ଏହାକୁ ସମାଲୋଚନା କରାଯାଇଥିଲା। କୋହଲି 2019 ସୁଦ୍ଧା 84ଟି ଟେଷ୍ଟ ଖେଳି 55 ହାରରେ 7202 ରନ୍ ସଂଗ୍ରହ କରିଛନ୍ତି। ସେହିପରି 2011 ବିଶ୍ବକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ବୋଲି ଘୋଷଣା କରାଯାଇଛି। 2019 ସୁଦ୍ଧା ଧୋନୀ ଭାରତ ପାଇଁ 350 ଦିନିକିଆ, 90ଟି ଟେଷ୍ଟ ଏବଂ 98ଟି ଟି…
Mumbai: Actress Kangana Ranaut issues tickets at the Chhatrapati Shivaji Maharaj Terminus ahead of the trailer launch of her upcoming film “Panga”, in Mumbai on Dec 23, 2019. (Photo: IANS)
New Delhi: Vice President M. Venkaiah Naidu presents the Rajat Kamal Award to child actress Prapti Mehta for the Special Jury Award: Hellaro, at the 66th National Film Awards function, in New Delhi on Dec 23, 2019. Also seen Union Minister for Environment, Forest & Climate Change, Information & Broadcasting and Heavy Industries and Public Enterprise Prakash Javadekar and Ministry of Information & Broadcasting Secretary Ravi Mittal. (Photo: IANS/PIB)
Patna: Children participate in Christmas celebrations at their school ahead of the festival, in Patna on Dec 23, 2019. (Photo: IANS)
Amritsar: Sikh devotees participate in a religious procession organised to mark the martyrdom of ‘Chotte Sahibzade’ – the four sons of tenth Sikh Guru, Guru Gobind Singh who attained martyrdom at a very young age, in Amritsar on Dec 23, 2019. (Photo: IANS)
Amritsar: Sikh devotees participate in a religious procession organised to mark the martyrdom of ‘Chotte Sahibzade’ – the four sons of tenth Sikh Guru, Guru Gobind Singh who attained martyrdom at a very young age, in Amritsar on Dec 23, 2019. (Photo: IANS)
ରାଞ୍ଚି,24/12 : ଝାରଖଣ୍ଡ ନିର୍ବାଚନୀ ଫଳାଫଳ ସୋମବାର ଦିନ ଘୋଷଣା କରାଯାଇଛି । ଜେଏମ୍ଏମ୍-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଥିଲା । ମଙ୍ଗଳବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର 27 ତାରିଖରେ ହେମନ୍ତ ସୋରେନ୍ ଶପଥ ଗ୍ରହଣ କରିବେ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ହେମନ୍ତଙ୍କ ସହିତ 12 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ମହାମେଣ୍ଟକୁ 81ରୁ 47 ଆସନ ମିଳିଥିବା ବେଳେ ବିଜେପିକୁ 28 ଆସନ ମିଳିଛି । (ଏଜେନ୍ସୀ)

