Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ ରାଜନୀତିରେ ପିତା-ପୁତ୍ର : ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ପିତା-ପୁତ୍ର ଯୋଡ଼ି
ବିଶେଷ ଖବର

ଭାରତୀୟ ରାଜନୀତିରେ ପିତା-ପୁତ୍ର : ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ପିତା-ପୁତ୍ର ଯୋଡ଼ି

December 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ  

ମହାରାଷ୍ଟ୍ରର କ୍ଷମତା ହାତେଇବା ପରେ ଉଦ୍ଧବ ଠାକ୍‌ରେ ପୁତ୍ର ଆଦିତ୍ୟ ଠାକ୍‌ରେଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍‌ କରିଛନ୍ତି। ଶିବସେନା-କଂଗ୍ରେସ-ଏନ୍‌ସିପିର ମହାମେଣ୍ଟ ସରକାରେ ଆଦିତ୍ୟ ଠାକ୍‌ରେଙ୍କୁ କ୍ୟାବିନେଟ୍‌ ପଦ ମିଳିଛି। ତେବେ ଭାରତୀୟ ରାଜନୀତିରେ ପିତା-ପୁତ୍ରଙ୍କ ପ୍ରଥମ ଯୋଡ଼ି ଭାବରେ ଉଦ୍ଧବ ଆଦିତ୍ୟ ନୁହଁନ୍ତି, ବରଂ ପୂର୍ବରୁ ବହୁ ପିତା-ପୁତ୍ର ଯୋଡ଼ି ଏକାସାଙ୍ଗରେ ଗୋଟିଏ ସରକାରରେ ରହିଛନ୍ତି।

ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର କ୍ୟାବିନେଟ୍‌ ସମ୍ପ୍ରସାରଣରେ ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍‌ ପାଓ୍ବାର୍‌ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ଆଦିତ୍ୟ ଠାକ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ତାମିଲନାଡୁ : କରୁଣାନିଧି –ଷ୍ଟାଲିନ୍‌

ଦେଶରେ ପିତା-ପୁତ୍ରଙ୍କ ପ୍ରଥମ ଯୋଡ଼ି ଭାବେ ତାମିଲନାଡୁ ରାଜନୀତିରେ ଦେଖାଯାଇଥିଲା। ଯେଉଁଠାରେ ବାପ-ପୁଅ ଏକାସାଙ୍ଗରେ ମନ୍ତ୍ରୀ ରହିଥିଲେ। ତାମିଲନାଡୁରେ ଡିଏମ୍‌କେ 2006ରେ ସରକାରରେ କ୍ଷମତାକୁ ଆସିବା ପରେ ଏହାର କମାଣ କରୁଣାନିଧି ସମ୍ଭାଳିଥିବାବେଳେ କରୁଣାନିଧି ତାଙ୍କ ସାନ ପୁତ୍ର ଏମ୍‌କେ ଷ୍ଟାଲିନ୍‌ଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀର ଦାୟିତ୍ବ ଦେଇଥିଲେ। ଷ୍ଟାଲିନ୍‌ 2006ରୁ 2009 ପର୍ଯ୍ୟନ୍ତ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ପୁନଶ୍ଚ 2009ରୁ 2011 ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଭାବେ ରହିଥିଲେ ଷ୍ଟାଲିନ୍‌ ।

ପଞ୍ଜାବ : ବାଦଲ ପିତା ପୁତ୍ର ଯୋଡ଼ି

ପଞ୍ଜାବର ରାଜନୀତିର ବାଦଲ ପିତାପୁତ୍ର ଯୋଡ଼ି ଏକାସାଙ୍ଗରେ ଗୋଟିଏ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। 2007ରେ ଅକାଲୀ ଦଳର ପଞ୍ଜାବରେ ସରକାର ଗଢିଥିବାବେଳ ପ୍ରକାଶସିଂ ବାଦଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ବାଦଲ୍‌ ନିଜର ରାଜନୈତିକ ଉତ୍ତରାଧିକାର ସ୍ବତ୍ତ୍ବ ପୁତ୍ର ସୁଖବୀର୍‌ ସିଂ ବାଦଲ୍‌ଙ୍କୁ ଦେଇଥିଲେ। ଏହାର ଏକ ବର୍ଷ ପରେ 2009ରେ ବାଦଲ ସରକାରରେ ସୁଖବୀର ସିଂ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହା ପରେ 2012ରେ ଅକାଳୀ ଦଳର ସରକାର କ୍ଷମତାକୁ ଆସିବା ପରେ ପ୍ରକାଶ ସିଂ ବାଦଲ୍‌ ମୁଖ୍ୟମନ୍ତ୍ରୀ ରହିଥିବାବଳେ ସୁଖବୀର ସିଂହ ଉପମୁଖ୍ୟମନ୍ତ୍ରୀ ରହିଥିଲେ।

ତେଲେଙ୍ଗାନା : କେସିଆର ଓ କେଟିଆର

ତେଲେଙ୍ଗାନାର ରାଜନୀତିରେ ପିତା-ପୁତ୍ରର ଯୋଡ଼ି ଏପର୍ଯ୍ୟନ୍ତ ସକ୍ରିୟ ରହିଛନ୍ତି। 2014ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବେ ସୃଷ୍ଟି ହୋଇଥିଲା। ଏବଂ ଏହି ରାଜ୍ୟର ପ୍ରଥମ ନିର୍ବାଚନରେ ଟିଆରଏସ୍‌ ସରକାର ଗଢିଥିଲା। କେସିଆର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତାଙ୍କ ପୁତ୍ର କେଟିଆରଙ୍କୁ କ୍ୟାବିନେଟ୍‌ ପଦ ମିଳିଥିଲା। 2018ରେ ହୋଇଥିବା ବିଧାନସଭା ନିର୍ବାଚନରେ କେସିଆରଙ୍କ ନେତୃତ୍ବରେ ପୁନର୍ବାର ଟିଆରଏସ୍‌ ସରକାର ଗଢିବାକୁ ସଫଳ ହୋଇଥିବାବେଳେ କେଟିଆର୍‌ ପୁନର୍ବାର ମନ୍ତ୍ରୀ ରୂପେ ଅବସ୍ଥାପିତ ଅଛି । ଏପରି ଭାବରେ ଦେଖିବାକୁ ଗଲେ କେସିଆରଙ୍କ ରାଜନୈତିକ ଉତ୍ତରାଧିଦାୟାଦ ହେଉଛନ୍ତି କେଟିଆର୍‌ ।

ଠାକ୍‌ରେ ପରିବାର ତରଫରୁ ଆଦିତ୍ୟ ଠାକ୍‌ରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ବର୍ଲି ଆସନରୁ ବିଜୟୀ ହେବା ପରେ ପିତା ଉଦ୍ଧବ ଠାକ୍‌ରେଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇ ନିଜ ପରିବାର ପାଇଁ ବେଶ୍‌ ଗର୍ବ ଆଣିଛନ୍ତି। ତେବେ ମହାରାଷ୍ଟ୍ର ରାଜନୀତିରେ ଏହି ପିତା-ପୁତ୍ରଙ୍କ ଯୋଡ଼ି ବେଶ୍‌ ସରଗରମ ରହିଛି ।

adityathakre maharastapolitics
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026
Latest News

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.