https://www.youtube.com/watch?v=vHNFWZgmE24
Author: Samikhsya Bureau
https://www.youtube.com/watch?v=ZU3XKCkgrWw
ସମୀକ୍ଷା ବ୍ୟୁରୋ ବାଣପୁର, ୨୭/୧୨: ବାଣପୁରର ବଡହନ୍ତୁଆଡର ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ବଡହନ୍ତୁଆଡ ସେବା ସମବାୟ ସମିତିର ଅଧ୍ୟକ୍ଷ ଅଶୋକ ଦାସଙ୍କ ଉପସ୍ଥିତିରେ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ ବାଣପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ। ସେହିପରି ଗାଲୁଆ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ, କୃଷକ ସାଥୀ ନୀଳାଦ୍ରି ଭୂଷଣ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଧାନମଣ୍ଡିର ଉଦ୍ଘାଟନୀ ଉତ୍ସବକୁ ସଫଳ କରିଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ସମିତି ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ। ଅନେକ ଚାଷୀ ଏହି ଉତ୍ସବରେ ଯୋଗଦେଇ ଧାନ ବିକ୍ରି କରିଥିବାର ସୂଚନା ରହିଛି।
ଛତିଶଗଡ଼, 27/12: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ଛତିଶଗଡ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମୋଦି ସରକାର ନୋଟ ବନ୍ଦୀ ଓ ଜିଏସ୍ଟି ଲାଗୁ କରି ଲୋକଙ୍କ ରୋଜଗାର ଛଡାଇ ନେଲେ ଏବେ ଭାଇକୁ ଭାଇ ସହିତ ଲଢାଉଛନ୍ତି। ଏପରି କଲେ ବିକାଶ ହେବ ନାହିଁ। କାର୍ଯ୍ୟକ୍ରମରେ ରାହୁଲ୍ କହିଛନ୍ତି ଯେ, ବିବିଧତା ମଧ୍ୟରେ ଏକତା ହିଁ ଆମର ଶକ୍ତି ଓ ସମସ୍ତଙ୍କୁ ଯୋଡ଼ି ରଖିବା ଦ୍ବାରା ଦେଶର ଶକ୍ତି ବଢିବ। ଭାଇକୁ ଭାଇ ସହିତ ଲଢାଇ କରିବା ଦ୍ବାରା ଦେଶର ବିକାଶ ହେବ ନାହିଁ। ଯେପର୍ଯ୍ୟନ୍ତ ଦେଶର ସମସ୍ତ ଲୋକ ଏକଜୁଟ୍ ହେବେ ନାହିଁ କି ସମସ୍ତଙ୍କ ସ୍ବର ବିଧାନସଭା, ଲୋକସଭାରେ ଶୁଭିବ ନାହିଁ , ସେ ପର୍ଯ୍ୟନ୍ତ ଦେଶରୁ ବେକାରୀ ସମସ୍ୟା ଓ ଅର୍ଥ ବ୍ୟବସ୍ଥା ଉପରେ…
https://www.youtube.com/watch?v=TNWp8TRjqOk
ସମୀକ୍ଷା ବ୍ୟୁରୋ ବଲାଙ୍ଗୀର: ଉପରାଷ୍ଟ୍ରପତିଙ୍କ ବଲାଙ୍ଗିର ଗସ୍ତ ବାତିଲ ହେବା ପରେ ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଟେଲି କନ୍ଫରେନସିଂ ଜରିଆରେ ଉପରାଷ୍ଟ୍ରପତି ଉଦ୍ବୋଧନ ଦେଇଛନ୍ତି। ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରି ମୁଁ ବହୁତ ଖୁସି ବୋଲି କହିଛନ୍ତି। ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିଲା । ଖରାପ ପାଗ ଯୋଗୁଁ ତାଙ୍କ ଗସ୍ତ ବାତିଲ ହୋଇଛି। ତେବେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଥୱର ଚାନ୍ଦ ଏବଂ ମନ୍ତ୍ରୀ ଅରୁଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ୧୯ ମାସରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ନିର୍ମିତ ହୋଇଛି। ବଟଲିଂ ପ୍ଲାଣ୍ଟରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି। ଏହି ପ୍ଲାଣ୍ଟ ଦ୍ଵାରା ପଶ୍ଚିମ ଓଡିଶାର ୧୪ଟି…
ମୁମ୍ବାଇ, 27/12: ଟେଲି ଅଭିନେତା କୁଶଲ୍ ପଞ୍ଜାବୀ ଆତ୍ମହତ୍ୟା କରିଛନ୍ତି। ଗତକାଲି ଅଧରାତ୍ରିରେ ତାଙ୍କ ଘରୁ କୁଶଲଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଛି। 37 ବର୍ଷ ବୟସରେ କୁଶଲ୍ଙ୍କ ମୃତ୍ୟୁ ହୋଇଛି। କୁଶଲଙ୍କ ଆକସ୍ମିକ ନିଧନରେ ଟିଭି କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନ 1 ଘଟିକାରେ ତାଙ୍କର ଶବ ସଂସ୍କାର କରାଯିବ । କୁଶଲ୍ ପଞ୍ଜାବୀଙ୍କ ମୃତ୍ୟୁରେ ଅଭିନେତା କରଣବୀର୍ ବୋହରା ଗଭୀର ଶୋକ ପ୍ରକଟ କରିବା ସହ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ତେବେ କୁଶଲଙ୍କ ଆତ୍ମହତ୍ୟା ପଛର କାରଣ ଏବେ ଜଣାପଡ଼ି ନାହିଁ । କୁଶଲଙ୍କୁ ଶେଷଥର ପାଇଁ ସିରିୟଲ୍ ‘ଇସ୍କ ମେଁ ମରଜାଓ୍ବାଁ’ରେ ଦେଖିବାକୁ ମିଳିଥିଲା। ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା କୁଶଲ୍ ପରବର୍ତ୍ତୀ ସମୟରେ ଟେଲି ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ସେ ଅନେକ ଧାରାବାହିକ, ଫିଲ୍ମ ଓ ଶୋ’ରେ ମଧ୍ୟ କାମ କରିସାରିଛନ୍ତି।…
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, ୨୭/୧୨: ୫୪ ବର୍ଷ ବୟସରେ ପାଦ ଦେଲେ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍। ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍। ବଲିଉଡ୍ରେ ଭାଇଜାନ୍, ଦବଙ୍ଗ ଖାନ୍, ସୁଲତାନ୍ ନାମରେ ବେଶ୍ ଚର୍ଚ୍ଚିତ ସଲମାନ। ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ‘୧୯୮୯’ ମସିହାରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ ‘ ମୈନେ ପ୍ୟାର କିଆ’ରେ ସଲମାନଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା। ପରବର୍ତ୍ତୀ ସମୟରେ ସେ ‘ହମ୍ ଆପକେ ହେ କୌନ୍, ହମ୍ ସାଥ୍ ସାଥ୍ ହୈ, ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଚୁକେ ସନମ, ୱାଣ୍ଟେଡ୍, ବଡିଗାର୍ଡ, ରେଡ୍ଡୀ, ଦବଙ୍ଗ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ୍, ସୁଲତାନ, କିକ,…
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୨୭/୧୨: ପ୍ରଭୁ ଯୀଶୁଙ୍କ ଜନ୍ମଦିବସ ଅର୍ଥାତ୍ ବଡଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଏସଏଫଏସ୍। ଅନାଥ ଶିଶୁମାନଙ୍କ ବଡଦିନ ପାଳନ କରି ଏକ ଏହି ଶିଶୁମାନଙ୍କ ମୁହଁରେ ହସ ଫୁଟାଇବାର ଏକ ନିଆରା ପ୍ରୟାସ କରିଛନ୍ତି ଏସଏଫଏସ୍ କର୍ମକର୍ତ୍ତା। ହିଞ୍ଜିଳିକାଟୁର କର୍ମକର୍ତ୍ତା।ଧରକୋଟ ସ୍ଥିତ ଶ୍ରୀ ଶ୍ରୀ ବାଲ୍ମୀକେଶ୍ୱର ଅନଥାଶ୍ରମରେ ଅନାଥ ଶିଶୁ ମାନଙ୍କ ସହ ମିଶି କ୍ରିସମାସ ପାଳନ କରିବା ସହ ଶିଶୁ ମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ଏବଂ ମିଷ୍ଟାନ୍ନ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ସଂସ୍କାର ପଟ୍ଟନାୟକଙ୍କ ନେତୃତ୍ୱରେ ସୌମ୍ୟ ରଞ୍ଜନ ପଟ୍ଟନାୟକ,ଚିନ୍ମୟ ଚୌଧୁରୀ, ହିମାଂଶୁ ବେହେରା, ମୃତ୍ୟୁଞ୍ଜୟ ପାଢ଼ୀ, ଚିନ୍ମୟ ପୋଲାଇ,ଶୁଭ୍ରଜିତ ପଣ୍ଡା,ସାଇ ଶ୍ରୀତମ ଆଚାରୀ ଓ ରଞ୍ଜିତ ବାଡତ୍ୟା ପ୍ରମୁଖ ସାମିଲ ହୋଇଥିଲେ। ଭିନ୍ନ ଢଙ୍ଗରେ ବଡଦିନକୁ ପାଳନ କରାଯିବା ନେଇ ସାଧାରଣରେ ବହୁ ପ୍ରଶଂସା କରାଯାଇଥିବାବେଳେ ଅନାଥାଶ୍ରମର ପରିଚାଳକ ଏଥିନିମେନ୍ତ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ତରଫରୁ ବାଲୁଗାଁ ବିଜ୍ଞାପିତ ପରିଷଦ (କଲ୍ୟାଣ ମଣ୍ଡପ) ପରିସରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ପୂର୍ବତନ ଦେବେନ୍ଦ୍ର ମାନସିଂହ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ନଗେନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ଭଗବାନ ପ୍ରଧାନ, ରମେଶ ମହାପାତ୍ର, ଚିଲିକା ବିଜ୍ଞାପିତ ଅଞ୍ଚଳ ବିଧାୟକ ପ୍ରତିନିଧି ଅଜୟ କୁମାର ଦାସ, ବାଣପୁର ବ୍ଲକ୍ ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବାଣପୁର ବ୍ଲକ୍ ଅଧ୍ୟକ୍ଷା ରଂଜିତା ସେଠୀ, ଉପାଧ୍ୟକ୍ଷ ଅଜୟ ରାଉଳ, ଯୁବ ନେତା ଜଗତବଲ୍ଲଭ ମହାରଥା ସମେତ ଦଳୀୟ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏହି ଅବସରରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 27/12: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି। ଘନ କୁହୁଡ଼ି ଓ ଖରାପ ପାଗ କାରଣରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗସ୍ତ ବାତିଲ ହୋଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଆଜି ବଲାଙ୍ଗୀର ସହର ଉପକଣ୍ଠରେ ଥିବା ବରକାନୀରେ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ କରି ରାଜ୍ୟ ଉଦ୍ଦେଶ୍ୟରେ ସମର୍ପଣ କରିବା କାର୍ଯ୍ୟକ୍ରମ ରହିଥିଲା। ଏହା ସହ ସେ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲିରେ ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିଲା। ଖରାପ ପାଗ ଯୋଗୁଁ ରାୟପୁରରୁ ଆସିପାରିଲାନି ବିମାନ।
ସମୀକ୍ଷା ବ୍ୟୁରୋ ତିର୍ତ୍ତୋଲ୍, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ୍ ବର୍ତ୍ତି କଲେଜ ପଡିଆରେ ମଧ୍ୟ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତିର୍ତ୍ତୋଲ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ଦାସ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରଘୁନାଥପୁର ବ୍ଳକ ପଞ୍ଚାୟତ ସମିତି ଅଧକ୍ଷା ସ୍ୱପ୍ନ ସରିତା ବଳ ଓ ତିର୍ତ୍ତୋଲ ବ୍ଳକ ଅଧକ୍ଷା ସୁଜାତା ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବିଷ୍ଣୁ ଦାସ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ପ୍ରଗତି କରୁଛି ଏବଂ ଫାଇଭ୍-ଟି ଦ୍ବାରା ରାଜ୍ୟ ଆହୁରି ପ୍ରଗତି କରିବ ବୋଲି ବିଧାୟକ ବିଷ୍ଣୁ ଦାସ ମତପ୍ରକାଶ ପ୍ରକାଶ କରିଥିଲେ। ରାଜ୍ୟ ବିଜେଡି କୃଷକ ସେଲ ସମ୍ପାଦକ ଅନ୍ତର୍ଯାମୀ ରାଉତ ସ୍ୱାଗତ ଭାଷଣ ରଖିଥିବା ବେଳେ…
ସମୀକ୍ଷାବ୍ୟୁରୋ ବାଣପୁର, ୨୭/୧୨: ବାଣପୁର ନୂଆଗାଁଠାରେ ୪୦ବସ୍ତା ଧାନ ପୋଡ଼ି ଯାଇଥିବାର ସୂଚନା ମିଳିଛି। ବାଣପୁର ଏନଏସି ୬ନଂ ୱାର୍ଡ ନୂଆଗାଁର ବାସିନ୍ଦା ଶଙ୍କର ପ୍ରଧାନଙ୍କର ଗୁରୁବାର ରାତିରେ ୪୦ବସ୍ତା ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ଗୁରୁବାର ଦିନ ଧାନ ଅମଳ କରି ଶଙ୍କର ୪୦ ବସ୍ତା ଧାନ ସଂଗ୍ରହ କରିଥିଲେ। ସନ୍ଧ୍ୟାରେ ଝିପିଝିପି ବର୍ଷା କାରଣରୁ ଅମଳ ଧାନକୁ ଘରକୁ ନେବା ସମ୍ଭବପର ନ ହେବାରୁ ସମସ୍ତ ଧାନକୁ ବିଲରେ ଥିବା ଖଳାରେ ରଖିଥିଲେ। ତେବେ ରାତି ୯ ଘଟିକା ସମୟରେ ଏହି ସମସ୍ତ ଧାନ ବସ୍ତାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାର ଖବର ପାଇ ବାଣପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲ, ମାତ୍ର ସେତେବେଳକୁ ସମସ୍ତ ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା। କେହି ଦୁର୍ବୃତ୍ତ ଏପରି କାର୍ଯ୍ୟ କରିଥିବାର ସନ୍ଦେହ ହୋଇଛି। ଧାନ ବସ୍ତାରେ ନିଆଁ ଲାଗିବା ନେଇ ଶଙ୍କର ବାଣପୁର ଥାନରେ ଅଭିଯୋଗ…
କାଜାକସ୍ତାନ, ୨୭/୧୨: କାଜାକାସ୍ତାନର ଅଲ୍ମାଟିଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରୁ ବିମାନ ଉଡାଣ ଭରିବାର କିଛି ସମୟ ପରେ ଦୁଇ ମହଲା ବିଶିଷ୍ଟ କୋଠାରେ ଧକ୍କା ହୋଇଥିଲା। ଏହି ବିମାନରେ ମୋଟ ୧୦୦ଜଣ ରହିଥିବାବେଳେ 9ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ୯୫ ଜଣ ଯାତ୍ରୀ ରହିଥିବାବେଳେବିମାନରେ ୫ଜଣ କ୍ରୁ ମେମ୍ବର ରହିଥିଲେ। ଏହି ଦୁର୍ଘଟଣାରେ ୯ଜଣ ଗୁରୁତର ରହିଛନ୍ତି, ଏହି ଗୁରୁତରଙ୍କ ମଧ୍ୟରେ 6ଜଣ ଶିଶୁ ସାମିଲ୍ ରହିଛନ୍ତି। ଏୟାରପୋର୍ଟ ବହୁ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। (ଏଜେନ୍ସି)
ଭୁବନେଶ୍ବର, 27/12: ସାରା ରାଜ୍ୟରେ କୋହଲା ପାଗ ଓ ଘନ କୁହୁଡି ଲାଗି ରହିଛି। ତେବେ ଆଜି କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି। ବାୟୁମଣ୍ଡଳର ଉପରିଭାଗରେ ସୃଷ୍ଟି ଟ୍ରପ୍ ଲାଇନ୍ ଯୋଗୁଁ ପାଗରେ ପରିବର୍ତ୍ତନ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏପରି କୋହଲା ପାଗ ରହିବ। ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ସମ୍ଭାବନା ରହିଛି। ତେବେ ୨୮ରୁ ତାପମାତ୍ରା କମିବ, ଫଳରେ ଶୀତ ବଢିବା ସମ୍ଭାବନା ରହିଛି। ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ମଧ୍ୟ ସମ୍ଭାବନା ରହିଛି।
ଆନ୍ଧ୍ରପ୍ରଦେଶ, 27/12: ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଜି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ତିନି ରାଜଧାନୀ ଫର୍ମୁଲାକୁ ନେଇ ମୋହର ଲାଗିବାର ସମ୍ଭାବନା ରହିଛି । ଜଗନ ମୋହନ ସରକାରଙ୍କ ଏହି ଫର୍ମୁଲାକୁ ଅମରାବତୀଠାରେ ବିରୋଧ କରାଯାଉଛି। ତିନି ରାଜଧାନୀ ବିଷୟରେ ଚାଷୀଙ୍କଠାରୁ ବିରେଧୀ ସମସ୍ତେ କଡ଼ା ବିରୋଧ ପ୍ରଦର୍ଶନ କରୁଛନ୍ତି । ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ ପାଇଁ ଅମରାବତୀରେ ଧାରା -144 ଜାରି ହୋଇଛି । ବିଶାଖପାଟଣାରେ ଆନ୍ଧ୍ରପ୍ରଦେଶ ସରକାରର କ୍ୟାବିନେଟ୍ ବୈଠକରେ ଏନେଇ ଆଜି ନିଷ୍ପତ୍ତି ନିଆଯିବା ନେଇ ସୂଚନା ରହିଛି । ପ୍ରଦେଶର ପ୍ରଶାସନିକ ରାଜଧାନୀ ଅମରାବତୀ ଠାରୁ ବିଶାଖାପାଟଣା କରିବା ପାଇଁ କ୍ୟାବିନେଟ ବୈଠକ ପୂର୍ବରୁ ଜଗନ ମୋହନ ରେଡ୍ଡୀ ସରକାର ଟିଡିପିର କିଛି ବରିଷ୍ଠ ନେତାଙ୍କୁ ହାଉସ ଆରେଷ୍ଟ କରିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଟିଡିପି ନେତାମାନଙ୍କ ଘରବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆନ୍ଧ୍ରପ୍ରଦେଶରେ ଏବେ ତିନିଟି ରାଜଧାନୀ ହୋଇପାରିବ।…
କେଦାର ମିଶ୍ର ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ ଉପଲବ୍ଧି ହେଉଛି, ଗତ ସତୁରୀ ବର୍ଷ ଧରି ଆମର ସେନାବାହିନୀ ଓ ସାଧାରଣ ପ୍ରଶାସନ ନିଜ ନିଜର ସୀମାରେ ରହି କାମ କରିଛନ୍ତି। ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ସାଧାରଣ ଶାସନର ଦାୟିତ୍ଵ ନେଇଥିବା ବେଳେ ଏ ସମ୍ପର୍କରେ ସେନାବାହିନୀ ସବୁବେଳେ ମର୍ୟାଦାଜନକ ଦୂରତାରେ ରହି ଆସିଛି। କୌଣସି ସେନାନାୟକ ଆମ ଦେଶରେ ଦାୟିତ୍ବରେ ଥିବାବେଳେ ରାଜନୀତି ସମ୍ପର୍କରେ ବା ରାଜନୈତିକ ବିଚାର ସମ୍ପର୍କରେ କୌଣସି ମତ ରଖିନାହାନ୍ତି। ଅବସର ପରେ ଅନେକ ସେନାମୁଖ୍ୟ ରାଜନୀତିକୁ ଆସିଛନ୍ତି ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସନର ଦାୟିତ୍ଵ ସମ୍ଭାଳିଛନ୍ତି। ହେଲେ ଦାୟିତ୍ଵ ସମ୍ଭାଳୁଥିବା ସମୟରେ ସେମାନେ ରାଜନୀତି ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ରହିନାହାନ୍ତି। ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ରହିଥିବା ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ଭି.କେ.ସିଂଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ରେ ଯୋଗ ଦେଇଥିବା ଜେନେରାଲ ଶଙ୍କର ରାୟ…
ଓଡିଶାର ଐତିହ୍ୟ ବହନ କରୁଥିବା ଏକ ଟ୍ରେନକୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ମହିଳା ସଶକ୍ତିକରଣ ବିଶେଷ କରି ଅନଗ୍ରସର ଏବଂ ଅବହେଳିତ ମହିଳାଙ୍କ ପ୍ରଗତି ପାଇଁ ବିଶେଷ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ, ସଙ୍ଘ ଏବଂ ଅନୁଷ୍ଠାନକୁ ସ୍ୱୀକୃତି ପ୍ରଦାନ ପୂର୍ବକ ପ୍ରତିବର୍ଷ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାର୍ଚ୍ଚ ୮, ୨୦୨୦ରେ ପାଖାପାଖି ୪୦ ଜଣଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ଯୋଗ୍ୟତା ଓ ନିର୍ଦ୍ଦେଶାବଳୀ www.narishaktipuraskar.wcd.gov.in ପୋର୍ଟାଲରେ ଉପଲବ୍ଧ । ପୁରସ୍କାର ପାଇଁ ବିଚାର ପ୍ରକ୍ରିୟା ମଧ୍ୟକୁ ଆସିବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ଜାନୁଆରୀ ୭, ୨୦୨୦। ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଶେଷ…
ସଂପଦ ଦଳାଇ ବିଜେଡିର 23 ତମ ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବୀନ ତାଙ୍କ ଭାଷଣରେ କହିଲେ ଯେ, ବିଜେଡି ଦଳ ତିଷ୍ଠିବାରେ ବା ବୃଦ୍ଧି ପାଇଁ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ। ଏପରିକି ତାଙ୍କ ଉପରେ ମଧ୍ୟ ନିର୍ଭର କରେ ନାହିଁ। ନବୀନ ଇଂରାଜୀରେ ଯାହା କହିଲେ ତାହା ହେଲା “ Biju Janat Dal is not a political party and it is not dependant on some or other leaders including me for its survival and growth.” ଅର୍ଥାତ ବିଜେଡିର କୌଣସି ନେତାଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରେ ନାହିଁ ବୋଲି ନବୀନ ସିଧାସିଧା କହିଲେ। ସେ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟତଃ ବିଜେଡି…
(191225) — ZAGREB, Dec. 25, 2019 (Xinhua) — Photo taken on Dec. 25, 2019 shows the building of the National and University Library in Zagreb, capital of Croatia. The library will be used as the main conference venue during Croatia’s six-month presidency of the Council of the European Union starting from Jan. 1, 2020. (Igor Kralj/Pixsell via Xinhua)

