Author: Samikhsya Bureau

କେଦାର ମିଶ୍ର ଏ ଲେଖାଟିକୁ ମୁଁ ନିତାନ୍ତ ବ୍ୟକ୍ତିଗତ ଅନୁଭବରୁ ଲେଖୁଛି। ମୁଁ ଯେବେବି ମୋ ମା କୁ ପଚାରେ, ମୋର ଜନ୍ମ କେବେ ହୋଇଥିଲା, ସେ ମୋତେ କହେ, ତୁ ସେହି ବର୍ଷ ଜନ୍ମ ହୋଇଥିଲୁ ଯେଉଁ ବର୍ଷ  ଯୋଡା ବୈଶାଖ ପଡିଥିଲା।  ପାଞ୍ଜି କଣ ଜାଣି ନଥିବା ଓ ଭାରତୀୟ ଚାନ୍ଦ୍ର ବର୍ଷ ବିଷୟରେ ଧାରଣା ନଥିବା ଲୋକଟି ଯୋଡା ବୈଶାଖର ଅର୍ଥ ବି ବୁଝି ପାରିବ ନାହିଁ। ମୁଁ ନିଜେ ମୋ ଜାତକ ନ ପଢିବା ଯାଏଁ ମୋ ଜନ୍ମଦିନ କଥା ମୋତେ ଜଣା ନଥିଲା। ତେବେ ଜାତକରେ ଲେଖାଥିବା ଜନ୍ମଦିନ ସହିତ ମୋ ସରକାରୀ କାଗଜର ଜନ୍ମଦିନ ସମାନ ନୁହେଁ। ମୋ ସ୍କୁଲ ସାର୍ଟିଫିକେଟରେ ମୋ ବୟସ ଜାତକଠାରୁ ୯ ମାସ ବଡ। ମୋ ପରି ଅଧିକାଂଶ ଭାରତୀୟଙ୍କର ଅବସ୍ଥା ସମାନ। ଏଠି ପ୍ରତ୍ୟେକଙ୍କର ତିନୋଟି ଜନ୍ମଦିନ ଥାଏ- ଜାତକ ତାରିଖ ଅନୁସାରେ, ସାର୍ଟିଫିକେଟ ଅନୁସାରେ…

Read More

ନୂଆଦିଲ୍ଲୀ, 26/12: ହିନ୍ଦି ସାହିତ୍ୟର ପ୍ରସିଦ୍ଧ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ଶ୍ରୀଲଙ୍କାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୋମବାର ଦକ୍ଷିଣ କୁରୁନ୍ଦୁଗାହେତେକମା ଅଞ୍ଚଳରେ ଏକ ଭ୍ୟାନ ସହିତ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବିମଳ ନିଜ ପରିବାର ଲୋକଙ୍କ ସହିତ ଭ୍ୟାନରେ ବସିଥିଲେ । ଦୁର୍ଘଟଣାରେ ତାଙ୍କ ପରିବାରର 2 ଜଣ ସଦସ୍ୟ ଓ ଭ୍ୟାନର ଚାଳକଙ୍କ ମୃତ୍ୟୁ ହୋଇଛ।ମୃତ୍ୟୁ ବେଳକୁ ବିମଳଙ୍କୁ 80 ବର୍ଷ ବୟସ ହୋଇଥିଲା। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ହିନ୍ଦି ପ୍ରତିଷ୍ଠାନ ସମେତ ଅନ୍ୟ ସଂସ୍ଥାରେ ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି । ଜଣେ କବି, ସମୀକ୍ଷକ ଓ ଅନୁବାଦକ ଭାବେ ବେଶ୍‌ ପରିଚିତ ଥିଲେ ଗଙ୍ଗାପ୍ରସାଦ ବିମଳ। 1939 ମସିହାରା ଉତ୍ତରାଖଣ୍ଡର ଉତ୍ତରକାଶୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ପ୍ରସିଦ୍ଧ କବିତାଗୁଡ଼ିକ ମଧ୍ୟରେ ରହିଛି ବୋଧୀ ବୃକ୍ଷ, ଇତନା କୁଛ,…

Read More

ନୂଆଦିଲ୍ଲୀ,25/12 : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତାବକୁ ପୂର୍ବତନ ପାକିସ୍ତାନୀ କ୍ରିକେଟର ରଶିଦ୍‌ ଲତିଫ୍‌ ସମାଲୋଚନା କରିଛନ୍ତି । ଗାଙ୍ଗୁଲିଙ୍କ ପ୍ରସ୍ତାବିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଅନ୍ୟ ଏକ ଶ୍ରେଷ୍ଠ ଦଳ ଭାଗ ନେବେ ବୋଲି ଜଣାପଡିଛି । ଭାରତରେ ପିଙ୍କ ବଲ୍‌ ଟେଷ୍ଟ ପ୍ରଚଳନ ସହିତ ଏହା ଗାଙ୍ଗୁଲିଙ୍କ ବଡ ଯୋଜନାର ଏକ ଅଂଶବିଶେଷ । ପାକିସ୍ତାନୀ କ୍ରିକେଟର ରଶିଦ ଲତିଫ୍‌ ଏହି ଯୋଜନାକୁ ସମାଲୋଚନା କରିଛନ୍ତି । ଏହି ଯୋଜନା ଫଳପ୍ରସୂ ହେଲେ ଚାରି ରାଷ୍ଟ୍ର ଅନ୍ୟ ସମସ୍ତ ରାଷ୍ଟ୍ରଙ୍କୁ ଏକ ଘରିକିଆ କରିଦେବେ ଯାହାକି କ୍ରିକେଟ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଲତିଫ ଏକ ୟୁଟ୍ୟୁବ୍‌ ଭିଡିଓରେ କହିଛନ୍ତି । ଏହି ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସମ୍ମତି ପ୍ରଦାନ କରିଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ବାଣପୁର/ନାଚୁଣୀ, ୨୫/୧୨: ଦେଶରେ ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଉଛି। ଏହି ଆଇନକୁ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କିନ୍ତୁ ଏହା ସପକ୍ଷରେ ମଧ୍ୟ ଦେଶ ସାରା ଅନେକ ସଙ୍ଗଠନ ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ନାଚୁଣୀ ଠାରେ ସିଏଏ ସପକ୍ଷରେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ଅଧୀନରେ ଥିବା ନାଚୁଣୀ ୟୁନିଟ ଦ୍ଵାରା ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନାଚୁଣୀ ମହାବିଦ୍ୟାଳୟରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଢୋଲ ବାଜା, ଫଗୁ ଏବଂ ତ୍ରିରଙ୍ଗା ପତକା ଧରି ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ।…

Read More