Author: Samikhsya Bureau

ନୂଆଦିଲ୍ଲୀ,29/12 : ତଳିପେଟରେ ଯନ୍ତ୍ରଣା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମୁଲାୟମ ସିଂ ଯାଦବ । ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମଙ୍କୁ ରବିବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ ପରେ ମୁଲାୟମଙ୍କୁ ଆସନ୍ତା କାଲି ସୁଦ୍ଧା ଡିସଚାର୍ଜ କରାଯାଇପାରେ ବୋଲି ଜଣାପଡିଛି । ଏହା ସହିତ ଅଧିକ ଚିକିତ୍ସା ପାଇଁ ମୁଲାୟମଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Read More

ଥିରୁଅନନ୍ତପୁରମ୍‌,29/12 : ଜାମିଆ ମାଲିଆ ଛାତ୍ରୀ ଆୟେଶା ରାନ୍ନାଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି ସିପିଆଇ ଏମ୍‌ ନେତୃବୃନ୍ଦ । ଆୟେଶାଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ମଲ୍ଲାପୁରମରେ ସିପିଆଇଏମ ପକ୍ଷରୁ ଏକ ପ୍ରତିବାଦ ଶୋଭା ଅନୁଷ୍ଠିତ ହୋଇଯାଇଛି । ସିଏଏ ଆନ୍ଦୋଳନରେ ଅଟକ ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିବା ପାଇଁ ଦାବିରେ ଆୟେଶା କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ନାମ ନେଇଥିଲେ । ମଲ୍ଲାପୁରମରେ ଏକ ଶୋଭାଯାତ୍ରାକୁ ସମ୍ବୋଧିତ କରୁଥିବା ବେଳେ ଆୟେଶା ଏହି ମନ୍ତବ୍ୟ ଦେଇଥିଲେ । ଆୟେଶା କହିଥିଲେ ବିଗତ ଦୁଇ ସପ୍ତାହ ମଧ୍ୟରେ ଶତାଧିକ ଜାମିଆ ମାଲିଆ ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯାଇଛି ଏବଂ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ସେମାନଙ୍କୁ ମୁକ୍ତ କରିବା ଉଚିତ୍‌ । ଏହି ମତ ପରେ କେରଳ ସିପିଆଇ ଏମ୍‌ ପକ୍ଷରୁ ଆୟେଶାଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରାଯାଇଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,29/12 : ଅସୁସ୍ଥତା କାରଣରୁ ଜାତୀୟ ଚଳଚିତ୍ର ପୁରସ୍କାରରେ ଅନୁପସ୍ଥିତ ରହିଥିବା ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି । ରବିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦ ଅମିତାଭଙ୍କୁ ସମ୍ମାନିତ କରିଛନ୍ତି । ଜୀବନବ୍ୟାପୀ ସାଧନା ପାଇଁ ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 190ରୁ ଅଧିକ ହିନ୍ଦି ଫିଲ୍ମରେ ଅଭିନୟ କରିଥିବା ଅମିତାଭ ବଚ୍ଚନ ପୂର୍ବରୁ 4 ଥର ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ହାସଲ କରିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,29/12 : ସାମୁଦ୍ରିକ ଝଡ ଟାଇଫୁନ୍‌ ଫାନ୍‌ଫୋନ୍‌ ଫିଲିପାଇନ୍ସରେ ଏହାର ତାଣ୍ଡବ ରଚିଛି । ଫାନ୍‌ଫୋନ୍‌ ପ୍ରଭାବରେ 5 ଦିନ ମଧ୍ୟରୋ 41 ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପାଇନ୍ସ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି । 5 ଦିନ ମଧ୍ୟରେ 41 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 12 ଜଣ ନିଖୋଜ ଅଛନ୍ତି । ଏହା ସହିତ ଟାଇଫୁନ୍‌ ପ୍ରଭାବରେ 28 ଜଣ ଆହତ ହୋଇଥିବା ଜଣାପଡିଛି । ପାନାୟ, ସାମାର ଏବଂ ବିସୟସରେ ସର୍ବାଧିକ କ୍ଷତି ଘଟିଥିବା ଜଣାପଡିଛି । ଟାଇଫୁନ୍‌ କାରଣରୁ 100ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 29/12 : ନୂଆଦିଲ୍ଲୀରେ ନୂତନ ସିଆରପିଏଫ୍‌ ମୁଖ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଆରପିଏଫ୍‌ ଯବାନଙ୍କୁ ବାର୍ଷିକ 100 ଦିନ ଛୁଟି ମିଳିବା ନେଇ ଶାହା ଘୋଷଣା କରିଛନ୍ତି । ସରକାର ଖୁବ୍‌ ଶୀଘ୍ର ଏନେଇ ଏକ ନିୟମ ଆଣିବାକୁ ଯାଉଛନ୍ତି ବୋଲି ଶାହା ପ୍ରକାଶ କରିଛନ୍ତି । ପ୍ରତ୍ୟୋକ ଯବାନ ଦେଶ ପାଇଁ ସଦା ସର୍ବଦା କାର୍ଯ୍ୟରତ ରହିଥାନ୍ତି ତେଣୁ ଯେପରି ପ୍ରତ୍ୟୋକ ଯବାନ ନିଜ ପରିବାର ସହିତ 100 ଦିନ ବିତାଇବାର ସମୟ ପାନ୍ତି ସେ ସମ୍ପର୍କରେ ସରକାର ବିଚାର କରୁଛନ୍ତି ବୋଲି ଶାହା କହିଛନ୍ତି । ଏହା ସହିତ ଏ ନେଇ ଦେଶର ତିନି ସେନାମୁଖ୍ୟଙ୍କ ସହିତ ଆଲୋଚନା କରାଯାଉଥିବା ସମ୍ପର୍କରେ ଶାହା ସୂଚନା ଦେଇଥିଲେ । ଏହା ସହିତ ସମସ୍ତ ଯବାନଙ୍କ ପରିବାରକୁ ଏକ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ଏବଂ ଏହି…

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର,29/12 : ଗତକାଲି ଭୁବନେଶ୍ୱରରେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ବ୍ରହ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଉଛି । ବେଆଇନ ପାର୍କିଂ ଫି ଆଦାୟ ହେଉଥିବାକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସୁରକ୍ଷାକର୍ମୀ ସାମ୍ବଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଏକ ଘରେ ବନ୍ଦ କରି ରଖି ଦେଇଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା । ଏହି ଘଟଣାର ଦୃଢ଼ ପ୍ରତିବାଦ କରିବା ସହିତ ବ୍ରହ୍ମପୁର ସହରର ସମସ୍ତ ସାମ୍ବାଦିକ ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ । ଏହା ସହ ସାମ୍ବାଦିକ ସୁରକ୍ଷା ଆଇନକୁ ତୁରନ୍ତ ଲାଗୁ କରି ଏଭଳି ଘଟଣାଗୁଡ଼ିକ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ସାମ୍ବାଦିକ ଦାବି କରିଥିଲେ ।…

Read More

ରାଞ୍ଚି,29/12 : ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ୍‌ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ହେମନ୍ତଙ୍କ ସହିତ ଅନ୍ୟ ତିନିଜଣ ବିଧାୟକ ଆଲମ ଗିରି ଆଲମ, ରାମେଶ୍ବର ଓରାମ ଓ ସତ୍ୟାନନ୍ଦ ଭକ୍ତା କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ରାହୁଲଙ୍କ ବ୍ୟତିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପସ୍ଥିତ ଥିଲେ । ଅନ୍ୟ ନେତାମାନଙ୍କ ମଧ୍ୟରେ ବରିଷ୍ଠ ସିପିଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି.ରାଜା ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ,…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ଭୁବନେଶ୍ବରର ଏସ୍‌ପ୍ଲାନେଡ୍‌ ମଲ୍‌ରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ମାମଲାରେ କମିସନରେଟ୍‌ ପୋଲିସ୍‌ ପକ୍ଷରୁ 2 ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଘଟଣାର ତଦନ୍ତ ଜଣେ ଡିସିପି ପାହ୍ୟାର ଅଧିକାରୀ କରିବେ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି । ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଏସ୍‌ପ୍ଲାନେଡ୍‌ ମଲ୍‌ରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା । ଏହାର ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକ ସ୍ବାତୀ ଜେନାଙ୍କୁ ମଲ୍‌ର ସୁରକ୍ଷାକର୍ମୀ ଆକ୍ରମଣ କରିଥିଲେ ।

Read More

WUSHAN, Dec. 27, 2019 (Xinhua) — Photo taken on Dec. 27, 2019 shows a wild macaque at the Small Three Gorges scenic area in Wushan County, southwest China’s Chongqing Municipality. The ecological environment of the scenic area keeps improving in recent years, and more and more macaques have been attracted here. (Xinhua/Wang Quanchao/IANS)

Read More

ଲକ୍ଷ୍ନୌ,29/12 : ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରି ବିଏସ୍‌ପିର ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ । ବିଏସ୍‌ପି ବିଧାୟକ ରମାବାଇ ପରିହାର ମଧ୍ୟପ୍ରଦେଶର ଏକ ସଭାରେ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ଉକ୍ତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହି ଘଟଣା ପରେ ମାୟାବତୀ ପରିହାରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବିଏସ୍‌ପି ଏକ ଶୃଙ୍ଖଳିତ ଦଳ ଏବଂ ଏହି ଦଳରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମାୟାବତୀ । ଉଲ୍ଲେଖମକଯୋଗ୍ୟ ଯେ, ସିଏଏ ବିରୋଧ କରୁଥିବା ନେତାଙ୍କ ମଧ୍ୟରେ ମାୟାବତୀ ଅନ୍ୟତମ । (ଏଜେନ୍ସୀ)

Read More

ରାଞ୍ଚି, 29/12: ଝାରଖଣ୍ଡରେ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଆଜି ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଦିନ 2ଟାରେ ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସଙ୍କଳ୍ପ ଦିବସ ନାମରେ ନାମିତ କରାଯାଇଥିବା ବେଳେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପି ଚିଦାମ୍ବରମ୍‌, ଏନ୍‌ସିପି ନେତା ଶରଦ ପଓ୍ବାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି। ସେହିପରି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା 6 ଜଣ…

Read More

କାଇରୋ,29/12 : ସମୁଦାୟ 24 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟକ ବସ୍‌ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ 16 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡିଛି । ଇଜିପ୍ଟରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଦୁର୍ଘଟଣାକୁ ସ୍ବୀକାର କରାଯିବା ସହିତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଇଜିପ୍ଟର ଏନ୍‌ ସୋଖ୍‌ନାରେ ଶନିବାର ଏହି ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍‌କୁ ଧକ୍କା ଦେବା ପରେ ମିନିବସ୍‌ଟି ଓଲଟି ପଡିଥିଲା । ଆହତ ମାନଙ୍କୁ ସୁଏଜ୍‌ ଏବଂ କାଇରୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 29/12 : ବର୍ଷର ଅନ୍ତିମ ମନ୍‌ କୀ ବାତ୍‌କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଯୁବସମାଜର ଭୁରିଭୁରି ପ୍ରଶଂସା କରିଥିଲେ । ଆଜିର ଯୁବ ସମାଜ ଜାତି ପ୍ରଥାକୁ ଦୂର କରି ଦେଶ ଗଠନରେ ଅଧିକରୁ ଅଧିକ ବ୍ରତୀ ହେବାରେ ଲାଗିଛନ୍ତି ବୋ.ଲି ମୋଦି କହିଛନ୍ତି । ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ମୋଦି ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି । ଆଜିର ଯୁବ ବର୍ଗ ଅଶାନ୍ତି ଓ ଦେଶ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନାହିଁ ବରଂ କୌଣସି ପ୍ରସଙ୍ଗ ଉପରେ ଯୁବ ପିଢ଼ି ନିଜର ମତାମତ ଉପସ୍ଥାପନ କରିବାରେ ବିଶ୍ୱାସ ରଖୁଛି ବୋଲି ମୋଦି କହିଛନ୍ତି । ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀର ଯେଉଁ ପ୍ରସ୍ଥର ଉପରେ ସାଧନା କରିଥିଲେ, ଏବେ…

Read More