ପାଟନା,31/12 : ବିହାରରେ ଦୁଇ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି । ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରଥମେ କିଶୋରଙ୍କୁ ଆକ୍ରମଣ କରିଥିବା ବେଳେ କିଶୋର ଏହାର ଯବାବ ଦେଇଛନ୍ତି । ଲାଭ ପାଇଁ ରାଜନୀତିର ବ୍ୟବସାୟ କରୁଥିବା ନେତା କେବ ଦେଶର ହିତ ପାଇଁ ଚିନ୍ତା କରିପାରିବେ ନାହିଁ ବୋଲି ମୋଦି ମତ ଦେଇଥିଲେ । ମୋଦି କାହାର ନାମ ନେଇନଥିଲେ ମଧ୍ୟ ପରୋକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆଡକୁ ପରୋକ୍ଷରେ ଇଙ୍ଗିତ କରିଥିଲେ । ଏହାପରେ କିଶୋର ଏହାର ଜବାବ ଦେବା ସହିତ ସୁଶୀଲ ମୋଦିଙ୍କୁ ସମାଲୋଚନା କରିଥିଲେ । କିଶୋର କହିଥିଲେ ବିହାରର ଜନତା ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ମେଣ୍ଟ ସରକାର ଭାଙ୍ଗିନଥିଲେ ବିଜେପି ସରକାର ଗଠନର ସୁଯୋଗ…
Author: Samikhsya Bureau
ନୂଆଦିଲ୍ଲୀ,31/12 : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଦିନ 127 କୋଟିର ସମ୍ପତ୍ତି ଜବତ କରାଯାଇଛି । ପିକ୍ସିଅନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମୁମ୍ବାଇ, କୋଲକାତା ଏବଂ ନୋଇଡା ସ୍ଥିତ ସମ୍ପତ୍ତିକୁ ଜବତ କରାଯାଇଛି । ଏକ 26ଶହ କୋଟିର ବ୍ୟାଙ୍କ ଠକେଇ କାରଣରୁ ଇଡି କମ୍ପାନୀର ସମ୍ପତ୍ତି ଜବତ କରିଛି । ସମୁଦାୟ 127.44 କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇରେ କମ୍ପାନୀର ଦୁଇଟି ବ୍ୟବସାୟିକ ପ୍ଲଟ୍କୁ ଜବତ କରାଯିବା ସହିତ ମୁମ୍ବାଇ, ଚେନ୍ନାଇ, ନୋଇଡା ଏବଂ କୋଲକାତାରେ ଥିବା 9ଟି କାର୍ଯ୍ୟାଳୟକୁ ଜବତ କରାଯାଇଛି । (ଏଜେନ୍ସୀ)
ପୁରୀ, 31/12: ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବା ସହିତ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯିବା ନେଇ ସୂଚନା ରହିଛି । ଶ୍ରୀମନ୍ଦିର ସମ୍ମୁଖକୁ ସଜାଯିବସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି।
ନୂଆଦିଲ୍ଲୀ,31/12 : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସ୍ଥଳସେନାର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିପିନ୍ ରାଓ୍ବତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଙ୍ଗଳବାର ଦିନ ନରାଓ୍ବଣେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର 28ତମ ସ୍ଥଳସେନା ମୁଖ୍ୟ ହୋଇଛନ୍ତି ନରାଓ୍ବଣେ । ସେନାର ଉପ ମୁଖ୍ୟ ରହିଥିବା ନରାଓ୍ବଣେ ଉତ୍ତର ପୂର୍ବାଞ୍ଚଳ ଏବଂ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିଲେ । ନରାଓ୍ବଣେ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଇଷ୍ଟର୍ଣ୍ଣ କମାଣ୍ଡ ଅଧୀନରେ 4 ହଜାର କିମିର ସୀମା ରହିଥିଲା ଯାହାକି ଚୀନ୍ ସହିତ ସଞ୍ଜୁକ୍ତ । (ଏଜେନ୍ସୀ)
ନୂଆଦିଲ୍ଲୀ,31/12 : ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ ସଙ୍ଗଠିତ ହୋଇଛି । ସୋମବାର ରାତି 10.29 ମିନିଟ୍ରୁ 12.40 ମଧ୍ୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.7ରୁ 5.5 ରହିଥିବା ଜଣାପଡିଛି । ସେହିପରି ଆଣ୍ଡାମାନ ନିକୋବରରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି । 10.29 ମିନିଟ୍ରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା 4.7 ତୀବ୍ରତା ରହିଥିଲା । ପରବର୍ତ୍ତୀ ଭୂକମ୍ପ ଗୁଡିକ 10.37, 10.58,11.20 ଏବଂ 12.20ରେ ଅନୁଷ୍ଠିତ ହୋଇଥିଲା । ଜମ୍ମୁ କାଶ୍ମୀରର ହୁଞ୍ଜା, ଘଜର, ଗିଲ୍ଗିଟ୍ ଏବଂ ସ୍କାର୍ଡୁରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ବେଳେ କୌଣସି ଜୀବନହାନି ଘଟିନାହିଁ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,31/12 : ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କର ଆଜି ପରଲୋକ ହୋଇଛି। 91 ବର୍ଷ ବୟସରେ ଖରିଆର ରୋଡ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସ୍ବାମୀଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ 4 ଏପ୍ରିଲ୍ 2012ରୁ 3 ଏପ୍ରିଲ 2018 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ।
ସମୀକ୍ଷା ବ୍ୟୁରୋ କଳାହାଣ୍ଡି,31/12 : ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସୋମବାର ଭିଜିଲାନ୍ସ ପକ୍ଷରୁ ହରପ୍ରସାଦଙ୍କ ତିନୋଟି ଘରରେ ଏକକାଳୀନ ଚଢାଉ କରାଯାଇଥିଲା । କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ 3ଟି ଟିମ ଏହି ଚଢାଉ କରିଥିଲେ । ହରପ୍ରସାଦଙ୍କ ରାମନଗର ସ୍ଥିତ ବାସଭବନ, ମନ୍ଦାର ବଗିଚାସ୍ଥିତ ପୈତୃକ ଘର ଓ ଅଫିସରେ ଚଢ଼ଉ କରାଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ନବୀନ ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍ ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ନବୀନ। ସୋନି ଜଣେ ଉତ୍ତମ ସମ୍ପାଦକ ଏବଂ ଭଲ ମଣିଷ ଥିଲେ ଭଗବାନ ତାଙ୍କ ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ବୋଲି ନବୀନ ଟ୍ବିଟ୍ କରିଛନ୍ତି।
ଗୌହାଟୀ, 31/12 : ଆସନ୍ତା ଜାନୁୟାରୀ 1 ତାରିଖ,2020ରୁ ଆସାମ ସରକାର ଏକ ନୂତନ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଅରୁନ୍ଧତୀ ଯୋଜନା ନାମକ ଏହି ଯୋଜନା ଅନୁସାରେ ବିବାହ କରୁଥିବା କନ୍ୟାଙ୍କୁ 10 ଗ୍ରାମର ସୁନା ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ ଏହି ଯୋଜନା ଅନୁଯାୟୀ କନ୍ୟାଙ୍କୁ 10 ଗ୍ରାମ୍ ସୁନା ଅଥବା 30 ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ସରକାରଙ୍କୁ ବାର୍ଷିକ 30 ହଜାର କୋଟିର ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି। ତେବେ ଏହି ନିୟମ ଅନୁଯାୟୀ ବିବାହ ପାଇଁ ସର୍ବାଧିକ ବୟସ ସୀମାର କୌଣସି ସୀମା ରଖାଯାଇନଥିବା ବେଳେ ସର୍ବନିମ୍ନ ବୟସ ଝିଅଙ୍କ ପାଇଁ 18 ଏବଂ ପୁଅଙ୍କ ପାଇଁ 21 ରହିଛି। ଏହା ସହିତ କେବଳ ଝିଅର ପ୍ରଥମ ବିବାହରେ ଏହି ଅର୍ଥ ପ୍ରଦାନ କରାଯିବ। ବିବାହ ଅଧିନିୟମ ଧାରା 1954 ଅନୁଯାୟୀ ବିବାହ ପଞ୍ଜୀକୃତ ହୋଇଥିଲେ ଏହି ଅର୍ଥ…
ଇସଲାମାବାଦ,31/12 : କିନ୍ନରଙ୍କ ସ୍ବାସ୍ଥ୍ୟ ସେବା ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟକାର୍ଡ ଲଞ୍ଚ କରାଯାଇଛି । ‘ସେହତ୍ ଇନ୍ସାଫ୍’ ନାମକ ଏହି କାର୍ଯ୍ୟକ୍ରମକୁ ସୋମବାର ଦିନ ଲଞ୍ଚ କରାଯାଇଛି । ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି କାର୍ଯ୍ୟକ୍ରମକୁ ଲଞ୍ଚ କରିଛନ୍ତି । କିନ୍ନର ମାନଙ୍କୁ ସୁରକ୍ଷା ପାଇଁ ପାକିସ୍ତାନ ସରକାର ପ୍ରତିବଦ୍ଧ ବୋଲି ଇମ୍ରାନ କହିଛନ୍ତି । 2009ରୁ ପାକିସ୍ତାନ ସରକାର ଦେଶରେ କିନ୍ନରଙ୍କୁ ମାନ୍ୟତା ପ୍ରଦାନ କରିଥିଲେ । 2017 ଜନଗଣନା ଅନୁସାରେ ପାକିସ୍ତାନରେ 10418 ଜଣ କିନ୍ନର ରହିଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସର୍ବାଧିକ 64.4 ପ୍ରତିଶତ କିନ୍ନର ରହିଥିବା ବେଳେ ସିନ୍ଧ ପ୍ରଦେଶରେ 24 ପ୍ରତିଶତ କିନ୍ନର ରହିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12 : ନନ୍ଦନକାନନରେ ପୁଣି ଏକ ବାଘୁଣୀର ମୃତ ଘଟିଛି । ସୋମବାର ଦିନ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ଗତକାଲି ମୃତ୍ୟୁ ଘଟିଛି । ବର୍ଷାର ଗର୍ଭାଶୟ ସମସ୍ୟା ଦେଖାଦେବାରୁ ଜୁଲାଇ ମାସରେ ତା’ର ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲା । ହେଲେ ସୋମବାର ସକାଳୁ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା । ପ୍ରାଣୀଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ତାକୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାକୁ ବର୍ଷାକୁ 14 ବର୍ଷ ହୋଇଥିଲା । ବର୍ଷାର ମୃତ୍ୟୁ ପରେ କଲରାପତରିଆ ବାଘ ସଂଖ୍ୟା 6କୁ ହ୍ରାସ ପାଇଛି ।
କେଦାର ମିଶ୍ର ୨୦୧୯ ବର୍ଷର ଅନ୍ତିମ ଖବର ଭାବେ ନାଗରିକତା ସଂଶୋଧନ ଆଇନ ଓ ତାକୁ ନେଇ ଶାସକ ବିଜେପିର ଭୟକୁ ହିଁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ପର୍ୟନ୍ତ ସବୁ ନିଷ୍ପତ୍ତିକୁ ଲୋକଙ୍କ ଉପରେ ଲଦିଦେବାକୁ ଚାହୁଁ ଥିବା ବିଜେପି ନାଗରିକତା ପ୍ରସଙ୍ଗ ଓ ଏହାର ପରବର୍ତ୍ତୀ ନାଗରିକ ପଞ୍ଜୀକରଣ ପ୍ରସଙ୍ଗକୁ ନେଇ ହରଡଘଣା ରେ ପଡିଛି। ସଂସଦରେ ବିଜୁ ଜନତା ଦଳ, ସଂଯୁକ୍ତ ଜନତା ଦଳ ଓ ଆନ୍ନା ଡିଏମକେ ଭଳି ଦଳର ସମର୍ଥନରେ ନାଗରିକତା ବିଲ ଆଇନରେ ସିନା ପରିଣତ ହୋଇଗଲା, ହେଲେ ଲୋକେ ଏହାକୁ ଗ୍ରହଣ କଲେନାହିଁ। ସାରା ଦେଶରେ ଏହା ବିରୋଧରେ ବ୍ୟାପକ ପ୍ରତିବାଦ ହେଲା ଓ ସେ ପ୍ରତିବାଦକୁ ଦମନ କରିବାକୁ ଯାଇ ବିଜେପି ସରକାର ଆହୁରି ବଦନାମ ହେଲା। ଉତ୍ତରପ୍ରଦେଶରେ ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ଗୁଣ୍ଡାବାହିନୀ ଭଳି ବ୍ୟବହାର କରିବାର ଦୃଶ୍ୟ ଦେଶବାସୀ ଦେଖିଲେ। ସଂସଦରେ…
ବେଙ୍ଗାଲୁରୁ, 30/12: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ଲଢେଇ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମମାଧବ କହିଛନ୍ତି ଯେ, ଆମେ ଧର୍ମ ଆଧାରରେ ଭେଦଭାବ କରୁନାହୁଁ । କଂଗ୍ରେସର ଅନ୍ତରୀକ୍ଷ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭାରତୀୟଙ୍କୁ ବିବାହ କରିବା ପରେ ନାଗରିକତା ମିଳିଛି । ତାଙ୍କୁ କେହି ତାଙ୍କର ଧର୍ମ ପଚାରି ନାହାନ୍ତି । ଏହି ଆଇନରେ କୌଣସି ପ୍ରକାରର ଦ୍ବନ୍ଦ୍ବ ନାହିଁ କିମ୍ବା ଏହା ଜଟିଳ ମଧ୍ୟ ନୁହେଁ। ଏହାକୁ ନେଇ ବିବାଦ କରାଯାଉଛି । ରାମମାଧବ କହିଛନ୍ତି ଯେ, ଭାରତରେ 4 ପ୍ରକାରରେ ନାଗରିକତା ମିଳିଥାଏ । ଜନ୍ମ ଆଧାରରେ, ଦେଶୀୟ ଆଧାରରେ, ଯିଏ ଭାରତର ଶରରଣ ନେଇଥାନ୍ତି ଓ ଏବେ ନାଗରିକତା ସଂଶୋଧନ ଆଇନ ଆଧାରରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିରେ ରହିଥିବା ତିନି ପଡୋଶୀ ରାଷ୍ଟ୍ରର ଲୋକଙ୍କୁ ମଧ୍ୟ ନାଗରିକତା ମିଳିବ । ଏହା ନାଗରିକତା ଛଡାଇବ ନାହିଁ ।…
https://youtu.be/Gevyc1O91VY
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୩୦/୧୨: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରଟେଜ୍ କରିଡର ଚିଠା (ଆର୍କିଟେକଚର୍ ପ୍ଲାନ୍) ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇମେଲ ଜରିଆରେ ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିରର ପ୍ରଶାସନକୁ ପଠାଇବା ନିମେନ୍ତ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡ଼ାନ୍ତ ସ୍ଥପତି ଶୈଳୀର ରୂପରେଖ ଫେବୃଆରୀ ମାସରେ ପ୍ରକାଶିତ ହେବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦଙ୍କ ସମେତ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ପଦାଧିକାରୀପ୍ରମୁଖ ଉପସ୍ଥିତ ରହିଥିଲେ। ମତାମତା ପଠାଇବା ପାଇଁ ଇମେଲ : Jagannath.or@nic.in ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଜମି ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ଏହି କାର୍ଯ୍ୟ ପାଇଁ ସମ୍ପୃକ୍ତ ଜମି ଦାନ କରିଥିବା ବ୍ୟକ୍ତବିଶେଷଙ୍କର ନାମ ଐତିହ୍ୟ କରିଡରରେ ଏକ ଫଳରେ ସବୁଦିନ…
ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ବିଜୟ କେତନ। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିଜୟ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରହିଥିବା ବିଜୟ କେତନ ଏକ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏକ ବିଲ୍ ପାଶ୍ କରାଇବା ପାଇଁ ଉପାଧ୍ୟାୟ ଏହି ଲାଞ୍ଚ ନେଉଥିବା ଜଣାପଡିଛି । ଦୁର୍ନୀତି କ୍ଷେତ୍ରରେ ରାଜ୍ୟ ସରକାର ଜିରୋ ଟରେଲାନ୍ସ ନୀତି ଆପଣାଇଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ବହୁ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଥିବାବେଳେ କିଛିଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ,୩୦/୧୨:ସମାଜ ଓ ଶାସନତନ୍ତ୍ର ମଧ୍ଯରେ ସେତୁ ଭାବେ ଜନସାଧାରଣଙ୍କ ସ୍ବାର୍ଥ ସାଧନ କରିବା ସକାଶେ ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ କାର୍ଯ୍ୟ କରିଥାଏ।ନିରପେକ୍ଷ ସମ୍ବାଦ ମାଧ୍ୟମରେ ଶାସନ କଳରେ ସ୍ବଚ୍ଛତା,ସର୍ବ ସ୍ପର୍ଶୀ ତଥା ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ଵ ବଢାଇଥାଏ।କିନ୍ତୁ ବିଡମ୍ବନାର ବିଷୟ ଭଷ୍ଟାଚାର,ଦୁର୍ନୀତି,ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ପାଇଁ ମାଧ୍ୟମ ସାଜୁଥିବା ସାମ୍ବାଦିକମାନେ ବର୍ତ୍ତମାନ ଅସୁରକ୍ଷିତ ହେବା ସହିତ ଆକ୍ରମଣର ଶିକାର ହେବାର ବହୁ ଉଦାହରଣ ଦେଖିବାକୁ ମିଳୁଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି, ଦ୍ଭୁବନେଶ୍ୱର ସ୍ଥିତ ଏସ୍ପ୍ଲାନେଡ୍ରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ । ଏହା ସାମ୍ବାଦିକମାନେ କେତେ ସୁରକ୍ଷିତ ତାହା ପ୍ରମାଣିତ କରୁଛି। ରାଜ୍ୟରେ ଦିନକୁ ଦିନ ସାମ୍ବାଦିକମାନଙ୍କୁ ଆକ୍ରମଣ ଓ ଚତୁର୍ଥ ସ୍ତମ୍ଭକୁ ଅକାମି କରିବାର ଷଡଯନ୍ତ୍ରକୁ ଘୋର ନିନ୍ଦା କରି ତୁରନ୍ତ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହିତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଜଡିତ ଦୋଷୀଙ୍କ ବିରୋଧରେ…
ସମୀକ୍ଷା ବ୍ୟୁରୋ ଆଉ କିଛି ସମୟ ପରେ ଆମଠୁ ବିଦାୟ ନେବ ୨୦୧୯ । ଆଉ ରହିଯିବ କେବଳ ସ୍ମୃତି । ଚଳିତ ବର୍ଷ ଆମଠୁ ବିଦାୟ ନେଇଛନ୍ତି ଅନେକ ଲୋକପ୍ରିୟ ହସ୍ତୀ । ବିଦାୟୀ ବର୍ଷରେ ଆମଠୁ ବିଦାୟ ନେଇଥିବା କିଛି ଚର୍ଚ୍ଚିତ ତଥା ଲୋକପ୍ରିୟ ବ୍ୟକ୍ତି…. ଜାନୁଆରୀ ୨୦୧୯ ରେ ୧୯୫୬ ମସିହା ଅଲୋମ୍ପିକ୍ସ ରେ ସ୍ଵର୍ଣ ପଦକ ଜିତିଥିବା ,ରଘବୀର ଭୋଳା ,ପ୍ରଶିକ୍ଷକ ଏବଂ ସାମାଜିକ ଏବଂ ଧାର୍ମିକ ନେତା ଶିବାକୁମାର ସ୍ଵାମୀ ,କ୍ରିକେଟ କିମ୍ବଦନ୍ତୀ ସଚିନଙ୍କର ଗୁରୁ ପଦ୍ମଶ୍ରୀ ରମାକାନ୍ତ ଆର୍ଚେକର ,ଆଇଏନଏଲଡିର ବରିଷ୍ଠ ନେତା ଯଶବିନ୍ଦର ସାନ୍ଧୁ ,ଜ୍ଞାନପୀଠ ବିଜୟୀ ହିନ୍ଦୀ ଲେଖକ କ୍ରିଷ୍ଣା ସୋବତୀ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ,ଓସ୍କାର ବିଜେତାଫ୍ରେଞ୍ଚ ସଙ୍ଗୀତଜ୍ଞ ରସେଲ ବାକର, ସାହିତ୍ୟ ଅକାଦେମି ବିଜେତା ବଙ୍ଗାଳୀ ଲେଖକ ଅତିନ ବନ୍ଦୋପାଧ୍ୟାୟ ,ପୃଥିବୀର ବୟସ୍କ ବ୍ୟକ୍ତି ମାସାଯୋ ନୋନାକା,ମାଲୟାଲମ ନିର୍ଦ୍ଦେଶକ ଲେନିନ ରାଜେନ୍ଦ୍ରନ ,ବରିଷ୍ଠ ବଙ୍ଗାଳୀ ଲେଖକ ଦିବ୍ୟେନ୍ଦୁ…
ଚେନ୍ନାଇ,30/12 : ତାମିଲ ଫିଲ୍ମ ଅଭିନେତା ବିଜୟଙ୍କ 64 ତମ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ମାଲାୟଲମ ଅଭିନେତ୍ରୀ ମାଲବିକା ମୋହନନ୍ । ଲୋକେଶ କଙ୍ଗାରାଜଙ୍କ ଅଭିନୀତ ଏହି ଅନ୍ଟାଇଟଲ୍ଡ ଫିଲ୍ମର ସୁଟିଂ ଆଫ୍ରିକା ଏବଂ ଟାଞ୍ଜାନିଆରେ ଆରମ୍ଭ ହୋଇଛି । ମାଲବିକା ମୋହନନ ଟାଞ୍ଜାନିଆର ଏକ ଚିଡିଆଖାନାର ଫଟୋ ସେୟାର କରିଛନ୍ତି । ବିଜୟ ଏବଂ ମାଳବିକାଙ୍କ ବ୍ୟତୀତ ବିଜୟ ସେଥୁପତି, ଶାନ୍ତନୁ, ଅର୍ଜୁନ ଦାସ, ଗୌରୀ କିଶାନ ଏବଂ ଭିଜେ ରମ୍ୟା ପ୍ରମୁଖ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ପ୍ରଥମ ଥର ବିଜୟ ଏବଂ ବିଜୟ ସେଥୁପତି ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଜୁନ୍ 2020ରେ ରିଲିଜ୍ ହେବାକୁ ଯାଉଛି ।
ନୂଆଦିଲ୍ଲୀ,30/12 : ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଫେରସ୍ତ ଆଣିଛି । ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରେଣୁ ପଲ୍ଙ୍କୁ ଭାରତ ଫେରାଇ ଅଣାଯାଇଛି । ଏକ 15 ଲକ୍ଷ ଟଙ୍କାର ଆପାର୍ଟ ମେଣ୍ଟ ଭଡାରେ ନେଇଥିବାରୁ ରେଣୁଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 1988 ବ୍ୟାଚ୍ର ବିଦେଶ ସେବା ଅଧିକାରୀ ରହିଥିବା ରେଣୁ କେବଳ ଆପାର୍ଟମେଣ୍ଟ ନୁହେଁ ବରଂ ଅନ୍ୟାନ୍ୟ ଦୁର୍ନୀତିରେ ମଧ୍ୟ ଲିପ୍ତ ରହିଥିବା ନେଇ ସିଭିସିଙ୍କ ରିପୋର୍ଟ ଆସିଥିଲା । ଭ୍ୟାଟ୍ ଜରିଆରେ ରେଣୁ କୋଟି କୋଟି ଟଙ୍କାର ଅର୍ଥ ତୋଷାରପାତ କରିଥିବା ନେଇ ସିଭିସିଙ୍କ ରିପୋର୍ଟରେ ଉଲ୍ଳେଖ କରାଯାଇଥିଲା । (ଏଜେନ୍ସୀ)
ଚେନ୍ନାଇ, 30/12: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍ଆରସି) ବିରୋଧରେ ପ୍ରଦର୍ଶନ ଜାରି ରହିଛି । ସୋମବାର ଚେନ୍ନାଇଠାରେ ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ ଓ ଡିଏମ୍କେ ସାଂସଦ କାନିମୋଝି ଅଭିନବ ଉପାୟରେ ସିଏଏ ଓ ଏନ୍ଆରସିର ବିରୋଧ ପ୍ରଦର୍ଶନ କରିଛନ୍ତି । ଷ୍ଟାଲିନ୍ ଓ କାନିମୋଝି ଘର ବାହାରେ ଏନ୍ଆରସି ଓ ସିଏଏ ବିରୋଧରେ ରଙ୍ଗୋଲି କରିଛନ୍ତି । ଡିଏମ୍କେ ଦଳ ତରଫରୁ ଦଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ନିଜ ଘର ବାହାରେ ରଙ୍ଗୋଲି ତିଆରି କରି ସିଏଏ ଓ ଏନ୍ଆରସିର ବିରୋଧ ପ୍ରଦର୍ଶନ କରିବା ଉପରେ ନିଷ୍ପତ୍ତି ନେଇଛନ୍ତି । ଏହାର ଆରମ୍ଭ ଷ୍ଟାଲିନ୍ ଓ କାନିମୋଝୀ ପ୍ରାରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇଠାରେ ନାଗରିକତା ସଂଶୋଧନ ଅଧିନିୟକ (ସିଏଏ), ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍ଆରସି), ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍ପିଆର)ର ବିରୋଧରେ ଅନନ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।…

