Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ଆଧାର ନାହିଁ ତ ଭତ୍ତା ବି ନାହିଁ
ଆଜିର ଖବର

ଏଣିକି ଆଧାର ନାହିଁ ତ ଭତ୍ତା ବି ନାହିଁ

January 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Have you received a message saying that you can get a loan of Rs 3 lakh using your Aadhaar card? Be careful! Are you a victim of a big fraud?
Have you received a message saying that you can get a loan of Rs 3 lakh using your Aadhaar card? Be careful! Are you a victim of a big fraud?

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 2/1: ଏଣିକି ଭତ୍ତା ପାଇଁ ଆଧାର ବାଧ୍ୟତାମୂଳକ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ। ସରକାର ଏଥିପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ। କିନ୍ତୁ ଆଧାର ଲିଙ୍କ୍ ଶତ ପ୍ରତିଶତ ହୋଇ ନଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି । ବିଭାଗୀୟ ସବୁ ଜିଲ୍ଲାପାଳଙ୍କୁ ଚିଠି ‌ଲେଖି ତାଗିଦ୍ କରିଛନ୍ତି । ମାର୍ଚ୍ଚ 15 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ନ କଲେ ଏପ୍ରିଲ୍‌ରୁ ଭତ୍ତା ମିଳିବ ନାହିଁ ବୋଲି ଜଣାଇ ଦେଇଛନ୍ତି। ଆସନ୍ତା 15 ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କ ଆଧାର ଲିଙ୍କ୍‌ ନିମେନ୍ତ ଉପଯୁକ୍ତ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ କୁହାଯିବ । ସେହିପରି ଯେଉଁମାନଙ୍କର ଆଧାର କାର୍ଡ ନଥିବ ସେମାନଙ୍କୁ ଜାନୁଆରୀ 15 ତାରିଖରେ ନିକଟସ୍ଥ ବ୍ଲକ କାର୍ଯ୍ୟାଳୟରେ ଆଧାର କାର୍ଡ ପ୍ରସ୍ତୁତ କରାଯିବ । ଜାନୁଆରୀ 31 ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇ ଦିଆଯିବ । ମାର୍ଚ୍ଚ 15 ତାରିଖ ସୁଦ୍ଧା ଆଧାର ଲିଙ୍କ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ସୂଚନା ଦିଆଯାଇଛି । ଯଦି କୌଣସି ହିତାଧିକାରୀ ମାର୍ଚ୍ଚ ସୁଦ୍ଧା ଆଧାର ସଂଯୋଗ ନ କରନ୍ତି, ତେବେ ଏପ୍ରିଲ୍‌ଠାରୁ ତାଙ୍କୁ ଏହି ଭତ୍ତା ମିଳିବନି ବୋଲି ନିର୍ଦ୍ଦେଶ ରହିଛି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍ ଯୋଜନାର ହିତାଧିକାରୀମାନଙ୍କୁ ଆଧାର୍‌ ଲିଙ୍କ୍ ୨୦୧୯ ଅକ୍ଟୋବର ସୁଦ୍ଧା‌ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ କୁହାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026

ଶିକ୍ଷକ କର୍ମଚାରୀଙ୍କର ଦାବିକୁ ଅବିଳମ୍ବେ ମାନି ନିଅନ୍ତୁ ସରକାର: ସମନ୍ୱୟ ସମିତି

August 26, 2026

ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି

August 26, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026
Latest News

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026

ଶିକ୍ଷକ କର୍ମଚାରୀଙ୍କର ଦାବିକୁ ଅବିଳମ୍ବେ ମାନି ନିଅନ୍ତୁ ସରକାର: ସମନ୍ୱୟ ସମିତି

August 26, 2026

ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି

August 26, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.