ହାଇଦ୍ରାବାଦ,24/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍ଆର୍ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍ଆରସି ଦେଶର ମୁସଲିମ୍ଙ୍କ ପାଇଁ ଲାଗୁ କରାଯିବ ନାହିଁ । ସିଏଏକୁ ନେଇ ବିଜେପି ଦେଶବାସୀଙ୍କୁ ଅନ୍ଧାରରେ ରଖିଥିବା ବେଳେ ଏନ୍ଆରସି ଲାଗୁ କରିବାକୁ ଚେଷ୍ଟା କରୁଥିବା ବେଳେ ମୋଦୀଙ୍କ ଏହି ମନ୍ତବ୍ୟ କିଛି ବୁଝା ପଡୁନାହିଁ । ଏନ୍ଆରସି ଲାଗୁ କରାଗଲେ ସମଗ୍ର ଦେଶରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଅନୁଗୁଳ,24/12 : ଏକ ବସ୍ ଓ ବୋଲୋରୋ ମୁହାଁମୁହିଁ ଧକ୍କା ହେବା ଫଳରେ 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି। ଜରପଡାର 55 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଛତିଶଗଙଡରୁ ପୁରୀ ଅଭିମୁଖେ ଆସୁଥିବା ଏକ ବୋଲେରୋ ଏବଂ ଭୁବନେଶ୍ବରରୁ ଝାରସୁଗୁଡା ଯାଉଥିବା ଏକ ବସ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋରେ ଦୁଇ ପରିବାରର 10 ଜଣ ସଦସ୍ୟ ରହିଥିବା ବେଳେ ବୋଲେରୋ ଡ୍ରାଇଭର ଏବଂ 3 ଜଣ ମହିଳା ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ସ୍ଥାନୀୟ ଲୋକେ ଏବଂ ପୋଲିସ୍ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ନୂଆଦିଲ୍ଲୀ,24/12 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥ । ଫିକିର 92 ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗୋପୀନାଥ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଭାରତୀୟ ଅର୍ଥନୀତିରେ ଦେଖା ଦେଇଥିବା ଶୀଥିଳତା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକ ନେଇ ମୋଦି ଏବଂ ଗୋପୀନାଥଙ୍କ ଏକ ଫଟୋ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ଟର ଜରିଆରେ ସେୟାର କରାଯାଇଛି । ଏହି ବୈଠକ ପରେ ଗୀତା କହିଛନ୍ତି ବିଶ୍ବର ଅର୍ଥନୈତିକ ମାନ୍ଦାବସ୍ଥା ଦ୍ବାରା ଭାରତର ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହୋଇଛି । ଏହା ସହିତ ସରକାରଙ୍କ ଅର୍ଥନୈତିକ ନିଷ୍ପତ୍ତି ମଧ୍ୟ ଏପରି ପରସ୍ଥିତି ପାଇଁ ଦାୟୀ । ଭାରତ ପକ୍ଷରୁ ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ମାତ୍ର ଏହି ପଦକ୍ଷେପ ଦୀର୍ଘସୂତ୍ରୀ ହେବା ଆବଶ୍ୟକ ।…
ସମୀକ୍ଷା ବ୍ୟୁରୋ କଣ୍ଟାବାଞ୍ଜି,24/12 : ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ 6 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ ବିଭାଗ ଏହି ନିଆଁକୁ ଆୟତ କରିଛି । ସୋମବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମୁରିବାହାଲ ଷ୍ଟେସନରେ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଟ୍ରେନ୍ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଷ୍ଟେସନରେ ପହଞ୍ଚି ପ୍ରାୟ 6 ଘଣ୍ଟା ପରିଶ୍ରମ କରିବା ପରେ ଭୋର୍ 4ଟାରେ ନିଆଁକୁ ଆୟତ୍ତ କରିଥଲେ । ଟ୍ରେନର ପ୍ରାୟ 21ଟି ବଗିରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି ।
କେଦାର ମିଶ୍ର ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ସରଳ ଉତ୍ତର ହେଉଛି, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବାର ଦାସ। ଝାଡଖଣ୍ଡର ଅସ୍ଥିର ରାଜନୀତିରେ ପ୍ରଥମ ଥର ଲାଗି ରଘୁବାର ଦାସ ପାଞ୍ଚବର୍ଷ ପୂରା ସମୟ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ତୁଲାଇଥିଲେ। ଏହା ପୂର୍ବରୁ ଶିବୁ ସୋରେନ, ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡିଙ୍କ ଭଳି ପ୍ରଭାବଶାଳୀ ଆଦିବାସୀ ନେତା ପୂରା ସମୟ ଶାସନ କରିବାର ସୁଯୋଗ ପାଇନଥିଲେ। ବିଧାନସଭା ନିର୍ବାଚନରେ ଜୟ ପରାଜୟର ଶ୍ରେୟ ସ୍ଥାନୀୟ ନେତୃତ୍ବକୁ ମିଳିବା କଥା। ହେଲେ ବିଜେପିରେ ବିଜୟର ଶ୍ରେୟ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହଙ୍କୁ ମିଳୁଥିବା ବେଳେ, ପରାଜୟ ଲାଗି ବଳିର ଛେଳି ଭାବରେ ସ୍ଥାନୀୟ ନେତାମାନଙ୍କୁ ବଛା ଯାଉଛି। ଝାଡଖଣ୍ଡରେ ଠିକ ସେଇକଥା ଦେଖିବାକୁ ମିଳିଛି। ଏବେ ପରାଜୟ ପାଇଁ ରଘୁବର ଦାସଙ୍କୁ ଅହଙ୍କାରୀ, ଅପାରଗ, ଆଦିବାସୀ ବିରୋଧୀ ଇତ୍ୟାଦି…
Infographics: Lotus shrinks further. (IANS Infographics) ଭାରତରେ ଗେରୁଆ ଦଳର ଗତ ବର୍ଷର ସ୍ଥିତି ସହିତ ଚଳିତ ବର୍ଷର ଡିସେମ୍ବର ସୁଦ୍ଧା ସ୍ଥିତିର ଏକ ତୁଳନା
ସମୀକ୍ଷା ବ୍ୟୁରୋ ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୧ଟା ୪୫ମିନିଟ ସମୟରେ ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର (କ୍ୟୁଆରସାମ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ସମ୍ପୂର୍ଣ୍ଣ ଭାବେ ନିୟୋଜନ ସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା, ଯାହା ମଝି ଆକାଶରେ ଥିବା ଲକ୍ଷ୍ୟକୁ ନିଷ୍କ୍ରିୟ କରିବା ସହ ଅଭିଯାନର ଉଦ୍ଦେଶ୍ୟ ପୂରଣ କରିଥିଲା । ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ୍ସ, ରେଞ୍ଜ ରାଡାର ସିଷ୍ଟମ୍ସ, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରାଯାଇଥିଲା । କ୍ୟୁଆରସାମ କ୍ଷେପଣାସ୍ତ୍ରରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ କମାଣ୍ଡ ଓ କଂଟ୍ରୋଲ ବ୍ୟବସ୍ଥା, ଆକ୍ଟିଭ ଆରେ ବ୍ୟାଟେରୀ ସର୍ଭେଲାନ୍ସ ରାଡାର, ଆକ୍ଟିଭ ଆରେ ବ୍ୟାଟେରୀ ମଲ୍ଟିଫଙ୍କସନ ରାଡାର ଓ ଲଂଚର ସଂଯୋଗ ହୋଇଛି । ଉଭୟ ରାଡାରରେ ୪ଟି ଆସ୍ତରଣ ସହ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ମୁକେଶ ଆମ୍ବାନୀ କଂପାନୀ ଜିଓ ତରଫରୁ ଗ୍ରାହକମାନଙ୍କ ନିମନ୍ତେ ନୂଆ ବର୍ଷ ପାଇଁ କରାଯାଇଛି ଏକ ବଡ ଘୋଷଣା। ୨୦୨୦ ବର୍ଷକୁ ଦୃଷ୍ଟିରେ ରଖି କଂପାନୀ କରିଛି ଏହି ଘୋଷଣା। ଘୋଷଣା ଅନୁସାରେ ଜିଓ ଗ୍ରାହକମାନେ ୨୦୨୦ ଟଙ୍କାର ରିଚାର୍ଜ କଲେ ତାଙ୍କୁ ଗୋଟିଏ ବର୍ଷ ପାଇଁ ସବୁ ସେବା ମାଗଣା ମିଳିପାରିବ। ଅର୍ଥାତ ଏହି ରିଚାର୍ଜରେ ଗ୍ରାହକମାନେ ମାଗଣା କଲ, ଏସଏମଏସ ଏବଂ ଡାଟା ପ୍ୟାକ ହାସଲ କରିପାରିବେ। ଯେଉଁମାନେ ବର୍ତ୍ତମାନ ଜିଓ ଗ୍ରାହକ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ କରାଯିବ। ତେବେ ଯେଉଁମାନେ ନୂଆ ଗ୍ରାହକ ହେବେ ସେମାନଙ୍କ ପାଇଁ ଆହୁରି ଲାଭ ଦାୟକ ଅଫର ଘୋଷଣା କରାଯାଇଛି। ତାହା ହେଲା ନୂଆ ଗ୍ରାହକ ୨୦୨୦ ଟଙ୍କା ଦେଲେ ସେମାନଙ୍କୁ ମିଳିବ ମାଗଣା ଜିଓ ଫୋନ ସହିତ ଏକ ବର୍ଷ ପାଇଁ ଅସୀମିତ ମାଗଣା କଲ। ଏଥିସହିତ ପ୍ରତିଦିନ ଏକଶହ ମାଗଣା ଏସଏମଏସ …
ସମୀକ୍ଷା ବ୍ୟୁରୋ ଭଦ୍ରକ, 23/12: ମୋବାଇଲ ପାଇଁ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକ୍ ପୁରୁଷୋତ୍ତମପୁର ଗାଁରେ। ମାଆ ମୋବାଇଲ ଫୋନ ଦେଖିବାକୁ ମନା କରିବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଛି। ସୂଚନା ଅନୁଯାୟୀ, ସୋମବାର ମୋବାଇଲ ଦେଖିବାକୁ ନେଇ ମା ଗାଳି ଦେବାରୁ ଦଶମ ଶ୍ରେଣୀର ଛାତ୍ର ଦୀପଙ୍କର ନାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ନାୟକାଣୀଡିହି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।
ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-ଜେଏମଏମ୍-ଆରଜେଡି ମହାମେଣ୍ଟ ରାଜ୍ୟରେ ଥିବା ବିଜେପି ସରକାରକୁ କଡ୍ଡା ଟକ୍କର ଦେଇ ବିଜୟୀ ହୋଇଛନ୍ତି। ନିର୍ବାଚନ ପରିଣାମ ଆସିବା ପରେ ଜେଏମଏମ ନେତା ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ନେଇ ସ୍ପଷ୍ଟ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ସୋରେନ୍ଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ଝାଡଖଣ୍ଡ ବିଧାନସଭା ନିର୍ବାଚନ ବିଜୟ ପାଇଁ ହେମନ୍ତ ସୋରନେ୍ ଓ ଜେଏମ୍ଏମ୍ର ନେତୃତ୍ବ ନେଉଥିବା ସମସ୍ତ ମହାମେଣ୍ଟକୁ ଶୁଭକାମନା। ରାଜ୍ୟରେ ସେବା କରିବା ନିମେନ୍ତ ଶୁଭକାମନା। ଆଉ ଏକ ଟୁଇଟ୍ରେ କହିଛନ୍ତି ଯେ, ଝାଡଖଣ୍ଡ ଲୋକଙ୍କୁ ଧନ୍ୟବାଦ ଯେ, ବିଜେପିକୁ କିଛି ବର୍ଷ ସେବା କରିବାକୁ ସୁଯୋଗ ଦେଇଥିବାରୁ। ବିଜେପି ଆଗାମୀ ସମୟରେ ମଧ୍ୟ ଝାଡଖଣ୍ଡର ସେବା କରିବା ସହିତ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିବ। (ଏଜେନ୍ସି)
ଝାଡଖଣ୍ଡ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମହାମେଣ୍ଟ ଜିତିବା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଖୁସି ବ୍ୟକ୍ତ କରିଛନ୍ତି। ସୋମବାର ଦିନ ହେମନ୍ତ ସୋରେନ୍ କହିଛନ୍ତି ଯେ, ଝାଡଖଣ୍ଡ ଜନତାଙ୍କ ସ୍ପଷ୍ଟ ଜନାଦେଶ ପାଇ, ଜନତାଙ୍କ ନିକଟରେ ଋଣୀ ବୋଲି କହିଛନ୍ତି। ଆଜି ଦିନଟି ତାଙ୍କ ପାଇଁ ସଂକଳ୍ପର ଦିନ। ଲୋକଙ୍କ ଆକାଂକ୍ଷାକୁ ପୂରା କରିବାର ଦିନ ଆସିଛି। ଏହି ଜନାଦେଶକୁ ଶିବୁ ସୋରେନ୍ଙ୍କ ପରିଶ୍ରମ ଓ ତ୍ୟାଗର ପରିଣାମ ବୋଲି କହିଛନ୍ତି ହେମନ୍ତ। ଝାଡଖଣ୍ଡରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ହେମନ୍ତ। ଜେଏମଏମ୍ର ସହିତ ମେଣ୍ଟରେ ରହିଥିବା କଂଗ୍ରେସ ଓ ଆରଜେଡିଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ହେମନ୍ତ ସୋରେନ୍। ଏହି ଅବସରରେ ଲାଲୁ ପ୍ରସାଦ ଯାଦବ, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରାହୁଲ୍ ଗାନ୍ଧିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। (ଏଜେନ୍ସି)
ହାଇଦ୍ରାବାଦ, ୨୩/୧୨: ହାଇଦ୍ରାବାଦ ଏନକାଉଣ୍ଟର ୧୭ ଦିନ ପରେ ସମସ୍ତ ଅଭିଯୁକ୍ତଙ୍କ ଶବକୁ ତାଙ୍କ ପରିଜନକୁ ହସ୍ତାନ୍ତର କରାଯାଇଛି। ମହିଳା ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଚାରି ଅପରାଧୀଙ୍କୁ ପୋଲିସ୍ ଏନକାଉଣ୍ଟର କରିଥିଲା। ଏହି ଘଟଣାକୁ ନେଇ ଦେଶରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ ହାଇଦ୍ରାବାଦ କୋର୍ଟ ଏହି ଘଟଣାର ନ୍ୟାୟିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇଦ୍ରାବାଦ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଚାରି ଅଭିଯୁକ୍ତଙ୍କ ଶବକୁ ସୁରକ୍ଷିତ ରଖାଯାଇଥିଲା। ଓ ଏହାକୁ ପୁନଃ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଡିସେମ୍ବର ୬ ତାରିଖରେ ଏହି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। (ଏଜେନ୍ସି)
Designer Anamika Khanna, commenting on the shift in the bridal wears category.
Best getaways for a peaceful New Year’s Eve!
A documentary show titled “India 2050”, which will unravel the potential dangers of uncontrolled environmental degradation and climate change in India, will soon find its way onto the small screen. The show, which gives a sneak peek into the future, will premiere on Discovery Channel on December 29.
The Khelo India Youth Games mascot taken around the city of Guwahati ahead of the third edition of the competition.
Winners of Pune Half Marathon 2019 (Men).
ଆନ୍ଧ୍ରପ୍ରଦେଶ, 23/12: ଏନ୍ଆରସିକୁ ନେଇ ବିରୋଧୀମାନେ ସରକାରକୁ ଘେରିଥିବାବେଳେ ଅନେକ ରାଜ୍ୟ ଏହାକୁ ଲାଗୁ ନ କରିବା ନେଇ ଘୋଷଣା କରିସାରିଛନ୍ତି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ଏନ୍ଆରସି ରାଜ୍ୟରେ ଲାଗୁ ନ କରିବା ନେଇ ଘୋଷଣା କରିଛି। ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର୍ (ଏନ୍ଆରସି) ଲାଗୁ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ରେଡ୍ଡି କହିଛନ୍ତି ଯେ, ପ୍ରଦେଶରେ ଏନ୍ଆରସି ଲାଗୁ ହେବ ନାହିଁ। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପ୍ରଥମରୁ କହିଥିଲେ ଯେ, ରାଜ୍ୟରେ ରହିଥିବା ସଂଖ୍ୟାଲଘୁକୁ ଏନେଇ ଡରିବାର ଆବଶ୍ୟକତା ନାହିଁ। ଆନ୍ଧ୍ରପ୍ରଦେଶରେ ଏନ୍ଆରସିକୁ ଲାଗୁ ହେବ ନାହିଁ। ଜଗନମୋହନ ରେଡ୍ଡି କହିଛନ୍ତି ଯେ, ତାଙ୍କ ସରକାର ପୂରା ଦେଶରେ ଏନ୍ଆରସିର ବିରୋଧ କରିବେ। ଏନ୍ଆରସିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଡିୟୁର ନୀତିଶ କୁମାର ରାଜ୍ୟରେ ଲାଗୁ କରିବା ପାଇଁ ମନା କରିସାରିଛନ୍ତି।(ଏଜେନ୍ସି)
ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଜେଏମଏମ୍-କଂଗ୍ରେସ-ଆରଜେଡି ମହାମେଣ୍ଟ ଆଗୁଆ ରହିଥିବାବେଳେ ଗତ ପାଞ୍ଚବର୍ଷ ଧରି ସରକାରରେ ରହିଥିବା ବିଜେପି ପଛୁଆ ରହିଛି। ଝାଡଖଣ୍ଡରେ ବିଜେପିରେ କଡ୍ଡା ପରାଜୟର ଫଳ ଆସିବା ନେଇ ସ୍ପଷ୍ଟ ଦେଖାଯାଉଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ନିଜର ମତ ରଖିଛନ୍ତି। ବିଜେପିର ଅହଂକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଅରବିନ୍ଦ କେଜ୍ରୀଓ୍ବାଲ କହିଛନ୍ତି। ଆମ୍ ଆଦ୍ମୀ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ଜେଏମଏମ୍ ନେତା ହେମନ୍ତ ସୋରେନ୍ଙ୍କ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଜନତା କାମକୁ ଭୋଟ ଦିଅନ୍ତି, ବିଜେପି ଅହଂକାର ଦେଖାଇଛି। ଶେଷ ଦୁଇ ପର୍ଯ୍ୟାୟରେ ସିଏବି ଓ ଏନ୍ଆରସିକୁ ନେଇ ଆକ୍ରମକ ପ୍ରଚାର ମଧ୍ୟ କରିଛି। କିନ୍ତୁ ଫଳରେ ଜନତା ତାଙ୍କୁ ଅଗ୍ରାହ୍ୟ କରିଛି। (ଏଜେନ୍ସି)
Kolkata: People warm themselves around the fire on a chilly winter evening in Kolkata on Dec 22, 2019. (Photo: Kuntal Chakrabarty/IANS)
Kolkata: Sikh devotees participate in a rally to mark the beginning of the Prakashotsava, the 353rd birth anniversary celebrations of Guru Gobind Singh (the tenth and last Sikh guru) in Kolkata, on Dec 22, 2019. (Photo: Kuntal Chakrabarty/IANS)

