ନୂଆଦିଲ୍ଲୀ,6/12: ତେଲେଙ୍ଗାନା ପୋଲିସ୍ର ଏନ୍କାଉଣ୍ଟରକୁ ବିଭିନ୍ନ କ୍ରୀଡାବିତଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଶୁକ୍ରବାର ସକାଳୁ ତେଲେଙ୍ଗାନା ପୋଲିସ୍ ପକ୍ଷରୁ ଏନ୍କାଉଣ୍ଟରରେ 4 ଦୁଷ୍କର୍ମକାରୀଙ୍କ ଏନ୍କାଉଣ୍ଟର କରାଯାଇଥିଲା । ଫୋଗତ ଭଗିନୀଙ୍କ ସହିତ ସାଇନା ନେହ୍ବାଲ, ଯୋଗେଶ୍ବର ଦତ୍ତ ଏବଂ ହରଭଜନ ସିଂ ତେଲେଙ୍ଗାନା ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ଏବଂ ଏପରି ବୀରତ୍ବ ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଟ୍ବିଟ୍ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ । ରାକ୍ଷସ ମାନଙ୍କର ଏନ୍କାଉଣ୍ଟର କରିଥିବାରୁ ହାଇଦ୍ରାବାଦ ପୋଲିସକୁକ ଧନ୍ୟବାଦ ବୋଲି ଟ୍ବିଟ୍ କରିଛନ୍ତି ଗୀତା ଫୋଗତ । ହାଇଦ୍ରାବାଦ ପୋଲିସ୍ର ଉଦ୍ୟମ କାରଣରୁ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମନାଉଛି । ଦେଶର ମହିଳାଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଥିବାରୁ ହାଇଦ୍ରାବାଦ ପୋଲିସକୁ ଧନ୍ୟବାଦ ଜଣାଇ ଟ୍ବିଟ କରିଛନ୍ତି ବବିତା ଫୋଗତ । ହାଇଦ୍ରାବାଦ ଏନ୍କାଉଣ୍ଟରର ଖବର ଶୁଣି ହୃଦୟକୁ ଶାନ୍ତି…
Author: Samikhsya Bureau
ନୂଆଦିଲ୍ଲୀ,6/12: ପଶୁ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନ୍କାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ନେତା, ଅଭିନେତା ଏବଂ ସାଧାରଣ ଲୋକ ପୋଲିସ୍କୁ ପ୍ରଶଂସା କରିଥିବା ବେଳେ ବିଜେପିର କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ଏହାକୁ ନାପସନ୍ଦ କରିଛନ୍ତି । ଯାହାବି ହେଲା ତାହା ବହୁତ ଭୟଙ୍କର ଏବଂ ଏପରି ହେବା ଅନୁଚିତ୍ ବୋଲି ମାନେକା କହିଛନ୍ତି । ଅଭିଯୁକ୍ତ ମାନଙ୍କୁ କୋର୍ଟେର ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯିବା ଉଚିତ୍ ହୋଇଥାନ୍ତା ବୋଲି ମାନେକା ପ୍ରକାଶ କରିଛନ୍ତି । ଯଦି ପୋଲିସ୍ ଏପରି ଆଇନକୁ ହାତକୁ ନେବ ତେବ ଦେଶରେ ଆଇନ କାନୁନ୍ ଏବଂ ନ୍ୟାୟିକ ବ୍ୟବସ୍ଥା ରହିବାର ଫାଇଦା କଣ ବୋଲି ସଂସଦ ବାହାରେ ମତ ଦେଇଛନ୍ତି ମାନେକା । ଏହି ମାମଲାରେ ମାନେକାଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ।(ଏଜେନ୍ସୀ)
କୋଚି,6/12 : ଲୋକପ୍ରିୟ ମାଲାୟଲମ ଫିଲ୍ମ ଅଭିନେତ୍ରୀ ମଞ୍ଜୁ ଓ୍ବାରିୟରଙ୍କ ଅଭିଯୋଗ କାରଣରୁ ଫିଲ୍ମ ନିର୍ମାତା ଶ୍ରୀକୁମାର ମେନନଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ମଞ୍ଜୁଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କାରଣରୁ କୁରୁବାର ମେନନଙ୍କୁ ଗିରଫ କରାଯାଇଛି । ଅବଶ୍ୟ ମେନନଙ୍କୁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ଅକ୍ଟୋବର 22ରେ କେରଳ ଡିଜିପି ଲୋକନାଥ ବେହେରାଙ୍କୁ ଭେଟି ମଞ୍ଜୁ ଏହି ମାନହାନି ମୋକଦ୍ଦମା ଦାୟର କରିଥିଲେ । ମୋହନଲାଲ-ମଞ୍ଜୁ ଓ୍ବାରିୟର ଅଭିନୀତ ଓଡିୟାନ୍ର ନିର୍ଦ୍ଦେଶକ ରହିଥିବା ମେନନ ପୋଲିସ ନିକଟରେ ନିଜ ପକ୍ଷ ରଖିବା ସହିତ ତଦନ୍ତରେ ସହଯୋଗର ପ୍ରତଶ୍ରୁତି ପ୍ରଦାନ କରିଛନ୍ତି । ପୋଲିସ ନିକଟରେ ଅଭିଯୋଗକୁ କେରଳ ଫିଲ୍ମ ସଂଘ ନିକଟରେ ମଧ୍ୟ ଉତ୍ଥାପନ କରିଛନ୍ତି ମଞ୍ଜୁ ଓ୍ବାରିୟର ।(ଏଜେନ୍ସୀ)
ନୂଆଦିଲ୍ଲୀ,6/12: ଚୀନ୍ର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଚୀନ୍ର ହୁନାନ୍ ପ୍ରଦେଶରେ ଗୁରୁବାର ଏହି ବିସ୍ଫୋରଣ ଘଟିଥିଲା । ଅନୈତିକ ଭାବରେ ଏହି ବାଣ କାରଖାନାରୁ ବାଣ ଉତ୍ପାଦନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜାନୁୟାରୀ 25ରେ ଚୀନ୍ ନୂତନ ବର୍ଷ ପାଳନ ପୂର୍ବରୁ ପ୍ରବଳ ବାଣ ତିଆରି ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ବାଣ କାରଖାନାକୁ ସିଲ୍ କରିଦିଆଯାଇଛି । ଏହା ସହିତ ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସୀ)
ମୁମ୍ବାଇ, ୬/୧୨: ଫିଲ୍ମ ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଫିଲ୍ମ । ଗୋଟିଏ ରୋମାଣ୍ଟିକ୍ କମେଡ଼ି ହୋଇଥିବାବେଳେ ଅନ୍ୟଟି ଐତିହାସିକ ଫିଲ୍ମ। ୧୯୭୮ ମସିହାରେ ରିଲିଜ୍ ହୋଇଥିବା ରଞ୍ଜିତ୍ କୁମାର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍ଙ୍କ ରିମେକ୍ ଫିଲ୍ମ ହେଉଛି ‘ପତି ପତ୍ନୀ ଔର ଓ୍ବ’ । ଏହି ଫିଲ୍ମରେ କାର୍ତ୍ତିକ, ଆର୍ଯ୍ୟାନ୍ ଓ ଭୂମି ପେଣ୍ଡେନ୍କର୍ ଅଭିନୟ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ଗ୍ରହଣ କରିଛନ୍ତି ମୁଦାସାର୍ ଅଜିଜ୍ । ଫିଲ୍ମର ଗୀତଗୁଡ଼ିକ ବେଶ୍ ହିଟ୍ ରହିଥିବାବେଳେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବା ନେଇ ଆଶା କରାଯାଇଛି । ସେହିପରି ଆଶୁତୋଷ ଗୋଓ୍ବାରିକର୍ଙ୍କ ନିର୍ଦ୍ଦେଶିତ ‘ପାନିପଥ୍’ରେ ସଞ୍ଜୟ ଦତ୍ତ, ଅର୍ଜୁନ୍ କପୁର୍ ଓ କ୍ରିତ୍ ସାନୋନ୍ ପ୍ରମୁଖ ଭୂମିକାରେ ରହିଛନ୍ତି । ମରାଠା ଓ ଅଫଗାନ୍ଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପଥ ଯୁଦ୍ଧକୁ ଏହି ଫିଲ୍ମରେ ଦର୍ଶାଯାଇଥିବାବେଳେ ଦୀର୍ଘ ଦିନ ପରେ ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଭୂମିକାରେ…
ନୂଆଦିଲ୍ଲୀ,6/12: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିପକ୍ଷରେ 6ଟି ନୂତନ ଯାଚିକା ଦାଖଲ ହେବାକୁ ଯାଉଛି । ନଭେମ୍ବର 9ର ସର୍ବୋଚ୍ଚ କୋର୍ଟଙ୍କ ଐତିହାସିକ ରାୟରେ ରାମଲାଲାଙ୍କୁ ବିବାଦୀୟ ଜମି ପ୍ରଦାନ କରାଯିବା ସହିତ ମୁସଲିମ ପକ୍ଷଙ୍କୁ ମସଜିଦ୍ ନିର୍ମାଣ ପାଇଁ 5 ଏକର ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡିସେମ୍ବର 6 ତାରିଖରେ ବାବ୍ରୀ ମସ୍ଜିଦ୍ ଭଙ୍ଗାକୁ 27 ବର୍ଷ ପୁରୁଥିବା ବେଳେ ଆଉ 6ଟି ନୂତନ ପିଟିସନ୍ ଦାଖଲ କରାଯିବା ନେଇ ସୂଚନା ମିଳିଛି । ପୂର୍ବରୁ ରାୟକୁ ଅନ୍ୟାୟ ବୋଲି ଦର୍ଶାଇ ସିଆ ପକ୍ଷଙ୍କ ତରଫରୁ ଏକ ଯାଚିକା ଦାଖଲ କରାଯାଇଛି । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ସଚିବ ଜାଫରାୟାବଜୀଲାନୀ ପ୍ରକାଶ କରିଛନ୍ତି । ଖୁବ୍ଶୀଘ୍ର ଯାଚିକା ଦାଖଲର ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜିଲାନୀ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ବମ୍ବେ ହାଇକୋର୍ଟରୁ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ୍ ପାଓ୍ବାରଙ୍କୁ ଆଜି ଆଶ୍ବସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍ ବ୍ୟୁରୋ(ଏସିବି) ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଜଣାପଡ଼ିଛି। ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟରେ ଏକ ଶପଥ ପତ୍ର ଦାଖଲ କରାଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ବିଦର୍ଭ ଇରିଗେସନ୍ ଡେଭଲପ୍ମେଣ୍ଟ କର୍ପୋରେଶନ୍ର ଅଧ୍ୟକ୍ଷ କାର୍ଯ୍ୟକାରୀ ଏଜେନ୍ସିଙ୍କ କାର୍ଯ୍ୟ ପାଇଁ ଅଜିତ୍ ପାଓ୍ବାରଙ୍କୁ ଉତ୍ତରଦାୟିତ୍ୱ କରିନାହାନ୍ତି। କାରଣ ତାଙ୍କ ପାଖରେ କୌଣସି ବୈଧାନିକ ଦାୟିତ୍ୱ ନ ଥିବା ସେ ଦର୍ଶାଇଛନ୍ତି। ୧୯୯୯ ରୁ ୨୦୦୯ ମସିହା ମଧ୍ୟରେ ରାଜ୍ୟର ଜଳ ସେଚନ ମନ୍ତ୍ରୀ ରୂପରେ ପାଓ୍ବାର ଅବସ୍ଥାପିତ ଥିବାବେଳେ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ୩୨ଟି ଜଳସେଚନ ପ୍ରକଳ୍ପକୁ ନେଇ ୧୭,୭୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା ।
ନୂଆଦିଲ୍ଲୀ,୬/୧୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ୨୩ ବର୍ଷୀୟା ପୀଡିତାଙ୍କୁ ଦୁଷ୍କର୍ମ ପରେ ନିଆଁରେ ପୋଡି ଦେବାର ଉଦ୍ୟମ କରାଯାଇଥିଲା। ଶରୀରର ୯o ପ୍ରତିଶତ ଜଳି ଯାଇଥିବା ବେଳେ ଗୁରୁବାର ଏୟାର ଲିଫ୍ଟ ଜରିଆରେ ପୀଡିତାଙ୍କୁ ଦିଲ୍ଲୀ ନିଆଯାଇଥିଲା। ଗୁରୁବାର ଦିନ ଦ୍ବିପ୍ରହରରେ ୫ ଜଣ ଅଭିଯୁକ୍ତ ପୀଡିତାଙ୍କୁ ଦୁଷ୍କର୍ମ ପରେ ପୋଡି ମାରିବାକୁ ଉଦ୍ୟମ କରିଥିଲେ। ପୀଡିତାଙ୍କ ଭଉଣୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଫାଷ୍ଟଟ୍ରାକ ପ୍ରକ୍ରିୟାରେ ତଦନ୍ତ କରାଯାଉଛି ବୋଲି ପୋଲିସ୍ ଆଇଜି ପ୍ରବୀଣ କୁମାର ସୂଚନା ଦେଇଛନ୍ତି। (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତଙ୍କ ଏନ୍କାଉଣ୍ଟର ଉପରେ ପ୍ରଶ୍ନ ଉଠିଛି। ସୁପ୍ରିମ୍କୋର୍ଟର ଓକିଲ ବୃନ୍ଦା ଗ୍ରୋଭର ଏହି ଘଟଣାକୁ ନେଇ ପୋଲିସ୍ ଉପରେ ମୋକଦ୍ଦମା କରିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ୍ ଉପରେ ମୋକଦ୍ଦମା ହେବା ଦରକାର, କାରଣ ପୂରା ଘଟଣାର ସ୍ବତନ୍ତ୍ର ନ୍ୟାୟିକ ଯାଞ୍ଚ ହେବା ଜରୁରୀ। ମହିଳାଙ୍କ ନାମ ନେଇ ପୋଲିସ ଏନକାଉଣ୍ଟର କରିବା ଭୁଲ୍ ଅଟେ। ସେହିପରି ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ, ଏନକାଉଣ୍ଟର ସର୍ବଦା ଠିକ୍ ନୁହେଁ। ଏହି ମାମଲାରେ ପୁଲିସ କହିବାନୁଯାୟୀ ଅଭିଯୁକ୍ତ ବନ୍ଧୁକ ଛଡେଇ ଦୌଡ଼ି ପଳାଉଥିଲେ। ଏପରି କ୍ଷେତ୍ରରେ ପୋଲିସ୍ର ନିଷ୍ପତ୍ତି ଠିକ୍ ହୋଇପାରେ। ଅଭିଯୁକ୍ତଙ୍କୁ ଫାଶୀର ଦଣ୍ଡ ମିଳୁ ବୋଲି ଆମର ଦାବି ଥିଲା, ତାହା ପୁଣି ଆଇନ ଉପାୟରେ। ଏହି ଘଟଣାରେ ତ୍ବରିତ୍ବ ନ୍ୟାୟ ଆମେ ଚାହୁଁଥିଲୁ। ପୂରା ଆଇନ…
ହାଇଦ୍ରାବାଦ,୬/୧୨: ଆଜି ବଡିଭୋରରୁ ହାଇଦ୍ରାବାଦ ଗଣଦୁଷ୍କର୍ମର ୪ ଅଭିଯୁକ୍ତଙ୍କୁ ପୋଲିସ ଗୁଳିକରି ମାରିଦେଇଛି। ପୋଲିସ ହାତରୁ ୪ ଅଭିଯୁକ୍ତ ବନ୍ଧୁକ ଛଡାଇ ଦୌଡି ପଳାଇ ଯିବାରୁ ପୋଲିସ ତାଙ୍କ ଉପକୁ ଗୁଳି ଚାଳନା କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଏହି 4 ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ ସେହି ସ୍ଥାନରେ ଏମାନଙ୍କୁ ଗୁଳି କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଗଣଦୁଷ୍କର୍ମ ଦିନ କଣ ଘଟିଥିଲା ତାହାର ଅନୁସନ୍ଧାନ ପାଇଁ ପୋଲିସ ୪ ଅଭିଯୁକ୍ତଙ୍କୁ ବଡି ଭୋରରୁ ଘଟଣା ସ୍ଥଳକୁ ନେଇଥିଲା। ସେଠାରେ ସେମାନେ କିପରି ଘଟଣା ଘଟାଇଲେ ତାହା କହିବା ବେଳେ ପୋଲିସ ଉପରେ ଏହି ୪ ଜଣ ଆକ୍ରମଣ କରି ତାଙ୍କଠାରୁ ବନ୍ଧୁକ ଛଡାଇ ଦୌଡିଲେ। ପୋଲିସ କିଛି ଉପାୟ ନ ପାଇ ସେମାନଙ୍କ ଉପରକୁ ଗୁଳି କରିଥିଲା। ଘଟଣାସ୍ଥଳରେ ଏହି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ…
କେଦାର ମିଶ୍ର ଧର୍ଷଣ ଭଳି ଜଘନ୍ୟ ଅପରାଧରେ ଅଭିଯୁକ୍ତ ଥିବା ବାବା ନିତ୍ୟାନନ୍ଦକୁ ଗୁଜରାଟ ପୋଲିସ ଖୋଜିଲା ବେଳକୁ ଜଣା ପଡିଲା, ବାବା, କେବଠୁ ଦେଶ ଛାଡି ପଳାଇଲେଣି। ଏବେ ଗୋଟେ ଖବର ଆସିଛି, ବାବା କୁଆଡେ ଦକ୍ଷିଣ ଆମେରିକାରେ ଗୋଟେ ଦ୍ବୀପ କିଣି ସେଠାରେ ଏକ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର ନିର୍ମାଣ କଲେଣି। ଧର୍ଷଣକାରୀ ବାବା ଏବେ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର କୈଳାସର ମହାମହିମ ଏକଛତ୍ର ରାଷ୍ଟ୍ରପତି। ଏହା ସମ୍ଭବ ହେଲା କେମିତି? ଏ ଦେଶର ନିହାତି ସାଧାରଣ ଲୋକ ସରକାରଙ୍କ ବିନା ଅନୁମତିରେ ଦେଶ ଛାଡି ବୁଲିବାକୁ ଯାଇ ପାରୁନି। ଅଥଚ ଗୋଟେ ଧର୍ଷଣ ଅଭିଯୁକ୍ତ ଆସାମୀ ଖସି ଯାଉଛି କେମିତି? କେବଳ ଖସି ଯାଉନି, ନିଜକୁ ଏକ ସାର୍ବଭୌମ ରାଷ୍ଟ୍ରର ମାଲିକ ବୋଲି କହୁଛି। ଦେଶପ୍ରେମୀ ଭକ୍ତଙ୍କ ମୁହଁରେ ଏ କଥା ଶୁଣି ଲଜ୍ଜା ସରମ କିଛି ଆସୁଛି କି? ନିତ୍ୟାନନ୍ଦକୁ ଦେଶରୁ ଖସି ଯିବାର ସୁଯୋଗ…
ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୋୟୋଟା କଂପାନୀ ଦ୍ବାରା ତିଆରି କରାଯାଇଥିବା ହାଇଡୋଜେନ କାରରେ ବୁଲିଲେ। ବର୍ତ୍ତମାନେ ତୈଳ ଦର ବୃଦ୍ଧି ପାଉଥିବାରୁ ବିକଳ୍ପ ଇନ୍ଧନ ଯୁକ୍ତ କାରର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,05/12: ଶେଷରେ ରାଜ୍ୟ ସରକାର ଓଡିଶାରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାକୁ ଲାଗୁ କରିବାକୁ ନିଷ୍ପତି କରିଛନ୍ତି। ତେବେ ପୂର୍ବରୁ ରାଜ୍ୟର ନିଜସ୍ବ ଯୋଜନା କାଳିଆ ଏହି ଯୋଜନାରେ ମିଶିଯିବ ବୋଲି ନିଷ୍ପତି କରାଯାଇଛି। ଆଜି ଲୋକସେବା ଭବନରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ରାଜ୍ୟର କାଳିଆ ଯୋଜନାରେ ସରକାର ଚାଷିଙ୍କୁ 10 ହଜାର ଟଙ୍କା ଦେଇଆସୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କେନ୍ଦ୍ର ତରଫରୁ 6 ହଜାର ଟଙ୍କା ଦିଆଯାଉଛି। ଯାହାକୁ ଓଡିଶାରେ ଲାଗୁ କରାଯାଇ ନାହିଁ। ତେବେ ଏହି ଦୁଇ ଯୋଜନା ମିଶିଲେ 16 ହଜାର ଟଙ୍କା ଚାଷି ପାଇବା କଥା। ହେଲେ ବର୍ତ୍ତମାନ ଚାଷୀ ମାତ୍ର 10 ହଜାର ଟଙ୍କା ପାଇବେ ବୋଲି ଜଣାପଡିଛି। କାରଣ କେନ୍ଦ୍ର ଦେଉଥିବା 6 ହଜାର ଟଙ୍କାରେ ରାଜ୍ୟର ଭାଗ ମଧ୍ୟ ରହିଛି। ଫଳରେ ଦୁଇ ଯୋଜନାରେ ବର୍ତ୍ତମାନ ଚାଷୀ ରାଜ୍ୟରୁ 4…
ବିଜୁ ଯୁବ ବାହିନୀର ସାମାଜିକ କଲ୍ୟାଣ ନେଇ ପ୍ରସ୍ତୁତି ବୈଠକ
ଭୁବନେଶ୍ବର,05/12: ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରୁ ୟୁକୋ ବ୍ୟାଙ୍କ ମ୍ୟାନେଜର ଆର.ରଞ୍ଜିତା ରାଓଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ମିଳିଛି। ରଞ୍ଜିତା ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ହାଉସିଂବୋର୍ଡ କଲୋନୀ ଏମଆଇଜି-୫୧ରେ ରହୁଥିଲେ। ଆଜି ସକାଳୁ ତାଙ୍କ ପାଖରେ ଥିବା ବାପା ମା ଝିଅକୁ ଉଠାଇବାକୁ କବାଟ ବାଡାଇଥିଲେ। ହେଲେ ସେ ଜବାବ ନ ଦେବାରୁ ଝରକା ବାଟେ ଅନାଇବାରୁ ସେ ଘରର ସିଲିଂ ଫ୍ୟାନରେ ଝୁଲୁଥିବାର ଦେଖା ଯାଇଥିଲା। ଏହି ଘଟଣା ଚାରିଆଡେ ପ୍ରଚାର ହେବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ପୋଲିସ ପହଁଚି ଶବକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ଜଣାପଡିଛି ଯେ, ରଂଜିତାଙ୍କ ଘର ହେଉଛି ନବରଂଗପୁର ଜିଲ୍ଲାରେ। ସେ ଅଶୋକ ନଗରର ୟୁକୋ ବ୍ୟାଙ୍କର ମ୍ୟାନେଜନର ଭାବେ କାଯ୍ୟ କରୁଥିବାରୁ ଭୁବନେଶ୍ବରରେ ରହୁଥିଲେ। ସେ ବିବାହ କରି ନ ଥିଲେ। ହେଲେ ପ୍ରେମ ସଂପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି।…
KONARK (ODISHA), DEC 5 (UNI) – Sand artists from India and abroad have created sand sculptures at the International Sand Art Festival being orghanised by Odisha Tourism Department, coinciding with the Konark Dance Festival at Chandrabhaga beach, on Thursday. UNI PHOTO-67U
PATNA, DEC 5 (UNI):- Police stopping to Students of Patna University during clash on presidential debate ahead of university election, in Patna on Thursday.UNI PHOTO-50U
Jan Adhikar Party Chief Pappu Yadav selling onions at the rate of Rs. 35 per kg to people outside Bihar Deputy CM Sushil Kumar Modi’s Rajendra Nagar residence during protest against hoarding and inflation, in Patna on Thursday.UNI PHOTO-51U
MUMBAI,DEC 05 (UNI) – Tennis Ace Rohan Bopanna with actor Nikita Dutta unveil the ASICS Limited Edition GEL-NIMBUS 22 and official race day t-shirt for the Tata Mumbai Marathon,in Mumbai on Thursday.UNI PHOTO-55U
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୫/ ୧୨: ଶୁକ୍ରବାର ଓ ଶନିବାର କଟକ, ପୁରୀ, ଖୋର୍ଦ୍ଧା ଓ ଅନୁଗୁଳର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ବୁଧବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି। ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ ଶୁକ୍ରବାର ଓ ଶନିବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ। ଶୁକ୍ରବାର ଦିନ ନିମ୍ନ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ୧. ଭୁବନେଶ୍ବର (ସହରାଞ୍ଚଳ) – ସତ୍ୟନଗର, ଡାଲ୍ମା ସାଇଟ୍, ଚାରିନମ୍ବର, ଓୟୁୟିଟି, ପିଡବ୍ଲ୍ୟୁଡି କଲୋନୀ, ୬ ନମ୍ବର, ଏଜି ଅଫିସ୍ ଆଦି ଅଞ୍ଚଳରେ ସକାଳ ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ। ୨. ଭୁବନେଶ୍ବର (ଗ୍ରାମୀଣ) – ଫୁଲନଖରା, ଭିଙ୍ଗାରପୁର, ବେଣୁପୁର ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ୩. କଟକ (ସହରାଞ୍ଚଳ) – ମେଡ଼ିକାଲ, ସିଡିଏ ଆଦି ଅଞ୍ଚଳରେ…
ସମୀକ୍ଷା ବ୍ୟୁରୋ/ ହେମାଙ୍ଗ ରାଉଳ ମହାନଗର ବ୍ରହ୍ମପୁର ସାନିଟେସନ ଫୋରମ୍ ଗଠନ ପରେ ବ୍ରହ୍ମପୁର ସହରବାସୀଙ୍କୁ ବୁଦ୍ଧି ଶିଖେଇବାକୁ ମହାନଗର ପ୍ରସ୍ତୁତି କେତେ ତା’ର ସଜଳ ଚିତ୍ର ପ୍ରତିଦିନ ଫୁଟି ଉଠିଛି। ବ୍ରହ୍ମପୁର ମ୍ୟୁନିସିପାଲିଟି କମିଶନର ଚକ୍ରବତ୍ତୀ ସିଂ ରାଠୋର ଏକ ସଭା ଓ ଆଲୋଚନା ଚକ୍ର ଆୟୋଜନ କରି ବ୍ରହ୍ମପୁର କିଛି ସଂଗଠନ, ବୁଦ୍ଧିଜୀବୀ ଓ ସାମ୍ବାଦିକ ସହ ଭାବ ବିନିମୟ କରି ବ୍ରହ୍ମପୁର ସହର ସ୍ୱଚ୍ଛତା, ପରିମଳ ଓ ପରିବେଶକୁ ନେଇ ଚିନ୍ତିତ ଥିବା ପରି ଯେଉଁ ପାଠପଢ଼ାଇ ଚାଲିଲେ, କାଲା ଆଗରେ ମୂଳା ଚୋବାଇଲା ପରି ତାଙ୍କ କିଛି ମନ୍ତବ୍ୟ ସେହି ସଭାରେ କିଛି ଶୋତା ଅନୁଭବ କରୁଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନର ପାଠଶାଳା ପରି ସହରର ପରିମଳକୁ ସୁଧାରିବାର ବାକ୍ୟଗୁଡ଼ିକ ତ ଶୁଣିବାକୁ ସୁନ୍ଦର ଲାଗୁଥିଲା କିନ୍ତୁ ଏହି କଥାରେ କେତେ ଦମ୍ ଅଛି ତାହା ସମୟ ନିର୍ଣ୍ଣୟ କରିବ। ବ୍ରହ୍ମପୁରରେ ପରିମଳ ଯୋଜନାକୁ…

