Author: Samikhsya Bureau

ଭୁବନେଶ୍ବର, ୭/୧୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ଶନିବାର ସନ୍ଧ୍ୟା ୭ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ରବିବାର ପୂର୍ବାହ୍ନ ୯ଟା ୩୦ରେ ଖୋର୍ଦ୍ଧା ଗସ୍ତ କରିବେ। ବରୁଣେଇ ପାହାଡ଼ସ୍ଥଳରେ ପୂର୍ବାହ୍ନ ୧୦ଟା ୩୦ରେ ରାଷ୍ଟ୍ରପତି ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧୨ଟା ୪୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୫ଟାରେ ସେ ନୂଆଦିଲ୍ଲୀ ଅଭିମୁଖେ ବିମାନଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। (ଏଜେନ୍ସି)

Read More

କେଦାର ମିଶ୍ର କୌଣସି ଅପରାଧର ମୁକାବିଲା ଲାଗି ପୋଲିସ ବି  ଅପରାଧୀ ହେବା ଜରୁରୀ କି? ଏ ପ୍ରଶ୍ନ ପଚାରିବା ବି ଏକ ଅପରାଧ। ସାରା ଦେଶ ଗତକାଲି ରକ୍ତରେ ଭିଜି ଭିଜି ନ୍ୟାୟର ଉତ୍ସବ ପାଳନ କରିଛି। ହାଇଦ୍ରାବାଦରେ ୨୭-୨୮ ନଭେମ୍ବର ରାତ୍ରିରେ ଯେଉଁ ଭୟଙ୍କର ଧର୍ଷଣ ଓ ହତ୍ୟାକାଣ୍ଡ ଘଟିଥିଲା ତାର ଚାରି ଜଣ ଅଭିଯୁକ୍ତ ଅପରାଧୀଙ୍କୁ ପୁଲିସ ଗୁଳି କରି ମାରିଦେଇଛି। ପୁଲିସ ର ଏହି ଗୁଳିମାରିବା ଆଇନ ଦୃଷ୍ଟିରୁ ଆଦୌ ଗ୍ରହଣୀୟ ହୋଇନଥିବା ବେଳେ ଏହାକୁ ନେଇ ଦେଶରେ ଗୋଟେ ଅଦ୍ଭୁତ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି। ସତେକି ହତ୍ୟାକାରୀ ପୋଲିସ ହିଁ ଏ ଦେଶର ସର୍ବଶ୍ରେଷ୍ଠ ବିଚାରକ। ପୋଲିସର ତଥାକଥିତ ତୁରନ୍ତ ନ୍ୟାୟ ଦେବାର ଏହି ବର୍ବର ପ୍ରକ୍ରିୟାକୁ ଆଖି ବୁଜି ସମର୍ଥନ କରା ଯାଉଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ପୁଲିସର ଏହି ବେଆଇନ ଗୁଳିକାଣ୍ଡ ବିରୋଧରେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ଅପରାଧୀଙ୍କ…

Read More

ଝାଡଖଣ୍ଡ, ୭/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଆଜି ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଆସନ ରହିଛି । ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ସରଜୁ ରାୟ ଓ କଂଗ୍ରେସ ଟିକେଟରେ ପ୍ରଫେସର ଗୌରବ ବଲ୍ଲବ ନିର୍ବାଚନ ଲଢ଼ିଛନ୍ତି । ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର୨୦ଟି ଆସନ ପାଇ‘ ମତଦାନ ହେଉଥିବାବେଳେ ଏହି ଆସନରେ ୨୬୦ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ଡିସେମ୍ବର ୨୦ରେ ମତଦାନ ଶେଷ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ । (ଏଜେନ୍ସି)

Read More

ଦିଲ୍ଲୀ, ୭/୧୨: ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା । ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡ଼ିତାଙ୍କର  ଦିଲ୍ଲୀସ୍ଥିତ ସଫଦରଗଂଜ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଛି । ମିଳିଥିବା ଅନୁସାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶୁକ୍ରବାର ରାତି ୧୧ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ହୃଦ୍‌ଘାତରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।  ପୀଡ଼ିତାଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ (ସିଭିଲ) ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା ।  ସୂଚନାଯୋଗ୍ୟ ଉନ୍ନାଓର ବିହାର ଥାନା ଅନ୍ତର୍ଗତ ପୀଡ଼ିତା (୨୦ ବର୍ଷ)କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ। ଘଟଣା ସହିତ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କୁ ଜଳାଇଥିବା ଅଭିଯୁକ୍ତମାନେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ,6/12: ଆତ୍ମଘୋଷିତ ବିବାଦୀୟ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଋଦ୍ଦ କରାଯାଇଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଏ ନେଇ ସୂଚନା ଦେଇଛନ୍ତି। ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଇକ୍ୱେଡର ଦେଶରେ ଥିବା ଏକ ଦ୍ୱୀପ କିଣି ନିଜର ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଥିଲେ। ଏହି ସ୍ୱାଧୀନ ରାଷ୍ଟ୍ରର ନାମ କୈଳାସା ରଖିବା ସହିତ ଏଥିପାଇଁ ଏକ ଓ୍ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି। ନିଜର ହିନ୍ଦୁ ରାଷ୍ଟ୍ର ଗଠନ କରିବା ପରେ ଭାରତୀୟ ନାଗରିକତ୍ବ ହରାଇଥିବାରୁ ନିତ୍ୟାନନ୍ଦଙ୍କ ପାସପୋର୍ଟ ଋଦ୍ଦ କରାଯାଇଥିବା ନେଇ ରବୀଶ କୁମାର ସୂଚନା ଦେଇଛନ୍ତି।

Read More

(191123) — MINSK, Nov. 23, 2019 (Xinhua) — Children models present new children’s wear during the Kids Fashion Zone, a children’s wear sale exhibition for charity, in Minsk, Belarus, Nov. 23, 2019. The activity was held here to mark the World Children’s Day of 2019. (Xinhua/Henadz Zhinkov)

Read More

ଉନ୍ନାଓ,6/12: ଉତ୍ତର ପ୍ରଦେଶର ଉନ୍ନାଓ ବର୍ତ୍ତମାନ ରାଜ୍ୟର ଦୁଷ୍କର୍ମ ରାଜଧାନୀ ପାଲଟିଛି । ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଉନ୍ନାଓରେ 86ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଲକ୍ଷ୍ନୌରୁ 25 କିମି ଦୂର ଏହି ସହରର ଜନସଂଖ୍ୟା 31 ଲକ୍ଷ ଅଟେ । ଏହା ସହିତ ଏହି ସମୟ ମଧ୍ୟରେ 185ଟି ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି । ବିଧାୟକ କୁଲଦୀପ୍‌ ସେନ୍‌ଗାରଙ୍କ ଠାରୁ ଆରମ୍ଭ କରି ଗୁରୁବାର ଘଟିଥିବା ଦୁଷ୍କର୍ମ ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ଉନ୍ନାଓର ଏହି ଦୂରାବସ୍ଥା ପାଇଁ ସାଧାରଣ ଲୋକ ପୋଲିସ୍‌କୁ ଦାୟୀ କରୁଥିବା ବେଳେ ପୋଲିସ୍‌ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛି ବୋଲି ରାଘବ ରାମ ଶୁକ୍ଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Read More

ଅଗରତାଲା,6/12: ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳିଙ୍କୁ ଅଟକ ରଖାଯାଇଛି । ଆସାମ ଯାଉଥିବା ବେଳେ ଏହି ଖେଳାଳି ମାନଙ୍କୁ ଅଟକ ରଖାଯାଇଥିଲା । ଖେଳାଳି ମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନ ମିଳିବା କାରଣରୁ ତାଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅଗରତାଲାରୁ 190 କିମି ଦୂର ଧରମପୁରରେ 7 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ନିକଟସ୍ଥ ବସ୍‌ ଷ୍ଟାଣ୍ଡରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଖେଳାଳି ବାଂଲାଦେଶ ଦେଇ ତ୍ରିପୁରାରେ ପ୍ରବେଶ କରିଥିବା ନେଇ ପୂର୍ବାନୂମାନ କରାଯାଉଛି । ଏହି ଖେଳାଳି ମାନେ ଗୌହାଟୀରେ ଏକ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,6/12: ତେଲୁଗୁ ଫିଲ୍ମ ପ୍ରତି ରୋଜୁ ପାଣ୍ଡଗାର ଟ୍ରେଲର ରିଲିଜ୍‌ ହୋଇଛି । ସମ୍ପୂର୍ଣ୍ଣ ପାରିବାରିକ କାହାଣୀ ଉପରେ ଏହି ଫିଲ୍ମ ପର୍ଯ୍ୟବେସିତ । ଫିଲ୍ମରେ ସାଇ ଧରମ ତେଜ୍‌, ରାଶି ଖାନ୍ନା ଏବଂ ସତ୍ୟରାଜ ମୁଖ୍ୟ ଭୂମିକାରେ ରହିଛନ୍ତି । ସତ୍ୟରାଜ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡିତ ଥିବା ବେଳେ ନିଜ ଜୀବନର ଅନ୍ତିମ 5 ସପ୍ତାହ କିଭଳି ବିତାଉଛନ୍ତି ତା ଉପରେ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ରାଓ ରମେଶଙ୍କ ଭଳି ଅଭିଜ୍ଞ କଳାକାର ମଧ୍ୟ ଅଛନ୍ତି । ମାରୁତି ଦଶାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏସ ଏସ୍‌ ଥାମନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଡିସେମ୍ବର 20ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି ।

Read More

ନୂଆଦିଲ୍ଲୀ,6/12: ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ମିଳିବା ଠିକ୍ ନୁହେଁ ତେଣୁ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି କୋବିନ୍ଦ କହିଛନ୍ତି । ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ ।

Read More

ନୂଆଦିଲ୍ଲୀ,6/12: ଭାରତୀୟ ଓପ୍‌ନର ଶିଖର ଧଓ୍ବନ 5 ଭାରତୀୟ ଖେଳାଳିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଧଓ୍ବନ 5 ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସ୍ପିଡଷ୍ଟର ଜସ୍‌ପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍‌ ଆୟାର, କରୁଣ ନାୟାର ଏବଂ ଆରପି ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧଓ୍ବନ୍‌ । ଧଓ୍ବନଙ୍କ ବ୍ୟତୀତ ଭିଭିଏସ୍‌ ଲକ୍ଷ୍ମଣ ଏବଂ କେ ଏଲ୍‌ ରାହୁଲ୍‌ ଅନ୍ୟ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଗଞ୍ଜାମ,6/12: ଇଣ୍ଡୋ ନେପାଳ ରୁରାଲ କବାଡି ଚାମ୍ପିୟନସିପ୍‌ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଅଜିତ ଜେନାଙ୍କୁ ତାଙ୍କ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଧରାକୋଟର ବାହାଡାଗୁଡା ଗ୍ରାମର ଅଜିତ ଜେନାଙ୍କୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନେପାଳ ସହିତ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିଥିବା ଭାରତ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ନେପାଳ ସହିତ ଖେଳିଥିଲା । ଅଜିତଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ 36-14ରେ ନେପାଳକୁ ପରାସ୍ତ କରିଥିଲା । ବିଜେପି ଯୁବମୋର୍ଚ୍ଚା ସଭାପତି ଏମ୍‌ ଚିନ୍ମୟ ରେଡ୍ଡୀଙ୍କ ନେତୃତ୍ବରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ଜେନା, ମିଥୁନ ପ୍ରଧାନ, ଟି. ମୁନେଶ ଦୋରା, ଧର୍ମେନ୍ଦ୍ର ସ୍ବାଇଁ ଏବଂ ଅଭୟ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Read More

ରଙ୍ଗାଚରଣ ପ୍ରଧାନ ଦୌଡନ୍ତୁ। ଯେତେ ପାରୁଛନ୍ତି ଦୌଡନ୍ତୁ। ଦେଶ ପାଇଁ ଦୌଡନ୍ତୁ। ଜାତି ପାଇଁ ଦୌଡନ୍ତୁ। ଅମୁକ ଦିବସ ପାଇଁ ଦୌଡନ୍ତୁ। ସମୁକ ଦିବସ ପାଇଁ ଦୌଡନ୍ତୁ। ପାନ୍ କାର୍ଡ ପାଇଁ ଦୌଡନ୍ତୁ। ଆଧାର କାର୍ଡ ପାଇଁ ଦୌଡନ୍ତୁ। ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଦୌଡନ୍ତୁ। ବ୍ୟାଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଦୌଡନ୍ତୁ। ବିମୁଦ୍ରିକରଣବେଳେ ଅଚଳ ନୋଟ୍ ବଦଳପାଇଁ ଆପଣ ବ୍ୟାଙ୍କକୁ ଦୌଡିଛନ୍ତି। ଏଟିଏମ୍ ଆଗରେ ଲମ୍ବା ଧାଡିରେ ଠିଆ ହେବା ପାଇଁ ଦୌଡିଛନ୍ତି। ଏବେ ଲର୍ଣର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ବି ସେମିତି ଦଉଡୁଛନ୍ତି। ଦୌଡିବା ଶରୀର  ପାଇଁ  ଭଲ। କିନ୍ତୁ ସରକାର ଆମକୁ କେଉଁ ଭଲ ପାଇଁ ଦୌଡାଉଛନ୍ତି? ସରକାରଙ୍କ କହିବାରେ କଳାଧନ ଧରିବା ପାଇଁ ନୋଟବନ୍ଦୀରେ ଲୋକେ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମାତ୍ର କଳାଧନ ମିଳିଲା ନାହିଁ। ସରକାର କାହିଁକି ଲୋକଙ୍କୁ ଏତେଥର ଗଣୁଛନ୍ତି ? କ’ଣ ବାଣ୍ଟିବେ…

Read More