Author: Samikhsya Bureau

ସମୀକ୍ଷା ବ୍ୟୁରୋ ବାଣପୁର, ୧/୧୨: ଡିସେମ୍ବର ୧ ତାରିଖ ବିଶ୍ବ ଏଡସ୍‌ ଦିବସ ଅବସରରେ ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ବିଦ୍ୟାଳୟ ପରିସରେ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଲେବଲ୍‌ ସର୍ଭିସ୍‌ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବଜଜ୍‌ ତଥା ଆସିଷ୍ଟାଣ୍ଟ୍‌ ସେସନ୍‌ ଜଜ୍‌ ଦିଲ୍ଲୀପ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ତାଲୁକ୍‌ ଲେବଲ୍‌ର ସର୍ଭିସ୍‌ କମିଟିର ପାରାଲେବଲ୍‌ ଭଲେଣ୍ଟିଆର୍‌ ରାଜକିଶୋର ରଥ, ଗୋଦାବରୀଶ ସାହୁ, ଏସ୍‌ ମଇନୁଉଲ୍ଲ ହକ୍‌, ଲିଗାଲ୍‌ ସେଲ୍‌ର ସଦସ୍ୟ ଜଗଦୀଶ ପଟ୍ଟନାୟକ, ଏକତା ପରିଷଦର ମ୍ୟାନେଜିଂ ଟ୍ରଷ୍ଟ ତଥା ଲିଗାଲ୍‌ ସେଲ୍‌ ସଦସ୍ୟା ସନ୍ଧ୍ୟାରାଣୀ ଦେବୀ, ଅରଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ପାଣିଗ୍ରାହୀ, ସହକାରୀ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅରାଙ୍ଗ ପଞ୍ଚାୟତର ସରପଞ୍ଚ ଆଶାମଣି ସାହୁ, ଅରାଙ୍ଗ ଅଙ୍ଗନଓ୍ବାର୍ଡି କର୍ମୀ, ଧୂଆଁନଳି ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ,…

Read More

ସମୀକ୍ଷା ବ୍ୟୁରୋ କଳାହାଣ୍ଡି, ୧/୧୨: କଳାହାଣ୍ଡି ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ ଜଣ ବାଳିକା ପ୍ରାଣ ହରାଇଛନ୍ତି। ଶନିବାର ଘଟିଥିବା ଅଗ୍ନିକାଣ୍ଡରେ ତିନି ବାଳିକା କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। କଳାହାଣ୍ଡିର କୋକସରା ଥାନା ଅନ୍ତର୍ଗତ ମହିମା ଗ୍ରାମପଞ୍ଚାୟତର ବିଜମାରା ଗ୍ରାମରେ ଏହି ଘଟଣା ଘଟିଥିଲା। ଖେଳୁଥିବା ସମୟରେ ଦୁଇ ଜାଆଁଳା ଭଉଣୀ ରୋଜି ଏବଂ ଡେଜିଙ୍କ ସହିତ ରଚନା ରାଉତ ନାମକ ଅନ୍ୟ ଜଣେ ବାଳିକା ପ୍ରାଣ ହରାଇଥିଲେ। ପ୍ରାରମ୍ଭିକ ଚିକିତ୍ସା ପାଇଁ ତିନି ଜଣଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଳାହାଣ୍ଡି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ସମସ୍ତଙ୍କ ପ୍ରାଣହାନି ଘଟିଥିଲା। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read More

ମୁମ୍ବାଇ,1/12 : ମହରାଷ୍ଟ୍ରର ନୂତନ ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ନାନା ପଟୋଲେ । ବିଜେପିର କିଶାନ କୋଠାରୀ ବାଚସ୍ପତି ଦୌଡରୁ ଓହରିବା ପରେ ନାନା ପଟୋଲେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଗତକାଲି ସରକାର ଫ୍ଲୋର ଟେଷ୍ଟରେ ପାସ କରିବା ପରେ ବିରୋଧୀ ଦଳ ବିଜେପି ନିଜର ବାଚସ୍ପତି ପ୍ରାର୍ଥୀତ୍ବ ପ୍ରତ୍ୟାହାର କରି ନେଇଥିଲେ । କୋଠାରେଙ୍କ ପ୍ରାର୍ଥୀତ୍ବ ପ୍ରତ୍ୟାହାର ପରେ ନାନା ପଟୋଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ବୋଲି ଏନ୍‌ସିପି ନେତା ଛଗନ ଭୁଜବଳ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନାନା ପଟୋଲେ ସକୋଲିରୁ କଂଗ୍ରେସ ବିଧାୟକ ରହିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଜଗନ୍ନାଥ ପ୍ରସାଦ, ୧/୧୨:  ଉଦ୍ୟାନ କୃଷି ବିଭାଗ ତରଫରୁ ଜଗନ୍ନାଥ ପ୍ରସାଦଠାରେ କୃଷି ସଚେତନତା ଓ ପନିପରିବା ଚାଷ ସମ୍ପର୍କିତ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ କୃଷି ଓ ସୂଚନା କେନ୍ଦ୍ର ଓ ପରାମର୍ଶ କେନ୍ଦ୍ରଠାରେ ତାରା ସିଂ, କୋକଳବା, ବିଡିପୁର, ପ୍ରତାପପୁର, ଅଳସୁ, ଚଡ଼ିଆପଲ୍ଲୀ, ଅଲାଡ଼ି, ଛାମୁଣ୍ଡା ଆଦି ବିଭିନ୍ନ ଅଞ୍ଚଳର କୋଡ଼ିଏ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଆଦି ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ…

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୧/୧୨: ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଧୀନ ନାଚୁଣୀ ବଜାରରୁ ଶନିବାର ଦିନ ଦ୍ବିପ୍ରହରରେ ଚୋରି ହୋଇଛି। ନାଚୁଣୀ ବଜାର ମଧ୍ୟସ୍ଥଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଆଲମାରୀ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାରମାନ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାଚୁଣୀ ବଜାରରେ ରହୁଥିବା ଗୋତପଲ୍ଲୀ ଗ୍ରାମର ଭାଗିରଥୀ ରାଉତରରାୟ ନାମକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି। ଶନିବାର ଦିନ ଦ୍ବିପ୍ରହରରେ ଭାଗିରଥୀ ତାଙ୍କ ପତ୍ନୀଙ୍କ ସହିତ ପାଣ୍ଡବାଶୁଣୀ ମନ୍ଦିରରେ ମାନସିକ ଭୋଜିରେ ବ୍ୟସ୍ତ ଥିବାବେଳେ ତାଙ୍କ ଘର ମୁଖ୍ୟ ଦରଜା ଓ ଆଲମାରୀ ଖୋଲାଥିବା ସମ୍ପର୍କରେ ତାଙ୍କ ନାବାଳକ ପୁତ୍ର ମା’ ବାପାଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଭାଗିରଥୀ ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିବା ପରେ ତାଙ୍କ ଘର ତାଲା ଭଙ୍ଗାଯାଇଥିଲା ଓ ଆଲମାରିରୁ ନଗଦ ଟଙ୍କା ଏବଂ ସୁନାଅଳଙ୍କାର ଲୁଟ୍‌ ହୋଇଥିବାର ଜାଣିଥିଲେ।…

Read More

ନୂଆଦିଲ୍ଲୀ,1/12: ଦେଶର ଜିଡିପିରେ ହ୍ରାସ ଘଟିବା ନେଇ ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କୁ ବର୍ତ୍ତମାନ ନିଜ ଦଳର ସଦସ୍ୟଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ ସ୍ବାମୀ । ନିର୍ମଳା ସୀତାରମଣଙ୍କୁ ଅର୍ଥନୀତି ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ବାମୀ । ହାଭାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ସ୍ବାମୀ ଗୋଟିଏ ଦିନ ପୂର୍ବରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସରକାର ଜିଡିପି 4.5 ରହିଥିବା କହୁଥିଲେ ମଧ୍ୟ ବାସ୍ତବରେ ଏହା 1.5ରୁ 2 ପ୍ରତିଶତ ମଧ୍ୟରେ ରହିଛି ବୋଲି ସ୍ବାମୀ କହିଥିଲେ । ବିଗତ 6 ବର୍ଷ ମଧ୍ୟରେ ଏହା ଭାରତୀୟ ଅର୍ଥନୀତିର ଏହା ସବୁଠାରୁ ଖରାପ ପ୍ରଦର୍ଶନ ବୋଲି ସ୍ବାମୀ ମତ ଦେଇଛନ୍ତି । ସୀତାରମଣଙ୍କର ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଅଭିଜ୍ଞତାର ଅଭାବ ଦେଶର ଅର୍ଥନୀତିକୁ ନିମ୍ନଗାମୀ କରୁଛି ବୋଲି ସ୍ବାମୀ କହିଛନ୍ତି ।…

Read More

କାବୁଲ :1/12 : ଆଫଗାନିସ୍ତିାନରେ ଏକ ବିମାନ ଆକ୍ରମଣରେ ଜଣେ ନବଜାତ ଶିଶୁ ସମେତ 8 ଜଣଙ୍କ ପ୍ରାଣହାନି ଘଟିଛି । ଆଫଗାନିସ୍ତାନର ଖୋସ୍ତ ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଆମେରିକୀୟ ସେନା ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ଶୁକ୍ରବାର ଜନ୍ମ ନେଇଥିବା ଜଣେ ନବଜାତ ଶିଶୁ ପ୍ରାଣ ହରାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ମହିଳା, ଦୁଇ ଜଣ ଶିଶୁ ଏବଂ ଜଣେ ପୁରୁଷ ପ୍ରାଣ ହରାଇଥିଲେ । ପରିବାରର ପାଞ୍ଚ ଜଣଙ୍କ ବ୍ୟତିତ ଅନ୍ୟ ତିନି ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ନେଇ ଖୋସ୍ତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି ତାଲେବ ମଙ୍ଗଲ । (ଏଜେନ୍ସୀ)

Read More

HYDERABAD, NOV 30 (UNI) : VSD Students & women Paying Tributes In Front of Candle Light In Front of ( Vidyarthi Seva Dal ) Organized Candle Light Program, for Justice Brutal Rape and Murder of Veterinary Dr Priyanka Reddy, in Hyderabad on Saturday. UNI PHOTO RAO19U

Read More

ବ୍ରହ୍ମପୁର,୧/୧୨: ହାଇଦ୍ରାବାଦରେ କାର୍ଯ୍ୟରତ ମହିଳା ଡାକ୍ତର ଗଣଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି। ଏପରି ପାଶବିକ ଘଟଣାର ନିନ୍ଦା କରାଯିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ବର୍ବର ଘଟଣାର ଅଭିଯୁକ୍ତକୁ ଫାଶି ଦିଆଯାଉ ବୋଲି ଛାତ୍ରୀ ସ୍ମୃତି ସୁଦ୍ଧା ସାହୁ କହିଛନ୍ତି। ଏହି ଶୋଭାଯାତ୍ରାରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ବିଭୁପ୍ରିୟ ସାହୁ, ସସ୍ମିତା ବେହେରା, ଆଶୁତୋଷ ସାହୁ, ନିରାକାର, ପ୍ରିୟରଞ୍ଜନ ମଲ୍ଲିକ, ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ, ମୋବାଇଲ : ୭୭୮୭୯୭୩୫୬୭

Read More

ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୧/୧୨: ଗଞ୍ଜାମ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ବେକରୁ ଚେନ୍‌ ଚୋରି ହୋଇଛି। ହିଞ୍ଜିଳିକାଟୁର ମାଣିକ ନଗରଠାରେ ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ପ୍ରାୟ ୪ ଭରି ଓଜନର ୨ଟି ସୁନା ଚେନ୍‌ ଝାମ୍ପି ନେଇଛନ୍ତି। ଏନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମର ସସ୍ମିତା ସୁବୁଦ୍ଧିଙ୍କ ବେକରୁ ଚେନ୍‌ ଚୋରି ହେବାର ଅଭିଯୋଗ ହୋଇଛି । ସ୍ବାମୀ ବାଲାଜୀ ସୁବୁଦ୍ଧିଙ୍କ ସହିତ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ପଦ୍ମାବତୀ ନଗରର ଜଣେ ସମ୍ପର୍କୀୟଙ୍କ ଘରକୁ ଉଭୟ ଚାଲି ଚାଲି ଯାଉଥିଲେ।ମାଣିକ ନଗର ୫ମ ଲାଇନ୍‌ ନିକଟରେ ୨ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସସ୍ମିତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ଆଖି ପିଛୁଲାକେ ଚମ୍ପଟ ମାରିଥିଲେ। ଏନେଇ ସସ୍ମିତା ହିଞ୍ଜିଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

Read More

ବାଲେଶ୍ବର,1/12: ପ୍ରଥମ ଥର ପାଇଁ ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-3ର ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି । ଶନିବାର ରାତି 7.18ରେ ଚାନ୍ଦବାଲି ନିକଟ ଅବଦୁଲ କଲାମ ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ ଅଗ୍ନି-3 ଇତି ମଧ୍ୟରେ ଭାରତୀୟ ସେନାରେ ସାମିଲ ହୋଇସାରିଛି । ପ୍ରାୟ 3 ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି। ଅର୍ଥାତ ଅଗ୍ନି-3ର ଲକ୍ଷ୍ୟଭେଦ ପରିଧି ଭିତରେ ପାକିସ୍ତାନର ସବୁ ଅଞ୍ଚଳ ଓ ଚୀନର ଅଧିକାଂଶ ଅଂଚଳ ଆସୁଛି । ପୂର୍ବରୁ ଅଗ୍ନି-3ର ପରୀକ୍ଷଣ ଏକାଧିକ ଥର ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏହାର ପରୀକ୍ଷଣ ରାତିରେ କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭଦ୍ରକ,1/12: ଭଦ୍ରକର ବନ୍ତ ଥାନାର କେନ୍ଦୁଆପଦା ଷ୍ଟେସନରୁ ସ୍କୁଟିରେ ଜଣେ ବାପା ଏବଂ ତାଙ୍କ ଝିଅ ଫେରିବା ବେଳେ ଉଦଭ୍ରାନ୍ତ ଯୁବକଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି। ଝିଅଙ୍କୁ ଅପହରଣ କରି ନେବା ସମୟରେ ବାପା ବାଧା ଦେବାରୁ ଯୁବକ ଜଣକ ବନ୍ତ ଥାନା ଡାଳିମ୍ଵଗଡିଆ ଛକରେ ବିଚ୍ ରାସ୍ତାରେ ବାପା ଝିଅଙ୍କ ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ବାପା ଝିଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏକତରଫା ପ୍ରେମ କାରଣରୁ ଯୁବକ ଜଣକ ଏଭଳି ଘଟଣା ଘଟାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Read More

କେଦାର ମିଶ୍ର   ୧୬, ଡିସେମ୍ବର, ୨୦୧୨ ଓ ୨୭, ନଭେମ୍ବର,୨୦୧୯- ଏ ଦୁଇ ତାରିଖ ର ଏକମାତ୍ର ସାମଞ୍ଜସ୍ୟ ହେଉଛି, ଏହି ଦୁଇ ତାରିଖରେ ଆମେ ଭାରତମାତାକୁ ଭୟଙ୍କର ଭାବରେ ନିନ୍ଦିତ କରିଛୁ। ୧୬, ଡିସେମ୍ବର, ୨୦୧୨ ଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା।  ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରା ଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ତାହା ଏ ଦେଶର ପ୍ରଥମ ବା ଶେଷ ଘଟଣା ନଥିଲା। ନିର୍ଭୟା ଘଟଣା ପରେ ନିୟମିତ ଅବଧିରେ ଆମେ ମଣିଷକୁ ଲଜ୍ଜିତ କଲାପରି ଧର୍ଷଣ ଓ ହତ୍ୟାର ଖବର ଶୁଣିଆସୁଛୁ। ଗତ ୨୭ ନଭେମ୍ବରରେ ସେମିତି ଏକ ଛାତିଥରା…

Read More

ସମୀକ୍ଷା ବ୍ୟୁରୋ/ହେମାଙ୍ଗ ରାଉଳ  ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ  ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି । ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ ୨୦୦୭ ମସିହାରୁ ତତ୍କାଳୀନ ଗଂଜାମ ବାର୍ ଏସୋସିଏସନର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହୋଇଥିଲା । ହାଇକୋର୍ଟର ସ୍ଥାୟୀବେଞ୍ଚ ବ୍ରହ୍ମପୁରରେ ସ୍ଥାପନ କରିବା ଏକ ଯୁକ୍ତିଯୁକ୍ତ ଦାବି ହୋଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତା ଯୋଗୁଁ ଏହା ପୂରଣ ହୋଇପାରୁନି। ଏହି କାରଣରୁ  ସୁଦୂର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଲୋକମାନେ ସାମାନ୍ୟ ଘଟଣାକୁ ନେଇ ବାରମ୍ବାର ହାଇକୋର୍ଟ କାମରେ କଟକକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତ୍ୟେକ ଦିନ ବ୍ୟବସାୟୀଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳର ଲୋକମାନେ ମେଡ଼ିକାଲ୍ ଏବଂ ଅନ୍ୟାନ୍ୟ କାମକୁ ଆସିଥାନ୍ତି, ଏହାକୁ ଦୃଷ୍ଟିରେ ରଖି ଗଂଜାମ ବାର୍…

Read More

ବ୍ରହ୍ମପୁର: ଶନିବାର ଦିନ ବ୍ରହ୍ମପୁର ମହାନଗର ନିଗମ ପରିସରରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡ଼୍ ସଚେତନତା ଏବଂ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବିଏମ୍ସିର କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ତଥା ସହରର ସମସ୍ତ ୱାର୍ଡ଼ର ଜମାଦାର ଏବଂ ସଫେଇ କର୍ମଚାରୀଙ୍କ ପାଇଁ ସଚେତନତା ତଥା ରକ୍ତ ପରୀକ୍ଷଣ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସ୍ଥିତ ଡ଼ାଏବେଟିସ୍ ଏଣ୍ଡ ଏଣ୍ଡୋକେୟାର କ୍ଲିନିକ୍ର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନିଲ କୁମାର କୋଟା ଏବଂ ତାଙ୍କ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ ।  ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ  ଏହି କାର୍ଯ୍ୟକ୍ରମ୧୪ ନଭେମ୍ବରରେ ବ୍ରହ୍ମପୁର ସ୍ଥିତ ଟାଉନ୍ ହଲରେ  ବ୍ରହ୍ମପୁର ପୌର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ବସ୍ତି ଉନ୍ନୟନ ଅଧିକାରୀ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉଦ୍ଘାଟନ କରିଥିଲେ । ସର୍ବପ୍ରଥମେ ଡା. ସୁନିଲ କୁମାର କୋଟା ଉପସ୍ଥିତ କର୍ମଚାରୀ ବୃନ୍ଦଙ୍କୁ ଡ଼ାଏବେଟିସ୍,…

Read More