ହାଇଦ୍ରାବାଦ,2/12: ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସରଗରମ ରହିଛି ସଂସଦ ଭବନ । ଏହି ମାମଲାରେ ରାଜ୍ୟସଭାରେ 2ଜଣ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ଏସପି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ ଲୋକମାନଙ୍କ ହାତରେ ଟେକି ଦେବାକୁ କହିଛନ୍ତି । ରାଜ୍ୟସଭାରେ ଚର୍ଚ୍ଚା ସମୟରେ ଜୟା ବଚ୍ଚନ କହିଛନ୍ତି ଯେ, ବଳାତ୍କାରୀଙ୍କୁ ବାହାରକୁ ଆଣି ଲୋକମାନଙ୍କ ହାତରେ ଦେଇ ଦେବା ଉଚିତ୍। ସେହିପରି ଏଆଇଡିଏମକେର ସାଂସଦ ବିଜିଲା ସତ୍ୟାନନ୍ଦ ଦୋଷୀଙ୍କୁ ଏକ ମାସ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାଇଦ୍ରାବାଦ ଘଟଣାକୁ ଅମାନବୀୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ ।(ଏଜେନ୍ସୀ)
Author: Samikhsya Bureau
ଭୁବେନଶ୍ବର, ୨/୧୨: ଅର୍କ କ୍ଷେତ୍ର କୋଣାର୍କର ପାଦଦେଶରେ ଥିବା ଭବ୍ୟ ମୁକ୍ତାକାଶ ମଂଚରେ ପର୍ଯ୍ୟଟନ ବିଭାଗ ଓଡିଶା ଆୟୋଜିତ କୋଣାର୍କ ଉତ୍ସବ-୨୦୧୯ର ଆନୁଷ୍ଠାନିକ ଉଦ୍ଘାଟନ ହୋଇଯାଇଛି। ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ୍, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବରେ ଶୁଭାରମ୍ଭ କରିଥିଲେ। ପରେ ପରେ ଶାସ୍ତ୍ରୀୟ ନୃତ୍ୟକୁ ମଚଂସ୍ଥ କରିଥିଲେ ଓଡିଶୀ ଓ କଥକର ଶିଳ୍ପୀ । ପ୍ରଥମ ପ୍ରସ୍ତୁତିରେ ସୃଜନର ଶିଳ୍ପୀମାନେ ମଂଚସ୍ଥ କରିଥିଲେ। “ବନ୍ଦେ ସୂର୍ଯ୍ୟମ୍’’। ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ…
ସୁରଟ,2/12 : ଡିଫେଣ୍ଡିଂ ଚାମ୍ପିୟନ୍ କର୍ଣ୍ଣାଟକ ତାମିଲନାଡୁକୁ ପରାସ୍ତ କରି ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ୍ରେ କର୍ଣ୍ଣାଟକ 1 ରନ୍ରେ ତାମିଲନାଡୁକୁ ପରାସ୍ତ କରିଛି । କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମନୀଷ ପାଣ୍ଡେ ସର୍ବାଧିକ 60 ରନ୍ ସଂଗ୍ରହ କରିଥିଲେ । ପାଣ୍ଡେ 45ଟି ବଲ୍ର ସମ୍ମୁଖୀନ ହୋଇ 4ଟି ଚୌକା ଏବଂ ଦୁଇଟି ଛକ୍କା ସହାୟତାରେ 60 ରନ୍ ସଂଗ୍ରହ କରିଥିଲେ । ପାଣ୍ଡେଙ୍କ ବ୍ୟତୀତ ରୋହନ କଦମ୍(36), ଦେବଦତ୍ତ ପାଡିକଲ(32) ଏବଂ କେ ଏଲ୍ ରାହୁଲ(22) ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ 20 ଓଭରରେ 5 ଓ୍ବିକେଟ ହରାଇ 180 ରନ୍ ସଂଗ୍ରହ କରିଥିଲା । ଜବାବରେ ବିଜୟ ଶଙ୍କର(44) ଏବଂ ବାବା ଅପରାଜିତ(40) ରନ୍ ସତ୍ତ୍ବେ ବିଜୟ ଠାରୁ 1 ରନ୍ ଦୂରରେ ରହିଥିଲା ତାମିଲନାଡୁ । ଶେଷ ଓଭରରେ 13 ରନ୍ ଆବଶ୍ୟକ ଥିବା ବେଳେ ପ୍ରଥମ…
ସମୀକ୍ଷା ବ୍ୟୁରୋ / ହେମାଙ୍ଗ ପ୍ରସାଦ ରାଉଳ : ସମ୍ପ୍ରତି ରାଜ୍ୟ ସରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଂସ୍କାରମୂଳକ ଯୋଜନା ରାଜ୍ୟବାସୀଙ୍କୁ ଭେଟି ଦେଉଥିବାବେଳେ ଏହାକୁ ୫ଟିର ଅନ୍ତର୍ଗତ କରାଇ ଏହାର ଫାଇଦା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଲାଗିପଡିଛନ୍ତି । କିନ୍ତୁ ଆଜି ବି ଏମିତି କିଛି ସ୍ବାସ୍ଥ୍ୟ ସମସ୍ୟାରେ ଲୋକମାନେ ଧନ୍ଦି ହେଉଛନ୍ତି, ଯାହାର କିଛି ଉପଚାର ଅଛି ନା ପ୍ରତିକାର । କେବଳ ସଚେନତତା ହିଁ ଏହାର ଏକମାତ୍ର ନିଦାନ । ସେହିପରି ଏକ ବ୍ୟାଧିର ନାମ ହେଉଛି ‘ଏଡସ୍’ । ଏଡସ୍ ରୋଗର ଭୟାବହତା ଓ ଏହାର ନିରାକରଣ ପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡସ୍ ଦିବସ ଭାବରେ ପାଳନ କରାଯାଉଛି । ଦେଶ ଓ ରାଜ୍ୟରେ ଏଡସ୍ ନିରାକରଣ ଓ ସଚେତନତା ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଏଡସ୍ ଚକ୍ରବ୍ୟୁହରେ ରହିଛି ଗଞ୍ଜାମ ଜିଲ୍ଲା। ସମଗ୍ର ଦେଶରେ ଏଇ ଜିଲ୍ଲା ଏବେ ଅଷ୍ଟମ…
ମୁମ୍ବାଇ,2/12: 40 ହଜାର କୋଟି କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିବା ଦାବିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏନ୍ସିପି । ଏନ୍ସିପି ମୁଖପାତ୍ର ନଓ୍ବାବ ମଲ୍ଲିକ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି । କେନ୍ଦ୍ରକୁ 40 ହଜାର କୋଟି ସ୍ଥାନାନ୍ତର କରିବା ପାଇଁ ଫଡନବିସ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ବୋଲି କହି କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ ଏହି ବିବାଦର ସୂତ୍ରପାତ କରିଥିଲେ । ହେଗ୍ଡେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରେ କେନ୍ଦ୍ରର 40 ହଜାର କୋଟି ଟଙ୍କା ଥିଲା । ଶପଥ ଗ୍ରହଣର 15 ଘଣ୍ଟା ମଧ୍ୟରେ ଫଡନବିସ୍ ଉକ୍ତ ଅର୍ଥ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ । ମୋଦି ସରକାର କ୍ଷମତାର ଅପ ବ୍ୟବହାର କରି ଏପରି କରିଥିବାରୁ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ବୋଲି ମଲିକ୍ କହିଛନ୍ତି । ହେଗଡେଙ୍କ ମନ୍ତବ୍ୟ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଏହାକୁ ଭିତ୍ତିହୀନ…
MEXICO CITY, Dec. 2, 2019 (Xinhua) — Mexican President Andres Manuel Lopez Obrador (R) greets his supporters accompanied by his wife Beatriz Gutierrez Muller during a ceremony marking his first full year in office in Mexico City, capital of Mexico, on Dec. 1, 2019. Decreasing Mexico’s high rates of violent crime is the government’s main challenge, President Andres Manuel Lopez Obrador said on Sunday. Xinhua/UNI PHOTO-1F
ମୁମ୍ବାଇ,2/12: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା 19 ବର୍ଷରୁ କମ୍ କ୍ରିକେଟ ବିଶ୍ବକପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳରେ ପ୍ରିୟମ ଗର୍ଗଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି । ସୋମବାର ଘୋଷଣା କରାଯାଇଥିବା 15 ଜଣିଆ ଦଳର ଧ୍ରୁବ୍ ଚାନ୍ଦ ଜୁରେଲ୍ଙ୍କୁ ଉପ ଅଧିନାୟକ ଭାବରେ ଘୋଷଣା କରାଯାଇଛି । ଜାନୁୟାରୀ 17ରୁ ଫେବୃୟାରୀ 9 ପର୍ଯ୍ୟନ୍ତ ଏହି ବିଶ୍ବକପ୍କ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ । ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ଜାପାାନ ସହିତ ଭାରତ ଗ୍ରୁପ୍ ଏ ରେ ସ୍ଥାନ ପାଇଛି । ଭାରତୀୟ ଦଳ : ପ୍ରିୟମ୍ ଗର୍ଗ (ଅଧିନାୟକ), ଧ୍ରୁବ୍ ଚାନ୍ଦ ଜୁରେଲ୍(ଉପ ଅଧିନାୟକ, ଓ୍ବିକେଟ ରକ୍ଷକ), ଯଶସ୍ବୀ ଜୟସ୍ବାଲ, ଦିବ୍ୟାଂଶ ସକ୍ସେନା, ଶାସ୍ବତ ରାଓ୍ବତ, ଦିବ୍ୟାଂଶ ଯୋଶୀ, ଶୁଭାଙ୍ଗ ହେଗ୍ଡେ,ରବି ବିଷ୍ଣୋଇ, ଆକାଶ ସିଂ, କାର୍ତ୍ତିକ ତ୍ୟାଗୀ, ଅଥର୍ବ ଆଙ୍କୋଲେକର, କୁମାର କୁଶାଗ୍ର, ସୁଶାନ୍ତ ମିଶ୍ରା, ବିଦ୍ୟାଧର ପାଟିଲ୍…
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୨/୧୨: ବାଲୁଗାଁ ସ୍ଥିତ ବଜାର ଉପରେ ଏକ ପ୍ରତିଷ୍ଠିତ ହୋଟେଲ୍ ପାଖରୁ ଅଜଣା ଯୁବକର ମୃତଦେହ ମିଳିଛି। ମିଳିଥିବା ସୂଚନା ଅନୁସାରେ, ହୋଟେଲ ଦିଗନ୍ତିକା ପଛପଟେ ଅର୍ଦ୍ଧନିର୍ମିତ ଏକ ଘରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ଯୁବକଟି ଜିଭ କାମୁଡି ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ହୋଟେଲ୍ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଯୁବକଙ୍କ ଶବ ପଡ଼ିଥିବାର ଦେଖିଥିଲେ। ହୋଟେଲ୍ ମାଲିକ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପୋଲିସ୍କୁ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହୋଟେଲ୍ ଦିଗନ୍ତିକାରେ ଲାଗିଥିବା ସିସିଟିଭି ଯାଞ୍ଚରୁ ଗତ ୨୭ ତାରିଖରୁ ଯୁବକଟିର ମୃତଦେହ ସେଠାରେ ପଡ଼ିଥିବାର ସୂଚନା ରହିଛି। ଉଲଗ୍ନ ଅବସ୍ଥାରେ ଯୁବକର ଶବଟି ପଡିଥିବାବେଳେ ଦେହରେ କିନ୍ତୁ ଇଟ୍ଷ୍ଟ୍ରିଟ୍…
ଭୁବନେଶ୍ବର, ୨/୧୨: ଅଗ୍ନିଶମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସୁନୀଲ୍ ରାୟ । ୧୯୮୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସୁନୀଲ୍ ରାୟ ପୂର୍ବରୁ ପୋଲିସ୍ କମିଶନସର ଭାବେ କାର୍ଯ୍ୟ କରିଥିଲେ । ଦାୟିତ୍ବ ନେବା ପରେ ସୁନୀଲ୍ ରାୟ ପ୍ରତିକ୍ରିୟା କହିଛନ୍ତି ଯେ, ଏହା ଏକ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ । ଏହାକୁ ସୁଚାରୁ ରୂପେ ତୁଲାଇବା ସହିତ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବାକ ପ୍ରଥମ ଲକ୍ଷ୍ୟ ହେବ ବୋଲି କହିଛନ୍ତି । ସେହିଭପରି ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯିବ ଓ ବିଭାଗରେ ଅଧିକ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରାଯିବ ବୋଲି କୁହଯାଏ । (ଏଜେନ୍ସି)
NOIDA, DEC 2 (Xinhua) — A young man named Pankaj Kumar wearing an oxygen mask and carrying a 20-liter plastic water bottle strapped to his back to raise awareness of saving environment in highly polluted National capital Region. Xinhua/ UNI PHOTO-1U
KATHMANDU, Dec. 2, 2019 (Xinhua) — Players of delegation of India march during the inauguration of 13th South Asian Games in Kathmandu, Nepal, Dec. 1, 2019. Xinhua/UNI PHOTO-2F
VANCOUVER, DEC .2, 2019 (Xinhua) — A man dressed as Santa Claus waves to the crowd during the Santa Claus Parade in Vancouver, Canada, on Dec. 1, 2019. An annual Santa Claus Parade was held in Vancouver on Sunday, attracting about 300,000 spectators. Xinhua/UNI PHOTO-3F
NEW DELHI, DEC 2 (UNI):- King Carl XVI Gustaf of Sweden inspecting a guard of honour during ceremonial reception at Rashtrapati Bhavan, in New Delhi on Monday. UNI PHOTO-AK3U
KULLU, DEC 1 (UNI):- People enjni after fresh snow fall Neair Manali in Kullu on Sunday. UNI PHOTO-24U
ମୁମ୍ବାଇ,2/12: ମୋବାଇଲ୍ ବ୍ୟବହାରକାରୀଙ୍କୁ ଝଟ୍କା । ଏଣିକି କଲ୍ ଏବଂ ଡାଟା ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ରବିବାର ଦେଶର ତିନି ବୃହତ୍ତର କମ୍ପାନୀ ଭୋଡାଫୋନ୍-ଆଇଡିଆ, ଏୟାରଟେଲ ଏବଂ ଜିଓ ନିଜର ଟାରିଫ୍ ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ ନିଜର ଟାରିଫ୍ ବୃଦ୍ଧି ନେଇ ଘୋଷଣା କରି ସାରିଥିଲେ । ଉଭୟ କମ୍ପାନୀର ବାର୍ଷିକ ଆର୍ଥିକ ରିପୋର୍ଟରେ କ୍ଷତି ସହିଥିବାରୁ ଏହି ଦରବୃଦ୍ଧି ଲାଗୁ କରାଯାଇଛି । ତିନି କମ୍ପାନୀ ନିଜ ନିଜର ଟାରିଫ୍ ଦରରେ 42 ପ୍ରତିଶତ ବୃଦ୍ଧି ଘଟାଇଛନ୍ତି । ଏହା ସହିତ ତିନି କମ୍ପାନୀ ମାସିକ ଦେୟରେ ନିଜ ନେଟଓ୍ବାର୍କକୁ ମାଗଣା କଲ୍ ସେବା ପ୍ରଦାନ କରୁଥିବା ବେଳେ ଅନ୍ୟ ନେଟ୍ଓ୍ବର୍କକୁ 1000 ମିନିଟ୍ ଏବଂ 10000 ମିନିଟ୍ ପରେ 6ପ./ମି ଆଦାୟ କରିବେ । ଏୟାରଟେଲ ଏହି ଦର ବୃଦ୍ଧି କେବଳ ପ୍ରିପେଡ୍ ସେବାରେ ଲାଗୁ କରିଛି…
ମହାରାଷ୍ଟ୍ର, ୨/୧୨: ମହାରାଷ୍ଟ୍ରରେ ଏବେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଚଳିତ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଘଟଣାକ୍ରମ ବେଶ୍ ଉତ୍ସୁକତା ରହିଥିଲା । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ରାତିଅଧିଆ ମୁଖ୍ୟମନ୍ତ୍ରୀ ହେବା ଓ ଫ୍ଲୋର୍ ଟେଷ୍ଟ ପୂର୍ବରୁ ସମର୍ପଣ କରାଯିବାକୁ ନେଇ ରାଜନୈତିକ ମହଲରେ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା । ଦେବେନ୍ଦ୍ର ଫଡ୍ନଭୀସ୍ ମାତ୍ର ୮୦ ଘଣ୍ଟା ପାଇଁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିଲା । ତେବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଅନନ୍ତ ହେଗେଡ୍ । ହେଗେଡ୍ ଏହି ଘଟଣାର ଖୁଲାସା କରି କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ…
ତାମିଲନାଡୁ, ୧/୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ ଏହି ବର୍ଷା ଫଳରେ ମେଟୁପାଲୟମ୍ର ନାଦୁର କନ୍ନାପନ ଲେଆଉଟ୍ଠାରେ ଏକ କାନ୍ଥ ଭୂଷୁଡି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୩ଟି ଘର ନଷ୍ଟ ହୋଇଯିବା ସହ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୋଲିସ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବହୁଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କାନ୍ଥଟି ଭୂଷୁଡି ଯିବାରୁ ଘର ଭିତରେ ଥିବା ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ, ୧୦ ମହିଳା ଓ ଦୁଇଜଣ ଶିଶୁ ରହିଛନ୍ତି । (ଏଜେନ୍ସି)
ଭୁବନେଶ୍ବର, ୨/୧୨: ରୋଷେଇ ଗ୍ୟାସ ଟାଙ୍କି ଫାଟି ସ୍ବାମୀ ଓ ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧାଜିଲ୍ଲା ହରିପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତର ହରିପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳା ପାଣି ଗରମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ଦେହରେ ନିଆଁ ଲାଗି ଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ସ୍ତ୍ରୀ ଜଳି ଯାଉଥିବା ଦେଖି ସ୍ବାମୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ଫଳରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ସହ ତାଙ୍କ ସ୍ବାମୀ ମଧ୍ୟ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)
ମେକ୍ସିକୋ, ୨/୧୨: ଆମେରିକାର ଟେକ୍ସାସ ସୀମାନ୍ତରେ ଥିବା ଉତ୍ତର ମେକ୍ସିକୋରେ ଗୁଳିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଏବଂ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣ ସନ୍ଦିଗ୍ଧ ଡ୍ରଗ୍ସ ମାଫିଆ ପ୍ରାଣ ହରାଇଛନ୍ତି। ଅନ୍ୟ ମୃତକଙ୍କ ମଧ୍ୟରେ ୨ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ପୁଲିସ ଅଫିସର ରହିଛନ୍ତି ବୋଲି ସୂଚନା ରହିଛି। ଏହା ସହିତ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଡ୍ରଗ୍ସ ଚାଲାଣକୁ ଅଟକାଇବା ଲାଗି ପୁଲିସ ଚଢ଼ାଉ କରିବା ବେଳେ ମାଫିଆଙ୍କ ସହିତ ଗୁଳିବିନିମୟ ଘଟିଥିଲା। ଏହି ଘଟଣା ପରେ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। (ଏଜେନ୍ସି)
କେଦାର ମିଶ୍ର ବିଧାନସଭା ଭିତରେ ବିରୋଧୀ ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିବାରେ କାହାର କିଛି କରିବାର ନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ ପ୍ରତିପକ୍ଷ ଶାସକ ଦଳ ବିରୋଧରେ ଅଭିଯୋଗ ଆଣନ୍ତୁ, ତାହା ଗଣତନ୍ତ୍ର ଲାଗି ଶୁଭଂକର। ହେଲେ ସମାଲୋଚନା ଓ ଅଭିଯୋଗ ଯଦି କୌଣସି ମହିଳାଙ୍କର ବ୍ୟକ୍ତିଗତ ଚରିତ୍ର ଉପରେ ଆକ୍ଷେପ ହୋଇଥାଏ, ତାହେଲେ ତାହା କେବଳ ଅନୈତିକ ନୁହେଁ, ଅପରାଧ ମଧ୍ୟ। ଗତ ସପ୍ତାହରେ ଦୁଇଟି ଖବର ଆମ ନଜରକୁ ଆସିଛି ଆଉ ଦୁଇଟି ଯାକ ଖବରରେ ଆମର ସମାଜ ଏବେ ମଧ୍ୟ ମଧ୍ୟଯୁଗୀୟ ମାନସିକତାରେ ଥିବାର ପ୍ରମାଣ ଦେଉଛି। ପ୍ରଥମ ଖବର ସହିତ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାମ ଜଡିତ ଥିବା ବେଳେ ଦ୍ଵିତୀୟ ଖବରରେ ଜଗତସିଂପୁରର କେତେଜଣ କଲେଜ ପଢୁଆ ଝିଅଙ୍କ ନାମ ଜଡିତ ଅଛି। ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନାଁରେ କଂଗ୍ରେସ ଦଳ ଏକ ଅଭିଯୋଗ ଆଣିଲା…

