Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅକ୍ଷୟ କୁମାର ପରିଜାଙ୍କୁ “ଭିଜା ମାଟିର ସ୍ଵର୍ଗ” ସିନେମା ପାଇଁ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର
ବିଶେଷ ଖବର

ଅକ୍ଷୟ କୁମାର ପରିଜାଙ୍କୁ “ଭିଜା ମାଟିର ସ୍ଵର୍ଗ” ସିନେମା ପାଇଁ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର

December 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଘୋଷଣା ହୋଇଛି।  ଓଡ଼ିଆ ଚଳଚ୍ଚିତ୍ରର ଜନକ ଭାବେ ପରିଚିତ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ନାମରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ କଥାଚିତ୍ରକୁ ନାମିତ କରାଯାଇଛି। ଚଳିତଥର ଏହି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର  ପରିଜା। ଚଳିତ ବର୍ଷ ଘୋଷିତ ରାଜ୍ୟ ପୁରସ୍କାରରେ ତାଙ୍କ ପ୍ରଯୋଜନାରେ ନିର୍ମିତ ଦୁଇଟି ଚଳଚ୍ଚିତ୍ର ୧୦ଟି ପୁରଷ୍କାର ବିଜୟୀ ହୋଇଛନ୍ତି ।  ତାଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’କୁ ଯଥାକ୍ରମେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଫଟୋଗ୍ରାଫର୍‌, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ସଂଳାପ ଆଦିର ପୁରସ୍କାର ମିଳିଥିବାବେଳେ ତାଙ୍କର କୃତ କ୍ଷୁଦ୍ର ଚଳଚ୍ଚିତ୍ର  ‘ପାଇକ ବିଦ୍ରୋହ’ କୁ ସ୍ପେଶିଆଲ୍‌ ଜୁରୀ ଆଓ୍ବାର୍ଡ ସମ୍ମାନ ସହିତ ଶ୍ରେଷ୍ଠ ଫଟୋଗ୍ରାଫର୍‌, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ନିର୍ଦ୍ଦେଶନାର ପୁରସ୍କାର ମିଳିଛି।

ତେବେ ଏହି ଚଳଚ୍ଚିତ୍ରକୁ ସମ୍ମାନ ମିଳିବା ପରେ ଓଡ଼ିଶାର ମୌଳିକ ବିଷୟବସ୍ତୁକୁ ନେଇ ନିର୍ମିତ ଚଳଚ୍ଚିତ୍ର ତଥା କଳାତ୍ମକ ଚଳଚ୍ଚିତ୍ର ଯେ ସବୁବେଳେ ନିଆରା ତାହା ଉପସ୍ଥାପନ କରୁଛି। ସମ୍ପ୍ରତି ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ନିଜର ମୌଳିକତା ହରାଉଥିବାବେଳେ ଏହି ଫିଲ୍ମଟି  ସେହି ପୃଷ୍ଠଭୂମି ଉପରେ ନିଜକୁ ସଠିକ୍‌ ରୂପେ ପ୍ରତିପାଦିତ କରି ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି।”ଭିଜା ମାଟିର ସ୍ଵର୍ଗ'” ର ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ଖ୍ୟାତନାମା ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର। ଅନେକ ଥର ଓଡିଆ ସିନେମା ପାଇଁ ଜାତୀୟ ପୁରସ୍କାରର ମର୍ଯାଦା ଆଣିଥିବା ମନମୋହନ ମହାପାତ୍ରଙ୍କର ଏହି ଚର୍ଚ୍ଚିତ ସିନେମା ଚଳିତ ଥର ଜାତୀୟ ପୁରଷ୍କାର ତାଲିକାରେ ସାମିଲ ହୋଇନଥିବାରୁ ଅନେକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଫିଲ୍ମ ପାଇଁ ଓଡ଼ିଆ ସିନେମାର ଲୋକପ୍ରିୟ କଳାକାର ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିବାବେଳେ ଶ୍ରେଷ୍ଠ ସଂଳାପ ପାଇଁ ନନ୍ଦଲାଲ ମହାପାତ୍ର, ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ଆଶୁତୋଷ ମହାପାତ୍ର, ଶ୍ରେଷ୍ଠ ଫଟୋଗ୍ରାଫର୍‌ ପାଇଁ ଦିଲ୍ଲୀପ ରାୟଙ୍କୁ ପୁରସ୍କାର ମିଳିବ।

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ‘ଜୀଅନ୍ତା ଭୂତ’ ସିନେମାରୁ ଅକ୍ଷୟ ପରିଜା ଓଡିଆ  ସିନେ ପ୍ରଯୋଜନାର ଯାତ୍ରା ଆରମ୍ଭ କରିଥିଲେ। ଏହି ସିନେମାକୁ ୨୦୦୮ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ପରେ ପରେ ସେ  ‘ଥୁକୁଲ୍‌’, ‘କେହି ନୁହେଁ କାହାର’, ‘ଅଗସ୍ତ୍ୟ’, ‘ବାଏ ବାଏ ଦୁବାଇ’ ପରି ଅନେକଗୁଡ଼ିଏ ହିଟ୍‌ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକଙ୍କୁ ଉପହାର ଦେଇଛନ୍ତି। ହିନ୍ଦୀ, ବଙ୍ଗଳା ଓ ଅହମୀୟା ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଛି। ଓଡିଶାର ମୌଳିକ କଥାବସ୍ତୁ ଓ ଜୀବନଧାରାକୁ ନେଇ ଯେଉଁ ଅଳ୍ପ କେତେଜଣ ସିନେମା ପ୍ରଯୋଜକ ସାହସର ସହିତ ପୁଞ୍ଜି ଖଟାଉଛନ୍ତି, ସେମାନଙ୍କ ମଧ୍ୟରେ ଶ୍ରୀ ପରିଜା ଅନ୍ୟତମ। ଦୁଇ ମାସ ତଳେ ବଙ୍ଗଳା ଚଳଚ୍ଚିତ୍ର “ଗୋତ୍ର” ରେ ସେ ଭରପୂର ଓଡିଆ ସଂସ୍କୃତି ଓ ଜୀବନଧାରାର ପ୍ରୟୋଗ କରିଛନ୍ତି।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସେ ଡକ୍ୟୁ-ଡ୍ରାମା ଭାବରେ ବକ୍ସି ଜଗବନ୍ଧୁ ଓ ସମସାମୟିକ ସ୍ଵାଧୀନତା ସଂଗ୍ରାମର କାହାଣୀ ଆଧାରରେ ଏକ ସିନେମା ତିଆରି କରିଛନ୍ତି। ଏହି ସିନେମାକୁ ଚାରୋଟି ପୁରଷ୍କାର ମିଳିଛି। “ପାଇକ ବିଦ୍ରୋହ” ର ପ୍ରଯୋଜନା ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ପ୍ରଯୋଜକ ଭାବେ ସ୍ଵତନ୍ତ୍ର ଜୁରୀ ପୁରଷ୍କାର, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ, ଶ୍ରେଷ୍ଠ ଚିତ୍ର ଉତ୍ତୋଳନ ପାଇଁ ପ୍ରତାପ ରାଉତ ଓ ଶ୍ରେଷ୍ଠ ସମ୍ପାଦନା ପାଇଁ ଏ.ରସ୍ତୋଗୀଙ୍କୁ ଏହି ପୁରସ୍କାର ମିଳିବ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପୋଛିନେବା ପରେ ଶ୍ରୀ ପରିଜା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, “ମନମୋହନ ମହାପାତ୍ର, ପ୍ରଶାନ୍ତ ନନ୍ଦ ଓ ନୀଳମାଧବ ପଣ୍ଡାଙ୍କ ଭଳି ସୃଜନଶୀଳ ନିର୍ଦ୍ଦେଶକମାନଙ୍କ ସହ କାମ କରିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ସବୁବେଳେ ଗୌରବବୋଧ କରିଛି। ସେମାନଙ୍କର ପ୍ରତିଭା ମୋତେ ଆଲୋକିତ କରିଛି। ଭବିଷ୍ୟତରେ ମୌଳିକ ଓଡିଆ ସିନେମା ତିଆରି କରିବା ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଗତିଶୀଳ ଚଳଚ୍ଚିତ୍ର ନୀତି ଆମକୁ ଅଧିକ ସହାୟକ ହୋଇପାରିବ।ଏହି ପୁରସ୍କାର ଲାଗି ମୁଁ ଆମର ଦର୍ଶକ ତଥା ରାଜ୍ୟ ସରକାରଙ୍କ ପାଖରେ କୃତଜ୍ଞ।

ଚଳିତ ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ରର ପୁରସ୍କାରରେ ଅକ୍ଷୟ ପରିଜାଙ୍କ ‘ଭିଜା ମାଟିର ସ୍ବପ୍ନ’ ପାଇଥିବାବେଳେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ‘ପେନସନ୍‌’କୁ ମିଳିଛି। ସେହିପରି ଶ୍ରେଷ୍ଠ ଧାରାବାହିକ ଭାବେ ‘ରହିଛି ରହିବି ତୋରି ପାଇଁ’କୁ ଚୟନ କରାଯାଇଛି।

ଅକ୍ଷୟ ପରିଜା
Share. Facebook Twitter LinkedIn Email WhatsApp Copy Link

Related Posts

‘ସର୍ଜିକାଲ୍ ଷ୍ଟ୍ରାଇକର ୧୦ ବର୍ଷ’: ‘ମନ କି ବାତ୍’ ରେ ପାକିସ୍ତାନ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026
Latest News

ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ: ଜଷ୍ଟିସ୍ ଶଶିକାନ୍ତ ମିଶ୍ର

September 27, 2026

ନେପାଳରେ ଭୟଙ୍କର ହିମସ୍ଖଳନ: ତିବ୍ଦତ ସୀମାନ୍ତ ହିମଲୁଙ୍ଗ ବେସ୍ କ୍ୟାମ୍ପ୍‌ରୁ ୧୦ ନିଖୋଜ

September 27, 2026

‘ସର୍ଜିକାଲ୍ ଷ୍ଟ୍ରାଇକର ୧୦ ବର୍ଷ’: ‘ମନ କି ବାତ୍’ ରେ ପାକିସ୍ତାନ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

September 27, 2026

CJP ନେତା ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିଲା ଆସାମ ପୋଲିସ

September 27, 2026

କାନାଡାରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଜଣଙ୍କ ମୃତ୍ୟୁ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.