ଭୁବନେଶ୍ବର, ୧୦/୧୨: ରାଜ୍ୟରେ ବଢୁଥିବା ମହିଳା ଓ ଶିଶୁ ବିରୋଧୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଶ୍ରୀଘ୍ର ଦଣ୍ଡ ପ୍ରଦାନ କରିବାକୁ ଏହି ଫାଷ୍ଟ ଟ୍ରାକ କୋର୍ଟ କରାଯିବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ହୋଇଥିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି କୋର୍ଟ ଗୁଡ଼ିକରେ ମହିଳା ଓ ଶିଶୁଙ୍କ ସହ ହେଉଥିବା ବିରୋଧରେ ମାମଲାର ଶୁଣାଣି କରାଯିବ । ସେ କହିଛନ୍ତି ଯେ, ୪୫ଟି କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ପ୍ରତିଷ୍ଠା କରାଯିବ । ୨୪ଟିରେ ପୋକ୍ସୋ ମାମଲାର ବିଚାର ହେବ…
Author: Samikhsya Bureau
Kinnaur District in Himachal Pradesh receives fresh snowfall on Nov 27, 2019. (Photo: IANS)
ମୁମ୍ବାଇ, ୧୦/୧୨: ଛୋଟପରଦାର ଲୋକପ୍ରିୟ କଳାକାର ତଥା ଅଭିନେତା କପିଲ୍ ଶର୍ମା ଏବେ ବାପା ହୋଇଯାଇଛନ୍ତି । କପିଲ୍ଙ୍କ ପତ୍ନୀ ଗିନ୍ନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କପିଲ୍ ଏହି ଖୁସି ଖବର ଟୁଇଟ୍ କରି ଜଣାଇଛନ୍ତି । ଟୁଇଟ୍ କରି ଝିଅ ଜନ୍ମ ହେବାର ଖବର ଜଣାଇବା ସହିତ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା ମଧ୍ୟ କରିଛନ୍ତି । କପିଲ୍ଙ୍କ ଏହି ଟୁଇଟ୍ ପରେ ଲୋକପ୍ରିୟ ଗାୟକ ଗୁରୁ ରନ୍ଧଓ୍ବା ଶୁଭେଚ୍ଛା ଜଣାଇସହିତ । ଟେଲିଭିଜନ ଓ ମନୋରଞ୍ଜନ ଦୁନିଆର ପ୍ରାୟ ସମେସ୍ତ କପିଲ୍ଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଗତ ବର୍ଷ ଡିସେସମ୍ବରର କପିଲ୍ ଗିନ୍ନିଙ୍କୁ ବିବାହ କରିଥିଲେ । (ଏଜେନ୍ସି)
https://youtu.be/ZjNc6xAoLu8 When it comes to naming one of the popular action stars in Bollywood, Tiger Shroff’s name shines right at the top. This year, Tiger’s film with Hrithik Roshan, War managed to establish him in the league of action superstars who can ace any stunt like a pro. Not just this, Tiger’s dancing also has managed to garner attention and fans love to see him shake a leg on the big screen. But, the action hero is quite a softy at heart and is extremely close to his mom, Ayesha Shroff.
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,୧୦/୧୨: ରାଜ୍ୟ ଚଳଚିତ୍ର ଏକାଡେମୀ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଘୋଷିତ ତାଲିକାରେ ଜୀବନବ୍ୟାପୀ ସାଧନା ପାଇଁ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିପରି ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନରେ ସମ୍ମାନିତ ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଶ୍ରେଷ୍ଠ ଚଳଚିତ୍ର ଭାବରେ ଅକ୍ଷୟ ପରିଜାଙ୍କ ଭିଜା ମାଟିର ସ୍ବର୍ଗକୁ ମନୋନୀତ କରାଯାଇଥିବା ବେଳେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଚୟନ କରାଯାଇଛି। ଭିଜା ମାଟିର ସ୍ବର୍ଗ ନିମନ୍ତେ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଘୋଷଣା କରାଯାଇଛି। ଶ୍ରେଷ୍ଠ କାହାଣୀ ଏବଂ ସଂଳାପ ପାଇଁ ଡି ନିରଞ୍ଜନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶାନ୍ତିରାଜ ଖୋସ୍ଲା ଏବଂ ଶ୍ରେଷ୍ଠ ଗୀତିକାର ଭାବରେ ବସନ୍ତରାଜ ସାମଲଙ୍କୁ ମନୋନୀତ କରାଯାଇଛି। ପ୍ରଚ୍ଛଦପଟ ଗାୟକ…
ମାଦ୍ରିଦ୍,10/12 : 2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର 100 ଜିଗାଓ୍ବାଟକୁ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି । ମାଦ୍ରିଦ୍ରେ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ଜାଭଡେକର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଭାରତରେ ମାତ୍ର 33 ଜିଗାଓ୍ବାଟର ସୌରଶକ୍ତି ବ୍ୟବଡୃତ ହେଉଛି । ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତର ସୌରଶକ୍ତି ବ୍ୟବହାରରେ ବୃଦ୍ଧି କରାଯାଇ 100 ଜିଗାଓ୍ବଟର ଲକ୍ଷ୍ୟ ରଖାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି । 2015ର ପରିବେଶ ସମ୍ମିଳନୀରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସୌର ପ୍ରକଳ୍ପକୁ ନେଇ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ଚେନ୍ନାଇ ଏବଂ ବିଶାଖାପଟ୍ଟନମରେ ଉଭୟ ରାଷ୍ଟ୍ରର ମିଳିତ ଉଦ୍ୟମରେ 7ଟି ସୌର ପ୍ରକଳ୍ପର କାମ ଚାଲୁରହିଛି । ଉଲ୍ଲେଖଯୋଗ୍ୟ ଯେ, ଚୀନ୍ ଏବଂ ଆମେରିକା ପଛକୁ ସୌରଶକ୍ତି ବ୍ୟବହାରରେ ଭାରତ ବିଶ୍ବର ତିନି ନମ୍ବର ସ୍ଥାନରେ ରହିଛି । (ଏଜେନ୍ସୀ)
https://youtu.be/CskqWJwPs14 We plan to collaborate with some incredible individuals from different film industries and also have women-led stories as part of the roster,” the actress revealed adding that she has been in conversation with multiple content creators, scriptwriters, and filmmakers and will be making new announcements soon.
ମୁମ୍ବାଇ,10/12 : 2020 ବର୍ଷ ପାଇଁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାରର ମନୋନୟନ ତାଲିକା ପ୍ରକାଶିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଗୋଲ୍ଡେନ୍ ଗ୍ଲୋବ୍ କମିଟି ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଟିମ୍ ଆଲେନ୍, ଡାକୋଟା ଫ୍ୟାନ୍ନିଙ୍ଗ ଏବଂ ସୁସାନ କେଲେଚି ଓ୍ବାଟସନ୍ଙ୍କ କମିଟି ଏହି ତାଲିକା ଘୋଷଣା କରିଛି । ନୋଆ ବମୁଚାଙ୍କ ନିର୍ଦ୍ଦେଶିତ ମ୍ୟାରେଜ୍ ଷ୍ଟୋରୀ ସର୍ବାଧିକ 6ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ମାର୍ଟିନ୍ ସ୍କୋର୍ସେସ୍ଙ୍କ ଦ ଆଇରିସମ୍ୟାନ୍ ଏବଂ କ୍ବେଣ୍ଟିନ୍ ଟାରାଣ୍ଟିନୋଙ୍କ ଓ୍ବାନ୍ସ ଅପନ୍ ଏ ଟାଇମ୍ ଇନ୍ ହଲିଉଡ୍ 5ଟି ବର୍ଗରେ ମନୋନୀତ ହୋଇଛି । ହଲିଉଡ୍ ଅଭିନେତା ଟମ୍ ହ୍ୟାଙ୍କସଙ୍କୁ ଏହି ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ସେସିଲ ବି ଡେ ମିଲ୍ଲେ ପୁରସ୍କାର ପ୍ରଦାନ କରାଯିବ । ଟେଲିଭିଜନ୍ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏଲେନ୍ ଡିଜେନେରିସ୍ଙ୍କୁ କାରୋଲ୍ ବର୍ଣ୍ଣେଟ୍ ପୁରସ୍କାର ପ୍ରଦାନ କରାଯିବ । (ଏଜେନ୍ସୀ)
https://www.youtube.com/watch?v=OQdRJ1ZPg7w&feature=youtu.be After her first look from ‘Chhapaak’ was released, Deepika Padukone’s fans have been waiting with bated breath for the trailer of the film. After months of speculations, the actress finally confirmed and announced that the much-awaited trailer of her upcoming film will be unveiled tomorrow.
ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,10/12 : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡିର କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତିନୋଟି ସ୍ଥାନରେ ଏହି ଚଢ଼ଉ ହୋଇଛି । କେସିଙ୍ଗା ସ୍ଥିତ ଅଫିସ୍, ସରକାରୀ କ୍ୱାର୍ଟର୍ସ ଏବଂ ବଲାଙ୍ଗିର ତୁଳସୀନଗର ପଡ଼ାରେ ଥିବା ନିଜସ୍ୱ ଘରେ ଚଢ଼ଉ ହୋଇଛି । ଏହି ଚଢ଼ଉରେ ବଲାଙ୍ଗିର, ସମ୍ଵଲପୁର, ବରଗଡ଼ ଓ ସୋନପୁର ଜିଲ୍ଲାର ଭିଜିଲାନ୍ସ ଡିଏସ୍ପି ସାମିଲ ହୋଇଛନ୍ତି ।
ସାଣ୍ଟିଆଗୋ,10/12 : 38 ଜଣ ପ୍ରତିରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଚିଲିର ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି । ଚିଲିର ଦକ୍ଷିଣ ଭାଗରେ ରହିଥିବା ଆର୍ଣ୍ଟାକ୍ଟିକା ବେସ୍ରୁ ଛାଡିଥିବା ଏହି ବିମାନଟି ସୋମବାର ଦିନ ନିଖୋଜ ହୋଇଯାଇଛି । ଏ ସି 130 ହରକ୍ୟୁଲେସ୍ ବିମାନଟି ସୋମବାର ଅପରାହ୍ନ 4ଟାରେ ଆର୍ଣ୍ଟାକ୍ଟିକା ବେସ୍ରୁ ଛାଡିଥିଲା । ବିମାନଟି ପୁଣ୍ଟା ଆରେନାସ୍ରେ ପହଞ୍ଚିବାର ଥିବା ବେଳେ ପହଞ୍ଚିବା ପୂର୍ବରୁ ଅଧାରାସ୍ତାରେ ନିଖୋଜ ହୋଇଯାଇଥିଲା । ବିମାନଟିର ବ୍ଲାକ୍ବକ୍ସ ସହିତ ସମ୍ପର୍କ ସ୍ଥାପନ ହୋଇପାରୁନଥିବା ନେଇ ଚିଲି ବିମାନ ବାହିନୀ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)
ନୂଆଦିଲ୍ଲୀ,10/12 : ଆଗାମୀ 2020 ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଋଷକୁ ବଡ଼ ଝଟ୍କା ଲାଗିଛି । ବିଶ୍ବ ଆଣ୍ଟି ଡୋପିଂ ସଂସ୍ଥା(ୱାଡା) ଋଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ 4 ବର୍ଷ ବାସନ୍ଦ କରିଛି । ଫଳରେ ଋଷ ଆଗାମୀ 2020ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ । ଏହା ସହିତ 2022ରେ ହେବାକୁ ଥିବା ଶୀତକାଳୀନ ଅଲମ୍ପିକ୍ସ ଏବଂ ବିଶ୍ଵ ଚାମ୍ପିୟନଶିପ୍ରେ ମଧ୍ୟ ଅଂଶଗ୍ରହଣ କରିପାରିବ ନାହିଁ ଋଷିଆ । ଅନେକ ଡୋପିଂ ମାମଲାକୁ ଲୁଚାଇବା ପାଇଁ ଲାବରେଟୋରି ଡାଟାବେସରେ ତଥ୍ୟ ଏପଟସେପଟ କରିଥିବାରୁ ଋଷ ବିପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । (ଏଜେନ୍ସୀ)
କେଦାର ମିଶ୍ର ଗୋଟେ ସରକାରର କେତୋଟି ମୁହଁ- ଏକ ନା ଏକାଧିକ- ଏହା ଏକ ବିଚିତ୍ର ପ୍ରଶ୍ନ। ଏନଡିଏ ସରକାରର ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର କହୁଛନ୍ତି ଯେ, ଦେଶରେ ଜଣେ ହେଲେ ବେଆଇନ ଅନୁପ୍ରବେଶକାରୀଙ୍କୁ ସେ ରଖାଇଦେବେ ନାହିଁ, ହେଲେ ଗତକାଲି ଲୋକସଭାରେ ସେ ନାଗରିକତ୍ଵ ସଂଶୋଧନ ଆଇନ ପାଇଁ ବିଲ ଉପସ୍ଥାପନ କରିଛନ୍ତି। ଯଦି ବେଆଇନ ଅନୁପ୍ରବେଶକାରୀ ରହିବେ ନାହିଁ, ତାହେଲେ ଏ ଆଇନର ଆବଶ୍ୟକତା କଣ? ଏହି ବିଲ ଜୁଲାଇ ୨୦୧୬ରେ ଏହି ସରକାର ଦ୍ଵାରା ଲୋକସଭାରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ପୂରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏହା ବିରୋଧରେ ଆନ୍ଦୋଳନ ତେଜିବାରୁ ବାଧ୍ୟ ହୋଇ ସରକାର ଏହାକୁ ଆଉ ଆଗକୁ ନେଇ ନଥିଲେ। ଏବେ ଅମିତ ଶାହ ପୁଣିଥରେ ସେହି ସମାନ ବିଲକୁ ଉପସ୍ଥାପନ କରିବା ପଛରେ ଉଦ୍ଦେଶ୍ୟ କଣ? ଉତ୍ତର ପୂର୍ବ ରାଜ୍ୟ ଗୁଡିକର ଜନସଂଖ୍ୟା ର ସମୀକରଣ ବିଗାଡିବାକୁ ଏହା ଏକ…
ସମୀକ୍ଷା ବ୍ୟୁରୋ, ବାଲିଗୁଡା,10/12 : ବାଲିଗୁଡାରେ ଜନୈକ ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାଲିଗୁଡା ପାତ୍ରସାହିର ଏହି ସୂଚନା ଅଧିକାରୀ କର୍ମୀ ଜଣକ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ବାଇକ୍ରେ ଆସି 2 ଜଣ ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ବାଲିଗୁଡା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ।
Participants dressed as Santa Claus take part in the Zagreb Advent Run in Zagreb, Croatia. The fourth edition of the charity race Zagreb Advent Run kicked off here on Sunday to raise public awareness of skin cancer. (Luka Stanzl/Pixsell via
New Delhi: Police resorts to baton charge to disperse the protesting Jawaharlal Nehru University (JNU) students who were marching towards Rashtrapati Bhawan to meet President over fee hike issue, in New Delhi on Dec 9, 2019. (Photo: IANS)
Amritsar: A farmer busy working at a mustard field on the outskirts of Amritsar, on Dec 7, 2019. (Photo: IANS)
Mumbai: The 22-member Indian U17 Women’s Football squad arrive in Mumbai ahead of U17 Women’s Football Tournament 2019, on Dec 9, 2019. (Photo: IANS)
https://youtu.be/VmWlyX-UZtw And not only his fans, several celebrities including former cricketer Kapil Dev praised Ranveer for his teenage look. “Innocent and very cute
ଆନ୍ଧ୍ରପ୍ରଦେଶ, ୯/୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡି ଶୁକ୍ରବାର ଘଟିଥିବା ପୋଲିସ୍ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି । ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ୍ର ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ବେଶ୍ ସରଗରମ। ତେବେ ଏହି ପ୍ରସଙ୍ଗକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅଧିକାଂଶ ଏହାକୁ ସମର୍ଥନ କରୁଥିବାବେଳେ ଅନେକେ ଏହାର ବିରୋଧ କରୁଛନ୍ତି । ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ଘଟଣାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ମୁଁ ଦୁଇଟି ଝିଅଙ୍କର ପିତା। ମୋ’ର ଜଣେ ଭଉଣୀ ଓ ପତ୍ନୀ ଅଛନ୍ତି। ଯଦି ମୋ’ ଝିଅଙ୍କୁ କିଛି ହୋଇଥା’ନ୍ତା, ତେବେ ପିତା ଭାବରେ ମୋ’ ପ୍ରତିକ୍ରିୟା କ’ଣ ରହିବ। ମୁଁ କ’ଣ ଚାହଁବି। ବୋଲି କହିଛନ୍ତି ଜଗନମୋହନ। ତେବେ ଅପରାଧକୁ ନେଇ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ…
https://www.youtube.com/watch?v=kRBM6fvKhgY Bhumi Pednekar: I’m a restless actor. … Actress Bhumi Pednekar calls herself a restless actor and says her film choices are a testimony to the kind of actor she wants to be.

